Skandha 8
Adhyaya 20
Couplet 1
କହନ୍ତି ବ୍ୟାସଙ୍କର ବଳାଶୁଣ ପରୀକ୍ଷ କୃଷ୍ଣଲୀଳା
Couplet 2
ବାମନ ବିଶ୍ୱରୂପ ଦେଖିବୁଜିଲେ ହରବ୍ରହ୍ମା ଆଖି
Couplet 3
ଭୟେ ମିଳିଲେ ବିଷ୍ଣୁପାଶେଅଭୟ ଚରଣ ବିଶ୍ୱାସେ
Couplet 4
ଅମର ଆଦି ମୁନିଗଣେନମିଲେ ବାମନ ଚରଣେ
Couplet 5
ସନନ୍ଦ ଆଦି ଯୋଗୀଜନେବେଦ ଉପବେଦ ସୁମନେ
Couplet 6
ଯମ ନିୟମ ବେନିପାଶେସର୍ବେ ମିଳିଲେ ମହାତ୍ରାସେ
Couplet 7
ତର୍କ ପୁରାଣ ଇତିହାସଆଗମ ନିଗମ ପ୍ରକାଶ
Couplet 8
ଅପର ଯୋଗୀ ସିଦ୍ଧ ଯେତେଜ୍ଞାନ-ଅନଳ ଜାଳି ଚିତ୍ତେ
Couplet 9
ଅଶେଷ କର୍ମବନ୍ଧ-ଫାଶିଯେ କରିଛନ୍ତି ଭସ୍ମରାଶି
Couplet 10
ବେଗେ ମିଳିଲେ ମୋଦଭରିସ୍ତୁତି-ବନ୍ଦନ ମୁଖେ କରି
Couplet 11
ହର ବିରଞ୍ଚି ତୋଷମନେକରସଂପୁଟ ଉପାୟନେ
Couplet 12
ବାମନ ପାଦତଳେ ଥୋଇତକ୍ଷଣେ ବ୍ରହ୍ମା ଆଗ ହୋଇ
Couplet 13
ଯେ ବିଷ୍ଣୁ ନାଭିପଦ୍ମୁ ଜାତଯାହାରେ ସର୍ଜିଲା ଜଗତ
Couplet 14
ଆନନ୍ଦେ ଭରି କମଣ୍ତଳେଶୁଚି ପବିତ୍ର ଶୁଦ୍ଧଜଳେ
Couplet 15
ମନ୍ତ୍ର ଉଚ୍ଚାରି କରେ ଘେନିଯେ ନୀର ଭୁବନ ପାବନୀ
Couplet 16
ବାମନ-ପାଦ ଶୂନ୍ୟେ ଗଲାବାଜନ୍ତେ ବ୍ରହ୍ମାଣ୍ତ କମ୍ପିଲା
Couplet 17
ସେ ଅଣ୍ତ ଭେଦି ଜଳରାଶିବେଗେ ବ୍ରହ୍ମାଣ୍ତ ମଧ୍ୟେ ପଶି
Couplet 18
ବିଷ୍ଣୁ-ଚରଣ ପଖାଳିଲାପତିତପାବନୀ ହୋଇଲା
Couplet 19
ସେ ଜଳ କମଣ୍ତଳେ ଘେନିବିଷ୍ଣୁ ସମୀପେ ପଦ୍ମଯୋନି
Couplet 20
ସଙ୍ଗତେ ଘେନି ଦେବଗଣଯେ ସିଦ୍ଧ କିନ୍ନର ଚାରଣ
Couplet 21
ଯେ ଯାର ଘେନି ଉପାୟନମିଳିଲେ ବିଷ୍ଣୁ ସନ୍ନିଧାନ
Couplet 22
ନମି ବାମନ ପାଦତଳେନିଜ ଅଧିକାର ନିଶ୍ଚଳେ
Couplet 23
