Skandha 8
Adhyaya 12
Couplet 1
ଶୁକ କହନ୍ତି ତୋଷମନଶୁଣ ଅଭିମନ୍ୟୁ-ନନ୍ଦନ
Couplet 2
କୃଷ୍ଣ ଯେ ମୋହିନୀ-ସ୍ୱରୂପେଅମୃତ ହରି ମୋହକଳ୍ପେ
Couplet 3
ଦେବଙ୍କୁ କରାଇଲେ ପାନମାୟାମୋହିନୀ ଭଗବାନ
Couplet 4
ସେ କଥା ଶୁଣି ବିପରୀତବୃଷେ ଆରୋହି ବିଶ୍ୱନାଥ
Couplet 5
ସକଳ ଭୂତଗଣ ମେଳେଅମ୍ବିକା ଘେନି ନିଜକୋଳେ
Couplet 6
ଦେଖିବା ଅର୍ଥେ ଗଲ ହରଯହିଁ ବିଜୟେ ମାୟାଧର
Couplet 7
ଗୋବିନ୍ଦ ରୁଦ୍ର ଦେଖି ତୋଷେଆସନେ ବସାଇ ହରଷେ
Couplet 8
ପୂଜିଲେ ହରଗୌରୀ ପାଦେରୋମହରଷ ଗଦଗଦେ
Couplet 9
ସାନନ୍ଦ ସେ ହରଗଉରୀହରଷେ ହସ୍ତେ ହସ୍ତ ଧରି
Couplet 10
ସନ୍ତୋଷ କରି କୃଷ୍ଣମନବୋଲନ୍ତି ମଧୁର-ବଚନ
Couplet 11
ହେ ଦେବଦେବ ଜଗଦ୍ବ୍ୟାପୀଜଗଦୀଶ୍ୱର ବିଶ୍ୱରୂପୀ
Couplet 12
ସର୍ବ ଶରୀରେ ଆତ୍ମାରୂପେତୁ ନାଥ ବସୁ ମୋହକଳ୍ପେ
Couplet 13
ସକଳ ହେତୁ ତୋ ଗୋଚରତୁ ନାଥ ଧର୍ମ-ନିରାକାର
Couplet 14
ନାହିଁ ତୋ ଆଦି ମଧ୍ୟ ଅନ୍ତଏଣୁ ତୁ ବୋଲାଉ ଅନନ୍ତ
Couplet 15
ଚରଣ କମଳ ତୋହରଚିନ୍ତନେ ଶ୍ରେୟ ପ୍ରାଣୀଙ୍କର
Couplet 16
ବିଷୟ-ସଙ୍ଗ ଦୂର କରିମୁନି ସନ୍ନ୍ୟାସୀ ବ୍ରହ୍ମଚାରୀ
Couplet 17
ଚିନ୍ତନ୍ତି ତୋ ଚରଣ ହୃଦେଅନ୍ତେ ପଶନ୍ତି ମୋକ୍ଷପଦେ
Couplet 18
ତୁ ପୂର୍ଣ୍ଣବ୍ରହ୍ମ ସୁଧାସାରନିର୍ଗୁଣ ବିଶୋକ-ମନ୍ଦିର
Couplet 19
ଆନନ୍ଦ-ମାତ୍ର ନିର୍ବିକାରଅନ୍ୟୋନ୍ୟେ ଥାଇ ତୁ ଅନ୍ତର
Couplet 20
ବିଶ୍ୱର ହେତୁ ନିରଞ୍ଜନସ୍ଥିତି ଉଦୟ ସଞ୍ଜମନ
Couplet 21
ଆତ୍ମାର ଆତ୍ମଜ୍ଞାନରୂପୀଏଣୁ ଅଶେଷ-ଦେହବ୍ୟାପୀ
Couplet 22
ସୁବର୍ଣ୍ଣ-କୁଣ୍ଡଳକ ପ୍ରାୟେସ୍ୱଭାବେ ଅଭେଦ ତୋ ଦେହେ
Couplet 23
