Skandha 8
Adhyaya 16
Couplet 1
ଶ୍ରୀକୃଷ୍ଣେ ଚିନ୍ତି ମନେମନକହନ୍ତି ବ୍ୟାସଙ୍କ ନନ୍ଦନ
Couplet 2
ଶୁଣ ପରୀକ୍ଷ ନୃପମଣିକଶ୍ୟପ ମୁଖୁଁ ଏହାଶୁଣି
Couplet 3
ଅଦିତି କଳ୍ପି ଅନ୍ତର୍ଗତେବିଧିପୂର୍ବକ ପୟୋବ୍ରତେ
Couplet 4
ଦ୍ୱାଦଶ ଦିନ ବିଧିମତେସଂଯମେ ରହିଲା ଯୁଗତେ
Couplet 5
ଏକାଗ୍ରଚିତ୍ତେ ହରିପାଦେସେବା କଳ୍ପିଲା ଅପ୍ରମାଦେ
Couplet 6
ସୁଦୃଢ଼ ମନ ବୁଦ୍ଧିବଳେଇନ୍ଦ୍ରିଙ୍କି ନିରୋଧି ନିଶ୍ଚଳେ
Couplet 7
ଏକାନ୍ତଚିତ୍ତେ ହରିପାଦେଧ୍ୟାନ ସମ୍ପାଦି ଅପ୍ରମାଦେ
Couplet 8
ଦ୍ୱାଦଶଦିନ ପୟୋବ୍ରତବିଷ୍ଣୁ ସେବିଲା ଅବିରତେ
Couplet 9
ଅଦିତି ପୟୋବ୍ରତ ତୋଷେବିଷ୍ଣୁ ମିଳିଲେ ତାର ପାଶେ
Couplet 10
ଶରୀର କାନ୍ତି ନୀଳଘନପୀତବସନ ପରିଧାନ
Couplet 11
ଆଜାନୁଲମ୍ବେ ଚାରିଭୁଜେଗଦାବ୍ଜ-ଶଙ୍ଖ-ଚକ୍ର ସାଜେ
Couplet 12
ସମୀପେ ବିଷ୍ଣୁ ରୂପ ଦେଖିଉନ୍ମୀଳ କଲା ବେନି ଆଖି
Couplet 13
ଉଠିଲା ଅଶ୍ରୁ ଗଦଗଦେଶିର ନିବେଶି ପଦ୍ମପାଦେ
Couplet 14
ଭୂମିରେ ଦଣ୍ତବତେ ଶୋଇକରାଞ୍ଜଳି ଶିରେ ଦେଇ
Couplet 15
ଆନନ୍ଦ ସାଗରେ ବୁଡ଼ିଲାନିଜ ଶରୀର ପାସୋରିଲା
Couplet 16
ଶରୀର କମ୍ପିଲା ବିକଳେକଣ୍ଠ କୁଣ୍ଠିତ ଅଶ୍ରୁଜଳେ
Couplet 17
ବଦନୁ ବଚନ ନ ସ୍ଫୁରେପ୍ରାଣ ହୋଇଲା କଣ୍ଠଦ୍ୱାରେ
Couplet 18
ଚକୋର ଚନ୍ଦ୍ର ଦେଖି ଯେହ୍ନେଅମୃତ ପିଅଇ ଲୋଚନେ
Couplet 19
ମନ ନିବେଶି କୃଷ୍ଣପାଦେଆନନ୍ଦେ ଶୋକ ଗଦଗଦେ
Couplet 20
ବୋଲଇ ବିଷ୍ଣୁମୁଖ ଚାହିଁସାନନ୍ଦେ ଶିରେ କର ଦେଇ
Couplet 21
ହେ ଯଜ୍ଞେଶ୍ୱର ଜଗନ୍ନାଥତୋର ଚରଣେ ସର୍ବତୀର୍ଥ
Couplet 22
ସର୍ବମଙ୍ଗଳ ତୋର ନାମରୂପ-ଅରୂପ ଅନୁପମ
Couplet 23
ଶରଣାଗତ ଦୁଃଖ ହରତୁ ନାଥ କରୁଣାସାଗର
Couplet 24
କରୁଣାକର ବିଶ୍ୱବ୍ୟାପୀବିଶ୍ୱଭାବନ ବିଶ୍ୱରୂପୀ
Couplet 25
