Skandha 9
Adhyaya 7
Couplet 1
ଏବେ ହୋ ଶୁଣ ତୁ ନରେଶମାନ୍ଧାତା ପୁତ୍ର ଅମ୍ବରୀଷ
Couplet 2
ପିତାମହଙ୍କୁ ସେବା କଲାସେ ଫଳେ ସୁପୁତ୍ର ଲଭିଲା
Couplet 3
ତା' ସୁତ ଯୁବନାଶ୍ୱ ହୋଇପାଳଇ ସପ୍ତଦ୍ୱୀପା ମହୀ
Couplet 4
ହାରୀତ ତାହାର କୁମରମାନ୍ଧାତା ବଂଶେ ସେ ପ୍ରବର
Couplet 5
ନାଗେନ୍ଦ୍ର ବାକ୍ୟେ ନାଗଯୂଥେଗନ୍ଧର୍ବ ବଳକୁ ହାରନ୍ତେ
Couplet 6
ସେ ନାଗେ ଆସି ରାତ୍ର କାଳେପୁରୁକୁତ୍ସକୁ ଘେନିଗଲେ
Couplet 7
ସକଳ ଭ୍ରାତୃଗଣ ଥାଇନର୍ମଦା କନ୍ୟା ତା'କୁ ଦେଇ
Couplet 8
ପାତାଳ ପୁରେ ଘେନିଗଲେଗନ୍ଧର୍ବବଳେ ଯୁଝାଇଲେ
Couplet 9
ସେ ପୁଣି ବିଷ୍ଣୁତେଜେ ବଳୀଗନ୍ଧର୍ବବଳ ନାଶ କରି
Couplet 10
ମିଳି ସକଳ ନାଗବଳେସନ୍ତୋଷ ବର ତା'କୁ ଦେଲେ
Couplet 11
ଯେ ପ୍ରାଣୀ ଶୟନର କାଳେନର୍ମଦା ନାମ ତିନି ବେଳେ
Couplet 12
ରାତ୍ର ଦିବସ ସନ୍ଧ୍ୟା ସ୍ମରେସର୍ପଭୟରୁ ସେ ନିସ୍ତରେ
Couplet 13
ଏବେ ହୋ ପୁରୁକୁତ୍ସ ବଂଶେକହିବା ଶୁଣ ତୁ ହରଷେ
Couplet 14
ସର୍ବସମ୍ପଦ ଗୁଣଗ୍ରାମତା' ସୁତ ତ୍ରସଦ୍ଦସ୍ୟୁ ନାମ
Couplet 15
ସେ ବିଷ୍ଣୁତେଜେ ଅନର୍ଗଳାଯେ ଅନରଣ୍ୟ ଜାତ ହେଲା
Couplet 16
ହର୍ଯଶ୍ୱ ତାହାର ନନ୍ଦନତହୁଁ ପ୍ରାରୁଣ ତ୍ରିବନ୍ଧନ
Couplet 17
ତା'ର ତନୟ ସତ୍ୟବ୍ରତତ୍ରିଶଙ୍କୁ ନାମେ ଯେ ବିଦିତ
Couplet 18
ପିତାଙ୍କ ଶାପ ସେହୁ ଘେନିଲଭିଲା ଚଣ୍ତାଳର ଯୋନି
Couplet 19
ବଶିଷ୍ଠ ଶାପ ମହାଘୋରକୌଶିକ ତେଜେ ହେଲା ପାର
Couplet 20
ଶରୀର ଘେନି ସ୍ୱର୍ଗେ ଗଲାଉତ୍ତର ଆକାଶେ ବସିଲା
Couplet 21
ଜଗତେ ରହିଲା ତା' ଯଶଅଦ୍ୟାପି ରାତ୍ରେ ହୋଏ ଦୃଶ୍ୟ
Couplet 22
ଦେବେ ତାହାକୁ କୋପ କଲେଭୂମିରେ ପଡ଼ ତୁ ବୋଇଲେ
Couplet 23
ତକ୍ଷଣେ ଆଧୋମୁଖ ହୋଇପଡ଼ନ୍ତେ କୌଶିକ ଅନାଇଁ
Couplet 24
ସ୍ତମ୍ଭନ କଲେ ବେଦମନ୍ତ୍ରେପୁଣି ବସିଲା ନିଜ କ୍ଷେତ୍ରେ
Couplet 25
ତାହାର ସୁତ ହରିଶ୍ଚନ୍ଦ୍ରସପତ ଦ୍ୱୀପେ ସେ ନରେନ୍ଦ୍ର
Couplet 26
