Skandha 8
Adhyaya 18
Couplet 1
ଶୁକ କହନ୍ତି ତୋଷମନେଶୁଣ ପରୀକ୍ଷ ସାବଧାନେ
Couplet 2
ଏମନ୍ତେ ବଳି ବାକ୍ୟ ଶୁଣିସନ୍ତୋଷେ ପ୍ରଭୁ ପଦ୍ମପାଣି
Couplet 3
ବଳିର ବାକ୍ୟେ ପ୍ରୀତି କରିବଟୁ ବାମନ ରୂପ ଧରି
Couplet 4
ବୋଲନ୍ତି ମଧୁର ବଚନଯେ ବାକ୍ୟ ମୋହେ ପ୍ରାଣୀ ମନ
Couplet 5
ହେ ବଳିରାଜା ତୁହି ଧନ୍ୟକୁଳ ଉଚିତ ତୋ ବଚନ
Couplet 6
ଧର୍ମସଂଯୁତ ଯଶସ୍କରପାରଲୌକିକ ଧର୍ମପର
Couplet 7
ଯାହାର ବଂଶେ ପୁରୋହିତଭାର୍ଗବ ପଦ୍ମଯୋନିସୁନି
Couplet 8
ପ୍ରହ୍ଲାଦ ଯାର ପିତାମହବିଷ୍ଣୁ ଭଜନେ ମହାଶୟ
Couplet 9
ଏ କୁଳେ ନାହିଁ ବଳହୀନନିଃସତ୍ତ୍ୱ କୃପଣ ଜୀବନ
Couplet 10
ବ୍ରାହ୍ମଣେ ଦାନ ତୁମ୍ଭ କୁଳେପ୍ରସିଦ୍ଧି ଭୁବନ ମଣ୍ତଳେ
Couplet 11
ଯାହାର ବଂଶେ ରଣତୀର୍ଥସଂଗ୍ରାମେ ନୁହଁନ୍ତି ନିସତ
Couplet 12
ଅତିଥି ଆଗମନ ସୁଖୀଦୁଃଖଜନଙ୍କ ଦୁଃଖେ ଦୁଃଖୀ
Couplet 13
ନିର୍ମଳ ଯଶ ଯାର କୁଳେବିଖ୍ୟାତ ଭୁବନମଣ୍ତଳେ
Couplet 14
ପ୍ରହ୍ଲାଦ ଜାତ ଯେଉଁ କୁଳେଯେହ୍ନେ ଶଶାଙ୍କ ତାରା ମେଳେ
Couplet 15
ଯେ ବଂଶେ ହିରଣ୍ୟାକ୍ଷ ବୀରଦେବ-ଦାନବେ ଅଗୋଚର
Couplet 16
ହିରଣ୍ୟାକ୍ଷ ଯେ ଗଦାପାଣିଉଦ୍ଦଣ୍ତେ ଭ୍ରମଇ ଧରଣୀ
Couplet 17
ତାହାର ସଙ୍ଗେ ଗଦାଯୁଦ୍ଧେକେହି ନ ମିଳେ ରଣମଧ୍ୟେ
Couplet 18
ଯଜ୍ଞବରାହ ରୂପ ହରିଦନ୍ତାଗ୍ରେ ଧରଣୀ ଉଦ୍ଧରି
Couplet 19
ପାତାଳୁ ଆଗମନ କାଳେସେ ବୀର ଥିଲା ମହାଜଳେ
Couplet 20
ଅନେକ ମାୟାଯୁଦ୍ଧ କଲାବିଷ୍ଣୁର ଗଦାଘାତେ ମଲା
Couplet 21
ତାର ମହିମା ଚକ୍ରପାଣିଆନନ୍ଦେ ରୁଦ୍ର ଆଗେ ଭଣି
Couplet 22
ହରଗଉରୀଙ୍କ ଅଗ୍ରତେସେ ବିଷ୍ଣୁ କହେ ତୋଷଚିତ୍ତେ
Couplet 23
