Skandha 9
Adhyaya 23
Couplet 1
ଅନୁର ବଂଶେ ତିନିସୁତଶୁଣ ରାଜନ ପରୀକ୍ଷିତ
Couplet 2
ଚକ୍ଷୁ ପରେକ୍ଷୁ ବେନି ସୁତତୃତୀୟେ ସଭାନର ଜାତ
Couplet 3
ସଭାନରରୁ କାଳନରସୃଞ୍ଜୟ ତାହାର କୁମର
Couplet 4
ଜନମେଜୟ ତା'ର ସୁତତା'ଠାରୁ ମହାଶାଳ ଜାତ
Couplet 5
ତହୁଁ ଯେ ମହାମନା ଜାତତାହାର ହେଲେ ଦୁଇ ସୁତ
Couplet 6
ସେ ମହାମନା ବୀର୍ଯ୍ୟେ ଘେନିତିତିକ୍ଷୁ ଉଶୀନର ବେନି
Couplet 7
ଶିବି ଯେ କୃମି ଦକ୍ଷ ବରଉଶୀନର ଚାରି କୁମର
Couplet 8
ଉଶୀନରର ବୀର୍ଯ୍ୟେ ଜାତହୋଇଲେ ଜଗତେ ବିଦିତ
Couplet 9
ହୋଇଲେ ଶିବି ବୀର୍ଯ୍ୟେ ଜନ୍ମଅଦ୍ଭୁତ ତାହାଙ୍କର କର୍ମ
Couplet 10
ବୃଷାଦର୍ଭ ସୁବୀର ଦୁଇମଦ୍ର କେକୟ ଚାରିଭାଇ
Couplet 11
ତିତିକ୍ଷୁ ପୁତ୍ର ଋଷଦ୍ରଥଅଦ୍ଭୁତ ତାହାର ଚରିତ
Couplet 12
ତାହାର ପୁତ୍ର ନାମ ହୋମସୁତପା ତାହାର ନନ୍ଦନ
Couplet 13
ସୁତପା ପୁତ୍ର ବଳି ହୋଇବନେ ତପସ୍ୱୀ ରୂପ ବହି
Couplet 14
ରହିଲା ସଂସାର ଉପେକ୍ଷିସ୍ୱପନ ପ୍ରାୟେ ସର୍ବ ଦେଖି
Couplet 15
ବଳିର କ୍ଷେତ୍ରେ ଷଡ଼ାତ୍ମଜେଜନ୍ମିଲେ ଦୀର୍ଘତମା ବୀର୍ଯ୍ୟେ
Couplet 16
ଅଙ୍ଗବଙ୍ଗ କଳିଙ୍ଗ ତିନିସୁହ୍ମ ପୁଣ୍ତ୍ର ଯେ ଉଡ୍ର ଘେନି
Couplet 17
ଆପଣା ନାମେ ରାଜ୍ୟ କରିସୁଖେ ପାଳିଲେ ବସୁନ୍ଧରୀ
Couplet 18
ଏ ଷଡ଼ଦେଶେ ହୋଇ ରାଜାଧର୍ମେ ପାଳିଲେ ଜନପ୍ରଜା
Couplet 19
ଅଙ୍ଗ ତନୟ ଖନପାନଦିବିରଥ ତା'ର ନନ୍ଦନ
Couplet 20
ଧର୍ମତଥ ଯେ ତା'ର ସୁତତା' ତହୁଁ ଜନ୍ମ ଚିତ୍ରରଥ
Couplet 21
ସେ ଚିତ୍ରରଥ ବଂଶହୀନରୋମପାଦ ତା' ଖ୍ୟାତ ନାମ
Couplet 22
ଦଶରଥର ସଖା ସେହିଅପୁତ୍ର ତା'ର ବଂଶ ଚାହିଁ
Couplet 23
ଶାନ୍ତା କନ୍ୟାକୁ ଦେଲା ନେଇଅତି ଆନନ୍ଦେ ତୋଷ ହୋଇ
Couplet 24
ସେ ତା'କୁ ଋଷ୍ୟଶୃଙ୍ଗ ତୁଲେବେଦବିଧାନେ ବିଭା ଦେଲେ
Couplet 25
ପୂର୍ବେ ସେ ରୋମପାଦ ଦେଶେତା' ଦେଶେ ଇନ୍ଦ୍ର ନ ବରଷେ
Couplet 26
