Skip to content
paribhaasha

Skandha 9

Adhyaya 24

  1. Couplet 1

    ଶୁଣ ରାଜନ କୁରୁବୀରବିଦର୍ଭ ଜ୍ୟାମଘ କୁମର

  2. Couplet 2

    ଜ୍ୟାମଘ ରାଜକୁଳ ଜିଣିଯେ କନ୍ୟା ପୁରେ ଥିଲା ଆଣି

  3. Couplet 3

    ସେ କନ୍ୟା ବିଦର୍ଭେ ବରିଲାତା' ଗର୍ଭେ ପୁତ୍ର ଉପୁଜିଲା

  4. Couplet 4

    କୁଶ ଯେ କ୍ରଥ ଏହୁ ବେନିତୃତୀୟେ ରୋମପାଦ ଘେନି

  5. Couplet 5

    ବଭ୍ରୁ ଯେ ରୋମପାଦ ସୁତକୃତି ତାହାର ବୀର୍ଯ୍ୟେ ଜାତ

  6. Couplet 6

    ଉଶିକ ତାହାର ନନ୍ଦନତା' ତାହୁଁ ଚେଦି ଉଦ୍‌ପନ୍ନ

  7. Couplet 7

    ଚୈଦ୍ୟାଦି ବଂଶେ ଜାତ ହୋଇସ୍ୱଧର୍ମେ ପାଳିଲେ ସେ ମହୀ

  8. Couplet 8

    କ୍ରଥର ପୁତ୍ର କୁନ୍ତି ନାମଧୃଷ୍ଟି ଯେ ତାହାର ନନ୍ଦନ

  9. Couplet 9

    ନିବୃତି ତା'ର ପୁତ୍ର ହୋଏଦଶାର୍ହନାମେ ତା'ର ପୋଏ

  10. Couplet 10

    ବ୍ୟୋମ ଯେ ତାହାର ସନ୍ତତିତହୁଁ ଜିମୂତ ଉତପତ୍ତି

  11. Couplet 11

    ବିକୃତି ତାହାର ନନ୍ଦନତହୁଁ ଭୀମରଥ ଜନମ

  12. Couplet 12

    ତାହାର ସୁତ ନବରଥତହୁଁ ଦଶରଥ ସମ୍ଭୂତ

  13. Couplet 13

    ଶକୁନି ତାହାର ତନୟେକରମ୍ଭି ପୁତ୍ର ତା'ର ହୋଏ

  14. Couplet 14

    ତା'ର ତନୟ ଦେବରାତଯା'ର ମହିମା ଅପ୍ରମିତ

  15. Couplet 15

    ତା' ସୁତ ଦେବକ୍ଷତ୍ର ନାମସୁନ୍ଦର ପଣେ ଗୁଣଧାମ

  16. Couplet 16

    ମଧୁ ତାହାର ବଂଶେ ଜାତକୁରୁବଂଶ ଯେ ତା'ର ସୁତ

  17. Couplet 17

    ଅନୁ ତାହାର ବୀର୍ଯ୍ୟେ ଜାତତାହାର ସୁତ ପୁରୁହୋତ୍ର

  18. Couplet 18

    ଆୟୁ ଯେ ତା'ର ପୁତ୍ରମାନସାତ୍ୱତ ତା'ଠାରୁ ଜନମ

  19. Couplet 19

    ତାହାର ହେଲେ ପୁତ୍ର ସାତଶୁଣ କହିବା ପରୀକ୍ଷିତ

  20. Couplet 20

    ଭଜମାନ ଭଜି ଦିବ୍ୟକବୃଷ୍ଣି ଦେବା ବୃଧ ଅନ୍ଧକ

  21. Couplet 21

    ମହାଭୋଜ ଏ ସପ୍ତାନାମଏକୁ ଅନେକ ଗୁଣଧାମ

  22. Couplet 22

    ଭଜମାନର ପତ୍ନୀ ଦୁଇଆଦ୍ୟରେ ତିନି ସୁତ ହୋଇ

  23. Couplet 23

    ନିମ୍ଳୋଚି ଧୃଷ୍ଟି ଯେ କିଙ୍କିଣପରୀକ୍ଷ କହୁଁ ତୋତେ ଶୁଣ

  24. Couplet 24

    ଦ୍ୱିତୀୟ ପତ୍ନୀ ଗର୍ଭେ ଜାତହୋଇଲେ ତା'ର ତିନିସୁତ

  25. Couplet 25

    ଶତ୍ରାଜିତ ସହସ୍ରାଜିତଅୟୁତାଜିତ ତିନିଭ୍ରାତ

  26. Couplet 26

    ବଭ୍ରୁ ଯେ ଦେବାବୃଧ ସୁତଜନେ ଗାଆନ୍ତି ତା' ଚରିତ

  27. Couplet 27

    ଦୂରରୁ ଯେତେ ଗୁଣ ଗୁଣିଅଧିକ ଦେଖୁଁ ପରିମାଣି

  28. Couplet 28

    ମନୁଷ୍ୟ ମଧ୍ୟେ ବଭ୍ରୁ ଶ୍ରେଷ୍ଠଦେବାବୃଧ ଦେବଙ୍କ ଇଷ୍ଟ

