Skip to content
paribhaasha

Skandha 9

Adhyaya 4

  1. Couplet 1

    ନାଭାଗ ନଭଗର ବଳାପୂର୍ବେ ସେ ବ୍ରହ୍ମଚର୍ଯ୍ୟ କଲା

  2. Couplet 2

    ଭାଇଏ ତା'ର ଭାଗ କାଟିସର୍ବ ସମ୍ପଦ ନେଲେ ବାଣ୍ଟି

  3. Couplet 3

    ଭାଇଙ୍କୁ ବୋଲେ ଭାଗ କାହିଁପିତା ତୋ' ଭାଗେ ବୋଲେ ଭାଇ

  4. Couplet 4

    ପିତାଙ୍କୁ ବୋଲନ୍ତେ ତା' ଯାଇସେ ବୋଲେ ଉଚିତ ନୁହଇ

  5. Couplet 5

    ବୋଇଲା ପୁଣି ଯାଅ ତୁହିଅଙ୍ଗିରସଙ୍କ ଯଜ୍ଞ ଯହିଁ

  6. Couplet 6

    ତାହାଙ୍କୁ ଦେବୁ ଉପଦେଶଲଭିବୁ ଦ୍ରବିଣ ଅଶେଷ

  7. Couplet 7

    ପିତାର ବୋଲେ ଯଜ୍ଞେ ଗଲାଅନେକ ଧନ ସେ ଲଭିଲା

  8. Couplet 8

    ତା' ଘେନି ସେ ଯେ ବାଟେ ଆସେମିଳିଲା କାଳିଆ ପୁରୁଷେ

  9. Couplet 9

    ବୋଲଇ ମୋ'ର ଧନ ନେଇପଳାଇ ଯାଉ କାହିଁପାଇଁ

  10. Couplet 10

    ସେ ବୋଲେ ନ ଜାଣଇ କିଛିପିତା ବଚନେ ନେଉଅଛି

  11. Couplet 11

    ପୁରୁଷ ବୋଲେ ତୁ ପଚାରପିତାଙ୍କୁ ଏ ଧନ କାହାର

  12. Couplet 12

    ତହୁଁ ନାଭାଗ ବେଗେ ଗଲାସକଳ ପିତାଙ୍କୁ କହିଲା

  13. Couplet 13

    ପିତା ବୋଇଲେ ସତ୍ୟ ଏହାପୂର୍ବେ ଋଷି ଏ କଲେ ଯାହା

  14. Couplet 14

    ଯଜ୍ଞର ଶେଷ-ଧନ ଆଦିରୁଦ୍ରଙ୍କ ଭାଗ ବୋଲି ବିଧି

  15. Couplet 15

    ନାଭାଗ ତହୁଁ ବେଗେ ଗଲାରୁଦ୍ରେ ସକଳ ସମର୍ପିଲା

  16. Couplet 16

    ପିତା ପୁତ୍ରର ସତ୍ୟ ଜାଣିରୁଦ୍ର ବୋଲନ୍ତି ସାଧୁବାଣୀ

  17. Couplet 17

    ବୋଇଲେ ସର୍ବ ଘେନିଯାଅଆବର ବ୍ରହ୍ମଜ୍ଞାନ ପାଅ

  18. Couplet 18

    ଏମନ୍ତେ ସେ ନାଭାଗ ରାଜାସୁଖେ ପାଳିଲା ଜନପ୍ରଜା

  19. Couplet 19

    ଅନେକ କାଳ ରାଜ୍ୟ କଲାଅନ୍ତେ ସେ ଗୋବିନ୍ଦେ ପଶିଲା

  20. Couplet 20

    ନାଭାଗ-ପୁତ୍ର ଅମ୍ବରୀଷସେ ରାଜା ବିଷ୍ଣୁର ବିଶ୍ୱାସ

  21. Couplet 21

    ବ୍ରାହ୍ମଣ ଶାପ ନ ଲାଗିଲାତା' ଶୁଣି ଅଭିମନ୍ୟୁବଳା

  22. Couplet 22

    ଶୁକ ଚରଣ ବେନି ଧରିବୋଲେ ପରୀକ୍ଷ ଦଣ୍ତଧାରୀ

  23. Couplet 23

    ନାଭାଗ ପୁତ୍ର ଅମ୍ବରୀଷସେ ଯେବେ ବିଷ୍ଣୁର ବିଶ୍ୱାସ

  24. Couplet 24

    ବ୍ରାହ୍ମଣ ଶାପ ନ ଲାଗିଲାମୋତେ ତ ସନ୍ଦେହ ଲାଗିଲା

  25. Couplet 25

    ଯେ ବ୍ରହ୍ମଦଣ୍ତ ବଜ୍ରଘୋରକେମନ୍ତେ ତହୁଁ ହେଲା ପାର

  26. Couplet 26

    କି ଅବା ତା'ର ତପ ଫଳୁଁତରିଲା ବ୍ରହ୍ମଶାପାନଳୁଁ

  27. Couplet 27

    ଏ କଥା କହ ମୁନି ମୋତେସଂଶୟ ଲାଗିଲା ମୋ' ଚିତ୍ତେ

