Skip to content
paribhaasha

Skandha 8

Adhyaya 19

  1. Couplet 1

    ଶୁକ କ‌ହ‌ନ୍ତି ମୃଦୁବାଣୀଶୁଣ ପାଣ୍ତବ-ଚୂଡ଼ାମଣି

  2. Couplet 2

    ବଳି ଯେ ଅସୁରଙ୍କ ପତିସ୍ୱଭାବେ ଧର୍ମେ ଶୁଦ୍ଧମତି

  3. Couplet 3

    କୁଳ ଆଚାର୍ଯ୍ୟ ବାକ୍ୟ ଶୁଣିଧର୍ମ ଅଧର୍ମ ମନେ ଗୁଣି

  4. Couplet 4

    ତୁନି ହୋଇଲା କ୍ଷଣମାତ୍ରଶିଥିଳେ କମ୍ପମାନ ଗାତ୍ର

  5. Couplet 5

    କ୍ଷଣକେ ଗୁରୁ ମୁଖ ଚାହିଁବୋଲଇ ଶିରେ କର ଦେଇ

  6. Couplet 6

    ଭୋ ଗୁରୁ ସତ୍ୟ ତୁମ୍ଭ କଥାଗୃହସ୍ଥ ଧର୍ମର ବ୍ୟବସ୍ଥା

  7. Couplet 7

    ଯେ ଧର୍ମେ ଅର୍ଥ କାମ ଯଶବୃତ୍ତି ସ‌ହିତେ ଯିବ ନାଶ

  8. Couplet 8

    ଏବେ ମୁଁ ଧନେ ହୋଇ ଲୋଭୀବିପ୍ରଙ୍କୁ କେମନ୍ତେ ଲଂଘିବି

  9. Couplet 9

    ସର୍ବଦେବତା ବିଷ୍ଣୁ ଦେହେବ୍ରାହ୍ମଣ ଦେହେ ବିଷ୍ଣୁ ରହେ

  10. Couplet 10

    ଏକ ବିପ୍ରଙ୍କୁ ବଞ୍ଚାଇଲେବ୍ରହ୍ମାଣ୍ତ ନାଶ ଯାଇ ଭଲେ

  11. Couplet 11

    ମୁଁ ପ୍ରହଲ୍ଲାଦ ବଂଶେ ଜାତଏ କଥା ଜଗତେ ବିଖ୍ୟାତ

  12. Couplet 12

    କେମନ୍ତେ ସତ୍ୟବାକ୍ୟ କ‌ହିକପଟ କରି ମାୟା ବ‌ହି

  13. Couplet 13

    ଲଂଘିବି ପାପ-କର୍ମ-ବଳେଅଯଶ ଲଭିବି ଶୟଳେ

  14. Couplet 14

    ସତ୍ୟ ଉପରେ ଧର୍ମ ନାହିଁଏ କଥା ଭୂମି ଅଛି କ‌ହି

  15. Couplet 15

    ସର୍ବ ଅପ୍ରାଧ ସ‌ହିପାରେମିଥ୍ୟାର ଭାରେ ମୁହିଁ ଡରେ

  16. Couplet 16

    ଅଧର୍ମ କରନ୍ତି ଯେ ଜନେନରକେ ପଡ଼ନ୍ତି ସେମାନେ

  17. Couplet 17

    ନ ଡ଼ରେ ଦୁଃଖ ପାରାବାରେନରକେ କିବା ମରଣରେ

  18. Couplet 18

    ସ୍ୱସ୍ଥାନ ଭ୍ରଷ୍ଟେ ନାହିଁ ତପବିପ୍ର-ଲଂଘନେ ମହାପାପ

  19. Couplet 19

    ଏ ଭୂମି ଛାଡ଼ି ଅନ୍ତକାଳେମୁହିଁ ଗମିବି ଅନ୍ତରାଳେ

  20. Couplet 20

    ଏ ଭୂମି ବିପ୍ର କରେ ଦେଇକେମନ୍ତେ ଲଂଘିବଇଁ ମୁହିଁ

  21. Couplet 21

    ପ୍ରାଣୀଙ୍କ ହିତେ ସାଧୁଜନତ୍ୟଜନ୍ତି ଏ ଧନ-ଜୀବନ

  22. Couplet 22

    ଦ‌ଧୀଚି ଆଦି ଋଷି ଯେତେପୂର୍ବେ ଯେ ସାଧବ ସମସ୍ତେ

