Skandha 8
Adhyaya 9
Couplet 1
ଅସୁରେ ବସି ଏକମେଳେସୁଧା-ସମ୍ପୂର୍ଣ୍ଣ କୁମ୍ଭ କରେ
Couplet 2
ବିବିଧ-ପାନପାତ୍ର ଆଣିଏକ ଆରକେ ବାକ୍ୟ ଭଣି
Couplet 3
ସୁହୃଦପଣ ଦୂର କଲେଦୁଷ୍ଟ-ଆଚାର ଆଚରିଲେ
Couplet 4
ଏମନ୍ତେ ଶୁଣ ପରୀକ୍ଷିତମୋହିନୀ ରୂପେ ଜଗନ୍ନାଥ
Couplet 5
ମିଳିଲେ ଅସୁରଙ୍କ ପାଶେଅମୃତ-ହରଣ ବିଶ୍ୱାସେ
Couplet 6
ବିଷ୍ଣୁମୋହିନୀ ରୂପ ଦେଖିନିଶ୍ଚଳ କଲେ ସର୍ବେ ଆଖି
Couplet 7
ଚକିତେ ଅନ୍ୟଅନ୍ୟେ ଚାହିଁବୋଲନ୍ତି ବିଷ୍ଣୁରୂପେ ମୋହି
Couplet 8
ଦେଖ ଏ ରୂପ-କାନ୍ତି-ଧାମନବଯୁବତୀ ଅନୁପମ
Couplet 9
କାହୁଁ ଅଇଲା କିବା ଅର୍ଥେପାଦେ ଚାଲଇ ଦୃଷ୍ଟି ପଥେ
Couplet 10
ଏମନ୍ତ କହି କନ୍ୟା ଆଗେପଥେ ମିଳିଲେ ଯାଇ ବେଗେ
Couplet 11
ନିଶ୍ଚଳେ ନ ପାରନ୍ତି ଚାହିଁବୋଲନ୍ତି କନ୍ୟା ପାଶେ ରହି
Couplet 12
ହେ ପଦ୍ମଲୋଚନି ସୁନ୍ଦରିଯୁବାଜନଙ୍କ ମନୋହାରୀ
Couplet 13
କି ତୋର ନାମ କିବା ଅର୍ଥେକେଣେ ଅଇଲୁ କହ ଏଥେ
Couplet 14
କାହାର ପତ୍ନୀ ତୁ ବୋଲାଉଜ୍ଞାନ ହରିଲୁ ଚାହୁଁ ଚାହୁଁ
Couplet 15
ଆମ୍ଭେ ଯେତେକ ଦେବାସୁରେସିଦ୍ଧ ଗନ୍ଧର୍ବ ଯେ କିନ୍ନରେ
Couplet 16
ମୁନି ଚାରଣ ବିଦ୍ୟାଧରଯେ ଅନ୍ୟ ସିଦ୍ଧ ଯୋଗେଶ୍ୱର
Couplet 17
ଅଦୃଷ୍ଟପୂର୍ବ ରୂପ ତୁହିତୋତେ ତ କେହି ନ ଜାଣଇ
Couplet 18
ନିଶ୍ଚେ ଜାଣିଲୁ ତୋ ବାରତାତୋତେ ବା ସର୍ଜିଲା ବିଧାତା
Couplet 19
ପ୍ରାଣୀଙ୍କ ଇନ୍ଦ୍ରିୟ ହରଣେମୋହନ-ଅଜ୍ଞାନ-କାରଣେ
Couplet 20
ତୋ ରୂପ ଅତି ମନୋହରତୁ ଏବେ ଆମ୍ଭ ବୋଲ କର
Couplet 21
ଆମ୍ଭେ ଯେ ଦେବତା ଦାନବେଅମୃତପାନ ସମଭାବେ
Couplet 22
ଏ ବସ୍ତୁ ବେନିଭାଗ କରିଦିଅ ଗୋ ପରମା ସୁନ୍ଦରୀ
Couplet 23
କଶ୍ୟପପୁତ୍ର ଆମ୍ଭେ ଦୁଇକେବେ ଆମ୍ଭର ନ ପଡ଼ଇ
Couplet 24
