Skip to content
paribhaasha

Skandha 8

Adhyaya 10

  1. Couplet 1

    କହନ୍ତି ବ୍ୟାସଙ୍କର ସୁତଶୁଣ ସୁମନେ ପରୀକ୍ଷିତ

  2. Couplet 2

    କଠୋରେ ସାଧି ଯାତୁଧାନେବିମୁଖ ହେଲେ ସୁଧାପାନେ

  3. Couplet 3

    କୃଷ୍ଣଭକତି ଯେଣୁ ନାହିଁଅମୃତ ପାଇବେ ସେ କାହିଁ

  4. Couplet 4

    ଦେବଙ୍କୁ ଅମୃତ ପିଆଇଗରୁଡ଼େ ବସି ଭାବଗ୍ରାହୀ

  5. Couplet 5

    ନିଜ ଭୁବନେ ଗଲେ ହରିଶୁଣ ପରୀକ୍ଷ ଦଣ୍ଡଧାରୀ

  6. Couplet 6

    ଏମନ୍ତେ ବିଷ୍ଣୁର ମୋହନେନିରାଶ ହୋଇ ସୁଧାପାନେ

  7. Couplet 7

    ସର୍ବ ଦାନବ ଏକମତେଜଣାଇ ବଳିର ଅଗ୍ରତେ

  8. Couplet 8

    ବଳି ସଙ୍ଗତେ ବିଚାରିଲେଯୁଦ୍ଧର ଉଦ୍ୟମ ସେ କଲେ

  9. Couplet 9

    ଶତ୍ରୁଙ୍କ କାର୍ଯ୍ୟ ସିଦ୍ଧି ଦେଖିଭାଳି ସକଳେ ମନଦୁଃଖୀ

  10. Couplet 10

    ଦୈତ୍ୟ-ଦାନବ ଯୂଥେ ଯୂଥେବିଚାର କଲେ ଏକମତେ

  11. Couplet 11

    ଦେବଙ୍କୁ ବାହୁବଳେ ମାରିସର୍ବସମ୍ପଦ ଯେବେ ହରି

  12. Couplet 12

    ତେବେ ସେ ଜୀବନ ଆମ୍ଭରସଂଗ୍ରାମେ ହୋଇବ ସୁଫଳ

  13. Couplet 13

    ଏମନ୍ତେ ମନରେ ବିଚାରିଧାଇଁଲେ କରେ ଶସ୍ତ୍ର ଧରି

  14. Couplet 14

    ଅମୃତପାନେ ଦେବଗଣଇଚ୍ଛନ୍ତି ଦୈତ୍ୟସଙ୍ଗେ ରଣ

  15. Couplet 15

    ସ୍ୱଭାବେ ହରି-ପରାୟଣସୁଧା ସେ କରିଛନ୍ତି ପାନ

  16. Couplet 16

    ଏମନ୍ତ ଦେବାସୁର ରଣସୁଘୋର ସୁଭୀମ ଦାରୁଣ

  17. Couplet 17

    ଶର ବରଷି ନିରନ୍ତରେସମର କଲେ ଦେବାସୁରେ

  18. Couplet 18

    ଶବଦ କରି ବାହୁନାଦେଯୁଝନ୍ତି ବିବିଧ-ଆୟୁଧେ

  19. Couplet 19

    ବଜାନ୍ତି ରଣଶଙ୍ଖ ଭେରୀପଟହ ମଙ୍ଗଳ ମହୁରୀ

  20. Couplet 20

    ସକଳ ମଙ୍ଗଳ ସୁବାଦ୍ୟେଗଜ ତୁରଙ୍ଗ ଘୋରନାଦେ

  21. Couplet 21

    ଶୁଭିଲା ଶବଦ ତୁମୁଳେପ୍ରଳୟସିନ୍ଧୁ କି ଉଛୁଳେ

  22. Couplet 22

    ଯୁଦ୍ଧ କରନ୍ତି ଏକେଏକେଦନୁଜଗଣେ ବୃନ୍ଦାରକେ

  23. Couplet 23

    ଅଶ୍ୱକୁ ଅଶ୍ୱ ସଜକଲେହସ୍ତୀକି ହସ୍ତୀ ଘେନି ତୁଲେ

  24. Couplet 24

