Skip to content
paribhaasha

Skandha 9

Adhyaya 22

  1. Couplet 1

    ବ୍ୟାସକୁମର ଅତି ତୋଷେକହନ୍ତି ପରୀକ୍ଷିତ ପାଶେ

  2. Couplet 2

    ମିତ୍ରାୟୁ ଦିବୋଦାସ ସୁତଚ୍ୟବନ ତା'ର ତହୁଁ ଜାତ

  3. Couplet 3

    ସୁଦାସ ତାହାର ନନ୍ଦନତା' ସୁତ ସହଦେବ ଘେନ

  4. Couplet 4

    ସୋମକ ସହଦେବ ସୁତତା' ବୀର୍ଯ୍ୟୁ ହେଲେ ଶତେପୁତ୍ର

  5. Couplet 5

    ତାହାଙ୍କ ମଧ୍ୟେ ଜନ୍ତୁ ଜ୍ୟେଷ୍ଠପୃଷତ ଅଟଇ କନିଷ୍ଠ

  6. Couplet 6

    ଦ୍ରୁପଦ ତାହାର ନନ୍ଦନତା'ର ତନୟ ଧୃଷ୍ଟଦ୍ୟୁମ୍ନ

  7. Couplet 7

    ଦ୍ରୌପଦୀ କନ୍ୟା ତା'ଙ୍କ ଘରେସେ ଆଦିଶକ୍ତି ଜନ୍ମାନ୍ତରେ

  8. Couplet 8

    ସେ ଧୃଷ୍ଟଦ୍ୟୁମ୍ନଙ୍କର ରେତୁଁଜନ୍ମ ଲଭିଲେ ଧୃଷ୍ଟକେତୁ

  9. Couplet 9

    ଭର୍ମ୍ୟାଶ୍ୱ ବଂଶେ ଏତେ ଜାତପାଞ୍ଚାଳ ନାମେ ହେଲେ ଖ୍ୟାତ

  10. Couplet 10

    ପାଞ୍ଚାଳ ଦେଶ ରାଜା ପଣେପ୍ରଜା ପାଳିଲେ ଶୁଭକ୍ଷଣେ

  11. Couplet 11

    ଅଜମୀଢ଼ର ସୁତ ରକ୍ଷତହୁଁ ସମ୍ବରଣ ପ୍ରତ୍ୟକ୍ଷ

  12. Couplet 12

    ସେ ପୁଣି କାଳିନ୍ଦୀର ଜଳେସୂର୍ଯ୍ୟର କନ୍ୟା ସଙ୍ଗମେଳେ

  13. Couplet 13

    କୁରୁ ହୋଇଲା ତା'ର ବଂଶେଏ କଥା ଶୁଣିଛୁ ଭବିଷ୍ୟେ

  14. Couplet 14

    କୁରୁର ପୁତ୍ର ହୋଏ ଚାରିପରୀକ୍ଷିତ ସୁଧନୁ ଆହୁରି

  15. Couplet 15

    ଜହ୍ନୁ ନିଷଧାଶ୍ୱ ସହିତେଏ ରୂପେ ହେଲେ ଚାରିସୂତେ

  16. Couplet 16

    ସୁହୋତ୍ର ସୁଧନୁ ନନ୍ଦନତାହାର ସୁତ ଯେ ଚ୍ୟବନ

  17. Couplet 17

    ଚ୍ୟବନ ସୁତ କୃତୀ ନାମବସୁ ତାହାର ବୀର୍ଯ୍ୟେ ଜନ୍ମ

  18. Couplet 18

    ବସୁ ତନୟ ବୃହଦ୍ରଥକୁଶାମ୍ବ ଦ୍ୱିତୀୟ ଯେ ପୁତ୍ର

  19. Couplet 19

    ମ›ତ୍ସ୍ୟ ତୃତୀୟ ପୁତ୍ର ହୁଏପ୍ରତ୍ୟଗ୍ର ଚତୁର୍ଥ ବୋଲାଏ

  20. Couplet 20

    ଚେଦିପ ଆଦି ବହୁ ଭ୍ରାତଉପରିଚର ବସୁ ପୁତ୍ର

  21. Couplet 21

    କୁଶାଗ୍ର ବୃହଦ୍ରଥ ସୁତଋଷଭ ତା'ର ତହୁଁ ଜାତ

  22. Couplet 22

    ଋଷଭ ପୁତ୍ର ସତ୍ୟହିତପୁଷ୍ପବାନ ଯେ ତା'ର ସୁତ

  23. Couplet 23

    ବୃହଦ୍ରଥର ବେନିନାରୀଦୁର୍ବାସା ପାଦେ ସେବା କରି

  24. Couplet 24

    ଗର୍ଭର ଅର୍ଥେ ଚ୍ୟୁତ ଫଳବାଣ୍ଟି ଖାଇଲେ ବେନିଫାଳ

  25. Couplet 25

    ଋଷି ବଚନେ ତା'ଙ୍କ ବାଳେଜନ୍ମ ହୋଇଲେ ବେନି ଫାଳେ

  26. Couplet 26

