Skandha 8
Adhyaya 15
Couplet 1
କହନ୍ତି ବ୍ୟାସଙ୍କର ସୁତଶୁଣ ସୁମନେ ପରୀକ୍ଷିତ
Couplet 2
ଏମନ୍ତେ ପୁତ୍ରଙ୍କର ରିଷ୍ଟସେ ଦେବମାତା ମନେ କଷ୍ଟ
Couplet 3
ଇନ୍ଦ୍ରର ଇନ୍ଦ୍ରପଣ ଗଲାଗିରି-ଦୁର୍ଗମେ ଆଶ୍ରେ କଲା
Couplet 4
ଦେବେ ଲୁଚିଲେ ଘୋରବନେଶୁଣି ଅଦିତି ଦୁଃଖ ମନେ
Couplet 5
ରାତ୍ର-ଦିବସ ନ ଜାଣଇନିରତେ ଥାଏ ଗୃହେ ଶୋଇ
Couplet 6
ତାର ଭୁବନେ ଏକବେଳେକଶ୍ୟପ ଋଷି ବିଜେ କଲେ
Couplet 7
ଅଦିତି ଶୟନ ସମୀପେକଶ୍ୟପ ବସି ମନସ୍ତାପେ
Couplet 8
ଦେଖିଲେ ଅଦିତିଭୁବନଅଷ୍ଟସମ୍ପଦ ଅତିହୀନ
Couplet 9
ଉତ୍ସବ ଆନନ୍ଦ ନ ଦିଶେଆଦିତ୍ୟ ଯେହ୍ନେ ଧୂମତ୍ରାସେ
Couplet 10
ଶୟନ ସେ କୁଶ ଆସନେଚାହିଁଲେ ଅଦିତି ବଦନେ
Couplet 11
ଦେଖିଲେ ମୁଖେ ସୁଖ ନାହିଁଶୋକଆକୁଳେ କମ୍ପେ ଦେହି
Couplet 12
ଶୋକ-କଳୁଷ ଦେଖି ମନବୋଲନ୍ତି ମରୀଚିନନ୍ଦନ
Couplet 13
ଶୁଣ ସୁନ୍ଦରୀ ଶୁଦ୍ଧଚିତ୍ତେକହଇ ତୋହର ଅଗ୍ରତେ
Couplet 14
ବ୍ରହ୍ମା ସଞ୍ଚିତ ସୃଷ୍ଟିମଧ୍ୟେବ୍ରାହ୍ମଣେ ବସନ୍ତି ଆନନ୍ଦେ
Couplet 15
ତାହାଙ୍କ ଗୃହେ ଦୁଃଖ ନାହିଁଏବେ ବିପରୀତ ଦେଖଇ
Couplet 16
ଧନସମ୍ପଦ ସୁଖ ନୋହେଶୁଣ ନିଗମ ଯାହା କହେ
Couplet 17
ଅଶେଷ ବିଷ୍ଣୁର ଜଗତକର୍ମର ବଳେ ଆତଯାତ
Couplet 18
ଶୁଭ-ଅଶୁଭ ଭାବବଳେକାଳ କ୍ରୀଡ଼ଇ ଅନ୍ତରାଳେ
Couplet 19
କାଳର ବଶ ଏ ସଂସାରକେ ଭୃତ୍ୟ କେ ଅବା ଈଶ୍ୱର
Couplet 20
ଭୋଗ ସମ୍ପଦ ଅର୍ଥ ଗୃହେପ୍ରାଣୀ ସାଧନ୍ତି ଅତି ମୋହେ
Couplet 21
ଏ ଭାବେ ସଂସାର ରଚିତକିବା ହୋଇଲା ଆଚମ୍ବିତ
Couplet 22
ବିପ୍ର ଅତିଥି କିବା ଘରେକୁଟୁମ୍ବ ଭରଣ ବେଭାରେ
