Skandha 9
Adhyaya 20
Couplet 1
ଶୁଣ ପରୀକ୍ଷ ନୃପମଣିଯେ ପୁରୁବଂଶର କାହାଣୀ
Couplet 2
ଯେବା ଯେମନ୍ତ କଲେ କର୍ମଯେ ବଂଶମଧ୍ୟେ ତୋ'ର ଜନ୍ମ
Couplet 3
ସେ ବଂଶେ ରାଜଋଷି ଯେତେସଂକ୍ଷେପେ କହିବି ମୁଁ ତୋତେ
Couplet 4
ଯେ ପୁତ୍ର ଜନ୍ମେଜୟ ନାମସେ ପୁରୁବଂଶ ଗୁଣଧାମ
Couplet 5
ତାହାର ହୋଇଲା ନନ୍ଦନନାମ ତାହାର ପ୍ରଚିନ୍ୱାନ
Couplet 6
ପ୍ରବୀର ତାହାର କୁମରମନସ୍ୟୁ ତା'ର ବଂଶଧର
Couplet 7
ତା'ର ତନୟ ଚାରୁପଦସୁଦ୍ୟୁ ଯେ ତାହାର ଦାୟାଦ
Couplet 8
ତା'ର କୁମର ବହୁଗବସଂଯାତି ତାହାର ସମ୍ଭବ
Couplet 9
ଅହଂଜାତି ତା'ର ତନୟେରୌଦ୍ରାଶ୍ୱ ତା'ର ପୁତ୍ର ହୋଏ
Couplet 10
ଘୃତାଚୀ ଅପସରା ଗର୍ଭେରୌଦ୍ରାଶ୍ୱ ପୁତ୍ରେ ବହୁଭାବେ
Couplet 11
ଏକୁ ଆରେକ ଅନୁପମଶୁଣ ହୋ ତାହାଙ୍କର ନାମ
Couplet 12
ରତେୟୁ କୁକ୍ଷେୟୁ ଏ ବେନିସ୍ଥଣ୍ତିଳେୟୁ କୃତେୟୁ ଘେନି
Couplet 13
ଜଳେୟୁ ସନ୍ତତେୟୁ ଦୁଇଧର୍ମେୟୁ ସତ୍ୟେୟୁ ବୋଲାଇ
Couplet 14
ବ୍ରତେୟୁ ବନେୟୁ ଏ ଦଶଅପ୍ସରା ଗର୍ଭେ ପୁରୁବଂଶ
Couplet 15
ବିଷ୍ଣୁର ଅଂଶେ ଜାତ ହୋଇସ୍ୱଧର୍ମେ ପାଳିଲେ ଏ ମହୀ
Couplet 16
ଋତେୟୁ ସୁତ ରନ୍ତିନାବତହୁଁ ସୁମତି ଆର ଧ୍ରୁବ
Couplet 17
ଅପ୍ରତିରଥ ତିନି ଜାଣଅପ୍ରତିରଥ ସୁତ କଣ୍ୱ
Couplet 18
ତା'ର ତନୟ ମେଧାତିଥିପ୍ରସ୍କଣ୍ୱ ତାହାର ସନ୍ତତି
Couplet 19
କଣ୍ୱର ବଂଶେ ଜାତ ହୋଇସଂସାରେ ବ୍ରାହ୍ମଣ ବୋଲାଇ
Couplet 20
ରେଭି ଯେ ସୁମତିର ପୁତ୍ରଦୁଷ୍ମନ୍ତ ତା'ର ବୀର୍ଯ୍ୟେ ଜାତ
Couplet 21
ସୁନ୍ଦରେ ନାହିଁ ରୂପ ସୀମାଶୁଣ ହୋ ତାହାର ମହିମା
Couplet 22
ଦୁଷ୍ମନ୍ତ ରାଜା ଏକଦିନେମୃଗୟା ଅର୍ଥେ ଗଲା ବନେ
Couplet 23
କଣ୍ୱଙ୍କ ଆଶ୍ରମେ ମିଳିଲାଅଦ୍ଭୁତ କନ୍ୟାଏ ଦେଖିଲା
Couplet 24
ଅଙ୍ଗ ଭୂଷଣ ଝଟକନ୍ତିଲକ୍ଷ୍ମୀଙ୍କ ପ୍ରାୟେ ଦିଶେ କାନ୍ତି
Couplet 25
ତାହାକୁ ଦେଖି କାମବଶେସମ୍ଭୋଗ କରିବାର ଆଶେ
Couplet 26
