Skip to content
paribhaasha

Skandha 9

Adhyaya 3

  1. Couplet 1

    ଏବେ ହୋ ଶୁଣ ସାବଧାନେମନୁର ବଂଶାନୁବିଧାନେ

  2. Couplet 2

    ଶର୍ଯ୍ୟାତି ନାମେ ମନୁସୁତଶୁଣ ହୋ ତାହାର ଚରିତ

  3. Couplet 3

    ସ୍ୱଭାବେ ବ୍ରହ୍ମିଷ୍ଠ ହୋଇଲାଅଙ୍ଗିରା ଯଜ୍ଞେ ଦୀକ୍ଷା ଦେଲା

  4. Couplet 4

    ସୁକନ୍ୟା ନାମେ ତା'ର କନ୍ୟାହୋଇଲା ରୂପେ ଅନୁପମା

  5. Couplet 5

    ସେ କନ୍ୟା ପିତାର ସଙ୍ଗତେଆନନ୍ଦେ ପଶିଲା ବନସ୍ତେ

  6. Couplet 6

    କୁମାରୀ ପାଞ୍ଚ ସାତ ସଙ୍ଗେବନେ ଭ୍ରମଇ ଅତିରଙ୍ଗେ

  7. Couplet 7

    ସେ ବନେ ଭୃଗୁର ନନ୍ଦନତପସ୍ୱୀ ନାମ ତା' ଚ୍ୟବନ

  8. Couplet 8

    ସେ ବନେ ନିଶ୍ଚଳ ଆସନେବସିଲା ଯୋଗର ଧାରଣେ

  9. Couplet 9

    ରହିଲା ଅନେକ ବରଷହୋଇଲା ଅସ୍ଥି ଚର୍ମ ଶେଷ

  10. Couplet 10

    ବଲ୍ମୀକ କୀଟ ତା'ର ଦେହେମୁଖ ଢାଙ୍କିଲେ ମୂତ୍ତିକାଏ

  11. Couplet 11

    ବଲ୍ମୀକ କୁଦ ପ୍ରାୟ ଦିଶେକେବଳ ନୟନ ପ୍ରକାଶେ

  12. Couplet 12

    ଏମନ୍ତେ ରାଜକନ୍ୟା ଗଲାଚ୍ୟବନ ନିକଟେ ମିଳିଲା

  13. Couplet 13

    ବଲ୍ମୀକ କୁଦ ମଧ୍ୟେ ଭିନ୍ନଦିଶଇ ମୁନିଙ୍କ ନୟନ

  14. Couplet 14

    ଅଦ୍‌ଭୁତ ବେନି ଜ୍ୟୋତି ଚାହିଁସୁକନ୍ୟା ମନେ ବିଚାରଇ

  15. Couplet 15

    ଏ ତ ସୁନ୍ଦର ଜ୍ୟୋତି ଦିଶେତେଜେ ତିମିର ବନେ ନାଶେ

  16. Couplet 16

    ଏମନ୍ତ ମନେ ପରିମାଣିକଣ୍ଟକ ବୃକ୍ଷୁଁ କଣ୍ଟା ଆଣି

  17. Couplet 17

    ସେ ବେନି ଜ୍ୟୋତି କଲା କ୍ଷତତକ୍ଷଣେ ସ୍ରବିଲା ରକତ

  18. Couplet 18

    ବଲ୍ମୀକ ମଧ୍ୟେ ଶୋଣି ବହେଧାରା ଦିଶଇ ମୁନି ଦେହେ

  19. Couplet 19

    ମୁନିଙ୍କି ଅପରାଧ କଲାଶୁଣ ହେ ଅଭିମନ୍ୟୁବଳା

  20. Couplet 20

    ତକ୍ଷଣେ ରାଜାର ସମେତେଅପରେ ଥିଲେ ଲୋକ ଯେତେ

  21. Couplet 21

    ସର୍ବେ ହୋଇଲେ ଅପରାଧୀହୋଇଲା ମୂତ୍ରଦ୍ୱାରା ରୁନ୍ଧି

