Skandha 9
Adhyaya 1
Couplet 1
ଆନନ୍ଦେ ଅଭିମନ୍ୟୁସୁତଶୁଣିଣ ଗୋବିନ୍ଦ ଚରିତ
Couplet 2
ବ୍ୟାସକୁମର ମୁଖ ଚାହିଁବୋଲଇ ଶିରେ କର ଦେଇ
Couplet 3
ଭୋ ମୁନି ମନ୍ୱନ୍ତର କଥାକହିଲ ସକଳ ବ୍ୟବସ୍ଥା
Couplet 4
ଯେ ମନ୍ୱନ୍ତରେ ଯେବା ଦେହୀଧର୍ମ ରକ୍ଷଣେ ଭାବଗ୍ରାହୀ
Couplet 5
ଅନନ୍ତ ଯାହାର ମହିମାକେ ଜାଣିପାରେ ଗୁଣ ସୀମା
Couplet 6
ତୁମ୍ଭେ କହିଲ ମୁନିଗଣୈବିଷ୍ଣୁର ମହିମା ପ୍ରମାଣୈ
Couplet 7
ଦ୍ରବିଡ଼େଶ୍ୱର ସତ୍ୟବ୍ରତସେ ରାଜଋଷି ଦଇବତ
Couplet 8
ଅତୀତ କଳ୍ପାନ୍ତରେ ଥିଲାଭାବେ ସେ ବିଷ୍ଣୁଙ୍କୁ ଭେଟିଲା
Couplet 9
ନିତ୍ୟେ ଗୋବିନ୍ଦପାଦ ଧ୍ୟାୟିବିଷ୍ଣୁର ତହୁଁ ଶିକ୍ଷା ପାଇ
Couplet 10
ପୁଣି ସେ ସୃଷ୍ଟି ଆଦିକାଳେକେମନ୍ତେ ବୈବସ୍ୱତକୁଳେ
Couplet 11
ବଇବସ୍ୱତ ମନୁ ହୋଇଜନ୍ମ ଲଭିଲେ ଦେହବହି
Couplet 12
ପୁଣି ତାହାର ବୀର୍ଯ୍ୟେ ଜାତକେତେ ବା ହୋଇଲେକ ସୁତ
Couplet 13
ଇକ୍ଷ୍ୱାକୁ ଆଦି ଯେତେ ସୁତେରାଜା ହୋଇଲେ ଏ ଜଗତେ
Couplet 14
ଏଣୁ ଆଦିତ୍ୟକୁଳେ ଯେତେକହିବା ବଂଶାନୁଚରିତେ
Couplet 15
କାହାର ବଂଶେ କେବା ହୋଇଏ ଭୂମିତଳେ ଦେହ ବହି
Couplet 16
ଯେବା ଚରିତ କଲେ ଯେତେଭୋ ମୁନି କହ ମୋ ଅଗ୍ରତେ
Couplet 17
ମୋତେ ଏ ସଙ୍କଟୁ ଉଦ୍ଧରମୁଁ ତୁମ୍ଭ ଚରଣେ କିଙ୍କର
Couplet 18
ଭୂତ ଭବିଷ୍ୟ ବର୍ତ୍ତମାନେସମ୍ପୂର୍ଣ୍ଣ ବଂଶାନୁକୀର୍ତ୍ତନେ
Couplet 19
ଏବେ ଜଗତେ କଲା ଯାହାକହିବା ମୋତେ ଯେବେ ଦୟା
Couplet 20
ଏମନ୍ତେ ଋଷିଗଣ ମଧ୍ୟେଉତ୍ତରାସୁତ ଅନବାଦେ
Couplet 21
ଶୁଣି ଆନନ୍ଦେ କୃତକୃତ୍ୟକହନ୍ତି ବ୍ୟାସଙ୍କର ସୁତ
Couplet 22
ଶୁଣ ହେ ନୃପ ପରୀକ୍ଷିତଆଦିତ୍ୟ ବଂଶର ଚରିତ
Couplet 23
ହରି ମହିମା ଅପ୍ରମିତକେବା କଥନେ ସମରଥ
Couplet 24
ସଂକ୍ଷେପେ କହିବଇଁ ତୋତେମୁଁ ଯୋଗବଳେ ଜାଣେ ଯେତେ
