Skip to content
paribhaasha

Skandha 8

Adhyaya 17

  1. Couplet 1

    ଶ୍ରୀକୃଷ୍ଣ ଚିନ୍ତି ରାଜା ଚାହିଁଶୁକ କ‌ହ‌ନ୍ତି ଭାବବ‌ହି

  2. Couplet 2

    ଶୁଣ ଅଭିମନ୍ୟୁନନ୍ଦନଯେମନ୍ତେ ଜନ୍ମିଲେ ବାମନ

  3. Couplet 3

    ଅଦିତି ପୟୋବ୍ରତ ଫଳେବିଷ୍ଣୁ ଜନ୍ମିଲେ ତାର କୋଳେ

  4. Couplet 4

    ତାଙ୍କ ଚରିତ ଶୁଣ ଏବେଯେ ରୂପେ ବଳିକି ଛଳିବେ

  5. Couplet 5

    ବ୍ରହ୍ମାର ସ୍ତୁତି ଶୁଣି ତୋଷେସେ ହରି ପରମ-ହରଷେ

  6. Couplet 6

    ଅମୃତବେଳେ ସୁଶରୀରେହେଲେ ବାମନ ଅବତାରେ

  7. Couplet 7

    ଗ‌ଗନେ ଯେହ୍ନେ ଦିଙ୍କରବାମନ ଉଦରୁ ବାହାର

  8. Couplet 8

    ଅଦିତି ତ‌ହୁଁ ଭୂମିଗତେବାମନ ଦେଖିଲେ ଅଗ୍ରତେ

  9. Couplet 9

    ନୀଳନୀରଦ ତନୁ ବର୍ଣ୍ଣପ୍ରକାଶ କମଳ‌ଲୋଚନ

  10. Couplet 10

    ପୀତବସନ କଟୀଭାଗେତଡ଼ିତ ଯେହ୍ନେ ନୀଳ ମେଘେ

  11. Couplet 11

    ରତ୍ନ‌କୁଣ୍ତଳ କର୍ଣ୍ଣ‌ଯୁଗେଶ୍ରୀବସ୍ତ୍ରଚିହ୍ନ ହୃଦଭାଗେ

  12. Couplet 12

    ଊରେ ଲମ୍ବଇ ବନମାଳସୁନ୍ଦର ଅଳକା କପୋଳ

  13. Couplet 13

    ମଣିମୁକୁଟ ଶିରେ ସାଜେରତ୍ନମେଖଳା କଟି ମାଝେ

  14. Couplet 14

    ନୂପୁର କଙ୍କଣ ବିରାଜେତେଜେ ଅନଙ୍ଗ-ରୂପ ଗଞ୍ଜେ

  15. Couplet 15

    କଣ୍ଠେ ଶ୍ରୀକରସ୍ତୂଭ ମଣିଅମୂଲ୍ୟ ରତ୍ନ ସୁଖଞ୍ଜଣି

  16. Couplet 16

    ପ୍ରସନ୍ନ ଦଶଦିଗ ଦିଶେସଲିଳେ କମଳ ପ୍ରକାଶେ

  17. Couplet 17

    ଜଳଧି ଉଛୁଳେ ଉଲ୍ଲୋଳେକାନନେ ନାନାପୁଷ୍ପ ଲୋଳେ

  18. Couplet 18

    ଋତୁ ବ‌ହଇ ଗୁଣମତେପ୍ରସରେ ଶରଦ ବସନ୍ତେ

  19. Couplet 19

    ସୁଗନ୍ଧ ପବନେ ଆମୋଦଗ‌ଗନେ ମଙ୍ଗଳ-ଶବଦ

  20. Couplet 20

    ବ୍ରାହ୍ମଣ‌ଗଣେ ବେଦନାଦେଅନଳ ପୂଜନ୍ତି ସମିଧେ

  21. Couplet 21

    ଗୋ ବିପ୍ର ଦେବ ଭୂ ପର୍ବତଆକାଶ ହେଲେ ପ୍ରଫୁଲ୍ଲିତ

  22. Couplet 22