  28. Couplet 28

    ଏମନ୍ତ ରାଜା-ପ୍ରଶ୍ନ ଶୁଣିଶୁକ କହନ୍ତି ମଞ୍ଜୁବାଣୀ

  29. Couplet 29

    ଶୁଣ ରାଜନ ଏକଚିତ୍ତେଯେ ପ୍ରଶ୍ନ ବଂଶାନୁଚରିତେ

  30. Couplet 30

    ନାଭାଗସୁତ ଅମ୍ବରୀଷଯେମନ୍ତେ ବିଷ୍ଣୁର ବିଶ୍ୱାସ

  31. Couplet 31

    ବ୍ରାହ୍ମଣ ଶାପ ନଲାଗିଲାଅନ୍ତେ ସେ ଗୋବିନ୍ଦେ ପଶିଲା

  32. Couplet 32

    ସେ ସପ୍ତଦ୍ୱୀପେ ଏକ ରାଜାସୁଖେ ପାଳଇ ଜନପ୍ରଜା

  33. Couplet 33

    ସାତ୍ତ୍ୱିକ-ସମ୍ପଦ ତାହାରବିବେକ କେ କରୁ ଗୋଚର

  34. Couplet 34

    ସପତ ଦ୍ୱୀପେ ରାଜାପଣେପ୍ରଜା ପାଳଇ ଅନୁକ୍ଷଣେ

  35. Couplet 35

    ଶରୀର ସୁଖକୁ ନ ଲେଖେସମ୍ପଦ ସ୍ୱପ୍ନ-ପ୍ରାୟ ଦେଖେ

  36. Couplet 36

    ଯେ ପ୍ରାଣୀ ସମ୍ପଦ ଇଚ୍ଛନ୍ତିଅନ୍ତେ ସେ ନରକେ ପଡ଼ନ୍ତି

  37. Couplet 37

    ଏମନ୍ତ ନିଶ୍ଚେ ଜାଣି ମନେହରି ଭଜଇ ତତ୍ତ୍ୱଜ୍ଞାନେ

  38. Couplet 38

    ବିଷ୍ଣୁଭକତ ଯେତେ ଜନତାହାଙ୍କ ପାଦେ ତା'ର ମନ

  39. Couplet 39

    ସାଧୁଙ୍କ ପାଦେ ନିତ୍ୟେ ସେବେସଂସାର ଆତ୍ମାରୂପେ ଭାବେ

  40. Couplet 40

    ହରିଚରଣ ଯୁଗେ ମନବିଷ୍ଣୁ ଉଚ୍ଚାରଇ ବଦନ

  41. Couplet 41

    ବିଷ୍ଣୁର ମନ୍ଦିର ମାର୍ଜନେକର ଯୁଗଳ ଅନୁଦିନେ

  42. Couplet 42

    ଶ୍ରବଣ ଯୁଗ ତା' ସୁକଥାନିତ୍ୟେ ଶୁଣଇଁ କୃଷ୍ଣକଥା

  43. Couplet 43

    ନିରତେ ତାହାର ନୟନକଳ୍ପଇ ବିଷ୍ଣୁ-ଦରଶନ

  44. Couplet 44

    ଶରୀର-ଚର୍ମ ଅନୁଦିନେକଳ୍ପେ ବୈଷ୍ଣବ-ଆଲିଙ୍ଗନେ

  45. Couplet 45

    ହରିଚରଣ ପଦ୍ମଗନ୍ଧେନିରତେ ନାସା ତା' ଆମୋଦେ

  46. Couplet 46

    ଶ୍ରୀକୃଷ୍ଣଚରଣ ତୁଳସୀତା'ର ରସନା ତେଣେ ରସି

  47. Couplet 47

    ଚରଣ ଯୁଗ କଳ୍ପେ ନିତ୍ୟେକୃଷ୍ଣ ମନ୍ଦିରେ ଉପଗତେ

  48. Couplet 48

    ବିଷ୍ଣୁ ଚରଣେ ନମସ୍କାରଶିର କଳ୍ପଇ ନିରନ୍ତର

  49. Couplet 49

    ଚିତ୍ତ କଳ୍ପର ଦାସପଣେବୈଷ୍ଣବ ଚରଣ ସେବନେ

  50. Couplet 50

    ହରି-ଭକତ-ଜନେ ରତିନିରତେ କଳ୍ପେ ତା'ର ମତି

  51. Couplet 51

    ଦେହ ବିଷୟ ତା'ର ଯେତେକଳ୍ପଇ ହରିଭାବ ନିତ୍ୟେ

  52. Couplet 52

    ବିପ୍ର ଦେବତା ପାଦେ ସେବେପ୍ରଜାଙ୍କୁ ଦେଖେ ବିଷ୍ଣୁଭାବେ

  53. Couplet 53

    ସକଳ ସମ୍ପଦ ପ୍ରସିଦ୍ଧିଭିଆଇ କରେ ଅଶ୍ୱମେଧି

  54. Couplet 54

    ବିପ୍ରଚରଣ ଦାନେ ପୂଜେଯେ ଅଧିଯଜ୍ଞ ବିଧି ଭଜେ

  55. Couplet 55

    ଅସିତ ବଶିଷ୍ଠ ଗୌତମସଙ୍ଗତେ ଘେନି ମୁନିଗଣ

