Skip to content
paribhaasha

Skandha 9

Adhyaya 6

  1. Couplet 1

    ଏବେ ହୋ ଶୁଣ ନରନାଥକହିବା ବଂଶାନୁଚରିତ

  2. Couplet 2

    ସେ ଅମ୍ବରୀଷ ପୁତ୍ର ତିନିବିରୂପ ଶମ୍ଭୁ କେତୁ ଘେନି

  3. Couplet 3

    ରୂପେ ଦିଶନ୍ତି ଅନୁପମଅଶେଷ ଗୁଣେ ଗୁଣଧାମ

  4. Couplet 4

    ପୃଷଦଶ୍ୱ ବିରୂପ ପୁତ୍ରରଥୀତର ଯେ ତା'ର ସୁତ

  5. Couplet 5

    ସେ ରଥୀତର ଅପୁତ୍ରିକଉପାୟ କଲା ସେ ଅନେକ

  6. Couplet 6

    କେବେହେଁ ପୁତ୍ର ତା' ନୋହିଲାଅଙ୍ଗିରା ତୁଲେ ବିଚାରିଲା

  7. Couplet 7

    ବୋଇଲା ମୋ'ର ପତ୍ନୀ ଗର୍ଭେସନ୍ତତି କର ତୁମ୍ଭେ ଭାବେ

  8. Couplet 8

    କ୍ଷତ୍ରଜ ପୁତ୍ର ହେଉ ମୋ'ରଅପୁତ୍ର ଦୁଃଖୁଁ କର ପାର

  9. Couplet 9

    ଏମନ୍ତ ରାଜାର ବଚନେଅଙ୍ଗିରା କରି ଗର୍ଭାଧାନେ

  10. Couplet 10

    ଶତକୁମର ବ୍ରହ୍ମତେଜେଜନ୍ମିଲେ ଅଙ୍ଗିରାର ବୀର୍ଯ୍ୟେ

  11. Couplet 11

    ସେ ପୁଣି ଅଙ୍ଗିର ହୋଇଲେକ୍ଷତ୍ରିୟ କ୍ଷେତ୍ର ଉପୁଜିଲେ

  12. Couplet 12

    ପୁଣି ମନୁର ଘ୍ରାଣୁଁ ଜାତଇକ୍ଷ୍ୱାକୁ ନାମେ ହୋଏ ସୁତ

  13. Couplet 13

    ସେ ଇକ୍ଷ୍ୱାକୁର ବଂଶ ଯେତେକହିବା ଶୁଣ ଏକଚିତ୍ତେ

  14. Couplet 14

    ହୋଇଲେ ଶତେକ କୁମରତାହାଙ୍କ ମଧ୍ୟେ ବଂଶଧର

  15. Couplet 15

    ବିକୁକ୍ଷି ନିମି ଦଣ୍ତ ନାମଅତି ପ୍ରଶସ୍ତ ଗୁଣଗ୍ରାମ

  16. Couplet 16

    ଏ ତିନିପୁତ୍ର ଆଦି ଯେତେରାଜା ହୋଇଲେ ଏ ଜଗତେ

  17. Couplet 17

    ପୂର୍ବେ ପଚିଶ ତା'ର ପୁତ୍ରେରାଜା ହୋଇଲେ ଆର୍ଯ୍ୟାବର୍ତ୍ତେ

  18. Couplet 18

    ପଶ୍ଚିମେ ତା'ର ପଞ୍ଚବିଂଶେଜ୍ୟେଷ୍ଠ ତିନିହେଁ ମଧ୍ୟଦେଶେ

  19. Couplet 19

    ଅପରେ ଦକ୍ଷିଣ ଉତ୍ତରଏବେ ହୋ ଶୁଣ ନୃପବର

  20. Couplet 20

    ଏମନ୍ତେ ପୁତ୍ରେ ପୁତ୍ରେ ତା'ରପୃଥିବୀ ଭାଙ୍ଗେ ନୃପବର

  21. Couplet 21

    ହେଲେ ସେ ନୃପତିକେଶରୀତଦନ୍ତେ ଶୁଣ ଦଣ୍ତଧାରୀ

  22. Couplet 22

    ଇକ୍ଷ୍ୱାକୁ ପିତୃଶ୍ରାଦ୍ଧ ଦିନେବିକୁକ୍ଷି ରାଇ ସନ୍ନିଧାନେ

  23. Couplet 23

    ବୋଇଲେ ବନ ପଶୁଗଣମୋ ପିତୃଶ୍ରାଦ୍ଧ ଅର୍ଥେ ଆଣ

  24. Couplet 24

    ତକ୍ଷଣେ ପିତା ଆଜ୍ଞା ପାଇପଶିଲା ଘୋରବନେ ଯାଇ

  25. Couplet 25

    ଶବରଗଣ ତୁଲେ ଗଲାଅନେକ ପଶୁ ବଧକଲା