ତାହାର ଅର୍ଥେ ଅନ୍ୟୋଅନିବଶିଷ୍ଠ ବିଶ୍ୱାମିତ୍ର ବେନି
Couplet 27
ବହୁ ବରଷ ଯୁଦ୍ଧ କଲେପକ୍ଷୀଙ୍କ ପ୍ରାୟ ରୂପ ହେଲେ
Couplet 28
ସେ ପୁଣି ଅପୁତ୍ରିକ ହୋଇନାରଦ ମୁନିଙ୍କି ଅନାଇଁ
Couplet 29
ସନ୍ତତି ଅର୍ଥେ ପ୍ରଶ୍ନକଲାବିକଳେ ତ୍ରିଶଙ୍କୁର ବଳା
Couplet 30
ନାରଦ ମୁନି ତା' ପ୍ରସ୍ତାବେକହିଲେ ଆତ୍ମା ପ୍ରିୟ ଭାବେ
Couplet 31
ତୁ ଯାଇ ବରୁଣ-ଚରଣେବିଶ୍ୱାସେ ପଶ ତା' ଶରଣେ
Couplet 32
ସେ ତୋତେ ପ୍ରସନ୍ନ ହୋଇଲେସନ୍ତତି ଲଭିବୁ ତୁ ଭଲେ
Couplet 33
ଏମନ୍ତେ ନାରଦ ବଚନେମିଳିଲେ ବରୁଣ ଭୁବନେ
Couplet 34
ବରୁଣ ଚରଣରେ ପଡ଼ିରାଜନ କହେ କରଯୋଡ଼ି
Couplet 35
ହେ ପ୍ରଭୁ କର ଅନୁଗ୍ରହମୋହର ହେଉ ଯେ ତନୟ
Couplet 36
ପୁତ୍ର ଉତ୍ପନ୍ନ ହେଲେ ମୋରଯଜ୍ଞେ ମୁଁ ଦେବି ତା'ର ଶିର
Couplet 37
ତା'ର ବଚନେ ତୁଷ୍ଟ ହେଲେବରୁଣ ତୋଷେ ବର ଦେଲେ
Couplet 38
ବରୁଣ ବରେ ପୁତ୍ର ଜାତନାମ ତା' ହୋଇଲା ରୋହିତ
Couplet 39
ଦେଖିଣ ପୁତ୍ରର ଜନମରାଜାଙ୍କୁ କହନ୍ତି ବରୁଣ
Couplet 40
ହେ ନୃପ ମୋର ଯଜ୍ଞ କରଏବେ ତୋ' ହୋଇଲା କୁମର
Couplet 41
ବରୁଣ ବାକ୍ୟ ଶୁଣି କର୍ଣ୍ଣେବିଚାରେ ହରିଶ୍ଚନ୍ଦ୍ର ମନେ
Couplet 42
ଏ ପୁତ୍ର ଅପବିତ୍ର ଶିଶୁଯାଗେ କି ରୂପେ ହେବ ପଶୁ
Couplet 43
ଏହା ବିଚାରି ନରପତିବରୁଣେ କରଇ ବିନତି
Couplet 44
ଶୁଣିମା ହେଉ ପାଶହସ୍ତଏ ପୁତ୍ର ମୋ'ର ଅପବିତ୍ର
Couplet 45
ମନୁଷ୍ୟ ପଶୁ ଭିଆଇଲେଯଜ୍ଞ ମୁଁ କରିବଇଁ ଭଲେ
Couplet 46
ନିର୍ଦ୍ଦନ୍ତ ପଶୁ ଅସଂସ୍କାରଦନ୍ତ ନିର୍ଗମ ନାହିଁ ତା'ର
Couplet 47
ଦନ୍ତ ନ ଥିଲେ ଯଜ୍ଞ କାହିଁଏମନ୍ତେ ଦିନାକେତେ ରହି
Couplet 48
ତୁଣ୍ତେ ଜନ୍ମିଲା ତା'ର ଦନ୍ତରାଜାକୁ ବୋଲେ ପାଶହସ୍ତ
Couplet 49
ଦନ୍ତ ହୋଇଲା ତୋ' କୁମରତା' ମାଂସେ ମୋର ଯଜ୍ଞକର
Couplet 50
ବରୁଣ ମୁଖୁଁ ଏହା ଶୁଣିସେ ହରିଶ୍ଚନ୍ଦ୍ର ମନେ ଗୁଣି
Couplet 51
ଦନ୍ତ ସମ୍ପୂର୍ଣ୍ଣେ ପଶୁ ଶୁଚିବରୁଣ ତାହା ଦେଖି ଘୁଞ୍ଚି
Couplet 52
