Skip to content
paribhaasha

Skandha 8

Adhyaya 21

  1. Couplet 1

    କ‌ହ‌ନ୍ତି ଶୁକମୁନି ହସିଶୁଣ ପାଣ୍ତବବଂଶ-ଶଶୀ

  2. Couplet 2

    ରାଜନ ଶୁଣ ସ୍ଥିର ହୋଇହରିଚରଣେ ମନ ଦେଇ

  3. Couplet 3

    ବଳିକି ହରି ଯେତେବେଳେବନ୍ଧନ କଲେ ଦାନ‌ଛଳେ

  4. Couplet 4

    ବନ୍ଧନ-ଦୁଃଖେ ବଳି ମନସାତ୍ତ୍ୱିକେ ନ ଭଜିଲା ଛନ୍ନ

  5. Couplet 5

    ବିଷ୍ଣୁର ପାଦେ ମନ ଦେଇକ‌ହ‌ନ୍ତି ଶ୍ରୀମୁଖକୁ ଚାହିଁ

  6. Couplet 6

    ଭୋ ନାଥ ମୋର ବାକ୍ୟ ଯେବେମୁହିଁ ଲଂଘିବି ମୂଢ଼ ଭାବେ

  7. Couplet 7

    ଏ କଥା କେବେହେଁ ନ ଘଟେଯେତେ ଜୀବନ ମୋର ତୁଟେ

  8. Couplet 8

    ତୃତୀୟପାଦ ତୋର ହସ୍ତେଦେଇ ମୁଁ ଲଂଘିବି କେମନ୍ତେ

  9. Couplet 9

    ଚରଣ ଅଛି ଯେବେ ତୋରଭୋ ନାଥ ଦିଅ ମୁଣ୍ତେ ମୋର

  10. Couplet 10

    ନରକେ ମୋର ଭୟ ନାହିଁପାଶ-ବନ୍ଧନେ ନ ଡରଇ

  11. Couplet 11

    ତୋର ନିଗ୍ରହେ ନାହିଁ ଭୟଅସାଧୁବାଦେ ମୋର ଭୟ

  12. Couplet 12

    ତୋ ଅନୁଗ୍ରହ ଯାରେ ହୋଏସେ ପ୍ରାଣୀ ସର୍ବଦୁଃଖ ସ‌ହେ

  13. Couplet 13

    ତୁ ନାଥ ଅସୁରଙ୍କ ପକ୍ଷେପରୋକ୍ଷ-ଗୁରୁ ତୁ ପ୍ରତ୍ୟକ୍ଷେ

  14. Couplet 14

    ଆମ୍ଭର ଚକ୍ଷୁ ମଦେ ଅନ୍ଧସତ୍ୟ ଯେ ମଣୁ ଏ ସମ୍ପଦ

  15. Couplet 15

    ଏ ମତେ ଅଞ୍ଜନ ସଦୃଶଦୟାରେ କରୁ ତୁ ପ୍ରକାଶ

  16. Couplet 16

    ବଇରୀ କରି ତୋ ବିଷୟେପୂର୍ବେ ଯେ ଥିଲେ ମହାରାୟେ

  17. Couplet 17

    ଅନ୍ତେ ଲଭିଲେ ତୋ ଚରଣଯେ ଗତି ମୁନି-ସିଦ୍ଧଗଣ

  18. Couplet 18

    ତୁ ନାଥ ମୋତେ ଦୟା କଲୁବରୁଣପାଶେ ଯା ବାନ୍ଧିଲୁ

  19. Couplet 19

    ନିଗ୍ରହ କରୁ ଯେତେ ମୋତେସେ ଭୟ ନାହିଁ ମୋର ଚିତ୍ତେ

  20. Couplet 20

    ତୋ ଭକ୍ତ ମୋର ପିତାମହସାଧୁ ସୁଗୁଣ ମହାଶୟ

  21. Couplet 21

    ତୋର ଚରଣେ ଆଶ୍ରେ କରିପିତାର ଦଣ୍ତରୁ ନିସ୍ତରି

  22. Couplet 22

    ଜାଣଇ ମିଥ୍ୟା ଏ ସଂସାରକେ ମିତ୍ର ବନ୍ଧୁ କେବା ପର

  23. Couplet 23

    କେବା ଜନ‌ନୀ ଭ୍ରାତା ତାତକିବା ସମ୍ପଦ ଏ ଜଗତ

  24. Couplet 24