    ଜୀବନ ନାହିଁ ତା'ଙ୍କ ଦେହେକେ ଛାଡ଼ି ପାରି ପୁତ୍ର ସ୍ନେହେ

  27. Couplet 27

    ନିଶି ପର୍ଯ୍ୟନ୍ତେ କୋଳେ ବହିଶ୍ମଶାନେ ପକାଇଲେ ନେଇ

  28. Couplet 28

    ଏମନ୍ତେ ଶୁଣ ନରନାଥଜରାରାକ୍ଷସୀ ଉପଗତ

  29. Couplet 29

    କ୍ଷୁଧା-ପୀଡ଼ନେ ଦେଶବନେବୁଲଇ ଦୁର୍ଗମ ଶ୍ମଶାନେ

  30. Couplet 30

    ସ୍ୱଭାବେ ନରମାଂସ ଖାଇଶ୍ମଶାନେ ମିଳିଲାକ ଯାଇ

  31. Couplet 31

    ଆନନ୍ଦେ ବେନିଖଣ୍ତ ଧରିକ୍ଷେପନ୍ତେ ବଦନ ବିସ୍ତାରି

  32. Couplet 32

    ଦେଖେ ବାଳକ ବେନିଖଣ୍ତତେଜେ ବିରାଜେ ମାରତଣ୍ତ

  33. Couplet 33

    ବେନିଫାଳକୁ ଏକ କଲାସ୍ୱମନ୍ତ୍ରେ ଜୀବନ୍ୟାସ ଦେଲା

  34. Couplet 34

    ଡାକଇ ଜୀବ ଜୀବ ରାବେସେ ବେନିଖଣ୍ତ ଏକଭାବେ

  35. Couplet 35

    ତକ୍ଷଣେ କୁମର ହୋଇଲାସୁନ୍ଦରେ ଜଗତ ମୋହିଲା

  36. Couplet 36

    ପୁଣି ସେ ତା'ର ମୁଖ ଚାହିଁବୋଲଇ ଶିରେ ହସ୍ତ ଦେଇ

  37. Couplet 37

    ଅଜୟ ହୁଅ ନରଲୋକେଅନେକ ରାଜା ଜିଣି ଏକେ

  38. Couplet 38

    ଯେ ତୋତେ କରି ବେନିଫାଳକ୍ଷେପିବ ଭୂମି ଅନ୍ତରାଳ

  39. Couplet 39

    ଖଣ୍ତେ ପଡ଼ିବ ସିନ୍ଧୁଜଳେଦହିବ ବଡ଼ବା ଅନଳେ

  40. Couplet 40

    ତେବେ ପୂରିବ କାଳ ତୋ'ରଏବେ ତୁ ଅଜର ଅମର

  41. Couplet 41

    ଏମନ୍ତେ ଅସୁରୀ ସାଧନେସେ ଜରାସନ୍ଧ ଅନୁଦିନେ

  42. Couplet 42

    ଅନେକ ରାଜ୍ୟ ଭୋଗ କଲାଅନ୍ତେ ଭୀମର ହସ୍ତେ ମଲା

  43. Couplet 43

    ତା'ର କୁମର ସହଦେବତା' ବୀର୍ଯ୍ୟେ ସୋମାପି ସମ୍ଭବ

  44. Couplet 44

    ଶ୍ରୁତଶ୍ରବା ତାହାର ବଳାପରୀକ୍ଷିତ ନିଃସନ୍ତାନ ଥିଲା

  45. Couplet 45

    ଜହ୍ନୁର ତନୟ ସୁରଥତା'ର ତନୟ ବିଦୁରଥ

  46. Couplet 46

    ତା'ର କୁମର ସାର୍ବଭୌମତା' ତେଜେ କେହି ନୋହେ ସମ

  47. Couplet 47

    ତା'ର କୁମର ଜୟସେନରାଧିକ ତାହାର ନନ୍ଦନ

  48. Couplet 48

    ତାଠାରୁ ଅତାୟୁ ହୋଏଅକ୍ରୋଧନ ତା'ର ତନୟେ

  49. Couplet 49

    ତା'ର କୁମର ଦେବାତିଥିଋଷ୍ୟ ତା' ତହୁଁ ଉତ୍‌ପତ୍ତି

  50. Couplet 50

    ତାହାର ଆତ୍ମଜ ଦିଲୀପତା' ପୁତ୍ର ନାମଟି ପ୍ରତୀପ

  51. Couplet 51

    ପ୍ରତୀପ ବୀର୍ଯ୍ୟେ ପୁତ୍ର ତିନିହୋଇଲେ ନିଜରୂପ ଘେନି

  52. Couplet 52

    ଦେବାପି ଶାନ୍ତନୁ ବାହ୍ଲୀକସ୍ୱଭାବେ ସୁଜ୍ଞାନୀ ବିବେକ

  53. Couplet 53