  22. Couplet 22

    ସୁକନ୍ୟା ସଙ୍ଗେ କନ୍ୟା ଯେତେଥିଲେ ଯେ ରାଜାଙ୍କ ସଙ୍ଗତେ

  23. Couplet 23

    କେହି ନ ପାରେ ମୂତ୍ର କରିକାନ୍ଦନ୍ତି ମୂତ୍ରଦ୍ୱାରା ଧରି

  24. Couplet 24

    ସର୍ବେ କରନ୍ତି ହାହାକାରଶୁଣି ଶର୍ଯ୍ୟାତି ନୃପବର

  25. Couplet 25

    ସକଳେ ପୁଚ୍ଛି ଦୁଃଖମନକନ୍ୟାକୁ ବୋଲନ୍ତି ବଚନ

  26. Couplet 26

    ତୁ ଯେ ବନସ୍ତେ ଭ୍ରମୁ ଥିଲୁକାହିଁକି ଅବା ଆଚରିଲୁ

  27. Couplet 27

    ସେ କର୍ମବଳେଟି ଏ ବ୍ୟାଧିରହିଲା ମୂତ୍ରଦ୍ୱାର ରୁନ୍ଧି

  28. Couplet 28

    ସର୍ବେ ମରିବା ଏହିକ୍ଷଣିସୁକନ୍ୟା କହେ ତାହା ଶୁଣି

  29. Couplet 29

    ଭୋ ତାତ ବଲ୍ମୀକ ଉପରେଜ୍ୟୋତି-ଯୁଗଳ ଦେଖି ଖରେ

  30. Couplet 30

    ଅଦ୍‌ଭୁତ ପ୍ରାୟେ ମୁହିଁ ମଣିକଣ୍ଟକ ବୃକ୍ଷୁଁ କଣ୍ଟା ଆଣି

  31. Couplet 31

    ଭେଦିଲି ସେ ଜ୍ୟୋତି ଅଦ୍‌ଭୁତତକ୍ଷଣେ ସ୍ରବିଲା ରକତ

  32. Couplet 32

    ତା' ଶୁଣି ନୃପ ଅତିବେଗେମିଳିଲା ବଲ୍ମୀକର ଆଗେ

  33. Couplet 33

    ସଂଭ୍ରମେ ବେନିକର ଯୋଡ଼ିକହେ ବଲ୍ମୀକ ତଳେ ପଡ଼ି

  34. Couplet 34

    ଭୋ କୀଟ ବଲ୍ମୀକ ତୋ' ଦେହରୁଧିର ବହେ କିମ୍ବା କହ

  35. Couplet 35

    ମୁଁ ତୋ'ର କଲି ଅପରାଧତୋ'ଜ୍ୟୋତି କନ୍ୟା କଲାଭେଦ

  36. Couplet 36

    ସେ କନ୍ୟା ସ୍ୱଭାବେ ଚଞ୍ଚଳସର୍ବେ ପାଇଲୁ ପ୍ରତିଫଳ

  37. Couplet 37

    ନିରୋଧ ହେଲା ମୂତ୍ରଦ୍ୱାରାରଖ ଶରଣ ଗଲି ତୋ'ର

  38. Couplet 38

    ଏମନ୍ତ ରାଜାବାକ୍ୟ ଶୁଣିଚ୍ୟବନ କହେ ଖେଦବାଣୀ

  39. Couplet 39

    ଭୋ ନୃପ ଭୃଗୁର କୁମରଚ୍ୟବନଋଷି ନାମ ମୋ'ର

  40. Couplet 40

    ମୁଁ ଏ ଅରଣ୍ୟେ ତପ କରିଚିନ୍ତଇ ପ୍ରଭୁ ନରହରି

  41. Couplet 41

    ଆସନେ ବସିଲି ନିଶ୍ଚଳଏମନ୍ତେ ଗଲା କେତେକାଳ

  42. Couplet 42

    ବଲ୍ମୀକ କୀଟ ମୋ' ଶରୀରେମାଂସ ରୁଧିର ଭକ୍ଷି ଖରେ