ସେ ହରି ହିରଣ୍ୟାକ୍ଷ ମାରିଦନ୍ତାଗ୍ରେ ଧରଣୀ ଉଦ୍ଧରି
Couplet 24
ଆତ୍ମାକୁ ବୀରଜୟୀ ମଣିସକଳ ସଭାମଧ୍ୟେ ଭଣି
Couplet 25
ତାହାର ବଧ ଶୁଣି ରଣେହିରଣ୍ୟକଶିପୁ ତକ୍ଷଣେ
Couplet 26
ଭ୍ରାତୃ ମରଣେ କ୍ରୋଧ କରିପ୍ରଚଣ୍ତ ଶୂଳ କରେ ଧରି
Couplet 27
ଶମନ ତୁଲ୍ୟ କୋପମନେମିଳିଲା ବିଷ୍ଣୁର ଭୁବନେ
Couplet 28
ଗୋବିନ୍ଦ ତାର ଆଗମନଦେଖିଣ ତେଜିଲେ ଆସନ
Couplet 29
କୃତାନ୍ତ ପ୍ରାୟ ଶୂଳ ତୋଳିଧାମଇଁ କୋପେ ମହାବଳୀ
Couplet 30
ସେ ବିଷ୍ଣୁମାୟା ଯୋଗବଳେଅଦ୍ଭୁତ ଦେଖି ପଳାଇଲେ
Couplet 31
ଲୀଳାଏ ଯାନ୍ତେ ବନମାଳୀଦେଖି ବିଚାରେ ମହାବଳୀ
Couplet 32
ଏ ମୋର ମାରିଅଛି ଭାଇନିଶ୍ଚୟେ ଶତ୍ରୁ ମୋର ଏହି
Couplet 33
ଏହାକୁ ପ୍ରାଣେ ନାଶ କଲେତେବେ ଜୀବନେ ଥିବି ଭଲେ
Couplet 34
ଏମନ୍ତେ ଚିନ୍ତି ଶୂଳ ଧରିପଛେ ଧାଇଁଲା ରୋଷଭରି
Couplet 35
ବିଷ୍ଣୁ ପଳାନ୍ତି ତାକୁ ଦେଖିସଂଭ୍ରମେ ଭୁବନ ଉପେକ୍ଷି
Couplet 36
ଯେଣେ ପଳାନ୍ତେ ନରହରିଧାଏଁ ଅସୁର ଶୂଳ ଧରି
Couplet 37
ସେ ବିଷ୍ଣୁ କରନ୍ତି ବିଚାରସ୍ୱଭାବେ ଅଜେୟ ଅସୁର
Couplet 38
ଏହାକୁ ମାୟା ମୁଁ ନକଲେକେମନ୍ତେ ପୁରେ ଥିବି ଭଲେ
Couplet 39
ଏହାର ହୃଦୟେ ମୁଁ ପଶିମାୟାରେ ମଙ୍କୁ ଆକର୍ଷି
Couplet 40
ଯେମନ୍ତେ ମୋତେ ଏ ନ ପାଇବିମୁଖେ ନିଜ ପୁରେ ଯାଇ
Couplet 41
ମୋର ବିଷୟେ କରି କ୍ରୋଧକାଳେ ହୋଇବ ପ୍ରାଣେ ବଧ
Couplet 42
ଏମନ୍ତେ ବିଷ୍ଣୁ ବିଚାରିଲେମାୟାରେ ଅନ୍ତର ହୋଇଲେ
Couplet 43
ତାର ଶରୀର ପ୍ରାଣରନ୍ଧ୍ରେବିଷ୍ଣୁ ପଶିଲେ ଯୋଗବନ୍ଧେ
Couplet 44
ବିଷ୍ଣୁ ନ ଦେଖି ମହାକ୍ରୋଧେଗର୍ଜିଲା ଭୟଙ୍କର ନାଦେ
Couplet 45
ଆକାଶ ଦିଗ ଯେ ବିବରପୃଥିବୀ ସ୍ୱର୍ଗ ଯେ ସାଗର
Couplet 46