Couplet 25
ଏ ଭୂମି ମଧ୍ୟେ ଦେହ ବହିଶତେ ବରଷେ କେବା କହି
Couplet 26
ରବିର ବଂଶେ ନୃପ ଯେତେଯେ ଯାହା କଲେ ଏ ଜଗତେ
Couplet 27
ଭକତ ଶିଷ୍ୟେ ଏହା କହିଏବେ ତୁ ଶୁଣ ମନ ଦେଇ
Couplet 28
ଯେବା ଉପୁଜେ ଯା'ର ଅଂଶେବଇବସ୍ୱତ ମନୁବଂଶେ
Couplet 29
ଶୁଣ ପାଣ୍ତବ ଚୂଡ଼ାମଣିପ୍ରଳୟ କାଳେ ବେଦବାଣୀ
Couplet 30
ଯେ ହରି ଅନାଦି କାରଣଜଗତାଆତ୍ମା ନାରାୟଣ
Couplet 31
ପୂର୍ବେ ଯେ ସଂସାର ସଂହରିଜଳେ ଅନନ୍ତଶଯ୍ୟା କରି
Couplet 32
ନିବିଡ଼ ଅନ୍ଧାରେ ଶୋଇଲେତାହାକୁ କେହି ନ ଦେଖିଲେ
Couplet 33
ସେ ପୁଣି ପ୍ରଳୟର ଅନ୍ତେଉଦ୍ଭାନେ ଶୋଏ ଅନାୟତ୍ତେ
Couplet 34
ତା' ନାଭିକମଳୁ ପ୍ରକାଶହୋଇଲା ହିରଣ୍ମୟକୋଷ
Couplet 35
ସୁବର୍ଣ୍ଣମୟ ଦିବ୍ୟରୂପୀଉଠିଲା ମହାଜଳ ବ୍ୟାପୀ
Couplet 36
ସେ ପଦ୍ମକୋଷୁଁ ବ୍ରହ୍ମା ଜାତଯା'ର ଶରୀରୁ ଏ ଜଗତ
Couplet 37
ଭୂମି ଭିଆଇ ଯୋଗବଳେବସିଲା ସମାଧି ନିଶ୍ଚଳେ
Couplet 38
ବ୍ରହ୍ମାର ମନରୁ ବାହାରହୋଇଲା ମରୀଚି କୁମର
Couplet 39
କଶ୍ୟପ ତା'ର ତହୁଁ ଜାତଯା'ର ମହିମା ଅପ୍ରମିତ
Couplet 40
ଦକ୍ଷ ଦୁହିତା ବିଭା କଲାତା' ତହୁଁ ସୂର୍ଯ୍ୟ ଉପୁଜିଲା
Couplet 41
ସୂର୍ଯ୍ୟର ପତ୍ନୀ ସଜ୍ଞା ନାମଅତି ସୁନ୍ଦର ଅନୁପମ
Couplet 42
ତା'ର ଉଦରୁ ଦିବ୍ୟ ତନୁହୋଇଲା ଶ୍ରାଦ୍ଧ ଦେବ ମନୁ
Couplet 43
ସେ ପୁଣି ଶ୍ରଦ୍ଧାକନ୍ୟା ଗର୍ଭେଦଶକୁମର କଲା ଭାବେ
Couplet 44
ରୂପେ ଶୋଭିତ ଅନୁପମଶୁଣ ହେ ତାହାଙ୍କର ନାମ
Couplet 45
ଇକ୍ଷ୍ୱାକୁ ନୃପ ପୁତ୍ରବେନିଶର୍ଯ୍ୟାତି ଦିଷ୍ଟ ଧୃଷ୍ଟ ଘେନି
Couplet 46
ପୁଣି କରୁଷ ନରିଷ୍ୟନ୍ତପୃଷଧ୍ର ନଭଗ ଉଦିତ
Couplet 47
ହୋଇଲେ ପୁଣି କବି ଆଦିଏ ରୂପେ ଦଶ ଯେ ପ୍ରସିଦ୍ଧି
Couplet 48
ସେ ଶ୍ରାଦ୍ଧଦେବ ପୁତ୍ର ଅର୍ଥେବିଚାରି ବଶିଷ୍ଠ ସଙ୍ଗତେ