ଅଜ୍ଞାନୀ ଦମ୍ଭେ ତୋରଠାରେବିକଳ୍ପ ବିକଳ୍ପ ସଂସାରେ
Couplet 24
ତୁ ନିରୁପାଧି ତୋର ଗୁଣେଭେଦ କରନ୍ତି ଅକାରଣେ
Couplet 25
ସଦ ଅସଦ ପରେ ସ୍ଥିତିପରମ ପୁରୁଷ କେ ଚିନ୍ତି
Couplet 26
ସଦ ଅସଦ ଏକ ରୂପୀଅବ୍ୟୟ ଆତ୍ମା ବିଶ୍ୱବ୍ୟାପୀ
Couplet 27
ତୁ ବ୍ରହ୍ମ ହେତୁ ଚିଦାନନ୍ଦଅନାଦିକନ୍ଦ ଆଦିକନ୍ଦ
Couplet 28
ପ୍ରକୃତି ପୁରୁଷ ରୂପରକେ ସାଂଖ୍ୟେ କରନ୍ତି ବିଚାର
Couplet 29
ଅନ୍ୟେ ବଦନ୍ତି ନବଶକ୍ତିଯେ ଅବା ଛନ୍ତି ପାଞ୍ଚରାତ୍ରି
Couplet 30
ଅବ୍ୟୟ ଆତ୍ମତନ୍ତ୍ରରୂପୀତୁ ନାଥ ଠୁଳଶୂନ୍ୟ ବ୍ୟାପୀ
Couplet 31
ମୁଁ ବ୍ରହ୍ମା ଦେବ ମୁନି ଯେତେତୋ ମାୟାବଳେ ଏ ଜଗତେ
Couplet 32
ତୋ ରୂପ ନ ଜାଣନ୍ତି କେହିଦୁଷ୍ଟେ ଜାଣିବେ ଅବା କାହିଁ
Couplet 33
ଜଗତ ଜାତ ସ୍ଥିତି ନାଶଭୂତଙ୍କ ଦେହେ ତୋ ପ୍ରକାଶ
Couplet 34
ଜୀବର ବନ୍ଧ-ମୋକ୍ଷ ବେନିତୁ ନାଥ କରୁ ମାୟା ଘେନି
Couplet 35
ଆକାଶେ ଯେହ୍ନେ ବାୟୁ ରହେପାର୍ଥିବରେଣୁ ବହେ ଦେହେ
Couplet 36
ତୋ ଦେହେ କେହି ନ ଲାଗନ୍ତିଏମନ୍ତ ଈଶ୍ୱରର ଗତି
Couplet 37
ସଚରାଚର ତୋର ଦେହେପବନେ ରେଣୁ ପ୍ରାୟ ରହେ
Couplet 38
ତୁ ଏ ସଂସାର-ଉପକାରୀତ୍ରିଗୁଣେ ନାନାରୂପ ଧରି
Couplet 39
ଯେତେ ସାଧିଲୁ କ୍ରୀଡ଼ାଅର୍ଥେସେ ରୂପେ ଦେଖିଲି ମୁଁ ତୋତେ
Couplet 40
ଏବେ ଯେ ସମୁଦ୍ର-ମନ୍ଥନେଦେବ ଦାନବ ଏକମନେ
Couplet 41
ଅମୃତ ଅର୍ଥେ ଅନ୍ୟଅନ୍ୟେତା ଦେଖି ଦେବେ ଦୁଃଖମନେ
Couplet 42
ତୋତେ ଚିନ୍ତିଲେ ଧ୍ୟାନ କରିତୁ ନାଥ ମାୟାରୂପ ଧରି
Couplet 43
ମୋହିନୀରୂପେ ଭଗବାନମୋହିଲୁ ଅସୁରଙ୍କ ମନ
Couplet 44
ସେ ରୂପ ଦେଖାଅ ତୁ ମୋତେଦେଖିବି ଗଉରୀ ସମେତେ
Couplet 45
