Skandha 9
Adhyaya 2
Couplet 1
ଶୁଣ ହୋ ଅଭିମନ୍ୟୁ ସୁତକହିବା ବଂଶାନୁଚରିତ
Couplet 2
ସୁଦ୍ୟୁମ୍ନ ଶ୍ରାଦ୍ଧଦେବବଳାତପକରଣେ ବନେ ଗଲା
Couplet 3
ତପେ ଛାଡ଼ିଲା ନିଜ ତନୁତା' ଶୁଣି ବୈବସ୍ୱତ ମନୁ
Couplet 4
ଅପୁତ୍ର-ଭୟେ ସେ ଉଚ୍ଚାଟେମିଳିଲା ଯମୁନାର ତଟେ
Couplet 5
ଶତେ ବରଷ ଦେବ ମତେସମାଧି କରି ଦୃଢ଼ ଚିତ୍ତେ
Couplet 6
ସନ୍ତତି ଅର୍ଥେ ସୂର୍ଯ୍ୟବଳାବିଷ୍ଣୁ ଚରଣେ ପୂଜା କଲା
Couplet 7
ଅନେକମତେ ସ୍ତୁତି କରିତୋଷିଲା ପ୍ରଭୁ ନରହରି
Couplet 8
ପ୍ରସନ୍ନ ହୋଇ ମହାବାହୁବୋଇଲେ ଦଶପୁତ୍ର ହେଉ
Couplet 9
ଇକ୍ଷ୍ୱାକୁ ଆଦି ଦଶ ପୁତ୍ରେହୋଇବେ କହି ଅଛି ତୋତେ
Couplet 10
ସେ ଦଶପୁତ୍ର ମଧ୍ୟେ ଏକପୃଷଧ୍ର ନାମେ ସୁବିବେକ
Couplet 11
ବଶିଷ୍ଠ-ବାକ୍ୟେ ଗୋରୁ ପାଳେରାତ୍ରେ ବୀରାସନେ ନିଶ୍ଚଳେ
Couplet 12
ଏମନ୍ତେ ଏକଦିନ ରାତ୍ରେମେଘ-ଅନ୍ଧାର ବୃଷ୍ଟି ପାତେ
Couplet 13
ଜନ୍ତୁଙ୍କ ଘୋର ନିଦ୍ରା କାଳେଶାର୍ଦ୍ଦୂଳ ମିଳିଲା ଗୋକୁଳେ
Couplet 14
ଆଘ୍ରାଣେ ତା'ର ବାସ ପାଇଭୟେ ଉଠିଲେ ସର୍ବ ଗାଈ
Couplet 15
ଭ୍ରମନ୍ତି ଇତସ୍ତତ ହୋଇବ୍ୟାଘ୍ର ଧଇଲା ଏକ ଗାଈ
Couplet 16
ବେଗେ ଚାପିଲା ନଖ ଦାଢ଼େପୁଣି ଆକର୍ଷି ଅତି ଗାଢ଼େ
Couplet 17
ସେ ଗୋରୁ ଭୟେ ରାବ ଦେଲାତା' ଶୁଣି ଉଠି ମନୁବାଳା
Couplet 18
ତୀକ୍ଷ୍ଣ ଖଡ଼ଗ ହସ୍ତେ ଘେନିନିବିଡ଼-ଅନ୍ଧାର-ରଜନୀ
Couplet 19
କପିଳା ଗୋଷ୍ଠେ ଥିଲା ଶୋଇଅନ୍ଧାରେ କେହି ନ ଜାଣଇ
Couplet 20
ଶାର୍ଦ୍ଦୂଳ ବୋଲି ତା'ର ଶିରଛେଦିଲା ମନୁର କୁମର
Couplet 21
ଖଡ଼ଗ ଶିଖା ବ୍ୟାଘ୍ର ମୁଣ୍ତେପଡ଼ି ଛିଡ଼ିଲା କର୍ଣ୍ଣ ଖଣ୍ତେ
Couplet 22
ବ୍ୟାଘ୍ରର ଶିରେ ହୋଇ କ୍ଷତପଥେ ବରଷିଲା ରକତ
Couplet 23
ପୃଷଧ୍ର ଜାଣେ ବ୍ୟାଘ୍ର ମଲାଏମନ୍ତେ ରଜନୀ ପାହିଲା
Couplet 24
ବଭ୍ରୁ ମରଣ କଥା ଶୁଣିବଶିଷ୍ଠ ତାହା ମନେ ଗୁଣି
Couplet 25
ମିଳିଲେ ପୃଷଧ୍ର ସମୀପେତାହାକୁ ଶାପ ଦେଲେ କୋପେ
Couplet 26