  43. Couplet 43

    ମୃତ୍ତିକା ମୋହର ଉପରେମୁଖେ ଆଚ୍ଛାଦି ନିରନ୍ତରେ

  44. Couplet 44

    ଦେହ ଭକ୍ଷିଲେ ସ୍ୱାଦୁ ରସେକେବଳ ଅସ୍ଥି ରହେ ଶେଷେ

  45. Couplet 45

    ଏମନ୍ତ ମୁନିମୁଖୁଁ ଶୁଣିଚରଣେ ପଡ଼ି ନୃପମଣି

  46. Couplet 46

    ଧରିଣ ମୁନିଙ୍କ ଚରଣବୋଲଇ କର ପରିତ୍ରାଣ

  47. Couplet 47

    ଏ ଯେ ସୁକନ୍ୟା ମୋ' ଦୁଲଣୀଏ ହେଉ ତୋହର ଘରଣୀ

  48. Couplet 48

    ସତ୍ୟ ବଚନ ଏ ମୋହରଏଥକୁ ସାକ୍ଷୀ ଦିବାକର

  49. Couplet 49

    ଏମନ୍ତ ରାଜା ମୁଖୁଁ ଶୁଣିଚ୍ୟବନ କହେ ମଞ୍ଜୁବାଣୀ

  50. Couplet 50

    ଏ ଯେବେ ସତ୍ୟବାକ୍ୟ ତୋ'ରସ୍ରବୁ ସକଳ ମୂତ୍ରଦ୍ୱାର

  51. Couplet 51

    ଶୁଣି ସେ ଚ୍ୟବନ ବଚନଫିଟିଲା ମୂତ୍ର-ନିରୋଧନ

  52. Couplet 52

    ସର୍ବେ ଲଭିଲେ ପରିତ୍ରାଣଏବେ ହୋ ପରୀକ୍ଷିତ ଶୁଣ

  53. Couplet 53

    ମୁନିଙ୍କି କନ୍ୟାଦାନ କରିରାଜା ଚଳିଲା ନିଜ ପୁରୀ

  54. Couplet 54

    ନିଜ ଜନଙ୍କ ସଙ୍ଗେ ମିଶିଚ୍ୟବନ ମହିମା ପ୍ରକାଶି

  55. Couplet 55

    ସୁକନ୍ୟା ଚ୍ୟବନ ସମୀପେଖଟଇ ମନ ଅନୁରୂପେ

  56. Couplet 56

    ନିତ୍ୟେ କଳ୍ପିତ ଭିକ୍ଷା ଆଣିଯେ ମିଳେ ଶାକ କନ୍ଦ ପାଣି

  57. Couplet 57

    ଏମନ୍ତେ ଶୁଣ ନୃପବରବିଧାତା ବଳ ବଳୀୟାର

  58. Couplet 58

    ଏମନ୍ତେ କେତେକାଳ ଗଲାସୁକନ୍ୟା ରଜ ପ୍ରକାଶିଲା

  59. Couplet 59

    ସେ ଦିନ ପ୍ରଭାତର କାଳେଅଶ୍ୱିନୀ କୁମାରେ ମିଳିଲେ

  60. Couplet 60

    ମୁନିଙ୍କି ନମସ୍କାର କରିବସିଲେ ଆସନ ଆବୋରି

  61. Couplet 61

    ଚ୍ୟବନ ଉଠି ମନତୋଷେଅଶ୍ୱିନୀ କୁମାରଙ୍କ ପାଶେ

  62. Couplet 62

    ପାଦ୍ୟାର୍ଘେ ଚରଣ ପୂଜିଲେଅନେକ ସ୍ତୁତିବାକ୍ୟ କଲେ

  63. Couplet 63

    ବୋଲନ୍ତି ବିଶ୍ୱାସ କରାଇଦେବଙ୍କ ବୈଦ୍ୟ ତୁମ୍ଭେ ଦୁଇ

  64. Couplet 64

