Skip to content
paribhaasha

Skandha 9

Adhyaya 21

  1. Couplet 1

    ଶୁକ କହନ୍ତି ଜ୍ଞାନଭାବେଭରତବଂଶ ଶୁଣ ଏବେ

  2. Couplet 2

    ଭରଦ୍ୱାଜ ତା' ଦତ୍ତପୁତ୍ରଏଣୁ ବିତଥ ନାମେ ଖ୍ୟାତ

  3. Couplet 3

    ବିତଥ ପୁତ୍ର ମନ୍ୟୁଜାତତା' ସୁତ ଜୟ ବୃହତ୍ କ୍ଷତ୍ର

  4. Couplet 4

    ତୃତୀୟେ ମହାବୀର୍ଯ୍ୟେ ନାମଚତୁର୍ଥେ ନର ହେଲା ଜନ୍ମ

  5. Couplet 5

    ପଞ୍ଚମ ଗର୍ଭ ନାମେ ଖ୍ୟାତଏମନ୍ତେ ହେଲେ ପଞ୍ଚସୁତ

  6. Couplet 6

    ନରର ତନୟ ସଂସ୍କୃତିତାହାର ଦୁଇଟି ସନ୍ତତି

  7. Couplet 7

    ପ୍ରଥମ ଗୁରୁ ନାମେ ଖ୍ୟାତରନ୍ତିଦେବ ଦ୍ୱିତୀୟ ସୁତ

  8. Couplet 8

    ଯା' ଯଶ ଇହ-ପରଲୋକେବିପ୍ରେ କହନ୍ତି ଏକେ ଏକେ

  9. Couplet 9

    ସ୍ୱଧର୍ମେ ଧନ ଲଭେ ଯେତେନିତ୍ୟେ ଭୁଞ୍ଜାଏ ବୁଭୁକ୍ଷିତେ

  10. Couplet 10

    ନିରତେ ଅକିଞ୍ଚନ ପ୍ରିୟକୁଟୁମ୍ବେ ନ କରଇ ସ୍ନେହ

  11. Couplet 11

    କୁଟୁମ୍ବ କ୍ଳେଶେ ଦିନ ବଞ୍ଚେଅତିଥି ଅର୍ଥେ ଧନ ସଞ୍ଚେ

  12. Couplet 12

    ଘୃତ ପାୟସ ରସ ପାଣିନିତ୍ୟେ ପ୍ରୀତିରେ ସଞ୍ଚେ ଆଣି

  13. Couplet 13

    ଅତିଥି ଅର୍ଥେ ଧନ ସଞ୍ଚେକ୍ଷୁଧାର୍ତ୍ତ ଦେହେ ଗୃହେ ବଞ୍ଚେ

  14. Couplet 14

    ନିତ୍ୟେ ସଞ୍ଚଇ ପ୍ରାତଃକାଳେଯେବା ମିଳଇ ଯେତେବେଳେ

  15. Couplet 15

    ତେଣୁ ସେ ହୋଇ ଧନହୀନକଷ୍ଟରେ ବଞ୍ଚୁଥାଇ ଦିନ

  16. Couplet 16

    କ୍ଷୁାଧାର୍ତ୍ତ ହୋଇ ବଞ୍ଚେ ନିତ୍ୟେକୁଟୁମ୍ବଗଣଙ୍କ ସହିତେ

  17. Couplet 17

    ଅନ୍ନ ଅଭାବେ ତନୁ କ୍ଷୀଣହେଲେ କୁଟୁମ୍ବେ ଅବସନ୍ନ

  18. Couplet 18

    ଅଠଚାଳିଶ ଦିନ ଗଲାଜଳମାତ୍ର ସେ ନ ପାଇଲା

  19. Couplet 19

    କ୍ଷୁଧାରେ କମ୍ପେ କଳେବରଜୀର୍ଣ୍ଣ ହୋଇଲା ତା' ଶରୀର

  20. Couplet 20

    ଶୁଣ ରାଜନ ଶୁଦ୍ଧମନେତା'ର ମନ୍ଦିରେ ଏକଦିନେ

  21. Couplet 21