    ପତ୍ନୀ ତନୟ କେହି ନୋହେସର୍ବେ ଯନ୍ତ୍ରିତ ମାୟା ମୋହେ

  25. Couplet 25

    ଏ ଯେତେ ସଂସାର ଦେଖଇଜନ୍ମ ମରଣେ ହେତୁ ତୁହି

  26. Couplet 26

    ସେ ପୁଣି ଏମନ୍ତ ବିଚାରିତୋ ପାଦ ଚିତ୍ତ ଦୃଢ଼ କରି

  27. Couplet 27

    ଅନ୍ତେ ପଶିଲା ତୋର ପାଦେମାୟାକୁ ଜିଣି ଅପ୍ରମାଦେ

  28. Couplet 28

    ରହିଲା ପାରିଷଦ ହୋଇଜନ୍ମ-ମରଣ ଆର କାହିଁ

  29. Couplet 29

    ତୋର ମହିମା ଭାବଗ୍ରାହୀମୁଁ ମୂଢ଼ ଜାଣିବି ତା କାହିଁ

  30. Couplet 30

    କ‌ହ‌ନ୍ତି ଶୁକ ବ୍ରହ୍ମ‌ଯତିଶୁଣ ହେ ଉତ୍ତରା-ସନ୍ତ‌ତି

  31. Couplet 31

    ଏମନ୍ତେ କ‌ହୁଁ କ‌ହୁଁ ବଳିପ୍ରତ୍ୟକ୍ଷେ ଯେସନେ ବିଜୁଳି

  32. Couplet 32

    ଗ‌ଗନେ ଶୁଭେ ଶଙ୍ଖନାଦତକ୍ଷଣେ ମିଳେ ପ୍ରହଲ୍ଲାଦ

  33. Couplet 33

    ବଳି ନମିଲା ତାଙ୍କୁ ଦେଖିବାମନ-ସଙ୍ଗତ ଉପେକ୍ଷି

  34. Couplet 34

    ବିଷ୍ଣୁର ପ୍ରାୟେ ତାର ତେଜତୁଲ୍ୟ ନୋହିବେ ଗ୍ରହରାଜ

  35. Couplet 35

    ପୀଥବସନ ପରିଧାନସୁନ୍ଦର ନଳିନ ନୟନ

  36. Couplet 36

    ଆଜାନୁ ବେନିନାହୁ ଶୋହେରୂପେ ଅନଙ୍ଗ ସମ ନୋହେ

  37. Couplet 37

    ବଳି ଆନନ୍ଦ ଗଦଗଦେକଣ୍ଠେ କୁଣ୍ଠିତ-ବାକ୍ୟ ରୁନ୍ଧେ

  38. Couplet 38

    ଚରଣେ ଦଣ୍ତବତ ହୋଇମନ-କଳ୍ପିତେ ଅର୍ଘ୍ୟ ଦେଇ

  39. Couplet 39

    ରହିଲା ପିତାମହ ପାଶେବାମନ-ଅନୁଗ୍ରହ ଆଶେ

  40. Couplet 40

    ସେ ପ୍ରହଲ୍ଲାଦ ଅତି ବେଗେନମିଲା ବିଷ୍ଣୁପାଦ‌ଯୁଗେ

  41. Couplet 41

    ନୟନେ ଅଶ୍ରୁଜଳ ଭରିକର-ଅଞ୍ଜଳି ଶିରେ ଧରି

  42. Couplet 42

    ଆନନ୍ଦେ ଶୋକ ଗଦଗଦସ୍ତୁତି କରଇ ପ୍ରହଲ୍ଲାଦ

  43. Couplet 43

    ତୁ ନାଥ ଅନୁଗ୍ରହ ମନେଏହାକୁ ସ୍ଥାପି ଇନ୍ଦ୍ରାସନେ

  44. Couplet 44

    ପୁଣି ଭ୍ରମାଉ ସୁଖସ୍ଥାନୁଯେଣୁ ହୋଇଲା ତୋର ମନ୍ୟୁ

  45. Couplet 45

    ନିଶ୍ଚୟ କଲୁ ଅନୁଗ୍ରହଯେଣୁ ନାଶିଲୁ ମାୟାମୋହ

  46. Couplet 46

    ନମସ୍ତେ ଜଗତ ଈଶ୍ୱରନମସ୍ତେ ଶଙ୍ଖ-ଚକ୍ରଧର

  47. Couplet 47

    ତୁ ନାରାୟଣ ବିଶ୍ୱଗୁରୁମହାମହିମ ମହାମେରୁ

  48. Couplet 48

    ତୁ ନାରାୟଣ ବିଶ୍ୱରୂପୀବିଶ୍ୱସମ୍ଭୂତ ବିଶ୍ୱବ୍ୟାପି