  56. Couplet 56

    ବିପ୍ର-ସେବନ ଅନୁମତେସରସ୍ୱତୀର ଅଭିସ୍ରୋତେ

  57. Couplet 57

    ତାହାର ଯଜ୍ଞସଭା ମଧ୍ୟେତ୍ରିଦଶେ ଅତ୍ୟନ୍ତ ଆନନ୍ଦେ

  58. Couplet 58

    ମୁନି-ବ୍ରାହ୍ମଣ ମଧ୍ୟେ ବସିନିତ୍ୟେ ଯଜ୍ଞକୁ ପରଶଂସି

  59. Couplet 59

    ଦେବ-ମନୁଷ୍ୟ ସଭାଗତେସର୍ବେ ଦିଶନ୍ତି ଏକମତେ

  60. Couplet 60

    ଦେବେ ସେ ସଭାମଧ୍ୟେ ଥା'ନ୍ତିସ୍ୱର୍ଗ-ଗମନ ନ ବାଞ୍ଛ‚ନ୍ତି

  61. Couplet 61

    କୃଷ୍ଣକୀର୍ତ୍ତନ ସଭା ମଧ୍ୟେସକଳେ ଶୁଣନ୍ତି ଆନନ୍ଦେ

  62. Couplet 62

    ସ୍ୱର୍ଗର ପ୍ରାୟ ମହୀ ଦିଶେଅଷ୍ଟମନିଧି ଯହିଁ ବସେ

  63. Couplet 63

    ଏମନ୍ତ ଭକ୍ତିଯୋଗ ବଳେସେ ରାଜା ସରସ୍ୱତୀ କୂଳେ

  64. Couplet 64

    ସ୍ୱଧର୍ମେ ବିଷ୍ଣୁଙ୍କୁ ତୋଷିଲାସର୍ବକାମନା ଉପେକ୍ଷିଲା

  65. Couplet 65

    ଗୃହ ସମ୍ପଦ ଦାରା ସୁତଜ୍ଞାତି ବାନ୍ଧବ ଇଷ୍ଟ ମିତ୍ର

  66. Couplet 66

    ରାଜସମ୍ପଦ ଆଦି ଯେତେଯେ ଅଶ୍ୱ କୁଞ୍ଜର ସହିତେ

  67. Couplet 67

    ଅପରେ ଦିବ୍ୟବସ୍ତୁ ଯେତେଇଚ୍ଛା ନ କରେ ତା'ର ଚିତ୍ତେ

  68. Couplet 68

    ନିରତେ ଗୋବିନ୍ଦ ଚରଣେମନନିବେଶେ ଅନୁକ୍ଷଣେ

  69. Couplet 69

    ତାହାର ଶୁଦ୍ଧଚିତ୍ତ ଜାଣିଚକ୍ରକୁ ରାଇ ଚକ୍ରପାଣି

  70. Couplet 70

    ବୋଇଲେ ଅମ୍ବରୀଷ ମେଳେତୁ ଚକ୍ର ଥିବୁ ସର୍ବକାଳେ

  71. Couplet 71

    ଏହାକୁ ରଖ ନିରନ୍ତରେଯେମନ୍ତେ ସର୍ବଦୁଃଖୁଁ ତରେ

  72. Couplet 72

    ଏମନ୍ତେ ବିଷ୍ଣୁ ଆଜ୍ଞା ପାଇସେ ଚକ୍ର ରକ୍ଷାକଲା ଯାଇ

  73. Couplet 73

    ସେ ରାଜା ପତ୍ନୀର ସମେତେଉପାସେ ଏକାଦଶୀ ବ୍ରତେ

  74. Couplet 74

    କାର୍ତ୍ତିକ ଶୁକ୍ଳପକ୍ଷେ ହରିପୂଜିଲା ଉପବାସ କରି

  75. Couplet 75

    ପ୍ରଭାତ କାଳେ ମଧୁବନେକାଳନ୍ଦୀକୂଳେ ଏକଧ୍ୟାନେ

  76. Couplet 76

    ଆନନ୍ଦେ ପତ୍ନୀର ସମେତେବିଷ୍ଣୁ ପୂଜିଲା ଦୃଢ଼ଚିତ୍ତେ

  77. Couplet 77

    ଦ୍ରବ୍ୟ ସମ୍ପାଦି ଅତିରେକେପୂଜିଲା ମହାଅଭିଷେକେ

  78. Couplet 78

    ଉତ୍ତମ ବସ୍ତ୍ର ଅଳଙ୍କାରସୁଗନ୍ଧମାଲ୍ୟ ଉପହାର

  79. Couplet 79

    ସଙ୍ଗତେ ଘେନି ନିଜନାରୀଏକାନ୍ତ ଭାବେ ପୂଜା କରି

  80. Couplet 80

    ଉତ୍ତମ ବ୍ରାହ୍ମଣ ବସାଇସୁନ୍ଦର ଧେନୁମାନ ଦେଇ

  81. Couplet 81

    ଧେନୁକୁ କରି ଅଳଙ୍କାରସୁବର୍ଣ୍ଣ ଶୃଙ୍ଗ ରୌପ୍ୟ ଖୁର

  82. Couplet 82

    ବିବିଧ ବସ୍ତ୍ର ମଣ୍ତି ଅଙ୍ଗେଗନ୍ଧାଦି ଧୂପଦୀପ ସଙ୍ଗେ

  83. Couplet 83