    ଯେ ତୁମ୍ଭ ନାମ ଉଚ୍ଚାରନ୍ତିରୋଗ-ପ୍ରବନ୍ଧୁ ସେ ତରନ୍ତି

  65. Couplet 65

    ଦେଖ ଏ ମୋହର ଶରୀରଜରା ଅବସ୍ଥା ଜରଜର

  66. Couplet 66

    ଶର୍ଯ୍ୟାତି କନ୍ୟା ମୋତେ ଦେଲାଭାବ ଅଭାବ ନ ଜାଣିଲା

  67. Couplet 67

    ଦେଖ ଏ କନ୍ୟା ପତିବ୍ରତାଏହାକୁ ହୁଅ ବରଦାତା

  68. Couplet 68

    ଏ ବୃଦ୍ଧ-ଦୁଃଖ ମୋର ହରଯୁବାବୟସ ମୋତେ କର

  69. Couplet 69

    ମୁଁ ପୁଣି ତୁମ୍ଭ ଉପକାରେକରିବି ଯଥାର୍ଥ ବେଭାରେ

  70. Couplet 70

    ତୁମ୍ଭେ ଯେ ଦେବବୈଦ୍ୟ ଦୋଷେଯଜ୍ଞେ ନ ଲଭ ସୋମ ଅଂଶେ

  71. Couplet 71

    ଏବେ ମୁଁ ତୁମ୍ଭୁଙ୍କୁ ବରିବିଆନନ୍ଦେ ଯଜ୍ଞଭାଗ ଦେବି

  72. Couplet 72

    ଇନ୍ଦ୍ର କି କରିବ ମୋହରଯୁବା ଶରୀର ମୋତେ କର

  73. Couplet 73

    ଏମନ୍ତ ମୁନିମୁଖୁଁ ଶୁଣିଅଶ୍ୱିନୀ ସୁତେ ମନେ ଗୁଣି

  74. Couplet 74

    ବୋଲନ୍ତି ମୁନି ମୁଖ ଚାହିଁଏ କଥା ଅନ୍ୟଥା ନୁହଇ

  75. Couplet 75

    ଅମ୍ବର ସଙ୍ଗେ ସିଦ୍ଧହ୍ରଦେସ୍ନାହାନ କର ଅପ୍ରମାଦେ

  76. Couplet 76

    ହୋଇବ କନ୍ଦର୍ପ ଶରୀରପ୍ରତ୍ୟକ୍ଷ ଦେଖ ମନ୍ତ୍ରବଳ

  77. Couplet 77

    ତା' ଶୁଣି ଚ୍ୟବନ ଆନନ୍ଦେବେଗେ ପଶିଲେ ସିଦ୍ଧହ୍ରଦେ

  78. Couplet 78

    ତିନିହେଁ ହସ୍ତେ ହସ୍ତଧରିଜଳେ ବୁଡ଼ିଲେ ବୋଲି ହରି

  79. Couplet 79

    ତକ୍ଷଣେ ଏକରୂପ ହୋଇଉଠିଲେ କନ୍ୟାମୁଖ ଚାହିଁ

  80. Couplet 80

    କି ଅବା ଦେବା ପଟାନ୍ତରରୂପେ ମୋହିଲେ ସୁରନର

  81. Couplet 81

    ସେ କନ୍ୟା ତୀରେ ଚାହିଁଥିଲାନିଜ ସ୍ୱାମୀକି ନ ଚିହ୍ନିଲା

  82. Couplet 82

    ବିକଳେ ହୋଇ ଛନ୍ନଛନ୍ନଚାହିଁଣ ତାହାଙ୍କ ବଦନ

  83. Couplet 83

    କର ଅଞ୍ଜଳି ଶିରେ ଦେଇବୋଲଇ ମୋତେ କର ତ୍ରାହି

  84. Couplet 84

    ମୁଁ ଯେବେ ସତ୍ୟ ପତିବ୍ରତାନିକଟେ ଦିଅ ମୋର ଭର୍ତ୍ତା

  85. Couplet 85

    ଅଶ୍ୱିନୀ ସୁତେ ତାହା ଶୁଣିସ୍ୱାମୀକି ଦେଲେ ତା'ର ଆଣି