ଗଙ୍ଗା ଯେ କମଣ୍ତଳେ ଥିଲାବ୍ରହ୍ମା ବିଷ୍ଣୁପାଦେ ଢ଼ାଳିଲା
Couplet 24
ଶୁଦ୍ଧ ପବିତ୍ର ଜଳରାଶିଗୋବିନ୍ଦ ନଖକୋଣେ ପଶି
Couplet 25
ତହୁଁ ଉଛୁଳି ଅନ୍ତରୀକ୍ଷେପଡ଼ିଲା ମୁନିଙ୍କ ସମକ୍ଷେ
Couplet 26
ସୋମ ଆଦିତ୍ୟଲୋକ ଜିଣିସ୍ୱର୍ଗେ ପଡ଼ିଲା ତରଙ୍ଗିଣୀ
Couplet 27
ସୁମେରୁଶିଖେ ଅନ୍ତରୀକ୍ଷେସେ ଜଳ ପଡ଼ିଲା ପ୍ରତ୍ୟକ୍ଷେ
Couplet 28
ଚତୁରଦିଗେ ଚାରିଧାରେପଡ଼ିଲା ଧରଣୀ ଉପରେ
Couplet 29
ସମୁଦ୍ରେ ମିଶେ ଚାରିଦିଗେନଦୀ ସ୍ୱରୂପେ ଅତିବେଗେ
Couplet 30
ଏବେ ହୋ ଶୁଣ ମହୀପତିଚରଣ ଧୋଇ ପ୍ରଜାପତି
Couplet 31
ଘେନି ସୁଗନ୍ଧ ପୁଷ୍ପମାଳଚନ୍ଦନ କର୍ପୂର ଶୀତଳ
Couplet 32
ସନ୍ନିଧେ ଦୂପ ଦୀପ ଥୋଇଫଳ ଅକ୍ଷତ ଲାଜା ଦେଇ
Couplet 33
ଜୟ ଶବଦେ ସ୍ତୁତି ଭଣିନିର୍ମଳ ବାକ୍ୟେ ବେଦବାଣୀ
Couplet 34
ବିଷ୍ଣୁର ମହିମା ଉକତେତାଣ୍ତବ ବାଦ୍ୟ ନୃତ୍ୟଗୀତେ
Couplet 35
ଶଙ୍ଖଦୁନ୍ଦୁଭି ଶୂନ୍ୟେ ଘୋଷେସର୍ବେ ମିଳିଲେ ବିଷ୍ଣୁପାଶେ
Couplet 36
ଅତି ଉଲ୍ଲାସେ ଜାମ୍ବବାନମିଳିଲା ବିଷ୍ଣୁ ସନ୍ନିଧାନ
Couplet 37
ବିଷ୍ଣୁର ଯଶ ଗାଇ ତୋଷେଯେ ଯଶ ପୂରେ ଦଶଦିଶେ
Couplet 38
ଏମନ୍ତ ମହୋତ୍ସବ ଦେଖିଅସୁର ଭୁବନ ଉପେକ୍ଷି
Couplet 39
ଦ୍ୱିପାଦ ଦାନେ ସ୍ୱର୍ଗ ମହୀପୂରିଲା ବାମନର ଦେହୀ
Couplet 40
ସ୍ୱସ୍ଥାନେ ରହି ନ ପାରିଲେବଳିର ସମୀପେ ମିଳିଲେ
Couplet 41
ଗୁରୁବଚନେ କୋପଚିତ୍ତେବୋଲନ୍ତି ବଳିର ଅଗ୍ରତେ
Couplet 42
ବ୍ରାହ୍ମଣ ନୋହେ ଏ ବାମନପ୍ରତ୍ୟକ୍ଷେ ପ୍ରଭୁ ଭଗବାନ
Couplet 43
ମାୟାବୀମାନଙ୍କ ମୋହନକପଟେ ମାଗେ ଭୂମିଦାନ
Couplet 44
ମାୟଆବୀମାନଙ୍କର ବରସମ୍ପଦ ହରିଲା ତୋହର
Couplet 45
ବାମନରୂପ ଏ ଜଗତେଦେବଙ୍କ କାର୍ଯ୍ୟସିଦ୍ଧି ଅର୍ଥେ