    ପୃଷ୍ଠ-ପାରୁଷେ ତାମ୍ର କାଂସ୍ୟେଧେନୁକୁ ମଣ୍ତିଲା ହରଷେ

  84. Couplet 84

    ସୁଶୀଳା ବତ୍ସା ପୟୋସ୍ୱିନୀମଣ୍ତିଲା ଅଳଙ୍କାର ଘେନି

  85. Couplet 85

    ବିପ୍ର ବସାଇ ବାକ୍ୟ କଲାବତ୍ସା ସହିତେ ଧେନୁ ଦେଲା

  86. Couplet 86

    ସୁସ୍ୱାଦୁ ଅନ୍ନ ଷଡ଼ରସେବିପ୍ରଙ୍କୁ ଭୁଞ୍ଜାଇ ସନ୍ତୋଷେ

  87. Couplet 87

    ବିପ୍ରଙ୍କ ପାଦଯୁଗେ ଲାଗିପାରଣା ଅର୍ଥେ ଆଜ୍ଞା ମାଗି

  88. Couplet 88

    ଉଦ୍ୟମ କଲା ନରପତିଏମନ୍ତେ ମିଳିଲା ଅତିଥି

  89. Couplet 89

    ଦୁର୍ବାସା ଶଂକରଙ୍କ ଅଂଶେଯାହାଙ୍କୁ ଦେଖି ଦେବେ ତ୍ରାସେ

  90. Couplet 90

    ତାହାଙ୍କୁ ଦେଖି ନୃପମଣିଆସନ ପାଦାସନ ଆଣି

  91. Couplet 91

    ପୂଜିଲା ଅତିଥି ସ୍ୱଭାବେଆନନ୍ଦେ ଅତି ଗଉରବେ

  92. Couplet 92

    ପୁଣି ଚରଣ ତଳେ ପଡ଼ିରାଜା ବୋଲଇ କରଯୋଡ଼ି

  93. Couplet 93

    ଭୋ ମୁନି ପାରଣା ମୋହରମୋ ଗୃହେ କର ତୁ ଆହାର

  94. Couplet 94

    ତକ୍ଷଣେ ଅମ୍ବରୀଷ ବୋଲେଦୁର୍ବାସା ଅଙ୍ଗୀକାର କଲେ

  95. Couplet 95

    ଆନନ୍ଦ ମନେ ଧ୍ୟାନ କରିକାଳିନ୍ଦୀ ଜଳେ ମୋଦ ଭରି

  96. Couplet 96

    ବିଳମ୍ବେ ସ୍ନାନ-ସନ୍ଧ୍ୟା କଲେନିଶ୍ଚିନ୍ତେ ବସି ନଦୀକୂଳେ

  97. Couplet 97

    ଏବେ ହେ ଶୁଣ ନୃପମଣିରାଜା ବିଷାଦ-ମନେ ଗୁଣି

  98. Couplet 98

    ପାରଣା ହୋଇଲା ଉଛୁରଅତିଥି ନଇଲା ମୋହର

  99. Couplet 99

    କେମନ୍ତେ କରିବି ଭୋଜନଅବଜ୍ଞା କରି ମହାଜନ

  100. Couplet 100

    ଅର୍ଦ୍ଧ ମୁହୂର୍ତ୍ତେ ଅଛି ବେଳଯଥାର୍ଥ ପାରଣାର କାଳ

  101. Couplet 101

    ଉଛୁର ପାରଣାର ବେଳାମୋତେ ତ ସଙ୍କଟ ପଡ଼ିଲା

  102. Couplet 102

    ଯେ କର୍ମ କଲେ ସାଧୁବାଣୀରାଜା ବିଚାରେ ମନେ ଗୁଣି

  103. Couplet 103

    ଲୋକେ ବୋଲିବେ ମୋତେ ଶୁଣିଅଧର୍ମ କଲା ନୃପମଣି

  104. Couplet 104

    ପାରଣା କଲେ ବେଦମତେଅଧର୍ମ ନ ଲାଗିବ ମୋତେ

  105. Couplet 105

    ଜଳ ଗଣ୍ତୂଷେ କରି ପାନଅତିଥି କରାଇ ଭୋଜନ

  106. Couplet 106

    ପଛେ ମୁଁ କରିବି ଆହାରଏତେ ବିଚାରି ନୃପବର

  107. Couplet 107

    ଜଳ ପାରଣା ଅପାରଣଏ ଆଦି ନିଗମ ବଚନ

  108. Couplet 108

    ବିଚାରି ବ୍ରାହ୍ମଣଙ୍କ ତୁଲେଜଳ ଗଣ୍ତୂଷେ ପାନ କଲେ

  109. Couplet 109

    ତକ୍ଷଣେ ଜଳପାନ କରିଭୟେ ସୁମରେ ହରିହରି

  110. Couplet 110

    ଦୁର୍ବାସା ଆଗମନ ଚାହିଁରାଜା ରହିଲେ ତୋଷ ହୋଇ