  26. Couplet 26

    ଶ୍ରାଦ୍ଧକୁ ଯୋଗ୍ୟ ଯେତେ ମାଂସତାହାଙ୍କ ମଧ୍ୟେ ଏକ ଶଶ

  27. Couplet 27

    ଅରଣ୍ୟେ ପଥଶ୍ରମ ପାଇକ୍ଷୁଧାର୍ତ୍ତେ ଚଳି ନ ପାରଇ

  28. Couplet 28

    ଶଶା ଗୋଟିଏ ପତ୍ରେ ପୋଡ଼ିମାଂସ ଭକ୍ଷିଲା ଧର୍ମ ହୁଡ଼ି

  29. Couplet 29

    ଶେଷ ଯେତେକ ପଶୁ ଥିଲାପିତା ସମୀପେ ନେଇ ଦେଲା

  30. Couplet 30

    ସେ ପୁଣ ବଶିଷ୍ଠଙ୍କୁ ଆଣିଆନନ୍ଦେ ବୋଲେ ନୃପମଣି

  31. Couplet 31

    ଏ ପଶୁ ମାଂସେ ଶ୍ରାଦ୍ଧକରଏମନ୍ତ ଶୁଣି ମୁନିବର

  32. Couplet 32

    ବଶିଷ୍ଠ ରାଜା ବାକ୍ୟ ଶୁଣିସେ କଥା ଯୋଗବଳେ ଜାଣି

  33. Couplet 33

    ବୋଇଲେ ରାଜାମୁଖ ଚାହିଁପ୍ରୋକ୍ଷଣେ ଯୋଗ୍ୟ ଏ ନୁହଇ

  34. Couplet 34

    ଦେବତା-ପିତୃଅର୍ଥେ ମାଂସକେମନ୍ତେ ଦେବି ଅବଶେଷ

  35. Couplet 35

    ତୋ'ର କୁମର କ୍ଷୁଧା ଅର୍ଥେଶଶାଏ ଭକ୍ଷିଲା ବନସ୍ତେ

  36. Couplet 36

    ବନେ ଭକ୍ଷିଲା ଅଗ୍ରଭାଗଏ ମାଂସ ଶ୍ରାଦ୍ଧେନୋହେ ଯୋଗ୍ୟ

  37. Couplet 37

    ଏମନ୍ତେ ଗୁରୁବାକ୍ୟ ଶୁଣିକୋପେ ବୋଲଇ ନୃପମଣି

  38. Couplet 38

    ଏ ପୁତ୍ର ପାପିଷ୍ଠ-ପାମରଏହାକୁ ରାଜ୍ୟୁ ଦୂର କର

  39. Couplet 39

    ତକ୍ଷଣେ ରାଜାର ବଚନେପୁରୁଁ ବାହାର କଲେ ଜନେ

  40. Couplet 40

    ସେ ପୁଣ ବିପ୍ରଙ୍କ ଚରଣେସେବା କରଇ ଅନୁକ୍ଷଣେ

  41. Couplet 41

    ପିତାର ଅନ୍ତେ ରାଜା ହେଲାଶଶାଦ ନାମ ସେ ପାଇଲା

  42. Couplet 42

    ପୃଥିବୀ ଶାସନ ସେ କଲାଯଜ୍ଞେ ହରିଙ୍କୁ ଆରାଧିଲା

  43. Couplet 43

    ଶଶାଦ ପୁତ୍ର ପୁରଞ୍ଜୟନାମ ତା' ହୋଏ ଇନ୍ଦ୍ରବାହ

  44. Couplet 44

    ପରୋପକାରେ ଧର୍ମ କଲାକକୁସ୍ଥ ନାମ ସେ ବହିଲା

  45. Couplet 45

    ଏମନ୍ତେ ଶୁକବାକ୍ୟ ଶୁଣିବୋଲେ ପରୀକ୍ଷ ନୃପମଣି

  46. Couplet 46

    କକୁସ୍ଥ ନାମ ତା' କେମନ୍ତେଏ କଥା କହ ମୁନି ମୋତେ

  47. Couplet 47

    ମୁନି ବୋଲନ୍ତି ଶୁଣ ରାୟେଦେବେ ଯେ ଅସୁରଙ୍କ ଭୟେ

  48. Couplet 48

    ଦେବ ଦାନବ କୃତ ଯୁଗେଯୁଦ୍ଧ ଆରମ୍ଭ କଲେ ରଙ୍ଗେ

  49. Couplet 49

    ଗୁରୁଙ୍କୁ ପୁଛିଲେ ଦୈବତେସଂଗ୍ରାମେ ଜିଣିବୁ କେମନ୍ତେ

  50. Couplet 50

    ବୋଲଇ ଅଙ୍ଗିରା କୁମରପୁରଞ୍ଜୟକୁ ଯୋଦ୍ଧା କର

  51. Couplet 51