  49. Couplet 49

    ଆତ୍ମାପ୍ରକାଶ ସର୍ବଭୂତେଭୋ ନାଥ ନମସ୍ତେ ନମସ୍ତେ

  50. Couplet 50

    ପ୍ରହଲ୍ଲାଦର ଭକ୍ତି ଦେଖିହିରଣ୍ୟଗର୍ଭ ମନେ ସୁଖୀ

  51. Couplet 51

    ବେଗେ ନମିଲେ ବିଷ୍ଣୁପାଦେଚତୁରସୁଖେ ବେଦନାଦେ

  52. Couplet 52

    ବଳିର ପତ୍ନୀ ଆସେ ବେଗେବିଷ୍ଣୁଚରଣେ ଅନୁରାଗେ

  53. Couplet 53

    ସ୍ୱାମୀ କଷଣେ ଅତି ଦୁଃଖୀସ୍ତୁତି କ‌ରଇ ଅଶ୍ରୁମୁଖୀ

  54. Couplet 54

    ଭୋ ନାଥ ନିଜ କ୍ରୀଡ଼ାଅର୍ଥେତୋର ପ୍ରକାଶ ଏ ଜଗତେ

  55. Couplet 55

    ତୋହର ମହିମା ନ ଜାଣିଗର୍ବ ବ‌ହ‌ନ୍ତି ଯେତେ ପ୍ରାଣୀ

  56. Couplet 56

    ଜ୍ଞାନ ହରାନ୍ତି ସୁଖଭୋଳେସେ କାହିଁଥିବେ ଏ ଶୟଳେ

  57. Couplet 57

    ତୋ ପାଦ ସର୍ବ ସୁଖଘରଆମ୍ଭଙ୍କୁ ଅନୁଗ୍ରହ କର

  58. Couplet 58

    ବ୍ରହ୍ମା ବାମନ ମୁଖ ଚାହିଁସ୍ତୁବନ୍ତି ଶିରେ କର ଦେଇ

  59. Couplet 59

    ଭୂତଭାବନ ଭୂତଈଶହେ ଦେବଦେବ ଜଗଦୀଶ

  60. Couplet 60

    ଏହାକୁ ନିଗ୍ରହ ତୁ କଲୁସକଳ ସମ୍ପଦ ହରିଲୁ

  61. Couplet 61

    ସର୍ବସମ୍ପଦ ଦେଇ ତୋତେଭ୍ରାନ୍ତି ନ କଲା କିଛି ଚିତ୍ତେ

  62. Couplet 62

    ନିର୍ମଳ ଚିତ୍ତେ ତୋର ପାଦେଅର୍ଘ୍ୟ ନିବେଶି ଅପ୍ରମାଦେ

  63. Couplet 63

    ତ୍ରିଲୋକଦାନ ତୋତେ ଦେଲାଚିତ୍ତେ ବିଷାଦ ନ ଚିନ୍ତିଲା

  64. Couplet 64

    ତୁ ନାଥ ବସୁ ସର୍ବଭୂତେଏହାକୁ ବାନ୍ଧିଲୁ କେମନ୍ତେ

  65. Couplet 65

    ତୁ ନାଥ ସର୍ବଚିତ୍ତ ଜାଣୁକେ ତୋର ମହିମା ବଖାଣୁ

  66. Couplet 66

    ବ୍ରହ୍ମା ବଚନ ଶୁଣି ହରିବଳିକି ଚିତ୍ତେ ଦୟା କରି

  67. Couplet 67

    ବୋଲନ୍ତି ପ୍ରଭୁ ଭଗବାନବିଧାତା ଶୁଣ ମୋ ବଚନ

  68. Couplet 68

    ମୁଁ ଯାକୁ ଅନୁଗ୍ରହ ବ‌ହିତା ସର୍ବ ସମ୍ପଦ ହ‌ରଇ

  69. Couplet 69

    ଯେ ଅର୍ଥ-ମଦେ ମତ୍ତ ହୋଇପର ଅପର ନ ଜାଣଇ

  70. Couplet 70

    ମୁଁ ଯେ ବସଇ ସର୍ବଭୂତେମୋତେ ନ ଗଣେ ଗର୍ବଚିତ୍ତେ

  71. Couplet 71

    ଏ ଜୀବଆତ୍ମା ନିଜ କର୍ମେମାୟାରେ ସର୍ବଭୂତେ ଭ୍ରମେ

  72. Couplet 72

    ନାନା-ଯୋନିରେ ଜନ୍ମ ହୋଏଜ୍ଞାନ ନ ଲଭେ ମାୟାମୋହେ