    ନାନା ବାହନେ ବିଜେକରିରଣେ ଧାଇଁଲେ ଶସ୍ତ୍ର ଧରି

  25. Couplet 25

    ଓଟର ପୃଷ୍ଠେ କେ ବସନ୍ତିକେ ଉଚ୍ଚ ଅଶ୍ୱେ ଆରୋହନ୍ତି

  26. Couplet 26

    ଗର୍ଦ୍ଦଭେ ବସି ଅବା ଖରେକେ ମୃଗ ବାନର ସ୍କନ୍ଧରେ

  27. Couplet 27

    କେ ବ୍ୟାଘ୍ର କେ ସିଂହ ଆରୋହେକେ ଗୃଧ୍ର କଙ୍କ ବକେ ଧାଏଁ

  28. Couplet 28

    ଶ୍ୱେନ ଭାସ ବା ତିମିିଙ୍ଗିଳେଶରଭେ ମହିଷେ କେ ଚଳେ

  29. Couplet 29

    କେ ଶିବା କେହୁ କୃକଲାଶେଶଶକେ କେ ଅବା ମାନୁଷ୍ୟେ

  30. Couplet 30

    ଅମୂଲ୍ୟ-ରତ୍ନ ଦଣ୍ଡଛତ୍ରନୀଳ ଲୋହିତ ଶ୍ୱେତ ପୀତ

  31. Couplet 31

    ବ୍ୟଜନ-ବରହୀ ଚାମରେରଙ୍ଗଭୂଷଣ ପାଗ ଶିରେ

  32. Couplet 32

    ବିବିଧ ସଂଗ୍ରାମ-ଭୂଷଣେଶୋଭନ୍ତି ଦେବାସୁର-ଗଣେ

  33. Couplet 33

    ବିବିଧ-ତୀକ୍ଷ୍ଣ-ଶସ୍ତ୍ର ଭୁଜେବିରାଜେ ରବି ରଶ୍ମି ତେଜେ

  34. Couplet 34

    ଏମନ୍ତେ ଦେବାସୁରେ ବଳେସ୍ୱଭାବେ ବଳିଷ୍ଠ ସକଳେ

  35. Couplet 35

    ଅତି କୁପିତ ଦେବାସୁରକି ଅବା ଦେବା ପଟାନ୍ତର

  36. Couplet 36

    ଶୋଭନ୍ତି ମହାବୀରେ ରଣେଯେସନେ ଜଳଧି ମନ୍ଥନେ

  37. Couplet 37

    ଅସୁର ବଳେ ଝଟକନ୍ତିଯେ ବଳେ ବଳି ସେନାପତି

  38. Couplet 38

    ଶୁଣ ରାଜନ କହୁଁ ତୋତେବଳି ମହିମା ଅପ୍ରମିତେ

  39. Couplet 39

    ମୟ-ନିର୍ମିତ ଘୋରଯାନସ୍ୱଭାବେ ବୈହାୟସ ନାମ

  40. Couplet 40

    ସମର ଅର୍ଥେ ସଜ ଯେତେସର୍ବ ପୂରିତ ମୟ ରଥେ

  41. Couplet 41

    ମନବଚନେ ଅଗୋଚରଦୃଶ୍ୟ ଅଦୃଶ୍ୟ ଭୟଙ୍କର

  42. Couplet 42

    ଏମନ୍ତ ରଥେ ବଳି ବସେବୀରେ ବେଷ୍ଟିତ ଚଉପାଶେ

  43. Couplet 43

    ବାମ-ଦକ୍ଷିଣେ ମହାବୀରେଛତ୍ର ଚାମର ଧରି କରେ

  44. Couplet 44

    ମଧ୍ୟେ ବିରାଜେ ବଳିପ୍ରଭାକିବା ଉପମା ତାକୁ ଦେବା

  45. Couplet 45

    ନକ୍ଷତ୍ରଗଣେ ପୂର୍ଣ୍ଣ ଶଶୀଅସୁର ମଧ୍ୟେ ତେହ୍ନେ ଦିଶି

  46. Couplet 46

    ବଳି ସମୀପେ ପନ୍ତି ପନ୍ତିମିଳିଲେ ସର୍ବ ଯୂଥପତି

  47. Couplet 47

    ଦେବ ଅସୁରେ ଘୋରରଣେବଳେ ଆବୋରି ଜଣେ ଜଣେ

