Skandha 8
Adhyaya 22
Couplet 1
ହରଷେ କହେ ବ୍ୟାସସୁତଶୁଣ ରାଜନ ପରୀକ୍ଷିତ
Couplet 2
ଏମନ୍ତ ବିଷ୍ଣୁ ମୁଖୁଁ ଶୁଣିବଳି କୃତାର୍ଥ ପ୍ରାୟ ମଣି
Couplet 3
ସାଧୁ ସୁମତି ସେ ସ୍ୱଭାବେପ୍ରସନ୍ନ ମନେ ପ୍ରିୟ ଭାବେ
Couplet 4
କର-ଅଞ୍ଜଳି ଶିରେ ଧରିରୋମ-ପୁଲକେ ଅଶ୍ରୁଭରି
Couplet 5
ପ୍ରଣାମ କରି ବିଷ୍ଣୁପାଦେବୋଲେ ଆନନ୍ଦ ଗଦଗଦେ
Couplet 6
ମୋହର ଭାଗ୍ୟ ଏ ଜଗତେଦାନ ମୁଁ ଦେଲି ତୋର ହସ୍ତେ
Couplet 7
ବ୍ରହ୍ମା-ସୃଷ୍ଟିରେ ହୋଇ ଜନ୍ମକେବା ଲଭିବ ଏଡ଼େ କର୍ମ
Couplet 8
ଭୋ ନାଥ ଅନୁଗ୍ରହ ତୋରଦିଗପାଳଙ୍କୁ ଅଗୋଚର
Couplet 9
କମଳା-ଆଶ୍ରୟ ଯେ ପାଦଦୁର୍ଲ୍ଲଭ ଲଭିଲି ପ୍ରସାଦ
Couplet 10
କହନ୍ତି ଶୁକ ମୁନିବରଶୁଣ ପାଣ୍ତବ ବଂଶଧର
Couplet 11
ଏମନ୍ତ ବିଷ୍ଣୁପାଦେ କହିପୁତ୍ର-କଳତ୍ର ସଙ୍ଗେ ଲଇ
Couplet 12
ବଳି ଯେ ବସିଲା ନିଶ୍ଚଳେଗୋବିନ୍ଦ ଶ୍ରୀଚରଣ ତଳେ
Couplet 13
ହୁଙ୍କାର ନାଦ ବେଗେ କରିନାଭିରୁ ପାଦ ଜାତ କରି
Couplet 14
ତାହାର ଶିରେ ପାଦ ଦେଇଚାପିଲେ ବ୍ରହ୍ମାଣ୍ତଗୋସାଇଁ
Couplet 15
ବଳି ଦେଖନ୍ତେ ବେନିଡୋଳେଗୋବିନ୍ଦ ଚାପିଲେ ପାତାଳେ
Couplet 16
ଭକ୍ତବତ୍ସଳ ଭାବଗ୍ରାହୀସୁତଳପୁରେ ଠାବ ଦେଇ
Couplet 17
ତକ୍ଷଣେ ସୁତଳେ ପ୍ରବେଶଶୁଭିଲା ଜୟ ଜୟ ଘୋଷ
Couplet 18
ଇନ୍ଦ୍ରକୁ ଆଣି ତୋଷମନେସ୍ଥାପିଲେ ଅମର ଭୁବନେ
Couplet 19
ଅଦିତି କଲା ପୟୋବ୍ରତସଫଳ କଲେ ଜଗନ୍ନାଥ
Couplet 20
ଦେଖିଣ ନିଜ ନୀତି ଗତିକୃତାର୍ଥ ପ୍ରହଲ୍ଲାଦ ମତି
Couplet 21
ଖଣ୍ତିଲେ ଜଗତ ବିଷାଦବଳି ଲଭିଲା ପଦ୍ମପାଦ
Couplet 22
ଏମନ୍ତେ ନମି ବିଷ୍ଣୁପାଦେଆନନ୍ଦେ ଅଶ୍ରୁ ଗଦଗଦେ
Couplet 23
ହିରବ୍ୟକଶିପୁ କୁମରବୋଲଇ ଦେଖ ଭାଗ୍ୟ ମୋର
Couplet 24
