Skandha 8
Adhyaya 13
Couplet 1
ଶ୍ରୀକୃଷ୍ଣ ପାଦ ହୃଦେ ଚିନ୍ତିକହନ୍ତି ଶୁକ ବ୍ରହ୍ମଯତି
Couplet 2
ଶୁଣ ହେ ଅଭିମନ୍ୟୁସୁତସପ୍ତମେ ମନୁବଂଶେ ଜାତ
Couplet 3
ସୂର୍ଯ୍ୟତନୟ ଅନୁପମତାହାର ଶ୍ରାଦ୍ଧଦେବ ନାମ
Couplet 4
ବର୍ତ୍ତମାନ ଯା ଭୋଗକାଳଯେ ଶୁଦ୍ଧ ସୁଗୁଣ ସୁଶୀଳ
Couplet 5
ତାର ସନ୍ତତି ହେଲେ ଯେତେଶୁଣ କହିବି ଏକଚିତ୍ତେ
Couplet 6
ଈକ୍ଷବା୍କୁ ନଭଗ ଶର୍ଯ୍ୟାତିଧୃଷ୍ଟ ନରିଷ୍ୟନ୍ତ ସନ୍ତତି
Couplet 7
ନାଭାଗ ଦିଷ୍ଟ ଯେ ସପ୍ତମକରୂଷ ପୃଷଧ୍ର ନବମ
Couplet 8
ଦଶମ ବସୁମାନ ନାମବୈବସ୍ୱତର ଏ ନନ୍ଦନ
Couplet 9
ସେ ମନୁକାଳେ ଦେବଗଣନାମ କହିବା ତାଙ୍କ ଶୁଣ
Couplet 10
ଆଦିତ୍ୟ ବସୁ ରୁଦ୍ର ବିଶ୍ୱଅଶ୍ୱିନୀ ରଭୁ ଅଣଚାଶ
Couplet 11
ତାହାଙ୍କ ମଧ୍ୟେ ଦେବବରଇନ୍ଦ୍ରର ନାମ ପୁରନ୍ଦର
Couplet 12
ସେ ମନୁ କାଳେ ସପ୍ତଋଷିଭ୍ରମନ୍ତି ଧ୍ରୁବଚକ୍ରେ ବସି
Couplet 13
କଶ୍ୟପ ଅତ୍ରି ଋଷିଶ୍ରେଷ୍ଠତୃତୀୟ ମୁନି ଯେ ବଶିଷ୍ଠ
Couplet 14
ଗୌତମ ବିଶ୍ୱାମିତ୍ର ଦ୍ୱିଜଜମଦଗ୍ନି ଯେ ଭରଦ୍ୱାଜ
Couplet 15
ଏ ଆଦି ନାମେ ସପ୍ତମୁନିଚକ୍ରେ ଭ୍ରମନ୍ତି କର୍ମ ଘେନି
Couplet 16
ବଇବସ୍ୱତ ମନୁ କଳ୍ପେଗୋବିନ୍ଦ ବାମନ ସ୍ୱରୂପେ
Couplet 17
ଜନ୍ମିଲେ ଅଦିତି ଉଦରେକଶ୍ୟପ ଋଷିଙ୍କର ଘରେ
Couplet 18
ଏ ସପ୍ତ ମନ୍ୱନ୍ତର ଯେତେକହିଲୁ ତୁମ୍ଭର ଅଗ୍ରତେ
Couplet 19
ଏବେ ଭବିଷ୍ୟ ମନୁ ସପ୍ତଶୁଣ ସୁମନେ ପରୀକ୍ଷିତ
Couplet 20
ବିଶ୍ୱକର୍ମାର କନ୍ୟା ବେନିସୂର୍ଯ୍ୟେ ବରିଲେ ଭାବ ଘେନି
Couplet 21
ରୂପେ ଦିଶନ୍ତି ଅନୁପମତାହାଙ୍କ ସଂଜ୍ଞା ଛାୟା ନାମ
Couplet 22
ସୂର୍ଯ୍ୟର ତେଜ ଅସହନେସଂଜ୍ଞା ଯେ ଅଶ୍ୱରୂପେ ବନେ
Couplet 23
ସୂର୍ଯ୍ୟ ରମିଲେ ତାର ତୁଲେଅଶ୍ୱିନୀକୁମାର ଜନ୍ମିଲେ
Couplet 24