ମନ୍ତ୍ରୀ ବଚନେ ଜ୍ଞାନ ପାଇହରିଣୀସୁତକୁ ଅଣାଇ
Couplet 27
ରାଜା ଆଦେଶେ ବେଶ୍ୟାଗଣଗଲେ ସେ ମୁନି ତପୋବନ
Couplet 28
ତାହାଙ୍କ ନୃତ୍ୟବାଦ୍ୟ ଗୀତେବିଭ୍ରମ ଜନ୍ମେ ଋଷି ଚିତ୍ତେ
Couplet 29
ଗଣିକା ନୃତ୍ୟଗୀତ ବଳେଚିତ୍ତ ମଜ୍ଜିଲା କାମଭୋଳେ
Couplet 30
ଇନ୍ଦ୍ର ନିମନ୍ତେ ଯଜ୍ଞ ପୁଣସେ ଋଷି କଲେ ନାନା କର୍ମ
Couplet 31
ଏମନ୍ତେ ଇନ୍ଦ୍ର ବରଷିଲାରାଜାର ସନ୍ତତି ହୋଇଲା
Couplet 32
ସନ୍ତାନ ହୀନ ଦଶରଥତା'ର ସକାଶୁଁ ପୁତ୍ର ପ୍ରାପ୍ତ
Couplet 33
ରୋମପାଦର ଯେଉଁ ସୁତସେ ଚତୁରଙ୍ଗ ନାମେ ଖ୍ୟାତ
Couplet 34
ତା' ପୁତ୍ର ପୃଥୁଳାକ୍ଷ ହେଲାତାହାର ବୃହଦ୍ରଥ ବଳା
Couplet 35
ଆବର ବୃହଦ୍ଭାନୁ ନାମତୃତୀୟେ ପୁଣି ବୃହତ୍କର୍ମ
Couplet 36
ବୃହଦ୍ରଥରୁ ବୃହନ୍ମନତା' ପୁତ୍ର ଜୟଦ୍ରଥ ନାମ
Couplet 37
ବିଜୟ ତାହାର କୁମରତହୁଁ ଜନ୍ମିଲା ଧୃତିବୀର
Couplet 38
ତା'ର କୁମର ଧୃତବ୍ରତସତ୍କର୍ମା ହେଲା ତା'ର ସୁତ
Couplet 39
ଅଧିରଥ ତା'ର ନନ୍ଦନବନେ ଭ୍ରମୁଁ ସେ ଏକଦିନ
Couplet 40
ଗଙ୍ଗାର ତୀରେ କ୍ରିଡ଼ାକାଳେଦେଖେ ମଞ୍ଜୁଷା ଭାସେ ଜଳେ
Couplet 41
ମଞ୍ଜୁଷା ମଧ୍ୟେ ଶିଶୁ ଦେଖିରାଜା ହୋଇଲା ଅତି ସୁଖୀ
Couplet 42
ସେ ଶିଶୁ କୁନ୍ତୀ ଗର୍ଭଜାତକୁନ୍ତୀ ତାହାକୁ କଲା ତ୍ୟକ୍ତ
Couplet 43
ସେ ରାଜା ନିଃସନ୍ତାନ ଥିଲାଶିଶୁପୁତ୍ରକୁ ସେ ପାଳିଲା
Couplet 44
କନ୍ୟା କାଳରେ ଜନ୍ମିଥିଲାକାନୀନ ସଜ୍ଞା ତେଣୁ ହେଲା
Couplet 45
ସେ ଅଧିରଥର ନନ୍ଦନତାହାର ନାମ ହେଲା କର୍ଣ୍ଣ
Couplet 46
ତାହାର ବୃଷସେନ ସୁତଏବେ ତୁ ଶୁଣ ନରନାଥ
Couplet 47
ଏବେ ତୁ ଦ୍ରୁହ୍ୟୁବଂଶ ଶୁଣବଭ୍ରୁ ଯେ ତାହାର ନନ୍ଦନ
Couplet 48
ତା'ର ତନୟ ସେତୁ ନାମଆରବ୍ଧ ତାହାର ନନ୍ଦନ
Couplet 49
ତାହାର ପୁତ୍ର ଯେ ଗାନ୍ଧାରଧର୍ମ ଯେ କୁମର ତାହାର
Couplet 50
ଧର୍ମର ପୁତ୍ର ନାମ ଧୃତଦୁର୍ମନା ତାହାର ଯେ ପୁତ୍ର
Couplet 51
ତାହାର ପୁତ୍ର ଯେ ପ୍ରଚେତହେଲେ ତାହାର ଶତେ ପୁତ୍ର