  86. Couplet 86

    ଋଷିଙ୍କି ନମସ୍କାର ହୋଇସ୍ୱର୍ଗେ ଚଳିଲେ ବେନିଭାଇ

  87. Couplet 87

    ଶୁଣ ହୋ ପରୀକ୍ଷିତ ଏବେଶର୍ଯ୍ୟାତି ଯଜ୍ଞର ଆରମ୍ଭେ

  88. Couplet 88

    ଚ୍ୟବନ ଆଶ୍ରମେ ମିଳିଲାନୟନେ ଅଦ୍‌ଭୁତ ଦେଖିଲା

  89. Couplet 89

    ନିଜର କନ୍ୟାର ପାଶେ ବସିପୁରୁଷେ ଦିଶେ ତେଜ ରାଶି

  90. Couplet 90

    ସୁକନ୍ୟା ଆସି ପିତା ପାଦେସ୍ୱଭାବେ ନମିଲା ଆନନ୍ଦେ

  91. Couplet 91

    ତାହାକୁ କଲ୍ୟାଣ ନ କରିକନ୍ୟାକୁ ବୋଲେ କୋପକରି

  92. Couplet 92

    ଅଦ୍ଭୁତ କର୍ମ ଏ ତୋହରଅତ୍ୟନ୍ତ ବୃଦ୍ଧ ତୋ'ର ବର

  93. Couplet 93

    ତା'ର ଚରଣେ ସେବା ଛାଡ଼ିଯୁବା ପୁରୁଷେ ଲୋଭ ବଢ଼ି

  94. Couplet 94

    କେମନ୍ତେ ଟଳିଲା ତୋ' ମତିସଂସାରେ ଯେସନେ ଅସତୀ

  95. Couplet 95

    କୁଳ ଦୂଷଣ କର୍ମ କଲୁବୃଦ୍ଧ ସ୍ୱାମୀକି ଉପେକ୍ଷିଲୁ

  96. Couplet 96

    ଜାର ପୁରୁଷେ କଲୁ ମତିଏ ବଡ଼ ତୋହର ଅନୀତି

  97. Couplet 97

    ଉଭୟ କୁଳ କଲୁ ନାଶପରପୁରୁଷେ ତୋ' ବିଶ୍ୱାସ

  98. Couplet 98

    ଏ କର୍ମେ ପିତା-ପତି-ବଂଶନରକେ କରାଇଲୁ ବାସ

  99. Couplet 99

    ଏମନ୍ତ ପିତାବାକ୍ୟ ଶୁଣିହସି ବୋଲଇ ତା' ଦୁଲଣୀ

  100. Couplet 100

    ଭୋ ତାତ ଭ୍ରାନ୍ତି ତୁ ନ କରଏହିଟି ମୋର ନିଜ ବର

  101. Couplet 101

    ଏମନ୍ତ ପିତାର ଅଗ୍ରତେସର୍ବ କହିଲା ଆଦି ଅନ୍ତେ

  102. Couplet 102

    ଯେମନ୍ତେ ସ୍ୱର୍ଗ ବୈଦ୍ୟେ ଆସିସୁନ୍ଦର କଲେ ଜଳେ ପଶି

  103. Couplet 103

    ବୃଦ୍ଧକୁ ଯୁବା ରୂପ କଲେରଥ ଆରୋହୀ ସ୍ୱର୍ଗେ ଗଲେ

  104. Couplet 104

    ଏମନ୍ତେ ପୁତ୍ରୀ ବାକ୍ୟ ଶୁଣିଅତି ଆନନ୍ଦ ନୃପମଣି

  105. Couplet 105

    ତକ୍ଷଣେ ଦୁହିତା ବଚନଅଦ୍‌ଭୁତ ଶୁଣି ସେ ରାଜନ

  106. Couplet 106

    ଅତି ଆନନ୍ଦେ ମୋଦ ଭରିନିଜ ଦୁହିତା କୋଳକରି