    ତା'ର ନାରାଚେ ରିପୁଗଣେବେଗେ ଭାଜିବେ ଘୋରରଣେ

  52. Couplet 52

    ଶୁଣି ବିବୁଧେ ତୋଷ ହେଲେପୁରଞ୍ଜୟକୁ ନିମନ୍ତ୍ରିଲେ

  53. Couplet 53

    ସେ ପୁଣି ଦେବବାକ୍ୟ ଶୁଣିକପାଳେ ଦେଇ ବେନିପାଣି

  54. Couplet 54

    ବୋଲଇ ଇନ୍ଦ୍ର କନ୍ଧେ ବସିସଂଗ୍ରାମ କରିବି ସାହସି

  55. Couplet 55

    ନୋହିଲେ ଯୁଦ୍ଧ ନାହିଁ ମୋ'ରଏମନ୍ତ ଶୁଣି ତା' ଉତ୍ତର

  56. Couplet 56

    ହେଉ ବୋଇଲେ ସୁରଗଣେଇନ୍ଦ୍ର ମିଳିଲେ ତତ୍‌କ୍ଷଣେ

  57. Couplet 57

    ସଂଗ୍ରାମେ ବୃଷରୂପ ହୋଇପୁରଞ୍ଜୟ କନ୍ଧେ ଆରୋହି

  58. Couplet 58

    ସ୍ତୁତି କରନ୍ତି ଦେବଗଣେସେ ପୁରଞ୍ଜୟ ଘୋରରଣେ

  59. Couplet 59

    ଅଭେଦ-ସେହ୍ନା ଦେହେ ଭରିଧନୁ-ନାରାଚ ହସ୍ତେ ଧରି

  60. Couplet 60

    ନିର୍ଭୟେ ଇନ୍ଦ୍ରକନ୍ଧେ ରହିତକ୍ଷଣେ ବିଷ୍ଣୁତେଜ ବହି

  61. Couplet 61

    ପଶ୍ଚିମ ଦିଗେ ବେଗେ ଗଲାଅସୁର ଭୁବନେ ମିଳିଲା

  62. Couplet 62

    ରୁନ୍ଧିଲା ଦେବ ଘେନି ସାଥେପବନ ନ ବହଇ ପଥେ

  63. Couplet 63

    ଦେବ-ଦାନବ ଘୋରରଣହୋଇଲା ଲୋମହରଷଣ

  64. Couplet 64

    ଅସୁରେ ନାନାଶସ୍ତ୍ର ଧରିଧାଇଁଲେ ଘୋରନାଦ କରି

  65. Couplet 65

    ତାହାର ବାଣ ଅଗ୍ନି ପ୍ରାୟେପଡ଼ିଲା ଅସୁରଙ୍କ ଦେହେ

  66. Couplet 66

    ସମରେ ରହି ନ ପାରିଲେପଳାଇ ନିଜ ପୁରେ ଗଲେ

  67. Couplet 67

    ଅସୁରବଳ ରଣେ ଜିଣିସକଳ ଧନରତ୍ନ ଆଣି

  68. Couplet 68

    ଇନ୍ଦ୍ରକୁ ଦେଇ ସର୍ବଧନତୋଷିଲା ବିବୁଧଙ୍କ ମନ

  69. Couplet 69

    ଇନ୍ଦ୍ରାଦି ଦେବେ ବିଷ୍ଣୁ ବୋଲେକକୁସ୍ଥ ନାମ ତା'କୁ ଦେଲେ

  70. Couplet 70

    ଏଣୁ ତା' ନାମ ଭୋ ରାଜନକହିଲୁ କଲୁ ଯେ ପ୍ରଶନ

  71. Couplet 71

    ତଦନ୍ତେ ଶୁଣ ଭୋ ରାଜନବଂଶାନୁଚରିତ ବିଧାନ

  72. Couplet 72

    ଅନେନା ପୁରଞ୍ଜୟ ସୁତପୃଥୁ ତାହାର ତହୁଁ ଜାତ

  73. Couplet 73

    ତା'ର ତନୟ ବିଶ୍ୱଗନ୍ଧିତା' ପୁତ୍ର ଚନ୍ଦ୍ର ନାମେ ସିଦ୍ଧି

  74. Couplet 74

    ତା' ସୁତ ଯୁବନାଶ୍ୱ ନାମଶ୍ରାବସ୍ତ ତାହାର ନନ୍ଦନ

  75. Couplet 75

    ଶ୍ରାବସ୍ତୀପୁର ଯେ ନିର୍ମାଇସପତଦ୍ୱୀପେ ରାଜା ହୋଇ

  76. Couplet 76

    ତା'ର କୁମର ବୃହଦଶ୍ୱପବନୁଁ ବେଗ ଯାଇ ଅଶ୍ୱ

  77. Couplet 77