ପୁଣି କେତେହେଁ ଦିନ ଗଲାସମ୍ପୂର୍ଣ୍ଣେ ଦନ୍ତ ଉପୁଜିଲା
Couplet 53
ଏବେ କି ବିଳମ୍ବ ତୋହରବରୁଣ ବୋଲେ ଯଜ୍ଞକର
Couplet 54
ବରୁଣେ ଚାହିଁ ରାଜା କହେପ୍ରଥମ ଦନ୍ତ ଶୁଦ୍ଧ ନୋହେ
Couplet 55
ଏ ଦନ୍ତ ପଡ଼ି ଯେବେ ଉଠେତେବେ ସେ ଯଜ୍ଞ ପଶୁ ଘଟେ
Couplet 56
ଏମନ୍ତେ କିଛି କାଳ ଅନ୍ତେତୁଣ୍ତୁ ପଡ଼ିଲେ ସର୍ବଦନ୍ତେ
Couplet 57
ପୁଣି ଉଠିଲେ ଏକ ତୁଲେବରୁଣ ରାଜା ଚାହିଁ ବୋଲେ
Couplet 58
ଦନ୍ତ ହୋଇଲା ପୁନର୍ବାରଭୋ ରାଜା ଏବେ ଯଜ୍ଞକର
Couplet 59
ତା' ଶୁଣି ବୋଲେ ନୃପମଣିଏ ନୋହେ କୁଳଧର୍ମ ବାଣୀ
Couplet 60
କ୍ଷତ୍ରିୟ ବଂଶେ ହୋଇ ଜାତଯାବତ ନୁହଁଇ ସମର୍ଥ
Couplet 61
ତାବତ୍ ମାଂସ ଶୁଦ୍ଧ ନୋହେଏମନ୍ତ ବୋଲେ ପୁତ୍ର ସ୍ନେହେ
Couplet 62
ବରୁଣ ତା'ର ବାକ୍ୟ ମାନିକିଛି ନ କହି ହେଲେ ତୁନି
Couplet 63
ଏମନ୍ତେ କାଳ ବଞ୍ଚାଇଲାତା' ଜାଣି ପୁତ୍ର ବିଚାରିଲା
Couplet 64
ପିତା ଯେ କରିଛନ୍ତି ସତ୍ୟଅବଶ୍ୟ ଯଜ୍ଞେ ହେବି ହତ
Couplet 65
ପ୍ରାଣର ରକ୍ଷା ଚିନ୍ତା କଲାତକ୍ଷଣେ ଗ୍ରାମ ଉପେକ୍ଷିଲା
Couplet 66
ଧନୁ-କମାଣ ଘେନି କରେପଶିଲା-ଗହନ ବନରେ
Couplet 67
ବନେ ବୁଲନ୍ତେ ଧର୍ମ ଗୁଣିଶୁଣିଲା ଅନ୍ତରୀକ୍ଷ ବାଣୀ
Couplet 68
ବରୁଣ ପିତା ବନ୍ଦି କଲାଯାବତ ଯଜ୍ଞ ନ ପାଇଲା
Couplet 69
ତେଣୁ ଉଦରେ ରୋଗ ଜାତବରୁଣ ଶାପେ ହୋଇ ଗ୍ରସ୍ତ
Couplet 70
ଶୁଣି ରୋହିତ ଶୋକାକୁଳେଗ୍ରାମକୁ ଆସିବାର ବେଳେ
Couplet 71
ଇନ୍ଦ୍ର ମିଳିଲା ଆସି ପଥେବୋଲଇ ରୋହିତ ଅଗ୍ରତେ
Couplet 72
ଯଜ୍ଞ ନ କଲା ତୋ'ର ତାତକୋପେ ବରୁଣ କଲାଗ୍ରସ୍ତ
Couplet 73
ତୋତେ ଗ୍ରାସିବ କୋପ ବହିଏବେ ଅରଣ୍ୟେ ଥାଅ ତୁହି
Couplet 74
ଧର୍ମକୁ ଯେବେ ତୋ'ର ମନଧରଣୀ କର ପର୍ଯ୍ୟଟନ
Couplet 75
ଅନେକ ପୁଣ୍ୟତୀର୍ଥ କରଧର୍ମେ ବିଶ୍ୱାସ ଯେବେ ତୋ'ର
Couplet 76
ଏମନ୍ତେ ଇନ୍ଦ୍ରର ବଚନେରୋହିତ ତୀର୍ଥ କରେ ବନେ
Couplet 77
ପୁଣି ଗ୍ରାମକୁ ଇଚ୍ଛାକରେଆସନ୍ତେ ଇନ୍ଦ୍ର ତା' ନିବାରେ