    ବିପ୍ର ମିଳିଲା ସନ୍ଧ୍ୟାକାଳେତା'ର ଅତିଥି ପୂଜାବେଳେ

  22. Couplet 22

    ଆନନ୍ଦେ ଭିକ୍ଷା ତା'କୁ ଦେଲାତା' ଅନ୍ତେ ଶୂଦ୍ରେକ ମିଳିଲା

  23. Couplet 23

    ଯେ ଅବା ଅବଶେଷ ଅନ୍ନକୁଟୁମ୍ବ କରନ୍ତେ ଭୋଜନ

  24. Couplet 24

    ତାହାକୁ ବିଷ୍ଣୁ ପ୍ରାୟେ ମଣିବେଗେ ସେ ଭିକ୍ଷାଦେଲା ଆଣି

  25. Couplet 25

    ସେ ପୁଣି ଗୃହେ ଭୁଞ୍ଜି ଯା'ନ୍ତେଶବର ଶ୍ୱାନର ସଙ୍ଗତେ

  26. Couplet 26

    ଦ୍ୱାରେ ମିଳିଲା ରାତ୍ରେ ଆସିବୋଲଇ ତା'ର ଦ୍ୱାରେ ବସି

  27. Couplet 27

    ଭୋ ରାଜା ଭିକ୍ଷା ଦିଅ ମୋତେଭୁଞ୍ଜିବି ଶ୍ୱାନର ସଙ୍ଗତେ

  28. Couplet 28

    ଯେବା କୁଟୁମ୍ବ ଅର୍ଥେ ଥିଲାତକ୍ଷ୍‌ଣେ ତା'ର ହସ୍ତେ ଦେଲା

  29. Couplet 29

    ଶ୍ୱାନ ସମେତ ଅନ୍ନ ଖାଇସେ ପୁଣି ଯା'ନ୍ତେ ତୋଷ ହୋଇ

  30. Couplet 30

    ଥିଲାକ ଜଳ ମାତ୍ର ଶେଷଜଳେ ହୋଇବ ଜଣେ ତୋଷ

  31. Couplet 31

    ତାହାକୁ ଛଳିବା ନିମନ୍ତେବିଷ୍ଣୁ ମିଳିଲେ ଜଳ ଅର୍ଥେ

  32. Couplet 32

    ବୋଇଲେ ଜାତି ମୋ' ଚଣ୍ତାଳକର ପ୍ରଦାନ ମୋତେ ଜଳ

  33. Couplet 33

    କ୍ଷୁଧାରେ ଅତିଥି କାତରକମ୍ପଇ ତା'ର କଳେବର

  34. Couplet 34

    ତା'ଠାରେ ଅତି ଦୟାବହିଅମୃତମୟ ବାକ୍ୟ କହି

  35. Couplet 35

    ଜଗଦୀଶ୍ୱରଠାରେ ମୁହିଁଏମନ୍ତ ପ୍ରାର୍ଥନା କରଇ

  36. Couplet 36

    ଅଣିମା ଆଦି ନିଧି ଯେତେମୁକ୍ତି ମୁଁ ନ ଇଚ୍ଛଇ ଚିତ୍ତେ

  37. Couplet 37

    ପ୍ରାଣୀର ଦୁଃଖରେ ଦୁଃଖିତସର୍ବଦା ହେଉ ମୋ'ର ଚିତ୍ତ

  38. Couplet 38

    ହେ ପ୍ରଭୁ ମୋତେ ଦୟାକରମୁଁ କରେ ଲୋକ ଉପକାର

  39. Couplet 39

    ଏମନ୍ତେ ସ୍ତୁତିବାକ୍ୟ କହିସେ ରନ୍ତିଦେବ ନରସାଇଁ

  40. Couplet 40

    କ୍ଷୁଧା ତୃଷ୍ଣାରେ ହୋଇ ଶ୍ରାନ୍ତଦେହ ଘୂର୍ଣ୍ଣନେ ଅତିକ୍ଳାନ୍ତ

  41. Couplet 41

    ତଥାପି ଦୁଃଖ ନ ବିଚାରିଶୋକ ବିଷାଦ ପରିହରି

  42. Couplet 42