ଯେ ରୂପ ପରମମଙ୍ଗଳେମୁଁ ତା ଦେଖିବି କୁତୂହଳେ
Couplet 46
ଏମନ୍ତେ ରୁଦ୍ରବାଣୀ ଶୁଣିହସି ବୋଲନ୍ତି ଚକ୍ରପାଣି
Couplet 47
ଅସୁରେ ସୁଧା ନେଲେ ବଳେମୁହିଁ ଯେ ଦେବଙ୍କ ବିକଳେ
Couplet 48
ମାୟାମୋହିନୀ ରୂପ ଧରିଅସୁରଗଣେ ମାୟା କରି
Couplet 49
ଅମୃତ ଦେବଗଣେ ଦେଲିପୁଣି ସେ ରୂପ ସଂହରିଲି
Couplet 50
ଏବେ ତୁ ଦେଖିବାର ଆଶେଯେବେ ମିିଳିଲୁ ମୋର ପାଶେ
Couplet 51
ସେ ରୂପ ଦେଖାଇବି ମୁହିଁଯେବେ ସମ୍ଭାଳିପାରୁ ତୁହି
Couplet 52
କାମୀମାନଙ୍କ ମହାମୋହପୁରୁଷ କେ ଧରିବ ଦେହ
Couplet 53
ଆନନ୍ଦେ ଶୁକମୁନି କହେଶୁଣ ପରୀକ୍ଷ ମହାରାୟେ
Couplet 54
ଏମନ୍ତ କହି ଭଗବାନତକ୍ଷଣେ ହେଲେ ଅନ୍ତର୍ଦ୍ଧାନ
Couplet 55
ରୁଦ୍ର ଚାହାଁନ୍ତି ଦଶଦିଶେଗଉରୀ ସଙ୍ଗେ ପି୍ରୟବଶେ
Couplet 56
ଅଗ୍ରେ ଯେ ଅଛି ଉପବନନାନା କୁସୁମେ ତରୁଘନ
Couplet 57
ତହିଁ ବିଜୟେ ଦଇତ୍ୟାରିଜଗମୋହିନୀ ରୂପ ଧରି
Couplet 58
କରେ କନ୍ଦୁକ ସାର ଶୋହେଯେ ରୂପେ ଜଗୁଜନ ମୋହେ
Couplet 59
ନିତମ୍ବେ ବେଷ୍ଟିତ ଅମ୍ବରକଟି-ମେଖଳା ରତ୍ନସାର
Couplet 60
ହୃଦେ କମ୍ପଇ ଘନ-କୁଚହାର କାଞ୍ଚଲା ଅତି ସଞ୍ଚ
Couplet 61
ଅତି ସୁସଞ୍ଚ କ୍ଷୀଣମଝାକି ପଟାନ୍ତର ଦେବା ଦୁଜା
Couplet 62
ସ୍ୱଭାବେ ଡମ୍ବରୁ ଆକାରଖଚିତ ନାନା ଅଳଙ୍କାର
Couplet 63
ଶିର ସୀମନ୍ତ ମିଣମୟେନୀଳ-ଅଳକେ ମୁଖଶୋହେ
Couplet 64
ଶିରେ ସୁନ୍ଦର ଭୁରୁ ସାଜେଚଞ୍ଚଳ-ଲୋଚନ ବିରାଜେ
Couplet 65
ଭାଲେ ସିନ୍ଦୂରବିନ୍ଦୁ ସାଜେକମଳଲୋଚନ ବିରାଜେ
Couplet 66
ହେମକୁଣ୍ଡଳ ଶୋହେ କର୍ଣ୍ଣେଦଶନ ହସିତ-ବଦନେ
Couplet 67
କବରୀ ମଧ୍ୟେ ପୁଷ୍ପ ଦିଶେକି ଏ କନ୍ଦର୍ପ ଦେଖି ହସେ
Couplet 68
