Skandha 9
Adhyaya 8
Couplet 1
ବୋଲନ୍ତି ଶୁକ ବ୍ରହ୍ମବେତ୍ତାଶୁଣ ରାଜନ ଶୁଦ୍ଧଚେତା
Couplet 2
ହରିତ ରୋହିତର ସୁତଚମ୍ପ ତାହାର ତହୁଁ ଜାତ
Couplet 3
ଗ୍ରାମ ବସାଇ ନିଜ ନାମେରହିଲା ଚମ୍ପାବତୀ ଗ୍ରାମେ
Couplet 4
ସୁଦେବ ତା'ର ସୁତ ହୋଏବିଜୟ ତାହାର ତନୟେ
Couplet 5
ବୃକ ଯେ ତାହାର ସନ୍ତତିସ୍ୱଭାବେ ଅତି ଶୁଦ୍ଧମତି
Couplet 6
ବାହୁକ ତାହାର ନନ୍ଦନତା' କଥା ଶୁଣ ହେ ରାଜନ
Couplet 7
ଶତ୍ରୁ ପୀଡ଼ିତ ବୃଦ୍ଧପଣେଭୟେ ପଶିଲା ଘୋରବନେ
Couplet 8
ପତ୍ନୀ ସହିତେ ପଳାଇଲାଔର୍ବଙ୍କ ଆଶ୍ରମେ ମିଳିଲା
Couplet 9
ନମିଲା ମୁନିଙ୍କ ଚରଣେବୃଦ୍ଧ ଶରୀରେ ଘୋରବନେ
Couplet 10
ସଭୟେ ଛାଡ଼ିଲା ଜୀବନମୁନି ହୋଇଲେ ଦୁଃଖମନ
Couplet 11
ତା'ର କାମିନୀ ଶୋକମନେପଶିବା ବେଳେ ହୁତାଶନେ
Couplet 12
ମୁନି ଜାଣିଲେ ତା'ର ଭାବଉଦରେ ପାଞ୍ଚମାସ ଗର୍ଭ
Couplet 13
ବୋଇଲେ ଅନଳେ ନ ପଶହୋଇବ ଏ ରାଜାର ବଂଶ
Couplet 14
ମୁନି ବଚନେ ସେ ଅବଳାଅନଳକୁଣ୍ତେ ନ ପଶିଲା
Couplet 15
ଶୁଣ ରାଜନ ମନ ଦେଇତା' ଗର୍ଭକଥା ତୋତେ କହି
Couplet 16
ସେ ଗର୍ଭ ସଞ୍ଚରଣ କାଳେସପତ୍ନୀ ପାଞ୍ଚସାତ ମେଳେ
Couplet 17
ଗରଳ ଦେଲେ ଅନ୍ନସଙ୍ଗେବିଷ ନ ଲାଗେ ତା'ର ଅଙ୍ଗେ
Couplet 18
ଗର୍ଭ ରଖିଲେ ଜଗନ୍ନାଥଏବେ ହୋ ଶୁଣ ପରୀକ୍ଷିତ
Couplet 19
ସେ ଗର୍ଭ ପ୍ରସବର କାଳେମୁନି ସକଳ କୁତୂହଳେ
Couplet 20
ବୋଲନ୍ତି ଗରଳ ସଙ୍ଗତେଜନ୍ମ ଲଭିଲା ଏ ଯୁକତେ
Couplet 21
ଗରଳ ସଙ୍ଗେ ଜନ୍ମ ଯେଣୁସଗର ନାମ ହେଉ ତେଣୁ
Couplet 22
ଏମନ୍ତେ ମୁନିଙ୍କ ସଙ୍ଗତେସଗର ରାଜା ଦିନାକେତେ
Couplet 23
ଦିନକୁ ଦିନ ଅତି ତେଜାହୋଇଲା ଚକ୍ରବର୍ତ୍ତୀ ରାଜା
Couplet 24
ତା'ର ତନୁଜେ ବାହୁବଳେସାଗର କଲେ ମହୀତଳେ
Couplet 25
ପିତା ଶତ୍ରୁକୁ ଯୁଦ୍ଧେ ଜିଣିସ୍ୱଗୃହେ ବନ୍ଦୀ କଲେ ଆଣି
Couplet 26
ଯେତେ ତାହାର ରିପୁମାନଶୁଣ ହୋ ତାହାଙ୍କର ନାମ
Couplet 27
ଯବନ ତାଳଜଂଘ ଶକହୈହୟ ବର୍ବର ଯେତେକ