ସ୍ଥିତି ଉତ୍ପତ୍ତି ସଂହାରଣତୁ ନାଥ ପରମକାରଣ
Couplet 26
ଆୟୁ ସମ୍ପଦ ବୁଦ୍ଧି ଜ୍ଞାନତୋର ସନ୍ତୋଷେ ପାନ୍ତି ଜନ
Couplet 27
କୈବଲ୍ୟ-ପ୍ରାପ୍ତ ତୋ ସନ୍ତୋଷେଅନ୍ତେ ପରମପଦେ ମିଶେ
Couplet 28
ଭୋ ନାଥ ତୋର ଶ୍ରୀଚରଣଯେ ପ୍ରାଣୀ ପଶନ୍ତି ଶରଣ
Couplet 29
ସେ ସର୍ବ ଦୁର୍ଗତି ତରନ୍ତିଜନ୍ମ-ମରଣୁଁ ନିସ୍ତରନ୍ତି
Couplet 30
ଭୋ ନାଥ ପ୍ରଭୁ ଆଦିମୂଳଶୁଣିମା ମୋହର ବିକଳ
Couplet 31
ଦୁଃଖେ କୁଣ୍ଠିତ ମୋର ପ୍ରାଣପଶିଲି ତୋ ପାଦେ ଶରଣ
Couplet 32
ପୁତ୍ରେ ନ ରହି ସ୍ୱର୍ଗପୁରେଲୁଚିଲେ ବନ-ଗିରି-ଘୋରେ
Couplet 33
ସର୍ବ ଦାନବ ସଙ୍ଗେ ମିଳିବସିଲା ଇନ୍ଦ୍ରାସନେ ବଳି
Couplet 34
ଶୁକ୍ରର ଯଜ୍ଞତେଜ ବଳେଭୟେ ଭାଜିଲେ ଦିଗପାଳେ
Couplet 35
ଇନ୍ଦ୍ର ହୋଇଲା ଅରକ୍ଷିତତ୍ରାହି କରିବ ଜଗନ୍ନାଥ
Couplet 36
ମୋର ପୁତ୍ରଙ୍କୁ ରକ୍ଷାକରଭୋ ନାଥ ଶରଣ ତୋହର
Couplet 37
ସପତ୍ନୀ ଦୁଃଖ କି ନ ଜାଣୁତୁ ନାଥ ଅନ୍ତର୍ଯ୍ୟାମୀ ଯେଣୁ
Couplet 38
ଶୁଣିନ ଅଦିତି-ବଚନପ୍ରସନ୍ନେ କମଳଲୋଚନ
Couplet 39
ଅଦିତି ବଦନକୁ ଚାହିଁବୋଲନ୍ତି ପ୍ରଭୁ ଭାବଗ୍ରାହୀ
Couplet 40
ଶୁଣ ଅଦିତି ଦେବମାତଜାଣଇଁ ତୋର ମନୋରଥ
Couplet 41
ବଳି ଯେ ବଳେ ସ୍ୱର୍ଗ ନେଲାବିକଳେ ଇନ୍ଦ୍ର ପଳାଇଳା
Couplet 42
ତାର ସଙ୍ଗତେ ଦେବଗଣେପଶିଲେ ଗିରି-ଘୋରବନେ
Couplet 43
ଏବେ ସେ ଆସି ସ୍ୱର୍ଗପୁରେଶତ୍ରୁକୁ ଜିଣି ରଣଘୋରେ
Couplet 44
ସ୍ୱର୍ଗେ ସେ ବସିବ ନିଶ୍ଚିନ୍ତେତୁ ଏହା କଳ୍ପଅଛୁ ଚିତ୍ତେ
Couplet 45
ସମରେ ଅସୁର-ମରଣେକାନ୍ଦିବେ ତାଙ୍କ ବଧୁଗଣେ
Couplet 46
ସ୍ୱାମୀ-ମରଣେ ଅତି ଦୁଃଖୀତୁ ତାହା ଦେଖି ହେବୁ ସୁଖୀ
Couplet 47
ସ୍ୱର୍ଗେ ବସିବ ଇନ୍ଦ୍ର ତୋରସଙ୍ଗତେ ଘେନି ସର୍ବ ସୁର
Couplet 48
ସକଳ ସମ୍ପଦ ମିଳିବତ୍ରିଲୋକ ନିଶ୍ଚିନ୍ତେ ପାଳିବ
Couplet 49
ଏମନ୍ତ ଚିତ୍ତେ କଳ୍ପୁ ତୁହିଶୁଣ କହଇ ଯାହା ମୁହିଁ