ପ୍ରଥମେ ସୂର୍ଯ୍ୟ ତୁଲେ ରମିସଂଜ୍ଞା ପ୍ରସବେ ଗର୍ଭ ତିନି
Couplet 25
ଯମ ଯମୁନା ଭାଇ ଭଗ୍ନୀଜନ୍ମିଲେ ଶ୍ରାଦ୍ଧଦେବ ତିନି
Couplet 26
କହୁଅଛଇ ତୋତେ ଭାବେଛାୟା-ଅପତ୍ୟ ଶୁଣ ଏବେ
Couplet 27
ସାବର୍ଣ୍ଣି ନାମେ ଏକ ସୁତକନ୍ୟା ତପତୀ ରୂପେ ଜାତ
Couplet 28
ତୃତୀୟ ପୁତ୍ର ଶନୈଶ୍ଚରଏବେ ହୋ ଶୁଣ ନୃପବର
Couplet 29
ସାବର୍ଣ୍ଣି ଅଷ୍ଟ ମନ୍ୱନ୍ତରେଭଜିବ ସଂସାର ବେଭାରେ
Couplet 30
ନିର୍ମୋକ ବୀରଯସ୍କ ଆଦିସାବର୍ଣ୍ଣି ତନୟ ସମ୍ପାଦି
Couplet 31
ବିରଜ ଆଦି ଦେବଗଣେଜନମ ସଂସାର କାରଣେ
Couplet 32
ତାହାଙ୍କ ପାଳନ ପ୍ରବନ୍ଧେବଳି ବସିବ ଇନ୍ଦ୍ରପଦେ
Couplet 33
ତାହାଙ୍କୁ ଛଳିବେ ବାମନଯଜ୍ଞେ ପୃଥିବୀ ଦେବେ ଦାନ
Couplet 34
ତିନି ଚରଣ ଦାନ ଦେଇବାମନ ପାଦ ମୁଣ୍ଡେ ବହି
Couplet 35
କେତେହେଁ କାଳ ଦାନ ଫଳେସେ ଭୋଗ ଭୁଞ୍ଜିବ ପାତାଳେ
Couplet 36
ସ୍ୱର୍ଗେ ବସିବ ଇନ୍ଦ୍ରପଣେଅନ୍ତେ ପଶିବ ନାରାୟଣେ
Couplet 37
ସେ ବଳି କାଳେ ସପ୍ତମୁନିଉଦୟ ନିଜ ତେଜ ଘେନି
Couplet 38
ଯେ ରୂପେ ସଂସାର ଧାରଣତାହାଙ୍କ ନାମ ଏବେ ଶୁଣ
Couplet 39
ଗାଲବ ଦୀପ୍ତିମାନ ରାମକୃପାଚାର୍ଯ୍ୟ ଦ୍ରୋଣନନ୍ଦନ
Couplet 40
ଅପରେ ଋଷ୍ୟଶୃଙ୍ଗ ବ୍ୟାସକହିଲି ଋଷିଙ୍କ ବିଶେଷ
Couplet 41
ଏ ଆଦି ସପ୍ତ ଋଷିଗଣେବ୍ରହ୍ମାର ଆଜ୍ଞା ପରମାଣେ
Couplet 42
ହୋଇବେ ଭବିଷ୍ୟତ କାଳେଅଛନ୍ତି ଆଶ୍ରମମଣ୍ଡଳେ
Couplet 43
ଏହି ସାବର୍ଣ୍ଣି ମନ୍ୱନ୍ତରେବିଷ୍ଣୁ ଯେ ଦେବଗୁହ୍ୟ ଘରେ
Couplet 44
ସରସ୍ୱତୀର ଗର୍ଭୁ ଜାତନାମରେ ସାର୍ବଭୌମ ଖ୍ୟାତ
Couplet 45
ସେ କାଳେ ବିଷ୍ଣୁ ନିଜ ଭାବେବଳିକି ଇନ୍ଦ୍ରପଦ ଦେବେ
Couplet 46
ହୋଇବ ସେହୁ ସୁରେଶ୍ୱରଅମରପୁରେ ପୁରନ୍ଦର
Couplet 47
ତଦନ୍ତେ ଶୁଣ ହେ ରାଜନନବମ ମନୁ ବିବରଣ