    ଦେବାପି ପୂର୍ବଜାତି ସ୍ମରିରାଜ୍ୟେ ନୋହିଲା ଅଧିକାରୀ

  54. Couplet 54

    ସଂଯମେ ଯୋଗ-ଅଭ୍ୟାସନେନିଶ୍ଚଳେ ରହିଲା ସେ ବନେ

  55. Couplet 55

    ପିତାର ବଚନ ନ କଲାଅରଣ୍ୟେ ନିର୍ଭୟେ ରହିଲା

  56. Couplet 56

    ସେ ପୁଣି କଳିଯୁଗ ଶେଷେରାଜା ହୋଇବ ସୋମବଂଶେ

  57. Couplet 57

    ଶାନ୍ତୁନୁ ରାଜ୍ୟେ ହୋଇ ରାଜାଧର୍ମେ ପାଳିଲା ଜନପ୍ରଜା

  58. Couplet 58

    ପୂର୍ବଜନ୍ମରେ ତା'ର ନାମମହାଭିଷ ବୋଲି ପ୍ରଧାନ

  59. Couplet 59

    ତା'ର ମହିମା ଶୁଣ ରାୟେସେ ଯାକୁ ହସ୍ତ ଘେନି ଛୁଏଁ

  60. Couplet 60

    ସେ ଯେବେ ହୋଇଥିବ ଜୀର୍ଣ୍ଣତକ୍ଷଣେ ଲଭିବ ଯୌବନ

  61. Couplet 61

    ଶାନ୍ତି ଲଭି ଯେ ସୁଖେ ରହେତେଣୁ ସେ ଶାନ୍ତନୁ ବୋଲାଏ

  62. Couplet 62

    ଏମନ୍ତେ ତା'ର ରାଜ୍ୟ କାଳେମେଘ ନଦିଶେ ଅନ୍ତରାଳେ

  63. Couplet 63

    ବୃଷ୍ଟି ନ କରେ ବଳାହକକ୍ଷୁଧା ପୀଡ଼ିତ ସର୍ବଲୋକ

  64. Couplet 64

    ଏମନ୍ତେ ଦ୍ୱାଦଶ ବରଷବୃଷ୍ଟି ବିହୀନ ତା'ର ଦେଶ

  65. Couplet 65

    ଶାନ୍ତନୁ ବ୍ରାହ୍ମଣଙ୍କୁ ଚାହିଁବୋଲଇ ଶିରେ କର ଦେଇ

  66. Couplet 66

    ଦେଖ ଦୁଃଖିତ ନରଲୋକଜଳ ନ ମୁଞ୍ଚେ ବଳାହକ

  67. Couplet 67

    କିବା କଳ୍ମଷ ମୋ'ର ଅଛିଇନ୍ଦ୍ର ନ ବରଷେ ତା' ଲକ୍ଷି

  68. Couplet 68

    ଏମନ୍ତ ଶୁଣି ତା'ର ବାଣୀବିପ୍ରେ ନିଗମେ ପରିମାଣି

  69. Couplet 69

    ବୋଇଲେ ପରବେତ୍ତା ଦୋଷେଇନ୍ଦ୍ର ନ ବରଷେ ତୋ' ଦେଶେ

  70. Couplet 70

    ଜ୍ୟେଷ୍ଠେ ନ ଦେଇ ରାଜ୍ୟ ଶିରୀକନିଷ୍ଠ ଯେବେ ରାଜ୍ୟ କରି

  71. Couplet 71

    ଜ୍ୟେଷ୍ଠକୁ ବିବାହ ନ କରିକନିଷ୍ଠ ଯେବେ କନ୍ୟା ବରି

  72. Couplet 72

    ଜ୍ୟେଷ୍ଠ ଭ୍ରାତାର ରାଜ୍ୟଭାଗତୁମ୍ଭେ କରୁଛ ନିଜେ ଭୋଗ

  73. Couplet 73

    ସେ ପରିବେତ୍ତା ଅତି ଦୋଷେତୋ' ଦେଶେ ଇନ୍ଦ୍ର ନ ବରଷେ

  74. Couplet 74

    ଏମନ୍ତ ବିପ୍ରମୁଖୁଁ ଶୁଣିଭୟେ ବୋଲଇ ନୃପମଣି

  75. Couplet 75

    ରାଜ୍ୟ ମୁଁ ଜ୍ୟେଷ୍ଠଭ୍ରାତେ ଦେଇତପ ସାଧିବି ବନେ ରହି

  76. Couplet 76

    ସୁଖେ ଜୀଅନ୍ତୁ ଜନପ୍ରଜାଦେବାପି ରାଜ୍ୟେ ହେଉ ରାଜା

  77. Couplet 77

    ସଙ୍ଗେ ଘେନାଇ ବିପ୍ରଗଣେଦେବାପି ରାଜ୍ୟ ସମର୍ପଣେ

  78. Couplet 78

    ଶାନ୍ତୁନୁ ଜ୍ୟେଷ୍ଠଭ୍ରାତା ପାଦେପଡ଼ି ବୋଲଇ ଶୋକନାଦେ