Couplet 46
ଏ ବଳି ନିତ୍ୟେ ସତ୍ୟବ୍ରତବିଶେଷେ ବ୍ରାହ୍ମଣ ଭକତ
Couplet 47
କେବେହେଁ ମିଥ୍ୟା ଏ ନ କହେଦୁଃଜନଙ୍କୁ ଦୟା ବହେ
Couplet 48
ଆମ୍ଭର ପ୍ରଭୁ ଏ ରାଜନନିଶ୍ଚେ ବଇରୀ ଏ ବାମନ
Couplet 49
ଆସ ଏହାକୁ ବଧ କରବଳିକି ସଙ୍କଟୁ ଉଦ୍ଧର
Couplet 50
ଏ ମଲେ ଶତ୍ରୁ ନାହିଁ ଦୁଜାବଳି ହୋଇବ ସ୍ୱର୍ଗେ ରାଜା
Couplet 51
ଆମ୍ଭେ କରିବା ତୋର କାର୍ଯ୍ୟହେ ଦୈତ୍ୟ ବଳି ମହାରାଜ
Couplet 52
ଏମନ୍ତ ବୋଲି ଏକଚିତ୍ତେଅସୁରେ ଧାଇଁଲେ ତୁରିତେ
Couplet 53
ଶୂଳ ଖଡ଼ଗ ଧରି କରେଧାଇଁଲେ ଘୋରନାଦ ଭରେ
Couplet 54
ଶବଦେ ଭୁବନ କମ୍ପିଲାସିନ୍ଧୁ କି ଉଛୁଳି ପଡ଼ିଲା
Couplet 55
ତାହାଙ୍କୁ ଦେଖି ବିଷ୍ଣୁଗଣେତକ୍ଷଣେ ଉଭାରିଲେ ରଣୈ
Couplet 56
ମିଳିଲେ କରେ ଶସ୍ତ୍ର ଧରିଶଙ୍ଖ-ଶବଦେ ମୋଦ ଭରି
Couplet 57
ନନ୍ଦ ସୁନନ୍ଦ ଜୟ ଆଦିବିଜୟ ପ୍ରବଳ ସୁବୁଦ୍ଧି
Couplet 58
ବଳ କୁମୁଦ କୁମୁଦାକ୍ଷବିନତାସୁତ ଆଦି ଦକ୍ଷ
Couplet 59
ବିଶ୍ୱକସେନ ଯେ ଜୟନ୍ତସୁବାହୁ ପିଶଙ୍ଗୀ ସମସ୍ତ
Couplet 60
ସାତ୍ୱତ ପୁଷ୍ପଦନ୍ତ ବୀରଶ୍ରୁତଦେବ ଯେ ମନୋହର
Couplet 61
ଦଶସହସ୍ର ହସ୍ତୀବଳସ୍ୱଭାବେ ତେଜ ଅନର୍ଗଳ
Couplet 62
ବେଗେ ମିଳିଲେ ଘୋରରଣୈକୁଞ୍ଜରେ ଯେହ୍ନେ ପଦ୍ମବନେ
Couplet 63
ଅସୁରବଳ ନାଶ ଦେଖିବଳି ହୋଇଲା ମନେ ଦୁଃଖୀ
Couplet 64
ଗୁରୁବଚନ ମନେ ସ୍ମରିବୋଲଇ ଜଣ କଣ କରି
Couplet 65
ହେ ବିପ୍ରଚିତ୍ତି ବ୍ୟଗ୍ରଗତିହେ ରାହୁ କଉଣପପତି
Couplet 66
ମୋର ବଚନ ଚିତ୍ତେ ଧରକେବେ ହେଁ ସମର ନ କର
Couplet 67
ଆମ୍ଭର ନୋହେ ଜୟକାଳଈଶ୍ୱର-ମାୟା ଅନ୍ତରାଳ
Couplet 68
ଯେ ପ୍ରଭୁ ବଳେ ବଳବନ୍ତାପ୍ରାଣୀଙ୍କ ଦୁଃଖ-ସୁଖ-ଦାତା