ସର୍ବତ୍ର ଅନ୍ୱେଷଣ କଲାକୁତ୍ରାପି ହରି ନ ପାଇଲା
Couplet 47
ସେ ବୀର ବିଚାରଇ ମନେଏ ତ ଭାଜିଲା ଭୟଛନ୍ନେ
Couplet 48
ନିଶ୍ଚୟ ବୈକୁଣ୍ଠକୁ ଗଲାଏମନ୍ତ ବୋଲି ବାହୁଡ଼ିଲା
Couplet 49
ପଥେ ଚଳନ୍ତେ ମନେ ଭାବିବୋଲି ଅବଶ୍ୟ ମାରିବି
Couplet 50
ସେ ମୋର ଭ୍ରାତୃ-ହତ୍ୟାକାରୀଏମନ୍ତେ ମନେ କ୍ରୋଧଭରି
Couplet 51
ଜୀବନ ଥିବା ପରିଯନ୍ତେବିଷ୍ଣୁ ନ ଭଜେ କୋପଚିତ୍ତେ
Couplet 52
ହରିର ତୁଲେ ବାଦ କଲାଅନ୍ତେ ସେ ବୈକୁଣ୍ଠକୁ ଗଲା
Couplet 53
ତାର ତନୟ ପ୍ରହଲ୍ଲାଦତୋ ପିତା ତାହାର ଦାୟାଦ
Couplet 54
ବିଷ୍ଣୁଭକତ ମହାଶୟଦେବଦାନବେ ସେ ଅଜେୟ
Couplet 55
ଦେବଙ୍କ କପଟ ଜାଣିଲାବ୍ରାହ୍ମଣ ବୋଲି ଆୟୁ ଦେଲା
Couplet 56
ତାହାର ବଂଶେ ତୁହି ଜାତସ୍ୱଭାବେ ଅଟୁ ଭାଗ୍ୟବନ୍ତ
Couplet 57
ବ୍ରହ୍ମାଣ୍ତେ ମହିମା ତୋହରଏ କୁଳେ ଅତି ଯଶସ୍କର
Couplet 58
ତିନିଭୁବନେ ତୁ ଯେ ରାଜାସର୍ବେ କରନ୍ତି ପାଦପୂଜା
Couplet 59
ଏଣୁ ତୋହର ହସ୍ତେ ତୁହିନିବାସ ଅର୍ଥେ କିଛି ଭୂଇଁ
Couplet 60
ମୋହର ପାଦେ ପାଦ ତିନିମାପିଣ ଦିଅ ହେ ମେଦିନୀ
Couplet 61
ଦାରା ତନୟ ମୋର ନାହିଁକେବଳ ବାସ୍ତୁ ମୁଁ ଇଚ୍ଛଇ
Couplet 62
ଏ ଭୂମିଦାନ ଦିଅ ମୋତେଯେମନ୍ତେ ରହିବି ନିଶ୍ଚିନ୍ତେ
Couplet 63
ତୁ ଅଟୁ ଜଗତ ଈଶ୍ୱରଆନେ କି ପ୍ରୟୋଜନ ମୋର
Couplet 64
କହନ୍ତି ବ୍ୟାସଙ୍କ ତନୁଜଶୁଣ ପରୀକ୍ଷ ମହାରାଜ
Couplet 65
ବଳି ବାମନ-ବାକ୍ୟ ଶୁଣିହସି କହଇ ମନେ ଗୁଣି
Couplet 66
ଭୋ ବିପ୍ର ଶୁଣ ମୋ ଉତ୍ତରତୁ ଅଟୁ ବାଳକ ଶରୀର
Couplet 67
ବୃଦ୍ଧର ପ୍ରାୟେ କଥା କହୁବିଚାରେ ବାଳକ ତୁ ନୋହୁ
Couplet 68
ସ୍ୱଭାବେ ବାଳବୃଦ୍ଧି ଘେନିନ ଜାଣୁ ଆତ୍ମା-ଲାଭ-ହାନି