    ତା'ର ସୁତ କୁବଳୟାଶ୍ୱଯେ ରାଜା ଉତଙ୍କେ ବିଶ୍ୱାସ

  78. Couplet 78

    ଏକ ବିଂଶ ସହସ୍ର ସୁତତା'ଠାରୁ ହୋଇଲେ ସମ୍ଭୂତ

  79. Couplet 79

    ସେ ରାଜା ଉତଙ୍କର ହିତେପୁତ୍ରଙ୍କୁ ଘେନିଣ ସଙ୍ଗତେ

  80. Couplet 80

    ସେ ଧୁନ୍ଧୁ ସଙ୍ଗେ ରଣ କରିରଣେ ତାହାର ପ୍ରାଣ ହରି

  81. Couplet 81

    ଧୁନ୍ଧୁ ଅସୁର ଯେଣୁ ବଧିତେଣୁ ଧୁନ୍ଧୁମାର ପ୍ରସିଦ୍ଧି

  82. Couplet 82

    ଧୁନ୍ଧୁ ମୁଖରୁ ଅଗ୍ନିଜ୍ୱାଳାପ୍ରଚଣ୍ତ ଭାବେ ସେ ଜଳିଲା

  83. Couplet 83

    ସମସ୍ତେ ହେଲେ ଭସ୍ମୀଭୂତରହିଲେ ମାତ୍ର ତିନିସୁତ

  84. Couplet 84

    ଦୃଢ଼ାଶ୍ୱ କପିଳାଶ୍ୱ ବେନିଭଦ୍ରାଶ୍ୱ ସହିତେ ସେ ତିନି

  85. Couplet 85

    ହର୍ଯ୍ୟଶ୍ୱ ଦୃଢ଼ାଶ୍ୱର ସୁତତା' ତହୁଁ ନିକୁମ୍ଭ ସମ୍ଭୂତ

  86. Couplet 86

    ନିକୁମ୍ଭଠାରୁ ଯେ ଜନମତାହାର ବହୁଳାଶ୍ୱ ନାମ

  87. Couplet 87

    କୃଶାଶ୍ୱ ନାମେ ତା'ର ସୁତତା'ର ତନୟ ସେନଜିତ

  88. Couplet 88

    ତା' ସୁତ ଯବନାଶ୍ୱ ନାମେକେବେ ହେଁ ନରହିଲା ଗ୍ରାମେ

  89. Couplet 89

    ଅପୁତ୍ର ପଣେ ଦୁଃଖମନେପତ୍ନୀ ସମେତେ ଗଲା ବନେ

  90. Couplet 90

    ଶତେକ ପତ୍ନୀ ତା'ର ତୁଲେଋଷିଙ୍କ ଆଶ୍ରମେ ମିଳିଲେ

  91. Couplet 91

    ଦେଖି ତାହାର ଶତେ ନାରୀମୁନି ସକଳେ ଦୟାକରି

  92. Couplet 92

    ରାଜାର ପୁତ୍ର ଜନ୍ମ ଅର୍ଥେଯଜ୍ଞ କରାଇଲେ ସମସ୍ତେ

  93. Couplet 93

    କଳସେ ତୀର୍ଥ ଜଳ ଭରିଗର୍ଭର ଅର୍ଥେ ମନ୍ତ୍ରି ବାରି

  94. Couplet 94

    ଯଜ୍ଞର ଶାଳେ ଘଟ ଥୋଇସକଳେ ନିଦ୍ରାଗତେ ଶୋଇ

  95. Couplet 95

    ଏମନ୍ତେ ରାଜା ଯଜ୍ଞଶାଳେଅତି ତୃଷିତ ଅନ୍ତରାଳେ

  96. Couplet 96

    ସହି ନ ପାରି ରାତ୍ର ଅନ୍ତେଜଳ କଳସ ଘେନି ହସ୍ତେ

  97. Couplet 97

    ଦେଖିଲେ ସକଳେ ଅଜ୍ଞାନତୁଷାର୍ତ୍ତେ କଲା ଜଳପାନ

  98. Couplet 98

    ଏମନ୍ତେ ପାହିଲା ରଜନୀନିଦ୍ରା ତେଜିଲେ ସର୍ବମୁନି

  99. Couplet 99

    ଉଦୟ କାଳେ ମନ୍ତ୍ରସ୍ୱରେକୁମ୍ଭ ତୋଳିଲେ ବେନିକରେ

  100. Couplet 100

    ଦେଖିଲେ କୁମ୍ଭେ ଜଳ ନାହିଁଚକିତେ ଚଉଦିଗେ ଚାହିଁ

  101. Couplet 101

    ବୋଲନ୍ତି ପାଇ ମନେ ଭ୍ରମକେ ପ୍ରାଣୀ କଲା ଏଡ଼େ କର୍ମ

  102. Couplet 102

    ମନ୍ତ୍ରିତ ଫୁସବନ ବାରିକେ ପାନ କଲା ତୃଷାଭରି

