Skip to content
paribhaasha

Skandha 8

Adhyaya 11

  1. Couplet 1

    କହନ୍ତି ବ୍ୟାସଙ୍କର ଚାଟଶୁଣ ହେ ପରୀକ୍ଷିତ ରାଟ

  2. Couplet 2

    ହରିଙ୍କି ଦେଖି ଦେବଗଣେପୁଣି ମିଳିଲେ ଘୋରରଣେ

  3. Couplet 3

    ଗୋବିନ୍ଦ-ଅନୁକମ୍ପା ବଳେସମରେ ରହିଲେ ନିଶ୍ଚଳେ

  4. Couplet 4

    ଇନ୍ଦ୍ର ପବନ ଆଦି ବଳେବେଗେ ମିଳିଲେ ଦିଗପାଳେ

  5. Couplet 5

    ନିରତେ ଅସୁରଙ୍କ ଗାତ୍ରେପ୍ରହାର କଲେ ନାନାଶସ୍ତ୍ରେ

  6. Couplet 6

    ଦେବଙ୍କ ଶସ୍ତ୍ରାଘାତେ ଫୁଟିଅସୁର ମଲେ କୋଟି କୋଟି

  7. Couplet 7

    ଅସୁରବଳ ଭଗ୍ନ ଦେଖିଇନ୍ଦ୍ର ଯେ ସମର ଉପେକ୍ଷି

  8. Couplet 8

    ବଳି ସମୀପେ ବେଗେ ମିଳିବଜ୍ର ଉଞ୍ଚାଇ ମହାବଳୀ

  9. Couplet 9

    ବୋଲଇ ଅତି କୋପମନେଅତ୍ୟନ୍ତ କର୍କଶ ବଚନେ

  10. Couplet 10

    ତୁ ଯେ ବୋଲାଉ ମହାବୀରସମ୍ଭାଳ ବଜ୍ରାଘାତ ମୋର

  11. Couplet 11

    ଏମନ୍ତ କହି ବଜ୍ର ଧରିବୁଲାଇ ଅନ୍ତରାଳ କରି

  12. Couplet 12

    ଶୂନ୍ୟେ ବୁଲାନ୍ତେ ଶସ୍ତ୍ରବରଦେଖି ଡରିଲେ ଦେବାସୁର

  13. Couplet 13

    ଅସୁରେ ଦେଖି ହାହାପଦେବଳି ଗର୍ଜଇ ଘୋରନାଦେ

  14. Couplet 14

    ବଳି-ବଦନ ଇନ୍ଦ୍ର ଚାହିଁନିନ୍ଦିତ-ବଚନ ବୋଲାଇ

  15. Couplet 15

    ରେ ମୂଢ଼ ମୋତେ ମାୟା କରିଜିଣିବା ପ୍ରାୟ ମନେ ଧରି

  16. Couplet 16

    ନଟର ପ୍ରାୟେ ଛନ୍ଦ କଲୁନିଜ ସ୍ୱଭାବ ଦେଖାଇଲୁ

  17. Couplet 17

    କୁହୁକେ ଯେହ୍ନେ ନଟଜନମାୟାରେ ମୋହେ ପ୍ରାଣୀମନ

  18. Couplet 18

    ମାୟାର ବଳେ ସ୍ୱର୍ଗ ଜିଣିଇଚ୍ଛା କରନ୍ତି ଯେବା ପ୍ରାଣୀ

  19. Couplet 19

    ତାହାଙ୍କ ଦର୍ପ ଗଞ୍ଜି ବେଗେମୁହିଁ କ୍ଷେପଇ ଅଧୋଭାଗେ

  20. Couplet 20

    ଏବେ ହୋ ମହାସୁର ତୋରଅଙ୍ଗ କୁଳିଶୁଁ ରକ୍ଷାକର

  21. Couplet 21

    ଏ ବଜ୍ରେ ତୋର ଶିର ଛେଦିରଖିବି ଅମରେ ସମ୍ପାଦି

  22. Couplet 22

    ଏବେ ମୋ ବଜ୍ରାଘାତ ସହଜ୍ଞାତିଙ୍କ ତୁଲେ ରୁଣ୍ଡ ହୁଅ