ଏ ଜଗନ୍ନାଥଙ୍କ ପ୍ରସାଦଲଭି ନ ପାରେ ବ୍ରହ୍ମା ରୁଦ୍ର
Couplet 25
କମଳା ବକ୍ଷସ୍ଥଳେ ବସେକଟାକ୍ଷେ ଜନଦୁଃଖ ନାଶେ
Couplet 26
ସର୍ବଦା ସମୀପେ ବସଇପ୍ରସାଦ ଲଭି ନ ପାରଇ
Couplet 27
ଯାହା ନ ଲଭେ ବାମଦେବଆନ ବା କେ ତାହା ପାଇବ
Couplet 28
ଯେ ପାଦପଦ୍ମ-ରେଣୁ ଆଶେଯୋଗୀଏ ଯୋଗ ସାଧି ପ୍ରାସେ
Couplet 29
ଅଷ୍ଟାଙ୍ଗଯୋଗେ ପାଇ ତ୍ରାସଚରଣେ କରୁଥାନ୍ତି ଆଶ
Couplet 30
ସେ କାହିଁ ଲଭିବେ ସେ ଭାବଯାହା ନ ପାନ୍ତି ବ୍ରହ୍ମାଶିବ
Couplet 31
ଏମନ୍ତ ପ୍ରହଲ୍ଲାଦ କହିବାମନପାଦେ ଶିର ଦେଇ
Couplet 32
ଦେଖି ସନ୍ତୋଷ ଭଗବାନକହନ୍ତି କୋମଳ ବଚନ
Couplet 33
ପ୍ରହ୍ଲାଦ ଶୁଣ ମୋ ଉତ୍ତରଯାଅ ତୁ ସୁତଳ ମନ୍ଦିର
Couplet 34
ଆନନ୍ଦେ ନିଜ ପୌତ୍ର ତୁଲେସୁଖେ ବିହର ଜ୍ଞାତି ମେଳେ
Couplet 35
ମୁଁ ଥିବି ଗଦାପାଣି ହୋଇନିତ୍ୟେ ଦେଖିବୁ ମୋତେ ତୁହି
Couplet 36
ମୋ ଆହାଲ୍ଲାଦ ମୋ ଦର୍ଶନନାଶିବ କର୍ମତ ବନ୍ଧନ
Couplet 37
ବିଷ୍ଣୁର ବଚନ ଶୁଣିଲାଅନେକ ମତେ ସ୍ତୁତି କଲା
Couplet 38
ପ୍ରହ୍ଲାଦ ସଙ୍ଗେ ଦୈତ୍ୟବଳସକଳେ ମିଳିଲେ ସୁତଳ
Couplet 39
ଏବେ ହୋ ଶୁଣ ପରୀକ୍ଷିତଅଦ୍ଭୁତ ଗୋବିନ୍ଦ ଚରିତ
Couplet 40
ଏଥୁ ଅନ୍ତରେ ସେ ବାମନଶୁକ୍ରଙ୍କୁ ଆଜ୍ଞା ଦେଲେ ପୁଣ
Couplet 41
ଯାଗର ଶେଷ ତୁମ୍ଭେ କରବଳିକି ନ କର ବିଚାର
Couplet 42
ଯେ ଯଜ୍ଞେ ସନ୍ତୋଷ ଭୃଗୁରନ୍ୟୁନାତିରିକ୍ତ କାହିଁ ତାର
Couplet 43
ଶ୍ରୀକୃଷ୍ଣ ବାକ୍ୟେ ଭୃଗୁ ତୋଷଯଜ୍ଞାବଶେଷ କରି ଶେଷ
Couplet 44
ଯଜ୍ଞାନ୍ତେ ସେ ଯଜ୍ଞପୁରୁଷତକ୍ଷଣେ ହୋଇଲେ ସନ୍ତୋଷ
Couplet 45
ଯଜ୍ଞପୁରୁଷ ରୂପେ ହରିଅନଳ କୁଣ୍ତୁ ଅବତରି
Couplet 46
ଭୃଗୁବଦନ ଚାହିଁ ତୋଷେବୋଲନ୍ତି ସ୍ୱଧର୍ମ ବିଶ୍ୱାସେ
Couplet 47
ଯଜ୍ଞେ ସ୍ୱଭାବେ ବ୍ରହ୍ମା ଆଦିବିପ୍ରେ ଅଛନ୍ତି ବେଦବାଦୀ
