Skandha 8
Adhyaya 14
Couplet 1
ଶୁକ ଚରଣ କରେ ଧରିବୋଲେ ପରୀକ୍ଷ ଦଣ୍ଡଧାରୀ
Couplet 2
ଭୋ ମୁନି ତୁମ୍ଭ ମୁଖୁଁ ଶୁଣିଦୁର୍ଗମ ଅସମ୍ଭବ ବାଣୀ
Couplet 3
ସଂଶୟ କଲି ମୁହିଁ ଚିତ୍ତେସେ କଥା କହ ମୁନି ମୋତେ
Couplet 4
ବଳିର ଯଜ୍ଞ ଭଗ୍ନ ଅର୍ଥେବାମନ ଜନ୍ମିଲେ କେମନ୍ତେ
Couplet 5
କାହାର ତପକର୍ମ ବଳେଜନ୍ମ ଲଭିଲେ କାହା କୋଳେ
Couplet 6
ଧରଣୀ ତିନିପାଦ ଦାନେବଳିକି ଛଳିଲେ ବାମନେ
Couplet 7
ସେ ପୂର୍ଣ୍ଣ-ସ୍ୱଭାବେ ଈଶ୍ୱରଅଶେଷ ଦ୍ରବ୍ୟେ ଅଧିକାର
Couplet 8
କୃପଣ ପ୍ରାୟେ ତାକୁ ଧରିକିମ୍ପା ବାନ୍ଧିଲେ ନରହରି
Couplet 9
ଏମନ୍ତେ ରାଜା-ବାକ୍ୟ ଶୁଣିଶୁକ କହନ୍ତି ମଞ୍ଜୁବାଣୀ
Couplet 10
ଶୁଣ ହେ ଅଭିମନ୍ୟୁସୁତଅଦ୍ଭୁତ କୃଷ୍ଣର ଚରିତ
Couplet 11
ଯେମନ୍ତେ ବିପ୍ର ରୂପେ ଛଳେବଳିକି ଚାପିଲେ ପାତାଳେ
Couplet 12
ପୂର୍ବେ ଯେ ଦେବାସୁର ରଣେଯୁଦ୍ଧେ ଜିଣିଲେ ଦେବଗଣେ
Couplet 13
ବଳି ସହିତେ ମରିଗଲେଶେଷେ ଦାନବ ଯେତେ ଥିଲେ
Couplet 14
ବଳିର ମୃତ୍ୟୁପିଣ୍ଡ ନେଇପଶ୍ଚିମ-ଗିରିପୃଷ୍ଠେ ଥୋଇ
Couplet 15
ଶୁକ୍ରଙ୍କୁ ଆଣି ଗଉରବେବିଶ୍ୱାସ କହିଲେ ଦାନବେ
Couplet 16
ଅସୁରଙ୍କର ଭାବ ଘେନିଶୁକ୍ର ଯେ ମୃତସଞ୍ଜୀବନୀ
Couplet 17
ମନ୍ତ୍ରେ ଜିଆଇଲେ ତକ୍ଷଣେଯେ ଅବା ମରିଥିଲେ ରଣେ
Couplet 18
ସକଳେ ଉଠିଲେ ତକ୍ଷଣେନମିଲେ ଶୁକ୍ରଙ୍କ ଚରଣେ
Couplet 19
ବୋଇଲେ ଶୁକ୍ରମୁଖ ଚାହିଁଅନାଥ ହୋଇଲୁ ଗୋସାଇଁ
Couplet 20
ଦେବେ ଯେ ଅମୃତ-ଭକ୍ଷଣେଅମର ହୋଇ ଘୋରରଣେ
Couplet 21
ଆମ୍ଭଙ୍କୁ ମାରିଗଲେ ସର୍ବେତୁମ୍ଭେ ଜୀବନ ଦେଲ ଏବେ
Couplet 22
ତୁମ୍ଭେ ଯେ ଆମ୍ଭର ସହାୟଏବେ ହୋ କି କରିବୁ କହ
Couplet 23
ଏମନ୍ତେ ଅସୁରଙ୍କ ବାକ୍ୟେଶୁକ୍ର ଚିନ୍ତିଲେ ବସି ଏକେ