  79. Couplet 79

    ହେ ଭ୍ରାତ ରାଜ୍ୟେ ହୁଅ ରାଜାସୁଖେ ଜୀଅନ୍ତୁ ଜନପ୍ରଜା

  80. Couplet 80

    ଦେବାପି ତା'ର ବୋଲ ଶୁଣିକହିଲା ଧର୍ମ ପରିମାଣି

  81. Couplet 81

    ଦେଶୁଁ ବାହାର ହୋଇ ମୁହିଁରାଜ୍ୟେ ମୋ' ପ୍ରୟୋଜନ ନାହିଁ

  82. Couplet 82

    ଏ ଅନ୍ତେ ରାଜା ମନ୍ତ୍ରୀଗଣକଲେ କପଟ ଆଚରଣ

  83. Couplet 83

    ବିଶ୍ୱାସୀ ବ୍ରାହ୍ମଣ ରାଇଲେତାହାଙ୍କୁ କୁମନ୍ତ୍ରଣା ଦେଲେ

  84. Couplet 84

    ବୋଇଲେ ଶୁଣ ବିପ୍ରଗଣଦେବାପି କାର୍ଯ୍ୟ କର ବିଘ୍ନ

  85. Couplet 85

    ଶୁଣି ସେ ବିପ୍ରେ ବେଗେ ଗଲେଦେବାପି ନିକଟେ ମିଳିଲେ

  86. Couplet 86

    ପାଷଣ୍ତ ମତ ପୃଷ୍ଠ ପୋଷକରି ସେ ଦେଲେ ଉପଦେଶ

  87. Couplet 87

    ତେଣୁ ତା' ବୁଦ୍ଧି ହେଲା ନଷ୍ଟବେଦମାର୍ଗର ହେଲା ଭ୍ରଷ୍ଟ

  88. Couplet 88

    ବେଦକୁ ଯେଣୁ ନିନ୍ଦା କଲାତେଣୁ ସେ ପତିତ ହୋଇଲା

  89. Couplet 89

    ରାଜ୍ୟେ ନୋହିଲା ଅଧିକାରୀପୁଣି ଶାନ୍ତନୁ ରାଜ୍ୟ କରି

  90. Couplet 90

    ତାହାର ଦୋଷ ନ ରହିଲାଦେବାପି ବେଦନିନ୍ଦା କଲା

  91. Couplet 91

    ତକ୍ଷଣେ ନିଗମ ବଚନେଜୀମୂତେ ମିଳିଲେ ଗଗନେ

  92. Couplet 92

    ଗମ୍ଭୀର ଘୋରନାଦ କରିତକ୍ଷ୍‌ଣେ ବରଷିଲେ ବାରି

  93. Couplet 93

    ଦେବାପି ମନେ ଜ୍ଞାନଭରିକଳାପ ଗ୍ରାମ ଆଶ୍ରେ କରି

  94. Couplet 94

    ବିଶ୍ୱ ସଂସାରେ କାଳବଳେସୋମବଂଶ ବିନାଶ ବେଳେ

  95. Couplet 95

    କଳିର ଥିବ ଅବଶେଷସେ ପୁଣି ସ୍ଥାପି ସୋମବଂଶ

  96. Couplet 96

    ରାଜା ହୋଇବ ଦିନାକେତେପ୍ରଜା ପାଳିବ ଧର୍ମଚିତ୍ତେ

  97. Couplet 97

    ମର୍ତ୍ତ୍ୟେ ସ୍ଥାପିବ ସୋମବଂଶଯେ ଅବା ଥିବ ଅବଶେଷ

  98. Couplet 98

    ବହ୍ଲୀକ ବୀର୍ଯ୍ୟେ ସୋମଦତ୍ତଭୂରି ଭୂରିଶ୍ରବା ତା' ସୁତ

  99. Couplet 99

    ଶଲକୁ ଘେନି ପୁତ୍ର ତିନିସୋମଦତ୍ତର ବୀର୍ଯ୍ୟେ ଜନ୍ମି

  100. Couplet 100

    ଶାନ୍ତୁନୁ ବୀର୍ଯ୍ୟେ ପୁତ୍ର ଜାତଭୀଷ୍ମ ନାମରେ ଗଙ୍ଗାସୁତ

  101. Couplet 101

    ସେ ସର୍ବ ବୀର-ଶିରୋମଣିପରଶୁରାମେ ଯୁଦ୍ଧେ ଜିଣି

  102. Couplet 102

    ଶାନ୍ତନୁ ଦାସକନ୍ୟା ଗର୍ଭେଚିତ୍ରାଙ୍ଗଦ ଯେ ଜାତ ପୂର୍ବେ

  103. Couplet 103

    ଯେ ଚିତ୍ରାଙ୍ଗଦ ନାମେ ସୁତସେହି ଗନ୍ଧର୍ବେ ହେଲା ହତ

  104. Couplet 104