  29. Couplet 29

    ସେ ଦୁଇ ପୁରୁଷଙ୍କ କୁଳେଯେତେ ତରିଲେ ଭବଜଳେ

  30. Couplet 30

    ଷଡ଼ସହସ୍ର ପଞ୍ଚସଷ୍ଟିପୁଣି ଅଧିକ ଆଠଗୋଟି

  31. Couplet 31

    ଘୋର ସଂସାରୁ ତରିଗଲେନିଶ୍ଚଳେ ମିଳିଲେ କୈବଲ୍ୟେ

  32. Couplet 32

    ସାତ୍ୱତ ବଂଶେ ଉତପନ୍ନମହାଭୋଜ ତା' ଅଟେ ନାମ

  33. Couplet 33

    ଅତି ଧାର୍ମିକ ମହାଭୋଜଅନେକ କାଳ କଲା ରାଜ୍ୟ

  34. Couplet 34

    ଯେତେ ଉପୁଜିଲେ ତା' ବଂଶେଧରିଲେ ଭୋଜ ନାମକୁ ସେ

  35. Couplet 35

    ବୃଷ୍ଣିର ସୁମିତ୍ର ନନ୍ଦନଅପରେ ଯୁଧାଜିତ ନାମ

  36. Couplet 36

    ତା'ର ସନ୍ତତି ହୋଏ ଶିନିଅନମିତ୍ରକୁ ଘେନି ବେନି

  37. Couplet 37

    ଅନମିତ୍ରର ପୁତ୍ର ନିମ୍ନତା' ଅଂଶେ ଦୁଇପୁତ୍ର ଜନ୍ମ

  38. Couplet 38

    ପ୍ରସେନ ଶତ୍ରାଜିତ ନାମହୋଇଲେ ତା'ର ଗୁଣଧାମ

  39. Couplet 39

    ହେ ନୃପ ଶୁଣ ମନଦେଇଏବେ ଶିନିର ବଂଶ କହି

  40. Couplet 40

    ଶିନି ଯେ ଅନମିତ୍ର ସୁତସତ୍ୟକ ତା'ର ବୀର୍ଯ୍ୟେ ଜାତ

  41. Couplet 41

    ତାହାର ପୁତ୍ର ଯୁଯୁଧାନଜୟ ତାହାର ପୁତ୍ର ନାମ

  42. Couplet 42

    କୁଣି ତାହାର ତହୁଁ ଜାତତାହାର ଯୁଗନ୍ଧର ସୁତ

  43. Couplet 43

    ଅପରେ ବୃଷ୍ଣିପୁତ୍ର ଦୁଇଜନ୍ମିଲେ ବିଷ୍ଣୁତେଜ ବହି

  44. Couplet 44

    ଶ୍ୱଫଲ୍‌କ ଚିତ୍ରରଥ ବେନିଗାନ୍ଧିନୀ ଶ୍ୱଫଳ୍କ ଭାବିନୀ

  45. Couplet 45

    ଦ୍ୱାଦଶପୁତ୍ର ତା'ର ଘରେଜନ୍ମିଲେ ଅତି ପୁଣ୍ୟତରେ

  46. Couplet 46

    ଅକ୍ରୁର ତହିଁ ଜ୍ୟେଷ୍ଠ ଜାଣଶୁଣ ହୋ ତାହାଙ୍କର ନାମ

  47. Couplet 47

    ଆସଙ୍ଗ ସାରମେୟ ଦୁଇମୃଦୁର ମୃଦୁଦ୍ୱି ଯେ ହୋଇ

  48. Couplet 48

    ଗିରି ଧର୍ମବୃଦ୍ଧ ସୁକର୍ମକ୍ଷତ୍ରୋପେକ୍ଷ ଅରିମŸର୍ଦ୍ଦନ

  49. Couplet 49

    ଗନ୍ଧମାଦ ଯେ ଶତ୍ରୁଘନଦ୍ୱାଦଶେ ପ୍ରତିବାହୁନାମ

  50. Couplet 50

    ଆବର ଏକ କନ୍ୟା ଥିଲାସୁଚୀରା ନାମ ତା'ର ହେଲା

  51. Couplet 51

    ଅକ୍ରୁର ପୁତ୍ର ହୋଏ ବେନିଦେବ୍ୱା ଉପଦେବ ଘେନି

  52. Couplet 52

    ଚିତ୍ରରଥର ଯେ ଆତ୍ମଜତିନି ଭୁବନେ ତା'ର ତେଜ

  53. Couplet 53

    ପୃଥୁ ଯେ ବିଦୁରଥ ଆଦିଏଣେ ବୃଷ୍ଣିବଂଶ ସମ୍ପାଦି

  54. Couplet 54

    କୁକୁର ଭଜମାନ ବେନିଶୁଚି କମ୍ବଳବହିଁ ଘେନି

  55. Couplet 55

    ଏ ଚାରି ଅନ୍ଧକର ସୁତଏବେ ହୋ ଶୁଣ ପରୀକ୍ଷିତ

  56. Couplet 56

    କୁକୁରସୁତ ବହ୍ନି ନାମାତାହାର ତନୟ ବିଲୋମା

  57. Couplet 57