Couplet 52
ଉତ୍ତରେ ସେ ନାନା ଦେଶରେରହିଲେ ମ୍ଳେଚ୍ଛ ଅଧିକାରେ
Couplet 53
ତୁର୍ବସୁ ତହୁଁ ବହ୍ନି ଜାତଭର୍ଗ ତାହାର ହେଲା ସୁତ
Couplet 54
ତା'ର ପୁତ୍ର ଯେ ଭାନୁମାନତ୍ରିଭାନୁ ତାହାର ନନ୍ଦନ
Couplet 55
କରନ୍ଧମ ଯେ ତା'ର ସୁତତାହାର ତନୟ ମରୁତ
Couplet 56
ପୁରୁବଂଶରେ ହୋଇ ଜାତଯା' ନାମ ଅଟଇ ଦୁଷ୍ୟନ୍ତ
Couplet 57
ମରୁତ ତା'କୁ କଲା ପୁତ୍ରସେପୁଣି ରାଜ୍ୟ ଲୋଭେ ଗ୍ରସ୍ତ
Couplet 58
ପୁଣି ସେ ବଂଶେ ପ୍ରବେଶିଲାଉଭୟ ରାଜ୍ୟ ଭୋଗ କଲା
Couplet 59
ଏମନ୍ତେ ଅନୁବଂଶ ଯେତେକହିଲି ବଂଶାନୁଚରିତେ
Couplet 60
ଯହିଁ ଅଶେଷ ନୃପଗଣଏବେ ହୋ ଯଦୁବଂଶ ଶୁଣ
Couplet 61
ଯେ ବଂଶେ ପ୍ରଭୁ ଭାବଗ୍ରାହୀଜନ୍ମିଲେ କୃଷ୍ଣ ଦେହ ବହି
Couplet 62
ଏ ବଂଶ ମହିମା ଶୁଣନ୍ତେପାପ ନରହେ ହୃଦଗତେ
Couplet 63
ଯଦୁରାଜାର ଚାରି ସୁତେଶୁଣ ତାହାଙ୍କ ନାମ ଯେତେ
Couplet 64
ସହସ୍ରଜିତ ରିପୁ ବେନିଆବର କ୍ରୋଷ୍ଟା ନଳ ଘେନି
Couplet 65
ସହସ୍ରଜିତ ତହୁଁ ଜାତଶତଜିତ ନାମରେ ସୁତ
Couplet 66
ସହସ୍ରଜିତ ସୁତ ତିନିରୂପ ଲାବଣ୍ୟ ଗୁଣ ଘେନି
Couplet 67
ଯେ ମହାହୟ ବେଣୁହୟହୈହୟ ନାମେ ମହାଶୟ
Couplet 68
ଧର୍ମ ଯେ ହୈହୟର ସୁତନେତ୍ର ତାହାର ବୀର୍ଯ୍ୟେ ଜାତ
Couplet 69
କୁନ୍ତି ତାହାର ପୁତ୍ର ହୋଏସୋହଞ୍ଜି କୁନ୍ତିର ତନୟେ
Couplet 70
ତାହାର ପୁତ୍ର ମହୀଷ୍ମାନତା'ର କୁମର ଭଦ୍ରସେନ
Couplet 71
ଭଦ୍ରସେନର ତହୁଁ ଜନ୍ମିଦୁର୍ମଦ ଧନକ ଏ ବେନି
Couplet 72
କୃତାଗ୍ନି କୃତବୀର୍ଯ୍ୟେ ବେନିକୃତୌଜା କୃତବର୍ମା ଘେନି
Couplet 73
ଧନକ ପୁତ୍ର ଏ ଜଗତେବିଷ୍ଣୁର ତେଜ ଅପ୍ରମିତେ
Couplet 74
କୃତବୀର୍ଯ୍ୟ ସୁତ ଅର୍ଜ୍ଜୁନସପତଦ୍ୱୀପେ ସେ ରାଜନ
Couplet 75
ଦତ୍ତାତ୍ରେୟଙ୍କୁ ସେବା କରିଯୋଗେ ହୋଇଲା ଅଧିକାରୀ
Couplet 76
ସେ କାର୍ତ୍ତବୀର୍ଯ୍ୟର ମହିମାକେ କହିପାରେ ଗୁଣସୀମା
Couplet 77