ତା' ରୂପ ଦେବ-ମାୟାମୟୀଦେଖିଣ ମନ ନରହଇ
Couplet 27
ଅଳପ ବଳ ଘେନି ସଙ୍ଗେଦୁଷ୍ମନ୍ତ ମିଳେ ତା'ର ଆଗେ
Couplet 28
ଆନନ୍ଦେ ତା'ର ଦରଶନେବୋଲଇ ପରିଗ୍ରହ ମନେ
Couplet 29
ହାସ୍ୟବଦନେ ତା'ର ପାଶେମଧୁର ବାକ୍ୟେ ମନତୋଷେ
Couplet 30
ହେ ଶୁଭେ କମଳ ନୟନିକହ ତୁ କାହାର ନନ୍ଦିନୀ
Couplet 31
ନିର୍ଜନବନେ କିପାଁ ଅଛୁକହ କାହାକୁ ବର ଇଚ୍ଛୁ
Couplet 32
ତୋ' ରୂପେ ଅଛି କେବା ସମକହ ତୋହାର କିସ ନାମ
Couplet 33
ନିଶ୍ଚେ ତୁ ରାଜାର ନନ୍ଦିନୀଜାଣିଲି ତୋ'ର ରୂପ ଚିହ୍ନି
Couplet 34
ମୁଁ ଯେ ପୁରୁର ବଂଶେ ଜାତଅଧର୍ମେ ନବଳେ ମୋ' ଚିତ୍ତ
Couplet 35
ଏମନ୍ତ ରାଜାମୁଖୁଁ ଶୁଣିସେ କନ୍ୟା କହେ ପରିମାଣି
Couplet 36
ଶୁଣ ରାଜନ ଚୂଡ଼ାମଣିମୁଁ ବିଶ୍ୱାମିତ୍ରଙ୍କ ନନ୍ଦିନୀ
Couplet 37
ମେନକା ନାମେ ମୋ' ଜନନୀଦଇବେ ମୋର କର୍ମ ଘେନି
Couplet 38
ମୋତେ ପକାଇଗଲା ବନପକ୍ଷୀଏ ମୋହର ଜୀବନ
Couplet 39
ପାଳିଲ ମୋତେ ସ୍ନେହ ବହିଏ ବନେ ଭକ୍ଷ୍ୟ ଭୋଜ୍ୟ ଦେଇ
Couplet 40
ମୁହିଁ ଯେ ଶକୁନ୍ତର ବାଳାତେଣୁ ମୋ' ନାମ ଶକୁନ୍ତଳା
Couplet 41
ମୋହର ଜନ୍ମ କର୍ମମାନସବୁ ଜାଣନ୍ତି ମୁନି କଣ୍ୱ
Couplet 42
ଜନ୍ମ ମୋ' କଉଶିକ କୁଳେମୁଁ ଏହା ଜାଣେ ଯୋଗବଳେ
Couplet 43
ତୁ ଯେବେ ମୋହର ବିଶ୍ୱାସଆସ ମୋହର ପାଶେ ବସ
Couplet 44
ମୋହର ପୂଜା ଘେନ ତୁହିନୀବାର ଭୁଞ୍ଜ ଏଥେ ରହି
Couplet 45
ଏମେନ୍ତେ ତା'ର ମଞ୍ଜୁବାଣୀଆନନ୍ଦମନେ ରାଜା ଶୁଣି
Couplet 46
ବୋଲଇ କନ୍ୟାମୁଖ ଚାହିଁଭୋ ଶଶୀମୁଖି ଶୁଣ ତୁହି
Couplet 47
ତୁ ଜାତ କୌଶିକର ବଂଶେତୋହର ଇଚ୍ଛା ମନତୋଷେ
Couplet 48
ଯେବେ ବରିବୁ ତୁହି ମୋତେଏ ମୋର ସତ୍ୟ ବେଦମତେ
Couplet 49
ଏସନ ସତ୍ୟ ତା'କୁ କରିଗନ୍ଧର୍ବମତେ କନ୍ୟା ବରି
Couplet 50
ସ୍ୱଭାବେ ପଣ୍ତିତ ରାଜନଜାଣଇ ସକଳ ବିଧାନ
Couplet 51
ବିବାହ କରି ତା'ର ସଙ୍ଗେରାତ୍ରେ ବଞ୍ଚିଲା ରତିରଙ୍ଗେ
Couplet 52