  23. Couplet 23

    ପୃଥିବୀ ଆତ୍ମ‌ବଶ କଲେସଙ୍ଗତେ କିବା ଘେନିଗଲେ

  24. Couplet 24

    ମୋହର ବଂଶର ଅସୁରେଏ ଭୂମି ମଧ୍ୟେ ଯେତେ ଥିଲେ

  25. Couplet 25

    ସେ ସର୍ବ କାଳେ ଅସ୍ତ ଗଲେଯଶ ରହିଲା ମହୀତଳେ

  26. Couplet 26

    ସମରେ ଯେ ବୀରେ ପଶନ୍ତିଆତ୍ନ-ବିଚାର ନ କରନ୍ତି

  27. Couplet 27

    ଯେ ତୀର୍ଥେ ତ୍ୟଜନ୍ତି ଶରୀରସ୍ୱଧର୍ମେ କରନ୍ତି ବିଚାର

  28. Couplet 28

    ଯେ ସତପାତ୍ରେ ଦ୍ୟନ୍ତି ଦାନସେ ସର୍ବେ ସାତ୍ତ୍ୱିକ-ଜୀବନ

  29. Couplet 29

    ଏ ସତ୍ୟ-ଧର୍ମ ଦୂର କରିତୁମ୍ଭ ବଚନ ମନେ ଧରି

  30. Couplet 30

    ଏ ମୋର ଶରୀର ନଥିବଏଥକୁ ସାକ୍ଷୀ ସଦାଶିବ

  31. Couplet 31

    ବ୍ରହ୍ମାର ବଂଶେ ଜାତ ହୋଇଏମନ୍ତ କ‌ହ କାହିଁପାଇଁ

  32. Couplet 32

    ନିଶ୍ଚେ ଧରଣୀ ଦେବି ଦାନଏଥକୁ ସାକ୍ଷୀ ଭଗବାନ

  33. Couplet 33

    ବେଦ-ବିଧାନ ଯେ ଜାଣନ୍ତିଆତ୍ମାକୁ ସର୍ବଭୂତେ ଚିନ୍ତି

  34. Couplet 34

    ଅନେକ ଯଜ୍ଞମତେ ଚିନ୍ତିଯାର ଚରଣ ନ ଲଭନ୍ତି

  35. Couplet 35

    ସେ ହରି ମୋତେ ଦୟା କରୁଅଥବା ଶରୀର ସଂହାରୁ

  36. Couplet 36

    ତ‌ହିଁକି ଚିନ୍ତା ମୋର ନାହିଁବିପ୍ରେ ଧରଣୀ ଦେବି ମୁହିଁ

  37. Couplet 37

    ଅଧର୍ମ-ମାର୍ଗେ ଯେବେ ମୋତେବିପ୍ର ମାରିବ କୋପଚିତ୍ତେ

  38. Couplet 38

    ଏ ବ୍ରହ୍ମ‌ତନୁ ଇଷ୍ଟ ମୋରମୁଁ ତ ଏହାର ନିର୍ବଇର

  39. Couplet 39

    ଛଦ୍ମେ ବ୍ରାହ୍ମଣ ରୂପ ଧରିବିଷ୍ଣୁ ମୋ ସଙ୍ଗେ ବାଦ କରି

  40. Couplet 40

    ଯେବେ ମାରିବେ ଯୁଦ୍ଧେ ମୋତେମୋ ତ‌ହୁଁ ଧନ୍ୟ କେ ଜଗତେ

  41. Couplet 41

    ବ୍ୟାସତନୟ କ‌ହେ ଧୀରଶୁଣ ପରୀକ୍ଷ ମ‌ହୀଧର

  42. Couplet 42

    ଏମନ୍ତ ଶୁଣି ବଳି ମୁଖେସେ ଭୃଗୁସୁତ ମନ‌ଦୁଃଖେ

  43. Couplet 43

    ବଳିର ସତ୍ୟକଳ୍ପ ଦେଖିକ୍ରୋଧେ ଅରୁଣ କଲା ଆଖି

  44. Couplet 44

    କଟାକ୍ଷ ନୟନେ ଅନାଇଁମୁଖେ କି ଅନଳ ଜଳଇ

  45. Couplet 45

    ନିର୍ଘାତେ କମ୍ପିତ-ନିଃଶ୍ୱାସେବଳିକି ଶାପ ଦେଲା ରୋଷେ