  23. Couplet 23

    ଏମନ୍ତେ ଇନ୍ଦ୍ରର ବଚନେବଳି ବୋଲଇ କୋପମନେ

  24. Couplet 24

    କାଳର ବଳେ ଏ ସଂସାରଯୁଦ୍ଧେ ମିଳନ୍ତି ଯେତେ ବୀର

  25. Couplet 25

    ଜୟ ଅଜୟ କୀର୍ତ୍ତି ଯଶଯେବା ରହଇ ଅବଶେଷ

  26. Couplet 26

    ଯୁଦ୍ଧେ ମାରିଣ ଜୟ ଘୋଷିମରଣେ ସ୍ୱର୍ଗେ ଯେଣୁ ବସି

  27. Couplet 27

    ଏଣୁ ଶୟଳେ ଯେତେ ଜନକାଳଗରାସେ ନିବନ୍ଧନ

  28. Couplet 28

    ପଣ୍ଡିତଜନ ଏହା ଜାଣିଧର୍ମ-ଅଧର୍ମ ପରିମାଣି

  29. Couplet 29

    ଶୋକ-ହରଷ ପଥେ ମନକେବେହେଁ ନକରନ୍ତି ଛନ୍ନ

  30. Couplet 30

    ଆମ୍ଭେ ସକଳ ଏହା ଜାଣିଆଗମ-ନିଗମ ପ୍ରମାଣି

  31. Couplet 31

    ଏଣୁ ଏ ତୋହର ବଚନେମର୍ମ-ତାଡ଼ନ ଅନୁମାନେ

  32. Couplet 32

    ଆମ୍ଭେ ତା କେବେହେଁ ନ ଗଣୁତୁମ୍ଭର ବୀରପଣ ଜାଣୁ

  33. Couplet 33

    ଶୁକ କହନ୍ତି ତୋଷମନଶୁଣ ହେ ପରୀକ୍ଷ ରାଜନ

  34. Couplet 34

    ଏମନ୍ତ ଇନ୍ଦ୍ରଆଗେ କହିବଳି ଧନୁରେ ଗୁଣ ଦେଇ

  35. Couplet 35

    ଆକର୍ଣ୍ଣ ପୂରି ଦଶବାଣବେଗେ ବିନ୍ଧିଲା ଦୈତ୍ୟରାଣ

  36. Couplet 36

    ଇନ୍ଦ୍ର ଉପରେ ବେଗେ ବାଜିତଳେ ପଡ଼ିଲେ ସର୍ବେ ଭାଜି

  37. Couplet 37

    ଗଜ ଶରୀରେ ପୁଷ୍ପମାଳବାଜି ପଡ଼ଇ ଯେହ୍ନେ ତଳ

  38. Couplet 38

    ଇନ୍ଦ୍ର ଅମୋଘ ବ୍ରଜ ଧରିହୁଙ୍କାରେ ବଳିକି ପ୍ରହାରି

  39. Couplet 39

    ହୃଦୟେ ବାଜି ଶସ୍ତ୍ରଗୋଟିତକ୍ଷଣେ ବକ୍ଷସ୍ଥଳ ଫୁଟି

  40. Couplet 40

    ବଳି ପଡ଼ିଲା ମହୀତଳେଶୂନ୍ୟେ ଦେଖନ୍ତି ଦିଗପାଳେ

  41. Couplet 41

    ବଳିକି ଭୂମିଗତ ଚାହିଁଜୟ ମିଳିଲା ବେଗେ ଯାଇ

  42. Couplet 42

    ଦେଖିଣ ସଖାର ମରଣଆବୋରି କଲା ଘୋରରଣ

  43. Couplet 43

    ସିଂହ-ବାହନେ ମହାବଳୀହୁଙ୍କାରନାଦେ ଗଦା ତୋଳି

  44. Couplet 44

    ଇନ୍ଦ୍ର ଉପରେ ପ୍ରହାରିଲାସେ ଗଦା ହସ୍ତୀରେ ବାଜିଲା

  45. Couplet 45

    ଗଦା-ପ୍ରହାରେ ଜ୍ଞାନ ହାରିଗଜ ପଡ଼ିଲା ଇନ୍ଦ୍ର ଧରି

  46. Couplet 46