    ପୁକ୍କଶ ଜୀବନ ଧାରଣେଉପାୟ ଚିନ୍ତିଲାକ ମନେ

  43. Couplet 43

    ଯେ ଥିଲା ତା'ର ଜଳଅନ୍ନପୁକ୍କଶେ କଲା ସମର୍ପଣ

  44. Couplet 44

    ନିଜେ ସେ ମୃତ ପ୍ରାୟେ ହେଲାତଥାପି ଅତିଥି ପୂଜିଲା

  45. Couplet 45

    ଏମନ୍ତେ ତା'ର ଭାବ ଚାହିଁସନ୍ତୋଷ ଚିତ୍ତେ ଭାବଗ୍ରାହୀ

  46. Couplet 46

    ବୋଇଲେ ଅତି ଦୟାଚିତ୍ତେତୋ' ଯଶ ରହୁ ଏ ଜଗତେ

  47. Couplet 47

    ଅନ୍ତେ ପାଇବୁ ମୋତେ ତୁହିଏମନ୍ତେ ବିଷ୍ଣୁ ବର ଦେଇ

  48. Couplet 48

    ଶୂନ୍ୟେ ଯେ ଗଲେ ଚକ୍ରଧରଏବେ ହୋ ଶୁଣ ନୃପବର

  49. Couplet 49

    ଦେଖି ତାହାର ଧୈର୍ଯ୍ୟପଣବାସବ ଆଦି ଦେବଗଣ

  50. Couplet 50

    ସମ୍ମୁଖେ ତାହାର ମିଳିଲେଆପଣା ମାୟା ଦୂର କଲେ

  51. Couplet 51

    ସନ୍ତୋଷେ ତା'ର ମୁଖ ଚାହିଁକହନ୍ତି ଶୁଣ ନରସାଇଁ

  52. Couplet 52

    ବ୍ରାହ୍ମଣ ଆଦି ବେଶ ଯେତେମାୟାରେ ଦେଖାଇଲୁ ତୋତେ

  53. Couplet 53

    ତୋହର ଧୈର୍ଯ୍ୟପଣ ଦେଖିଆମ୍ଭେ ଅତ୍ୟନ୍ତ ହେଲୁ ସୁଖୀ

  54. Couplet 54

    ଦେବଙ୍କ ବାକ୍ୟ ଶୁଣି ରାଜାପ୍ରଣାମ କରି କଲା ପୂଜା

  55. Couplet 55

    କିଛି ହିଁ ତା'ଙ୍କୁ ନମାଗିଲାହରିଙ୍କ ପାଦେ ଚିତ୍ତ ଦେଲା

  56. Couplet 56

    ଏବେ ହୋ ଶୁଣ ନୃପବରସେ ରନ୍ତିଦେବ ନରେଶ୍ୱର

  57. Couplet 57

    ସେ ବାସୁଦେବଙ୍କ ଚରଣେଚିତ୍ତ ନିବେଶି ଅନୁକ୍ଷଣେ

  58. Couplet 58

    ସର୍ବ ବିଷୟ କଲା ତ୍ୟାଗଚିତ୍ତରେ ଜନ୍ମାଇ ବୈରାଗ୍ୟ

  59. Couplet 59

    ମାୟା ତାହାକୁ ନ ଲାଗିଲାଯେଣୁ ଈଶ୍ୱରେ ଚିତ୍ତ ଦେଲା

  60. Couplet 60

    ତାହାର ନିଜ ଆତ୍ମଜନସକଳେ ବିଷ୍ଣୁପାଦେ ମଗ୍ନ

  61. Couplet 61

    ପରମଯୋଗ ସେ ଲଭିଲେପରଂବ୍ରହ୍ମରେ ଲୀନ ହେଲେ

  62. Couplet 62

    ଗର୍ଗଙ୍କଠାରୁ ଶିନି ଜାତଗାର୍ଗ୍ୟ ତାହାଙ୍କ ହେଲେ ପୁତ୍ର

  63. Couplet 63