    ଭାଦ୍ରବ ମାସ ଶୁକ୍ଳପକ୍ଷେଦ୍ୱାଦଶୀ ଶ୍ରବଣା ଯେ ଋକ୍ଷେ

  23. Couplet 23

    ମୁହୂର୍ତ୍ତ ନାମ ଅଭିଜିତଗ୍ରହ ନକ୍ଷତ୍ର ସୁପ୍ରଶସ୍ତ

  24. Couplet 24

    ସର୍ବ ନକ୍ଷତ୍ର ତାରାଗଣେପ୍ରଶସ୍ତ ମଙ୍ଗଳ ଦକ୍ଷିଣେ

  25. Couplet 25

    ବିଜୟାଯୋଗର ମଧ୍ୟାହ୍ନେଶଙ୍ଖଦୁନ୍ଦୁଭି ବାଦ୍ୟସ୍ୱନେ

  26. Couplet 26

    ମୃଦଙ୍ଗ ପଟ୍ଟ‌ହ ସମାନେଶୁଭନ୍ତି ଭେରୀନାଦ ସ୍ୱନେ

  27. Couplet 27

    ବାଜନ୍ତି ଗୋମୁଖ ଆନ‌କପଣବ ତୂରୀ ଯେ ଅନେକ

  28. Couplet 28

    ଗୀତ ବିନୋଦ ନୃତ୍ୟଗୋଳଦିଗ ଉଛୁଳନ୍ତି ତୁମୁଳ

  29. Couplet 29

    ନାଚନ୍ତି ଅପସରାବୃନ୍ଦଗନ୍ଧର୍ବେ ତାଳ ଯନ୍ତ୍ରବାଦ୍ୟ

  30. Couplet 30

    ଦେବତା-ପିତୃ-ମୁନିଗଣେଅଗ୍ନି ସ‌ହିତେ ଜଣେ ଜଣେ

  31. Couplet 31

    ସ୍ତବନ୍ତି ସିଦ୍ଧ-ବିଦ୍ୟାଧରେତୁଲେ କିଂପୁରୁଷ-କିନ୍ନତେ

  32. Couplet 32

    ଚାରଣ ଯକ୍ଷ ରକ୍ଷ ଆଦିପିଶାଚ ଗୁହ୍ୟକ ପ୍ରସିଦ୍ଧି

  33. Couplet 33

    ସ୍ତୁତି-ବଚନେ ଗୀତସ୍ୱରେପୁଷ୍ପ ବର୍ଷନ୍ତି ନିରନ୍ତରେ

  34. Couplet 34

    ଅଦିତି ପରେ ପୁଷ୍ପବୃଷ୍ଟିଯେଣେ ଖଣ୍ତିବ ଜନ୍ମରିଷ୍ଟି

  35. Couplet 35

    ଅଦିତି ନିଜ ପୁତ୍ର ଦେଖିନିର୍ମଳ କଲା ବେନିଆଖି

  36. Couplet 36

    ଶ୍ରୀହରି ନିଜ ଯୋଗତେଜେଜନ୍ମିଲେ କଶ୍ୟପର ବୀର୍ଯ୍ୟେ

  37. Couplet 37

    କଶ୍ୟପ ଜୟ ଜୟ ବାଣୀମଙ୍ଗଳ ବେକବାକ୍ୟ ଭଣି

  38. Couplet 38

    ତକ୍ଷଣେ ପ୍ରଭୁ ଭଗବାନରୂପ ପ୍ରକାଶିଲେ ବାମନ

  39. Couplet 39

    ଦେଖିଲେ ସର୍ବଦିଗପାଳେଦେବୀ ଦେବତା ଅନ୍ତରାଳେ

  40. Couplet 40

    ବଟୁ ବାମନ ରୂପ ଦେଖିମୁନିଏ ଆଶ୍ରମ ଉପେକ୍ଷି

  41. Couplet 41

    କଶ୍ୟପ-ଆଶ୍ରମେ ମିଳିଲେଜୟମଙ୍ଗଳ ସ୍ତୁତି କଲେ

  42. Couplet 42

    ବିଧାତା ଆଦି ମୁନି ତୁଲେପୁତ୍ରର ଜାତକର୍ମ କଲେ

  43. Couplet 43

    ବାମନ-ଉପନୟ ଦେଖିସବିତା ଗ‌ଗନ ଉପେକ୍ଷି