  46. Couplet 46

    ତୁ ସତ୍ୟସନ୍ଧ ନୃପମଣିମୋହର ମହିମା ନ‌ଜାଣି

  47. Couplet 47

    ଗର୍ବ ବ‌ହିଲୁ ଯେବେ ଦୁଷ୍ଟସର୍ବ ସମ୍ପଦୁ ହୁଅ ଭ୍ରଷ୍ଟ

  48. Couplet 48

    ଏମନ୍ତେ ଗୁରୁଶାପ ପାଇଧରଣୀ-ଦାନେ ମନ‌ଦେଇ

  49. Couplet 49

    ବାମନ ବେନିପାଦ ଧରିବିଧିପୂର୍ବକ ପୂଜା କରି

  50. Couplet 50

    ବଳିର ପତ୍ନୀ ବିନ୍ଧ୍ୟାବଳୀକଣ୍ଠେ ଭୂଷଣ ରତ୍ନମାଳୀ

  51. Couplet 51

    ଉଦକେ ପୂର୍ଣ୍ଣ ଘଟ ବେଗେଘେନି ମିଳିଲା ସ୍ୱାମୀ ଆଗେ

  52. Couplet 52

    ବଳି ବାମନପାଦ ଯୁଗେଜଳ ଢାଳିଲା ନେଇ ବେଗେ

  53. Couplet 53

    ପାଦଉଦକ ଘେନି ଶିରେଆନନ୍ଦ ପୁଲକ ଶରୀରେ

  54. Couplet 54

    ଯେ ଜଳ ଭୁବନପାବିନୀକାନ୍ତକାମିନୀ ଶିରେ ଘେନି

  55. Couplet 55

    କୃତାର୍ଥ ହୋଇ କର‌ଯୋଡ଼ିକିଙ୍କର ପ୍ରାୟେ ପାଦ ପଡ଼ି

  56. Couplet 56

    ଆନନ୍ଦ-ସାଗରେ ବୁଡ଼ିଲେଶୂନ୍ୟେ ଯେ ଦେବେ ଦେଖୁଥିଲେ

  57. Couplet 57

    ଗନ୍ଧର୍ବଗଣ ବିଦ୍ୟାଧରସୁସିଦ୍ଧ ଚାରଣ କିନ୍ନର

  58. Couplet 58

    କରନ୍ତି ଜୟ ଜୟ ବାଣୀକୁସୁମ କଳ୍ପବୃକ୍ଷୁ ଆଣି

  59. Couplet 59

    ସିଞ୍ଚିଣ ସନ୍ଦାକିନୀ-ବାରିପୁଷ୍ପ ବରଷି ସ୍ତୁତି କରି

  60. Couplet 60

    ସ‌ହସ୍ର ଦୁନ୍ଦୁଭି ଶବଦବଜାନ୍ତି ଚତୁର୍ବିଧ ବାଦ୍ୟ

  61. Couplet 61

    ନୃତ୍ୟ କରନ୍ତି ଅପସରୀମଙ୍ଗଳ ନାଦେ ମୋଦଭରି

  62. Couplet 62

    ଆଗରେ ଉଭା ତାର ବାଣୀବଳି ଘେନିଲା କୁଶ ପାଣି

  63. Couplet 63

    ବେଦ-ବଚନେ ବାକ୍ୟ କରିକାନ୍ତ-କାମିନୀ ମୋଦଭରି

  64. Couplet 64

    ବାମନ କଲେ ବେଦନାଦଧରଣୀ ଦେଲା ତିନିପାଦ

  65. Couplet 65

    ଆତ୍ନସନ୍ତୋଷେ ଯେତେ ଧନଦକ୍ଷିଣା ଦେଲା ଯଜମାନ

  66. Couplet 66

    ତାର ଦୁର୍ଲ୍ଲଭ କଥା ଶୁଣିଦେବେ କରନ୍ତି ଜୟବାଣୀ

  67. Couplet 67

    ବାମନ କରେ ଜଳ ଘେନିପାଦକେ ଢାଙ୍କିଲେ ଅବନୀ

  68. Couplet 68

    ବାମନ ବଳି-ମୁଖ ଚାହିଁବୋଲନ୍ତି ଆଉ ମହୀ କାହିଁ