    କ୍ଷତ୍ରିୟ ହୋଇ ଦ୍ୱିଜ ହେଲେତପସ୍ୟା-ଆରାଧନା ଫଳେ

  64. Couplet 64

    ମନ୍ୟୁ-ନୃପର ଆର ପୁତ୍ରଯା' ନାମ ମହାବୀର୍ଯ୍ୟ ଖ୍ୟାତ

  65. Couplet 65

    ତାହାର ହୋଇଲା କୁମରଦୁରିତକ୍ଷୟ ନାମ ତା'ର

  66. Couplet 66

    ତା'ଠାରୁ କବି ତ୍ରୟାରୁଣିପୁଷ୍କରାରୁଣି ପୁତ୍ର ତିନି

  67. Couplet 67

    ସେ ତିନିଜଣ ତପବଳେବ୍ରାହ୍ମଣ ଭାବକୁ ବହିଲେ

  68. Couplet 68

    ମନ୍ୟୁର ଯେହୁ ପଞ୍ଚପୁତ୍ରଜ୍ୟେଷ୍ଠ ତହିଁରେ ବୃହତ୍‌କ୍ଷତ୍ର

  69. Couplet 69

    ହସ୍ତୀ ଯେ ତାହାର କୁମରବସାଇ ହସ୍ତିନା ନଗର

  70. Couplet 70

    ହସ୍ତୀର ହେଲେ ତିନିସୁତଦ୍ୱିମୀଢ଼ ଅଜମୀଢ଼ ଖ୍ୟାତ

  71. Couplet 71

    ଅପର ପୁରୁମୀଢ଼ ଘେନିଏମନ୍ତେ ହେଲେ ପୁତ୍ର ତିନି

  72. Couplet 72

    ପ୍ରିୟ ମେଧାଦି ଦ୍ୱିଜଗଣଅଜମୀଢ଼ ବଂଶେ ଉତ୍ପନ୍ନ

  73. Couplet 73

    ବୃହଦିଷୁ ଅଜମୀଢ଼ରତା' ସୁତ ବୃହଦ୍ଧନୁ ବୀର

  74. Couplet 74

    ତା'ର କୁମର ବୃହତ୍‌କାୟଜୟଦ୍ରଥ ତା'ର ତନୟ

  75. Couplet 75

    ବିଶଦ ତା'ର ବୀର୍ଯ୍ୟେ ଜାତତା'ର ତନୟ ସେନଜିତ

  76. Couplet 76

    ସେନଜିତରୁ ରୁଚିରାଶ୍ୱବ›ତ୍ସ ଯେ ଦୃଢ଼ହନୁ କାଶ୍ୟ

  77. Couplet 77

    ରୁଚିରାଶ୍ୱର ପୁତ୍ର ପାରପୃଥୁସେନ ତା'ର କୁମର

  78. Couplet 78

    ପାରର ନୀପ ନାମେ ପୁତ୍ରତାହାର ହେଲେ ଶତେ ସୁତ

  79. Couplet 79

    ଶୁକ କନ୍ୟା କୃତି ଗର୍ଭରେସେ ଏକପୁତ୍ର ଲାଭ କରେ

  80. Couplet 80

    ଯାହାର ନାମ ବ୍ରହ୍ମଦତ୍ତଯେ ନିତ୍ୟେ ଯୋଗଜ୍ଞାନେ ରତ

  81. Couplet 81

    ତାହାର ପତ୍ନୀ ସରସ୍ୱତୀବିଷ୍ୱକ୍ସେନ୍ ତା'ର ସନ୍ତତି

  82. Couplet 82

    ସେ ବିଷ୍ୱକ୍ସେନ୍ ଯୋଗ କଲାଜୈଗୀଷବ୍ୟଙ୍କୁ ଆରାଧିଲା

  83. Couplet 83

    ଯୋଗଶାସ୍ତ୍ରର ତନ୍ତ୍ରମାନଅନେକ କଲା ପ୍ରଣୟନ

  84. Couplet 84

    ତାହାର ସୁତ ଉଦ୍‌କସ୍ୱନଭଲ୍ଲାଟ ତା'ଠାରୁ ଜନମ