Couplet 24
ବିଚାର କରି ଶୁଦ୍ଧଚିତ୍ତେକହନ୍ତି ବଳିର ଅଗ୍ରତେ
Couplet 25
ତୁ ମହାଯଜ୍ଞ ବେଗେ କରଯେମନ୍ତେ ଜିଣିବୁ ଅମର
Couplet 26
ଏମନ୍ତେ ଗୁରୁବାକ୍ୟ ଶୁଣିବଳି ଯଜ୍ଞର ବିଧି ଆଣି
Couplet 27
ଋତ୍ୱିଜ ଆଣି ଜଣେ ଜଣେବରିଲା ଯଜ୍ଞର କାରଣେ
Couplet 28
ତ୍ରିପୁର ଜୟ ନାମ କ୍ରତୁକଲା ଅମର ଜୟ ହେତୁ
Couplet 29
ବ୍ରାହ୍ମଣେ ମିଳି ବେଦବାକ୍ୟେମାର୍ଜନ କଲେ ଏକେ ଏକେ
Couplet 30
ତ୍ରିଲୋକ ମଧ୍ୟେ ରାଜା ଏକଏ ଭାବେ କଲେ ଅଭିଷେକ
Couplet 31
ସୁବର୍ଣ୍ଣ ରଥ ମନ୍ତ୍ରତେଜେବାହାର ହେଲା ଅଗ୍ନି ମାଝେ
Couplet 32
ହରିତବର୍ଣ୍ଣ ଅଶ୍ୱଜ୍ୟୋତିଯେସନେ ରବିରଥ-ଗତି
Couplet 33
ଗଗନ ମାର୍ଗେ ରଥ ସାଜେସୁବର୍ଣ୍ଣ-ସିଂହ ଥାଇ ଧ୍ୱଜେ
Couplet 34
ହେମ ନିର୍ମିତ ଧନୁ ତୂଣେଅଭେଦ କବଚ ଭୂଷଣେ
Couplet 35
ଅମ୍ଳାନ-ପଦ୍ମମାଳା ପୁଣିଗଳେ ପ୍ରହ୍ଲାଦ ଦେଲା ଆଣି
Couplet 36
ଭୃଗୁ ଯେ ଶଙ୍ଖ ଦେଲେ କରେଯେ ନାଦେ ତ୍ରିଭୁବନ ପୂରେ
Couplet 37
ବିପ୍ରେ ଆଶିଷ ମନ୍ତ୍ରବଳେସ୍ୱସ୍ତିବାଚନ ସୁମଙ୍ଗଳେ
Couplet 38
ବିପ୍ରଙ୍କୁ ପ୍ରଦକ୍ଷିଣ କରିରୋମାଞ୍ଚ-ଗାତ୍ରେ ମୋଦଭରି
Couplet 39
ପ୍ରହ୍ଲାଦ ପାଦେ ପ୍ରଣମିତବଳି ଆରୋହି ଦିବ୍ୟରଥ
Couplet 40
ମାଳା କବଚ କଳେବରେଧନୁ ଖଡ଼ଗ ଶୋହେ କରେ
Couplet 41
ରତ୍ନ-କେୟୂର ବାହୁମୂଳେବିରାଜେ ମୁକୁଟ କୁଣ୍ଡଳେ
Couplet 42
ସେ ବଳି ରଥ ମଧ୍ୟେ ବସିଅନଳ ତେଜ ପ୍ରାୟ ଦିଶି
Couplet 43
ଅଷ୍ଟ ଐଶ୍ୱର୍ଯ୍ୟ ବଳ ତେଜେଅସୁରବଳ ମଧ୍ୟେ ରାଜେ
Couplet 44
ଏମନ୍ତ ଦୈତ୍ୟବଳ ଘେନିଚଳନ୍ତେ କମ୍ପଇ ମେଦିନୀ
Couplet 45
ସକଳେ ହୋଇ ଏକମନଦିଶେ କି ପିଇବେ ଗଗନ
Couplet 46
ଅସୁରସେନା ରଥେ ବସିଧାଇଁଲେ ଗଗନ ଗରାସି