Couplet 48
ଏ ଅନ୍ତେ ବରୁଣ ନନ୍ଦନଦକ୍ଷସାବର୍ଣ୍ଣି ଯେ ନବମ
Couplet 49
ପୁତ୍ର ଜନ୍ମିବେ ତାର ରେତୁଯେ ଭୂତକେତୁ ଦୀପ୍ତକେତୁ
Couplet 50
ପାରା ମରୀଚିଗର୍ଭ ଆଦିଏ ନାମେ ଦେବତା ପ୍ରସିଦ୍ଧି
Couplet 51
ଦେବଅଦ୍ଭୁତ ନାମେ ଇନ୍ଦ୍ରଭୋଗ କରିବ ସ୍ୱର୍ଗପଦ
Couplet 52
ଋଷିଏ ଦ୍ୟୁତିମାନ ଆଦିହୋଇବେ ସେ ମନୁ ସମ୍ପାଦି
Couplet 53
ବିପ୍ର ଯେ ଆୟୁଷ୍ମାନ ଘରେସେ ଅମ୍ବୁଧାର ଗର୍ଭରେ
Couplet 54
ଋଷଭ ନାମେ ଜାତ ହେବେଇନ୍ଦ୍ରକୁ ସ୍ୱର୍ଗପଦ ଦେବେ
Couplet 55
ଦଶମେ ଉପଶ୍ଳୋକ ସୁତବ୍ରହ୍ମସାବର୍ଣ୍ଣି ନାମେ ଖ୍ୟାତ
Couplet 56
ତାର କୁମରେ ବ୍ରହ୍ମବାଦୀଜନ୍ମିବେ ଭୂରିଷେଣ ଆଦି
Couplet 57
ସୁକୃତି ସତ୍ୟ ହବିଷ୍ମାନଜୟ ଆବର ମୂର୍ତ୍ତି ପୁଣ
Couplet 58
ଏ ଆଦି ଋଷିଏ ବ୍ରାହ୍ମଣଏବେ ଦେବତା ନାମ ଶୁଣ
Couplet 59
ଦେବେ ବିରୁଦ୍ଧ ସୁବାସନଇନ୍ଦ୍ରର ନାମ ଶମ୍ଭୁ ଜାଣ
Couplet 60
ବିଶ୍ୱସୃଜର ଘରେ ହରିବିଷୂଚି ଗର୍ଭେ ଅବତରି
Couplet 61
ବିଶ୍ୱକେସନ ନାମ ବହିପାଳିବେ ନିଜ ଧର୍ମେ ମହୀ
Couplet 62
ବିଶ୍ୱକେସନ ଶମ୍ଭୁ ସଙ୍ଗେମିତ୍ର ହୋଇବେ ସତ୍ୟଯୁଗେ
Couplet 63
ଧର୍ମସାବର୍ଣ୍ଣି ମନୁ ହୋଇପାଳିବେ ଏକାଦଶେ ମହୀ
Couplet 64
ସତ୍ୟ ଧର୍ମାଦି ସୁତ ଦଶପାଳିବେ ମହୀ ସ୍ୱର୍ଗଦେଶ
Couplet 65
ନିର୍ବାଣରୁଚି ବିହଙ୍ଗମଦେବଙ୍କ ନାମ କାଳଗମ
Couplet 66
ଇନ୍ଦ୍ର ହୋଇବେ ବଇଧୃତଋଷି ଅରୁଣ ଆଦି ଖ୍ୟାତ
Couplet 67
ବୈଧୃତା ଗର୍ଭେ ଧର୍ମସେତୁଜନମି ସେ ଆର୍ଯ୍ୟକ ରେତୁ
Couplet 68
ସେ ଇନ୍ଦ୍ର ଧର୍ମସେତୁ ବଳେତ୍ରୈଲୋକ୍ୟ ପାଳିବ ନିଶ୍ଚଳେ
Couplet 69
ରୁଦ୍ରସାବର୍ଣ୍ଣି ଯେ ଦ୍ୱାଦଶେଜନ୍ମିବେ ନାରାୟଣ ଅଂଶେ
Couplet 70
ଯେ ଦେବବାନ ଉପଦେବଦେବଶ୍ରେଷ୍ଠ ଆଦି ସମ୍ଭବ
Couplet 71
ଇନ୍ଦ୍ର ହୋଇବେ ଋତଧାମହରିତ ଆଦି ଦେବେ ଜାଣ