  48. Couplet 48

    କରନ୍ତି ଅଦ୍ଭୁତ ସଂଗ୍ରାମଶୁଣ ହୋ ଅସୁରଙ୍କ ନାମ

  49. Couplet 49

    ନମୁଚି ଶମ୍ବର ଯେ ବାଣବିପ୍ରଚିତ୍ତି ଲୋହବଦନ

  50. Couplet 50

    ଦ୍ୱିମୂର୍ଦ୍ଧା କାଳନାଭ ହେତିଇଲ୍ୱଳ ଆଦି ସପ୍ରହେତି

  51. Couplet 51

    ଶକୁନି ଭୂତ ସନ୍ତାପନବଜ୍ରଦଶନ ବିରୋଚନ

  52. Couplet 52

    ହୟଗ୍ରୀବ ଯେ ଶଙ୍କୁଶିରାକପିଳ ନାମେ ମହାବୀରା

  53. Couplet 53

    ଜୀମୂତ ଦୁନ୍ଦୁଭି ଅଦ୍ଭୁତତାରକା ପୁଣି ଚକ୍ରଜିତ

  54. Couplet 54

    ଉତ୍କଳ ଶୁମ୍ଭ ଯେ ନିଶୁମ୍ଭଅରିଷ୍ଟନେମି ପୁଣି ଜମ୍ଭ

  55. Couplet 55

    ତ୍ରିପୁରାଧିପ ଯେଉଁ ମୟପୌଲମ ଅରିଷ୍ଟ କାଳେୟ

  56. Couplet 56

    ନିବାତକବଚ ସହିତେଅପରେ ଦୈତ୍ୟବୀର ଯେତେ

  57. Couplet 57

    ନ ପାଇ ଅମୃତର ଭାଗମନେ ବହିଲେ ମହାରାଗ

  58. Couplet 58

    ଦେବଙ୍କୁ ଯୁଦ୍ଧ କରି ବଳେଅସୁରେ ବେଢ଼ିଲେ ଗହଳେ

  59. Couplet 59

    କରନ୍ତି ସର୍ବେ ଶଙ୍ଖନାଦଦୁନ୍ଦୁଭି ତୁଲେ ବହୁବାଦ୍ୟ

  60. Couplet 60

    ଏମନ୍ତେ ବଳି-ବଳ ଚାହିଁସକଳ ଦେବେ କ୍ରୋଧ ବହି

  61. Couplet 61

    ସାଜିଲେ ସୁରପତି ସଙ୍ଗେଅଶେଷ ଘୋର ରଣରଙ୍ଗେ

  62. Couplet 62

    ଅଇରାବତ ସ୍କନ୍ଧେ ବସିପୂର୍ଣ୍ଣିମା ରାତ୍ରେ ଯେହ୍ନେ ଶଶୀ

  63. Couplet 63

    ସେ ଯୂଥପତିଙ୍କି ଆବୋରିଆନନ୍ଦେ ବାଦ୍ୟନାଦ କରି

  64. Couplet 64

    ନିଜ ବାହନେ ଶସ୍ତ୍ର ତୁଲେଅଶେଷ ଦେବେ ବିଜେ କଲେ

  65. Couplet 65

    ରଣସଙ୍କୁଳ ମହାଗୋଳେସମୁଦ୍ରତୀରେ ବେନି ବଳେ

  66. Couplet 66

    ଶବଦ ଶୁଭଇ ତୁମୁଳେମିଳିଲେ ସର୍ବ ଦିଗପାଳେ

  67. Couplet 67

    ଶସ୍ତ୍ର ଉଞ୍ଚାଇ କୋପମନେନାମ ଡାକନ୍ତି ଅନ୍ୟ ଅନ୍ୟେ

  68. Couplet 68

    ନିକଟେ ମିଳି ଘୋରନାଦେଯୁଦ୍ଧ କରନ୍ତି ମାଲବନ୍ଧେ

  69. Couplet 69

    ଇନ୍ଦ୍ରର ତୁଲେ ବଳି ଯୁଝେଦାରୁଣ ଦେବାସୁର ମାଝେ

  70. Couplet 70

    ସ୍କନ୍ଧ ତାରକ ଅବହେଳେଯୁଦ୍ଧ କରନ୍ତି ବାହୁବଳେ

  71. Couplet 71