  107. Couplet 107

    ତକ୍ଷଣେ ନିଜପୁରେ ଗଲାଶୁଣ ହେ ଅଭିମନ୍ୟୁ ବଳା

  108. Couplet 108

    ନିଜ ଭୁବନେ ନୃପମଣିଚ୍ୟବନ ମୁନି ଗୃହେ ଆଣି

  109. Couplet 109

    ଆଗମ-ନିଗମ-ଉକତେଯଜ୍ଞ ସେ କଲା ବିଧିମତେ

  110. Couplet 110

    ଚ୍ୟବନ ବାକ୍ୟେ ଯଜ୍ଞ ଘରେମିଳିଲେ ଅଶ୍ୱିନୀ କୁମାରେ

  111. Couplet 111

    ତାହାଙ୍କୁ ସୋମ ଦେବା ବେଳେଇନ୍ଦ୍ର ମିଳିଲା ଯଜ୍ଞଶାଳେ

  112. Couplet 112

    ବଜ୍ର ଉଞ୍ଚାଇ କୋପଭରେନିଷେଧ କଲା ମନ୍ତ୍ରସ୍ୱରେ

  113. Couplet 113

    ତା' ଦେଖି ଚ୍ୟବନ ଉଠିଲେଇନ୍ଦ୍ରର ବଜ୍ରକୁ ସ୍ତମ୍ଭିଲେ

  114. Couplet 114

    ମାରି ନ ପାରି ବଜ୍ର କୋପେଇନ୍ଦ୍ର ଶରୀର ଭୟେ କମ୍ପେ

  115. Couplet 115

    ବୋଲଇ ମୁନିମୁଖ ଚାହିଁଏ କଥା ଉଚିତ ନୁହଇ

  116. Couplet 116

    ଯଜ୍ଞେ ଏହାଙ୍କ ଭାଗ ନାହିଁଆହୁତି ଦିଅ କାହିଁ ପାଇଁ

  117. Couplet 117

    ଚ୍ୟବନ ବୋଲେ ଇନ୍ଦ୍ରେ ଚାହିଁସତ୍ୟ ଯେ କରିଅଛି ମୁହିଁ

  118. Couplet 118

    ଏ ଯହୁଁ ଯୁବା କଲେ ମୋତେଆହୁରି ଦେବି ଯଜ୍ଞ ଅନ୍ତେ

  119. Couplet 119

    ଯଜ୍ଞରେ ଶେଷଭାଗ ପାଇସନ୍ତୋଷ ହେବେ ବେନିଭାଇ

  120. Couplet 120

    ବ୍ୟାଧି ନାଶିବେ ଯଜମାନେଏମନ୍ତେ ଚ୍ୟବନ ବଚନେ

  121. Couplet 121

    ତୋଷ ହୋଇଲେ ସୁରନାଥମୁନି ଛାଡ଼ିଲେ ତା'ର ହସ୍ତ

  122. Couplet 122

    ସେଦିନୁ ସର୍ବଦେବେ ଯଜ୍ଞେତା'ଙ୍କୁ ସ୍ଥାପିଲେ ହବିର୍ଭାଗେ

  123. Couplet 123

    ଶେଷେ ସେ ସୋମଭାଗ ପା'ନ୍ତିଏବେ ହୋ ଶୁଣ ନରପତି

  124. Couplet 124

    ଏମନ୍ତେ ଯଜ୍ଞକର୍ମ ଫଳେପୁତ୍ରେ ଜନ୍ମିଲେ ରାଜାକୁଳେ

  125. Couplet 125

    ଅତି ସୁନ୍ଦର ଅନୁପମଶୁଣ ହେ ତାହାଙ୍କର ନାମ

  126. Couplet 126

    ଉତ୍ତାନବରହି ଆନର୍ତ୍ତତୃତୀୟେ ଭୂରିସେନ ଜାତ

  127. Couplet 127

    ଶର୍ଯ୍ୟାତି ପୁତ୍ରେ ମହାତେଜେପ୍ରଜାପାଳିଲେ ଶୁଭେ ରାଜ୍ୟେ