Couplet 72
ତପୋମୂର୍ତ୍ତି ଆର ତପସ୍ୱୀଆଗ୍ନୀଧ୍ରକାଦି ସପ୍ତଋଷି
Couplet 73
ସ୍ୱଧାମା ନାମେ ଦେବ ହରିସୁନୃତା ଗର୍ଭେ ଅବତରି
Couplet 74
ସତ୍ୟସହ ଯେ ବିପ୍ର ଘରେସାଧିବେ ଏହି ମନ୍ୱନ୍ତରେ
Couplet 75
ଦେବସାବର୍ଣ୍ଣି ତ୍ରୟୋଦଶେହୋଇବେ ନାରାୟଣ ଅଂଶେ
Couplet 76
ବିଚିତ୍ର ଚିତ୍ରସେନ ଆଦିଦେବସାବର୍ଣ୍ଣି ପୁତ୍ର ସାଧି
Couplet 77
ସୁକର୍ମ ସୁତ୍ରାମ ଏ ଆଦିଦେବତା ରୂପେଣ ପ୍ରସିଦ୍ଧି
Couplet 78
ଇନ୍ଦ୍ର ଯେ ଦିବସ୍ପତି ନାମେସୁଖେ ବସିବ ସ୍ୱର୍ଗଗ୍ରାମେ
Couplet 79
ନିର୍ମୋକ ତତ୍ତ୍ୱଦର୍ଶୀମାନେହୋଇବେ ସପ୍ତଋଷିଗଣେ
Couplet 80
ହରିର ଅଂଶେ ଯୋଗେଶ୍ୱରଔରସେ ଦେବହୋତ୍ରଙ୍କର
Couplet 81
ବୃହତୀ ଗର୍ଭେ ଜାତ ହେବେଇନ୍ଦ୍ରଙ୍କୁ ସାହାଯ୍ୟ କରିବେ
Couplet 82
ଇନ୍ଦ୍ର ସାବର୍ଣ୍ଣି ଚତୁର୍ଦ୍ଦଶେହୋଇବେ ନାରାୟଣ ଅଂଶେ
Couplet 83
ଉରୁ ଗମ୍ଭୀରବୁଦ୍ଧି ଆରଜନ୍ମିବେ ତାହାର କୁମର
Couplet 84
ପବିତ୍ର ଚାକ୍ଷୁଷ ନାମରେଦେବତା ସେହି ମନ୍ୱନ୍ତରେ
Couplet 85
ହୋଇବେ ଶୁଚି ନାମେ ଇନ୍ଦ୍ରସୁଖେ ପାଳିବେ ଦେବବୃନ୍ଦ
Couplet 86
ଅଗ୍ନିବାହୁ ଯେ ଶୁଚି ଶୁଦ୍ଧମାଗଧ ଆଦି ଋଷି ସିଦ୍ଧ
Couplet 87
ଏ ସର୍ବେ ନିତ୍ୟେ ତପସ୍ୱୀନହୋଇବେ ଏକଥା ପ୍ରମାଣ
Couplet 88
ବୃହଦଭାନୁ ଅବତାରେବିଷ୍ଣୁ ଯେ ସତ୍ରାୟଣ ଘରେ
Couplet 89
ଜନ୍ମିବେ ବିତାନା ଉଦରେଏବେ ହେ ଶୁଣ ନୃପବରେ
Couplet 90
ଚତୁରଦଶ ମନୁ ଯେତେଭାବେ କହିଲି ତୋ ଅଗ୍ରତେ
Couplet 91
କଳ୍ପାନ୍ତେ ମନୁ ଚତୁର୍ଦ୍ଦଶେଏ ଭାବେ ବ୍ରହ୍ମାର ଦିବସ
Couplet 92
ସହସ୍ରଯୁଗ ଏହି ମତେକଳ୍ପ ବୋଲାଇ ଏ ଜଗତେ
Couplet 93
ଏମନ୍ତେ ବେନିକଳ୍ପ ଗଲେବ୍ରହ୍ମାର ଅହୋରାତ୍ର ଭଲେ
Couplet 94
ଏମନ୍ତେ ଶୁକ ମୁଖୁଁ ଶୁଣିକହେ ପାଣ୍ଡବ-ଚୂଡ଼ାମଣି