    ବରୁଣ ହେତି ବେନିବୀରେପ୍ରହେତି ମିତ୍ରେ ଯୁଦ୍ଧ କରେ

  72. Couplet 72

    ଯମର ତୁଲେ କାଳନାଭବିଶ୍ୱକର୍ମା ମୟ ଦାନବ

  73. Couplet 73

    ଶମ୍ବର ତ୍ୱଷ୍ଟା ତୁଲେ ରଣସବିତା ତୁଲେ ବିରୋଚନ

  74. Couplet 74

    ନମୁଚି ଯେ ଅପରାଜିତେଅଶ୍ୱିନୀ ବୃଷପର୍ବା ସାଥେ

  75. Couplet 75

    ସୂର୍ଯ୍ୟର ତୁଲେ ବାଣାସୁରରାହୁର ତୁଲେ ନିଶାକର

  76. Couplet 76

    ପୁଲୋମା ସଙ୍ଗତେ ସମୀରଅନଳେ କାଳକେତୁ ବୀର

  77. Couplet 77

    ଶୁମ୍ଭ ନିଶୁମ୍ଭେ ଭଦ୍ରକାଳୀଜମ୍ଭରେ ବୃଷାକପି ମିଳି

  78. Couplet 78

    ମହିଷେ ବିଭାବସୁ ଯୁଝେଗହଳେ ଦେବାସୁର ମାଝେ

  79. Couplet 79

    ଇଲ୍ୱଳ ବାତାପି ସହିତେରଣେ ପଶିଲେ ବ୍ରହ୍ମାପୁତ୍ରେ

  80. Couplet 80

    ସନକ ତୁଲେ ଅରିନ୍ଦମନିର୍ଭୟେ କରନ୍ତି ସଂଗ୍ରାମ

  81. Couplet 81

    ଦୁର୍ମର୍ଷ ତୁଲେ ରତିପତିଉତ୍କଳେ ମାତୃକା ଯୁଝନ୍ତି

  82. Couplet 82

    ଗୁରୁ ଭାର୍ଗବେ ଯୁଦ୍ଧ ଘୋରନାରକା ତୁଲେ ଶନୈଶ୍ଚର

  83. Couplet 83

    ନିବାତକବଚ ମରୁତେକାଳେୟ ବସୁଙ୍କ ସଙ୍ଗତେ

  84. Couplet 84

    ପୌଲୋମା ବିଶ୍ୱଦେବା ସଙ୍ଗେଯୁଦ୍ଧ କରନ୍ତି ରଣରଙ୍ଗେ

  85. Couplet 85

    ଦେବେ ଅସୁରଗଣ ସଙ୍ଗେନିର୍ଘାତେ ଯୁଦ୍ଧ ରଣରଙ୍ଗେ

  86. Couplet 86

    ରୁଦ୍ରଙ୍କ କ୍ରୋଧବଶ ଗଣଆବୋରି କଲେ ଘୋରରଣ

  87. Couplet 87

    ଏମନ୍ତେ ମହାରଣ ମଧ୍ୟେଦେବ ଦାନବ ବାହୁଯୁଦ୍ଧେ

  88. Couplet 88

    ସମସ୍ତେ ମାଲଯୁଦ୍ଧ ସାରିଧାଇଁଲେ କରେ ଶସ୍ତ୍ର ଧରି

  89. Couplet 89

    ଖଡ଼୍‌ଗ ତୋମର ଶର ବୃଷ୍ଟିଭୁଶୁଣ୍ଡି ଚକ୍ର ଗଦା ରିଷ୍ଟି

  90. Couplet 90

    ପଟ୍ଟିଶ ଶକ୍ତି ଉଲ୍ଲୁକରେପ୍ରାସ ପରଶୁ କେ କୁଠାରେ

  91. Couplet 91

    ନିସ୍ତି୍ରଂଶ ଭଲ୍ଲ ଯେ ମୁଦ୍‌ଗରପରିଘ ପୁଣି ଭିନ୍ଦିପାଳ

  92. Couplet 92

    ଏମନ୍ତେ ନାନାଶସ୍ତ୍ର ଭେଦିଅସୁରଙ୍କର ଶିର ଛେଦି

  93. Couplet 93

    ଗଜ ତୁରଙ୍ଗ ରଥ ରଥୀଯୁଦ୍ଧେ ପଡ଼ିଲେ ପନ୍ତିପନ୍ତି

  94. Couplet 94

    ଶସ୍ତ୍ରେ ଖଣ୍ଡିତ କଳେବରନିରତେ ଗଳଇ ରୁଧିର