    ବିଚିତ୍ରବୀର୍ଯ୍ୟ ଅବରଜଏବେ ହୋ ଶୁଣ କୁରୁରାଜ

  105. Couplet 105

    ସେ କନ୍ୟା ଗର୍ଭେ ଗଙ୍ଗାଜଳେଧରି ଯେ ପରାଶର ବଳେ

  106. Couplet 106

    ବ୍ୟାସମୁନିଙ୍କି ଜନ୍ମ କରିସଂଭ୍ରମେ ତା'କୁ କୋଳେ ଧରି

  107. Couplet 107

    ବଦରୀ ବନେ ପକାଇଲେଗୋବିନ୍ଦ ତାହାଙ୍କୁ ରଖିଲେ

  108. Couplet 108

    ସେ ବିଷ୍ଣୁ ଅଂଶେ ମହାମୁନିପ୍ରତ୍ୟକ୍ଷେ ବିଷ୍ଣୁତେଜ ଘେନି

  109. Couplet 109

    ହରିର ଅଂଶେ ଉତପନ୍ନନାମ ତା' କୃଷ୍ଣ ଦ୍ୱୈପାୟନ

  110. Couplet 110

    ପଇଳ ଆଦି ଶିଷ୍ୟଗଣେବିଦ୍ୟା ଅଭ୍ୟାସି ଜଣେ ଜଣେ

  111. Couplet 111

    ହୋଇଲେ ସର୍ବଶାସ୍ତ୍ର ବେତ୍ତାସକଳ ଗୁଣେ ଗୁଣବନ୍ତା

  112. Couplet 112

    ସେ ମୋତେ ରେତୁଁ ଜାତକଲେଏ ଭାଗବତ ଶିକ୍ଷା ଦେଲେ

  113. Couplet 113

    ଏମନ୍ତେ କାଶୀରାଜ ଘରେଭୀଷ୍ମ ଯେ କନ୍ୟା ସ୍ୱୟମ୍ବରେ

  114. Couplet 114

    ଦୁର୍ଗମ ଲାଖ ବିନ୍ଧି ବଳେଅନେକ ନୃପତିଙ୍କ ମେଳେ

  115. Couplet 115

    ରାଜାଙ୍କୁ ଲାଖବିନ୍ଧି ଜିଣିଲଭିଲେ ନୃପତି ଦୁଲଣୀ

  116. Couplet 116

    ଅମ୍ବିକା ଆଉ ଅମ୍ବାଳିକାକନ୍ୟାଏ ବର ବରି ଏକା

  117. Couplet 117

    ତାହାଙ୍କୁ ନିଜପୁରେ ଥୋଇବିଚିତ୍ରବୀର୍ଯ୍ୟେ ବିଭା ଦେଇ

  118. Couplet 118

    ଅମ୍ବା ଯେ ଅନ୍ୟେ ନ ବରିଲାଭୀଷ୍ମଙ୍କୁ ମହାକ୍ରୋଧ କଲା

  119. Couplet 119

    ତପ ସାଧିଲା ନାନାମତେପୂର୍ବେ ମୁଁ କହିଅଛି ତୋତେ

  120. Couplet 120

    ଦୁଇ ଭାର୍ଯ୍ୟାରେ ହୋଇ ରତବିଚିତ୍ର ବୀର୍ଯ୍ୟେ କାମେ ମତ୍ତ

  121. Couplet 121

    ଯକ୍ଷ୍ମାରୋଗରେ ହୋଇ ଗ୍ରସ୍ତଅଳ୍ପ କାଳରେ ହେଲା ହତ

  122. Couplet 122

    ସନ୍ତାନହୀନ କୁଳ ଦେଖିସମସ୍ତେ ହୋଇଲେକ ଦୁଃଖୀ

  123. Couplet 123

    ମାତାଙ୍କ ଆଦେଶକୁ ମାନିତା'ର ସୋଦର ବ୍ୟାସମୁନି

  124. Couplet 124

    ବିଚିତ୍ରବୀର୍ଯ୍ୟର କ୍ଷେତ୍ରରେପୁଣି ସେ ଗର୍ଭାଧାନ କରେ

  125. Couplet 125

    ବ୍ୟାସଙ୍କ ବୀର୍ଯ୍ୟେ ତା'ଙ୍କ ଗର୍ଭେପୁତ୍ରେ ଉପୁଜିଲେ ସ୍ୱଭାବେ

  126. Couplet 126

    ଜ୍ୟେଷ୍ଠକୁମର ଧୃତରାଷ୍ଟ୍ରପାଣ୍ତୁ ଯେ ତାହାର କନିଷ୍ଠ

  127. Couplet 127

    ଦାସୀର ଉଦରେ ତାହାରପୁଣି ଯେ ଜନ୍ମିଲା ବିଦୁର

  128. Couplet 128

    ଧୃତରାଷ୍ଟ୍ରର ଶତେପୁତ୍ରଗାନ୍ଧାରୀ ଗର୍ଭେ ହେଲେ ଜାତ

  129. Couplet 129