Couplet 23
ପୂଜା ନ ପାଇ ଏ ଭୁବନେକି ଅବା ଗଲେ ଦୁଃଖମନେ
Couplet 24
ଯା ପୁରୁ ଅତିଥି ବାହୁଡ଼େସେ ପ୍ରାଣୀ ପ୍ରେତ ମୁଖେ ପଡ଼େ
Couplet 25
ତାର ସଞ୍ଚଲା ପୁଣ୍ୟ ଯେତେଗମନ୍ତି ଅତିଥି ସଙ୍ଗତେ
Couplet 26
ଅଗ୍ନିରେ ଯଥାକାଳେ ହବିନ ଦେଇ ହୁଅ ପରାଭବୀ
Couplet 27
ମୋର ପ୍ରବାସେ ତୋର ଚିତ୍ତକିବା ହୋଇଲା ମୋହଗତ
Couplet 28
ଅଗ୍ନି-ପୂଜନେ ଶୁଦ୍ଧମନେସେ କାମଧେନୁ ଯଜମାନେ
Couplet 29
ସମ୍ପଦ ବିପ୍ରଜନେ ଦ୍ୟନ୍ତିଦେବେ ଯେ କଲ୍ୟାଣ ବାଞ୍ଛନ୍ତି
Couplet 30
ବିପ୍ର ଅଗ୍ନିକି ନ ପୂଜିଲେକଲ୍ୟାଣ ଲଭେ କାହିଁ ଭଲେ
Couplet 31
ହରିଙ୍କି କାହିଁ ସେ ପାଇବଯାକୁ ନ ପାନ୍ତି ବ୍ରହ୍ମାଶିବ
Couplet 32
ଉଭୟ ଲୋକେ ନାହିଁ ସୁଖସର୍ବଦା ଲଭନ୍ତି ବିମୁଖ
Couplet 33
ତୋର ତନୁଜ ଦେବତାଏସ୍ୱର୍ଗେ ଅଛନ୍ତି ନା ନିର୍ଭୟେ
Couplet 34
ଇନ୍ଦ୍ରର କୁଶଳ ନ ଦେଖିକିବା ହୋଇଛୁ ମନେ ଦୁଃଖୀ
Couplet 35
ଏମନ୍ତ ସ୍ୱାମୀବାକ୍ୟ ଶୁଣିକହଇ ଦକ୍ଷର ଦୁଲଣୀ
Couplet 36
ଗୋରୁ-ବ୍ରାହ୍ମଣ-ସୃଷ୍ଟିଲୋକେଏ ସର୍ବେ ଛନ୍ତି ନାନାସୁଖେ
Couplet 37
ଧର୍ମ ହିଁ ଅଛି ମୋର ପୁରେଆଗମ ନିଗମ ବେଭାରେ
Couplet 38
ତ୍ରିବର୍ଗ ମୋହର ଭୁବନେକେବେହେଁ ନ ତୁଟଇ ଦିନେ
Couplet 39
ଅଗ୍ନି-ଅତିଥି ମୋର ଗୃହେନିରାଶ ନୁହଁନ୍ତି କେବେହେଁ
Couplet 40
ସକଳ ଶୁଭ ତୁମ୍ଭ ବଳେଯେ ଯାହା କର୍ମର କୁଶଳେ
Couplet 41
ତୁମ୍ଭେ କହିଲ ଯେତେ ଧର୍ମଗୃହସ୍ଥ ସ୍ୱଭାବେ ଯେ କର୍ମ
Couplet 42
ସର୍ବସମ୍ପଦେ ମୋର ଚିତ୍ତକେବେହେଁ ନୁହଁଇ ମୋହିତ
Couplet 43
ତୁମ୍ଭେ ଯେ ଦେବଙ୍କ କୁଶଳେନିରତେ ଭଜ ଯୋଗବଳେ