  95. Couplet 95

    ବାହୁ ହୃଦୟ ଶିର ଛିଡ଼ିପଡ଼ିଲେ ଦଶନ କାମୋଡ଼ି

  96. Couplet 96

    ନାନା-ଆଭରଣ-ଆୟୁଧେଭୁଜ ସହିତେ ନାନା ଛନ୍ଦେ

  97. Couplet 97

    ଗଜ ତୁରଙ୍ଗ ମୃତ୍ୟୁପିଣ୍ଡେଆଚ୍ଛାଦି ରହେ ଭୂମିଖଣ୍ଡେ

  98. Couplet 98

    କବନ୍ଧ ଉଠି ରଣମଧ୍ୟେନୃତ୍ୟ କରନ୍ତି ବାଦ୍ୟନାଦେ

  99. Couplet 99

    ତୀକ୍ଷ୍‌ଣ-ଖଡ଼ଗ କରେ ଧରିଧାମନ୍ତେ କମ୍ପେ ବସୁନ୍ଧରୀ

  100. Couplet 100

    ବଳି ଯେ ଇନ୍ଦ୍ର ସଙ୍ଗେ ଥିଲାଅନେକ ବାହୁଯୁଦ୍ଧ କଲା

  101. Couplet 101

    ଜିଣି ନ ପାରି ବାହୁଯୁଦ୍ଧେବସିଲା ମାୟାଯାନ ମଧ୍ୟେ

  102. Couplet 102

    ଧନୁକେ ଦଶଶର ଧରିଇନ୍ଦ୍ରେ ବିନ୍ଧିଲା କ୍ରୋଧଭରି

  103. Couplet 103

    ତିନି ନାରାଚ ଐରାବତେବିନ୍ଧିଲା ଆତ୍ମାର-ଆୟତ୍ତେ

  104. Couplet 104

    ଚାରି ଅଶ୍ୱଙ୍କୁ ଚାରିବାଣବେଗେ ବିନ୍ଧିଲା ଦୈତ୍ୟରାଣ

  105. Couplet 105

    ମାତଳି ସାରଥି ଇନ୍ଦ୍ରରଥିଲା ଯେ ରଥର ଉପର

  106. Couplet 106

    ଯହୁଁ ବିିନ୍ଧିଲା ବୀର ଡାକିଇନ୍ଦ୍ର ଧାଇଁଲେ ତାହା ଦେଖି

  107. Couplet 107

    ବଳିର ଯେତେକ ନାରାଚବେଗେ ଛେଦିଲେ ଦେବରାଜ

  108. Couplet 108

    ବଳିକି ଚାହିଁ ମନ୍ଦହାସେବେଗେ ମିଳିଲେ ତାର ପାଶେ

  109. Couplet 109

    ଇନ୍ଦ୍ର ଅଦ୍ଭୁତ-କର୍ମ ଚାହିଁବଳି ଅତ୍ୟନ୍ତ କ୍ରୋଧ ବହି

  110. Couplet 110

    ପୁଣି ଶକ୍ତିଏ ଧରି କରେପେଷିଲା ବାସବ ଉପରେ

  111. Couplet 111

    ଉଲ୍‌କା ଯେସନେ ଶୂନ୍ୟମାର୍ଗେପଡ଼ି ବିରାଜେ ଦଶଦିଗେ

  112. Couplet 112

    ଯେ ଶକ୍ତି ବଳି ପେଷିଥିଲାଇନ୍ଦ୍ର ତା ଈଷିତେ ଛେଦିଲା

  113. Couplet 113

    ଏମନ୍ତେ ଶୂଳ କୁନ୍ତ ଋଷ୍ଟିବଳି ହସ୍ତରୁ ଇନ୍ଦ୍ର କାଟି

  114. Couplet 114

    ହରଷେ କରେ ଶଙ୍ଖନାଦକ୍ଷୀଣ-ଶସ୍ତ୍ରେ ବଳି ସ୍ତବଧ

  115. Couplet 115

    ନ ପାରି ମାୟା ପ୍ରକାଶିଲାତକ୍ଷଣେ ଅନ୍ତର୍ଦ୍ଧାନେ ଗଲା

  116. Couplet 116

    ମାୟାରେ ଶିଳାବୃଷ୍ଟି ଘନେମେଘ ଆଚ୍ଛାଦିଲା ଗଗନେ