ଆମୋଘବୀର୍ଯ୍ୟ ତା' ସ୍ୱଭାବେରହିଲା ଶକୁନ୍ତଳା ଗର୍ଭେ
Couplet 53
ପ୍ରଭାତେ ରାଜା ଗଲା ପୁରକାଳେ ତା ଜନ୍ମିଲା କୁମର
Couplet 54
ସେ ବନେ କଣ୍ୱଋଷି ଥିଲେବିଧାନେ ଜାତକର୍ମ କଲେ
Couplet 55
ତକ୍ଷଣେ ଉଠି ରାଜବଳାସ୍ୱଭାବେ ତେଜ ଅନର୍ଗଳା
Couplet 56
ସିଂହକୁ ବାମଭୁଜେ ଧରିକ୍ରୀଡ଼ାକନ୍ଦୁକ ପ୍ରାୟେ କରି
Couplet 57
ରଜ୍ଜୁ ନିବେଶି ତା'ର ଗଳେକ୍ରୀଡ଼ାକନ୍ଦୁକ ପ୍ରାୟେ ଖେଳେ
Couplet 58
ପୁତ୍ରର ଦେଖି ବାଳଲୀଳାଅତ୍ୟନ୍ତ ତେଜ ଅନର୍ଗଳା
Couplet 59
ବିଷ୍ଣୁର ଅଂଶ ପ୍ରାୟେ ମଣିତକ୍ଷଣେ ଋଷିଙ୍କ ଦୁଲଣୀ
Couplet 60
ପୁତ୍ରର ହସ୍ତ ଧରି ବେଗେମିଳିଲା ନିଜ ସ୍ୱାମୀ ଆଗେ
Couplet 61
ରାଜା ସେ ମାତାପୁତ୍ର ଦେଖିତକ୍ଷଣେ ବୁଜି ବେନିଆଖି
Couplet 62
ପତ୍ନୀ ପୁତ୍ରଙ୍କୁ ନ ଚିହ୍ନିଲାଭାବ ନ ଜାଣି ଉପେକ୍ଷିଲା
Couplet 63
ତକ୍ଷଣେ ଆକାଶର ବାଣୀସେଠାରେ ସର୍ବଲୋକେ ଶୁଣି
Couplet 64
ଆତ୍ମାର ରୂପେ ପୁତ୍ରଜାତଏ ନିଶ୍ଚେ ତୋ'ର ଦାରା ସୁତ
Couplet 65
ଯେ ପୁତ୍ର ଜାତ ନିଜଠାରୁଉଦ୍ଧାର କରେ ସେ ନର୍କରୁ
Couplet 66
ତୁମ୍ଭେ କରିଛ ଗର୍ଭାଧାନଏ କଥା ନୁହଁଇ ଯେ ଆନ
Couplet 67
ଆକାଶବାଣୀ ଶୁଣି କର୍ଣ୍ଣେତକ୍ଷଣେ ରାଜା ତୋଷମନେ
Couplet 68
ଆଶ୍ୱାସ କରି ପୁତ୍ର ନାରୀଗୃହେ ସ୍ଥାପିଲା ଦଣ୍ତଧାରୀ
Couplet 69
ଏମନ୍ତେ ଦୁଷ୍ମନ୍ତର ଅନ୍ତେସେ ରାଜା ହୋଇଲା ଜଗତେ
Couplet 70
ନାମ ଭରତ ନୃପବରପ୍ରକାଶେ ଯେହ୍ନେ ଦିବାକର
Couplet 71
ବିଷ୍ଣୁର ଅଂଶ ଯେ ରାଜନଶରୀରେ ଦିଶେ ବିଷ୍ଣୁଚିହ୍ନ
Couplet 72
ଚକ୍ର ଦକ୍ଷିଣକରେ ଦିଶେଚରଣେ କମଳ ପ୍ରକାଶେ
Couplet 73
ତାହାଙ୍କୁ ମିଳି ଋଷିଯୂଥେସ୍ଥାପିଲେ ଅଭିଷେକ ମତେ
Couplet 74
ସେ ରାଜା ଅଭିଷିକ୍ତ ହୋଇଧର୍ମେ ସେ ପୃଥିବୀ ପାଳଇ
Couplet 75
ଭରଦ୍ୱାଜଙ୍କ ଆଦେଶରେସେ ରାଜା ଅଶ୍ୱମେଧ କରେ
Couplet 76
ପଞ୍ଚପଞ୍ଚାଶ ଅଶ୍ୱମେଧେକ୍ରମେ ସେ ଗଙ୍ଗାତଟେ ସାଧେ
Couplet 77
ଯଜ୍ଞରେ ବରି ଦ୍ୱିଜଗଣଅନେକ ଦେଲା ଧନ ଦାନ