Couplet 44
ଏ ସୃଷ୍ଟିମଧ୍ୟେ ଯେତେ ଜନସକଳେ ତ୍ରିଗୁଣେ ବନ୍ଧନ
Couplet 45
ଅର୍ଜିଲା କର୍ମର ଆୟତ୍ତେଜନ୍ତୁ ସଞ୍ଚରନ୍ତି ଜଗତେ
Couplet 46
ତଥାପି ଭକ୍ତକୁ ଭଜନ୍ତିବ୍ରହ୍ମା ଶଙ୍କର ଲକ୍ଷ୍ମୀପତି
Couplet 47
ଶୁଣ ହେ ସ୍ୱାମୀ ବ୍ରହ୍ମାସୁତତୁମ୍ଭ ପ୍ରସାଦେ ମୋର ଚିତ୍ତ
Couplet 48
ଦୁର୍ଲ୍ଲଭ ଚତୁର୍ବର୍ଗ ନୋହେସେବକୀ ପଣେ ତୁମ୍ଭ ଗୃହେ
Couplet 49
ତୁମ୍ଭର ଚିତ୍ତ ପ୍ରଜାହିତେଯେ ଧର୍ମ କହ ମୋ ଅଗ୍ରତେ
Couplet 50
ତୁମ୍ଭର ପୁତ୍ର ଦୁଇମତେଦେବ-ଅସୁର ଏ ଜଗତେ
Couplet 51
ଏହାଙ୍କ ଭଲ ତୁମ୍ଭେ ଇଚ୍ଛଏହା ମୁଁ ଦେଖଇ ପ୍ରତ୍ୟକ୍ଷ
Couplet 52
ମୋ ପୁତ୍ରେ ସତ୍ତ୍ୱଗୁଣେ ଥାନ୍ତିଅସୁରେ ରଜ-ତମ ଚିନ୍ତି
Couplet 53
ପୀଡ଼ା କରନ୍ତି ସାଧୁଜନେଧର୍ମ ରଖନ୍ତି ମୋ ନନ୍ଦନେ
Couplet 54
ମୋ ସୁତେ ଅସୁରଙ୍କ ଡରେଲୁଚିଲେ ବନ-ଗିରି ଘୋରେ
Couplet 55
ଇନ୍ଦ୍ରକୁ ନ ଦେଖି ମୋ ମନନିରତେ ହୁଏ ଛନଛନ
Couplet 56
କହ କି କରିବି ଉପାୟେକେମନ୍ତେ ଇନ୍ଦ୍ର ସ୍ୱର୍ଗେ ରହେ
Couplet 57
ମୋର ସପତ୍ନୀପୁତ୍ର ବଳେବିଚାର କରି ଗୁରୁମେଳେ
Couplet 58
ଶୁକ୍ରର ମନ୍ତ୍ରବଳ-ତେଜେବଳି ବସିଲା ସ୍ୱର୍ଗରାଜ୍ୟେ
Couplet 59
ମିଳିଲେ ଅନେକ ଦାନବହରିଲେ ଇନ୍ଦ୍ରର ବିଭବ
Couplet 60
ସେ ଏବେ ହୋଇ ସ୍ଥାନଭ୍ରଷ୍ଟଅନେକ ପାଉଅଛି କଷ୍ଟ
Couplet 61
ମୋ ତହୁଁ ଦୁଃଖୀ କେ ଶୟଳେକହିଲି ତୁମ୍ଭ ପାଦତଳେ
Couplet 62
ତୋର କୁମରେ ଭଲେ ଥିବେମୋ ପୁତ୍ରେ ସ୍ୱସ୍ଥାନେ ରହିବେ
Couplet 63
ଏମନ୍ତ ଆଜ୍ଞା ମୋତେ କରତୁମ୍ଭେ ତ ବୁଦ୍ଧିରେ ଈଶ୍ୱର
Couplet 64
ଏମନ୍ତ ଅଦିତି ବଚନେକଶ୍ୟପ ବିଚାରନ୍ତି ମନେ