  111. Couplet 111

    ଦୁର୍ବାସା ଯମୁନାର କୂଳେସ୍ୱକର୍ମ ସାରି ସାୟଂକାଳେ

  112. Couplet 112

    ମିଳିଲେ ଅମ୍ବରୀଷ ପାଶେପାରଣା କରିବାର ଆଶେ

  113. Couplet 113

    ନୃପତି କରି ବହୁମାନ୍ୟବୋଲଇ କରିବା ଭୋଜନ

  114. Couplet 114

    ଏମନ୍ତ ଅମ୍ବରୀଷ ବାଣୀଦୁର୍ବାସା ମନେ ମନେ ଗୁଣି

  115. Couplet 115

    ସ୍ୱାଭାବେ ସର୍ବଜ୍ଞାତା ପୁଣଜାଣିଲେ କଲା ଏ ପାରଣ

  116. Couplet 116

    ରାଜାର ବଦନକୁ ଚାହିଁବୋଲନ୍ତି କୋପଭର ହୋଇ

  117. Couplet 117

    ତୁ ଅନାଦର କରି ମୋତେଜଳ ଯେ ଭକ୍ଷିଲୁ ଯୁଗତେ

  118. Couplet 118

    ଅତିଥି କଲୁ ଅବହେଳାଭୁଞ୍ଜିଲୁ ପାରଣାର ବେଳା

  119. Couplet 119

    ତୁ ଯେ ଅବଜ୍ଞା କଲୁ ମୋତେଉଚ୍ଛିଷ୍ଟ ଭୁଞ୍ଜିବି କେମନ୍ତେ

  120. Couplet 120

    ତୁ ମୋତେ କଲୁ ଅବହେଳଭୁଞ୍ଜ ଏ ଅଧର୍ମର ଫଳ

  121. Couplet 121

    ଏମନ୍ତ ବୋଲି କୋପଭରେଜଟା ଉପାଡ଼ି ନିଜ କରେ

  122. Couplet 122

    ଭ୍ରୁକୁଟୀ କୁଟୀଳ ଲୋଚନରାଜାଙ୍କୁ ବୋଲନ୍ତି ବଚନ

  123. Couplet 123

    ଦେଖ ଏ ନୃପତିର ଗତିସମ୍ପଦେ ହୋଇ ମୂଢ଼ମତି

  124. Couplet 124

    ଧର୍ମେ ବଞ୍ଚିତ ବିଷ୍ଣୁ ଭକ୍ତେବୋଲେ ମୁଁ ଈଶ୍ୱର ସାକ୍ଷାତେ

  125. Couplet 125

    ଅତିଥି-ମତେ ପୂଜା କଲାପାରଣା ଅର୍ଥେ ନିମନ୍ତ୍ରିଲା

  126. Couplet 126

    ଭିକ୍ଷା ନ ଦେଇ ଆଗ ମୋତେପାରଣା କଲା ଏ ଯୁଗତେ

  127. Couplet 127

    ମୋତେ ଯେ କଲା ଅବହେଳସ୍ୱଦେହେ ଭୁଞ୍ଜୁ ତା'ର ଫଳ

  128. Couplet 128

    ଜଟାକୁ ଚାହିଁ ଆଜ୍ଞା ଦେଲେଅନଳ ହୁଅ ତୁ ବୋଇଲେ

  129. Couplet 129

    ତକ୍ଷଣେ ହୁଁକାର କରାଳଉଠିଲା କୃତିହା ଅନଳ

  130. Couplet 130

    ତେଜେ ଆଚ୍ଛାଦେ ଦଶଦିଶପବନ ବହେ ଅଣଚାଷ

  131. Couplet 131

    ଧୂମ ପୂରିତ ଶୂନ୍ୟ ମଧ୍ୟେବେଗେ ଧାଇଁଲା ଘୋରନାଦେ

  132. Couplet 132

    ପ୍ରଳୟାଳନ ପ୍ରାୟେ ହୋଇମିଳିଲା ରାଜା ଆଗେ ଯାଇ

  133. Couplet 133

    ଜଳନ୍ତା ଖଡ଼୍‌ଗ କରେ ଧରିମିଳିଲା ଘୋରନାଦ କରି

  134. Couplet 134

    ଭୂମି କମ୍ପଇ ପାଦଘାତେପର୍ବତ ଉଡ଼େ ଶ୍ୱାସ ବାତେ

  135. Couplet 135

    ଦେଖି ତାହାର ତେଜ କଳାରାଜା ଚରଣେ ନ ଘୁଞ୍ଚିଲା

  136. Couplet 136

    ତା'ର ବଦନ ରାଜା ଚାହିଁମନେ ଚିନ୍ତିଲେ ଭାବଗ୍ରାହୀ

  137. Couplet 137

    ତକ୍ଷଣେ ବିଷ୍ଣୁଚକ୍ର ଆସିକୋଟିଏ ସୂର୍ଯ୍ୟ ପ୍ରାୟେ ଦିଶି

  138. Couplet 138