    ଅଗ୍ରଚରଣ ବେନି ପାଡ଼ିଗର୍ଜଇ ମେଘ ଘଡ଼ଘଡ଼ି

  47. Couplet 47

    ପଡ଼ିଲା ଅଚେତନ ହୋଇଦେଖି ମାତଳି ବେଗେ ଧାଇଁ

  48. Couplet 48

    ରଥେ ସହସ୍ର ଅଶ୍ୱ ଯୋଖିଇନ୍ଦ୍ର ନିକଟେ ଦେଲା ରଖି

  49. Couplet 49

    ବିମାନ ଦେଖି ସୁରପତିତକ୍ଷଣେ ତେଜି ନିଜ ହସ୍ତୀ

  50. Couplet 50

    ବିମାନେ ବସି ବଜ୍ରହସ୍ତେସମରେ ରହିଲା ଆୟତ୍ତେ

  51. Couplet 51

    ଜୟ ମାତଳି-କର୍ମ ଚାହିଁଧନ୍ୟ-ବଚନେ ପ୍ରଶଂସଇ

  52. Couplet 52

    ଜଳନ୍ତା ଶୂଳ ଧରି ବେଗେପିଟିଲା ମାତଳିର ଅଙ୍ଗେ

  53. Couplet 53

    ସେ ଶୂଳ-ପ୍ରହାର ମାତଳିସହେ ସ୍ୱଭାବେ ମହାବଳୀ

  54. Couplet 54

    ଇନ୍ଦ୍ର ଧାଇଁଲା ଦେଖି ବେଗେବଜ୍ର ପ୍ରହାରି ଜୟ ଅଙ୍ଗେ

  55. Couplet 55

    ବେଗେ ନାଶିଲା ତାର ପ୍ରାଣଶୁଣ ପାଣ୍ଡବ ନୃପରାଣ

  56. Couplet 56

    ଜୟ ମରଣ ବଜ୍ରାଘାତେଦେଖି ତାହାର ଜ୍ଞାତି ଯେତେ

  57. Couplet 57

    ନାରଦ ମୁଖୁଁ ବାକ୍ୟ ଶୁଣିଜୟ ଅଜୟ ନ ପ୍ରମାଣି

  58. Couplet 58

    ନମୁଚି ବଳ ପାକ ସଙ୍ଗେଧାଇଁଲା ଶସ୍ତ୍ର ଘେନି ରାଗେ

  59. Couplet 59

    ଇନ୍ଦ୍ର ନିକଟେ ବେଗେ ମିଳିପରୁଷ ବାକ୍ୟେ ଦେଇ ଗାଳି

  60. Couplet 60

    ଶସ୍ତ୍ର ବରଷନ୍ତି ଗହଳେଯେସନେ ଆକାଶମଣ୍ଡଳେ

  61. Couplet 61

    ପବନ ବଳେ ମେଘମାଳପର୍ବତେ ବରଷନ୍ତି ଜଳ

  62. Couplet 62

    ଗର୍ଜନ କରି ବାଣପନ୍ତିରଥ ଉପରେ ବରଷନ୍ତି

  63. Couplet 63

    ବଳ ସହସ୍ରେ ଶର ସନ୍ଧିଅଶ୍ୱଙ୍କ ଉପରକୁ ବିନ୍ଧି

  64. Couplet 64

    ଦଶ ନାରାଚେ ଦେବରାଜଛେଦିଲେ ସହସ୍ର ନାରାଜ

  65. Couplet 65

    ଶରସମୂହ ଭଗ୍ନ ଗଲାତା ଦେଖି ପାକ କୋପ କଲା

  66. Couplet 66

    ଧନୁ ଆକର୍ଷି କର୍ଣ୍ଣମୂଳେବେନି ନାରାଚ କୋପାନଳେ

  67. Couplet 67

    ମାତଳି ଉପରେ ପ୍ରହାରେଅଦ୍ଭୁତ ଘୋରନାଦ କରେ

  68. Couplet 68

    ନମୁଚି କରି ମହାରୋଷବାଣ ବିନ୍ଧିଲା ପଞ୍ଚଦଶ

  69. Couplet 69