Couplet 95
ଏ ଭାବେ ବ୍ରହ୍ମାର ଦିବସଭାଷନ୍ତି ମନୁ ଚତୁର୍ଦ୍ଦଶ
Couplet 96
ଯେ ମନୁକାଳେ ଯେବା କର୍ମଯୁଗ ସ୍ୱଭାବେ ଯଥା ଧର୍ମ
Couplet 97
ବିଷ୍ଣୁର ଆଜ୍ଞା ପରମାଣେଯେବା ସାଧିଲେ ଜଣେ ଜଣେ
Couplet 98
ସେ କଥା କହ ମୁନି ମୋତେକେ ଅବା କର୍ମ କଲେ କେତେ
Couplet 99
ରାଜାର ତହୁଁ ଏହା ଶୁଣିଶୁକ କହନ୍ତି ମନେ ଗୁଣି
Couplet 100
ଯେ ମନୁ ମନୁର ତନୁଜେଯେ ସପ୍ତଋଷି ସୃଷ୍ଟି-ମାଝେ
Couplet 101
ଯେତେ ଏ ଇନ୍ଦ୍ର ଦେବଗଣଏ ସର୍ବରୂପ ନାରାୟଣ
Couplet 102
ତା ବିନୁ ଆନ ନାହିଁ କେହିସେ ସର୍ବ ଆତ୍ମା ମଧ୍ୟେ ରହି
Couplet 103
ଯଜ୍ଞାଦି କ୍ରିୟା ତା ଶରୀରସେ ହରି ଧର୍ମ-ନିରାକାର
Couplet 104
କଳ୍ପ ଅନ୍ତରେ କାଳବଳେତ୍ରୈଲୋକ୍ୟ ମଜ୍ଜଇ ସଲିଳେ
Couplet 105
କାଳ ଗରାସେ ଶ୍ରୁତିପଥତ୍ରୈଲୋକ୍ୟ ଦିଶଇ ଅନାଥ
Couplet 106
ଋଷି ସକଳେ ତପୋବଳେଧର୍ମକୁ ଦେଖାନ୍ତି ଶୟଳେ
Couplet 107
ଧର୍ମ ପାଳନ୍ତି ମନୁଗଣେଶ୍ରୁତି-ସଂଯୋଗ-ବିଚାରଣେ
Couplet 108
ଇନ୍ଦ୍ର ପାଳଇ ତ୍ରିଭୁବନଆଦରି ବିଷ୍ଣୁର ବଚନ
Couplet 109
ସେ ହରି ସିଦ୍ଧରୂପ ବହେଯୁଗାନୁକଳ୍ପେ ଜ୍ଞାନ କହେ
Couplet 110
ସେ ହରି ପ୍ରଜାପତି ରୂପେସଂସାର-ସର୍ଜନକୁ କଳ୍ପେ
Couplet 111
ଆତ୍ମାର ମାୟାଯୋଗ ବଳେନାନା ଶରୀରେ ଏ ଶୟଳେ
Couplet 112
ବିହାର କରେ ପଦ୍ମନାଭଯା ନାମ ଭବଜଳେ ନାବ
Couplet 113
ଦୃଶ୍ୟ-ଅଦୃଶ୍ୟେ ସେ ନ ମିଶେକେବଳ ବୀଜ ରୂପେ ଦିଶେ
Couplet 114
କହିଲୁ କଳ୍ପସଂଖ୍ୟା ତୋତେଯେ କଳ୍ପେ ଭୁଞ୍ଜନ୍ତି ସେ ଯେତେ
Couplet 115
ଯେ ଏହା ଶୁଣେ କର୍ଣ୍ଣପଥେନିଶ୍ଚଳ ମନେ ଶୁଦ୍ଧଚିତ୍ତେ
Couplet 116
ଚିତ୍ତେ ନ ରହେ ଭବଭ୍ରାନ୍ତିଘୋର-ସଂସାରୁ ତରିଯାନ୍ତି
Couplet 117
ବୋଲଇ ଦାସ ଜଗନ୍ନାଥଭାଷା-ପ୍ରବନ୍ଧେ ଭାଗବତ