  85. Couplet 85

    ବୃହଦିଷୁର ବଂଶ ଏତେକହିଲୁ ତୋହର ଅଗ୍ରତେ

  86. Couplet 86

    ଏବେ ତୁ ଶୁଣ ନରନାଥଦ୍ୱିମୀଢ଼ ବଂଶର ଚରିତ

  87. Couplet 87

    ଦ୍ୱିମୀଢ଼ ପୁତ୍ର ଯବୀନରକୃତ୍ତିମାନ ତା'ର କୁମର

  88. Couplet 88

    ସତ୍ୟଧୃତି ତା'ର ନନ୍ଦନଦୃଢ଼ନେମି ତା ତହୁଁ ଜନ୍ମ

  89. Couplet 89

    ସୁପାର୍ଶ୍ୱ ତାହାର କୁମରସୁମତି ନାମେ ସୁତ ତା'ର

  90. Couplet 90

    ତା'ର ସୁତ ସନ୍ନତିମାନକୃତି ଯେ ତାହାର ନନ୍ଦନ

  91. Couplet 91

    ହିରଣ୍ୟନାଭ ତହୁଁ ଦୀକ୍ଷାପାଇ ଯେ ଯୋଗ କଲା ଶିକ୍ଷା

  92. Couplet 92

    ପ୍ରାଚ୍ୟ ସାମସଂହିତା ମାନକୃତି ତା' କଲା ଭିନ୍ନଭିନ୍ନ

  93. Couplet 93

    ସଂହିତା ଷଡ଼ଭାଗ କଲାଶିଷ୍ୟପ୍ରଶିଷ୍ୟେ ଶିକ୍ଷା ଦେଲା

  94. Couplet 94

    ଉଗ୍ରାୟୁଧ କୃତି ନନ୍ଦନକ୍ଷେମ୍ୟ ତା' ତହୁଁ ହେଲା ଜନ୍ମ

  95. Couplet 95

    ସୁବୀର କ୍ଷେମ୍ୟର ତନୟତାହାର ପୁତ୍ର ରିପୁଞ୍ଜୟ

  96. Couplet 96

    ବହୁରଥ ଯେ ତା'ର ସୁତଦ୍ୱିମୀଢ଼ ବଂଶେ ଏତେ ଖ୍ୟାତ

  97. Couplet 97

    ପୁରୁମୀଢ଼ ଯେ ନିଃସନ୍ତାନଅଜମୀଢ଼ର ବଂଶ ଶୁଣ

  98. Couplet 98

    ନଳିନୀ ପତ୍ନୀ ଗର୍ଭେ ତା'ରନୀଳ ନାମେ ହେଲା କୁମର

  99. Couplet 99

    ନୀଳର ପୁତ୍ର ନାମ ଶାନ୍ତିତା'ଠାରୁ ଜନମ ସୁଶାନ୍ତି

  100. Couplet 100

    ସୁଶାନ୍ତି ତନୟ ପୁରୁଜଅର୍କ ଯେ ତାହାର ତନୁଜ

  101. Couplet 101

    ଭର୍ମ୍ୟାଶ୍ୱ ତାହାର ନନ୍ଦନପୁତ୍ର ତାହାର ପାଞ୍ଚଜଣ

  102. Couplet 102

    ମୁଦଗ୍‌ଲ ଯବନୀର ବେନିବୃହଦିଷୁ କାମ୍ପିଲ୍ୟ ଘେନି

  103. Couplet 103

    ଆବର ସଞ୍ଜୟ ସହିତେଏ ରୂପେ ହେଲେ ପଞ୍ଚ ସୂତେ

  104. Couplet 104

    ପଞ୍ଚବିଷୟେ ସେ ସମର୍ଥତେଣୁ ପାଞ୍ଚାଳ ନାମେ ଖ୍ୟାତ

  105. Couplet 105

    ମୁଦଗ୍‌ଲ ତହୁଁ ହେଲା ଖ୍ୟାତମୌଦ୍‌ଗଲ୍ୟ ବ୍ରହ୍ମଣଙ୍କ ଗୋତ୍ର