  128. Couplet 128

    ଆନର୍ତ୍ତ ନାମେ ମଧ୍ୟ ସୁତଶୁଣ ହେ ତାହାଙ୍କ ଚରିତ

  129. Couplet 129

    ସେ ନିତ୍ୟେ ହରି ସେବା କରେସେ ପୁଣ୍ୟେ ତା'ପତ୍ନୀ ଉଦରେ

  130. Couplet 130

    ରେବତ ନାମେ ପୁତ୍ର ଜାତହୋଇଲା ଅତି ବଳବନ୍ତ

  131. Couplet 131

    ସମୁଦ୍ର ମଧ୍ୟେ ପୁର କଲାତା' ନାମ କୁଶସ୍ଥଳୀ ଦେଲା

  132. Couplet 132

    ସେ ରାଜ୍ୟେ ବସି ଦିନାକେତେଭୋଗ ଭୁଞ୍ଜିଲା ନାନାମତେ

  133. Couplet 133

    ନିତ୍ୟେ ସେ ବିଷ୍ଣୁଙ୍କୁ ସେବଇତାହାର ଶତ୍ରୁ ନାହିଁ କେହି

  134. Couplet 134

    ତାହାର ଶତେ ପୁତ୍ର ଜାତତାହାଙ୍କ ମଧ୍ୟେ ଜ୍ୟେଷ୍ଠଭ୍ରାତ

  135. Couplet 135

    କକୁଦ୍ମୀ ନାମ ତା'ର ହୋଏଇନ୍ଦ୍ର କମ୍ପଇ ଯା'ର ଭୟେ

  136. Couplet 136

    ରେବତୀ ନାମେ କନ୍ୟା ତା'ରସୁନ୍ଦରେ ନାହିଁ ପଟାନ୍ତର

  137. Couplet 137

    ସେ କନ୍ୟା ଘେନି ଅତି ଦୁଃଖେଦିନେ ମିଳିଲେ ବ୍ରହ୍ମଲୋକେ

  138. Couplet 138

    ଭୂମିରେ ନୃପତି କୁମରଯେତେ ମିଳିଲେ ତା'କୁ ବର

  139. Couplet 139

    ତା'ଙ୍କୁ ନ ଦେଲା କୁଳ ଶ୍ରେଷ୍ଠେମିଳିଲା ବ୍ରହ୍ମାଙ୍କ ନିକଟେ

  140. Couplet 140

    ସେ ବ୍ରହ୍ମା ଘେନି ମହାଜନକରଇ ବିଷ୍ଣୁର କୀର୍ତ୍ତନ

  141. Couplet 141

    କ୍ଷଣେ ରହିଲେ ତା'କୁ ଦେଖିସେ ଧାତା କୀର୍ତ୍ତନ ଉପେକ୍ଷି

  142. Couplet 142

    ତକ୍ଷଣେ ଚାହିଁ ତା' ବଦନବୋଲନ୍ତି ମଧୁର ବଚନ

  143. Couplet 143

    କିପାଁ ଅଇଲୁ ବ୍ରହ୍ମଲୋକେଏ କନ୍ୟା ଘେନି ମନଦୁଃଖେ

  144. Couplet 144

    ବ୍ରହ୍ମା ବଚନେ ଦଣ୍ତଧାରୀଚରଣେ ନମସ୍କାର କରି

  145. Couplet 145

    ବୋଲଇ ଅତି ଦୁଃଖ ଭରେଏ କନ୍ୟା ଦେବି କେଉଁ ବରେ

  146. Couplet 146

    ଏ କଥା ରାଜା ମୁଖୁଁ ଶୁଣିହସି ବୋଲନ୍ତି କୁଶପାଣି

  147. Couplet 147