ତୁ ଯେ ବୋଲାଉ କ୍ଷତ୍ରିଦେହଏବେ ତୁ କର୍ମେ ଶୂଦ୍ର ହୁଅ
Couplet 27
ଏମନ୍ତେ ଗୁରୁଶାପ ପାଇକପାଳେ କରାଞ୍ଜଳି ଦେଇ
Couplet 28
ଗୁରୁଙ୍କ ଶାପ ପରିହାରେଊର୍ଦ୍ଧ୍ୱବଦନେ ତପ କରେ
Couplet 29
ବିଷ୍ଣୁର ଚରଣ କମଳେସମାଧି କରି ଯୋଗ ବଳେ
Couplet 30
ଆତ୍ମାକୁ ଭାବି ଏକେ ଏକେସକଳ ଭୂତେ ହରି ଦେଖେ
Couplet 31
ନିଗ୍ରହ କରି ଇନ୍ଦ୍ରିଗଣେନିଃଶଙ୍କେ ନିବାସ ଅରଣ୍ୟେ
Couplet 32
ଯେବା ମିଳଇ ଯେତେବେଳେସେ ଭକ୍ଷ କରେ ସନ୍ଧ୍ୟାକାଳେ
Couplet 33
ଶରୀର ଆତ୍ମାର ସଂଯତେଜଡ଼ ବଧିର ଅନ୍ଧମତେ
Couplet 34
ଭୂମି କରଇ ପର୍ଯ୍ୟଟନଏମନ୍ତେ ଗଲା କେତେଦିନ
Couplet 35
ଯହୁଁ ହୋଇଲା ଗ୍ରୀଷ୍ମକାଳବିପିନେ ଉଠିଲା ଅନଳ
Couplet 36
ସେ ଅଗ୍ନି ମଧ୍ୟେ ଦେହ ଦେଲାତକ୍ଷଣେ ଗୋବିନ୍ଦେ ପଶିଲା
Couplet 37
ତା' ଦେଖି ତା'ର ସାନଭାଇବିଷୟା ରସେ ନରସଇ
Couplet 38
ରାଜ୍ୟ ବିସର୍ଜି ବନ୍ଧୁମେଳେପଶିଲା ଅରଣ୍ୟ ଗହଳେ
Couplet 39
ନିରତେ ନାରାୟଣ ପାଦେଭକତି କଲା ଅପ୍ରମାଦେ
Couplet 40
ଅନ୍ତେ ପଶିଲା ହରିଦେହେକିଶୋର ବୟସେ ବିମୋହେ
Couplet 41
କରୂଷ ତହୁଁ ଯେତେ ସୁତରାଜା ହୋଇଲେ ବଳବନ୍ତ
Couplet 42
ସ୍ୱଭାବେ ବ୍ରହ୍ମଣ୍ୟ ଧାର୍ମିକନିରତେ ବିଷ୍ଣୁର ସେବକ
Couplet 43
ଉତ୍ତରାପଥେ ହୋଇ ରାଜାଧର୍ମେ ପାଳିଲେ ଜନପ୍ରଜା
Couplet 44
ଧୃଷ୍ଟରୁ ଧାର୍ଷ୍ଟ କ୍ଷତ୍ରି ହୋଏସେ ନ ପଡ଼ିଲେ ମାୟାମୋହେ
Couplet 45
ନିରତେ ଜ୍ଞାନଭାବେ ଜାଣିପୂଜିଲେ ପ୍ରଭୁ ଚକ୍ରପାଣି
Couplet 46
ହରିଭକତି ଭାବଭୋଳେବସିଲେ ସମାଧି ନିଶ୍ଚଳେ
Couplet 47
ନୃଗର ପୁତ୍ର ଯେ ସୁମତିସୁମତି ପୁତ୍ର ଭୂତଜ୍ୟୋତି
Couplet 48
ବସୁ ଯେ ତାହାର ସନ୍ତତିସ୍ୱଧର୍ମେ ପାଳଇ ସେ କ୍ଷିତି
Couplet 49
ପ୍ରତୀକ ବସୁତହୁଁ ଜାତଓଘବାନ ନାମେ ତା' ସୁତ
Couplet 50
ତାହାର କନ୍ୟା ଓଘବତୀସୁଦରଶନ ତା'ର ପତି
Couplet 51
ନରିଷ୍ୟନ୍ତର ଯେ ନନ୍ଦନନାମ ତାହାର ଚିତ୍ରସେନ
Couplet 52