  69. Couplet 69

    ବଳି ବୋଇଲା ଦେବି ସ୍ୱର୍ଗବାମନ ପାଦ ଦେଲେ ବେଗ

  70. Couplet 70

    ଦ୍ୱିତୀୟ ପାଦେ ସ୍ୱର୍ଗ ଝାମ୍ପେଘୋର-ଶବଦେ ଦିଗ କମ୍ପେ

  71. Couplet 71

    ଅଦ୍‌ଭୁତ ବାମନ ଶରୀରପୂରିଲା ସ୍ୱର୍ଗ-ଅଭ୍ୟନ୍ତର

  72. Couplet 72

    ବଳି ଯେ ଆଚାର୍ଯ୍ୟ ସ‌ହିତେଅଛନ୍ତି ବାମନ ଅଗ୍ରତେ

  73. Couplet 73

    ଦେଖଇ ବାମନ ଶରୀରଦେବଦାନ‌ବେ ଅଗୋଚର

  74. Couplet 74

    ନିର୍ଗୁଣ ଆତ୍ମା ସେ ସ୍ୱଭାବେକିବା ଉପମା ଦେବା ଏବେ

  75. Couplet 75

    ବେନିଚରଣ ଭୂ-ଆକାଶେପର୍ବତଗଣ ଜଂଘଦେଶେ

  76. Couplet 76

    ବିହ‌ଙ୍ଗ‌ଗଣ ଜାନୁମୂଳେଉଡ଼ନ୍ତି ଜନ୍ତୁ ଅନ୍ତରାଳେ

  77. Couplet 77

    ସନ୍ଧ୍ୟା ଦିଶଇ ବସ୍ତ୍ରପ୍ରାୟେନିଜ ସ୍ୱଭାବେ ବିଶ୍ୱକାୟେ

  78. Couplet 78

    ଗୁହ୍ୟଦେଶରେ ପ୍ରଜାପତିଜଘନେ ଅସୁରେ ବସନ୍ତି

  79. Couplet 79

    ନାଭି ପ୍ରଦେଶେ ନଭ ଦିଶେସପତ ସିନ୍ଧୁ କୁକ୍ଷିଦେଶେ

  80. Couplet 80

    ଊରେ ବିରାଜେ ତାରାଗଣଯେହ୍ନେ ଅଳଙ୍କାର-ଭୂଷଣ

  81. Couplet 81

    ଧର୍ମ ବିରାଜେ ହୃଦମଧ୍ୟେନିଜ ଶରୀର ଅଧଊର୍ଦ୍ଧ୍ୱେ

  82. Couplet 82

    ସ୍ତନମଣ୍ତଳେ ଊତ-ସତ୍ୟମନେ ନିବାସ ନିଶାନାଥ

  83. Couplet 83

    କମଳା ହୃଦୟେ ବିରାଜେବେନି କମଳ କରେ ସାଜେ

  84. Couplet 84

    କଣ୍ଠେ ବିରାଜେ ସାମ‌ବେଦଆବର ଯେ ଅବା ଶବଦ

  85. Couplet 85

    ବାସବ ଆଦି ଦିଗପାଳେଭୁଜେ ବସନ୍ତି ଅନ୍ତରାଳେ

  86. Couplet 86

    ଗ‌ଗନ ଦିଶେ ଶିର ଦେଶେମେଘେ ଦିଶନ୍ତି କେଶପାଶେ

  87. Couplet 87

    ନାସିକା ମଧ୍ୟେ ହୋଇ ଶ୍ୱାସବ‌ହେ ପବନ ଅଣଚାଶ

  88. Couplet 88

    ବେନି ଲୋଚନେ ରବି ଦିଶେବଦନେ ଅନଳ ପ୍ରକାଶେ

  89. Couplet 89

    ସପତ ଛନ୍ଦ ବାଣୀ ଦେଶେଜିହ୍ୱାରେ ବରୁଣ ପ୍ରକାଶେ

  90. Couplet 90

    ବିଧି ନିଷେଧ ଭୂରୁ ଦେଶେରାତ୍ର ଦିବସ ପକ୍ଷ୍ମେ ଦିଶେ

  91. Couplet 91

    ଲ‌ଲାଟେ କ୍ରୋଧ ପ୍ରକାଶଇଅଧର ଓଷ୍ଠେ ଲୋଭ ବ‌ହି

  92. Couplet 92