  44. Couplet 44

    ସାବିତ୍ରୀମନ୍ତ୍ର କର୍ଣ୍ଣେ କ‌ହେଯେଣେ ସବିତା ତେଜ ବ‌ହେ

  45. Couplet 45

    ଗୁରୁ ପଇତା ଦେଲେ କନ୍ଧେକଶ୍ୟପ ମେଖଳା ଆନନ୍ଦେ

  46. Couplet 46

    ଅବନୀ କୃଷ୍ଣାଜିତ ଦେଲାଶଶାଙ୍କ ଦଣ୍ତ ସମର୍ପିଲା

  47. Couplet 47

    ଅଦିତି ଦେଲା କଉପୀନଆକାଶ କଲା ଛତ୍ର ଦାନ

  48. Couplet 48

    ମୁନିଏ କରେ ଦେଲେ ଦର୍ଭକମଣ୍ତଳୁ ଯେ ବେଦଗର୍ଭ

  49. Couplet 49

    ଶାରଦା ଦେଲେ ଅକ୍ଷମାଳାଯେମନ୍ତେ ବୁଦ୍ଧି ଅନର୍ଗଳା

  50. Couplet 50

    କୁବେର ରାଜା ଶୁଦ୍ଧଚିତ୍ତେଭିକ୍ଷାପାତ୍ରେକ ଦେଲା ହସ୍ତେ

  51. Couplet 51

    ଅମ୍ବିକା ଭିକ୍ଷା ଦେଲେ ଆଣିସଙ୍ଗତେ ବିପ୍ରଗଣ ଘେନେ

  52. Couplet 52

    ମୁନିଏ ବ୍ରହ୍ମତେଜ ଦେଲେସ୍ତୁତିବଚନେ ତୋଷ କଲେ

  53. Couplet 53

    କଶ୍ୟପ ହୋମ କରାଇଲେବିଧାତା ପୁରୁଷର ବୋଲେ

  54. Couplet 54

    ଏମନ୍ତେ ବିପ୍ରରୂପ ଧରିପୂର୍ଣ୍ଣ ଆହୁତି ହୋମ କରି

  55. Couplet 55

    ତେଣେ ଶୁକ୍ର ଯେ ଯଜ୍ଞବିଧିବଳିର ଶତେ ଅଶ୍ୱମେଧି

  56. Couplet 56

    କରାଏ ନିଜ ମନ୍ତ୍ରବଳେଅମରେ ସ୍ଥାପିବ ନିଶ୍ଚଳେ

  57. Couplet 57

    ସେ କଥା ଜାଣି ଭଗବାନଯେ ରୂପ ଅଦ୍‌ଭୁତ ବାମନ

  58. Couplet 58

    ବଳି-ଭୁବନ‌କୁ ଗମନ୍ତେଭୂମି କମ୍ପଇ ପାଦଘାତେ

  59. Couplet 59

    ନର୍ମଦା ନ‌ଦୀର ଉତ୍ତରେଭୃଗୁକଚ୍ଛେ ଯେ ବିପ୍ରବରେ

  60. Couplet 60

    ବଳିକି ଯଜନମାନେ ବରିମିଳି ଭୃଗୁଙ୍କୁ ଆଗ କରି

  61. Couplet 61

    ଯଜ୍ଞ କରନ୍ତି ମନ୍ତ୍ରବଳେଯେମନ୍ତେ ଅମର ମଣ୍ତଳେ

  62. Couplet 62

    ବଳି ବସିବ ଦୃଢ଼ଚିତ୍ତେନିର୍ଭୟେ କଳ୍ପ ପରିଯନ୍ତେ

  63. Couplet 63

    ଏମନ୍ତେ ବଳି-ଯଜ୍ଞବାଟେବାମନ ମିଳିଲେ କପଟେ

  64. Couplet 64

    ରବି-କିରଣେ ତାରାପନ୍ତିଯେସନେ ହୋନ୍ତି ହତଜ୍ୟୋତି

  65. Couplet 65