ଚିତ୍ରସେନର ପୁତ୍ର ଋକ୍ଷତହୁଁ ମୀଢ଼ବାନ ପ୍ରତ୍ୟକ୍ଷ
Couplet 53
ମୀତ୍ୱର ପୁତ୍ର ନାମ ପୂର୍ଣ୍ଣଇନ୍ଦ୍ରସେନ ତା'ର ନନ୍ଦନ
Couplet 54
ତାହାଙ୍କ ସୁତ ବୀତିହୋତ୍ରତା' ତହୁଁ ସତ୍ୟଶ୍ରବା ଜାତ
Couplet 55
ଉରୁଶ୍ରବା ତାହାଙ୍କ ସୁତତା' ତହୁଁ ଜାତ ଦେବଦତ୍ତ
Couplet 56
ଅଗ୍ନିବେଶ୍ୟ ତା'ଙ୍କ ସନ୍ତତିତା' ତହୁଁ ଅଗ୍ନି ଉତପତ୍ତି
Couplet 57
ଅଗ୍ନିବେଶ୍ୟଙ୍କ ଦୁଇ ନାମଯେ ଜାତୁକର୍ଣ୍ଣ ଯେ କାନୀନ
Couplet 58
ଏ ଦୁଇ ନାମେ ମହାଋଷିଜଗତ ମଧ୍ୟେ ସଦା ଘୋଷି
Couplet 59
ତା' ତହୁଁ ଅଗ୍ନିବେଶ୍ୟାୟନବ୍ରାହ୍ମଣବଂଶ ଉତପନ୍ନ
Couplet 60
ନରିଷ୍ୟନ୍ତର ବଂଶମାନସମସ୍ତ ଶୁଣିଲ ରାଜନ
Couplet 61
ଦିଷ୍ଟବଂଶର କଥାମାନଏବେ ତୁ ଶୁଣ ହୋ ରାଜନ
Couplet 62
ନାଭାଗ ନାମେ ଦିଷ୍ଟସୁତକର୍ମେ ସେ ବୈଶ୍ୟଜାତି ପ୍ରାପ୍ତ
Couplet 63
ତାହାର ସୁତ ଭଲନ୍ଦନବତ୍ସପ୍ରୀତି ତା'ର ନନ୍ଦନ
Couplet 64
ପ୍ରାଂଶୁ ତାହାର ସୁତ ହୋଏଯା ରୂପ କନ୍ଦର୍ପକୁ ମୋହେ
Couplet 65
ପ୍ରମତି ନାମେ ତା'ର ସୁତଖନିତ୍ର ତା'ର ବଂଶେ ଜାତ
Couplet 66
ଚାକ୍ଷୁଷ ନାମେ ତା'ର ପୁତ୍ରବିବିଂଶତି ତାହାର ସୁତ
Couplet 67
ତହିଁରୁ ରମ୍ଭ ହେଲା ଜାତଶୁଣ ରାଜନ ପରୀକ୍ଷିତ
Couplet 68
ରମ୍ଭର ପୁତ୍ର ଖନୀନେତ୍ରପରମ ଧାର୍ମିକ ଯେ ଖ୍ୟାତ
Couplet 69
ତାହାର ସୁର କରନ୍ଧମତା' ତହୁଁ ଅବିକ୍ଷିତ ଜନ୍ମ
Couplet 70
ମରୁତ୍ତ ତାହାର ସନ୍ତତିସେ ଭୂମି ମଧ୍ୟେ ଚକ୍ରବର୍ତ୍ତୀ
Couplet 71
ସମ୍ବର୍ତ୍ତ ଅଙ୍ଗିରାର ବଳାଯାହାର ଯାଗ କରାଇଲା
Couplet 72
ସେ ଯଜ୍ଞେ ସର୍ବ ଦେବେ ଆସିନିତ୍ୟେ ଯଜ୍ଞକୁ ପରଶଂସି
Couplet 73
ବୋଲନ୍ତି ଯଜ୍ଞପାତ୍ରେ ଚାହିଁଏମନ୍ତ ଦେଖିଲା ତ ନାହିଁ
Couplet 74
ହିରଣ୍ୟମୟ ବସ୍ତୁ ଦେଖିରସ ଭୋଜନେ ହୋଇ ସୁଖୀ
Couplet 75
ଇନ୍ଦ୍ର ମାତିଲେ ସୋମ ଖାଇବିପ୍ରେ ମାତିଲେ ଦାନ ପାଇ
Couplet 76
ଯା'ର ସଭାରେ ବିଶ୍ୱଦେବାବାୟୁ ସମେତ କଲେ ସେବା
Couplet 77
ମରୁତ୍ତ ସୁତ ଦମ ନାମଜଗତ ରୂପ ଦେଖେ ସମ