Couplet 65
ଦେଖ ଏ ବିଷ୍ଣୁମାୟା ବଳେଜୀବର ବନ୍ଧନ ଶୟଳେ
Couplet 66
ପଞ୍ଚଭୌତିକ ଏ ଶରୀରଆତ୍ମା ନିର୍ଲେପ ନିରାକାର
Couplet 67
ଶରୀର ପତ୍ନୀ ପୁତ୍ର ଆଦିଏ ବିଷ୍ଣୁ ମାୟାରେ ସମ୍ପାଦି
Couplet 68
କେ ଏହା ଅନ୍ୟଥା କରିବବ୍ରହ୍ମା ଶଙ୍କର ବାସୁଦେବ
Couplet 69
ପତ୍ନୀର ବଚନ ପ୍ରଶଂସିକହନ୍ତି ପ୍ରଜାପତି ହସି
Couplet 70
ତୁ ଏବେ ମୋର ବୋଲ କରହରି ଚରଣ ମନେ ଧର
Couplet 71
ସେ ହରି ତୋର ମନଦୁଃଖନିବାରି ଦେବେ ସ୍ୱର୍ଗସୁଖ
Couplet 72
ଆରତ ଜନ-ବନ୍ଧୁ ହରିସେ ପାରେ ଆରତ ନିବାରି
Couplet 73
ଯାର ଚରଣ ଆଶ୍ରେ କଲେସଙ୍କଟୁ ତରେ ପ୍ରାଣୀ ଭଲେ
Couplet 74
ତାର ଚରଣେ ସେବା କରନିର୍ଭୟେ ମନଦୁଃଖୁଁ ତର
Couplet 75
କଶ୍ୟପ ମୁଖୁଁ ଏହା ଶୁଣିଅଦିତି କହେ ଯୋଡ଼ି ପାଣି
Couplet 76
ଭୋ ନାଥ କହ ବୁଦ୍ଧି ମୋତେହରିଙ୍କି ସେବିବି କେମନ୍ତେ
Couplet 77
ଯେମନ୍ତେ ମୋର ମନୋରଥସଫଳ କରେ ଜଗନ୍ନାଥ
Couplet 78
ପୁତ୍ର ବସିଣ ଇନ୍ଦ୍ରପଦେଭୋ ନାଥ ନମେ ତୋର ପାଦେ
Couplet 79
ଏମନ୍ତେ ପତ୍ନୀ-ବାକ୍ୟ ଶୁଣିବ୍ରହ୍ମାନନ୍ଦନ ମନେ ଗୁଣି
Couplet 80
ବୋଲନ୍ତି ଶୁଣ ମୋ ଘରଣୀହରିତୋଷଣ ସେବାବାଣୀ
Couplet 81
ଯେ ବ୍ରତେ ପ୍ରଭୁ ହୃଷୀକେଶତୋହର ଉଦରେ ପ୍ରବେଶ
Couplet 82
ସେ ବିଷ୍ଣୁ ଦ୍ୱିଜ ଖର୍ବ ରୂପେବଳିକି ଛଳି ଦାନକଳ୍ପେ
Couplet 83
ତୋର ପୁତ୍ରକୁ ସେ ରଖିବତୁ ଏବେ ହରି ପାଦେ ସେବ
Couplet 84
ହରିତୋଷଣ ବ୍ରତ କରଏ ଦୁଃଖସାଗରୁ ନିସ୍ତର
Couplet 85
ଶୁଣ କହିବା ବେଦମତେଏ ବ୍ରତ କରିବୁ ଯେମନ୍ତେ
Couplet 86
ଫାଲ୍ଗୁନ-ଶୁକ୍ଳପକ୍ଷ-ଯୁତେଦ୍ୱାଦଶଦିନ ପୟେ ବ୍ରତେ