  73. Couplet 73

    ଜନ୍ମ କରମ ବୟ ରୂପବିଦ୍ୟା ଐଶ୍ୱର୍ଯ୍ୟ ଧନାଧିପ

  74. Couplet 74

    ଏ ଭାବେ ଯାର ଗର୍ବ ନାହିଁମୋହର ଅନୁଗ୍ରହ ତ‌ହିଁ

  75. Couplet 75

    ଯେ ଜନ ମାନ‌ଗର୍ବ ବ‌ହେଧନ ସମ୍ପଦ ରୂପ ଦେହେ

  76. Couplet 76

    ସେ ମୋତେ ଜାଣିବ କେମନ୍ତେମାୟା-ମୋହିତ ଅବିରତେ

  77. Couplet 77

    ଏ ଯେ ଦାନବ ଦୈତ୍ୟରାଜାନିଜ ସ୍ୱଭାବେ ମହାତେଜା

  78. Couplet 78

    ଅସୁରବୁଦ୍ଧି ନ ଘେନିଲାଗୁରୁବଚନ ନ ମାନିଲା

  79. Couplet 79

    ବନ୍ଧୁ-ବାନ୍ଧବ-ଜ୍ଞାତି ଯେତେଏହାଙ୍କୁ ଛାଡ଼ିଲେ ସମସ୍ତେ

  80. Couplet 80

    କେବେ ହେଁ ସତ୍ୟ ନ ଛାଡ଼ିଲାମୋର ବଚନେ ମନ ଦେଲା

  81. Couplet 81

    ଏ ଭୂମିଦାନ ଦେଲା ମୋତେଏ ଲୋକେ ଥିବ ଏ କେମନ୍ତେ

  82. Couplet 82

    ଏହାକୁ ଦେବି ଦିବ୍ୟସ୍ଥାନସ୍ୱର୍ଗ‌ହୁଁ ଦୁର୍ଲ୍ଲଭ ଭୁବନ

  83. Couplet 83

    ନିର୍ମିତ ବିଶ୍ୱକର୍ମା ପୁରଦେବ-ଦାନ‌ବେ ଅଗୋଚର

  84. Couplet 84

    ଯେ ପୁରେ ଆଧି-ବ୍ୟାଧି ନାହିଁକାଳର ତେଜ ନ ଲାଗଇ

  85. Couplet 85

    ସେ ପୁରେ ଥିବ ଏ ନିଶ୍ଚିନ୍ତେସାବର୍ଣ୍ଣିମନୁ ପରିଯନ୍ତେ

  86. Couplet 86

    ସେ ମନୁକାଳେ ସ୍ୱର୍ଗପୁରେବସିବ ଅମର ଶରୀରେ

  87. Couplet 87

    ଇନ୍ଦ୍ର ହୋଇବ ସ୍ୱର୍ଗଦେଶେମୁଁ ଏବେ ଥିବି ଏହା ପାଶେ

  88. Couplet 88

    ନିଶ୍ଚିନ୍ତେ ଥାଉ ଏ ସୁତଳେଦାରା ତନୟ ଜ୍ଞାତି ମେଳେ

  89. Couplet 89

    ଧନ ହିଁ ଥିବ ଅପ୍ରମିତଶତ୍ରୁ ନୋହିବ ଉପଗତ

  90. Couplet 90

    ସୁଦରଶନ ତା ଅଗ୍ରତେଆବୋରିଥିବ ଅବିରତେ

  91. Couplet 91

    ଦୈତ୍ୟଦାନବ ତାର ସଙ୍ଗେନିରତେ ଥିବେ ମନରଙ୍ଗେ

  92. Couplet 92

    ମୁହିଁ ଯେ କରେ ଗଦା ଧରିଥିବଇଁ ତା ପୁର ଆବୋରି

  93. Couplet 93

    ନିରତେ ଦେଖୁଥିବ ମୋତେଥିବି ମୁଁ ଏହାର ଅଗ୍ରତେ

  94. Couplet 94

    ଏମନ୍ତ କ‌ହି ଭଗବାନଫେଡ଼ିଲେ ବଳିର ବନ୍ଧନ

  95. Couplet 95

    ସେ ହରିଚରଣ ପଙ୍କଜେବ୍ରାହ୍ମଣ ଜଗନ୍ନାଥ ଭଜେ

Odia Bhagabata skandha 8 adhyaya 21 | Parbani by ParibhaAsha App