କବରୀ ଶ୍ଳଥ ଫିଟେ ବାସକରଇ କନ୍ଦର୍ପ ବିକାଶ
Couplet 69
ଅଳକା ତୋଳେ କାମକରେସୁରଙ୍ଗ ଅଙ୍ଗୁଳି ଅଗ୍ରରେ
Couplet 70
କନ୍ଦୁକ ଦକ୍ଷକରେ ଧରିସେ ଲୀଳା ଲୁବ୍ଧେ ମୋଦଭରି
Couplet 71
ଏମନ୍ତ ରୂପ ହର ଦେଖିପିଛାଡ଼ି ନ ପାରନ୍ତି ଆଖି
Couplet 72
ଲୀଳା କଟାକ୍ଷେ ରୂପ ଚାହିଁହୃଦୟେ ଚିତ୍ତ ନ ରହଇ
Couplet 73
ସ୍ୱଗଣ-ଗଉରୀ-ସମେତେସକଳେ ଚାହାନ୍ତି ଚକିତେ
Couplet 74
ଏମନ୍ତେ ମୋହିନୀର କରେଥିଲା କନ୍ଦୁକ ଖସି ଧୀରେ
Couplet 75
ତକ୍ଷଣେ ଭୂମିରେ ପଡ଼ିଲାପଡ଼ି ଅନେକ ଦୂର ଗଲା
Couplet 76
କନ୍ଦୁକ ଆଣିବାର ଛଳେବୃକ୍ଷ-ଉହାଡ଼େ ଅତି ଖରେ
Couplet 77
ଧାମନ୍ତେ ଅଦ୍ଭୁତ-ଅବଳାକୁଚରୁ ବସ୍ତ୍ର ଉଡ଼ିଗଲା
Couplet 78
ପବନେ ଉଡ଼େ ଜାନୁବାସଜାନୁଯୁଗଳ ହେଲା ଦୃଶ୍ୟ
Couplet 79
ପବନେ ଉଡ଼ିଯାନ୍ତେ ବାସରୂପ ଦେଖିଣ ହର ବଶ
Couplet 80
ବସ୍ତ୍ର ତୋଳନ୍ତି ବାମହସ୍ତେପୀଡ଼ିତ ଲଜ୍ଜା-ଭୟ-ଚିତ୍ତେ
Couplet 81
ଅଳକା ଅଙ୍ଗୁଳିର ଅଗ୍ରେକପୋଳୁ ତୋଳେ ଅତି ବ୍ୟଗ୍ରେ
Couplet 82
ଏମନ୍ତ ରୂପ ତାର ଦେଖିଶଙ୍କର ଗଉରୀ ଉପେକ୍ଷି
Couplet 83
ମନ ବୁଡ଼ିଲା ତାର ସଙ୍ଗେମଦନବାଣ ପୀଡ଼େ ଅଙ୍ଗେ
Couplet 84
ଉମା ଦେଖନ୍ତେ ଲଜ୍ଜା ଛାଡ଼ିଧାମନ୍ତି କାମେ ମନ ବୁଡ଼ି
Couplet 85
ହରକୁ ଦେଖି ବେଗେ ଧାଇଁବୃକ୍ଷ-ଗହଳେ ସେ ଲୁଚଇ
Couplet 86
ରୁଦ୍ର ଧାଇଁଲେ ଅତି ବେଗେମିଳିଲେ ବୃକ୍ଷଙ୍କର ଲାଗେ
Couplet 87
ବୃକ୍ଷକୁ ବୃକ୍ଷ ଯାନ୍ତି ଗଳିହସ୍ତ ଦେଖାନ୍ତି ବେଗେ ତୋଳି
Couplet 88
ଦେଖି ଧାମନ୍ତି ରୁଦ୍ର ବେଗେବସନ ନାହିଁ କଟିଭାଗେ
Couplet 89
ଜଟା-କଳାପ ଅସମ୍ଭାଳକପୋଳୁ ଗଳେ ଶ୍ରମ ଝାଳ
Couplet 90
କରିଣୀ ଦେଖି ଯେହ୍ନେ ଗଜଧାମଇଁ ଉଚ୍ଚେ ତୋଳି ଭୁଜ