ତୁ ଏ ଅମୃତ ଆମ୍ଭ ପାତ୍ରେଦ୍ୱିଭାଗ କରି ଯଥାଅର୍ଥେ
Couplet 25
ପରଷି ଦିଅ ଶୁଦ୍ଧଚିତ୍ତେସମାନ ଭାବେ ଆମ୍ଭ ପାତ୍ରେ
Couplet 26
କେବେହେଁ ନକରିବୁ ଭେଦଯେମନ୍ତେ ଉଭୟ ଆନନ୍ଦ
Couplet 27
ଅସୁରଙ୍କର ବୋଲ ଶୁଣିମାୟା-ମୋହିନୀ-ଚକ୍ରପାଣି
Couplet 28
ମୋହନ-ମନ୍ଦହାସ ମୁଖେଅପାଙ୍ଗ କଟାକ୍ଷ ସୁରେଖେ
Couplet 29
ଅମୃତ ସମାନ ବଚନକହନ୍ତି ଜଗତ-ମୋହନ
Couplet 30
ତୁମ୍ଭେ ଯେ କଶ୍ୟପ-ନନ୍ଦନଶୁଣ ହୋ ମୋହର ବଚନ
Couplet 31
ସ୍ୱଭାବେ ସ୍ୱାମୀ ମୋର ନାହିଁକୁଳଟା-ବାଦ ମୋର ତହିଁ
Couplet 32
ଅସତୀ-ନାରୀଙ୍କ ସ୍ୱଭାବଶ୍ୱାନର ପ୍ରାୟେକ ଜାଣିବ
Couplet 33
ନିତ୍ୟେ ଲୋଡ଼ଇ ନୂଆଭାବକେ ଅବା ବିଶ୍ୱାସ କରିବ
Couplet 34
କହିଲି ତୁମ୍ଭ ଆଗେ ସତଏମନ୍ତ ପଣ୍ଡିତଙ୍କ ମତ
Couplet 35
କନ୍ୟାର ଚତୁର-ବଚନଶୁଣି ଅସୁରେ ତୋଷମନ
Couplet 36
ଭାବ-ସୁଗଭୀର-ବଚନମନୁଷ୍ୟେ ଯେହ୍ନେ ସୁଧାପାନ
Couplet 37
ଅମୃତଭାଣ୍ଡ ଆଣି ବେଗେସମର୍ପି ଦେଲେ କନ୍ୟା ଆଗେ
Couplet 38
ହସି ବୋଇଲେ ତୋଷଚିତ୍ତେଶୁଣ ରାଜନ ପରୀକ୍ଷିତେ
Couplet 39
ଅସୁରଙ୍କର ବୋଲ ଶୁଣିଆନନ୍ଦେ ପ୍ରଭୁ ଚକ୍ରପାଣି
Couplet 40
ଅମୃତଭାଣ୍ଡ କାଖେ ଧରିଅଳପ ହାସମୁଖ କରି
Couplet 41
ବୋଲନ୍ତି ପ୍ରଭୁ ଭାବଗ୍ରାହୀସଭୟେ ଅସୁରଙ୍କୁ ଚାହିଁ
Couplet 42
ସାଧୁ ଅସାଧୁ ନଜାଣଇତୁମ୍ଭେ ସମାନ ବେନିଭାଇ
Couplet 43
ବିଭାଗେ ଦେବି ସୁଧାରସସଂସ୍କାର ହୋଇ ତୁମ୍ଭେ ବସ
Couplet 44
ଏମନ୍ତେ ମୋହିନୀ ବଚନେଦେବ-ଦାନବେ ତୋଷମନେ
Couplet 45
ପ୍ରଥମେ ଉପବାସ କରିପ୍ରାତଃ ସ୍ନାହାନ ସନ୍ଧ୍ୟା ସାରି
Couplet 46
ସନ୍ତୋଷ ଚିତ୍ତେ ହୋମ କଲେଗୋ-ବିପ୍ର-ଚରଣେ ପୂଜିଲେ
Couplet 47
ଭୂତଙ୍କୁ ଦେଲେ ଭୂତବଳିସ୍ତୁତି ଯେ କଲେ ବିପ୍ରେ ମିଳି
Couplet 48