Couplet 87
ଅର୍ଚ୍ଚନ କରି ଭକ୍ତିବଳେଶ୍ରୀକୃଷ୍ଣ ଚରଣ କମଳେ
Couplet 88
ସେବା କରିବ ଯେବାମତେଶୁଣ କହିବା କଳ୍ପ ତୋତେ
Couplet 89
ପ୍ରାତହୁଁ ଅମାବାସ୍ୟା ଦିନମନ୍ଦିରୁ ଗମିବ ବହନ
Couplet 90
ବରାହ ଦନ୍ତ ଖାତେ ଯାଇମୃତ୍ତିକା ବାମ ହସ୍ତେ ଲଇଁ
Couplet 91
ଶୁଣ ମନ୍ତ୍ରିବ ଯେଉଁ ମନ୍ତ୍ରେଅଙ୍ଗେ ଘେନିବ ଯେବା ତନ୍ତ୍ରେ
Couplet 92
ଭୋ ଦେବି ତୁ ଯେ ଅନ୍ତଃକାଳେନିମଗ୍ନେ ଥିଲୁ ମହାଜଳେ
Couplet 93
ପାତାଳ-ଜଳ-ପଙ୍କେ ଥିଲୁବରାହ-ଦଶନେ ଉଠିଲୁ
Couplet 94
ବରାହ-ଦନ୍ତ-ଅଗ୍ରବାସୀତୁ ମୋର ହର ପାପରାଶି
Couplet 95
ଏମନ୍ତେ ମୃତ୍ତିକା ମନ୍ତ୍ରିବଶରୀର- ସର୍ବାଙ୍ଗେ ଲେପିବ
Couplet 96
ସ୍ନାନ କରିବ ପ୍ରାତଃକାଳେସୂର୍ଯ୍ୟ-ଉଦୟେ ଶୁଦ୍ଧଜଳେ
Couplet 97
ମାର୍ଜନା ସାରି ଶୁଦ୍ଧଗାତ୍ରେସଂଯମ ଆତ୍ମା ଶୁଦ୍ଧଚିତ୍ତେ
Couplet 98
ମୂର୍ତ୍ତିରେ ଅଥବା ଅନଳେସ୍ଥଣ୍ଡିଳେ ଆଦିତ୍ୟମଣ୍ଡଳେ
Couplet 99
ଜଳେ ଅଥବା ଗୋରୁଗାତ୍ରେଅର୍ଚ୍ଚନା କରିବ ଏ ମତେ
Couplet 100
ଏମନ୍ତେ ପୂଜାସ୍ଥାନେ ଚିନ୍ତିଶୁଣ କରିବ ଯେବା ସ୍ତୁତି
Couplet 101
ନମସ୍ତେ ପ୍ରଭୁ ଭଗବାନମହାପୁରୁଷ ଶୁଦ୍ଧଧାମ
Couplet 102
ହେ ଭଗବତ ନମସ୍ତୁତେସାକ୍ଷୀ ସ୍ୱରୂପ ଏ ଜଗତେ
Couplet 103
ସକଳ-ଭୂତର ନିବାସନମସ୍ତେ ପ୍ରଧାନ ପୁରୁଷ
Couplet 104
ଚତୁର୍ବିଂଶତି-ଗୁଣ-ଜ୍ଞାତାଗୁଣ ସଂଖ୍ୟାନେ ହେତୁ କର୍ତ୍ତା
Couplet 105
ଦ୍ୱିଶିର ତ୍ରିରଚରଣ ତୁହିଚରଇ ଶୃଙ୍ଗ ତନ୍ତୁ ଦେହୀ
Couplet 106
ସପତହସ୍ତ ଯଜ୍ଞରୂପୀଆତ୍ମା ତୋ ତିନିବେଦ ବ୍ୟାପୀ
Couplet 107
ନମସ୍ତେ ଶିବ-ରୁଦ୍ରବରନମସ୍ତେ ସର୍ବ-ଶକ୍ତିଧର