Couplet 91
ରୁଦ୍ର ଧଇଲେ ତାଙ୍କୁ କୋଳେଆବୋରି ବେନିଭୁଜେ ବଳେ
Couplet 92
ପୁଣି ମୋହିନୀ କରୁଁ ଗଳିଧାମଇଁ ଜାନୁବସ୍ତ୍ର ତୋଳି
Couplet 93
କବରୀଭାର ଫିଟି ତଳେବିଞ୍ଚି ପଡ଼ନ୍ତି ଫୁଲମାଳେ
Couplet 94
ପୁଣି ଧରନ୍ତେ ହର କୋଳେମୋହିନୀ ଗଳେ ଭୁଜତଳେ
Couplet 95
ମୁକୁଳା କେଶ ଅଧୋମୁଖେଧାମଇଁ ବଦନ-ସୁରେଖେ
Couplet 96
ପୃଥୁ-ନିତଙ୍କ ଚଳେ ଧୀରେପୁଣି ଧଇଲେ ରୁଦ୍ର କୋଳେ
Couplet 97
ଏମନ୍ତେ ବିଷ୍ଣୁମାୟା ବଳେଶଙ୍କର ମଦନ ଆକୁଳେ
Couplet 98
ବଇରୀ-ବାଣେ ସେ ବିକଳେପୁଣି ଧରନ୍ତି କାମଭୋଳେ
Couplet 99
ପୁଣି ପଳାନ୍ତି ଭୁଜ ତୋଳିରୁଦ୍ର-ଶରୀରୁ ରେତ ଗଳି
Couplet 100
ସୁରଭୀ ଅର୍ଥେ ବୃଷ ଯେହ୍ନେଧାମଇଁ ଉଠିଣ ଅଜ୍ଞାନେ
Couplet 101
ରେତ ପଡ଼ିଲା ଯହିଁ ତହିଁମୋହିନୀ ବେଶେ ମୋହ ପାଇ
Couplet 102
ସୁନା ରୂପା ହେଲା ତକ୍ଷଣେଲତା-ଗହନ-ଘୋରବନେ
Couplet 103
ନଦୀ-ପର୍ବତ-ସରୋବରେପଡ଼ଇ ରେତ ବୃଷ୍ଟିଧାରେ
Couplet 104
ଏମନ୍ତେ ବିଷ୍ଣୁମାୟା-ବଶେଶଙ୍କର ଧାଇଁ ବନଦେଶେ
Couplet 105
ନିରାଶ ହୋଇ ନିବର୍ତ୍ତିଲେଗଉରୀ ନିକଟେ ମିଳିଲେ
Couplet 106
ବିଷ୍ଣୁମାୟାରେ ମୋହି ମନରୁଦ୍ର ହୋଇଲେ ଛନଛନ
Couplet 107
ଈଶ୍ୱର ଦୁଃଖ କୃଷ୍ଣ ଦେଖିମୋହିନୀ ଶରୀର ଉପେକ୍ଷି
Couplet 108
ନିଜ ମୂରତି ଧରି ହରିଶଙ୍କର ପାଶେ ବିଜେ କରି
Couplet 109
କହନ୍ତି ରୁଦ୍ର-ମୁଖ ଚାହିଁକୋମଳ-ବାକ୍ୟେ ଭାବଗ୍ରାହୀ
Couplet 110
ବୋଲନ୍ତି ପ୍ରଭୁ ଜଗନ୍ନାଥଦେଖିଣ ଈଶ୍ୱର-ଆରତ
Couplet 111
ହେ ଦେବଦେବ ବିଶ୍ୱନାଥତୁ ହେଲୁ ମାୟାରେ ମୋହିତ
Couplet 112
ଅଶେଷଜନ ମାୟାବଳେଭ୍ରମନ୍ତି ଅବନୀମଣ୍ଡଳେ
Couplet 113
