Skip to content
paribhaasha

Skandha 8

Adhyaya 23

  1. Couplet 1

    ଚିନ୍ତି ଶ୍ରୀକୃଷ୍ଣ-ପଦାମ୍ବୁଜକ‌ହ‌ନ୍ତି ବ୍ୟାସଙ୍କ ତନୁଜ

  2. Couplet 2

    ଶୁଣ ହେ ଅଭିମନ୍ୟୁ ବଳାଏମନ୍ତ ଈଶ୍ୱରର ଲୀଳା

  3. Couplet 3

    ମାୟାକଳ୍ପିତ ଏ ସଂସାରେମତ୍ସ୍ୟାଦି ନାନା ଅବତାରେ

  4. Couplet 4

    ଧର୍ମକୁ ପାଳେ ଯୁଗେ ଯୁଗେସାଧୁଙ୍କୁ ରଖେ ଅନୁରାଗେ

  5. Couplet 5

    ଦୁଷ୍ଟ ନିବାରି ସନ୍ଥ ପାଳେରୂପ ପ୍ରକାଶେ ଯଥାକାଳେ

  6. Couplet 6

    ତା ରୂପ କେ କରିବ ଅନ୍ତସ୍ୱଭାବେ ମହିମା ଅନନ୍ତ

  7. Couplet 7

    ଏମନ୍ତ ଶୁକମୁଖୁଁ ଶୁଣିଆନନ୍ଦମନେ ନୃପମଣି

  8. Couplet 8

    ବୋଲେ ଚରଣେ କର ଦେଇଭୋ ମୁନି ନିସ୍ତରିଲି ମୁହିଁ

  9. Couplet 9

    ବୋଲ ଯେ ମୀନ ଅବତାରହୋଇଲେ ଜଗତ ଈଶ୍ୱର

  10. Couplet 10

    ନିନ୍ଦିତ ଜଳଚର ରୂପେଦେହ ବ‌ହିଲେ କେଉଁ କଳ୍ପେ

  11. Couplet 11

    କେବଣ କାର୍ଯ୍ୟେ କିସ ଅର୍ଥେପ୍ରସନ୍ନେ କ‌ହ ମୋ ଅଗ୍ରତେ

  12. Couplet 12

    ତାର ଚରିତ ପାପ‌ହରଅଶେଷ ପ୍ରାଣୀ ସୁଖଘର

  13. Couplet 13

    ଅନାଦି ପ୍ରଭୁ ନାରାୟଣମାୟାର ପରମ କାରଣ

  14. Couplet 14

    ସୁତ କ‌ହ‌ନ୍ତି ମୁନିମଧ୍ୟେଅତି ଆନନ୍ଦ ଗଦଗଦେ

  15. Couplet 15

    ଶୁଣ ସକଳ ମୁନିଗଣେଶୁକ ପରୀକ୍ଷେ ଯା ବଖାଣେ

  16. Couplet 16

    ଏମନ୍ତେ ରାଜାବାକ୍ୟ ଶୁଣିପରମାନନ୍ଦ ଶୁକମୁନି

  17. Couplet 17

    ଅତି ହରଷେ ଗଦଗଦେକ‌ହ‌ନ୍ତି ପରମ ଆନନ୍ଦେ

  18. Couplet 18

    ଶୁଣ ହୋ ଅଭିମନ୍ୟୁସୁତକ‌ହିବା ବିଷ୍ଣୁର ଚରିତ

  19. Couplet 19

    ଅନାଦି ପ୍ରଭୁ ନାରାୟଣଅଶେଷ ବ୍ରହ୍ମାଣ୍ତ କାରଣ

  20. Couplet 20

    ଯେ ପ୍ରଭୁ ଜଗତ ଈଶ୍ୱରବ୍ରହ୍ମାଣ୍ତ ଯାର ଖେଳଘର

  21. Couplet 21

    ସୃଜଇ ପାଳଇ ସଂହରେସଂସାରେ ନାନାରୂପ ଧରେ

  22. Couplet 22

    ଧର୍ମ ସ୍ଥାପନେ ଦେହ ଧରିଅଧର୍ମ ସମୂହ ନିବାରି

  23. Couplet 23

    ଅସାଧୁକୂଳ ସଂହାରିଣସାଧୁଙ୍କୁ ରଖେ ନାରାୟଣ

  24. Couplet 24

    ଶୁଣ ତୁ ଯେବା ଅର୍ଥେ ହରିଇଚ୍ଛାରେ ମୀନରୂପ ଧରି

  25. Couplet 25

    ବ୍ରହ୍ମା ଯେ ସୃଷ୍ଟି-ଅନ୍ତଃକାଳେବେଦପୁସ୍ତକ ଥୋଇ କୂଳେ

  26. Couplet 26