Couplet 47
ଚଳନ୍ତେ କମ୍ପେ ଦଶଦିଶକେ ସହୁ ଅସୁରଙ୍କ ତ୍ରାସ
Couplet 48
ମିଳିଲେ ଇନ୍ଦ୍ରର ଭୁବନେସକଳେ ବିଧିର ବିଧାନେ
Couplet 49
ନନ୍ଦନବନେ ପନ୍ତିପନ୍ତିକଳ୍ପ-ପାଦପେ ବିରାଜନ୍ତି
Couplet 50
ବିହଙ୍ଗ-ମିଥୁନେ ନାଚନ୍ତିମତ୍ତକୋକିଳେ ରାବ ଦ୍ୟନ୍ତି
Couplet 51
ହଂସ ସାରସ ଚକ୍ରବାକକାରଣ୍ଡବ ଆଦି ଡାହୁକ
Couplet 52
ପଲ୍ଲବ-ଫଳ-ପୁଷ୍ପଭରେପାଦପେ ଲୋଟନ୍ତି ଭୂମିରେ
Couplet 53
ନଳିନୀବନ ମନୋହରସୁରକାମିନୀ କ୍ରୀଡ଼ାଘର
Couplet 54
ସୁସଞ୍ଚ ପରିଖା ଯେସନଆକାଶ ଗଙ୍ଗାରେ ଭୂଷଣ
Couplet 55
ପାଚେରୀ ଦିଶେ ଅଗ୍ନିବର୍ଣ୍ଣଅଟ୍ଟାଳୀ ଭେଦିଛି ଗଗନ
Couplet 56
ଦ୍ୱାରେ କବାଟ ହେମମୟେଦେଖନ୍ତା ପ୍ରାଣୀ ମନ ମୋହେ
Couplet 57
ସ୍ପଟିକମୟ ପୁରଦ୍ୱାରଯେହ୍ନେ ବିରାଜେ ନିଶାକର
Couplet 58
କେ କହୁ ରୂପରାଶି ସୀମାଯାହା ଗଢ଼ିଲା ବିଶ୍ୱକର୍ମା
Couplet 59
ସଭା ଚତ୍ୱର ପଥ ଶୋହେତପସ୍ୱୀଜନ ମନ ମୋହେ
Couplet 60
ଅପୂର୍ବ-ବିମାନ ସମୂହେମଣି ନିର୍ମିତ ଝରା ଶୋହେ
Couplet 61
ପ୍ରବାଳ-ବେଦିକା ବିରାଜେମଣି ଶୋଭିତ ମହାତେଜେ
Couplet 62
ଦିବ୍ୟ କାମିନୀଗଣ ଯହିଁନବବୟସୀ ରୂପ ବହି
Couplet 63
ଶ୍ୟାମ-ବିରଜ-ବସ୍ତ୍ର-ଯୁତଯହିଁ ଚଳନ୍ତି ଯୂଥ ଯୂଥ
Couplet 64
ଶୋଭା ଦିଶନ୍ତି ନାନାବର୍ଣ୍ଣେପ୍ରଦୀପ-ଶିଖା-ଅଗ୍ନି ଯେହ୍ନେ
Couplet 65
କବରୀବନ୍ଧେ ଭୃଙ୍ଗମାଳାଅମର-ପ୍ରସୂନ ମେଖଳା
Couplet 66
ନାନାସୁଗନ୍ଧ ଲେପ ଦେହେପ୍ରମୋଦ ମୋଦବାୟୁ ବହେ
Couplet 67
ସୁବର୍ଣ୍ଣକାନ୍ଥେ ଜଳାରନ୍ଧ୍ରେମୋହେ ଅଗୁରୁ ଧୂପ ଗନ୍ଧେ
Couplet 68
ମାର୍ଗେ ସୁଗନ୍ଧ ଧୂପ ଧୂଆଁମଧ୍ୟେ ଚଳନ୍ତି ସୁରପ୍ରିୟା
Couplet 69
ପାଣ୍ଡୁର ଦିଶେ ପନ୍ତିପନ୍ତିଧୂମମଣ୍ଡଳ ସଞ୍ଚରନ୍ତି