    ଭାର୍ଗବ ଆଦି ପୁରୋହିତେସଦସ୍ୟ ଯଜମାନ ଯେତେ

  66. Couplet 66

    ବାମନ-ତେଜେ ଅନ୍ତଗଲେତମ ଯେସନେ ପ୍ରାତଃକାଳେ

  67. Couplet 67

    ରବି ଶଶାଙ୍କ କିବା ବ‌ହ୍ନିମିଳିଲେ ନିଜ ତେଜ ଘେନି

  68. Couplet 68

    କିବା ସନତ ବ୍ରହ୍ମାସୁତଯଜ୍ଞ ପ୍ରେକ୍ଷଣେ ଉପଗତ

  69. Couplet 69

    ଏମନ୍ତେ ଜାଣି ନ ପାରିଲେବାମନ ତେଜେ ଅସ୍ତ ଗଲେ

  70. Couplet 70

    ମୁହୂର୍ତ୍ତେ ରହି ଖେଦମନେଚାହାନ୍ତି ମୋହିତ ନୟନେ

  71. Couplet 71

    କରି ନ ପାରି ଅନୁମାନସର୍ବେ ହୋଇଲେ ହତଜ୍ଞାନ

  72. Couplet 72

    ଉଦକ କମଣ୍ତଳୁ ଘେନିକରନ୍ତି ସାମ‌ବେଦ ଧ୍ୱନି

  73. Couplet 73

    ବିଷ୍ଣୁ ମିଳିଲେ ଯଜ୍ଞବାଟେବଳି ନୃପତିର ନିକଟେ

  74. Couplet 74

    କଟିରେ ମର୍କତ ମେଖଳାଯଜ୍ଞୋପବୀତ ଅକ୍ଷମାଳା

  75. Couplet 75

    କନ୍ଧରେ କୃଷ୍ଣାଜିତ ଶୋହେଉତ୍ତରୀ ପ୍ରାୟ ନିଜଦେହେ

  76. Couplet 76

    ଅଦ୍‌ଭୁତ ବାମନ ଶରୀରଶିରେ ବିରାଜେ ଜଟାଭାର

  77. Couplet 77

    ମାୟାବାମନ ରୂପ ଦେଖିତକ୍ଷଣେ ଆସନ ଉପେକ୍ଷି

  78. Couplet 78

    ଭୃଗୁ ସ‌ହିତେ ଶିଷ୍ୟ ଯେତେଆସନୁ ଉଠିଲେ ତ୍ୱରିତେ

  79. Couplet 79

    ଅଞ୍ଜଳିହସ୍ତ କରି ବେଗେମିଳିଲେ ବାମନର ଆଗେ

  80. Couplet 80

    ବଳି ବାମନ ରୂପ ଚାହିଁଆସନ ଦେଲା ବେଗେ ନେଇ

  81. Couplet 81

    ଚରଣେ ନମସ୍କାର କରିକୁଶଳ ବାରତା ପଚାରି

  82. Couplet 82

    ପବିତ୍ରଜଳେ ଧୋଇ ପାଦଆନନ୍ଦେ କଣ୍ଠ ଗଦଗଦ

  83. Couplet 83

    ପାଦ ଉଦକ ଘେନି ଶିରେରୋମହରଷ କଳେବରେ

  84. Couplet 84

    ଯାର ଚରଣସ୍ପର୍ଶ-ଜଳଖଣ୍ତଇ ସର୍ବ ଅମଙ୍ଗଳ

  85. Couplet 85

    ଗିରୀଶ ପରମ ଭକ୍ତିରେଯେ ପାଦୋଦକ ଧରେ ଶିରେ

  86. Couplet 86

    ବଳି ଯେ ବେନିକର ଯୋଡ଼ିକ‌ହେ ବାମନ ପାଦେ ପଡ଼ି

  87. Couplet 87