ଅହତ ବସ୍ତ୍ରଯୁଗ ପିନ୍ଧିଶୋଭନଗନ୍ଧେ ନାନାବିଧି
Couplet 49
କୁଶ ଆସନେ ସର୍ବେ ବସିବଦନ କଲେ ପୂର୍ବଦିଶି
Couplet 50
ଧୂପ ଆମୋଦ ଯଜ୍ଞଶାଳେଆନନ୍ଦେ ବସିଲେ ସକଳେ
Couplet 51
ସୁଗନ୍ଧମାଳା ଦୀପପନ୍ତିଆବୋରି ପାନପାତ୍ର ଛନ୍ତି
Couplet 52
ସେ ଯଜ୍ଞଶାଳେ ନରହରିଅତି ମୋହିନୀ ରୂପ ଧରି
Couplet 53
ଅସୁରଙ୍କର ମନମୋହିଅମୃତକୁମ୍ଭ ତଳେ ଥୋଇ
Couplet 54
ଅତିମୋହନ ରୂପ ଦେଖିଦେବତା ଅସୁରଙ୍କ ଆଖି
Couplet 55
ରହିଲା ହରି-ବକ୍ଷସ୍ଥଳେସୁସଞ୍ଚ-କୁଚଯୁଗ ମୂଳେ
Couplet 56
ହରି ବିଚାର କଲେ ମନେଅସୁରଙ୍କର ସୁଧାପାନେ
Couplet 57
ଦେବେ ହୋଇବେ ଅରକ୍ଷିତଏ କଥା ନୁହଇ ଉଚିତ
Couplet 58
ସର୍ପକୁ କ୍ଷୀର ଯେ ପିଆନ୍ତିସର୍ପର ଘାତେ ସେ ମରନ୍ତି
Couplet 59
ଜାତି ସ୍ୱଭାବେ ନୃଶଂସକଅସୁରେ ନୁହନ୍ତି ବିବେକ
Couplet 60
ଏମନ୍ତ ଚିନ୍ତିଣ ଶ୍ରୀପତିବୋଇଲେ ହୁଅ ବେନିପନ୍ତି
Couplet 61
ବାମ-ଦକ୍ଷିଣେ ମୋର ବସକହି ହୁଅନ୍ତି ହସ ହସ
Couplet 62
ସ୍ୱରୂପେ ଅସୁରଙ୍କ ମନବଳେ ହରିଲେ ଭଗବାନ
Couplet 63
ରୂପ ଦେଖନ୍ତି ହୋଇ ଛନ୍ନବଦନୁ ନ ସ୍ଫୁରେ ବଚନ
Couplet 64
ଦକ୍ଷିଣେ ଦେବଗଣେ ଥିଲେତାହାଙ୍କ ପାତ୍ରେ ସୁଧା ଦେଲେ
Couplet 65
ଅସୁରେ ସୁକୃତ ପାଳନେନିଶ୍ଚଳେ ବସିଲେ ମଉନେ
Couplet 66
କାମିନୀ-ସମ୍ମତ ପାଳନେଧର୍ମେ ରହିଲେ ଦୃଢ଼ମନେ
Couplet 67
ମାୟା ମୋହିଲେ ଚକ୍ରଧରବଦନେ ନଇଲା ଉତ୍ତର
Couplet 68
ଦେବଙ୍କୁ ପରଶିବା ବେଳେରାହୁ ଯେ ଥିଲା ତାଙ୍କ ମେଳେ
Couplet 69
ଗୁପତେ ବସି ଦେବବୃନ୍ଦେଅମୃତ ଭକ୍ଷିଲା ଆନନ୍ଦେ
Couplet 70
ରବି-ଶଶାଙ୍କ ତାହା ଦେଖିଉଠିଲେ ଆସନ ଉପେକ୍ଷି
Couplet 71
ଚାହିଁଣ ଗୋବିନ୍ଦ-ବଦନେନୟନେ ଠାରିଲେ ମଉନେ
Couplet 72
ସୁଦରଶନେ ତାର ଶିରବେଗେ ଛେଦିଲେ ଚକ୍ରଧର