    କପୋତରୋମା ତା'ର ସୁତତା'ପୁତ୍ର ଅନୁ ନାମେ ଖ୍ୟାତ

  58. Couplet 58

    ତୁମ୍ବୁରୁ ଅଟେ ସଖା ତା'ରଅନ୍ଧକ ଅନୁର କୁମର

  59. Couplet 59

    ଦୁନ୍ଧୁଭି ଅନ୍ଧକର ସୁତଅରିଦ୍ୟୋତ ଯେ ତା' ଅପତ୍ୟ

  60. Couplet 60

    ଅରିଦ୍ୟୋତ ଅଂଶେ ଉତ୍ପନ୍ନପୁନର୍ବସୁ ନାମେ ସନ୍ତାନ

  61. Couplet 61

    ତାହାର ପୁତ୍ର କନ୍ୟା ହୋଏଆହୁକ ଆହୁକୀ ବୋଲାଏ

  62. Couplet 62

    ଦେବକ ଉଗ୍ରସେନ ଦୁଇଆହୁକ ତହୁଁ ଜାତ ହୋଇ

  63. Couplet 63

    ଦେବକ ପୁତ୍ର ଚାରି ହୋଏନାମ ତାହାଙ୍କ ଶୁଣ ରାୟେ

  64. Couplet 64

    ଉପଦେବ ଯେ ଦେବବାନସୁଦେବ ଯେ ଦେବବର୍ଦ୍ଧନ

  65. Couplet 65

    ପୁଣ ହୋଇଲେ କନ୍ୟା ସାତଯା' ନାମ ଜଗତେ ବିଖ୍ୟାତ

  66. Couplet 66

    ପ୍ରଥମେ ଧୃତଦେବା ହେଲାପରେ ଶାନ୍ତିଦେବା ଜନ୍ମିଲା

  67. Couplet 67

    ଉପଦେବା ଶ୍ରୀଦେବା ବେନିଦେବରକ୍ଷିତା କନ୍ୟା ଘେନି

  68. Couplet 68

    ସହଦେବା ଦେବକୀ ତୁଲେଏମନ୍ତ ସାତକନ୍ୟା ହେଲେ

  69. Couplet 69

    ଦେବକ ସାତକନ୍ୟା ନେଇବସୁଦେବଙ୍କୁ ବିଭା ଦେଇ

  70. Couplet 70

    ଏବେ ହୋ ଶୁଣ ନରନାଥଉଗ୍ରସେନର ଯେତେ ସୁତ

  71. Couplet 71

    କଂସ ସୁନାମା ନ୍ୟଗ୍ରୋଧକକଙ୍କ ଶଙ୍କୁ ବେନି ବାଳକ

  72. Couplet 72

    ସୁହୂ ଯେ ସୃଷ୍ଟି ରାଷ୍ଟ୍ରପାଳତୁଷ୍ଟି ଏ ଉଗ୍ରସେନ ବାଳ

  73. Couplet 73

    ଆବର ହେଲେ କନ୍ୟାପାଞ୍ଚସୁନ୍ଦର ସୁରୂପ ସୁସଞ୍ଚ

  74. Couplet 74

    କଂସା ଯେ କଙ୍କବତୀ କଙ୍କାସୂରଭୂ ଯେ ରାଷ୍ଟ୍ରପାଳିକା

  75. Couplet 75

    ଏ କନ୍ୟା ବରି ବେଦମତେବସୁଦେବର ଭାଇ ଯେତେ

  76. Couplet 76

    ବିବାହ କଲେ ଶୁଭବେଳେଉଚିତେ ଗୃହକର୍ମ କଲେ

  77. Couplet 77

    ବିଦୁରଥର ଶୂର ସୁତଭଜମାନ ତା' ବୀର୍ଯ୍ୟେ ଜାତ

  78. Couplet 78

    ଶିନି ତା'ର ହୁଏ ଆତ୍ମଜଶିନିର ପୁତ୍ର ସ୍ୱୟଂ ଭୋଜ

  79. Couplet 79

    ହୃଦୀକ ତାହାର ନନ୍ଦନତାହାର ତିନି ପୁତ୍ର ଜାଣ

  80. Couplet 80

    ଦେବବାହୁ ଯେ ଶତଧନୁଆବର କୃତବର୍ମା ସୂନୁ

  81. Couplet 81

    ଦେବମୀଢ଼ ଯେ ଶୂର ସୁତତା' ପତ୍ନୀ ମାରିଷା ବିଖ୍ୟାତ

  82. Couplet 82

    ସେ ଦେବମୀଢ଼ ତା'ର ଗର୍ଭେଦଶ ସନ୍ତତି କଲା ଭାବେ

  83. Couplet 83

    ବସୁଦେବ ଦେବଭାଗକଦେବଶ୍ରବସ ଯେ ଆନକ

  84. Couplet 84

    ସୃଞ୍ଜୟ ଶ୍ୟାମକ ଯେ କଙ୍କଶମୀକ ବ›ତ୍ସକ ଯେ ବୃକ

  85. Couplet 85

    ବସୁଦେବର ଜନ୍ମ କାଳେବାଦ୍ୟ ଶୁଭିଲା ଅନ୍ତରାଳେ