Couplet 69
ସେ ଯେ ଅଶେଷ ମାୟାଧରସଂସାର ଯାର ଖେଡ଼ଘର
Couplet 70
ସେ ଯାକୁ କାଳେ ବାମହୋଇତାହାର ଜୟ ଯଶ କାହିଁ
Couplet 71
ଯେବେ ଦଇବ ଆମ୍ଭପକ୍ଷେସୁକାଳ ହୋଇବ ପ୍ରତ୍ୟକ୍ଷେ
Couplet 72
ତେବେ ଜିଣିବା ଆମ୍ଭେ ରଣେଏମନ୍ତ ବୋଧି ଜଣେ ଜଣେ
Couplet 73
ବଳି ବଚନ ବୀରେ ଶୁଣିଜୟଅଜୟ ପରିମାଣି
Couplet 74
ପୁଣି ମିଳିବୁ ଜୟକାଳେଏମନ୍ତ ବୋଲି ରସାତଳେ
Couplet 75
ପଶିଲେ ମନେ କ୍ରୋଧଭରିଏବେ ହୋ ଶୁଣ ଦଣ୍ତଧାରୀ
Couplet 76
ଗରୁଡ଼ ବିଷ୍ଣୁ ଆଜ୍ଞା ପାଇବଳି ସମୀପେ କ୍ରୋଧ ବହି
Couplet 77
ବରୁଣ ପାଶ ଘେନି କରେବଳିକୁ ଯଜ୍ଞର ଶାଳରେ
Couplet 78
ସୋମ-ଅଭିଷେକ-ଦିବସେବଳିକୁ ବାନ୍ଧେ ଅତି ରୋଷେ
Couplet 79
ଶୁଭିଲା ହାହାକାର ନାଦଅସୁରେ ଲଭିଲେ ବିଷାଦ
Couplet 80
ବଳିର ଦେଖିଣ ବନ୍ଧନବୋଲନ୍ତି ପ୍ରଭୁ ଭଗବାନ
Couplet 81
ତୃତୀୟପାଦ ମୋର କରେଦେଲୁ ଯେ ଓଁକାର ଉଚ୍ଚାରେ
Couplet 82
ଭୂମି ଗଗନେ ବେନିପାଦଆବର ପାଦ ଶୂନ୍ୟେ ଭେଦ
Couplet 83
ତୃତୀୟପାଦ ଏବେ ଦିଅସଙ୍କଳ୍ପ ଦୋଷୁ ପାରି ହୁଅ
Couplet 84
ଯାବଟ ଚନ୍ଦ୍ର ସୂର୍ଯ୍ୟ ଦିଶେପବନ ଅନଳ ପ୍ରକାଶେ
Couplet 85
ତାବତ ଭୂମି ଏ ତୋହରମୁଁ ଯେ ଘେନିଲି ବେନିପୁର
Couplet 86
ତୃତୀୟପାଦେ ସ୍ଥାନ ଦେଇତୁଏବେ ରହ ସୁଖୀ ହୋଇ
Couplet 87
ନ ଦେଲେ ପଡ଼ିବୁ ନରକେଅଯଶ ହେବ ତିନିଲୋକେ
Couplet 88
ଏମନ୍ତ ବଳି ଆଗେ କହିବିଷ୍ଣୁ ରହିଲେ ସ୍ଥିର ହୋଇ
Couplet 89
ବଳିର ସତ୍ୟ ଧ୍ୟାନ କରିମାୟାସଂସାରୁ ଯାନ୍ତି ତରି
Couplet 90
ସୁଜନେ ଏଣେ ମନ ଦିଅଯେବେ ଖଣ୍ତିବ ମାୟାମୋହ
Couplet 91
ବୋଲଇ ଦାସ ଜଗନ୍ନାଥସୁଜନ ହିତେ ଭାଗବତ