Couplet 108
ସକଳ ବିଦ୍ୟା ଅଧିପତିସର୍ବଭୂତଙ୍କ ଆତ୍ମାଗତି
Couplet 109
ହିରଣ୍ୟଗର୍ଭ ନମୋନମଜଗତ-ପ୍ରାଣ ଆତ୍ମାରାମ
Couplet 110
ଯୋଗ-ଐଶ୍ୱର୍ଯ୍ୟ ଯା ଶରୀରଯୋଗର ହେତୁ ଯୋଗେଶ୍ୱର
Couplet 111
ନମସ୍ତେ ଆଦିଦେବଦେବନମସ୍ତେ ସଂସାର-ପ୍ରଭବ
Couplet 112
ନମସ୍ତେ ନର-ନାରାୟଣନମସ୍ତେ ପରମ-କଲ୍ୟାଣ
Couplet 113
ନମୋ ମର୍କତ-ଶ୍ୟାମ-ଦେହନମସ୍ତେ କମଳା-ଆଶ୍ରୟ
Couplet 114
ନମୋ ଗୋବିନ୍ଦ ପୀତବାସନମସ୍ତେ ଭକତ-ବିଶ୍ୱାସ
Couplet 115
ନମସ୍ତେ ସର୍ବବରଦାତାନମସ୍ତେ ସର୍ବ ମାତାପିତା
Couplet 116
ଶରଣ ଜନେ ରକ୍ଷାକରୁନମୋ ଭକତ-କଳ୍ପତରୁ
Couplet 117
ତୋ ପାଦରେଣୁ ଧରି ଶିରେମୋକ୍ଷ-ସାଧନ ଯୋଗବଳେ
Couplet 118
ଯେ ପାଦପଦ୍ମେ ଭକ୍ତ ସେବେଭାବେ ଖଟନ୍ତି ଦେବୀଦେବେ
Couplet 119
ତୋ ପାଦସରୋଜ-ସୁବାସେଅଶେଷ-ଭବଭୟ ନାଶେ
Couplet 120
ଏମନ୍ତେ ଆବାହନ କରିନିଶ୍ଚଳଚିତ୍ତେ ଭାବଭରି
Couplet 121
ଏମନ୍ତେ ପାଦ୍ୟ ଅର୍ଘ୍ୟ ଆଦିଶ୍ରଦ୍ଧା-ଭକତିରେ ନିବେଦି
Couplet 122
ଅର୍ଚ୍ଚନା କରି ଗନ୍ଧମାଲ୍ୟେପୂଜିବ ଆନନ୍ଦେ ନିଶ୍ଚଳେ
Couplet 123
ଉତ୍ତମ ବସ୍ତ୍ର-ଅଳଙ୍କାରସୁଗନ୍ଧ-ଧୂପ ମନୋହର
Couplet 124
ନୈବେଦ୍ୟ କରି ଷଡ଼ରସେପୂଜିବ ପ୍ରପାନ-ପାୟସେ
Couplet 125
ଦଧି-ଶାକର-ମଧୁ-ଘୃତେସୁଶାଳିଅନ୍ନ ଦୁଗ୍ଧଯୁତେ
Couplet 126
ନାନା ପ୍ରକାରେ ଭୋଗ ଦେଇହୃଦେ ଭକତିଭାବ ବହି
Couplet 127
ଯେ ମନ୍ତ୍ର ଦ୍ୱାଦଶ ଅକ୍ଷରଜପିବ ଶହେଆଠ ବାର
Couplet 128
ହୋମ କରିବ ହୁତାଶନେଉଚ୍ଚାରି ମୂଳମନ୍ତ୍ର ଧ୍ୟାନେ
Couplet 129