Couplet 50
ଅସୁରେ ଯାଇ ସ୍ୱର୍ଗପୁରବଳେ ହୋଇଲେ ବଳୀୟାର
Couplet 51
ବଳି ସଙ୍ଗତେ ଘୋରରଣେକାହିଁ ଜିଣିବେ ଦେବଗଣେ
Couplet 52
ଏକଥା ଭଲେ ମୁଁ ଜାଣଇଁତୋର ପୁତ୍ରଙ୍କୁ ଭୟ ନାହିଁ
Couplet 53
ଯେମନ୍ତେ ତୋହର କୁମରେସୁଖେ ବସିବେ ସ୍ୱର୍ଗପୁରେ
Couplet 54
ତୁ ଯେ ମୋହର ପାଦଗତେସେବିଲୁ ପୟୋବ୍ରତ ମତେ
Couplet 55
ଏ କଥା ଅନ୍ୟଥା ନୋହିବଏହା ଜାଣନ୍ତି ବ୍ରହ୍ମାଶିବ
Couplet 56
ବ୍ରତେ ତୁ ତୋଷିଅଛୁ ମୋତେଇନ୍ଦ୍ର-ସମ୍ପଦ ରକ୍ଷା ଅର୍ଥେ
Couplet 57
ମୋହର ସେବା-ବ୍ରତ ଫଳକେବେହେଁ ନୁହଁଇ ବିଫଳ
Couplet 58
ମୁଁ ନିଜ-ଅଂଶେ ତୋର ଗର୍ଭେଜନ୍ମିବି ପୟୋବ୍ରତ-ଭାବେ
Couplet 59
ଏ ବ୍ରତ ମହିମା ଏମନ୍ତଅବଶ୍ୟ ମୋତେ ଲଭେ ସୁତ
Couplet 60
ତୋର ପୁତ୍ରଙ୍କୁ ମୁଁ ରଖିବିଶତ୍ରୁଙ୍କ ଭୟ ନିବାରିବି
Couplet 61
ନିଶ୍ଚେ ରଖିବି ଦେବକୁଳତୁ ସ୍ୱାମୀ ସଙ୍ଗେ କର ମେଳ
Couplet 62
ଏ ବ୍ରତଫଳ ଯେବେ ପାଇବିଶ୍ୱାସେ ପରକୁ ନ କହି
Couplet 63
ସର୍ବସମ୍ପଦ ଲଭ ତୁହିଦେବମାତାଙ୍କୁ ଏତେ କହି
Couplet 64
ତକ୍ଷଣେ ହୋଇଲେ ଅନ୍ତରଶୁଣ ପରୀକ୍ଷ ନୃପବର
Couplet 65
ଏମନ୍ତ ବିଷ୍ଣୁର ବଚନଶୁଣି ଅଦିତି ତୋଷମନ
Couplet 66
ଆନନ୍ଦେ ପ୍ରଭୁ ହୃଷୀକେଶକଶ୍ୟପ-ଶରୀରେ ପ୍ରବେଶ
Couplet 67
ବିଷ୍ଣୁର ତେଜେ ବ୍ରହ୍ମଋଷିଉଦୟ-ରବି ପ୍ରାୟ ଦିଶି
Couplet 68
ଅମରଗୁରୁ-ଲଗ୍ନ ବେଳେଉଚ୍ଚେ ଅଛନ୍ତି ଗ୍ରହବଳେ
Couplet 69
ମୁହୂର୍ତ୍ତ ନାମ ଅଭିଜିତପତିକ-କାମିନୀ ଏକ ଯୁକ୍ତ
Couplet 70
ରତି ଆନନ୍ଦେ ରଜ-ବୀର୍ଯ୍ୟେଗର୍ଭ-ସଞ୍ଚାର ଅତି ତେଜେ
Couplet 71
ଦାରୁ-ସଂଯୋଗେ ଅଗ୍ନି ଯେହ୍ନେତେଜ ପ୍ରକାଶେ ଅନୁଦିନେ
Couplet 72
ଅଦିତି ବିଷ୍ଣୁ ଗର୍ଭେ ଧରିଶଶାଙ୍କ ପ୍ରାୟେ ମନୋହାରୀ
Couplet 73
ଦିଶଇ ଅତି ରୂପକାନ୍ତିବିଜୁଳି ଯେହ୍ନେ ଝଟକନ୍ତି