ହୈହୟ ବଂଶେ ରାଜା ଯେତେତପସ୍ୟା ଯଜ୍ଞ ଦାନ ମତେ
Couplet 78
ନାନା ପ୍ରକାରେ ଯେତେ ସାଧିଅଣିମା ଆଦି ଅଷ୍ଟନିଧି
Couplet 79
ପଞ୍ଚାଶୀ ସହସ୍ର ବରଷସମ୍ପଦ ଭୁଞ୍ଜିଲା ଅଶେଷ
Couplet 80
ତାହାର ସମ ଏ ସଂସାରେକେହି ନୋହିଲେ ଅଧିକାରେ
Couplet 81
ତାହାର ସହସ୍ରେ ନନ୍ଦନଯୁଦ୍ଧେ ସେ ହୋଇଲେ ନିଧନ
Couplet 82
ତା' ମଧ୍ୟେ ପାଞ୍ଚ ଯେ କୁମରକ୍ଷତ୍ରିୟ ବଳେ ବଳୀୟାର
Couplet 83
ଜୟଧ୍ୱଜ ଯେ ଶୂରସେନବୃଷଭ ମଧୁ ବିଦ୍ୟମାନ
Couplet 84
ଉର୍ଜ୍ଜିତ ଅଟଇ ପଞ୍ଚମେଅଇରୀ କମ୍ପନ୍ତି ଯା' ନାମେ
Couplet 85
ଜୟଧ୍ୱଜର ତହୁଁ ଜାତନାମ ତା' ତାଳଜଂଘ ଖ୍ୟାତ
Couplet 86
ଶତେ ନନ୍ଦନ ତା'ର ହୋଏଯା' ନାମେ ରିପୁ କରେ ଭୟେ
Couplet 87
ଔର୍ବ ଋଷିଙ୍କ ବ୍ରହ୍ମତେଜେକ୍ଷତ୍ରିୟ ପଣେ ତା'ଙ୍କ ରାଜ୍ୟେ
Couplet 88
ସଗର ତା'ଙ୍କୁ କଲେ ହତଏ ଯେ କ୍ଷତ୍ରିୟ ବୀର ସୁତ
Couplet 89
ତାହାଙ୍କ ମଧ୍ୟେ ଜ୍ୟେଷ୍ଠସୁତତାହାର ନାମ ବୀତିହୋତ୍ର
Couplet 90
ମଧୁର ଶତେ ପୁତ୍ର ହୋଇବୃଷ୍ଣି ତା' ମଧ୍ୟେ ଜ୍ୟେଷ୍ଠ ଥାଇ
Couplet 91
ମାଧବ ବୃଷ୍ଣି ଯେ ଯାଦବଏଣୁ ଏ ଘୋଷନ୍ତି ସାଧବ
Couplet 92
ଯଦୁପୁତ୍ର କ୍ରୋଷ୍ଠାର ବୀର୍ଯ୍ୟେବୃଜିନବାନ ଯେ ଉପୁଜେ
Couplet 93
ତା' ପୁତ୍ର ଶ୍ୱାହିତ ହୋଇଲାରୁଶେକୁ ଅଟେ ତାର ବଳା
Couplet 94
ତା'ର କୁମର ଚିତ୍ରରଥତାହାର ଶଶବିନ୍ଦୁ ସୁତ
Couplet 95
ସେ ମହାଯୋଗୀ ମହାଭୁଜଭୁବନଜିତ ତା'ର ତେଜ
Couplet 96
ଦଶସହସ୍ର ତା'ର ନାରୀଅଶେଷ ଯଶେ ଅଧିକାରୀ
Couplet 97
ନାରୀ ଗୋଟିକେ ଲକ୍ଷେ ସୁତଶଶବିନ୍ଦୁର ହେଲେ ଜାତ
Couplet 98
ଏମନ୍ତେ ଦଶସସ୍ର ଲକ୍ଷକୁମରେ ହୋଇଲେ ପ୍ରତ୍ୟକ୍ଷ
Couplet 99
ତାହାଙ୍କ ମଧ୍ୟେ ଷଡ଼ସୁତେପୃଥୁଶ୍ରବାଦି ଏ ଜଗତେ
Couplet 100
ଧର୍ମ ଯେ ପୃଥୁଶ୍ରବା ବଳାତହୁଁ ଉଶନା ଜନମିଲା
Couplet 101
ଅଶ୍ୱମେଧରେ ସେ ଦୀକ୍ଷିତହୋଇ କଲାକ ଯଜ୍ଞ ଶତ
Couplet 102
ରୁଚକ ନାମେ ତା'ର ସୁତତା'ର କୁମର ପାଞ୍ଚ ଜାତ