Couplet 49
ମିତ୍ରାବରୁଣ ଅର୍ଥେ ଇଷ୍ଟିଆରମ୍ଭ କଲା ପୁତ୍ର କଷ୍ଟୀ
Couplet 50
ଏମନ୍ତେ ତା'ର ଶ୍ରଦ୍ଧା ନାରୀବଶିଷ୍ଠ ସଙ୍ଗତେ ବିଚାରି
Couplet 51
ବୋଲଇ ମୁହିଁ ପୟୋବ୍ରତାଯେମନ୍ତେ ହୋଇବ ଦୁହିତା
Couplet 52
ସେ ଅର୍ଥେ ତୁମ୍ଭେ ଯଜ୍ଞକରସେବଇ ଚରଣେ ତୁମ୍ଭର
Couplet 53
ତା' ଶୁଣି କୁଶକେତୁବଳାବିପ୍ରଙ୍କ ସଙ୍ଗେ ବିଚାରିଲା
Couplet 54
ଆହୁତି ଦେଲା ଅପ୍ରମିତଏମନ୍ତେ କନ୍ୟା ହେଲା ଜାତ
Couplet 55
ତା' ରୂପ ଜଗତ ମୋହିଲାତାହାକୁ ଇଳା ନାମ ଦେଲା
Couplet 56
ରାତ୍ରେ ସେ କନ୍ୟା ରୂପ ଦେଖିସେ ମନୁ ଶୟନ ଉପେକ୍ଷି
Couplet 57
ବୋଲଇ ବିପ୍ରଙ୍କୁ ଅନାଇଁଏମନ୍ତ ଦେଖିଲାତ ନାହିଁ
Couplet 58
ତୁମ୍ଭେ ସକଳେ ବ୍ରହ୍ମବେତ୍ତାଏ କର୍ମ ଅସମ୍ଭବ କଥା
Couplet 59
ବ୍ରାହ୍ମଣ କର୍ମ ତ ନୁହଁଇଏମନ୍ତ କଲ କିସ ପାଇଁ
Couplet 60
ତୁମ୍ଭେ ଯେ ନିଜ ତପୋବଳେଦଗ୍ଧ କଳୁଷ ଏ ଶୟଳେ
Couplet 61
ସଙ୍କଳ୍ପ ହୋଇଲା ଅନ୍ୟଥାଏ ବଡ଼ ଅସମ୍ଭବ କଥା
Couplet 62
ଅଜ୍ଞାନୀ ଜନଙ୍କର ମତମୋର ସଙ୍କଳ୍ପ ବିପରୀତ
Couplet 63
ଏମନ୍ତେ ମନୁଙ୍କ ନିକଟେବଶିଷ୍ଠ ମିଳି ଯଜ୍ଞବାଟେ
Couplet 64
ହୋତାଙ୍କ ବ୍ୟଭିଚାର ଜାଣିମନୁଙ୍କୁ କହନ୍ତି ଯେ ମୁନି
Couplet 65
ତୋହର ନିଜ ନାରୀ ବୋଲେଦୁହିତା ଅର୍ଥେ ଯଜ୍ଞ କଲେ
Couplet 66
ମୁଁ ଏବେ ସାଧିବି ତୋ' ଅର୍ଥେକହିବି ବିଷ୍ଣୁଙ୍କ ଅଗ୍ରତେ
Couplet 67
ଯେମନ୍ତେ ଏ କନ୍ୟା ତୋହରହୋଏ ପୁରୁଷ କଳେବର
Couplet 68
ଏମନ୍ତ କହି ମହାଯତିବିଷ୍ଣୁଙ୍କୁ କଲେ ଦିବ୍ୟସ୍ତୁତି
Couplet 69
ବଶିଷ୍ଠ ସ୍ତୁତିବାକ୍ୟ ଶୁଣିତକ୍ଷଣେ ପ୍ରଭୁ ଚକ୍ରପାଣି
Couplet 70
ଇଳା କନ୍ୟାକୁ ବିଷ୍ଣୁ ଚାହିଁବୋଇଲେ ପୁତ୍ର ହୁଅ ତୁହି
Couplet 71
ତକ୍ଷଣେ ପୁରୁଷ ହୋଇଲାସୁଦ୍ୟୁମ୍ନ ତା'ର ନାମ ହେଲା