ନାନା ପ୍ରକାରେ ତନୁ ଧରିକେବା ପାରିବ ମାୟା ତରି
Couplet 114
ଭୋ ରୁଦ୍ର ମହିମା ତୋହରଅଜ୍ଞାନୀଜନେ ଅଗୋଚର
Couplet 115
ଯେ ବିଷ୍ଣୁମାୟା ଗୁଣମୟୀସେ ମାୟା କଳି ତ ନୁହଁଇ
Couplet 116
ତୁ ନାଥ ନିଜ ମାୟାବଳେତ୍ରିଗୁଣ ଗ୍ରାସୁ ଅନ୍ତଃକାଳେ
Couplet 117
ଶୁକ ଶ୍ରୀକୃଷ୍ଣପାଦ ଧ୍ୟାୟିକହନ୍ତି ପରୀକ୍ଷିତ ଚାହିଁ
Couplet 118
ଶୁଣ ରାଜନ ଏକଚିତ୍ତେହରଙ୍କୁ ପ୍ରବୋଧି ଏମନ୍ତେ
Couplet 119
ଶିବଙ୍କୁ ପ୍ରଦକ୍ଷିଣ କରିନିଜ ଭୁବନେ ଗଲେ ହରି
Couplet 120
ରୁଦ୍ର ଭବାନୀଗଣ ତୁଲେନିଜ ଭୁବନେ ବିଜେ କଲେ
Couplet 121
ଋଷିଙ୍କ ମଧ୍ୟେ ହର ବସିବିଷ୍ଣୁଙ୍କ ମାୟା ପରଶଂସି
Couplet 122
ଶୁଣ ଅଶେଷ ଋଷିବରେବିଷ୍ଣୁର ମାୟା ଏ ଶୟଳେ
Couplet 123
ଅଶେଷ-ଜନ-ମନ ହରେକେବା ଏ ସଂସାରୁ ନିସ୍ତରେ
Couplet 124
ଶୁଣ ଗୋ ପ୍ରିୟେ କହି ଯାହାଦେଖିଲ ବିଷ୍ଣୁଙ୍କର ମାୟା
Couplet 125
ମୁଁ ମାୟାଧରଙ୍କର ଈଶତା ମାୟା ଦେଖି କଲି ତ୍ରାସ
Couplet 126
ତା ମାୟାବଳେ ମୋହେ ଶିବଆନ କେ ସେ ମାୟା ତରିବ
Couplet 127
ବିଷ୍ଣୁର ମାୟା ଅଗୋଚରଯହିଁ ଭ୍ରମନ୍ତି ବ୍ରହ୍ମାସୁର
Couplet 128
କହନ୍ତି ବ୍ୟାସଙ୍କ ତନୁଜଶୁଣ ପରୀକ୍ଷ ମହାରାଜ
Couplet 129
ଏମନ୍ତ ଶ୍ରୀକୃଷ୍ଣ ମହିମାକେ କହିପାରେ ଗୁଣସୀମା
Couplet 130
ଯେ ହରି ଜଗତ ଉଦ୍ଧରେକପଟେ କୂର୍ମରୂପ ଧରେ
Couplet 131
ତାର ଚରିତ ଶୁଣି କର୍ଣ୍ଣେମୁଖେ ଗୁଣନ୍ତି ଯେବା ଜନେ
Couplet 132
ଯେ ଅବା ପ୍ରସ୍ତାବେ କହନ୍ତିଘୋର ସଂସାରୁ ତରିଯାନ୍ତି
Couplet 133
ଅଷ୍ଟମ ସ୍କନ୍ଧେ ହରି-ବାଣୀଶୁଣି ସଂସାରୁ ତର ପ୍ରାଣୀ
Couplet 134
ବୋଲଇ ବିପ୍ର ଜଗନ୍ନାଥଭାଷା-ପ୍ରବନ୍ଧେ ଭାଗବତ