Couplet 28
ଗୁରୁଙ୍କ ବାକ୍ୟେ ନ ମାଇଲାଶୁଣ ଯାହାକୁ ଯାହା କଲା
Couplet 29
ମୁଣ୍ତିତକେଶ କାର କରିକାହାକୁ କଲା ଶ୍ମଶ୍ରୁଧାରୀ
Couplet 30
କାହାର କଲା ମୁକ୍ତକେଶଅର୍ଦ୍ଧମୁଣ୍ତିତ କା'ର କେଶ
Couplet 31
କେତେକ ଅନ୍ତର୍ବାସ ହୀନଅପରେ ବହିର୍ବାସ ଶୂନ୍ୟ
Couplet 32
କାହାର ବସନ ଉତ୍ତାରିବିକୃତବେଶ ତା'ଙ୍କୁ କରି
Couplet 33
ଯବନ ବେଶ କା'କୁ କରିସ୍ୱଧର୍ମ ମାର୍ଗରୁ ଉତ୍ତାରି
Couplet 34
ଏମନ୍ତ କରି ହୀନବେଶଛାଡ଼ିଣ ଦେଲା ତା'ଙ୍କୁ ଦେଶ
Couplet 35
ସେ ପୁଣି ସଞ୍ଚି ନାନାବିଧିକଳ୍ପିଲା ଶତେ ଅଶ୍ୱମେଧି
Couplet 36
ଔର୍ବ ମୁନିଙ୍କି ହୋତା କରିଯଜ୍ଞେ ପୂଜିଲା ନରହରି
Couplet 37
ଉତ୍ତମ ଅଶ୍ୱ ପଶୁ କଲାସେ ଅଶ୍ୱ ଇନ୍ଦ୍ର ଚୋରାଇଲା
Couplet 38
ଷାଠିଏ ସହସ୍ର କୁମରତା'ଙ୍କୁ ଡରଇ ସୁନାସୀର
Couplet 39
କଳ୍ପଇ ମରିବେ ଯେମନ୍ତେଏମନ୍ତ ଭାଳି ସେ ଗୁପତେ
Couplet 40
କପିଳମୁନି ପାଦତଳେଅଶ୍ୱ ବାନ୍ଧିଲା ରାତ୍ରକାଳେ
Couplet 41
ଅଶ୍ୱ ନ ଦେଖି ଯଜ୍ଞଦ୍ୱାରେଖୋଜନ୍ତି ବ୍ରହ୍ମାଣ୍ତ ଭିତରେ
Couplet 42
ସୁମତି ଗର୍ଭେ ଯେତେ ସୁତବଳରେ ଅଟନ୍ତି ଦର୍ପିଷ୍ଟ
Couplet 43
ସେ ପୁଣି ପିତାଙ୍କ ଆଦେଶେଅଶ୍ୱ ଖୋଜନ୍ତି ଦଶଦିଶେ
Couplet 44
ଖୋଳନ୍ତି ମହୀନବଖଣ୍ତଭକ୍ଷନ୍ତି ବିସ୍ତାରିଣ ତୁଣ୍ତ
Couplet 45
ଉତ୍ତରଦିଗେ ଖୋଳିଗଲେକପିଳ ଆଶ୍ରମେ ମିଳିଲେ
Couplet 46
ଦେଖିଲେ ମୁନି ସନ୍ନିଧାନେସେ ଅଶ୍ୱ ଅଛଇଁ ବନ୍ଧନେ
Couplet 47
କପିଳମୁନି ମୁଖ ଚାହିଁବୋଲନ୍ତି ଅଶ୍ୱଚୋର ଏହି
Couplet 48
ଏହାକୁ ରଖି ନ ଯୋଗାଇଏମନ୍ତ ଉଚ୍ଚବାଚ ହୋଇ
Couplet 49
ବୋଲନ୍ତି ଖଡ଼ଗ ଉଞ୍ଚାଇଏହାର ଶିର ଛେଦ ନେଇ
Couplet 50
ଆମ୍ଭଙ୍କୁ ଦେଖି ଚକ୍ଷୁ ବୁଜେଆତ୍ମାକୁ ଦମ୍ଭ ପ୍ରାୟେ ବୁଝେ
Couplet 51
ଏମନ୍ତ ଘୋରନାଦ କରିଧାଇଁଲେ କରେ ଶସ୍ତ୍ର ଧରି
Couplet 52
ଭୂମି କମ୍ପିଲା ତା'ଙ୍କ ପାଦେଧ୍ୟାନ ଭାଜିଲା ଘୋରନାଦେ
Couplet 53
ଚାହାଁନ୍ତେ ଉନ୍ମୀଳ ଲୋଚନେଅନଳ ଉଠିଲା ତକ୍ଷଣେ