Couplet 69
ଅଜ୍ଞାନ ପ୍ରାୟେ ବହୁମତିଏ ତୋର ବିପରୀତ ଗତି
Couplet 70
ମୁହିଁ ତ୍ରିଲୋକେ ଏକ ରାଜାସର୍ବେ କରନ୍ତି ପାଦପୂଜା
Couplet 71
ତ୍ରିପାଦ ଭୂମି ମାଗୁଁ ମୋତେଏ ଦାନ ଦେବି ମୁଁ କେମନ୍ତେ
Couplet 72
ଲୋକେ କରିବେ ଉପହାସଏ କଥା ନୋହଇ ବିଶ୍ୱାସ
Couplet 73
ଯେ ବିପ୍ର ମୋର ଦାନ ନେବସେ କିମ୍ପା ଆନକୁ ମାଗିବ
Couplet 74
ଏଣୁ ବହୁତ-ବୃତ୍ତିକାରୀଭୋ ବିପ୍ର ମାଗ ବସୁନ୍ଧରୀ
Couplet 75
ଏମନ୍ତ ବଳି ମୁଖୁଁ ଶୁଣିବଟୁ-ବାମନ କହେ ପୁଣି
Couplet 76
ଶୁଣ ହୋ ବଳି ନୃପନାଥଅଜ୍ଞାନୀଜନଙ୍କର ମତ
Couplet 77
ସମୁଦ୍ର ଆବରଣେ ମହୀଏତେ ସମ୍ପଦ ଯେବେ ପାଇ
Couplet 78
ତେବେ ହେଁ ଆଶା ନ ପୂରଇଶୁଣ ନୃପତି ମନଦେଇ
Couplet 79
ସପତଦ୍ୱୀପେ ଅଧିପତିଥିଲେ ଯେ ଅନେକ ନୃପତି
Couplet 80
ବେଣତନୟ ଗୟ ଆଦିଅସଂଖ୍ୟ-ଅତୁଳ-ସମ୍ପତ୍ତି
Couplet 81
ସେ ଅର୍ଥ-କାମ ଯେତେ କଲେତୃଷ୍ଣାର ଅନ୍ତ ନ ପାଇଲେ
Couplet 82
ପୂର୍ବର କର୍ମଫଳ ଲଇଯେ ଦିନେ ଯେ ଅବା ମିଳଇ
Couplet 83
ତେଣେ ସନ୍ତୋଷ ଚିତ୍ତ ଯାରସେ ପ୍ରାଣୀ ତ୍ରିଜଗତେ ସାର
Couplet 84
ସନ୍ତୋଷେ ତେଜ ବଢ଼େ ଭଲେଘୃତେ ଅନଳ ଯେହ୍ନେ ଜଳେ
Couplet 85
ଯେ ଅର୍ଥ-କାମେ ଅସନ୍ତୋଷହେଳେ ତା ତେଜ ହୋଏ ନାଶ
Couplet 86
ଉଭୟଲୋକେ ସୁଖ ନାହିଁସେ ପ୍ରାଣୀ ଥିବ ଅବା କାହିଁ
Couplet 87
ଅର୍ଜନେ ଅସନ୍ତୋଷ ହେଲେଅତୁଷ୍ଟେ ପଡ଼ଇ ପାତାଳେ
Couplet 88
ଅତୁଷ୍ଟି ଜଳବିନ୍ଦୁ ହୋଇଅଗ୍ନିର ତେଜ ସେ ଲିଭାଇ
Couplet 89
ଏଣୁ ସମ୍ପଦେ କାର୍ଯ୍ୟ ନାହିଁତ୍ରିପାଦ ଭୂମି ଦିଅ ତୁହି
Couplet 90
ଏକଇ ମାତ୍ର ମୋ ଜୀବନଅଧିକେ କିବା ପ୍ରୟୋଜନ
Couplet 91
ଆନନ୍ଦେ କହେ ବ୍ୟାସସୁତଶୁଣ ହେ ନୃପ ପରୀକ୍ଷିତ