  117. Couplet 117

    ଦେବଙ୍କ ଉପରେ ବରଷେବିଜୁଳି ଯେହ୍ନେ ମେଘୁଁ ଖସେ

  118. Couplet 118

    ପୁଣି କ୍ଷଣକେ ବହୁବୃଷ୍ଟିଶୁଷ୍କ-ଇନ୍ଧନ କୋଟି କୋଟି

  119. Couplet 119

    ଦାବାଗ୍ନି ଦେବଙ୍କ ଉପରେପଡ଼ନ୍ତି ମଣ୍ଡଳ ସମୀରେ

  120. Couplet 120

    ଶିଳା ବରଷେ ନିରନ୍ତରେଗହଳେ ଦେବଙ୍କ ଉପରେ

  121. Couplet 121

    ପଡ଼ନ୍ତି ମହୋରଗଗଣବୃଶ୍ଚିକ ବୃଷ୍ଟି ଅନୁକ୍ଷଣ

  122. Couplet 122

    ବରାହ ସିଂହ ବ୍ୟାଘ୍ର ହସ୍ତୀସମ୍ମୁଖେ ଗର୍ଜନ କରନ୍ତି

  123. Couplet 123

    ଶତ ସହସ୍ର ଯାତୁଧାନୀଅନେକ ଶାକିନୀ ଡାକିନୀ

  124. Couplet 124

    ବିବସ୍ତ୍ରହୋଇ ଶୂଳ କରେପିଟନ୍ତି ଦେବଙ୍କ ଉପରେ

  125. Couplet 125

    ରାକ୍ଷସେ ଛେଦ-ଭେଦ ନାଦେସମରେ ମିଳିଲେ ଆନନ୍ଦେ

  126. Couplet 126

    ପ୍ରଳୟକାଳେ ମେଘମାଳେଯେସନେ ଗଗନ ମଣ୍ଡଳେ

  127. Couplet 127

    ଗଭୀର ଘୋରନାଦ କରିସଘନେ ବରଷନ୍ତି ବାରି

  128. Couplet 128

    ପୁଣି କ୍ଷଣକେ ଅଗ୍ନି ବୃଷ୍ଟିନାରାଚ ପେଷେ କୋଟିକୋଟି

  129. Couplet 129

    ପ୍ରଳୟ ପ୍ରାୟେ ଅତିବେଗେଅଗ୍ନି ବେଢ଼ିଲା ଚାରିଦିଗେ

  130. Couplet 130

    ସମୁଦ୍ରେ ପ୍ରଳୟ ଲହରୀଉଠିଲା ଘୋରନାଦ କରି

  131. Couplet 131

    ପ୍ରଚଣ୍ଡ ବାତେ ଉର୍ମିଗଣଉଠନ୍ତେ ଦିଶଇ ଭୀଷଣ

  132. Couplet 132

    ଏମନ୍ତେ ଅସୁରଙ୍କ ମାୟାଦୃଶ୍ୟ-ଅଦୃଶ୍ୟ ନାନାକାୟା

  133. Couplet 133

    ନାନାପ୍ରକାର ମାୟାବଳେଯୁଝିଲେ ଦେବଙ୍କର ତୁଲେ

  134. Couplet 134

    ଅସୁର ମାୟାବଳ ଦେଖିତ୍ରିଦଶେ ସମର ଉପେକ୍ଷି

  135. Couplet 135

    ବିକଳେ ଭ୍ରମନ୍ତି ଗଗନେଅସୁର ମାୟାବଳେ ଛନ୍ନେ

  136. Couplet 136

    ରହି ନ ପାରି ସ୍ୱର୍ଗପଥେବିଷ୍ଣୁଙ୍କୁ ଧ୍ୟାନ କଲେ ଚିତ୍ତେ

  137. Couplet 137

    ଦେବଙ୍କ ଭୟ ଦେଖି ହରିଗରୁଡ଼-ପୃଷ୍ଠେ ବିଜେ କରି

  138. Couplet 138

    ପୀତବସନ ପରିଧାନସୁରଙ୍ଗ-କମଳଲୋଚନ

  139. Couplet 139

    ଯୁଦ୍ଧେ ଅଇଲେ ଅଷ୍ଟଭୁଜେକର୍ଣ୍ଣେ କୁଣ୍ଡଳ ରତ୍ନସାଜେ