    କନ୍ୟାଏ ଜନ୍ମେ ଅନୁପମଦୁଃଶୀଳା ସେ କନ୍ୟାର ନାମ

  130. Couplet 130

    ଭ୍ରାତୃଗଣଙ୍କ ମଧ୍ୟେ ଶ୍ରେଷ୍ଠସେ ଦୁର୍ଯ୍ୟୋଧନ ଅଟେ ଜ୍ୟେଷ୍ଠ

  131. Couplet 131

    ଅଗ୍ନିକାଋଷି ଶାପ ଫଳେପଞ୍ଚବାଳକ ପାଣ୍ତୁକୋଳେ

  132. Couplet 132

    ଜନ୍ମିଲେ ଅତି ଗୁଣବନ୍ତତାହାଙ୍କ ସଖା ଯେ ଅନନ୍ତ

  133. Couplet 133

    ତା ପତ୍ନୀ କୁନ୍ତୀ ଗର୍ଭେ ଜାତଯୁଧିଷ୍ଠିରାଦି ତିନି ସୁତ

  134. Couplet 134

    ଧର୍ମ ପବନ ଇନ୍ଦ୍ର ବୀର୍ଯ୍ୟେତିନି ବାଳକ ମହାତେଜେ

  135. Couplet 135

    ମାଦ୍ରୀର ଗର୍ଭେ ପୁତ୍ର ଦୁଇନକୁଳ ସହଦେବ ହୋଇ

  136. Couplet 136

    ଅଶ୍ୱିନୀକୁମାରଙ୍କ ବୀର୍ଯ୍ୟେଜନ୍ମ ହୋଇଲେ ମହାତେଜେ

  137. Couplet 137

    ଏ ଯେ ହୋଇଲେ ପଞ୍ଚଭ୍ରାତଏହାଙ୍କ ହେଲା ପାଞ୍ଚସୁତ

  138. Couplet 138

    ଦ୍ରୌପଦୀ ଗର୍ଭେ ହେଲେ ଜନ୍ମଶୁଣ ହୋ ତାହାଙ୍କର ନାମ

  139. Couplet 139

    ଯୁଧିଷ୍ଠି ପୁତ୍ର ପ୍ରତିବିନ୍ଧ୍ୟତା'କୁ ନଲାଗେ ବ୍ୟାଧି ଦ୍ୱନ୍ଦ୍ୱ

  140. Couplet 140

    ଭୀମର ପୁତ୍ର ଶ୍ରୁତସେନଶ୍ରୁତକୀର୍ତ୍ତି ତାତ ଅର୍ଜୁନ

  141. Couplet 141

    ନକୁଳ ସୁତ ଶତାନୀକସୁଜ୍ଞାନୀ ପଣ୍ତିତ ବିବେକ

  142. Couplet 142

    ସହଦେବର ଯେ ନନ୍ଦନତାହାର ଶ୍ରୁତକର୍ମା ନାମ

  143. Couplet 143

    ପୌରବୀଗର୍ଭେ ଧର୍ମସୁତଦେବକ ସୁତ କଲେ ଜାତ

  144. Couplet 144

    ହିଡ଼ିମ୍ବୀ ଗର୍ଭେ ଭୀମବୀର୍ଯ୍ୟେଜନ୍ମିଲା ଘଟୋତ୍କଚ ତେଜେ

  145. Couplet 145

    ପୁଣି ଭୀମର ବୀର୍ଯ୍ୟେ ଜାତକାଳୀର ଗର୍ଭେ ସର୍ବଗତ

  146. Couplet 146

    ସହଦେବର ପୁତ୍ର ଜାତବିଜୟା ଗର୍ଭରେ ସୁହୋତ୍ର

  147. Couplet 147

    କରେଣୁମତୀ ଗର୍ଭେ ପୁତ୍ରନକୁଳ ବୀର୍ଯ୍ୟେ ନରମିତ୍ର

  148. Couplet 148

    ଉଲୁପୀ ଗର୍ଭେ ଇରାବନ୍ତଅର୍ଜ୍ଜୁନ ବୀର୍ଯ୍ୟେ ହେଲା ଜାତ

  149. Couplet 149

    ମଣି ପୁରେଶ କନ୍ୟାଠାରେପୁଣି ଅର୍ଜ୍ଜୁନର ଅଂଶରେ

  150. Couplet 150

    ବଭ୍ରୁବାହନ ଜନମିଲାପୁତ୍ରିକା ତନୟ ସେ ହେଲା

  151. Couplet 151

    ପୁତ୍ରିକା ଧର୍ମେ ଯେଣୁ ବରେତେଣୁ ସେ ରାଜା ମଣିପୁରେ

  152. Couplet 152

    ସୁଭଦ୍ରା ଗର୍ଭେ ତୋ'ର ତାତହୋଇଲେ ଅଭିମନ୍ୟୁ ଜାତ

  153. Couplet 153

    ସେ ମହାବୀର ବାହୁବଳେଜିଣନ୍ତା ନାହିଁ ଭୂମି ତଳେ

  154. Couplet 154