    ଅଦ୍‌ଭୁତ୍ କଥା ଏ ତୋହରଭୂମିରେ ନ ବରିଲୁ ବର

  148. Couplet 148

    ଯା' କଥା ଅଇଲୁ ତୁ କହିଭୂମିରେ ତା'ଙ୍କ ବଂଶ ନାହିଁ

  149. Couplet 149

    ବ୍ରହ୍ମାଣ୍ତ ମଧ୍ୟେ କାଳ ବଳେଅନେକ ଯୁଗ ବହି ଗଲେ

  150. Couplet 150

    ତୋ' ପୁତ୍ର ନାତି ଯେତେ ଥିଲେକାଳର ବଳେ ନାଶ ଗଲେ

  151. Couplet 151

    ତୋ' ଗୋତ୍ର ନାହିଁ ରବି ତଳେଶୁଣ ହେ ଯେତେ ଯୁଗ ଗଲେ

  152. Couplet 152

    ପ୍ରଚଣ୍ତ କାଳଲୀଳା ବଳେବିଷ୍ଣୁ ବିହରେ ରବି ତଳେ

  153. Couplet 153

    ସପତ ବିଂଶ ଚତୁର୍ଯୁଗଭୂମିରେ କାଳ କଲା ଭୋଗ

  154. Couplet 154

    ଅଧିକ ତିନିଯୁଗ ଗଲାକଳିର ଆଗମନ ହେଲା

  155. Couplet 155

    ଦ୍ୱାପର ଯୁଗ ଅବସାନଏବେ ତୁ ଶୁଣ ମୋ' ବଚନ

  156. Couplet 156

    ଭାରା ନିବାରଣ ନିମନ୍ତେବିଷ୍ଣୁ ଜନ୍ମିଲେ ଏ ଜଗତେ

  157. Couplet 157

    ଦେବକୀ-ଗର୍ଭେ ଦେହ ବହିନୀଳ-ଧବଳ ରୂପ ହୋଇ

  158. Couplet 158

    ଅନନ୍ତ ବଳଭଦ୍ର ରୂପେଜନ୍ମ ଲଭିଲେ ମୋହ କଳ୍ପେ

  159. Couplet 159

    ଏ କନ୍ୟାରତ୍ନ ତା'ଙ୍କୁ ଦେଇଭବସାଗରୁ ତର ତୁହି

  160. Couplet 160

    ଏମନ୍ତ ବ୍ରହ୍ମା ମୁଖୁଁ ଶୁଣିଆନନ୍ଦ ମନେ ନୃପମଣି

  161. Couplet 161

    ତକ୍ଷଣେ ନିଜ ପୁରେ ଗଲାଶୁଣ ହୋ ଗୋବିନ୍ଦର ଲୀଳା

  162. Couplet 162

    ତାହାର ଯେତେ ଭାଇ ଥିଲେଯକ୍ଷଙ୍କ ଭୟେ ପଳାଇଲେ

  163. Couplet 163

    ସେ କନ୍ୟା ବଳଭଦ୍ରେ ଦେଇଆନନ୍ଦେ କୃତକୃତ୍ୟ ହୋଇ

  164. Couplet 164

    ତପକରଣେ ଶୁଦ୍ଧମନେମିଳିଲା ବଦରିକାଶ୍ରମେ

  165. Couplet 165

    ଯାହା ବୋଇଲେ ନରହରିଭାଷା ପ୍ରବନ୍ଧେ ଗୀତ କରି

  166. Couplet 166

    ସୁଜନେ ଏଣେ ମତି କରତରିବ ସଂସାର-ସାଗର

  167. Couplet 167

    ଅନ୍ତେ ପାଇବ ଚକ୍ରଧରଏଣେ ବିଶ୍ୱାସ ନିତ୍ୟେ କର

  168. Couplet 168

    ବୋଲଇ ବିପ୍ର ଜଗନ୍ନାଥନବମସ୍କନ୍ଧେ ଭାଗବତ