    କୃତିହା ଅନଳ ଉପରେପଡ଼ିଲା ମହାନାଦ ଭରେ

  139. Couplet 139

    ତକ୍ଷଣେ ଅନଳ ଲିଭିଲାଦିଗ-ଆକାଶ ପ୍ରକାଶିଲା

  140. Couplet 140

    ସୁଦରଶନ ତେଜ ଦେଖିଦୁର୍ବାସା ଭୟେ ବୁଜେ ଆଖି

  141. Couplet 141

    ବଦନେ ଦେଇ ବେନିକରଭୟେ କମ୍ପଇ ଥରହର

  142. Couplet 142

    ସଂଭ୍ରମେ ଚାହିଁ ନ ପାରିଲାଜୀବନ ଭୟେ ପଳାଇଲା

  143. Couplet 143

    ତା'ର ଭାଜିବା ଦେଖି ପଛେଚକ୍ର ଧାଇଁଲା ଅନ୍ତରୀକ୍ଷେ

  144. Couplet 144

    ମଣ୍ତୁକ ଦେଖି ସର୍ପ ଯେହ୍ନେଧାମଇଁ ଗର୍ଜିତ ବଦନେ

  145. Couplet 145

    ଦୁର୍ବାସା ଦଶଦିଶ ଚାହିଁଭୟେ ନ ପାରଇ ପଳାଇ

  146. Couplet 146

    ପଶିଲା ମେରୁ-ଗୁହା ମଧ୍ୟେସୁଦରଶନ ପଛେ ଖେଦେ

  147. Couplet 147

    ଦିଶ-ଆକାଶ-ଭୂମି ଗତେବିବର-ସମୁଦ୍ର-ସହିତେ

  148. Couplet 148

    ଦିଗପାଳଙ୍କ ପୁରେ ଲୁଚେଚକ୍ରକୁ ଦେଖେ ପଛେପଛେ

  149. Couplet 149

    ଯହୁଁ ଯହିଁକି ଧାମେ ବେଗେସୁଦରଶନ ପଛେ ଲାଗେ

  150. Couplet 150

    ସୁଦରଶନ ତେଜ ଦେଖିକେହି ନ ପାରେ ତା'କୁ ରଖି

  151. Couplet 151

    କେଣେ ହେଁ ଠାବ ନ ପାଇଲାସତ୍ୟଲୋକକୁ ପଳାଇଲା

  152. Couplet 152

    ଶୂନ୍ୟେ ପଳାନ୍ତେ ମନଦୁଃଖେଭୟେ ପଶିଲା ବ୍ରହ୍ମଲୋକେ

  153. Couplet 153

    ବ୍ରହ୍ମାର ସମୀପେ ମିଳିଲାଶରଣ ସମ୍ଭାଳ ବୋଇଲା

  154. Couplet 154

    ବିଧାତା ରଖ ମୋ'ର ପ୍ରାଣତୁମ୍ଭରେ ପଶିଲି ଶରଣ

  155. Couplet 155

    ଏମନ୍ତେ ମୁନିବାକ୍ୟ ଶୁଣିଉଚ୍ଚେ କହନ୍ତି କୁଶପାଣି

  156. Couplet 156

    କଳାସ୍ୱରୂପୀ ଯେ ଈଶ୍ୱରଭ୍ରୂଭଙ୍ଗ ମାତ୍ରେ ଯା' ସଂସାର

  157. Couplet 157

    ମୁଁ ବ୍ରହ୍ମା ଈଶ୍ୱର ସହିତେଭୃଗୁ ଦକ୍ଷାଦି ମୁନି ଯେତେ

  158. Couplet 158

    ପ୍ରଜା ଈଶ୍ୱର ଭୂତେଶ୍ୱରଦେବ ସହିତେ ସୁରେଶ୍ୱର

  159. Couplet 159

    ସେ ହରି ଆଜ୍ଞା ଶିରେ ଧରିଯେଝା ବିଷୟେ ଅଧିକାରୀ

  160. Couplet 160

    ଅଛୁଁ ସଂସାର ଲୋକହିତେତା' ରିପୁ ରଖିବୁଁ କେମନ୍ତେ

  161. Couplet 161

    ଏମନ୍ତ ବିଧାତା ବଚନଶୁଣି ଦୁର୍ବାସା ଛନଛନ

  162. Couplet 162

    ତହୁଁ ଚଳିଲା ମନଦୁଃଖେବେଗେ ପଶିଲା ଶିବଲୋକେ

  163. Couplet 163

    ଶଙ୍କର ଚରଣେ ପଡ଼ିଲାଶରଣ ସମ୍ଭାଳ ବୋଇଲା

  164. Couplet 164

    ଦୁର୍ବାସା ବାକ୍ୟ ଶୁଣି ହରସଂଭ୍ରମେ ବୋଲନ୍ତି ଉତ୍ତର

  165. Couplet 165