Couplet 54
ମହତ ଅତିକ୍ରମ ଦୋଷେନୟନ ଅଗ୍ନି ମହାରୋଷେ
Couplet 55
ଦେଖନ୍ତ ସ୍ୱର୍ଗେ ଦେବଗଣେଭସ୍ମ ହୋଇଲେ ତତ୍କ୍ଷଣେ
Couplet 56
ଷାଠି - ସହସ୍ର ଏକାଥରେମରିଲେ ସଗର କୁମରେ
Couplet 57
କେଶିନୀ ଗର୍ଭେ ଏକସୁତଅସମଞ୍ଜସ ନାମେ ଖ୍ୟାତ
Couplet 58
ତା'ର କୁମର ଅଂଶୁମାନସକଳ ଗୁଣେ ଗୁଣଧାମ
Couplet 59
ସେ ଥାଇ ପିତାମହ ହିତେମନ ବଚନ କାୟେ ନିତ୍ୟେ
Couplet 60
ଅସମଞ୍ଜସ ଯା'ର ନାମକରେ ନିନ୍ଦିତ ଆଚରଣ
Couplet 61
ସେ ପୂର୍ବଜନ୍ମେ ଯୋଗୀ ଥିଲାସଙ୍ଗ ଦୋଷରୁ ଭ୍ରଷ୍ଟ ହେଲା
Couplet 62
ଏଣୁ ନିନ୍ଦିତ କର୍ମ କରେଜ୍ଞାତିଙ୍କ ଅପ୍ରିୟ ଆଚରେ
Couplet 63
ଅସମଞ୍ଜସ ନାମ ଯେଣୁଲୋକଙ୍କୁ ହିଂସା କରେ ତେଣୁ
Couplet 64
ଯୋଗବଳରୁ ଜାତିସ୍ମରଏ ଜନ୍ମେ ଅଛଇ ତାହାର
Couplet 65
ତେଣୁ ସେ ସଙ୍ଗ ପରିହରିଲୋକେ ନିନ୍ଦିତ କର୍ମ କରି
Couplet 66
ଶିଶୁମାନଙ୍କୁ ଧରି ବଳେପକାଏ ସରଯୂର ଜଳେ
Couplet 67
ଦେଖି ତାହାର ମନ୍ଦପଣଅଯୋଧ୍ୟାବାସୀ ପ୍ରଜାଗଣ
Couplet 68
ସଗରେ ଜଣାଇଲେ ଯାଇଅତି ଦୁଃଖିତ ରାଜା ହୋଇ
Couplet 69
ସଗର ହୋଇଣ ଦୁଃଖିତପୁତ୍ର ସ୍ନେହକୁ କଲା ତ୍ୟକ୍ତ
Couplet 70
ଘରୁ ବାହାର କରି ଦେଲାଯେଣୁ ସେ ପ୍ରଜାଙ୍କୁ ପୀଡ଼ିଲା
Couplet 71
ସେ ପୁଣି ଯୋଗବଳ କଲାମୃତ ବାଳକମାନ ଦେଲା
Couplet 72
ବାଳକ ପାଇ ତୋଷମନେଅଯୋଧ୍ୟାବାସୀ ପ୍ରଜାଜନେ
Couplet 73
ବିସ୍ମିତ ହୋଇଲେ ସକଳେଅସମଞ୍ଜସ ଯୋଗବଳେ
Couplet 74
ତା'ର ଅଦ୍ଭୁତକର୍ମ ଦେଖିସଗର ହେଲେ ମହାସୁଖୀ
Couplet 75
ଏବେ ହୋ ଶୁଣ ନରନାଥସେ ଅଂଶୁମାନର ଚରିତ
Couplet 76
ସଗର ତା'ର ମୁଖ ଚାହିଁବୋଇଲେ ଅଶ୍ୱ ଆଣ ଯାଇ
Couplet 77
ଏମନ୍ତେ ପିତାମହ ବାକ୍ୟେସେ ଅଂଶୁମାନ ଗଲା ଏକେ
Couplet 78
ପିତୃବ୍ୟ-ଖାତ-ପଥେ ଗଲାପାତାଳେ ଅଶ୍ୱକୁ ଦେଖିଲା
Couplet 79
ଦେଖିଲା କପିଳ-ସମ୍ମୁଖେବାନ୍ଧିଲା-ଅଶ୍ୱ ଅଛି ସୁଖେ
Couplet 80
କପିଳ ପାଦତଳେ ପଡ଼ିସେ ଅଂଶୁମାନ କରଯୋଡ଼ି
Couplet 81
