Skandha 9
Adhyaya 5
Couplet 1
ଏମନ୍ତେ ବିଷ୍ଣୁର ବଚନେଦୂର୍ବାସା ଗଲେ ତୋଷମନେ
Couplet 2
ତକ୍ଷଣେ ଅମ୍ବରୀଷ ପାଦେପଡ଼ିଲେ ଜୀବନ ପ୍ରମାଦେ
Couplet 3
ଚରଣ ତଳେ ତାଙ୍କୁ ଦେଖିସଂଭ୍ରମେ ଆସନ ଉପେକ୍ଷି
Couplet 4
ବିପ୍ର ଜୀବନ ରକ୍ଷା ଅର୍ଥେକର-ଅଞ୍ଜଳି ଦେଇ ମାଥେ
Couplet 5
ସୁଦରଶନ ମୁଖ ଚାହିଁଡାକନ୍ତି କର ତ୍ରାହି ତ୍ରାହି
Couplet 6
ଭୋ ଚକ୍ର ତୋ' ମହିମା ଯେତେକେ କହିପାରେ ଏ ଜଗତେ
Couplet 7
ତୁ ଅଗ୍ନି ତୁ ଆଦିତ୍ୟ ସୋମସର୍ବଜ୍ୟୋତିଙ୍କ ଗୁଣଧାମ
Couplet 8
ତୁ ଆପ କ୍ଷିତି ବାୟୁରୂପୀବ୍ୟୋମ ପ୍ରକାଶେ ସର୍ବବ୍ୟାପୀ
Couplet 9
ତୁ ତନମାତ୍ର ଇନ୍ଦ୍ରିଗଣବିରାଜପୁରୁଷ କାରଣ
Couplet 10
ଭୋ ଚକ୍ର ତୋତେ ନମସ୍କାରସ୍ୱଭାବେ ତୁ ସହସ୍ର ଅର
Couplet 11
ବିଷ୍ଣୁର ନିଜ ପ୍ରିୟ ତୁହିତୋ' ଭାବ ନ ଜାଣନ୍ତି କେହି
Couplet 12
ସକଳ ଶସ୍ତ୍ରତେଜ ହରୁତୋ'ର ମହିମା ମହାମେରୁ
Couplet 13
ତୁ ଲୋକପାଳ ସର୍ବଆତ୍ମାତୁ ତେଜ-ପୁରୁଷ ମହାତ୍ମା
Couplet 14
ତୁ ସର୍ବ-ଧର୍ମ-କର୍ମ-ହେତୁଅଧର୍ମକୁଳ ଧୂମକେତୁ
Couplet 15
ତ୍ରୈଲୋକପାଳ ଶୁଦ୍ଧଚେତାମନହୁଁ ବେଗ ବଳବନ୍ତା
Couplet 16
ତୋହର ନିଜ ତେଜ ତ୍ରାସେସଂସାର ଘୋରତମ ନାଶେ
Couplet 17
ଶ୍ରୁତି ତୋ' ମହିମା ନ ଜାଣେକେବଳ ପ୍ରକାଶ ପ୍ରମାଣେ
Couplet 18
ସଦଅସଦ ରୂପ ତୋ'ରବ୍ରହ୍ମାଶିବଙ୍କୁ ଆଗୋଚର
Couplet 19
ଦାନବ ବଳେ ନରହରିତୋତେ ପେଷନ୍ତି ବେଗକରି
Couplet 20
ତୁ ଦୈତ୍ୟବଳ ମଧ୍ୟେ ପଶିସକଳ ନିଜ ତେଜେ ଧ୍ୱଂସି
Couplet 21
ଅସୁର ରଣେ ତୋ'ର ତେଜଦେଖି କମ୍ପଇ ଗ୍ରହରାଜ
Couplet 22
ଏଣୁ ଜଗତ ତ୍ରାଣ ଅର୍ଥେଖଳ ବିନାଶେ ଧରି ହସ୍ତେ
Couplet 23
ତୋ' ବଳେ ବଳୀ ଗଦାଧରତୁ ଏବେ ମୋତେ ତ୍ରାହିକର
Couplet 24
ଏ ବିପ୍ର କୁଳଦେବ ମୋରଏହା ଜୀବନ ରକ୍ଷା କର
Couplet 25
ମୁଁ ଯେବେ ଦାନ ଯଜ୍ଞ କରିସ୍ୱଧର୍ମ ମାର୍ଗକୁ ଆଚରି
Couplet 26
ବ୍ରାହ୍ମଣ-ଚରଣକମଳେଯେବେ ସେବନ ମୋ'ର କୁଳେ
Couplet 27
ଯେବେ ଗୋବିନ୍ଦ ପ୍ରୀତ ମୋତେମୁଁ ସମେ ଦେଖେ ସର୍ବଭୂତେ
Couplet 28
ଏ ଧର୍ମେ ଯେବେ ମୋର ଦୀକ୍ଷାଏ ବିପ୍ର ପ୍ରାଣ ହେଉ ରକ୍ଷା