  86. Couplet 86

    ସ୍ୱଭାବେ ଆନକ-ଦୁନ୍ଦୁଭିଦିଶ ଆକାଶ ପୂରି ଶୁଭି

  87. Couplet 87

    ସେ ଯେଣୁ ବିଷ୍ଣୁର ନିଧାନଆନକଦୁନ୍ଦୁଭି ତା' ନାମ

  88. Couplet 88

    ପୁଣି ହୋଇଲେ କନ୍ୟା ପାଞ୍ଚସୁନ୍ଦର ସୁରୂପ ସୁସଞ୍ଚ

  89. Couplet 89

    ଯେ ପୃଥା ଆର ଶ୍ରୁତ ଦେବାଶ୍ରୁତକୀର୍ତ୍ତି ଯେ ଶ୍ରୁତଶ୍ରବା

  90. Couplet 90

    ରାଜାଧିଦେବୀଙ୍କି ଯେ ଘେନିଏ ପାଞ୍ଚ ବସୁଦେବ ଭଗ୍ନୀ

  91. Couplet 91

    ପୃଥା କନ୍ୟାକୁ ତା'ର ତାତକୁନ୍ତି ରାଜନେ କଲା ଦତ୍ତ

  92. Couplet 92

    ଯେଣୁ ତା' ନଥିଲା ସନ୍ତତିଏଣୁ ସେ କନ୍ୟା ନାମ କୁନ୍ତୀ

  93. Couplet 93

    ଦୁର୍ବାସା ମୁନି ଏକଦିନେମିଳିଲେ ରାଜା ସନ୍ନିଧାନେ

  94. Couplet 94

    ପୃଥା ତାହାଙ୍କୁ ସେବା କଲାଦେବହୁତି ବିଦ୍ୟା ଲଭିଲା

  95. Couplet 95

    ବିଦ୍ୟାର ପରୀକ୍ଷା ନିମନ୍ତେସୂର୍ଯ୍ୟଙ୍କୁ ରାଇଲା ଏକାନ୍ତେ

  96. Couplet 96

    ସେ ସୂର୍ଯ୍ୟଦେବ ତତ୍‌କ୍ଷଣମିଳିଲେ ପୃଥା ସନ୍ନିଧାନ

  97. Couplet 97

    ଦେଖି ସେ ବିସ୍ମୟ ହୋଇଲାବିନୟ ବଚନ କହିଲା

  98. Couplet 98

    ହେ ଦେବ ପରୀକ୍ଷା ନିମନ୍ତେତୁମ୍ଭଙ୍କୁ ଚିନ୍ତଲି ମୁଁ ଚିତ୍ତେ

  99. Couplet 99

    ବିଦ୍ୟା ପ୍ରୟୋଗେ ହୋଇ ବଶତୁମ୍ଭେ ମିଳିଲ ମୋ'ର ପାଶ

  100. Couplet 100

    ହେ ପ୍ରଭୁ ଦୋଷ କ୍ଷମାକରଦାସୀ ମୁଁ ତୁମ୍ଭ ଚରଣର

  101. Couplet 101

    ମୋ' ମନୋରଥ ହେଲା ପୂର୍ଣ୍ଣସ୍ୱସ୍ଥାନେ କରନ୍ତୁ ଗମନ

  102. Couplet 102

    ତା'ବାକ୍ୟେ ସୂର୍ଯ୍ୟ ତୋଷ ହୋଇକହନ୍ତି କନ୍ୟା ମୁଖ ଚାହିଁ

  103. Couplet 103

    ହେ ପୃଥା ଶୁଣ ମୋ' ବଚନବ୍ୟର୍ଥ ନ ହୁଏ ମୋ' ଦର୍ଶନ

  104. Couplet 104

    ତୋ'ଠାରେ କରି ଗର୍ଭାଧାନଆମ୍ଭେ ଚଳିବୁ ନିଜ ସ୍ଥାନ

  105. Couplet 105

    ଅବଶ୍ୟ ତୋ' ପୁତ୍ର ହୋଇବତୋତେ ସେ ଦୋଷ ନ ଲାଗିବ

  106. Couplet 106

    ଏମନ୍ତେ କଲେ ଗର୍ଭାଧାନପୁତ୍ର ହୋଇଲା ତତ୍‌କ୍ଷଣ

  107. Couplet 107

    ପୁତ୍ରଶିଶୁକୁ ନିନ୍ଦା ଡରେଭସାଇ ଦେଲେ ନଦୀ ଜଳେ

  108. Couplet 108

    ତା' ପରେ ହୋଇଲାକି ଯାହାଶୁଣ କହିବ ନୃପନାହା

  109. Couplet 109

    ପାଣ୍ତୁ ଯେ ତୋ ପ୍ରପିତାମହପୃଥାକୁ କଲା ସେ ବିବାହ

  110. Couplet 110

    କାରୂଷ ବୃଦ୍ଧଶର୍ମା ନାମଶ୍ରୁତ ଦେବାକୁ ବରେ ପୁଣ

  111. Couplet 111

    ବିବାହ କରି ବେଦମତେତା'ଗର୍ଭେ ଉପୁଜିଲା ସୁତେ

  112. Couplet 112