Couplet 78
ରାଜବର୍ଦ୍ଧନ ତା' ନନ୍ଦନତା'ର ସୁଧୃତି ଅନୁପମ
Couplet 79
ସୁଧୃତି କୁମର ସୁମତିନର ନାମରେ ସେହୁ ଖ୍ୟାତି
Couplet 80
କେବଳ ତାହାର ନନ୍ଦନତା'ର କୁମର ବନ୍ଧୁମାନ
Couplet 81
ତା'ର କୁମର ବେଗବାନବନ୍ଧୁ ଯେ ତାହାର ନନ୍ଦନ
Couplet 82
ତା'ର ତନୁଜ ତୃଣବିନ୍ଦୁତା' ରୂପେ ପଟାନ୍ତର ଇନ୍ଦୁ
Couplet 83
ତାହାର ପତ୍ନୀ ଅଳମ୍ଭୁଷାଅପ୍ସରାଗଣେ ସେ ପ୍ରଶଂସା
Couplet 84
ତା' ଗର୍ଭେ ଇଡ଼ବିଡ଼ା ଜାତବିଶ୍ରବା ମୁନି ଯାର କାନ୍ତ
Couplet 85
ବିଶ୍ରବା ଇଡ଼ବିଡ଼ା ଗର୍ଭେକୁବେର ଉପୁଜିଲେ ଭାବେ
Couplet 86
ସେ ମୁନି ଯୋଗେଶ୍ୱର ବଳାଆନନ୍ଦେ ପୁତ୍ରେ ଶିକ୍ଷା ଦେଲା
Couplet 87
ତୃଣବିନ୍ଦୁର ପୁତ୍ରଗଣଏବେ ତାହାଙ୍କ ନାମ ଶୁଣ
Couplet 88
ବିଶାଳ ଶୂନ୍ୟବନ୍ଧୁ ଆରଧୂମକେତୁ ଆଦି କୁମର
Couplet 89
ବୈଶାଳୀ ପୁରୀ ଯେ ନିମାଁଇତା' ତହୁଁ ହେମଚନ୍ଦ୍ର ହୋଇ
Couplet 90
ଧୂମ୍ରାକ୍ଷ ନାମେ ତା'ର ସୁତଏବେ ହୋ ଶୁଣ ନରନାଥ
Couplet 91
ସଂଯମ ତାହାର ତନୁଜତହୁଁ କୃଶାଶ୍ୱ ଯେ ଦେବଜ
Couplet 92
କୃଶାଶ୍ୱ ପୁତ୍ର ସୋମଦତ୍ତତା'ର ମହିମା ଅଦଭୁତ
Couplet 93
ଅନେକ ଅଶ୍ୱମେଧ କଲାପରମବ୍ରହ୍ମେ ସେ ପଶିଲା
Couplet 94
ସୁମତି ସୋମଦତ୍ତ ବଳାରୂପେ ବିରାଜେ କାମକଳା
Couplet 95
ତା'ର କୁମର ମହାଶୟନାମ ଯାହାର ଜନ୍ମେଜୟ
Couplet 96
ବୈଶାଳୀପୁରେ ଏତେ ରାଜାସୁଖେ ପାଳିଲେ ଜନପ୍ରଜା
Couplet 97
ଯଶ ତାହାଙ୍କ ନିଜ ଧନସକଳ ଗୁଣେ ବିଦ୍ୟମାନ
Couplet 98
ଏମନ୍ତେ କହିଲି ମୁଁ ତୋତେଶୁଣ ପରୀକ୍ଷ ଏକଚିତ୍ତେ
Couplet 99
ବଂଶାନୁଚରିତ ଏ ବିଧିଯା'ର ସ୍ମରଣେ ସର୍ବସିଦ୍ଧି
Couplet 100
ଏହା ଯେ ଶୁଣନ୍ତି ଶୁଣାନ୍ତିଅପୁତ୍ର ସୁପୁତ୍ର ଲଭନ୍ତି
Couplet 101
କମଳା ରହେ ତା' ଭୁବନେଯଶ ବଢ଼ଇ ଦିନେ ଦିନେ
Couplet 102
ଶୁଣ ସୁଜନେ ଏହା ନିତ୍ୟେସଂସାରୁ ତରିବ ଯେମନ୍ତେ
Couplet 103
ବୋଲଇ ଦାସ ଜଗନ୍ନାଥନବମସ୍କନ୍ଧେ ଭାଗବତ