Couplet 48
ତାହାଙ୍କୁ ଗଉରବ କରିକହନ୍ତି ଯଜ୍ଞରୂପଧାରୀ
Couplet 49
ତୁ ବ୍ରହ୍ମ ସନାତନ ଶିଷ୍ୟଜାଣୁ ତୁ ଏ ଭୂତ ଭବିଷ୍ୟ
Couplet 50
ଆଗମ ନିଗମ ବିଦିତମୁଁ ତ ଦେଖିଲି ବିପରୀତ
Couplet 51
ଯଜ୍ଞ ସଙ୍କଳ୍ପ କଲୁ ହାଦେବଳି ବସିବ ଇନ୍ଦ୍ରପଦେ
Couplet 52
ଏବେ ତୁ କର୍ମଛିଦ୍ର ଦେଖିରହିଲୁ ଯଜ୍ଞକୁ ଉପେକ୍ଷି
Couplet 53
ଯଜ୍ଞ ଲଂଘନ-କର୍ମ କଲେକେମନ୍ତେ ବର୍ତ୍ତିବୁ ତୁ ଭଲେ
Couplet 54
ଏ ଯଜ୍ଞ ତୋହର ଗୋଚରତୁ ଏବେ ପୂର୍ଣ୍ଣାହୁତି କର
Couplet 55
ଫଳ ପାଇବ ଯଜମାନତା କୁଳେ ଥିବ ତୋର ମାନ୍ୟ
Couplet 56
ଯଜ୍ଞପୁରୁଷ ମୁଖୁଁ ଶୁଣିଭୃଗୁ ଅନେକ ସ୍ତୁତି ଭଣି
Couplet 57
ଚାହିଁ ସେ ବାମନ ଚରଣଯଜ୍ଞସ୍ୱରୂପୀ ନାରାୟଣ
Couplet 58
ବୋଲଇ ଯୋଡ଼ି ବେନିକରପୁଲକ ଆନନ୍ଦ ଶରୀର
Couplet 59
ଭୋ ନାଥ ଏ ଯଜ୍ଞ-ଶରୀରଅଶେଷ ଜନ ଉପକାର
Couplet 60
କର୍ମର ଈଶ୍ୱର ତୁ ଯହିଁତା କର୍ମ ଛିଦ୍ରହୋଇ କାହିଁ
Couplet 61
ଯେ ମନ୍ତ୍ର ଆଦି ଦେଶକାଳଯେ ଛିଦ୍ର ହୁଅଇ ସକଳ
Couplet 62
ତୋ ନାମ-କୀର୍ତ୍ତନେ ସଫଳଅଛିଦ୍ର ହୁଅଇ ସକଳ
Couplet 63
ତୁ ପ୍ରଭୁ ସଂସାର-କାରଣନମୋ ନମସ୍ତେ ନାରାୟଣ
Couplet 64
ଏମନ୍ତ ଆଜ୍ଞା ଘେନି ମାଥେଶ୍ରୁବ ଧଇଲା ଦକ୍ଷହସ୍ତେ
Couplet 65
ଋତ୍ୱିଜ ଋଷିଗଣ ସଙ୍ଗେଆହୁତି ଦେଲା ବେଦମାର୍ଗେ
Couplet 66
ଆନନ୍ଦେ ହୋଇ ଦ୍ରବୀଭୂତଭୃଗୁ ହୋଇଲେ କୃତକୃତ୍ୟ
Couplet 67
ଶ୍ରୀକୃଷ୍ଣ ପାଦ କରି ଧ୍ୟାନକହନ୍ତି ବ୍ୟାସଙ୍କ ନନ୍ଦନ
Couplet 68
ଏବେ ତୁ ଶୁଣ ହେ ରାଜନବାମନ ରୂପେ ଭଗବାନ
Couplet 69
ବଳିର ହସ୍ତୁ ଘେନି ଦାନକପଟେ ଏ ତିନିଭୁବନ
Couplet 70
ଇନ୍ଦ୍ରକୁ ଇନ୍ଦ୍ରପଦେ ସ୍ଥାପିତିନି ଭୁବନେ ତନୁ ବ୍ୟାପୀ
Couplet 71