Couplet 74
ଦିନକୁ ଦିନ ଶୁଭ୍ରଜ୍ୟୋତିଯହିଁ ବିଜୟେ ବିଷ୍ଣୁମୂର୍ତ୍ତି
Couplet 75
ଅଦିତି-ଗର୍ଭର ସଞ୍ଚାରଜାଣିଲେ ପ୍ରଭୁ ବେଦବର
Couplet 76
ରଜନୀ-ଅର୍ଦ୍ଧକାଳେ ଆସିଅଦିତି ନିଦ୍ରାସ୍ଥାନେ ବସି
Couplet 77
ଗର୍ଭକୁ ଚାହିଁ ପ୍ରଜାପତିଆନନ୍ଦେ କଲେ ଦିବ୍ୟସ୍ତୁତି
Couplet 78
ଜୟ ଅନନ୍ତ ଉରୁକ୍ରମନମସ୍ତେ ପ୍ରଭୁ ତ୍ରିବିକ୍ରମ
Couplet 79
ନମୋ ବ୍ରହ୍ମଣ୍ୟ ଭାଗବତନମସ୍ତେ ତ୍ରିଗୁଣ ଅଜିତ
Couplet 80
ନମସ୍ତେ ବିଶ୍ୱଗର୍ଭ-ରୂପୀନମସ୍ତେ ତ୍ରୟବେଦବ୍ୟାପୀ
Couplet 81
ତ୍ରିନାଭ ତ୍ରିପୃଷ୍ଠ ତୋ ନାମଶିପିବିଷ୍ଟ ଯେ ତୋର ଧାମ
Couplet 82
ଏ ସୃଷ୍ଟି ଆଦ୍ୟ-ମଧ୍ୟ-ଅନ୍ତେତୁ ନାଥ ବିହରୁ ନିଶ୍ଚିନ୍ତେ
Couplet 83
ତୁ ସେ ଅନନ୍ତ-ଶକ୍ତିଧରମନ-ବଚନେ ଅଗୋଚର
Couplet 84
ତୁ କାଳରୂପେ ଏ ଜଗତସୃଷ୍ଟି ପାଳନ କର ଅନ୍ତ
Couplet 85
ତୃଣ ଯେସନେ ଜଳସ୍ରୋତେପଶେ ଜଳଧି ଗର୍ଭଗତେ
Couplet 86
ଏ ସୃଷ୍ଟି ସଂହରୁ ତେମନ୍ତେଅନନ୍ତଶୟନେ ନିଶ୍ଚିନ୍ତେ
Couplet 87
ସ୍ଥାବର ଆଦି ଜନ୍ତୁ ଚାରିତୁ ବସୁ ଆତ୍ମାରୂପ ଧରି
Couplet 88
ତୋର ମାୟାର ବଳେ ଜନେତୋ ରୂପ ଜାଣିବେ କେସନେ
Couplet 89
ଜନ୍ତୁଙ୍କ ବାହ୍ୟ-ଅଭ୍ୟନ୍ତରେତୋ ତହୁଁ କେବା ଅଛି ପରେ
Couplet 90
ଜଳେ ପଡ଼ନ୍ତି ଯେତେ ପ୍ରାଣୀଯେବେ ନ ଲଭନ୍ତି ତରଣୀ
Couplet 91
ସେ କାହିଁ ଜଳଧି ତରିବେଯେ ନ ପଶନ୍ତି ତୋର ଭାବେ
Couplet 92
ଏମନ୍ତେ କରି ଦିବ୍ୟସ୍ତୁତିନିଜ ଭୁବନେ ପ୍ରଜାପତି
Couplet 93
ଆନନ୍ଦମନେ ବିଜେ କଲାଶୁଣ ରାଜନ ବିଷ୍ଣୁଲୀଳା
Couplet 94
ବାମନ ରୂପ ଧରି ଭାବେବିଷ୍ଣୁ ଯେ ବଳି କି ଛଳିବେ
Couplet 95
ଏ ବାଳୀ ଏକମନେ ଶୁଣିନିସ୍ତର ଭବ ତରଙ୍ଗିଣୀ
Couplet 96
ସଂସାର ଅନ୍ଧକୂପେ ଥାଇଏ ବିନୁ ଉପାୟ ତ ନାହିଁ
Couplet 97
କହିଲା ଦାସ ଜଗନ୍ନାଥଭାଷା ପ୍ରବନ୍ଧେ ଭାଗବତ