    ଯେ କୁରୁବଂଶ ନିପାତନେଦ୍ରୋଣନନ୍ଦନ ମହାବାଣେ

  155. Couplet 155

    ଯେ ଶର ବ୍ରହ୍ମଶିରା ନାମେତୋ' ମାତା ଗର୍ଭେ ଅତି ତମେ

  156. Couplet 156

    ପେଷିଲା ଅପାଣ୍ତବ ଅର୍ଥେଉତ୍ତରା ଆସୁଥିଲା ପଥେ

  157. Couplet 157

    ବାଣ ଆସନ୍ତେ ଶୂନ୍ୟପଥେତୋ' ମାତା ଡାକିଲା ଆରତେ

  158. Couplet 158

    ତକ୍ଷଣେ ବିଷ୍ଣୁ ଗର୍ଭଗତେପଶିଲେ ଚକ୍ର ଘେନି ହସ୍ତେ

  159. Couplet 159

    ବ୍ରହ୍ମଶିରାକୁ ନାଶ କରିତୋତେ ରଖିଲେ ନରହରି

  160. Couplet 160

    ଏବେ ହୋ କହୁଁ ତୋ' ଅଗ୍ରତେଯେ କର୍ମ ହେବ ଭବିଷ୍ୟତେ

  161. Couplet 161

    ଏ ଯେ ତୋହର ଚାରିସୁତେଜନମେଜୟର ସମେତେ

  162. Couplet 162

    ଯେ ଶ୍ରୁତସେନ ଭୀମସେନକନିଷ୍ଠ ନାମ ଉଗ୍ରସେନ

  163. Couplet 163

    ଏ ଚାରିପୁତ୍ରେ ମିଳି ଏକେତେଜେ ପ୍ରତାପ ଅତିରେକେ

  164. Couplet 164

    ବ୍ରାହ୍ମଣ ତେଜ ଶାପଗ୍ରସ୍ତେତକ୍ଷକେ ଦଂଶିବେ ଯେତୋତେ

  165. Couplet 165

    ସେ କୋପେ ସର୍ପଯଜ୍ଞ କରିତିନିଭୁବନୁ ସର୍ପ ମାରି

  166. Couplet 166

    ପୁଣି କରିବ ଅଶ୍ୱମେଧିଆଗମ ନିଗମ ସମ୍ପାଦି

  167. Couplet 167

    ସପତଦ୍ୱୀପେ ହୋଇ ରାଜାସୁଖେ ପାଳିବ ଜନପ୍ରଜା

  168. Couplet 168

    ତା'ର ତନୟ ଶତାନୀକହୋଇବ ସୁଜ୍ଞାନୀ ବିବେକ

  169. Couplet 169

    ଯାଜ୍ଞବଲ୍କ୍ୟର ତହୁଁ ବେଦପଢ଼ିବ ସେ ଉପନିଷଦ

  170. Couplet 170

    ଶୌନକ ତହୁଁ ଜ୍ଞାନକ୍ରିୟାଶାସ୍ତ୍ର ସାଧିବ ପୁଣ୍ୟଦେହା

  171. Couplet 171

    କୃପାଚାର୍ଯ୍ୟର ସନ୍ନିଧାନଲଭିବ ଯେତେ ଅସ୍ତ୍ରଜ୍ଞାନ

  172. Couplet 172

    ସହସ୍ରାନୀକ ତା' ନନ୍ଦନଅଶ୍ୱମେଧଜ ତହୁଁ ଜନ୍ମ

  173. Couplet 173

    ତହୁଁ ଅସୀମକୃଷ୍ଣ ଜାତନେମିଚକ୍ର ତାହାର ସୁତ

  174. Couplet 174

    ହସ୍ତିନାପୁର ନଦୀସ୍ରୋତେକାଳେ ଯେ ବିନଷ୍ଟ ହୁଅନ୍ତେ

  175. Couplet 175

    ସେ ପୁଣି କୌଶାମ୍ବୀ ନଗରେବାସ କରିବ ଭବିଷ୍ୟରେ

  176. Couplet 176

    ହରିହରଙ୍କ ତୋଷ ଅର୍ଥେକରିବ ସାଧୁକର୍ମ ଯେତେ

  177. Couplet 177

    ଉପୁଜେ ନେମିଚକ୍ର ସୁତତା'ର ସନ୍ତତି ଚିତ୍ରରଥ

  178. Couplet 178

    ତା'ର କୁମର କବିରଥତାହାର ବୃଷ୍ଟିମାନ ସୁତ

  179. Couplet 179

    ସୁଷେଣ ତା'ର ତହୁଁ ଜାତତାହାର କୁମର ସୁନୀଥ

  180. Couplet 180