Couplet 92
ଏମନ୍ତେ ବିପ୍ର ଯହୁଁ ଭାଷିସେ ବାକ୍ୟ ଶୁଣି ବଳି ହସି
Couplet 93
ବୋଲଇ ଧରି କୁଶପାଣିତୋ ପାଦ-ପ୍ରମାଣେ ଧରଣୀ
Couplet 94
ଦେବଇଁ ସତ୍ୟ ମୋ ବଚନଭୋ ବିପ୍ର ତୋଷଚିତ୍ତେ ଘେନ
Couplet 95
ଶୁକ୍ର ଯେ ବଳି ପାଶେ ଥିଲାଦାନର ନିର୍ଣ୍ଣୟ ଜାଣିଲା
Couplet 96
କରଅଞ୍ଜଳି ବ୍ୟଗ୍ରେ ଧରିବଳିକି କହେ ଆଗସରି
Couplet 97
ଶୁଣ ହେ ବିରୋଚନ ସୁତତୋର ଦେଖଇଁ ବିପରୀତ
Couplet 98
ପାତ୍ର-ଅପାତ୍ର ତୁ ନ ଜାଣୁବିପ୍ରଙ୍କୁ ଦାନେ ପରିମାଣୁ
Couplet 99
ଦେଖ ଏ ପ୍ରଭୁ ଭଗବାନକପଟେ ଶରୀର ବାମନ
Couplet 100
ବିବୁଧକୁଳ ରକ୍ଷା କାର୍ଯ୍ୟେଜନ୍ମିଲେ କଶ୍ୟପର ବୀର୍ଯ୍ୟେ
Couplet 101
ଅଦିତି-ଗର୍ଭେ ଜାତ ହୋଇଅଇଲେ ତୋର ମନମୋହି
Couplet 102
ଅର୍ଥ ଅନର୍ଥ ତୁ ନ ଜାଣିହସ୍ତେ ଧଇଲୁ କୁଶପାଣି
Couplet 103
ଦିତିର ଗର୍ଭେ ଜାତ ହୋଇଏମନ୍ତ ଦେଖିଲା ତ ନାହିଁ
Couplet 104
ଏ ବିଷ୍ଣୁ ତୋର ଯଶଶିରୀମାୟା ବାମନ ରୂପେ ହରି
Couplet 105
ଇନ୍ଦ୍ରକୁ ଦେବ ବୁଦ୍ଧିବଳେତୁ ମୂଢ଼ ପଶିବୁ ପାତାଳେ
Couplet 106
ତିନିଚରଣେ ତିନିପୁରେସମ୍ପଦ ହରିବ ତୋହର
Couplet 107
ସର୍ବସ୍ୱ ବିଷ୍ଣୁ ହସ୍ତେ ଦେଇତୁ ମୂଢ଼ ବିଶ୍ରାମିବୁ କାହିଁ
Couplet 108
ପାଦକେ ଅବନୀ ପୂରିବଶରୀର ବ୍ରହ୍ମାଣ୍ତେ ଘୋଟିବ
Couplet 109
ଦ୍ୱିତୀୟ ପାଦେ ହୃଷୀକେଶବିକ୍ରମି ଘେନିବ ଆକାଶ
Couplet 110
ତୃତୀୟପାଦ କାହୁଁ ଦେବୁନିଶ୍ଚୟେ ନରକେ ପଡ଼ିବୁ
Couplet 111
ସଙ୍କଳ୍ପ କରି ଦାନ ଅର୍ଥେପଛେ ନ ଦ୍ୟନ୍ତି ଯେ ଯୁଗତେ
Couplet 112
ସେ କାହିଁ ଥିବେ ଏ ସଂସାରେପଡ଼ନ୍ତି ଅନ୍ଧତମ ଘୋରେ
Couplet 113
ଯେ ଦାନେ ବୃତ୍ତି ଯାଏ ନାଶକୁଳ ସମ୍ପଦ ଧର୍ମ ଯଶ