Couplet 29
ଏମନ୍ତ ଶୁଣି ତା' ବଚନବିଷ୍ଣୁର ଚକ୍ର ସୁଦର୍ଶନ
Couplet 30
ତକ୍ଷଣେ ନିଶାକର ପ୍ରାୟେଶୀତଳ ଲାଗେ ବିପ୍ର ଦେହେ
Couplet 31
ଦୁର୍ବାସା ଜୀବନ ପାଇଲାସନ୍ତୋଷେ ଚକ୍ରକୁ ଚାହିଁଲା
Couplet 32
ଚକ୍ରକୁ ନମସ୍କାର କରିବୋଲେ ଦୁର୍ବାସା ବ୍ରହ୍ମଚାରୀ
Couplet 33
ଦେଖ ଅନନ୍ତଦାସଙ୍କରମହାମହିମା ଅଗୋଚର
Couplet 34
ଅପ୍ରାଧ କଲେ ହେଁ ସହନ୍ତିବିଷ୍ଣୁଙ୍କୁ ସର୍ବଦେହେ ଚିନ୍ତି
Couplet 35
ସାଧୁ କି ଅବା ନ ଉପେକ୍ଷେହରି ସକଳ ଦେହେ ଦେଖେ
Couplet 36
ଯା' ନାମ ସୁମରଣ ମାତ୍ରେଦୁରିତ ନରହଇ ଗାତ୍ରେ
Couplet 37
ସେ ତୀର୍ଥପଦ ଦାସ ଯେତେଦୁଃଖ ନାଶନ୍ତି ଏ ଜଗତେ
Couplet 38
ଯେଣୁ ରଖିଲୁ ମୋ' ଜୀବନତୋ'ର ମହିମା ଧନ୍ୟ ଧନ୍ୟ
Couplet 39
ଏମନ୍ତ ବିପ୍ର ମୁଖୁଁ ଶୁଣିକପୋଳେ ଦେଇ ବେନିପାଣି
Couplet 40
ବୋଲେ ଦୁର୍ବାସା ମୁଖ ଚାହିଁଭୋ ବିପ୍ର କର ମୋତେ ତ୍ରାହି
Couplet 41
ତୁ ଯେ ଅତିଥି ମୋ'ର କୁଳେମିଳିଲୁ ପାରଣାର ବେଳେ
Couplet 42
ପାରଣା ଭୟେ ମୁଁ ଗୁପତେଅପ୍ରାଧ କଲି ଦୁଷ୍ଟଚିତ୍ତେ
Couplet 43
ସେ ଅପରାଧ ମୋ ନ ଧରପାରଣା ମୋ'ର ଗୃହେ କର
Couplet 44
ଏମନ୍ତ ରାଜାର ବଚନେପାରଣା କଲେ ତୋଷମନେ
Couplet 45
କଲ୍ୟାଣ କରି ଅମ୍ବରୀଷେଅନେକ ମନର ହରଷେ
Couplet 46
ତକ୍ଷଣେ ଶୂନ୍ୟମାର୍ଗେ ଗଲେବ୍ରହ୍ମାର ଭୁବନେ ମିଳିଲେ
Couplet 47
କହିଲେ ଅମ୍ବରୀଷ ବାଣୀବ୍ରହ୍ମା ସନ୍ତୋଷ ତାହା ଶୁଣି
Couplet 48
ରାଜାକୁ କଲେ ଧନ୍ୟଧନ୍ୟଏବେ ହୋ ଶୁଣସି ରାଜନ
Couplet 49
ସେ ଅମ୍ବରୀଷ ଦଣ୍ତଧାରୀପୁତ୍ରକୁ ରାଜ୍ୟେ ରାଜା କରି
Couplet 50
ହରିଚରଣେ ମନ ଦେଇପଶିଲା ଘୋର ବନେ ଯାଇ
Couplet 51
ପ୍ରାଣ ଛାଡ଼ିଲା ତପବଳେପଶିଲା ବିଷ୍ଣୁର ମଣ୍ତଳେ
Couplet 52
ସେ ଅମ୍ବରୀଷର ଆଖ୍ୟାନଯେ କରେ ଶ୍ରବଣ କୀର୍ତ୍ତନ
Couplet 53
ହରିଚରଣ ମନେ ଚିନ୍ତିଅନ୍ତେ ସେ ଗୋବିନ୍ଦେ ପଶନ୍ତି
Couplet 54
ସୁଜନେ ଅମ୍ବରୀଷ ବାଣୀସଂସାରୁ ତର ଏହା ଶୁଣି
Couplet 55
ଅମୃତ ରସମୟବାଣୀଭକତ ମହିମା ବଖାଣି
Couplet 56
ବୋଲଇ ବିପ୍ର ଜଗନ୍ନାଥନବମସ୍କନ୍ଧେ ଭାଗବତ