  106. Couplet 106

    ମୁଦଗ୍‌ଲ ତହୁଁ ଉତ୍ତପନ୍ନହୋଇଲେ ଯମଜ ସନ୍ତାନ

  107. Couplet 107

    ମୁଦଗ୍‌ଲ ପୁତ୍ର କନ୍ୟା ଦେଖିଅତ୍ୟନ୍ତ ହୋଇଲାକ ସୁଖୀ

  108. Couplet 108

    ମୁଦଗ୍‌ଲ ପୁତ୍ର ଦିବୋଦାସକନ୍ୟାଏ ଅହଲ୍ୟା ପ୍ରକାଶ

  109. Couplet 109

    ଗୌତମ ହେଲେ ତା'ର ପତିଶତାନନ୍ଦ ତା'ର ସନ୍ତତି

  110. Couplet 110

    ସତ୍ୟଧୃତି ତାହାର ସୁତସେ ଧନୁର୍ବେଦେ ସୁପଣ୍ତିତ

  111. Couplet 111

    ତା'ର କୁମର ଶରଦ୍ୱାନଅତି ସୁନ୍ଦର ବିଦ୍ୟମାନ

  112. Couplet 112

    ଉର୍ବଣୀ ଦେଖି ବନଦେଶେତାହାର ରେତ କାମବଶେ

  113. Couplet 113

    ଧରି ନ ପାରି ରେତ ଦମ୍ଭେତକ୍ଷଣେ ପଡ଼େ ଶର ଖମ୍ବେ

  114. Couplet 114

    ପୁତ୍ର ଦୁହିତା ହୋଇ ଜାତବନେ ହୋଇଲେ ଅରକ୍ଷିତ

  115. Couplet 115

    ଏମନ୍ତେ ପାହିଲା ରଜନୀଶାନ୍ତନୁ କରେ ଧନୁ ଘେନି

  116. Couplet 116

    ମୃଗୟା ଅର୍ଥେ ବନେ ଗଲାସେ କନ୍ୟାପୁତ୍ରଙ୍କୁ ଦେଖିଲା

  117. Couplet 117

    ମନ ସନ୍ଦେହେ ବିଚାରଇଅଦ୍ଭୁତ କନ୍ୟାପୁତ୍ର ଏହି

  118. Couplet 118

    କିଏ କାହାର କନ୍ୟା ସୁତେବନେ ଅଛନ୍ତି ଅରକ୍ଷିତେ

  119. Couplet 119

    ଏମନ୍ତେ ଚିତ୍ତେ କୃପା କରିକନ୍ୟାକୁମର କୋଳେ ଧରି

  120. Couplet 120

    ମନ୍ଦିରେ ମିଳି ସେ ରାଜନକନ୍ୟା କୁମରେ ଦେଲା ନାମ

  121. Couplet 121

    କୃପାବଶରୁ କୃପ ନାମଅତି ସୁନ୍ଦର ଅନୁପମ

  122. Couplet 122

    କନ୍ୟାର ନାମ କୃପୀ ଦେଲାଦ୍ରୋଣେ ତାହାକୁ ବିଭା କଲା

  123. Couplet 123

    ଶୁଣ ସୁଜନେ ଏକଚିତ୍ତେସଂସାରୁ ତରିବ ଯେମନ୍ତେ

  124. Couplet 124

    କୃଷ୍ଣଚରିତ ଅନୁସରଦୁର୍ଲ୍ଲଭ ମନୁଷ୍ୟ ଶରୀର

  125. Couplet 125

    ବୋଲଇ ବିପ୍ର ଜଗନ୍ନାଥନବମେ ବଂଶାନୁଚରିତ

Odia Bhagabata skandha 9 adhyaya 21 | Parbani by ParibhaAsha App