ଅନେକ ସ୍ତୁତିବାକ୍ୟ ବଳେପୂଜିଲା ଚରଣ କମଳେ
Couplet 82
ବୋଲଇ ଶିରେ କର ଦେଇଭୋ ନାଥ କର ମୋତେ ତ୍ରାହି
Couplet 83
ଶକ୍ର ବିରଞ୍ଚି-ମହାଦେବସେ କାହିଁ ଜାଣିବେ ତୋ' ଭାବ
Couplet 84
ତୁ ଜ୍ଞାନଘନେ ମୋହ ନାଶୁସଂସାର ସ୍ୱତେଜେ ପ୍ରକାଶୁ
Couplet 85
ସକକ ଆଦି ମୁନି ଯେତେବିଶେଷେ ଭାବନ୍ତି ସେ ତୋତେ
Couplet 86
ତୋ' ରୂପ ଜୀବ-ମୋକ୍ଷ ଅର୍ଥେମୁଁ ତୋତେ ଜାଣିବି କେମନ୍ତେ
Couplet 87
ତୋ' ମାୟା ଜୀବ ଜ୍ଞାନ ହରେସଂସାରେ ଜନ୍ମ-ମୃତ୍ୟୁ କରେ
Couplet 88
ଜୀବକୁ ଜ୍ଞାନ ଦେବା ଅର୍ଥେତୋ'ର ପ୍ରକାଶ ଏ ଜଗତେ
Couplet 89
ଅବିଦ୍ୟା କର୍ମ ପଥେ ଜଡ଼େତୋ' ମାୟା ଗହନ ନିବିଡ଼େ
Couplet 90
ଜୀବନ ବନ୍ଧନ ବିଶ୍ୱାସେଦାରା-ତନୟ ଗୃହବାସେ
Couplet 91
ଏଣୁ ତୋ' ଚରଣ-କମଳେତା' ଚିତ୍ତ ନ ରହେ ନିଶ୍ଚଳେ
Couplet 92
ଆଜଟି ନିସ୍ତରିଲି ମୁହିଁଭୋ ନାଥ ତୋ' ଚରଣ ଚାହିଁ
Couplet 93
ଏମନ୍ତେ ତା'ର ସ୍ତୁତି ଶୁଣିପ୍ରସନ୍ନଚିତ୍ତେ ମହାମୁନି
Couplet 94
ଅଂଶୁମାନର ମୁଖ ଚାହିଁବୋଲନ୍ତି ଅନୁଗ୍ରହ ବହି
Couplet 95
ହେ ପୁତ୍ର ଅଶ୍ୱ ଘେନିଯାଅତୋ' ପିତାମହ ପାଶେ ଦିଅ
Couplet 96
ଏ ଅଶ୍ୱେ ଯଜ୍ଞ ପୂଜା କରିବିଷମ ସଙ୍କଟୁ ନିସ୍ତରି
Couplet 97
ଏ ଯେ ତୋହର ପିତୃକୂଳେଭସ୍ମ ହୋଇଲେ କୋପାନଳେ
Couplet 98
ଏହାଙ୍କ ମୋକ୍ଷ ଗଙ୍ଗାଜଳେଅନ୍ୟଥା ନାହିଁ ଏ ଶୟଳେ
Couplet 99
ଏମନ୍ତେ କପିଳ ବଚନେସେ ଅଂଶୁମାନ ତୋଷମନେ
Couplet 100
ତକ୍ଷଣେ ଅଶ୍ୱକୁ ଆଣିଲେପିତାମହର ପାଶେ ଦେଲେ
Couplet 101
ସେ ଅଶ୍ୱମାଂସେ ଯଜ୍ଞ କରିବିଷମ ସଙ୍କଟୁ ନିସ୍ତରି
Couplet 102
ଅଂଶୁମାନକୁ ରାଜ୍ୟ ଦେଇକର୍ମବନ୍ଧନୁ ମୋକ୍ଷ ହୋଇ
Couplet 103
ଔର୍ବ-ବଚନେ ବନେ ଗଲାଅନ୍ତେ ସେ ଗୋବିନ୍ଦ ଲଭିଲା
Couplet 104
ସୁଜନେ ଶୁଣିମା ଶ୍ରବଣେଏ ହରିରସ ଅନୁକ୍ଷଣେ
Couplet 105
ଅବିଦ୍ୟା ବନ୍ଧୁ ପାର ହୋଇଅନ୍ତେ ଲଭିବ ଭାବଗ୍ରାହୀ
Couplet 106
ବୋଲଇ ଦାସ ଜଗନ୍ନାଥନବମସ୍କନ୍ଧେ ଭାଗବତ