    ତା' ଦେଖି ଡରେ ରିପୁଚକ୍ରତା' ନାମ ହେଲା ଦନ୍ତବକ୍ର

  113. Couplet 113

    କୈକେୟ ବଂଶେ ଦୃଷ୍ଟକେତୁସେ ପୁଣି ନିଜ ବଂଶ ହେତୁ

  114. Couplet 114

    ଶ୍ରୁତକୀର୍ତ୍ତିକି ବିଭାକଲାତା' ପାଞ୍ଚପୁତ୍ର ଉପୁଜିଲା

  115. Couplet 115

    ସେ ସୁତ ସନ୍ତŸର୍ଦ୍ଦନ ଆଦିସ୍ୱଭାବେ ସର୍ବଗୁଣେ ସିଦ୍ଧି

  116. Couplet 116

    ଆବନ୍ତ୍ୟ ଶୂରସେନ ବଳାରାଜାଧିଦେବୀ ବିଭାକଲା

  117. Couplet 117

    ନାମ ତାହାର ଜୟସେନତା' ଅଂଶେ ଦୁଇପୁତ୍ର ଜନ୍ମ

  118. Couplet 118

    ବିନ୍ଦ ଯେ ଅନୁବିନ୍ଦ ବେନିରାଜାଧିଦେବୀ ତହୁଁ ଜନ୍ମି

  119. Couplet 119

    ଚେଦି ରାଜନ ଦମଘୋଷଶ୍ରୁତଶ୍ରବାକୁ ବରି ତୋଷ

  120. Couplet 120

    ତା'ର କୁମର ଶିଶୁପାଳସେ ବୀର ତେଜେ ଅନର୍ଗଳ

  121. Couplet 121

    ତାହାର ଜନ୍ମ ତୋତେ ଭାବେମୁଁ ତାହା କହିଅଛି ପୂର୍ବେ

  122. Couplet 122

    ଦେବଭାଗର କଂସା ପତ୍ନୀତା' ଗର୍ଭେ ଜାତ ସୁତ ବେନି

  123. Couplet 123

    ଚିତ୍ରକେତୁ ଯେ ବୃହଦ୍‌ବଳତେଜେ ଏ ବେନି ଅନର୍ଗଳ

  124. Couplet 124

    ଦେବଶ୍ରବାର ବୀର୍ଯ୍ୟେ ଜାତକଂସାବତୀର ଦୁଇ ସୁତ

  125. Couplet 125

    ସୁବୀର ଇଷୁମାନ ବେନିଏମନ୍ତେ ଦୁଇ ପୁତ୍ର ଜନ୍ମି

  126. Couplet 126

    କଙ୍କ ଔରସେ କଙ୍କା ଗର୍ଭେବକ ପ୍ରଥମେ ଜନ୍ମ ଲଭେ

  127. Couplet 127

    ତା' ପରେ ସତ୍ୟଜିତ୍ ଜନ୍ମିପୁରୁଜିତକୁ ଘେନି ତିନି

  128. Couplet 128

    ସୃଞ୍ଜୟ ପୁତ୍ର ବେନି ହୋଏବୃଷ ଦୁର୍ମର୍ଷଣ ତନୟେ

  129. Couplet 129

    ହରିକେଶ ଯେ ହିରଣ୍ୟାକ୍ଷଶ୍ୟାମକ ପୁତ୍ର ଯେ ପ୍ରତ୍ୟକ୍ଷ

  130. Couplet 130

    ବ›ତ୍ସକ ମିଶ୍ରକେଶୀ ଗର୍ଭେବୃକାଦି ସନ୍ତାନ ସମ୍ଭବେ

  131. Couplet 131

    ତକ୍ଷ ପୁଷ୍କରଶାଳ ଆଦିବୃକର ସନ୍ତାନ ପ୍ରସିଦ୍ଧି

  132. Couplet 132

    ଶମୀକ ପତ୍ନୀ ସୁଦାମିନୀସୁମିତ୍ର ତା' ଗର୍ଭେ ଜନମି

  133. Couplet 133

    ଅର୍ଜ୍ଜୁନପାଳାଦି ତନୁଜେଜନ୍ମିଲେ ଶମୀକର ବୀର୍ଯ୍ୟେ

  134. Couplet 134

    କର୍ଣ୍ଣିକା ଆନକର ମେଳେଋତଧାମକୁ ପ୍ରସବିଲେ

  135. Couplet 135

    ପୁଣି ଜୟନାମେ ନନ୍ଦନଆନକ ଅଂଶେ ଉତ୍‌ପନ୍ନ

  136. Couplet 136

    ବସୁଦେବର ଯେତେ ନାରୀଶୁଣ ସୁମନେ ଦଣ୍ତଧାରୀ

  137. Couplet 137

    ପୌରବୀ ରୋହିଣୀ ରୋଚନାମଦିରା ଭଦ୍ରା ଇଳା କନ୍ୟା

  138. Couplet 138

    ଦେବକୀ ଆଦି ବହୁ ନାରୀସେ ବସୁଦେବ ବିଭାକରି

  139. Couplet 139