Couplet 70
ମଣ୍ଡିମଣ୍ଡିତ ହେମକାନ୍ଥେଛାୟା ଦିଶନ୍ତି ମାର୍ଗେ ଯାନ୍ତେ
Couplet 71
ଜଗତୀ ଅଟ୍ଟାଳୀ ସୁସଞ୍ଚେପତାକା ଶୋହେ ଅତି ଉଚ୍ଚେ
Couplet 72
ମୟୂର ପାରାବତ ନାଦେସଙ୍ଗୀତ ମଙ୍ଗଳ ଶବଦେ
Couplet 73
ମୃଦଙ୍ଗ ଶଙ୍ଖ ଭେରୀ ନାଦତାଳ ମୁରଲୀ ବୀଣାବାଦ୍ୟ
Couplet 74
ତାଣ୍ଡବେ ନାନା ବାଦ୍ୟ ଶୋହେଗୀତ-ପ୍ରବନ୍ଧେ ମନମୋହେ
Couplet 75
ଯେ ପୁର ଭୋଗେ ତପଦାହିପାପିଷ୍ଠେ ନ ପାରନ୍ତି ଯାଇ
Couplet 76
ଭୂତ-ସନ୍ତାପୀ ଖଳ ଜନେସୁଜନେ ପୀଡ଼ନ୍ତି ଅଜ୍ଞାନେ
Couplet 77
ଶଠ ହୃଦୟ କାମୀ ଲୋଭୀଯେ ଚିତ୍ତେ ପରହିଂସା ଭାବି
Couplet 78
ସେ କାହିଁ ଯିବେ ସେ ଭୁବନେଯାହା ଚିନ୍ତନ୍ତି ଯୋଗୀଜନେ
Couplet 79
ଏମନ୍ତ ପୁରେ ରାତ୍ରକାଳେବଳି ମିଳିଲା ବାହୁବଳେ
Couplet 80
ବେଗେ ରୁନ୍ଧିଲା ଅଷ୍ଟଦିଗକେ ସହୁ ଅସୁରଙ୍କ ବେଗ
Couplet 81
ଭୂମି-ଗଗନ-ଅନ୍ତରାଳେବାକ୍ୟ ନ ଶୁଭଇ ଚହଳେ
Couplet 82
ଶୁକ୍ରର ଶଙ୍ଖ କରେ ଘେନିବଳି କରଇ ଘୋର ଧ୍ୱନି
Couplet 83
ଶବଦେ ଭୁବନ କମ୍ପିଲାସେ ରବେ ଇନ୍ଦ୍ର ଭୟ କଲା
Couplet 84
ବଳି-ଉଦ୍ୟମ ଇନ୍ଦ୍ର ଶୁଣିସଭୟ ଚିତ୍ତେ ମନେ ଗୁଣି
Couplet 85
ବିଚାର କଲା ଗୁରୁମେଳେକେମନ୍ତେ ରହିବି ନିଶ୍ଚଳେ
Couplet 86
ଅସୁରେ ଅମୃତ ନ ପାଇସମରେ ମଲେ ରୋଷ ବହି
Couplet 87
ଶୁକ୍ରର ମୃତ୍ୟୁସଞ୍ଜୀବନେପ୍ରାଣ ପାଇଲେ ଯାତୁଧାନେ
Couplet 88
କିବା ଉଦ୍ୟମ ପରିମାଣିଅଇଲେ ଆମ୍ଭେ ତ ନ ଜାଣି
Couplet 89
ଭୋ ଗୁରୁ ନମୁଁ ତୋର ପାୟେସ୍ୱର୍ଗେ କେମନ୍ତେ ଥିବୁ ଭୟେ
Couplet 90
କହ କି କରିବୁ ଉପାୟେଯାବତ ରଜନୀ ନ ପାହେ
Couplet 91
ଦେଖ ଏହାର ତେଜରାଶିଅଗ୍ନିର ଶିଖାପ୍ରାୟ ଦିଶି
Couplet 92
ମୁଖେ କି ଆକାଶ ପିଇବତ୍ରିଦଶେ ଜିହ୍ୱାରେ ଲେହିବ