Couplet 73
ତକ୍ଷଣେ ହୋଇ ବେନିଖଣ୍ଡଅମୃତପାତ୍ରେ ପଡ଼େ ମୁଣ୍ଡ
Couplet 74
ଅମର ହୋଇଲା ତକ୍ଷଣଦେଖି ସନ୍ତୋଷ ନାରାୟଣ
Couplet 75
ବୋଇଲେ ବର ମାଗ ତୁହିରାହୁ ବୋଇଲା ବିଷ୍ଣୁ ଚାହିଁ
Couplet 76
ଭୋ ନାଥ ମୋର ଅବଶେଷଅବଶ୍ୟ କରିବଇଁ ଗ୍ରାସ
Couplet 77
ଶୁଣି ସନ୍ତୋଷ ମହାବାହୁବୋଇଲେ ଏହି ବର ହେଉ
Couplet 78
ଏମନ୍ତ କହି ଭଗବାନଗ୍ରହମଣ୍ଡଳେ ଦେଲେ ସ୍ଥାନ
Couplet 79
ତେଣୁ ସେ ରାହୁ ପର୍ବକାଳେଗ୍ରାସଇ ରବିଚନ୍ଦ୍ର ବଳେ
Couplet 80
ବଇରୀ ବୁଦ୍ଧି ନ ଛାଡ଼ଇଅୟନେ ଅୟନେ ଗୋଡ଼ାଇ
Couplet 81
ଦେବଙ୍କୁ ଦେଇ ସୁଧାପାନତକ୍ଷଣେ ପ୍ରଭୁ ଭଗବାନ
Couplet 82
ଦେଖନ୍ତି ଦେବତା ଅସୁରମାୟା ଛାଡ଼ିଲେ ମାୟାଧର
Couplet 83
ମୋହିନୀରୂପ ଗଲା କେଣେଯେ ରୂପ ଅମୃତ କାରଣେ
Couplet 84
କଠୋର-ସାଧ୍ୟେ ଭଗବାନଦେବଙ୍କୁ ଦେଲେ ସୁଧାପାନ
Couplet 85
ଏ ରୂପେ ସୁରାସୁରଗଣେସମାନ-ଦେଶ-କାଳ-ଧର୍ମେ
Couplet 86
ମନ୍ଥିଲେ ସିନ୍ଧୁ ତୁଲ୍ୟବଳେଲଭିଲେ ବିପରୀତ-ଫଳେ
Couplet 87
କୃଷ୍ଣର ପାଦ ଯେଣୁ ଧ୍ୟାୟୀଦେବେ ଅମୃତ-ଫଳ ପାଇ
Couplet 88
ଅସୁରେ ନ ସେବି ଚରଣକର୍ମର ଫଳେ ହେଲେ ହୀନ
Couplet 89
ପୁତ୍ର-କଳତ୍ର ଦେହ ଅର୍ଥେଯେ ଯାହା କରଇ ଯୁକତେ
Couplet 90
ତାହା ନ କଲେ କୃଷ୍ଣାର୍ପଣକେବଳ ଶ୍ରମମାତ୍ର ଜାଣ
Couplet 91
ମୂଳେ ସିଞ୍ଚିଲେ ସିନା ଜଳବିକଶେ ବୃକ୍ଷ-ପତ୍ର-ଡାଳ
Couplet 92
ଶ୍ରୀକୃଷ୍ଣ ମାୟା-ବିଦ୍ୟମାନେଯେ ରୂପେ ସମୁଦ୍ର-ମନ୍ଥନେ
Couplet 93
ଦେବଙ୍କୁ ସୁଧାପାନ ଦେଇନିଜ ଭୁବନେ ଭାବଗ୍ରାହୀ
Couplet 94
ଦେଖନ୍ତି ସ୍ୱର୍ଗଲୋକେ ମିଳିଗରୁଡ଼େ ବସି ବନମାଳୀ
Couplet 95
ଯେ ରୂପ ଗରୁଡ଼ ଆସନେସୁଜନେ ଚିନ୍ତ ସ୍ଥିର ମନେ
Couplet 96
ବୋଲଇ ଦାସ ଜଗନ୍ନାଥଅଷ୍ଟମ ସ୍କନ୍ଧେ ଭାଗବତ