    ରୋହିଣୀ ଗର୍ଭେ ବସୁଦେବଜନ୍ମାଏ ପୁତ୍ର ବଳଦେବ

  140. Couplet 140

    ଧ୍ରୁବ ସାରଣ ଆର ଗଦବିପୁଳ କୃତ ଯେ ଦୁର୍ମଦ

  141. Couplet 141

    ପୌରବୀ ଗର୍ଭରେ ସୁଭଦ୍ରଭଦ୍ରବାହୁ ଦୁର୍ମଦ ଭଦ୍ର

  142. Couplet 142

    ଭୂତଆଦି ବାର ନନ୍ଦନବସୁଦେବର ଅଂଶେ ଜନ୍ମ

  143. Couplet 143

    ମଦିରା ଗର୍ଭେ ଉପନନ୍ଦକୃତକ ଶୂର ପୁଣି ନନ୍ଦ

  144. Couplet 144

    ଭଦ୍ରାର ଉଦରେ ସମ୍ଭୂତକେଶୀ ନାମରେ ଏକ ସୁତ

  145. Couplet 145

    ବସୁଦେବର ଔରସରେପୁଣି ସେ ରୋଚନା ଗର୍ଭରେ

  146. Couplet 146

    ହସ୍ତହେମାଙ୍ଗଦ ସହିତେଜନ୍ମ ଲଭିଲେ ବହୁ ସୁତେ

  147. Couplet 147

    ଉରୁ ବଲଲାଦି ପୁତ୍ର ଶ୍ରେଷ୍ଠସେ ଯଦୁବଂଶରେ ଗରିଷ୍ଠ

  148. Couplet 148

    ସେମାନେ ଇଳା ଗର୍ଭେ ଜାତବସୁଦେବଙ୍କର ଅପତ୍ୟ

  149. Couplet 149

    ବିପୃଷ୍ଠ ନାମେ ଏକ ବଳାଧୃତଦେବାର ତହୁଁ ହେଲା

  150. Couplet 150

    ଶ୍ରମ ପ୍ରତିଶ୍ରୁତକୁ ଘେନିଶାନ୍ତି ଦେବାର ଗର୍ଭେ ଜନ୍ମି

  151. Couplet 151

    କଳ୍ପ ବର୍ଷାଦି ଦଶସୁତଉପଦେବା ଗର୍ଭୁ ସମ୍ଭୂତ

  152. Couplet 152

    ବସୁ ହଂସ ଦୁଇ ସହିତସୁବଂଶଆଦି ଷଡ଼ସୂତ

  153. Couplet 153

    ଦେବରକ୍ଷିତାର ନନ୍ଦନଗଦାଦି ନବଗୋଟି ଜାଣ

  154. Couplet 154

    ସହଦେବାର ଗର୍ଭେ ଅଷ୍ଟପୁରୁବିଶ୍ରୁତ ଯହିଁ ଜ୍ୟେଷ୍ଠ

  155. Couplet 155

    ଅଷ୍ଟବସୁଙ୍କୁ ପାଇ ସୁତଧର୍ମ ଯେସନେ ହୃଷ୍ଟଚିତ୍ତ

  156. Couplet 156

    ସେ ରୂପେ ବସୁଦେବ ହୃଷ୍ଟହୋଇଲେ ପାଇ ପୁତ୍ର ଅଷ୍ଟ

  157. Couplet 157

    ଦେବକୀ ଗର୍ଭରେ ସମ୍ଭୂତବସୁଦେବଙ୍କ ଅଷ୍ଟସୁତ

  158. Couplet 158

    ପ୍ରଥମେ ହୋଇ କୀର୍ତ୍ତିମାନପରେ ସୁଷେଣ ଭଦ୍ରସେନ

  159. Couplet 159

    ଋଜୁ ସମŸର୍ଦ୍ଦନ ସହିତେଭଦ୍ରକୁ ଘେନି ଷଷ୍ଠସୁତେ

  160. Couplet 160

    ସପ୍ତମ ସୁତ ସଙ୍କର୍ଷଣଅଷ୍ଟମେ ହରି ହେଲେ ଜନ୍ମ

  161. Couplet 161

    ଦେବକୀ ଗର୍ଭେ ଅଷ୍ଟସୁତବସୁଦେବଙ୍କ ତହୁଁ ଜାତ

  162. Couplet 162

    ପୁଣି ଯେ କନ୍ୟାଏ ଜନ୍ମିଲାସୁଭଦ୍ରା ନାମ ତା'ର ହେଲା

  163. Couplet 163

    ସେ ତୋର ଅଟେ ପିତାମହୀଏବେ ତୁ ଶୁଣ ନରସାଇଁ

  164. Couplet 164

    ଯେ କାଳେ ଧର୍ମ କ୍ଷୟ ହୁଏଅଧର୍ମ ହୁଅଇ ଉଦୟେ

  165. Couplet 165

    ସେ କାଳେ ପ୍ରଭୁ ଭଗବାନଆତ୍ମାକୁ କରନ୍ତି ସୃଜନ

  166. Couplet 166

    ଜଗତ ହିତେ ମୟାଧରଲୀଳାବିହାରେ ହରେ ଭାର

  167. Couplet 167