ଶ୍ରୋତ୍ରିୟ-ବ୍ରାହ୍ମଣ ବସାଇସୁସ୍ୱାଦୁ ଅନ୍ନ ଭୋଗ ଦେଇ
Couplet 130
ବିପ୍ରକୁ ଦେଇ ଆଚମନନିବେଦି ସୁମୁଖବାସନ
Couplet 131
ଅତିଥି ଅନ୍ଧ ରଙ୍କୀ ଦୁଃଖୀତାଙ୍କୁ ଭୋଜନେ କରି ସୁଖୀ
Couplet 132
ତାହାଙ୍କୁ ଅନ୍ନଦାନ ଦେଇସନ୍ତୋଷ ଚିତ୍ତେ ଆଜ୍ଞା ପାଇ
Couplet 133
ଅନ୍ନ ଭୁଞ୍ଜିବ ସାୟଂକାଳେବାଳକ ପାଞ୍ଚ ସାତ ମେଳେ
Couplet 134
ରାତ୍ରେ ବଞ୍ଚିବ ବିଷ୍ଣୁଗୀତେସଂଯତ-ବ୍ରହ୍ମଚାରୀ-ବ୍ରତେ
Couplet 135
ରାତ୍ର ଅନ୍ତରେ ପ୍ରାତଃକାଳେସ୍ନାନ କରିବ ଶୁଦ୍ଧଜଳେ
Couplet 136
ଯଥାର୍ଥ ବିଧି ସମଚିତ୍ତେସୁଗନ୍ଧଜଳ ଦୁଗ୍ଧଯୁତେ
Couplet 137
ସ୍ନାନ କରାଇ ଦେବମୂର୍ତ୍ତିପୟ-ଭକ୍ଷଣେ ପୟୋବ୍ରତୀ
Couplet 138
ପୂର୍ବର ପ୍ରାୟ ହୋମକରିବିପ୍ରମାନଙ୍କୁ ଭୋଜ୍ୟେ ବରି
Couplet 139
ଦ୍ୱାଦଶ ଦିନ ଏହିମତେବଞ୍ଚିବ ଶୁଚି ପୟୋବ୍ରତେ
Couplet 140
ଏମନ୍ତ ହରି-ଆରାଧନେହୋମାଦି ବ୍ରାହ୍ମଣ ଭୋଜନେ
Couplet 141
ପ୍ରତୀପଦିନୁ ଏ ଅଭ୍ୟାସିଯାବତ-ଶୁକ୍ଳ-ତ୍ରୟୋଦଶୀ
Couplet 142
ତ୍ରିକାଳେ କରିବ ସ୍ନାହାନରଜନୀ ଧରଣୀ ଶୟନ
Couplet 143
ଅସାଧୁ-ଆଳାପ ତେଜିବନିନ୍ଦିତଭୋଗ ନ କରିବ
Couplet 144
ହିଂସା ତେଜିବ ସର୍ବଭୂତେବିଷ୍ଣୁ-ଆଶ୍ରୟ କରି ନିତ୍ୟେ
Couplet 145
ଏମନ୍ତେ ତ୍ରୟୋଦଶୀ ଦିନବିଷ୍ଣୁଙ୍କୁ କରାଇ ସ୍ନାହାନ
Couplet 146
ଶାସ୍ତ୍ର-ପ୍ରମାଣେ ପଞ୍ଚାମୃତେକରିବ ବେଦବିଧି-ମତେ
Couplet 147
ପୂଜା କରିବ ଶୁଦ୍ଧଚିତ୍ତେସମ୍ଭାର ଶକ୍ତି-ଅନୁମତେ
Couplet 148
ଶ୍ରୀହରି ରୂପ ଧ୍ୟାନେ ଧରିଅନଳେ ମନ୍ତ୍ରେ ହୋମ କରି
Couplet 149
ପାୟସ ଚରୁ ପଞ୍ଚାମୃତେମନ୍ତ୍ର ଉଚ୍ଚାରି ଶୁଦ୍ଧଚିତ୍ତେ