Couplet 72
ନିଜ ଭୁବନେ ଗଲେ ହରିଏବେ ହୋ ଶୁଣ ଦଣ୍ତଧାରୀ
Couplet 73
ଦେବଙ୍କ ବଚନ ସ୍ୱଭାବକେ ତାହା ଅନ୍ୟଥା କରିବ
Couplet 74
ଶୁଣ ରାଜନ ଶୁଦ୍ଧମନେସେ ମନୁପୁତ୍ର ଏକ ଦିନେ
Couplet 75
ମୃଗୟା ଅର୍ଥେ ଘୋର ବନେପଶିଲା ହରଷିତ ମନେ
Couplet 76
ଧନୁ କମାଣ ଧରି କରେବସିଲା ଅଶ୍ୱର ଉପରେ
Couplet 77
ସେବକବଳ ତା'ର ଯେତେଧାଇଁଲେ ଅଶ୍ୱ-ପୃଷ୍ଠ-ଗତେ
Couplet 78
ନାନା ଆୟୁଧ କରେ ଧରିପଶୁ ଖୋଜନ୍ତି ବନେ ହେରି
Couplet 79
ଗିରି କାନନେ ଲତା କୁଞ୍ଜେଖୋଜି ଅନେକ ବୃକ୍ଷ ପୁଞ୍ଜେ
Couplet 80
ମୃଗ ନ ଦେଖି ଘୋରବନେପଶିଲେ ଉତ୍ତର କାନନେ
Couplet 81
ମେରୁ ନିକଟେ ଖେଦମନେମିଳିଲେ ସୁକୁମାର ବନେ
Couplet 82
ଯେ ବନେ ପ୍ରଭୁ ଶୂଳଧାରୀସଙ୍ଗତେ ଘେନି ନିଜ ନାରୀ
Couplet 83
ନିରତେ ପୀଡ଼ିତ ମଦନେଗଉରୀ ସଙ୍ଗତେ ନିର୍ଜନେ
Couplet 84
ନିତ୍ୟେ ରମନ୍ତି ସୁଖ ମନେଆନନ୍ଦେ ପୁଷ୍ପିତ କାନନେ
Couplet 85
ସେ ବନେ ପଶି ମନୁବଳାଅନେକ ମୃଗ ବଧ କଲା
Couplet 86
ମୃଗଙ୍କୁ ମାରି ଅବହେଳେଗ୍ରାମକୁ ଆସିବାର ବେଳେ
Couplet 87
ଅଶ୍ୱ ସହିତେ ସର୍ବ ଜନେତକ୍ଷଣେ ସୁକୁମାର ବନେ
Couplet 88
ସର୍ବେ ହୋଇଲେ ସ୍ତିରୀଗଣଅଶ୍ୱ ସହିତେ କୁଘଟଣ
Couplet 89
ଚାହାଁନ୍ତି ଅନ୍ୟେ ଅନ୍ୟ ମୁଖେସର୍ବେ ରହିଲେ ମନଦୁଃଖେ
Couplet 90
ସ୍ତିରୀ ସ୍ୱଭାବେ କଲେ ଭ୍ରାନ୍ତିସଲଜ୍ଜେ ଚଳି ନ ପାରନ୍ତି
Couplet 91
ଶୁକ ବଦନୁଁ ବାକ୍ୟ ଶୁଣିବୋଲେ ପାଣ୍ତବ ଚୂଡ଼ାମଣି
Couplet 92
ଭୋ ମୁନି ଅସମ୍ଭବ ବାଣୀହୃଦୟ କମ୍ପିଲା ତ ଶୁଣି
Couplet 93
ନାରୀ ହୋଇଲେ କିସ ଅର୍ଥେଏ କଥା କହ ମୋ' ଅଗ୍ରତେ
Couplet 94
ସୁଦ୍ୟୁମ୍ନ ମନୁର ନନ୍ଦନପୁରୁଷ କଲେ ଭଗବାନ
Couplet 95
ସେ କିପାଁ କାମିନୀ ହୋଇଲାଅଶ୍ୱ ସହିତେ ମନୁବଳା
Couplet 96