    ଜଳେ ପଶିଲେ ସନ୍ଧ୍ୟା କରିସେ ବେଦ ହୟଗ୍ରୀବ ହରି

  27. Couplet 27

    ଅଗାଧ-ଜଳେ ପଶିଗଲାବିଧାତା ବିଷ୍ଣୁଙ୍କୁ ଚିନ୍ତିଲା

  28. Couplet 28

    ଦାନବ ଦୁଷ୍ଟମତି ଜାଣିତକ୍ଷଣେ ପ୍ରଭୁ ଚକ୍ରପାଣି

  29. Couplet 29

    ଶଫରୀ ରୂପକୁ ଧଇଲେସେ ମହାଜଳରେ ପଶିଲେ

  30. Couplet 30

    ଯେମନ୍ତେ ମାଇଲେ ଅସୁରବେଦ ଉଦ୍ଧରି ଚକ୍ରଧର

  31. Couplet 31

    ପ୍ରବେଶ ବ୍ରହ୍ମାର ରଜନୀକଳ୍ପର ନାମ ଦୈନନ୍ଦିନୀ

  32. Couplet 32

    ଏମନ୍ତେ ପ୍ରଳୟ ନିକଟେରାଜାଏ ଥିଲା ସିନ୍ଧୁତଟେ

  33. Couplet 33

    ତାହାର ନାମ ସତ୍ୟବ୍ରତଅଶେଷ ଗୁଣରେ ଭୂଷିତ

  34. Couplet 34

    ସ୍ୱଭାବେ ବିଷ୍ଣୁ-ପରାୟଣତପ ସାଧନେ ଦୃଢ଼ମନ

  35. Couplet 35

    ତପ ସାଧଇ ସିନ୍ଧୁତୀରେଜଳ ଭକ୍ଷଣେ ଦିନ ହରେ

  36. Couplet 36

    ସେ ତପ ସାଧି କଳ୍ପଅନ୍ତେମନୁ ହୋଇବ ଭବିଷ୍ୟତେ

  37. Couplet 37

    ଆଦିତ୍ୟ ବୀର୍ଯ୍ୟେ ଜନ୍ମ ହୋଇସେ ଶ୍ରାଦ୍ଧଦେବ ନାମ ବ‌ହି

  38. Couplet 38

    ମନୁ ହୋଇବ ଏ ଜଗତେହରି ସ୍ଥାପିବେ ତୋଷଚିତ୍ତେ

  39. Couplet 39

    ଏବେ ହୋ ଶୁଣ ନରପତିସେ ସତ୍ୟବ୍ରତ ରାଜା କୀର୍ତ୍ତି

  40. Couplet 40

    ସେ ସତ୍ୟବ୍ରତ ଏକ‌କାଳେମିଳିଲା କୃତମାଳା କୂଳେ

  41. Couplet 41

    ସେ ନ‌ଦୀଜଳେ ସ୍ନା‌ନ‌କରିଗୋବିନ୍ଦ ନାମ ଚିତ୍ତେ ସ୍ମରି

  42. Couplet 42

    ସ୍ନାହାନ ସାରି ସନ୍ଧ୍ୟା ଅର୍ଥେଜଳଅଞ୍ଜଳି କଲା ହସ୍ତେ

  43. Couplet 43

    ତକ୍ଷଣେ ପ୍ରଭୁ ନରହରିମାୟାରେ ମୀନରୂପ ଧରି

  44. Couplet 44

    ପଶିଲେ ଜଳାଞ୍ଜଳି ମଧ୍ୟଶଫରୀରୂପେ ଆଦିକନ୍ଦ

  45. Couplet 45

    ସେ ସତ୍ୟବ୍ରତ ତା ଦେଖିଲାଜଳଅଞ୍ଜଳି ପକାଇଲା

  46. Couplet 46

    ରାଜାର ହସ୍ତୁ ପଡ଼ି ଜଳେସେ ମୀନ ଡ଼ାକିଲା ବିକଳେ

  47. Couplet 47

    ମହାକାରୁଣ୍ୟ ହେ ରାଜନମୁଁ ଦୁଃଖୀ ତୁ ଦୀନପାଳନ

  48. Couplet 48

    ଜଳେ ଯେ ପକାଇଲୁ ମୋତେମୋ ଜ୍ଞାତି ରିପୁ ଏ ସମସ୍ତେ

  49. Couplet 49

    ମୋତେ ଗିଳିବେ ବୋଲି ଡ଼ରେପଶିଲି ତୋର ଅଞ୍ଜୁଳିରେ

  50. Couplet 50

    ମୋତେ ଗିଳିବେ ଏହିକ୍ଷଣିମୋ ପ୍ରାଣ ରଖ ନୃପମଣି

  51. Couplet 51

    ପ୍ରାଣୀ ଜୀବନ ରକ୍ଷା କଲେଆପଣେ ରକ୍ଷା ପାଇ ଭଲେ

  52. Couplet 52