  103. Couplet 103

    ତକ୍ଷଣେ ବେନିକର ଯୋଡ଼ିମୁନିଙ୍କ ପାଦତଳେ ପଡ଼ି

  104. Couplet 104

    ରାଜା ବୋଇଲା ମୁଁ ଅଜ୍ଞାନେତୃଷା ତୋଷିଲି ଜଳପାନେ

  105. Couplet 105

    ଶୁଣି ବ୍ରାହ୍ମଣେ କୋପବହିବୋଇଲେ ବିଷ୍ଣୁମାୟା ଏହି

  106. Couplet 106

    ପ୍ରାଣୀ ଯେ ଦଇବ ଅଧୀନମାୟାର ବଳେ ହରେ ଜ୍ଞାନ

  107. Couplet 107

    ବୋଇଲେ ରାଜାମୁଖ ଚାହିଁଗର୍ଭ ଧଇଲୁ ଏବେ ତୁହି

  108. Couplet 108

    ଏବେ ତୋ' ଜୀବନ ସମ୍ଭାଳଏମନ୍ତେ ଗଲା କେତେକାଳ

  109. Couplet 109

    ଏମନ୍ତେ ପୁତ୍ର ଜନ୍ମକାଳେରାଜା ଉଦର ବାହୁ ବଳେ

  110. Couplet 110

    ଦକ୍ଷିଣ କୁକ୍ଷି ବିଦାରିଲାତକ୍ଷଣେ ଭୂମିରେ ପଡ଼ିଲା

  111. Couplet 111

    ରାଜା ନମଲା ପୁଣ୍ୟବଳେଉଭାରି ଦେଖନ୍ତି ସକଳେ

  112. Couplet 112

    ପୁତ୍ର ରୋଦଇ କ୍ଷୀର ଅର୍ଥେତା' ଦେଖି ଇନ୍ଦ୍ର ଦୟାଚିତ୍ତେ

  113. Couplet 113

    ବୋଇଲେ ବିପ୍ରଙ୍କୁ ଅନାଇଁରାଜାର ସ୍ତନଯୁଗ ନାହିଁ

  114. Couplet 114

    ଏ ପୁତ୍ର ଲୋଡୁଅଛି କ୍ଷୀରଏମନ୍ତ ବୋଲି ନିଜ କର

  115. Couplet 115

    ଅଙ୍ଗୁଳି ତା'ର ତୁଣ୍ତେ ଦେଲାତକ୍ଷଣେ କ୍ଷୁଧା ତା' ହରିଲା

  116. Couplet 116

    ଇନ୍ଦ୍ର ବୋଲଇ ତା'କୁ ଚାହିଁତୋହର ହୋଇଲି ମୁଁ ଧାଈ

  117. Couplet 117

    ତୁ ଯେ ହୋଇଲୁ ବଳବନ୍ତାଏଣୁ ତୋ' ନାମଟି ମାନ୍ଧାତା

  118. Couplet 118

    ସେ ପୁଣି ଚକ୍ରବର୍ତ୍ତୀ ହୋଇପାଳଇ ସପ୍ତଦ୍ୱୀପା ମହୀ

  119. Couplet 119

    ଇନ୍ଦ୍ର ତାହାକୁ ବର ଦେଲେଅଜୟ ହୁଅସି ବୋଇଲେ

  120. Couplet 120

    ସେ ପୁଣି ନିଜ ତେଜ ବଳେଅବନୀ ପାଳଇ ନିଶ୍ଚଳେ

  121. Couplet 121

    ତାହାର ତେଜେ ଦସ୍ୟୁଗଣଭୟେ ପଳାନ୍ତି ଛାଡ଼ି ରଣ

  122. Couplet 122

    ଏଣୁ ସେ ନିଜ ତେଜ ଧାମପାଇଲା ତ୍ରସଦ୍ଦŸସ୍ୟୁ ନାମ

  123. Couplet 123

    ରାବଣ ଆଦି ଦସ୍ୟୁ ଯେତେତ୍ରାସନ୍ତି ସେ ବସିଲେ ରଥେ

  124. Couplet 124

    ଏମନ୍ତ ନାମ ଇନ୍ଦ୍ର ଦେଲାଅନେକ କାଳ ରାଜ୍ୟ କଲା

  125. Couplet 125

    ତା' ରିପୁ ନାହିଁ ଏ ଶୟଳେବଞ୍ଚିଲା ବିଷ୍ଣୁତେଜ ବଳେ

  126. Couplet 126

    ଅନେକ ମତେ ଯଜ୍ଞ କଲାଦକ୍ଷିଣା ବିପ୍ରଗଣେ ଦେଲା

  127. Couplet 127