କି ଅବା ବନେ ଥିଲା ଦୋଷକିବା ଶଙ୍କର କଲେ ରୋଷ
Couplet 97
କିପାଁ ହୋଇଲେ ସ୍ତିରୀ ଦେହସଂଶୟ ଯାଉ ମୁନି କହ
Couplet 98
ମୁନି କହନ୍ତି ଅନୁରାଗେଆନନ୍ଦେ ପରୀକ୍ଷିତ ଆଗେ
Couplet 99
ଶୁଣ ହେ ଅଭିମନ୍ୟୁ ସୁତକହିବା ତହିଁର ଚରିତ
Couplet 100
ସପତ ଋଷି ଏକମେଳେଶଂକର ଦରଶନ ଛଳେ
Couplet 101
ଦିଶନ୍ତି ରବି ତେଜ ପ୍ରାୟେସେ ବନେ ଚଳନ୍ତି ନିର୍ଭୟେ
Couplet 102
ଦୂରୁ ତାହାଙ୍କ ରୂପ ଦେଖିଅମ୍ବିକା ଶଙ୍କର ଉପେକ୍ଷି
Couplet 103
ଶିବ ସଙ୍ଗମ ଛାଡ଼ି ବେଗେବସ୍ତ୍ର ପିନ୍ଧିଲେ ବୃକ୍ଷ ଲାଗେ
Couplet 104
ଲାଜେ ଲୁଚାଇ କଳେବରଭୟେ କମ୍ପନ୍ତି ଥରହର
Couplet 105
ଶଂକର ରହେ ଅଧୋମୁଖେଚାହିଁ ନ ପାରି ମନଦୁଃଖେ
Couplet 106
ଏମନ୍ତ ମୁନିଗଣ ଚାହିଁପାଦେହେଁ ନପାରନ୍ତି ଯାଇ
Couplet 107
ତାହାଙ୍କ ଗତି ଦେଖି ଛନ୍ନେତକ୍ଷଣେ ଗଲେ ଅନ୍ୟବନେ
Couplet 108
ପଥ ଚଳନ୍ତି ମହାଶ୍ରମେମିଳିଲେ ନାରାୟଣାଶ୍ରମେ
Couplet 109
ସେ କଥା ଜାଣି ଶୂଳପାଣିଅମ୍ବିକା ମୁଖ ଚାହିଁ ଭଣି
Couplet 110
ପୁରୁଷ ହୋଇ ଯେବେ ଏଥେପ୍ରବେଶ ହୋଇବ ବନସ୍ତେ
Couplet 111
ତକ୍ଷଣେ ହେଉ ସ୍ତିରୀରୂପଏମନ୍ତ ରୁଦ୍ର ଦେଲେ ଶାପ
Couplet 112
ସେ ଦିନୁ ମହାଦେବ-ରୋଷେସେ ବନେ ପୁରୁଷ ନ ପଶେ
Couplet 113
ଏବେ ହୋ ଶୁଣ ନର ନାଥମନୁତନୟ ବିପରୀତ
Couplet 114
ଅଶ୍ୱ ସହିତେ ଘୋରବନେସର୍ବେ ଭ୍ରମନ୍ତି ଦୁଃଖମନେ
Couplet 115
ସେ ବନୁ ଗଲେ ଅନ୍ୟବନେସୋମ ନନ୍ଦନ ତପସ୍ଥାନେ
Couplet 116
ଭ୍ରମନ୍ତି ଏକୁ ଆରେ ଧରିସ୍ୱଭାବେ ସର୍ବେ ମନୋହରୀ
Couplet 117
ତାହାଙ୍କ ମଧ୍ୟେ ଇଳା ଦେଖିସେ ବୁଧ ତପସ୍ୟା ଉପେକ୍ଷି
Couplet 118
ମନ କଳ୍ପିଲା କାମଭୋଳେତକ୍ଷଣେ ଧରି ତା'କୁ କୋଳେ
Couplet 119
ବଳେ ରମିଲା ଚନ୍ଦ୍ରସୁତତକ୍ଷଣେ ହେଲା ପୁତ୍ର ଜାତ
Couplet 120