Couplet 103
ରୁକ୍ମ ରୁକ୍ମେଷୁ ପୁରୁଜିତପୃଥୁ ଜ୍ୟାମଘ ପାଞ୍ଚସୁତ
Couplet 104
ଜ୍ୟାମଘ ପତ୍ନୀ ଶୈବ୍ୟା ହୋଇକେବେହେଁ ପୁତ୍ର ନ ଲଭଇ
Couplet 105
ଜ୍ୟାମଘ ତା'କୁ କରି ଭୟନ କଲା ଦାର ପରିଗ୍ରହ
Couplet 106
ସେ ରାଜା ଦିଗବିଜେ କରିଅନେକ ରିପୁବଳ ମାରି
Couplet 107
ନାନା ପ୍ରକାରେ ରିପୁ ଜିଣିଅନେକ ଧନରତ୍ନ ଆଣି
Couplet 108
କନ୍ୟାଏ ପାଇ ରୂପରାଶିତାହାଙ୍କ ସଙ୍ଗେ ରଥେ ବସି
Couplet 109
ମିଳିଲା ଆପଣା ଭୁବନେଅନେକ ବାଦ୍ୟ ନାଦ ସ୍ୱନେ
Couplet 110
ଶୈବ୍ୟା ନାମେଣ ତା'ର ରାଣୀଉତ୍ସବ ବାଦ୍ୟନାଦ ଶୁଣି
Couplet 111
ମନ୍ଦିରୁ ହୋଇଲା ବାହାରଭୁଷିତ ନାନା ଅଳଙ୍କାର
Couplet 112
ରଥକୁ ଚାହେଁ ବେନି ଡ଼ୋଳେକନ୍ୟାଏ ଅଛି ତା'ର କୋଳେ
Couplet 113
ଅତି ସୁନ୍ଦର ତା'ର ତନୁଦେଖି ପାଇଲା ହୃଦେ ମନ୍ୟୁ
Couplet 114
ବୋଇଲା ରାଜାମୁଖ ଚାହିଁଏ କନ୍ୟା ପାଇଲୁ ତୁ କାହିଁ
Couplet 115
ଶୈବ୍ୟା ବଚନ ଶୁଣି ରାୟେହୃଦେ ପାଇଲା ମହାଭୟେ
Couplet 116
ବୋଇଲେ ମଧୁର ଉତ୍ତରଏ କନ୍ୟା ବଧୂ ଯେ ତୋହର
Couplet 117
ଶୈବ୍ୟା ବୋଲଇ କୋପ ବହିଏ ଜନ୍ମେ ତୋ'ର ପୁତ୍ର ନାହିଁ
Couplet 118
ଆଣିଲୁ ସପତଣୀ ଅର୍ଥେଏବେ ତୁ ଭଣ୍ତୁ ମୋ' ଅଗ୍ରତେ
Couplet 119
ଶୁଣି ସେ ଶୈବ୍ୟାର ବଚନମଧୁରେ ବୋଇଲେ ରାଜନ
Couplet 120
ଏବେ ଯେ ପୁତ୍ର ଉପୁଜିବଏ କନ୍ୟା ସେ ବିଭା ହୋଇବ
Couplet 121
ଅନେକ ହୋଇବ ମୋ' ବଂଶତୁ ଶୁଣି ଶୈବ୍ୟା ହେଲା ତୋଷ
Couplet 122
ଭୁବନେ କଲା ସେ ପ୍ରବେଶଆନନ୍ଦେ ହୋଇ ହସହସ
Couplet 123
ସନ୍ତୋଷ ହେଲେ ପିତୃଦେବେପୁତ୍ର ହୋଇଲା ଶୈବ୍ୟାଗର୍ଭେ
Couplet 124
ସୁନ୍ଦରେ ଜଗତ ମୋହିଲାବିଦର୍ଭ ତା'କୁ ନାମ ଦେଲା
Couplet 125
ସେ କନ୍ୟା ପୁତ୍ରେ ବିଭାକଲାଶୁଣ ହୋ ଗୋବିନ୍ଦର ଲୀଳା
Couplet 126
ସୁଜନ ଜନେ ଏଣେ ଭାବଏ ଘୋର ସଂସାରୁ ତରିବ
Couplet 127
ବୋଲଇ ଦାସ ଜଗନ୍ନାଥନବମେ ବଂଶାନୁଚରିତ