    ଯେ ହରି ସର୍ବ ଦେବମୟେଦେବେ ବସନ୍ତି ଯା'ର ଦେହେ

  128. Couplet 128

    ସେ ହରି ଯଜ୍ଞେ ତୋଷ କରିସୁଖେ ପାଳିଲା ବସୁନ୍ଧରୀ

  129. Couplet 129

    ସୂର୍ଯ୍ୟର ତେଜ ଯେତେ ଦୂରଯହିଁ ବା ଚନ୍ଦ୍ରମା ସମୀର

  130. Couplet 130

    ମାନ୍ଧାତା ତେତେଦୂର ରାଜାସର୍ବେ କରନ୍ତି ପାଦପୂଜା

  131. Couplet 131

    ସେ ପୁଣି ଶଶବିନ୍ଦୁ ପୁରେକନ୍ୟା ଲଭିଲା ସ୍ୱୟମ୍ବରେ

  132. Couplet 132

    ସେ କନ୍ୟା ଇନ୍ଦୁମତି ନାମରୂପରେ ଅଟେ ଅନୁପମ

  133. Couplet 133

    ତାହାର ଗର୍ଭେ ପୁତ୍ର ତିନିଜନ୍ମିଲେ ବିଷ୍ଣୁତେଜ ଘେନି

  134. Couplet 134

    ପୁରୁକୂତ୍ସ› ଯେ ଅମ୍ବରୀଷଏ ଆଦି ମୁଚୁକୁନ୍ଦ ଶେଷ

  135. Couplet 135

    ଏ ଅନ୍ତେ ପଞ୍ଚାଶ ଦୁହିତାଉତ୍ପତ୍ତି କଲେ ମାନ୍‌ଧାତା

  136. Couplet 136

    ସେ କନ୍ୟାଗଣ ବିଭାକାଳେସୌଭରିମୁନି ଯୋଗବଳେ

  137. Couplet 137

    ବିବାହ କଲେ କନ୍ୟାଗଣସେ କଥା ଏକମନେ ଶୁଣ

  138. Couplet 138

    ସୌଭରିଋଷି ବୃନ୍ଦାବନେକାଳିନ୍ଦୀ ଜଳେ ଯୋଗଧ୍ୟାନେ

  139. Couplet 139

    ତପ କରନ୍ତି ଦୃଢ଼ଚିତ୍ତେଏମନ୍ତେ କିଛିକାଳ ଅନ୍ତେ

  140. Couplet 140

    ସମାଧି ଭାଜିଲା ଚଞ୍ଚଳେସ୍ଥିରେ ଚାହିଁଲେ ନଦୀଜଳେ

  141. Couplet 141

    ଦେଖିଲେ ମୀନଗଣ ମଧ୍ୟେରୋହିତ ଖେଳଇ ଆନନ୍ଦେ

  142. Couplet 142

    ବାଳକ ମୀନ ତା' ଶରୀରେକ୍ରୀଡ଼ନ୍ତି ପୁଚ୍ଛ ପୃଷ୍ଠ ଶିରେ

  143. Couplet 143

    ଏମନ୍ତ ହୋଇ ପ୍ରତିଦିନେଖେଳନ୍ତି ମୁନି ସନ୍ନିଧାନେ

  144. Couplet 144

    ସୌଭରି ମୁନି ତାହା ଚାହିଁଲାଳସଚିତ୍ତେ ବିଚାରଇ

  145. Couplet 145

    ଦେଖ ଏ ରୋହିତର ଭାଗ୍ୟକୁଟୁମ୍ବ ମଧ୍ୟେ ସୁଖ ଭୋଗ

  146. Couplet 146

    ମୁଁ ଏବେ କରି ଗୃହାଶ୍ରମସାଧିବି ଯଥା କୁଳ ଧର୍ମ

  147. Couplet 147

    ଏତେ ବିଚାରି ତପ ଛାଡ଼ିଗୃହ କରଣେ ଚିତ୍ତ ବଢ଼ି

  148. Couplet 148

    ମାର୍ଗେ ଚଳନ୍ତି ସେ ବିଚାରିବିବାହ ଅର୍ଥେ ବ୍ରହ୍ମଚାରୀ

  149. Couplet 149

    ଗୃହସ୍ଥ ନୋହେ ସେହୁ ଭଲେଦାରା ପରିଗ୍ରହ ନ କଲେ

  150. Couplet 150

    ଏତେ ବିଚାରି ଦୃଢ଼ଚିତ୍ତେମିଳିଲେ ନୃପତି ଅଗ୍ରତେ

  151. Couplet 151

    ମୁନି ଆଗମ ରାଜା ଦେଖିଉଠିଲେ ଆସନ ଉପେକ୍ଷି