ତାହାକୁ ଦେଖି ଗୁଣଧାମଦେଲେ ସେ ପୁରୁରବା ନାମ
Couplet 121
ଏବେ ହୋ ଶୁଣ କୁରୁବୀରସେ ବନେ ମନୁର କୁମର
Couplet 122
କୁଳ ଆଚାର୍ଯ୍ୟ ସୁମରିଲେତକ୍ଷଣେ ବଶିଷ୍ଠ ମିଳିଲେ
Couplet 123
ତାହାର ସ୍ତିରୀରୂପ ଚାହିଁସେ ବ୍ରହ୍ମଋଷି ଦୟା ବହି
Couplet 124
ଯେମନ୍ତେ ପୁରୁଷ ହୋଇବତକ୍ଷଣେ ସେବି ସଦାଶିବ
Couplet 125
ଅନେକ କଲେ ଦିବ୍ୟସ୍ତୁତିଶୁଣି ସନ୍ତୋଷ ପଶୁପତି
Couplet 126
ଆପଣା ବାକ୍ୟ ସତ୍ୟ ଅର୍ଥେବଶିଷ୍ଠେ ଚାହିଁ ଦୟାଚିତ୍ତେ
Couplet 127
ବୋଲନ୍ତି ଅମ୍ବିକା ରମଣବଶିଷ୍ଠ ମୋ'ର ବାକ୍ୟ ଶୁଣ
Couplet 128
ଏ ଯେ ତୋହର ଗୋତ୍ରେ ଜାତସ୍ୱଭାବେ ଶ୍ରାଦ୍ଧଦେବ ସୁତ
Couplet 129
ମାସେ ଏ ହୋଇବ କାମିନୀପୂର୍ବେ ବିଷ୍ଣୁର ବାକ୍ୟ ଘେନି
Couplet 130
ମାସେ ଏ ପୁରୁଷ ହୋଇବଜୀବନ୍ତେ ଯେତେକାଳ ଥିବ
Couplet 131
ଏମନ୍ତ ତାକୁ ଦେଇ ବରତକ୍ଷଣେ ଗଲେ ଶୂଳଧର
Couplet 132
ଏମନ୍ତେ ଯେତେ କାଳ ଥିଲାମାସକେ ପୁରୁଷ ଅବଳା
Couplet 133
ରାଜ୍ୟ ସେ କଲା ଏହିମତେନିଗମବାଣୀ ଅନୁମତେ
Couplet 134
ତାହାର ରାଜ୍ୟେ ପ୍ରଜାଜନେବଞ୍ଚନ୍ତି ଦୁଃଖସୁଖ ମନେ
Couplet 135
ତା'ର ହୋଇଲେ ତିନିସୁତଶୁଣ ରାଜନ ପରୀକ୍ଷିତ
Couplet 136
ଗୟ ଉତ୍କଳ ପୁତ୍ରବେନିବିମଳ ନାମେ ହୋଏ ତିନି
Couplet 137
ଦକ୍ଷିଣ ପଥେ ତିନି ରାଜାଧର୍ମେ ପାଳନ୍ତି ଜନପ୍ରଜା
Couplet 138
ଏମନ୍ତେ କେତେକାଳ ଗଲାସୁଦ୍ୟୁମ୍ନ ମନେ ବିଚାରିଲା
Couplet 139
ପୁରୁରବାକୁ ରାଜା କରିଛାଡ଼ିଲା ପ୍ରତିଷ୍ଠାନ ପୁରୀ
Couplet 140
ତପସାଧନେ ବନେ ଗଲାସେ ବନେ ଶରୀର ଛାଡ଼ିଲା
Couplet 141
ଚନ୍ଦ୍ରବଂଶର ଆଦ୍ୟପୀଢ଼ସୁଜନେ ମନ କର ଦୃଢ଼
Couplet 142
ବଂଶାନୁଚରିତ ଏ ବାଣୀଶୁଣି ସଂସାରୁ ତର ପ୍ରାଣୀ
Couplet 143
ବୋଲଇ ବିପ୍ର ଜଗନ୍ନାଥନବମସ୍କନ୍ଧେ ଭାଗବତ