    ଏବେ ମୁଁ ତୋହର ଶରଣପଶିଲି ରଖ ମୋର ପ୍ରାଣ

  53. Couplet 53

    ଏମନ୍ତ ଶଫରୀ ବଚନେସେ ରାଜା ଶୁଣି ଅବଧାନେ

  54. Couplet 54

    ଜଳଅଞ୍ଜଳି କରେ ଧରିମୀନ‌କୁ ଜଳରୁ ଉଦ୍ଧରି

  55. Couplet 55

    ଜନ୍ତୁ ଜୀବନେ ଦୟା କରିଥୋଇଲା କମଣ୍ତଳେ ଭରି

  56. Couplet 56

    ଜଳେ ତର୍ପଣ ବେଗେ ସାରିଗୃହେ ମିଳିଲେ ଦଣ୍ତଧାରୀ

  57. Couplet 57

    ସେ ମୀନ କମଣ୍ତଳ-ଜଳେରହି ନ ପାରି ରାତ୍ରକାଳେ

  58. Couplet 58

    ବିକଳେ କରଇ ରୋଦନମୋ ପ୍ରାଣ ରଖ ହେ ରାଜନ

  59. Couplet 59

    ଚଳି ନ ପାରେ କମଣ୍ତଳେବେଗେ ତୁ ଥୁଅ ଅନ୍ୟଜଳେ

  60. Couplet 60

    ଏମନ୍ତ ଶଫରୀ ବଚନଶୁଣି ସଂଭ୍ରମେ ସେ ରାଜନ

  61. Couplet 61

    ସେ ମୀନ କମଣ୍ତଳୁ ଫେଇକଳସ ଜଳ ମଧ୍ୟେ ଥୋଇ

  62. Couplet 62

    ଏମନ୍ତେ ରଜନୀ ପାହିଲାପୁଣି ସେ ମୀନ ଡ଼ାକଦେଲା

  63. Couplet 63

    ବୋଲଇ ଶୁଣ ଦଣ୍ତଧରକଳସୁ ମୋ ପ୍ରାଣ ଉଦ୍ଧର

  64. Couplet 64

    ମୋ ଦେହ କଳସେ ନ ଚଳେବେଦେ ତୁ ଥୁଅ ଅନ୍ୟ ଜଳେ

  65. Couplet 65

    ଯେ ଜଳେ ଆନନ୍ଦେ ବିହରିଅଳପ ଜଳେ ପ୍ରାଣ‌ହାରି

  66. Couplet 66

    ତକ୍ଷଣେ କଳସୁଁ ଉଦ୍ଧରିକୂପେ ଥୋଇଲା ଦଣ୍ତଧାରୀ

  67. Couplet 67

    ମୁହୂର୍ତ୍ତେ କୂପ ମଧ୍ୟେ ରହିବିସ୍ତାର କଲା ତାର ଦେହୀ

  68. Couplet 68

    କୂପେ ସେ ଡ଼ାକଇ ବିକଳେହେ ନୃପ ଥୁଅ ଅନ୍ୟଜଳେ

  69. Couplet 69

    କୂପେ ମୁଁ ନ ପାରଇ ରହିମୋର ଜୀବନ ରଖ ତୁହି

  70. Couplet 70

    ଶଫରୀ ବାଦ୍ୟେ ନୃପମଣିକୂପୁଁ ଉଦ୍ଧରି ବେଗେ ଆଣି

  71. Couplet 71

    ତକ୍ଷଣେ ଖାତଜଳେ ଥୋଇଖାତେ ପୂରିଲା ତାର ଦେହୀ

  72. Couplet 72

    ଡ଼ାକଇ ଜୀବନ ବିକଳେଭୋ ନୃପ ରଖ ଅନ୍ୟଜଳେ

  73. Couplet 73

    ଏମନ୍ତେ ଖାତୁଁ ନେଇ ଧୀରେବେଗେ ଥୋଇଲା ସରୋବରେ

  74. Couplet 74

    ଦିବସେ ସରୋବରେ ରହିଜଳେ ନ ଚଳେ ତାର ଦେହୀ

  75. Couplet 75

    ପୁଣି ଡ଼ାକଇ ଭୟଙ୍କରେଭୋ ନୃପ ଥୁଅ ଅନ୍ୟ ନୀରେ

  76. Couplet 76

    ତକ୍ଷଣେ ତଡ଼ାଗୁଁ ଉଦ୍ଧରିହ୍ରଦେ ରଖିଲା ଦଣ୍ତଧାରୀ

  77. Couplet 77

    ସେ ମୀନ ଦଣ୍ତେ ହ୍ରଦେ ରହେତ‌ହିଁ ବଢ଼ିଲା ମହାକାୟେ

  78. Couplet 78

    ପୁଣି ଡାକିଲା ଘୋରନାଦେରାଜନ ରହି ନୋହେ ହ୍ରଦେ