  152. Couplet 152

    ଅତିଥିମତେ ପୂଜା କଲେଆସନେ ନେଇ ବସାଇଲେ

  153. Couplet 153

    ଅନେକ ଗଉରବ କରିତା' ଦେଖି ମୁନି ସଉଭରି

  154. Couplet 154

    ବୋଇଲେ ରାଜା ମୁଖ ଚାହିଁବିଭା କରାଅ ମୋତେ ତୁହି

  155. Couplet 155

    ଗୃହେ କଳ୍ପିଲା ମୋର ମନକନ୍ୟାଏ ଦିଅ ମୋତେ ଦାନ

  156. Couplet 156

    ମୋହର ସନ୍ତତି ହୋଇଲେସ୍ୱଧର୍ମ ରଖିବୁ ତୁ ଭଲେ

  157. Couplet 157

    ଏମନ୍ତେ ମୁନି ମୁଖୁଁ ଶୁଣିରାଜା ବିଚାରେ ମନେ ଗୁଣି

  158. Couplet 158

    ଏ ଅତିବୃଦ୍ଧ ଜରଜରବାତେ କମ୍ପଇ ତା' ଶରୀର

  159. Couplet 159

    ବୃଦ୍ଧଙ୍କ ମଧ୍ୟେ ଅତିବୃଦ୍ଧଗୃହ କରଣେ କଲେ ସଧ

  160. Couplet 160

    ମୋ'ର ଦୁହିତା ଅତି ସୁଖୀଏହାକୁ ଦେଲେ ହେବ ଦୁଃଖୀ

  161. Couplet 161

    ନ ଦେଲେ ମୋ'ର ଭଲ ନାହିଁଏତେ ବିଚାରି ମୁନି ଚାହିଁ

  162. Couplet 162

    ବୋଲଇ ଶିରେ ଦେଇ କରଭୋ ମୁନି ଶୁଣ ମୋ' ଉତ୍ତର

  163. Couplet 163

    ପଞ୍ଚାଶ କନ୍ୟା ଅଛି ମୋ'ରଅନ୍ତଃପୁରକୁ ବିଜେ କର

  164. Couplet 164

    ଯେ କନ୍ୟା ତୁମ୍ଭଙ୍କୁ ବରିବସୁମନେ କରି ପ୍ରୀତିଭାବ

  165. Couplet 165

    ସେ କନ୍ୟା ନିଶ୍ଚେ ଦେବି ମୁହିଁଏମନ୍ତେ ରାଜା ସତ୍ୟ ପାଇଁ

  166. Couplet 166

    ମୁନି ଉଠିଲେ ତୋଷ ହୋଇତକ୍ଷଣେ ଅନ୍ତଃପୁରେ ଯାଇ

  167. Couplet 167

    ଦ୍ୱାରପାଳକୁ ରାଜା ଚାହିଁବୋଇଲା ଘେନିଯାଅ ତୁହି

  168. Couplet 168

    ଯେ କନ୍ୟା ବରିବ ଏ ବରଦେବଇଁ ସତ୍ୟ ଏ ମୋହର

  169. Couplet 169

    ଦ୍ୱାରପାଳର ହସ୍ତ ଧରିପୁରେ ପଶିଲେ ସଉଭରି

  170. Couplet 170

    ମିଳିଲେ କନ୍ୟାଙ୍କ ମନ୍ଦିରେମାୟା-ମୋହନ-କଳେବରେ

  171. Couplet 171

    ରୂପେ କନ୍ଦର୍ପ ରୂପ ଗଞ୍ଜେଜଗମୋହନ ତେଜ ପୁଞ୍ଜେ

  172. Couplet 172

    କନ୍ୟାଙ୍କୁ ଚାହିଁ ଦ୍ୱାରପାଳଅଳପ ନମିଲା କପୋଳ

  173. Couplet 173

    ବୋଲଇ କନ୍ୟାଙ୍କୁ ଅନାଇଁମୁଁ ତୁମ୍ଭ ପିତା ଆଜ୍ଞା ପାଇ

  174. Couplet 174

    ସଙ୍ଗତେ ଆଣିଅଛି ବରଯାହାର ଇଚ୍ଛା ତୁମେ ବର

  175. Couplet 175

    ଏକଇ କନ୍ୟା ଦେବେ ଦାନଅଧିକେ ନାହିଁ ପ୍ରୟୋଜନ

  176. Couplet 176

    କନ୍ୟାଏ ତା'ର ରୂପ ଚାହିଁନୟନ ପିଛା ନଚଳଇ

  177. Couplet 177