    ଏ ହରି ମାୟାର ନିୟନ୍ତାସଙ୍ଗ ରହିତ ସର୍ବକର୍ତ୍ତା

  168. Couplet 168

    ସପ୍ତମ ପ୍ରାଣୀ ହୃଦ୍‌ଗତେସାକ୍ଷୀ ରୂପରେ ଥାଏ ନିତ୍ୟେ

  169. Couplet 169

    ମାୟାରେ ଖେଳଇ ଜଗତେଜନ୍ମକର୍ମାଦି ପ୍ରାଣୀ ହିତେ

  170. Couplet 170

    ତା' ମାୟା ଚେଷ୍ଟା ଜୀବପକ୍ଷେଅନୁଗ୍ରହ ରୂପ ପ୍ରତ୍ୟକ୍ଷେ

  171. Couplet 171

    ସୃଷ୍ଟି ସ୍ଥିତି ଲୟ କାରଣଜୀବର ମୋକ୍ଷର ନିଦାନ

  172. Couplet 172

    ଅସଂଖ୍ୟ ଅକ୍ଷୌହିଣୀ ପତିଅସୁରେ ଜନ୍ମିଲେ ଏ କ୍ଷିତି

  173. Couplet 173

    ରାଜଚିହ୍ନ କରି ଧାରଣପୃଥିବୀ କଲେ ଆକ୍ରମଣ

  174. Couplet 174

    ପୃଥିବୀ ଭାରାକ୍ରାନ୍ତ ହୋଇଧାରଣେ ସମର୍ଥ ନୁହଇ

  175. Couplet 175

    ଭାରା ହରଣ ଅର୍ଥେ ହରିଜଗତେ ନାନା ରୂପଧରି

  176. Couplet 176

    ହେ ନୃପ ଶୁଣ ଏକଚିତ୍ତେସେ ହରି ମହିମା ଯେମନ୍ତେ

  177. Couplet 177

    ନିଜ ଇଚ୍ଛାରେ ଅବତରିଅସୁରଗଣଙ୍କୁ ସଂହାରି

  178. Couplet 178

    ଦେବେ ନ ପାନ୍ତି ଯା'ର ଅନ୍ତତା'ର ମାୟାରେ ହୋଇ ଭ୍ରାନ୍ତ

  179. Couplet 179

    ସେ ସଙ୍କର୍ଷଣର ସହିତେଲୀଳାରେ ବିହରେ ଜଗତେ

  180. Couplet 180

    ଯଦ୍ୟପି ସର୍ବଶକ୍ତିମାନଅଟଇ ଶ୍ରୀମଧୁସୂଦନ

  181. Couplet 181

    ସଙ୍କଳ୍ପ ମାତ୍ରେ ଭୂମିଭାରହରଣେ ସମର୍ଥ ତାହାର

  182. Couplet 182

    ତଥାପି ଭକ୍ତଙ୍କର ହିତେତା' ଅବତାର ଏଜଗତେ

  183. Couplet 183

    କଳିଯୁଗରେ ଭକ୍ତ ଯେତେତାହାଙ୍କ ଅନୁଗ୍ରହ ଅର୍ଥେ

  184. Couplet 184

    ପବିତ୍ର ଯଶ କର୍ମମାନବିସ୍ତାର କଲେ ଭାଗବାନ

  185. Couplet 185

    ଯଶ ସ୍ମରଣେ ତମ ଧ୍ୱଂସସକଳ ଶୋକ ହୁଏ ନାଶ

  186. Couplet 186

    ଶ୍ରେଷ୍ଠ ପବିତ୍ର ତୀର୍ଥ ବ୍ରତସାଧୁଜନଙ୍କ କର୍ଣ୍ଣାମୃତ

  187. Couplet 187

    ଶ୍ରୋତ୍ର-ଅଞ୍ଜଳି ପଥେ ପାନକରେ ଯେ ଏକବାରେ ଜନ

  188. Couplet 188

    କର୍ମବାସନା କ୍ଷୟ ଦକ୍ଷସେ ନର ହୁଅଇ ପ୍ରତ୍ୟକ୍ଷ

  189. Couplet 189

    ସେ ହେତୁ ଭୋଜ ବୃଷ୍ଣି ଯେତେଅନ୍ଧକ ମଧୁର ସହିତେ

  190. Couplet 190

    କୁରୁ ସୃଞ୍ଜୟ ଆଦି ବଂଶଆଦରେ ଗାବନ୍ତି ଯା' ଯଶ

  191. Couplet 191

    ତା'ର ଚରିତ ହୃଦେ ଚିନ୍ତିସ୍ୱଚ୍ଛନ୍ଦେ ସୁଖେ ବିହରନ୍ତି

  192. Couplet 192

    ସେ ପ୍ରଭୁ ଦେବ ଭଗବାନତାହାଙ୍କୁ ହୁଏ ସୁପ୍ରସନ୍ନ

  193. Couplet 193

    ସ୍ନିଗ୍ଧ-ମଧୁର ମନ୍ଦହାସେଉଦାର ବଚନ ବିଳାସେ

  194. Couplet 194

    ଅସମ ବିକ୍ରମ ଲୀଳାରେସର୍ବାଙ୍ଗ ସୁନ୍ଦର ଶରୀରେ