  79. Couplet 79

    ତା ଶୁଣି ହ୍ରଦୁଁ ତୋଳି ବଳେକ୍ଷେପିଲା ସମୁଦ୍ରର ଜଳେ

  80. Couplet 80

    ସେ ମୀନ ପଡ଼ି ସିନ୍ଧୁଜଳେଡାକିଲା ଜୀବନ ବିକଳେ

  81. Couplet 81

    ଭୋ ନୃପ ରଖ ମୋର ପ୍ରାଣତୋର ମୁଁ ପଶିଛି ଶରଣ

  82. Couplet 82

    ଶରଣ ଜନ ଉପେକ୍ଷିଲେକେ ତାକୁ ପ୍ରଶଂସଇ ଭଲେ

  83. Couplet 83

    ଏ ଜଳେ ଜୀବଛନ୍ତି ଯେତେବଳେ ଭକ୍ଷିବେ ଏବେ ମୋତେ

  84. Couplet 84

    ଏମନ୍ତ ମୀନ ମୁଖୁଁ ଶୁଣିମନେ ବିଚାରେ ନୃପମଣି

  85. Couplet 85

    ଏ କି ଅଦ୍‌ଭୁତ କର୍ମ ମୁହିଁଜଗତେ ଦେଖିଲିତ ନାହିଁ

  86. Couplet 86

    କେଉଁ ଦେବତା ମାୟାବଳେମୋତେ ଛଳଇ ମୀନ‌ଛଳେ

  87. Couplet 87

    କି ବୁଦ୍ଧି କରିବଇଁ ମୁହିଁଭାଳଇ ମୀନ ମୁଖ ଚାହିଁ

  88. Couplet 88

    ବିଷ୍ଣୁର ମାୟାରେ ମୋହିତଦଣ୍ତେ ରହିଲା ସ୍ତମ୍ଭୀଭୂତ

  89. Couplet 89

    ପୁଣି କ୍ଷଣକେ ନୃପବରକପୋଳେ ଦେଇ ବେନିକର

  90. Couplet 90

    ବୋଲଇ ମୀନମୁଖ ଚାହିଁମୋହର ଧର୍ମ ରଖ ତୁହି

  91. Couplet 91

    କେଉଁ ଦେବତା ଆସି ଛଳେମୋତେ ମୋହିଲୁ ମାୟାବଳେ

  92. Couplet 92

    ଏ ତୋର ବିଶ୍ୱରୂପ ଦେହମାୟା ନ କରି ସତ୍ୟ କ‌ହ

  93. Couplet 93

    ଏମନ୍ତ ଜଳଚର-ଦେହୀଜଗତେ ଦେଖିଲା ତ ନାହିଁ

  94. Couplet 94

    ଭୋ ମୀନ ତୋହର ଶରୀରେଶତେ-ଯୋଜନ-ହ୍ରଦ ପୂରେ

  95. Couplet 95

    ନିଶ୍ଚେ ଜାଣିଲି ତୋତେ ଆଜତୁ ନାରାୟଣ ଦେବରାଜ

  96. Couplet 96

    ଅନାଦି ପ୍ରଭୁ ନିରଞ୍ଜନଅବ୍ୟକ୍ତ-ରୂପ ଭଗବାନ

  97. Couplet 97

    ପ୍ରାଣୀଙ୍କ ନିସ୍ତାରଣ ଅର୍ଥେମୀନ ଶରୀର ଏ ଜଗତେ

  98. Couplet 98

    ସ୍ଥିତି-ପାଳନ ସଂହାରଣତୁ ନାଥ ପରମକାରଣ

  99. Couplet 99

    ନମସ୍ତେ ଜଳଚର-ଦେହୀଭୋ ନାଥ କର ମୋତେ ତ୍ରାହି

  100. Couplet 100

    ତୋର ମାୟାରେ ଭ୍ରମ ହୋନ୍ତିହର ବିରଞ୍ଚି ସୁରପତି

  101. Couplet 101

    ତୁ ନାଥ ଜନ ଉପକାରେନାନା ଶରୀର ଏ ସଂସାରେ

  102. Couplet 102

    ତୋ ଅବତାର ଭକ୍ତ‌ହିତେଧର୍ମ-ସ୍ଥାପନ ଶୁଭ ଅର୍ଥେ

  103. Couplet 103

    କି କାର୍ଯ୍ୟେ ମୀନ ଅବତାରକ‌ହ ହେ କମଳାର ବର

  104. Couplet 104

    ଏମନ୍ତ ରାଜ ବାକ୍ୟ ଶୁଣିକ‌ହ‌ନ୍ତି ପ୍ରଭୁ ଚକ୍ରପାଣି