    ସର୍ବେ ଇଚ୍ଛନ୍ତି ତା'ର ସଙ୍ଗଅନଳେ ଯେସନେ ପତଙ୍ଗ

  178. Couplet 178

    ଏକ ଆରେକ ଆଗ ହୋଇବୋଲନ୍ତି ମୋ'ର ବର ଏହି

  179. Couplet 179

    ମୁହିଁ ବରିଲି ଆଗେ ବରନିଶ୍ଚୟେ ବର ଏ ମୋହର

  180. Couplet 180

    ଏମନ୍ତେ ଏକୁ ଆରେ ବାଦେମୁନିଙ୍କି ବରିଲେ ଆନନ୍ଦେ

  181. Couplet 181

    ତକ୍ଷଣେ ଦ୍ୱାରପାଳ ଗଲାନୃପତି ଆଗେ ଜଣାଇଲା

  182. Couplet 182

    ବୋଲଇ ବିଧାତାର ମାୟାକେ ଆନ କରେ ପ୍ରଭୁ ଏହା

  183. Couplet 183

    ଦଇବବଳ ଆକର୍ଷଣେସର୍ବେ ବରିଲେ ବରପଣେ

  184. Couplet 184

    ଶୁଣି ତାହାର ମୁଖୁଁ ବାଣୀସଂଭ୍ରମଚିରେ ନୃପମଣି

  185. Couplet 185

    ଆନନ୍ଦେ କନ୍ୟାଦାନ କଲାଅନେକ ଯଉତୁକ ଦେଲା

  186. Couplet 186

    ପଞ୍ଚାଶ କନ୍ୟା ବିଭା କରିପୁରୁଁ ବାହାର ସଉଭରି

  187. Couplet 187

    ସମ୍ପଦ ସିଦ୍ଧି ଯୋଗବଳେଗୃହସ୍ଥ-ଆଶ୍ରମ ନିଶ୍ଚଳେ

  188. Couplet 188

    ନାନାପ୍ରକାରେ ଭୋଗକଲେଅନେକ ପୁତ୍ର ନାତି ତୁଲେ

  189. Couplet 189

    ଯେ ଭୋଗକଳ୍ପେ ତା'ଙ୍କ ମନେତକ୍ଷଣେ ମିଳେ ସନ୍ନିଧାନେ

  190. Couplet 190

    ଦିଗପାଳଙ୍କ ଭୋଗ ଆଦିଅତୁଲ୍ୟ ଅମୂଲ୍ୟ ପ୍ରସିଦ୍ଧି

  191. Couplet 191

    ଏମନ୍ତ ଭୋଗ ଅନୁଦିନେବିହାର ପୁଷ୍ପିତ କାନନେ

  192. Couplet 192

    ଏମନ୍ତେ କିଛିକାଳ ଗଲାବୈରାଗ୍ୟ ମନେ ଉପୁଜିଲା

  193. Couplet 193

    ନିଜ କପାଳେ ହସ୍ତ ମାରିତାପେ ବୋଲନ୍ତି ସଉଭରି

  194. Couplet 194

    ଦଇବ ବଳ ଦେଖ ମୋତେତପ ମୁଁ କଲି ମୋକ୍ଷ ଅର୍ଥେ

  195. Couplet 195

    ଜଳେ ଅନାଇଁ ମୀନବଂଶେଜ୍ଞାନ ହାରିଲି ସଙ୍ଗଦୋଷ

  196. Couplet 196

    ଏକ ମୁଁ ଭଜିଲି ଅନେକନିଶ୍ଚୟେ ପଡ଼ିବି ନରକ

  197. Couplet 197

    ଏମନ୍ତ ଭାଳି ସେ ଏକାନ୍ତେତକ୍ଷଣେ ପଶିଲେ ବନସ୍ତେ

  198. Couplet 198

    ପତ୍ନୀ ସମେତେ ତପ ଦାହିଅନ୍ତେ ଲଭିଲେ ଭାବଗ୍ରାହୀ

  199. Couplet 199

    ସୁଜନେ ଶୁଣ ଏକଚିତ୍ତେଯେ ଧର୍ମ ବଂଶାନୁଚରିତେ

  200. Couplet 200

    କହିଲି ଆତ୍ମାହିତ ବାଣୀଯେଣେ ଭକତି ତତ୍ତ୍ୱ ଜାଣି

  201. Couplet 201

    ସଂସାର ଅନ୍ଧକୂପେ ଥାଇଏ ବିନୁ ଆନଗତି ନାହିଁ

  202. Couplet 202

    ବୋଲଇ ଦାସ ଜଗନ୍ନାଥନବମସ୍କନ୍ଧେ ଭାଗବତ