    ସ୍ପରଶେ କନ୍ଦର୍ପ ର‌ହଇରେତେ ସଲିଳ ବିରାଜଇ

  93. Couplet 93

    ଅଧର୍ମ ପୃଷ୍ଠ ଦେଶେ ରହେକ୍ରମଣ ମାର୍ଗେ ଯଜ୍ଞ ଶୋହେ

  94. Couplet 94

    ଛାୟାରେ ମୃତ୍ୟୁ ବିରାଜଇହସିତ ମାୟାରେ ବସଇ

  95. Couplet 95

    ବୃକ୍ଷ-ଔଷଧି ରୋମଗଣଆଶ୍ରିତ ନାନା ପୁଷ୍ପବନ

  96. Couplet 96

    ନ‌ଦୀ-ସମୂହ ନାଡ଼ୀଦେଶେଅଚଳକୁଳ ନ‌ଖେ ବସେ

  97. Couplet 97

    ବ୍ରହ୍ମା ବିରାଜେ ବୁଦ୍ଧି ମଧ୍ୟେପ୍ରାଣେ ଦେବତା-ଊଷି ସାଧ୍ୟେ

  98. Couplet 98

    ସ୍ଥାବର ଜଙ୍ଗମ ସ‌ହିତେକୀଟ ପତଙ୍କ ଦିଶେ ଗାତ୍ରେ

  99. Couplet 99

    ସର୍ବାଙ୍ଗେ ଦିଶେ ତିନିପୁରଦେବମାନ‌ବେ ଅଗୋଚର

  100. Couplet 100

    ନିଜ ଆୟୂଧ ଅଷ୍ଟଭୁଜେଶଙ୍ଖ କମଳ ଚକ୍ର ସାଜେ

  101. Couplet 101

    ଗଦା ସାରଙ୍ଗ ଅସିବରତୂଣ ଅକ୍ଷୟ ବାଣ ଶର

  102. Couplet 102

    ସୁନ‌ନ୍ଦ ଆଦି ପାରିଷଦେସମୀପେ ଖଟନ୍ତି ଆନ‌ନ୍ଦେ

  103. Couplet 103

    ଦିଗ ଉଭାରି ଦିଗପାଳେମୁନି ବିବୁଧ ଅନ୍ତରାଳେ

  104. Couplet 104

    କିରୀଟ ଅଙ୍ଗଦ ଉଜ୍ଜ୍ୱଳଶ୍ରବଣେ ମକରକୁଣ୍ତଳ

  105. Couplet 105

    ଶ୍ରୀବତ୍ସଚିହ୍ନ ବନମାଳାକଟୀରେ ସୁବର୍ଣ୍ଣ ମେଖଳା

  106. Couplet 106

    ବନମାଳାର ଗନ୍ଧ ଆଶେଭ୍ରମରେ ଉଡ଼ୁଛନ୍ତି ପାଶେ

  107. Couplet 107

    ପାଦକେ ଧରଣୀ ପୁରିଲାଦ୍ୱିତୀୟେ ସ୍ୱର୍ଗ ଗ୍ରସ୍ତ ହେଲା

  108. Couplet 108

    ଦିଗ ପୂରିଲା ଅଷ୍ଟଭୁଜେମେଘେ ଦିଶନ୍ତି ଚୂଳ ମାଝେ

  109. Couplet 109

    ଏମନ୍ତେ ବାମନର ଦେହୀତୃତୀୟ ପାଦ ଠାବ ନାହିଁ

  110. Couplet 110

    ମ‌ହତ-ଜନ-ତପ-ଲୋକେଲୁଚିଲେ ବାମନ ମସ୍ତକେ

  111. Couplet 111

    ବୋଲଇ ଦାସ ଜଗନ୍ନାଥଅଦ୍‌ଭୁତ ବାମନ ଚରିତ

  112. Couplet 112

    ସୁଜନେ ଚିନ୍ତ ଏକ ଚିତ୍ତେଭାଷା ପ୍ରବନ୍ଧେ ଭାଗବତେ

  113. Couplet 113

    ବଳି-ବାମନର ପ୍ରସ୍ତାବଶୁଣି ତ୍ରିତାପୁ ନିସ୍ତରିବ

Odia Bhagabata skandha 8 adhyaya 19 | Parbani by ParibhaAsha App