  105. Couplet 105

    ଶୁଣ ରାଜନ ସତ୍ୟବ୍ରତତୁ ଯେଣୁ ମୋହର ଭକତ

  106. Couplet 106

    ଯେ କାର୍ଯ୍ୟେ ମୀନରୂପ ମୋରକ‌ହୁଛି ଶୁଣ ନୃପବର

  107. Couplet 107

    ତେଣୁ ଅଇଲି ତୋତେ କ‌ହିଅଦ୍‌ଭୁତ ମୀନରୂପ ହୋଇ

  108. Couplet 108

    ମାୟାବୀ ପ୍ରଚଣ୍ତ ଦାନବନାମ ଯାହାର ହୟଗ୍ରୀବ

  109. Couplet 109

    ବ୍ରହ୍ମାର ବେଦ ହରି ବଳେବେଗେ ପଶିଲା ମହାଜଳେ

  110. Couplet 110

    ପ୍ରଳୟ ଜଳେ ମୁଁ ବିହରିସେ ବେଦ ଉଦ୍ଧାରଣ କରି

  111. Couplet 111

    ରଖିବି ସଂସାରର ବୀଜହରିବି ହୟଗ୍ରୀବ ତେଜ

  112. Couplet 112

    ତୁ ଏବେ ରହ ମୋ ବଚନେଆଜ‌ହୁଁ ଗଣି ସାତଦିନେ

  113. Couplet 113

    ପ୍ରଳୟ ଜଳେ ତିନିପୁରନାଶିବ ଶୁଣ ନୃପବର

  114. Couplet 114

    ଅଠରଖଣ୍ତ ମେଘ ମିଳିସ୍ଫୁରିବ ପ୍ରଚଣ୍ତେ ବିଜୁଳି

  115. Couplet 115

    ବ‌ହିଣ ଅଣଚାଶ ବାତଆକାଶେ ବିଜୁଳି ପୂରିତ

  116. Couplet 116

    ଗଭୀରନାଦେ ମେଘମାଳପ୍ରଚଣ୍ତେ ବରଷିବେ ଜଳ

  117. Couplet 117

    କ୍ଷଣକେ ସିନ୍ଧୁ ଉଛୁଳିବଉଲ୍ଲୋଳ ଗ‌ଗନେ ମିଳିବ

  118. Couplet 118

    ସପତ‌ଋଷିଙ୍କ ମଣ୍ତଳେଜଳଧି ଲାଗିବ ଉଲ୍ଲୋଳେ

  119. Couplet 119

    ବ୍ରହ୍ମାର ରଜନୀ ହୋଇବଏ ତିନିପୁର ନାଶ‌ଯିବ

  120. Couplet 120

    ତୁ ଏବେ ମୋର ବୋଲ କରଔଷଧି ବୀଜ ସଙ୍ଗେ ଧର

  121. Couplet 121

    ତୋର କୁଟୁମ୍ବଛନ୍ତି ଯେତେସକଳ ଘେନିଣ ସଙ୍ଗତେ

  122. Couplet 122

    ଆଜୁହଁ ସପତ ଦିବସେନାବ ମିଳିବ ଆସି ପାଶେ

  123. Couplet 123

    ଯେ ନାବ ସମୁଦ୍ରର କୂଳେତୋତେ ମିଳିବ ସନ୍ଧ୍ୟାକାଳେ

  124. Couplet 124

    ତୁ ତ‌ହିଁ ବସି ସର୍ବ ଘେନିତରିବୁ ବ୍ରହ୍ମାର ରଜନୀ

  125. Couplet 125

    ଆଗତକଳ୍ପ ପରିଯନ୍ତେତୁ ଥିବୁ ଋଷିଙ୍କ ସଙ୍ଗତେ

  126. Couplet 126

    ସେ ନାବ ମୋର ଶୃଙ୍ଗେ ବାନ୍ଧିମୁହିଁ ବିହରିବି ଜଳଧି

  127. Couplet 127

    ବ୍ରହ୍ମା ରଜନୀକାଳ ଯେତେସେ ନାବେ ଥିବୁ ତୁ ନିଶ୍ଚିନ୍ତେ

  128. Couplet 128

    ସପତ‌ଋଷି ସଙ୍ଗେ ଘେନିବଞ୍ଚିବୁ ବ୍ରହ୍ମାର ରଜନୀ

  129. Couplet 129

    ସେ ମହାଜଳେ ଯେବେ ନାବପ୍ରଳୟ ପବନେ କମ୍ପିବ

  130. Couplet 130