    ସୁବର୍ଣ୍ଣପକ୍ଷ ଲୌହମୁଖେଇନ୍ଦ୍ର ତା ଦୂରେ ଥାଇ ଦେଖେ

  70. Couplet 70

    ବିିନ୍ଧି ଗର୍ଜଇ ଘୋରରଣେଜଳଦ ଅମ୍ବରେ ଯେସନେ

  71. Couplet 71

    ଏମନ୍ତେ ଅସୁରଙ୍କ ଶସ୍ତ୍ରେଆଚ୍ଛାଦେ ଦେବରାଜ ରଥେ

  72. Couplet 72

    ବରଷାକାଳ ରବି ଯେହ୍ନେଜୀମୂତ ଆଚ୍ଛାଦେ ଗଗନେ

  73. Couplet 73

    ଅସୁର-ରଣରଙ୍ଗ ଦେଖିଦେବେ ହୋଇଲେ ମହାଦୁଃଖୀ

  74. Couplet 74

    ଅନାଥ ହେଲେ ରିପୁ ଡରେବଣିକେ ଯେହ୍ନେ ସିନ୍ଧୁନୀରେ

  75. Couplet 75

    ଅସୁରବଳ ମଧ୍ୟଗତେଦେବେ ପଡ଼ିଲେ ଅନାୟତ୍ତେ

  76. Couplet 76

    ପିଞ୍ଜରେ ଯେହ୍ନେ ପକ୍ଷୀଗଣେଇନ୍ଦ୍ର ଯେ ଥିଲେ ଘୋରରଣେ

  77. Couplet 77

    ଆବୋରି ଥିଲେ ଯେ ଦାନବଏମନ୍ତ ସମୟେ ବାସବ

  78. Couplet 78

    ବାହାର ହେଲେ ଦିବ୍ୟରଥେରବି ଯେସନେ ନିଶି ଅନ୍ତେ

  79. Couplet 79

    ଅସୁର-ବାଣେ ଦେବେ ଦୁଃଖୀସମ୍ଭ୍ରମେ ଇନ୍ଦ୍ର ତାହା ଦେଖି

  80. Couplet 80

    ବେଗେ ଧାଇଁଲେ ରଣ ମଧ୍ୟେବଜ୍ର ଉଞ୍ଚାଇ ଘୋରନାଦେ

  81. Couplet 81

    ସେ ଅଷ୍ଟଧାର ବଜ୍ରାଘାତେଜୀମୂତେ ଯେହ୍ନେ ଘୋରବାତେ

  82. Couplet 82

    ବଳ ପାକର ଶିରହାଣିଘୋର ଶବଦେ ବଜ୍ରପାଣି

  83. Couplet 83

    ଦେଖି ତାଙ୍କର ବନ୍ଧୁକୁଳବିକଳେ ପାଡ଼ନ୍ତି ଚହଳ

  84. Couplet 84

    ନମୁଚି ତାଙ୍କ ବଧ ଦେଖିଦଣ୍ଡେ ହୋଇଲା ଅଶ୍ରୁମୁଖି

  85. Couplet 85

    ଶୋକସାଗରେ ସେ ବୁଡ଼ିଲାପୁଣି କ୍ଷଣକେ କୋପକଲା

  86. Couplet 86

    ଲୌହ-ନିର୍ମିତ ଶୂଳ କରେଘେନି ଧାଇଁଲା ଧାତିକାରେ

  87. Couplet 87

    ସେ ଶୂଳ ସୁବର୍ଣ୍ଣେ ବିରାଜେଚଳ-ପ୍ରଚଳେ ଘଣ୍ଟି ବାଜେ

  88. Couplet 88

    ସେ ଶୂଳ ଘେନି ଅତି ବେଗେମିଳିଲା ସୁରନାଥ ଆଗେ

  89. Couplet 89

    ଇନ୍ଦ୍ର ଉପରେ ପ୍ରହାରିଲାନିର୍ଭୟେ ସିଂହନାଦ କଲା

  90. Couplet 90

    ଶୂଳ ଆସନ୍ତେ ଶୂନ୍ୟ ପଥେବାସବ ଧନୁ ଧରି ହସ୍ତେ

  91. Couplet 91

    ବାଣେ ଛେଦିଲେ ଶତେ ଖଣ୍ଡେପାଷାଣ ଯେହ୍ନେ ଛତୁପିଣ୍ଡେ