  195. Couplet 195

    ତାହାଙ୍କୁ କରି ଆନନ୍ଦିତସେମାନେ ମାୟାରେ ମୋହିତ

  196. Couplet 196

    କର୍ଣ୍ଣରେ ମକର କୁଣ୍ତଳସୁନ୍ଦର କପୋଳ ଯୁଗଳ

  197. Couplet 197

    ବିଳାସ ହାସେ ମୁଖ ଶୋଭାକି ଅବା ପଟାନ୍ତର ଦେବା

  198. Couplet 198

    ନିତ୍ୟେ ତାହାର ମୁଖ ଦେଖିସେ ନର ନାରୀ ହେଲେ ସୁଖୀ

  199. Couplet 199

    ନେତ୍ର ଉ›ତ୍ସବ ତା'ର ଶୋଭାଲୋକଲୋଚନ ମନଲୋଭା

  200. Couplet 200

    ତଥାପି ସେମାନଙ୍କ ନେତ୍ରକଦାପି ନୋହେ ପରିତୃପ୍ତ

  201. Couplet 201

    ଭୁବନମୋହନ ସୁନ୍ଦରରୂପ ତାହାଙ୍କ ମନୋହର

  202. Couplet 202

    ନିମିଷମାତ୍ର ନ ଦେଖିଲେଦୁଃଖିତ ହୁଅନ୍ତି ବିକଳେ

  203. Couplet 203

    ସେ ବସୁଦେବ ଘରେ ହରିଜନ୍ମିଲେ ନରଦେହ ଧରି

  204. Couplet 204

    ହରିଲେ ଧରଣୀର ଭାରଯେ ରୂପ ଦେଖି ଦେବାସୁର

  205. Couplet 205

    ପଶୁମନୁଷ୍ୟ ଆଦି ଯେତେଶରୀର ଧରି ଏ ଜଗତେ

  206. Couplet 206

    କୀଟପତଙ୍ଗ ଆଦି କରିଯେ ରୂପ ଦେଖି ଗଲେ ତରି

  207. Couplet 207

    ତା'ର ମହିମା କେବା କହିପାରିବ ନରଦେହ ବହି

  208. Couplet 208

    ହେ ନୃପ ଶୁଣ ତୋଷଚିତ୍ତେଅଦ୍ଭୁତ କର୍ମ ତା'ର ଯେତେ

  209. Couplet 209

    ସେ ବନ୍ଦୀଘରେ ନିଜ ରୂପେଜନ୍ମି ଗୁପତେ ଗଲେ ଗୋପେ

  210. Couplet 210

    ତାହାଙ୍କୁ ପାଇ ବ୍ରଜବାସୀସୁଖେ ବଞ୍ଚନ୍ତି ଦିବାନିଶି

  211. Couplet 211

    ରିପୁ ସଂହାରି ବଢ଼ି ବ୍ରଜେମାରି ମଥୁରା କଂସରାଜ୍ୟେ

  212. Couplet 212

    ଦ୍ୱାରକାପୁରେ ବାସ କରିବିବାହ କରି ବହୁ ନାରୀ

  213. Couplet 213

    ଜନ୍ମାଇ ଅସଂଖ୍ୟ ନନ୍ଦନଅନେକ କରି ଯଜ୍ଞମାନ

  214. Couplet 214

    ଲୋକଙ୍କୁ ଦେଇ ଯଜ୍ଞଶିକ୍ଷାନିଗମମାର୍ଗ କଲେ ରକ୍ଷା

  215. Couplet 215

    କୁରୁପାଣ୍ତବ ମଧ୍ୟେ କଳିଭିଆଇ ବହୁ ସୈନ୍ୟ ମାରି

  216. Couplet 216

    ଧରଣୀ ଭାର ଅପହରିଅର୍ଜ୍ଜୁନେ ଦେଇ ଜୟଶିରୀ

  217. Couplet 217

    ଉଦ୍ଧବେ ଦେଇ ଆତ୍ମଜ୍ଞାନଚଳିଲେ ଆପଣା ଭୁବନ

  218. Couplet 218

    ସୁଜନଜନ ଏହା ଶୁଣିଭକତି ହୃଦେ ପରିମାଣି

  219. Couplet 219

    ଏ ଭବଜଳୁ ତରିଯିବଯାହା ନ ଲଭେ ବ୍ରହ୍ମାଶିବ

  220. Couplet 220

    ସେ ହରିଚରିତ ସୁମରମୁଁ ତୁମ୍ଭ ଚରଣେ କିଙ୍କର

  221. Couplet 221

    ବୋଲଇ ବିପ୍ର ଜଗନ୍ନାଥନବମେ ବଂଶାନୁଚରିତ

Odia Bhagabata skandha 9 adhyaya 24 | Parbani by ParibhaAsha App