Couplet 93
ଇନ୍ଦ୍ରର ବାକ୍ୟେ ବୃହସ୍ପତିଇନ୍ଦ୍ରକୁଶଳ ମନେ ଚିନ୍ତି
Couplet 94
ବୋଲନ୍ତି ଶୁଣ ସୁରପତିତୁ ବେଗେ ଛାଡ଼ ବାରସ୍ପତି
Couplet 95
ଶୁକ୍ର ଯେ ଅସୁରଙ୍କୁ ତାରିଚିତ୍ତେ ପ୍ରତିଜ୍ଞା ଅଛି କରି
Couplet 96
ସଙ୍କଳ୍ପ କରି ପୁରୋହିତେଯଜ୍ଞ-କଳ୍ପିଲା ଇନ୍ଦ୍ର-ଜିତେ
Couplet 97
ତାହାର ମନ୍ତ୍ରବଳ-ତେଜେତୁ କାହିଁ ଥିବୁ ଦେବରାଜ୍ୟେ
Couplet 98
ଜୀବନେ ଯେବେ ଅଛି କାର୍ଯ୍ୟବେଗେ ଅମରାବତୀ ତେଜ
Couplet 99
ମୁଁ ଏହା ଜାଣେ ଯୋଗଧ୍ୟାନେବଳି ଯେ ଶୁକ୍ରର ବଚନେ
Couplet 100
ଘୋରସମରେ ତୋତେ ଜିଣିତିନିଭୁବନେ ବୀରମଣି
Couplet 101
ରାଜା ହୋଇବ ଯଜ୍ଞବଳେତୁ ଏବେ ରହ ଯା ନିରୋଳେ
Couplet 102
ହରିଙ୍କି ପଶ ଯା ଶରଣତୋତେ ରଖିବେ ନାରାୟଣ
Couplet 103
କାଳର ବଶେ ବଞ୍ଚ ଏବେଚିନ୍ତି ଶ୍ରୀହରିପାଦ ଭାବେ
Couplet 104
ଯାବତ ବଳି ତେଜ ନାଶେତାବତ ରହ ବନବାସେ
Couplet 105
ଦୁର୍ଗମେ କାମରୂପେ ଚରଯହିଁ ପର୍ବତ ବନଘୋର
Couplet 106
ଏମନ୍ତ ଗୁରୁବାକ୍ୟ ଶୁଣିଅମୃତ ପ୍ରାୟ ଚିତ୍ତେ ମଣି
Couplet 107
ମିଳି ସକଳ ଦେବଗଣେଭୟେ ପଶିଲେ ଘୋରବନେ
Couplet 108
ଏମନ୍ତେ ରଜନୀ ପ୍ରଭାତେବଳି ଅସୁରଙ୍କ ସମେତେ
Couplet 109
ବସିଲା ଇନ୍ଦ୍ରର ଆସନେଭୃଗୁବଚନେ ତୋଷମନେ
Couplet 110
ଇନ୍ଦ୍ରଆସନେ ବସି ତୋଷେତ୍ରିଲୋକ କଲା ଆତ୍ମବଶେ
Couplet 111
ଶତାଶ୍ୱମେଧ ଯାଗ ଫଳେସଂସାରେ ଯଶ ଲଭେ ହେଳେ
Couplet 112
ସୁଜନେ ଏଣେ କର ମତିତରିବ ବିଷୟ ଦୁର୍ଗତି
Couplet 113
ମନ ନିବେଶ ହରିପାଦେମାୟା ତରିବ ଅପ୍ରମାଦେ
Couplet 114
ମନବଚନେ ଭାବ ଏବେତରିବ ବିଷ୍ଣୁମାୟା ଯେବେ
Couplet 115
ବୋଲଇ ଦାସ ଜଗନ୍ନାଥଭାଷା ପ୍ରବନ୍ଧେ ଭାଗବତ