  140. Couplet 140

    ଶ୍ରୀବତ୍ସ-କଉସ୍ତୁଭମଣିଅମୂଲ୍ୟ ରତ୍ନେ ସୁଖଞ୍ଜଣି

  141. Couplet 141

    ଦିବ୍ୟମୌକ୍ତିକ ହାର ସଙ୍ଗେବିବିଧ ରତ୍ନମାଳା ଅଙ୍ଗେ

  142. Couplet 142

    ଶସ୍ତ୍ରେ ଶୋଭିତ ଦିଶେ କରଶଙ୍ଖାବ୍ଚ-ଗଦା ଚକ୍ରଧର

  143. Couplet 143

    ଏମନ୍ତ ରୂପେ ଦଇତ୍ୟାରିଦେବଙ୍କ ମଧ୍ୟେ ବିଜେକରି

  144. Couplet 144

    ଦେବଙ୍କୁ ମାୟା ଘୋଟିଥିଲାବିଷ୍ଣୁ-ଦର୍ଶନେ ନାଶ ଗଲା

  145. Couplet 145

    ତ୍ରିଦଶେ ଦେଖନ୍ତି ଆକାଶେତମ ଯେସନେ ରବିତ୍ରାସେ

  146. Couplet 146

    ଜାଗ୍ରତେ ସ୍ୱପ୍ନ ଯେହ୍ନେ ମିଛଏ ଭାବେ ଦେଖିଲେ ପ୍ରତ୍ୟକ୍ଷ

  147. Couplet 147

    ଅସୁର ମାୟା ନାଶ ଗଲାଦେବଙ୍କ ଆନନ୍ଦ ବଢ଼ିଲା

  148. Couplet 148

    ହରି-ସ୍ମରଣେ ବନ୍ଧ-ମୋକ୍ଷଏ ଭାବେ ବୁଝିଲେ ପ୍ରତ୍ୟକ୍ଷ

  149. Couplet 149

    ଦେବଙ୍କ ମଧ୍ୟେ କାଳନେମିଲୁଚି ଯେ ଥିଲା ମାୟାଘେନି

  150. Couplet 150

    ଶୂଳ ବୁଲାଇ ଅନ୍ତରୀକ୍ଷେମିଳିଲା ଗୋବିନ୍ଦ ସମକ୍ଷେ

  151. Couplet 151

    ପିଟନ୍ତେ ଗରୁଡ଼ ଉପରେହରି ଧଇଲେ ବାମକରେ

  152. Couplet 152

    ସେ ଶୂଳ କାଳନେମି ମୁଣ୍ଡେହରି ପ୍ରହାରିଲେ ପ୍ରଚଣ୍ଡେ

  153. Couplet 153

    ବାଜି ସହିତେ ମହାସୁରତକ୍ଷଣେ ହେଲା ଶତେ ଚୂର

  154. Couplet 154

    ମାଳୀ ସୁମାଳୀ ବେନିବୀରେଦେଖି ମିଳିଲେ ଅତିଖରେ

  155. Couplet 155

    ତ୍ରିଶୂଳ ଗୋବିନ୍ଦ ଉପରେପ୍ରହାର କଲେ ମହାଘୋରେ

  156. Couplet 156

    ତାହାଙ୍କ ତେଜ ଦେଖି ହରିସୁଦରଶନ କରେ ଧରି

  157. Couplet 157

    ସେ ବେନିବୀର ମୁଣ୍ଡ ହାଣିଶଙ୍ଖ ଶବଦେ ଚକ୍ରପାଣି

  158. Couplet 158

    ମିଳିଲେ ଦେବାସୁର ମଧ୍ୟେତ୍ରିଦଶେ ଦେଖନ୍ତି ଆନନ୍ଦେ

  159. Couplet 159

    ସେ ହରି ଚରଣକମଳେସୁଜନେ ଚିନ୍ତ ଧ୍ୟାନବଳେ

  160. Couplet 160

    ଅଷ୍ଟମ ସ୍କନ୍ଧେ ଭାଗବତଅଦ୍ଭୁତ ଗୋବିନ୍ଦ ଚରିତ

  161. Couplet 161

    ଭାଷା-ପ୍ରବନ୍ଧେ ହରିଗୀତକହଇ ବିପ୍ର ଜଗନ୍ନାଥ