    ତ‌ହିଁକି ନ କରିବୁ ଭୟକ‌ହଇ ଶୁଣ ମହାରାୟ

  131. Couplet 131

    ମୋହର ଶୃଙ୍ଗେ ସେ ନିଶ୍ଚଳେବନ୍ଧନେ ଥିବ ଯୋଗବଳେ

  132. Couplet 132

    ପରମ‌ବ୍ରହ୍ମ ମୋ ମହିମାଜାଣି ନ ପାରେ ହରବ୍ରହ୍ମା

  133. Couplet 133

    ମୋ ଅନୁଗ୍ରହେ ମୋତେ ଜାଣିସଙ୍କଟୁ ତର ନୃପମଣି

  134. Couplet 134

    ଏମନ୍ତ କ‌ହି ଚକ୍ରଧରତକ୍ଷଣେ ହୋଇଲେ ଅନ୍ତର

  135. Couplet 135

    ଗୋବିନ୍ଦ ଆଜ୍ଞା ଘେନି ଶିରେରାଜା ମିଳିଲେ ସିନ୍ଧୁତୀରେ

  136. Couplet 136

    ଘେନାଇ ସର୍ବ ଅଉଷଧିରାଜାର ଯେତେକ ସମୃଦ୍ଧି

  137. Couplet 137

    ସମୁଦ୍ରତୀରେ କୁଶ ପାଡ଼ିକପୋଳେ ବେନିକର ଯୋଡ଼ି

  138. Couplet 138

    ମୀନରୂପକୁ ଧ୍ୟାନ କରିକୃଷ୍ଣଚରଣ ମନେ ଧରି

  139. Couplet 139

    ସମୁଦ୍ରତୀରେ ସେ ରହିଲାଏମନ୍ତେ ସାତଦିନ ଗଲା

  140. Couplet 140

    ରାତ୍ରହୁଁ ମେଘ ସଙ୍ଗେ ମିଳିପ୍ରଚଣ୍ତେ ପ୍ରକାଶେ ବିଜୁଳି

  141. Couplet 141

    ବ‌ହେ ପବନ ଅଣଚାଶଶବଦେ କମ୍ପେ ଦଶଦିଶ

  142. Couplet 142

    ଘୋର ଶବଦେ ଜଳରାଶିହସ୍ତୀ-ଶୁଣ୍ଢ ପ୍ରାୟେ ବରଷି

  143. Couplet 143

    ସମୁଦ୍ର ଉଛୁଳିଲା ବେଗେଘୋର-ପ୍ରଚଣ୍ତ-ବାତ ଯୋଗେ

  144. Couplet 144

    ଗୋବିନ୍ଦ ଆଜ୍ଞା ପରମାଣେନାବ ମିଳିଲା ତ‌ତକ୍ଷଣ

  145. Couplet 145

    ଋଷିଏ ଶୂନ୍ୟମାଗୁଁ ଆସିରାଜା ସ‌ହିତେ ନାବେ ବସି

  146. Couplet 146

    ଦେଖିଲେ ସର୍ବ ଅଉଷଧିରାଜାର ଯେତେକ ସମୃଦ୍ଧି

  147. Couplet 147

    ସେ ନାବେ ରାଜା ସଙ୍ଗେ ବସିମୁନିଏ ରାଜାକୁ ପ୍ରଶଂସି

  148. Couplet 148

    ବୋଲନ୍ତି ତୁମ୍ଭେ ଭାଗ୍ୟବନ୍ତସଙ୍କଟୁ ରଖିଲୁ ଆମ୍ଭନ୍ତ

  149. Couplet 149

    ଏବେ ଆମ୍ଭର ବୋଲକରଏ ନାବେ ବିଷ୍ଣୁଙ୍କୁ ସୁମର

  150. Couplet 150

    ତୋହର ଭାବେ ସେ ମାଧବଆମ୍ଭଙ୍କୁ ସଙ୍କଟୁ ତାରିବ

  151. Couplet 151

    ଏମନ୍ତେ ଋଷିଙ୍କ ବଚନେରାଜା ବସିଲା ବିଷ୍ଣୁଧ୍ୟାନେ

  152. Couplet 152

    ତକ୍ଷଣେ ପ୍ରଭୁ ନରହରିମିଳିଲେ ମୀନରୂପ ଧରି

  153. Couplet 153

    ଏକଇ ଶୃଙ୍ଗ ଶିରେ ସାଜେରୂପେ ସୂବର୍ଣ୍ଣତେଜ ଗଞ୍ଜେ

  154. Couplet 154

    ମେରୁର ପ୍ରାୟେ ଅତିଦମ୍ଭନିୟୁତ‌ଯୋଜନ ତା ଲମ୍ବ

  155. Couplet 155