Couplet 150
ନାନା ପ୍ରକାରେ ନଇବେଦ୍ୟକଟୁ ମଧୁର ଆଦି ସ୍ୱାଦ
Couplet 151
ନିବେଦି ବିଷ୍ଣୁ-ପ୍ରୀତିଅର୍ଥେପୂଜା କରିବ ନାନାମତେ
Couplet 152
ଅଗ୍ନିପୂଜନ କର୍ମ ସାରିଗୁରୁ-ଆଚାର୍ଯ୍ୟ ପାଦ ଧରି
Couplet 153
ଧନ-ବସନ-ଅଳଙ୍କାରଯେବା ଦକ୍ଷିଣା ବ୍ରତସାର
Couplet 154
ଋତ୍ୱିଜଜନ ମନ ତୋଷିଦୁଃଖୀ-ଦରିଦ୍ରଙ୍କୁ ଆଶ୍ୱାସି
Couplet 155
ଭୋଜନେ ତୋଷି ସର୍ବପ୍ରାଣୀଯେଣେ ସନ୍ତୋଷ ଚକ୍ରପାଣି
Couplet 156
ସକଳ ଜ୍ଞାତି-ବନ୍ଧୁମେଳେଭୋଜନ ସାରି ସାୟଂକାଳେ
Couplet 157
ସୁବାଦ୍ୟ-ନୃତ୍ୟ-ଗୀତସ୍ୱରେଉତ୍ସବ କରିବ ମନ୍ଦିରେ
Couplet 158
ଏମନ୍ତେ ପୟୋବ୍ରତ କରିଯେବା ଜଗତେ ନରନାରୀ
Couplet 159
ମନୋବାଞ୍ଛିତ ସେ ଲଭନ୍ତିଅନ୍ତେ ବିଷ୍ଣୁମାୟା ତରନ୍ତି
Couplet 160
ଏ ବ୍ରତ ବ୍ରହ୍ମାମୁଖୁଁ ପୂର୍ବେମୁହିଁ ଯେ ଶୁଣିଛି ପ୍ରସ୍ତାବେ
Couplet 161
ତୁ ଯେଣୁ ମୋହର ଭାବିନୀତେଣୁ କହିଲି ଭାବଘେନି
Couplet 162
ଏହା ତୁ ଶୁଦ୍ଧଚିତ୍ତେ ଧରଏ ବ୍ରତ ସର୍ବ ଯଜ୍ଞସାର
Couplet 163
ହରି-ସନ୍ତୋଷେ ବ୍ରତ କରଦୁଗର୍ମ-ସଙ୍କଟୁ ଉଦ୍ଧର
Couplet 164
ସର୍ବଭୂତଙ୍କ ପୂଜା ଏହିଦାନ-ଯଜ୍ଞାଦି ଯେତେ ଧ୍ୟାୟି
Couplet 165
ଏ ବ୍ରତେ ଈଶ୍ୱର-ଅର୍ପଣଚତୁରବର୍ଗର କାରଣ
Couplet 166
ଯମ-ନିୟମ ଏଣେ ସାଧିଏ ଧର୍ମେ ବିଷ୍ଣୁଙ୍କୁ ସମ୍ପାଦି
Couplet 167
ତୁ ଏହା ଏକମନେ ଧରହରି-ସନ୍ତୋଷେ ବ୍ରତ କର
Couplet 168
ତୋର ବାଞ୍ଛିତ ହରି ଦେବେଦେବଙ୍କୁ ନିଶ୍ଚିନ୍ତେ ରଖିବେ
Couplet 169
କହଇ ଦାସ ଜଗନ୍ନାଥଅଦିତି ଶୁଣି ପୟୋବ୍ରତ
Couplet 170
ଚିତ୍ତେ ଚିନ୍ତିଲା ଭଗବାନସୁଜନେ ଏଣେ କର ଧ୍ୟାନ