    ଶୁଣ ଦୁର୍ବାସା ତୋତେ କହୁଁଆମ୍ଭେ ଯାହାର ଆଜ୍ଞା ବହୁଁ

  166. Couplet 166

    ବ୍ରହ୍ମାଣ୍ତ ପାଳନ ପ୍ରକାଶେଯେବା ବିଷୟ ଜୀବକୋଷେ

  167. Couplet 167

    କାଳର ବଳେ ଦୃଶ୍ୟାଦୃଶ୍ୟଭ୍ରମନ୍ତି ସେ ଯୋନି ଅଶେଷ

  168. Couplet 168

    ତାହାଙ୍କ ମଧ୍ୟେ ଆମ୍ଭେ ଭ୍ରମିଗତ ଆଗତେ ପଥଶ୍ରମୀ

  169. Couplet 169

    ମୋ' ସଙ୍ଗେ ବ୍ରହ୍ମାଦିକୁମରନାରଦ ବ୍ରହ୍ମ ମୁନିବର

  170. Couplet 170

    କପିଳ ଦେବଳ ଆସୁରିଧର୍ମ ମରୀଚି ଆଦି କରି

  171. Couplet 171

    ଯେ ଅନ୍ୟ ସିଦ୍ଧ ମୁନିଜନବେଦାନ୍ତ ପାର ଦରଶନ

  172. Couplet 172

    ଜାଣି ନ ପାରେ ତା'ର ମାୟାନିରତେ ଭ୍ରମାଏ ବିଷୟା

  173. Couplet 173

    ସେ ବିଷ୍ଣୁଚକ୍ର ନିବାରଣେସମର୍ଥ ଅଛି କେ ଶରଣେ

  174. Couplet 174

    ତୁ ଏବେ ଚଳ ବିଷ୍ଣୁପୁରହରି ଚରଣେ ଆଶ୍ରେକର

  175. Couplet 175

    ସେ ତୋତେ ରଖିବେ ଶରଣଅନ୍ୟଥା ନାହିଁ ପରିତ୍ରାଣ

  176. Couplet 176

    ଦୁର୍ବାସା ମହେଶ ବଚନେପଶିଲା ବିଷ୍ଣୁର ଭୁବନେ

  177. Couplet 177

    ଲକ୍ଷ୍ମୀ ସହିତେ ଯହିଁ ହରିଅଛନ୍ତି ଗୃହାଶ୍ରମ କରି

  178. Couplet 178

    ବିଷ୍ଣୁର ଚକ୍ର-ତେଜ ଭରେଘର୍ମ-ଭୂଷିତ କଳେବରେ

  179. Couplet 179

    ଦୁର୍ବାସା ଶୋକ ଗଦଗଦେପଡ଼ିଲା ବିଷ୍ଣୁ-ପଦ୍ମ‌ପାଦେ

  180. Couplet 180

    କାତରେ କମ୍ପଇ ଶରୀରଡାକଇ ପ୍ରଭୁ ରକ୍ଷାକର

  181. Couplet 181

    ଭୋ ନାଥ ଅନନ୍ତ ଅଚ୍ୟୁତତୁ ସନ୍ଥଜନଙ୍କର ନାଥ

  182. Couplet 182

    ମୁଁ ତୋରେ ଅପରାଧ କରିଶରଣ ଗଲି ରଖ ହରି

  183. Couplet 183

    ମୁଁ ତୋ' ମହିମା ନ ଜାଣିଲିତେଣୁ ମୁଁ ସଙ୍କଟେ ପଡ଼ିଲି

  184. Couplet 184

    ତୋ'ର ସେବକେ ଅପରାଧକଲି ମୁଁ ରଖ ହେ ଗୋବିନ୍ଦ

  185. Couplet 185

    ତୋ'ର ଭକତ ତୋ'ର ଲୋକମୋତେ ଏ ଚକ୍ରତେଜୁଁ ରଖ

  186. Couplet 186

    ଦୁର୍ବାସା ମୁଖ ଚାହିଁ ହରିକହନ୍ତି ଅତି ମୋଦ ଭରି

  187. Couplet 187

    ମୁଁ ଭକ୍ତଜନର ଅଧୀନମୋ' ତହୁଁ ଭକ୍ତ ନୋହେ ଭିନ୍ନ

  188. Couplet 188

    ଭକତ ଅଧୀନ ମୁଁ ହୋଇସେବକ ପ୍ରାୟ ପଛେ ଥାଇ

  189. Couplet 189

    ସାଧୁଙ୍କ ହୃଦେ ମୁଁ ବସଇତା'ଙ୍କ ଭକତି ଭାବ ବହି

  190. Couplet 190

    ତାଙ୍କ ଭକତି ପ୍ରୀତି ମୋତେଆନନ୍ଦ ଦେଉଥାଇ ଚିତ୍ତେ

  191. Couplet 191

    ଭକ୍ତଟି ମୋହର ଶରୀରତିଳେ ହେଁ ନାହିଁ ଅଭ୍ୟନ୍ତର

  192. Couplet 192

    ଭକ୍ତ ନିମନ୍ତେ ଦେହ ବହିସଂସାରେ ନାନା ରୂପ ହୋଇ