Couplet 114
ସେ ଦାନ କେବେହେଁ ନକରିଯଶ ସମ୍ପଦ ପରିହରି
Couplet 115
ଧର୍ମ ଅର୍ଥ ଯେ ଯଶ କାମଆବର କୁଟୁମ୍ବ ପୋଷଣ
Couplet 116
ଏଥକୁ ରଖି ଦାନ କଲେଆନନ୍ଦ ଲଭେ ପ୍ରାଣୀ ଭଲେ
Couplet 117
ପୂର୍ବେ ଯେ ସିଦ୍ଧମୁନି ଯେତେସେ କହିଛନ୍ତି ଧର୍ମଶାସ୍ତ୍ରେ
Couplet 118
ତାହା କହିବା ତୋ ଅଗ୍ରତେରାଜନ ଶୁଣ ଏକଚିତ୍ତେ
Couplet 119
ମନବଚନେ ସତ୍ୟକରିଓଁ କାର-ବାକ୍ୟ ଯେ ଉଚ୍ଚାରି
Couplet 120
ଦେବି ମୁଁ ବୋଲି ସତ୍ୟକରେକେ ତାହା ଜ୍ଞାନ ଥାଉଁ ହରେ
Couplet 121
ମିଥ୍ୟା ବୋଲିଟି ତାର ନାମଜାଣ ହେ ଅସୁରଉତ୍ତମ
Couplet 122
ଏ ଦେହ-ବୃକ୍ଷ ମିଥ୍ୟାମୂଳସତ୍ୟ ଯେ ତାର ଫୁଲଫଳ
Couplet 123
ବୃକ୍ଷର ନାଶେ ନାଶ ଯାନ୍ତିବୃକ୍ଷର ମୂଳ ଥିଲେ ଥାନ୍ତି
Couplet 124
ସଙ୍କଳ୍ପ-ସତ୍ୟ ନାଶ ଯାନ୍ତେଅଙ୍କୁର ନୁହଁଇ ବିହିତେ
Couplet 125
ଅ କାର ଉ କାର ମ କାରେଶବ୍ଦ ଉଚ୍ଚାର ପ୍ରଣବରେ
Couplet 126
ଯେ ତାହା ଅଜ୍ଞାନେ ହରନ୍ତିନିଜ ଶରୀର ନ ଧରନ୍ତି
Couplet 127
ରତି-ସମ୍ଭାଗେ ନାରୀ ସଙ୍ଗେବିବାହେ କନ୍ୟାବର ଯୋଗେ
Couplet 128
ବୃତ୍ତ୍ୟର୍ଥେ ପ୍ରାଣର ସଙ୍କଟେଗୋରୁ-ବ୍ରାହ୍ମଣଙ୍କର କଷ୍ଟେ
Couplet 129
ମିଥ୍ୟା କହିଲେ ଯେବେ ତରେଏ କଥା କେ ଅବା ନ କରେ
Couplet 130
ଗୁରୁ ଏମନ୍ତ ବାକ୍ୟ କହିବଳି ତା ବାକ୍ୟେ ମନ ଦେଇ
Couplet 131
ସଂଶୟ ରହିଲା ତା ଚିତ୍ତେଗୁରୁ ବଚନେ ଧର୍ମମତେ
Couplet 132
ବଳି-ବାମନ ବାକ୍ୟବନ୍ଧେଯେମନ୍ତେ ଏ ଅଷ୍ଟମସ୍କନ୍ଧେ
Couplet 133
ସୁଜନେ ଶୁଣ ଏକ ଚିତ୍ତେହରିଚରିତ ଭାଗବତେ
Couplet 134
ଶ୍ରୀହରି-ଚରିତ ଏ ଭାବଭାବିଲେ ସଂସାରୁ ତରିବ
Couplet 135
ବୋଲଇ ବିପ୍ର ଜଗନ୍ନାଥଭାଷା-ପ୍ରବନ୍ଧେ ଭାଗବତ