    ଭୋ ବିପ୍ର ନମୁଁ ତୋ ଚରଣେଅଶେଷ କୁଶଳ କାରଣେ

  88. Couplet 88

    ବ୍ରହ୍ମ‌ଋଷିଙ୍କ ତେଜପ୍ରାୟେମୁହିଁ ଦେଖି ତୋର ଦେହେ

  89. Couplet 89

    ତୁ ବ୍ରହ୍ମସ୍ୱରୂପ ସାକ୍ଷାତେତୋ ରୂପ ନାହିଁ ଏ ଜଗତେ

  90. Couplet 90

    କି ଅର୍ଥେ ତୋହର ଆଗମକହ ତୋହର କିସ ନାମ

  91. Couplet 91

    ମୋ ପିତୃଗଣେ ଆଜ ତୋଷପବିତ୍ର ମୋର ଗୃହବାସ

  92. Couplet 92

    ଆଜ ମୋ ସୁଫଳ ଜୀବନଯେଣୁ ତୋହର ଆଗମନ

  93. Couplet 93

    ପବିତ୍ର ହୋଇଲା ମୋ କୁଳଲଭିଲି ଶତକ୍ରତୁ ଫଳ

  94. Couplet 94

    ଆଜ ଅନଳେ ଘୃତରାଶିଶୁଦ୍ଧେ ଜଳିବ ମୋତେ ତୋଷି

  95. Couplet 95

    ଏ ଭୂମି ପବିତ୍ର ମୋହରନିର୍ମଳ ଯେହ୍ନେ ସ୍ୱର୍ଗପୁର

  96. Couplet 96

    ଭୋ ବିପ୍ର ଦାନ ମାଗ ମୋତେଯେ ଅବା ଇଚ୍ଛା କର ଚିତ୍ତେ

  97. Couplet 97

    ଗୋରୁ କାଞ୍ଚନ ଦିବ୍ୟପୁରକିବା ପ୍ରାସାଦ ମନୋହର

  98. Couplet 98

    ଗ୍ରାମ ପାଟଣା କନ୍ୟାଧନଅମୂଲ୍ୟ ବସ୍ତୁ ରତ୍ନମାନ

  99. Couplet 99

    ଅନ୍ନବସନ ଆଦି ଯେତେଭୋ ବିପ୍ର ମାଗ ତୋଷଚିତ୍ତେ

  100. Couplet 100

    ଗଜ ତୁରଙ୍ଗ ସୁଖାସନରଥ ପଲ୍ୟଙ୍କ ଯହିଁ ମନ

  101. Couplet 101

    କି ଅବା ଅଛି ତୋର ଚିତ୍ତେଭୋ ବିପ୍ର ମାଗ ଇଚ୍ଛା ଯେତେ

  102. Couplet 102

    ଦେବି ମୁଁ ସତ୍ୟ ମୋ ବଚନଦାରା ତନୟ ବା ଜୀବନ

  103. Couplet 103

    ଏମନ୍ତେ ବଳି ଶୁଦ୍ଧଚିତ୍ତେକହିଲା ବାମନ ଅଗ୍ରତେ

  104. Couplet 104

    ଏମନ୍ତ ବଳି ବାକ୍ୟ ଶୁଣିବାମନ ଧରି କୁଶ ପାଣି

  105. Couplet 105

    ମଙ୍ଗଳ ସ୍ୱରେ ବେଦ‌ଧ୍ୱନିକରନ୍ତି ବଳି ମନ‌ଘେନି

  106. Couplet 106

    ତିନିଭୁବନ କମ୍ପେ ନାଦେସୁଗନେ ଚିନ୍ତ କୃଷ୍ଣପାଦେ

  107. Couplet 107

    କ‌ହଇ ବିପ୍ର ଜଗନ୍ନାଥଭାଷା ପ୍ରବନ୍ଧେ ଭାଗବତ

Odia Bhagabata skandha 8 adhyaya 17 | Parbani by ParibhaAsha App