    ସେ ଶୃଙ୍ଗେ ନାବ ବାନ୍ଧି ବଳେସେ ରାଜା ବସିଲା ନିଶ୍ଚଳେ

  156. Couplet 156

    ସେ ନାବେ ମୁନିଙ୍କ ସଙ୍ଗତେକୃଷ୍ଣଙ୍କୁ ଧ୍ୟାନ କଲା ଚିତ୍ତେ

  157. Couplet 157

    ମହାପ୍ରଳୟେ ନାବେ ବସିଗୋବିନ୍ଦ-ବଚନେ ବିଶ୍ୱାସି

  158. Couplet 158

    ଆକୁଳେ ଶିରେ କର ଦେଇବୋଲଇ ରଖ ଭାବଗ୍ରାହୀ

  159. Couplet 159

    ଏ ଘୋର-ସଙ୍କଟ ତରଣେଶରଣ ଗଲୁ ତୋ ଚରଣେ

  160. Couplet 160

    କପୋଳେ ଦେଇ ବେନିକରଗୋବିନ୍ଦ ଚିନ୍ତେ ନୃପବର

  161. Couplet 161

    ସପତ‌ଋଷିଙ୍କ ବଚନେନିଶ୍ଚଳେ ବସି ଯୋଗଧ୍ୟାନେ

  162. Couplet 162

    ମନ-ବଚନ ହୃଦେ ଛନ୍ଦିଚଞ୍ଚଳ ଇନ୍ଦ୍ରିୟ ନିରୋଧି

  163. Couplet 163

    ଅନ୍ତରେ ମନ ସ୍ଥିର କଲାସୁମରି ଗୋବିନ୍ଦର ଲୀଳା

  164. Couplet 164

    ଆନନ୍ଦ ମନେ ସତ୍ୟବ୍ରତସ୍ତୁବଇ ଯୋଡ଼ି ବେନିହସ୍ତ

  165. Couplet 165

    ଭୋ ନାଥ ସଙ୍କଟ ତାରଣତୋ ପାଦେ ପଶିଲି ଶରଣ

  166. Couplet 166

    ଅଶେଷ ବ୍ରହ୍ମାଣ୍ତ-ଠାକୁରଏ ଘୋର-ସଙ୍କଟୁ ଉଦ୍ଧର

  167. Couplet 167

    ଅନାଦି ଅବିଦ୍ୟାର ବଳେପ୍ରାଣୀ ଭ୍ରମନ୍ତି ଏ ଶୟଳେ

  168. Couplet 168

    ଅଶେଷ-ବ୍ରହ୍ମାଣ୍ତ-କାରଣତୋ ପାଦେ ରଖ ନାରାୟଣ

  169. Couplet 169

    ଯାବତ ତୋ ପାଦ ନ ଚିନ୍ତେତାବତ ସୁଖୀ କେ ଜଗତେ

  170. Couplet 170

    ତୁ ନାଥ ତାପତ୍ର‌ୟୁଁ ତାରୁଅଶେଷ ଗୁରୁଙ୍କର ଗୁରୁ

  171. Couplet 171

    ଅଜ୍ଞାନୀଜନ ଏ ଜଗତେବନ୍ଧନ କର୍ମର ଆୟତ୍ତେ

  172. Couplet 172

    ସୁଖର ଲୋଭେ ଦୁଃଖେ ପଡ଼େଯାବତ ଭକ୍ତିମାର୍ଗ ହୁଡ଼େ

  173. Couplet 173

    ତାବତ ସୁଖ ନାହିଁ ତାରଲଭଇ ଦୁଃଖ ମହାଘୋର

  174. Couplet 174

    ଯାବତ ନ ଜାଣଇ ତୋତେତାବତ ଭ୍ରମଇଁ ଜଗତେ

  175. Couplet 175

    ତୋହର ମାୟା ଏ ସଂସାରଦୁର୍ଗମ ଘୋର ଅନ୍ଧକାର

  176. Couplet 176

    ତୋର ଭଜନ ରବିତ୍ରାସଆତ୍ମାର ତମ କରେ ନାଶ

  177. Couplet 177

    ତୁମ୍ଭ ପ୍ରସାଦା‌ୟତ ଲେଶଯେ ଗୁରୁଦେବେ ଅପ୍ରକାଶ

  178. Couplet 178

    ସମସ୍ତ ଇନ୍ଦ୍ରିଙ୍କ ପ୍ରକାଶସୁଗତି ତୁମ୍ଭେ କର ଦୃଶ୍ୟ

  179. Couplet 179

    ବରଣ କରି ଗୁରୁ କଲୁସକଳ କଳୁଷ ଛେଦିଲୁ

  180. Couplet 180

    ମୂର୍ଖକୁ ମୂର୍ଖ କଲେ ଗୁରୁତରିକି ପାରେ ତମଘୋରୁ