Couplet 78
ଏକ ଦ୍ୱିତୀୟ ତ୍ରି ଚତୁର୍ଥେପଞ୍ଚମ ବର୍ଷେ ତା'କୁ ପଥେ
Couplet 79
ବୃଦ୍ଧ ବ୍ରାହ୍ମଣ ରୂପ ଧରିଗ୍ରାମ ଗମନେ ବିଘ୍ନ କରି
Couplet 80
ଷଡ଼ବରଷ ବନେ ଥିଲାଅନେକ ତୀର୍ଥ ସେ ଭ୍ରମିଲା
Couplet 81
ସପ୍ତବରଷେ ନିଜ ଗ୍ରାମେମିଳିଲା ଯାଇ ତୀର୍ଥାଶ୍ରମେ
Couplet 82
ଶୁଣିଲା ଅଜୀଗର୍ତ୍ତ ମୁନିବିକିବା ଅର୍ଥେ ପୁତ୍ର ତିନି
Couplet 83
ତାହାଙ୍କ ପାଶେ ସେ ମିଳିଲାମଧ୍ୟମ ପୁତ୍ରକୁ କିଣିଲା
Couplet 84
ସେ ପୁତ୍ର ଶୁନଃଶେଫ୍ ନାମସକଳ ଗୁଣେ ଗୁଣଧାମ
Couplet 85
ପିତାର ଅଗ୍ରେ ନେଇ ଦେଲାତା' ଦେଖି ବରୁଣ ଛାଡ଼ିଲା
Couplet 86
ସେ ହରିଶ୍ଚନ୍ଦ୍ର ଆସି ପୁରେଯଜ୍ଞ ଆରମ୍ଭିଲେ ସମ୍ଭାରେ
Couplet 87
ପୁରୁଷମେଧ ଯଜ୍ଞ ମତେବିଷ୍ଣୁଙ୍କୁ ପୂଜି ବେଦପଥେ
Couplet 88
ଆଚାର୍ଯ୍ୟ ବିଶ୍ୱାମିତ୍ର କରିଜମଦଗ୍ନିଙ୍କୁ ବ୍ରହ୍ମା ବରି
Couplet 89
ବଶିଷ୍ଠ ସାମଗାନେ ବରିସମିଧ ହୋତା ତା'ଙ୍କୁ କରି
Couplet 90
ବରୁଣ ଅର୍ଥେ ଯଜ୍ଞ କଲାସକଳ ଦେବଙ୍କୁ ତୋଷିଲା
Couplet 91
ସନ୍ତୋଷ ହୋଇ ସୁରନାଥଦେଲେ ସୁବର୍ଣ୍ଣମୟ ରଥ
Couplet 92
ଶୁନଃଶେଫର କଥା ଯେତେପଛେ କହିବା ତୋ' ଅଗ୍ରତେ
Couplet 93
ଏମନ୍ତେ ମହାଯଜ୍ଞ ଅନ୍ତେଦକ୍ଷିଣା ଦେଲା ବିଧିମତେ
Couplet 94
ବିଶ୍ୱାମିତ୍ରଙ୍କୁ ଭୂମି ଦେଲାସୁବର୍ଣ୍ଣ ରଥେ ବିଜେ କଲା
Couplet 95
ରାଜାର ସତ୍ୟବ୍ରତ ଚାହିଁସନ୍ତୋଷ ବିଶ୍ୱାମିତ୍ର ହୋଇ
Couplet 96
ନିଶ୍ଚଳ ଗତି ଶୂନ୍ୟ ପଥେନିଜ ଜନଙ୍କୁ ଘେନି ସାଥେ
Couplet 97
ଯେ ସ୍ଥାନେ ମନ ତା'ର ଧରେଇଚ୍ଛାୟେ ଭ୍ରମଇ ଅମ୍ବରେ
Couplet 98
ତା'ର ଭକତି ଭାବ ଘେନିସନ୍ତୋଷେ ବିଶ୍ୱାମିତ୍ର ମୁନି
Couplet 99
ପରମ ଜ୍ଞାନ ତାକୁ ଦେଲେଆକାଶେ ଥାଅ ତୁ ବୋଇଲେ
Couplet 100
ଆକାଶେ ଥାଅ ଦେବ ପ୍ରାୟେଅନ୍ତେ ପଶିବୁ ବିଷ୍ଣୁ ଦେହେ
Couplet 101
ଭାଷା ପ୍ରବନ୍ଧେ ହରିବାଣୀଶୁଣି ସଂସାରୁ ତର ପ୍ରାଣୀ
Couplet 102
ବୋଲଇ ଦାସ ଜଗନ୍ନାଥନବମସ୍କନ୍ଧେ ଭାଗବତ