ବିଷ୍ଣୁର ଦେଖି ଦିବ୍ୟଗତିସକଳ ଦେବେ ବେଦପତି
Couplet 72
ଭୃଗୁ-ଅଙ୍ଗିରା ଘେନି ତୁଲେପିତୃ-ରାଜର୍ଷି-ଦକ୍ଷ ମେଳେ
Couplet 73
କୁମାର ମେଳେ ଭୂତପତିମିଳିଲେ କଶ୍ୟପ-ଅଦିତି
Couplet 74
ଦିଗପାଳଙ୍କ ମଧ୍ୟେ ଆଣିକଳ୍ପକୁସୁମ ଗଙ୍ଗା ପାଣି
Couplet 75
ବାମନେ କରି ଅଭିଷେକସର୍ବସମ୍ପଦେ ମନ ସୁଖ
Couplet 76
ଅଶେଷ ନୃତ୍ୟ-ଗୀତ ବାଦ୍ୟେଇନ୍ଦ୍ରକୁ ସ୍ଥାପି ଇନ୍ଦ୍ରପଦେ
Couplet 77
ସର୍ବସମ୍ପଦ ସଙ୍ଗେ ଘେନିମଙ୍ଗଳ-ବେଦନାଦେ ମୁନି
Couplet 78
ବ୍ରହ୍ମାଶଙ୍କର ତୋଷମନେବାମନେ ବସାଇ ବିମାନେ
Couplet 79
ଆନନ୍ଦେ ପ୍ରଜାପତି ବୋଲେସକଳେ ସ୍ୱର୍ଗପୁର ଗଲେ
Couplet 80
ଇନ୍ଦ୍ର ବାମନ ଭୁଜବଳେସକଳ ଦିଗପାଳ ମେଳେ
Couplet 81
ନିଶ୍ଚିନ୍ତେ ସ୍ୱର୍ଗେ ସେ ବସିଲାଯେଣୁ ଅଦିତି ବ୍ରତ କଲା
Couplet 82
ଏବେ ହୋ ପରୀକ୍ଷିତ ଶୁଣବ୍ରହ୍ମାଶଙ୍କର ଦେବଗଣ
Couplet 83
ବାମନପଦେ ସ୍ତୁତି କଲେଆନନ୍ଦେ ନିଜପୁରେ ଗଲେ
Couplet 84
ବଳି-ବାମନର ପ୍ରସ୍ତାବେପ୍ରତୋଷେ କହିଲୁ ତୋ ଭାବେ
Couplet 85
ତୁ ଯେଣୁ ପଚାରିଲୁ ମୋତେବାମନରୂପ ତୋ ଅଗ୍ରତେ
Couplet 86
କହିଲୁ ଆଦି-ଅନ୍ତ କରିଯେ କଥା-ଶ୍ରବଣେ ନିସ୍ତରି
Couplet 87
ବିଷ୍ଣୁ-ମହିମା କେ କହିବଯାହା ନ ଜାଣେ ବ୍ରହ୍ମାଶିବ
Couplet 88
ଭୂମିରେ ରେଣୁ ଅଛି ଯେତେଆକାଶେ ନକ୍ଷତ୍ରେ ସହିତେ
Couplet 89
ମେଘ-ବରଷା ଯେତେ ଧାରଯେ ବିନ୍ଦୁ ପ୍ରକାଶ ନିହାର
Couplet 90
ଏହା ଗଣି ତ ଅତିରେକେଜଗତେ ଅଛନ୍ତି ନା ଲୋକେ
Couplet 91
ହରି-ମହିମା ସଂଖ୍ୟାକାରୀସଂସାରେ ନାହିଁ ଦେହଧରି
Couplet 92
ଅଦ୍ଭୁତ ଚରିତ ବାମନଯେ କରେ ଶ୍ରବଣ କୀର୍ତ୍ତନ
Couplet 93
ସକଳ ବିଘ୍ନ ନାଶ ଯାଇଅନ୍ତେ ପରମଗତି ପୈ
Couplet 94
ସେ ହରି ଚରଣପଙ୍କଜେବ୍ରାହ୍ମଣ ଜଗନ୍ନାଥ ଭଜେ