  92. Couplet 92

    ପୁଣି କୁଳିଶେ ପୁରନ୍ଦରପେଷିଲା ନମୁଚି କନ୍ଧର

  93. Couplet 93

    ବ୍ରଜ-ପ୍ରହାର ନ କାଟିଲାକନ୍ଧରୁ ଚର୍ମ ନ ଛିଡ଼ିଲା

  94. Couplet 94

    ତା ଦେଖି ଇନ୍ଦ୍ର ବିଚାରଇଅଦ୍ଭୁତ ଦେଖିଲା ତ ନାହିଁ

  95. Couplet 95

    ବଜ୍ରରୁ ବଞ୍ଚିଲା କେମନ୍ତେଏ ବଡ଼ ସଂଶୟ ମୋ ଚିତ୍ତେ

  96. Couplet 96

    ଏ ଶସ୍ତ୍ର ଅସୁରଙ୍କୁ ରଣେପ୍ରହାର କଲି ଅକାରଣେ

  97. Couplet 97

    ଏମନ୍ତେ ରଣ-ମଧ୍ୟଗତେଶବଦ ଶୁଭେ ଅଦ୍ଭୁତେ

  98. Couplet 98

    ଶୁଣ ହେ ଶକ୍ର ଏକଚିତ୍ତେନ ଭେଦେ ଶୁଷ୍କ ଆର୍ଦ୍ର ଶସ୍ତ୍ରେ

  99. Couplet 99

    ପୂର୍ବେ ଏ କଲା ତପ ଘୋରଏହାକୁ ଦେଇଅଛୁଁ ବର

  100. Couplet 100

    ଅଜେୟ ହୋଇଲା ସ୍ୱଭାବେଅଜୟ ଯୁଦ୍ଧ-ମହାର୍ଣ୍ଣବେ

  101. Couplet 101

    ଶୁଷ୍କ-ଆର୍ଦ୍ରକ ଅସ୍ତ୍ରଶସ୍ତ୍ରେଏଣୁ ନ ଭେଦେ ଏହା ଗାତ୍ରେ

  102. Couplet 102

    ଏବେ ତୁ ଶୁଣ ମଘବାନଏହା ମରଣେ କର ଧ୍ୟାନ

  103. Couplet 103

    ଯେ ତୋତେ ଦିଶେ ଧ୍ୟାନମାର୍ଗେତେଣେ ଜୀବନ ହରେ ବେଗେ

  104. Couplet 104

    ଏମନ୍ତେ ଶୂନ୍ୟବାଣୀ ଶୁଣିବାସବ ଧ୍ୟାନେ ମନେ ଗୁଣି

  105. Couplet 105

    ଧ୍ୟାନେ ଦେଖଇ ଜଳ-ଫେନତା ଦେଖି ବିଚାରଇ ମନ

  106. Couplet 106

    ଏ ଆର୍ଦ୍ର-ଶୁଷ୍କ ଯେ ବୋଲାଇଏଣେ ନାଶିବି ତାର ଦେହୀ

  107. Couplet 107

    ଏମନ୍ତ ମନେ ବିଚାରନ୍ତେଫେନ ମିଳିଲା ଆସି ହସ୍ତେ

  108. Couplet 108

    ନମୁଚି ଅଙ୍ଗେ ପ୍ରହାରିଲାତକ୍ଷଣେ ଶିର ତା ଛିଡ଼ିଲା

  109. Couplet 109

    ସମରେ ନମୁଚି ମରଣେମିଳିଲେ ଋଷି ଦେବଗଣେ

  110. Couplet 110

    ଇନ୍ଦ୍ର ଉପରେ ପୁଷ୍ପବୃଷ୍ଟିକରନ୍ତି ଚିତ୍ତେ ହୋଇ ତୁଷ୍ଟି

  111. Couplet 111

    ଗନ୍ଧର୍ବେ ଅପସରାବୃନ୍ଦେନୃତ୍ୟ କରନ୍ତି ଗୀତନାଦେ

  112. Couplet 112

    ଜୟଦୁନ୍ଦୁଭି ରଣେ ବାଜେଦେବ-ଦାନବ ରଣମାଝେ

  113. Couplet 113

    ଏହି ପ୍ରକାର ଦିଗପାଳେବରୁଣ ପବନ ଅନଳେ