  181. Couplet 181

    ଏ ଭୟେ ତୋ ପାଦେ ସେବିଲୁଜ୍ଞାନ‌ଦୀପକୁ ପ୍ରକାଶିଲୁ

  182. Couplet 182

    ତୁମ୍ଭେ ସକଳ ପ୍ରିୟବନ୍ଧୁଗୁରୁର ଜ୍ଞାନେ କୃପାସିନ୍ଧୁ

  183. Couplet 183

    ଏ ମହାପ୍ରଭୁ ହୃଦେ ସ୍ଥିତିଜୀବ ନ ଜାଣେ ତୁମ୍ଭ ଗତି

  184. Couplet 184

    ହେ ପ୍ରଭୁ ବରଦ ଈଶ୍ୱରତୁମ୍ଭରେ ଶରଣ ମୋହର

  185. Couplet 185

    ହୃଦୟ-ମଳ-ଗ୍ରନ୍ଥି ନାଶତୁମ୍ଭର ଶରୀର ପ୍ରକାଶ

  186. Couplet 186

    କ‌ହ‌ନ୍ତି ଶୁକ ମୁନିବରହୃହୟେ ଚିନ୍ତି ଗଦାଧର

  187. Couplet 187

    ଏମନ୍ତ ଭାବେ ଦଣ୍ତଧାରୀଚିତ୍ତେ ଅନେକ ସ୍ତୁତି କରି

  188. Couplet 188

    ରହିଲା ସମାଧି ନିଶ୍ଚଳେନାବେ ଗୋବିନ୍ଦ ପାଦମୂଳେ

  189. Couplet 189

    ଏମନ୍ତେ ଶୁଣ ନୃପମଣିତକ୍ଷଣେ ପ୍ରଭୁ ଚକ୍ରପାଣି

  190. Couplet 190

    ପ୍ରଳୟ ଜଳେ ମୀନରୂପହୟଗ୍ରୀବର ହରି ଦର୍ପ

  191. Couplet 191

    ଜଳେ ଅସୁର ପ୍ରାଣହରିବ୍ରହ୍ମାର ବେଦକୁ ଉଦ୍ଧରି

  192. Couplet 192

    ମିଳିଲେ ନୃପତିର ଆଗେସଦୟଚିତ୍ତେ ଅନୁରାଗେ

  193. Couplet 193

    ବୋଲନ୍ତି ରାଜାମୁଖ ଚାହିଁସଂସାରେ ଭାଗ୍ୟବନ୍ତ ତୁହି

  194. Couplet 194

    ଏମନ୍ତ କ‌ହି ଭଗବାନଆନନ୍ଦେ ଦେଲେ ତ‌ତ୍ତ୍ୱଜ୍ଞାନ

  195. Couplet 195

    ବୋଇଲେ ଦିବାକର ବଂଶେଜନ୍ମ ଲଭିବୁ ଆୟୁ ଶେଷେ

  196. Couplet 196

    ବଇବସ୍ୱତ ମନୁ ହୋଇପ୍ରଜା ପାଳିବୁ ଧର୍ମ ବ‌ହି

  197. Couplet 197

    ଏ ଜ୍ଞାନେ ତୋହର ଜୀବନମନୁଙ୍କ ମଧ୍ୟ ହେଉ ଧନ୍ୟ

  198. Couplet 198

    ଏ ମୋର ମୀନ ଅବତାରଧ୍ୟାନେ ରହିବ ତୋ ଅନ୍ତର

  199. Couplet 199

    ତୋହର ତୁଲେ ମୋ ସମ୍ବାଦଶୁଣନ୍ତେ ତୁଟଇ ପ୍ରମାଦ

  200. Couplet 200

    ଏମନ୍ତ କ‌ହି ଭଗବାନତକ୍ଷଣେ ହେଲେ ଅନ୍ତର୍ଦ୍ଧାନ

  201. Couplet 201

    ଅଷ୍ଟମ ସ୍ମନ୍ଧେ ଏ ଚରିତଅମୃତ ରସମୟ ଗୀତ

  202. Couplet 202

    ସୁଜନେ ଶୁଣ ଏକଚିତ୍ତେସଂସାରୁ ତରିବ ଯେମନ୍ତେ

  203. Couplet 203

    ଖଣ୍ତିବ ଅଶେଷ ଦୁର୍ଗତିସୁଜନେ ଏଣେ କର ମତି

  204. Couplet 204

    ବୋଲଇ ବିପ୍ର ଜଗନ୍ନାଥଭାଷା-ପ୍ରବନ୍ଧେ ଭାଗବତ

Odia Bhagabata skandha 8 adhyaya 23 | Parbani by ParibhaAsha App