  193. Couplet 193

    ଅତ୍ୟନ୍ତ ପ୍ରିୟ ମୋ'ର ଭକ୍ତମୁଁ ଭକ୍ତଜନଙ୍କର ହିତ

  194. Couplet 194

    ଏ କଥା ମୁନିଙ୍କ ସଙ୍ଗମେଜାଣନ୍ତି ଆଗମ ନିଗମେ

  195. Couplet 195

    ତା' ତହୁଁ ପ୍ରିୟ କେହି ନାହିଁଶୁଣ ଦୁର୍ବାସା ମନ ଦେଇ

  196. Couplet 196

    ଏକଥା ପରମ୍ପରା ବିଧିବେଦ-ପୁରାଣ ମାର୍ଗେ ସିଦ୍ଧି

  197. Couplet 197

    ଶରଣ ଯେ ମୋ'ର ଚରଣେସମ୍ପଦ ତୁଚ୍ଛ ପ୍ରାୟେ ମଣେ

  198. Couplet 198

    ଦାରା ମନ୍ଦିର ସୁତ ଧନକେବେ ହେଁ ନ କଳ୍ପେ ତା' ମନ

  199. Couplet 199

    ଯେ ପ୍ରାଣ ଛାଡ଼େ ମୋ'ର ହିତେମୁଁ ତା'କୁ ଛାଡ଼ିବି କେମନ୍ତେ

  200. Couplet 200

    ମୋ'ର ବିଷୟେ ଚିତ୍ତ ସ୍ଥାପେମୋତେ ଦେଖନ୍ତି ଆତ୍ମା ରୂପେ

  201. Couplet 201

    ମୁଁ ତାକୁ ଦିଶେ ସର୍ବଭୂତେହୃଦୟେ ଥାଏଁ ଅବିରତେ

  202. Couplet 202

    ଭକ୍ତିରେ ମୋତେ ବଶ କରିନିଜ ପୁରୁଷେ ଯେହ୍ନେ ନାରୀ

  203. Couplet 203

    ମୋର ଚରଣ ନିତ୍ୟେ ଚିନ୍ତିଚତୁର୍ଦ୍ଧା ମୁକ୍ତି ନ ବାଞ୍ଛନ୍ତି

  204. Couplet 204

    ଜନ୍ମ ମରଣ ତାପ ନାହିଁସ୍ଥିତି ସଂହାର ଆଉ କାହିଁ

  205. Couplet 205

    ମୋ'ର ହୃଦୟ ଭକ୍ତଜନମୁହିଁଟି ତାହାଙ୍କ ଜୀବନ

  206. Couplet 206

    ମୋ' ତହୁଁ ନ ଜାଣନ୍ତି ଆନମୁଁ ତା'ଙ୍କ ପ୍ରିୟ ଇଷ୍ଟ ଧନ

  207. Couplet 207

    ଏବେ ମୋ ଭକ୍ତ ଅପରାଧେସୁଦରଶନ ତୋତେ ବାଧେ

  208. Couplet 208

    ଯେ ମୋ'ର ଭକ୍ତକୁ ପୀଡ଼ନ୍ତିମୋ' ଚକ୍ର ତେଜେ ସେ ପଡ଼ନ୍ତି

  209. Couplet 209

    ବିପ୍ରେ ଯେ ତପ ବିଦ୍ୟା ବଳେଶ୍ରେୟ କରନ୍ତି ଏ ଶୟଳେ

  210. Couplet 210

    ସେ ଯେବେ ଭକ୍ତକୁ ପୀଡ଼ନ୍ତିଉଭୟ ଲୋକ ନ ଲଭନ୍ତି

  211. Couplet 211

    ଏବେ ତୁ ଯାଆ ବେଗ ହୋଇନାଭାଗ ପୁତ୍ର ଅଛି ଯହିଁ

  212. Couplet 212

    ତା'ରେ ଶରଣ ପଶ ଏବେମୋ' ଚକ୍ରୁ ନିସ୍ତରିବୁ ଯେବେ

  213. Couplet 213

    ବୋଲଇ ବିପ୍ର ଜଗନ୍ନାଥନବମ ସ୍କନ୍ଧେ ଭାଗବତ

  214. Couplet 214

    ଗୋବିନ୍ଦ ଆଜ୍ଞା ପରମାଣେଦୁର୍ବାସା ଗଲା ତତ୍‌କ୍ଷଣେ

  215. Couplet 215

    ହରିଭକତଙ୍କ ମହିମାକେ କହିପାରେ ଗୁଣସୀମା

  216. Couplet 216

    ଭକ୍ତଚରଣ ସେବା ଫଳେପ୍ରସନ୍ନ ହୋନ୍ତି ହରି ଭଲେ

  217. Couplet 217

    ସୁଜନେ ଚିନ୍ତ ହରିପାଦେତରିବ ବିଷୟ ପ୍ରମାଦେ

Odia Bhagabata skandha 9 adhyaya 4 | Parbani by ParibhaAsha App