  114. Couplet 114

    ଅସୁରବଳ ସର୍ବ ମାରିପଶୁଙ୍କୁ ଯେସନେ କେଶରୀ

  115. Couplet 115

    ଅସୁରବଳ ଭଗ୍ନ ଶୁଣିନାରଦେ ପେଷି କୁଶପାଣି

  116. Couplet 116

    ଦେବଗଣଙ୍କୁ ବୋଧକଲେଯୁଦ୍ଧ ନ କର ଆଜ୍ଞାଦେଲେ

  117. Couplet 117

    ନାରଦ ସର୍ବ ଦେବଗଣେପ୍ରବୋଧ କଲେ ଜଣେ ଜଣେ

  118. Couplet 118

    ବୋଲନ୍ତି ଦେବଗଣ ଚାହିଁସମର କରୁଛ କିମ୍ପାଇଁ

  119. Couplet 119

    ସିନ୍ଧୁ ମନ୍ଥନେ ପାଇ ପ୍ରାସଅସୁରେ ହୋଇଲେ ନିରାଶ

  120. Couplet 120

    ତୁମ୍ଭେ ଅମୃତ ପାନ କରିଲଭିଲ ସ୍ୱର୍ଗ-ଶୁଭ-ଶିରୀ

  121. Couplet 121

    କହନ୍ତି ଶୁକ ବ୍ରହ୍ମଯତିଶୁଣ ପରୀକ୍ଷ ମହୀପତି

  122. Couplet 122

    ନାରଦ ବାକ୍ୟ ଶୁଣି ଭଲେତ୍ରିଦଶେ ସମର ନ କଲେ

  123. Couplet 123

    ଆନନ୍ଦେ ନୃତ୍ୟ ଗୀତ କରିଦେବେ ଚଳିଲେ ସ୍ୱର୍ଗପୁରୀ

  124. Couplet 124

    ଯୁଦ୍ଧେ ଅସୁର ଯେତେ ଥିଲେନାରଦ ବାକ୍ୟେ ବାହୁଡ଼ିଲେ

  125. Couplet 125

    ବ୍ରହ୍ମାନନ୍ଦନ ବାକ୍ୟ ମାନିବଳିର ମୃତ୍ୟୁପିଣ୍ଡ ଘେନି

  126. Couplet 126

    ସକଳେ ମିଳି ଏକମେଳେପଶ୍ଚିମ-ଅସ୍ତଗିରି ଗଲେ

  127. Couplet 127

    ଯେ ଅବା ଶିର ଉର ଛିଡ଼ିରଣଭୂମିରେ ଥିଲେ ପଡ଼ି

  128. Couplet 128

    ଶୁକ୍ରର ମୃତ୍ୟୁ ସଞ୍ଜୀବନେସକଳେ ଲଭିଲେ ଜୀବନେ

  129. Couplet 129

    ବଳିକି ଶୁକ୍ର ଘେନି କୋଳେଆସନେ ବସାଇ ନିଶ୍ଚଳେ

  130. Couplet 130

    ଶୁକ୍ର-ସ୍ପରଶେ ବଳି ସ୍ମୃତିଲଭିଲା ଇନ୍ଦ୍ରି-ବଳ-ବୃତ୍ତି

  131. Couplet 131

    ଶୁକ୍ରଙ୍କ ମନ୍ତ୍ରେ ତୋଷ ହୋଇବଳି ଉଠିଲା ଜ୍ଞାନ ପାଇ

  132. Couplet 132

    ଯୁଦ୍ଧେ ହାରିବା କୋପାରମ୍ଭେସଂହରି ରହେ ନିଜ ଦମ୍ଭେ

  133. Couplet 133

    ସୁଜନେ ଏଣେ କର ଭାବଏ ଭାବେ ସଂସାରୁ ତରିବ

  134. Couplet 134

    ବୋଲଇ ଦାସ ଜଗନ୍ନାଥଅମୃତ ବିଷ୍ଣୁର ଚରିତ

Odia Bhagabata skandha 8 adhyaya 11 | Parbani by ParibhaAsha App