    ନୃଚକ୍ଷୁ ତାହାର କୁମରତା' ପୁତ୍ର ହେବ ସୁଖୀନଳ

  181. Couplet 181

    ତାହାର ପୁତ୍ର ପରିପ୍ଳବତା' ତହୁଁ ସୁନୟ ସମ୍ଭବ

  182. Couplet 182

    ମେଧାବୀ ତାହାର ତନୟତା' ପୁତ୍ର ହେବ ନୃପଞ୍ଜୟ

  183. Couplet 183

    ତାହାର ପୁତ୍ର ନାମ ଦୂର୍ବତା' ପୁତ୍ର ତିମି ନାମ ହେବ

  184. Couplet 184

    ତିମିର ପୁତ୍ର ବୃହଦ୍ରଥସୁଦାସ ହେବ ତା'ର ସୁତ

  185. Couplet 185

    ଶତାନୀକ ଯେ ତା'ର ସୁତଦୁŸର୍ଦ୍ଦମନ ଯେ ତହୁଁ ଜାତ

  186. Couplet 186

    ତା'ର କୁମର ବହୀନରଦଣ୍ତପାଣି ତା'ର କୁମର

  187. Couplet 187

    ତାହାର ପୁତ୍ର ନିମି ନାମତା' ତହୁଁ କ୍ଷେମକ ଜନମ

  188. Couplet 188

    ଏମନ୍ତ ବ୍ରହ୍ମକ୍ଷତ୍ର ଯୋନିଜନ୍ମ ହୋଇବେ ଦେହ ଘେନି

  189. Couplet 189

    କ୍ଷେମକ ଠାଇଁ ସୋମବଂଶହୋଇବ କଳିଯୁଗେ ଶେଷ

  190. Couplet 190

    ଏବେ ହୋ ଶୁଣ କୁରୁରାଣମଗଧ ଦେଶ ପରିମାଣ

  191. Couplet 191

    ମାର୍ଜାରି ସହଦେବ ସୁତତା' ତହୁଁ ଶ୍ରୁତଶ୍ରବା ଜାତ

  192. Couplet 192

    ଆୟୁତାୟୁ ତା'ର ନନ୍ଦନତା' ସୁତ ନିରମିତ୍ର ନାମ

  193. Couplet 193

    ତା'ର ସନ୍ତତି ସୁନକ୍ଷତ୍ରବୃହତ୍‌ତ୍ସେ›ନ ଯେ ତା'ର ପୁତ୍ର

  194. Couplet 194

    କର୍ମଜିତ ତା'ର ତନୟତାହାର ପୁତ୍ର ସୃତଞ୍ଜୟ

  195. Couplet 195

    ତା' ପୁତ୍ର ବିପ୍ର ତା'ର ସୁତଶୁଚିରୁ ହେବ କ୍ଷେମ ଜାତ

  196. Couplet 196

    କ୍ଷେମ ଶୁଚିର ପୁତ୍ର ଜାଣସୁବ୍ରତ କ୍ଷେମର ନନ୍ଦନ

  197. Couplet 197

    ସୁବ୍ରତ ସୁତ ଧର୍ମସୂତ୍ରଶମ ହୋଇବ ତା'ର ସୁତ

  198. Couplet 198

    ଶମର ପୁତ୍ର ଦ୍ୟୁମତ୍ସେ›ନସୁମତି ତାହାର ନନ୍ଦନ

  199. Couplet 199

    ସୁବଳ ତା'ର ପୁତ୍ର ନାମସୁନୀଶ ତାହାର ନନ୍ଦନ

  200. Couplet 200

    ତାହାର ପୁତ୍ର ସତ୍ୟଜିତତା' ପୁତ୍ର ହେବ ବିଶ୍ୱଜିତ

  201. Couplet 201

    ତା'ଠାରୁ ରିପୁଞ୍ଜୟ ଜନ୍ମବୃହଦ୍ରଥର ବଂଶ ଜାଣ

  202. Couplet 202

    ଏହି ଯେ ବୃହଦ୍ରଥ ବଂଶଭବିଷ୍ୟେ ସହସ୍ର ବରଷ

  203. Couplet 203

    ରାଜା ହୋଇବେ ଏ ଜଗତେସଂକ୍ଷେପି କହିଲି ମୁଁ ତୋତେ

  204. Couplet 204

    ସେ ହରିକଥା ଶୁଣି କର୍ଣ୍ଣେସଂସାରୁ ତର ଜ୍ଞାନୀ ଜନେ

  205. Couplet 205

    କହିଲା ବିପ୍ର ଜଗନ୍ନାଥନବମେ ବଂଶାନୁଚରିତ