Couplet 78
ସେ ପୁଣି ଯମୁନାର ତୀରେଅଷ୍ଟସପ୍ତତି ଯଜ୍ଞ କରେ
Couplet 79
ଅଗ୍ନିକୁ ବିଧିରେ ତୋଷିଲାବ୍ରାହ୍ମଣେ ଧେନୁଦାନ ଦେଲା
Couplet 80
ଏମନ୍ତ ନୃପ ଏକାବେଳେଶତେ ତେତିଶ ଯଜ୍ଞ କଲେ
Couplet 81
ତେର ସହସ୍ର ଚଉରାଶୀଧେନୁ ଉତ୍ସର୍ଗି ବିପ୍ରେ ତୋଷି
Couplet 82
ସହସ୍ର ସହସ୍ର ବ୍ରାହ୍ମଣଯଜ୍ଞେ ପାଇଲେ ଗୋରୁଦାନ
Couplet 83
ଚଉଦ ନିୟୁତ ଯେ ହସ୍ତୀସେ ଯଜ୍ଞେ ଦେଲାକ ନୃପତି
Couplet 84
ତେତିଶ ଶତ ଅଶ୍ୱ ଦେଲାସେ ପୁଣି ଦୁଷ୍ମନ୍ତର ବଳା
Couplet 85
ଅନେକ ଦାନ ଯଜ୍ଞମତେଧେନୁ କାଞ୍ଚନ ବସ୍ତ୍ର ଯୁକ୍ତେ
Couplet 86
ଭରତ କର୍ମକଲା ଯେତେନୋହିବ ଭୂତ-ଭବିଷ୍ୟତେ
Couplet 87
କିରାତ ହୁଣ ଯେ ଯବନପୌଣ୍ତ୍ରକ କଙ୍କ ରାଜାଗଣ
Couplet 88
ଶକ ଖଗାଦି ମ୍ଲେଚ୍ଛ ଯେତେସବୁ ଛେଦିଲା ଏ ଜଗତେ
Couplet 89
ପୂର୍ବେ ଯେ ଦାନବ ସକଳେଦେବଗଣଙ୍କୁ ଜିଣି ବଳେ
Couplet 90
ଦେବାଙ୍ଗନାଙ୍କୁ ହରି ନେଇପାତାଳେ ଲୁଚିଥିଲେ ଯାଇ
Couplet 91
ଭରତ ସେମାନଙ୍କୁ ମାରିପାତାଳୁ ଆଣିଲା ଉଦ୍ଧରି
Couplet 92
ଭରତରାଜା ରାଜ୍ୟକାଳେପୃଥିବୀ ସ୍ୱର୍ଗ ଏକତୁଲେ
Couplet 93
ପୃଥିବୀ ସର୍ବଶସ୍ୟ ଦେଲାଯେଣୁ ଅନେକ ଯଜ୍ଞ କଲା
Couplet 94
ପ୍ରଜାଙ୍କ ଅଭିଳାଷମାନସମସ୍ତ କଲା ସମ୍ପାଦନ
Couplet 95
ସପ୍ତବିଂଶତି ଯେ ସହସ୍ରବତ୍ସର ପାଳିଲାକ ଦେଶ
Couplet 96
ସୈନ୍ୟ ସମ୍ପତ୍ତି ନିଜ ପ୍ରାଣସମସ୍ତ କଲା ମିଥ୍ୟାଜ୍ଞାନ
Couplet 97
ଏବେ ହୋ ଶୁଣ ନରନାଥଭରତ ରାଜାର ଚରିତ
Couplet 98
ସେହି ରାଜାର ତିନି ନାରୀପୁତ୍ରମାନଙ୍କୁ ଜାତ କରି
Couplet 99
ରାଜା ବୋଲଇ ପୁତ୍ରେ ଚାହିଁମୋ' ପୁତ୍ର ପରି ନ ଦିଶଇ
Couplet 100
ବ୍ୟଭିଚାରିଣୀ ଭୟେ ନାରୀବାଳ-ପୁତ୍ରଙ୍କୁ ବଧ କରି
Couplet 101
ଦେଖି ସେ ରାଜବଂଶ ହତଅତ୍ୟନ୍ତ ହୋଇଲା ଦୁଃଖିତ
Couplet 102
ମୋହର ଅନୁରୂପ ପୁତ୍ରକେଉଁ ଉପାୟେ ହେବ ଜାତ
Couplet 103
ଏମନ୍ତ ମନେ ବିଚାରିଲାମରୁତ ସୋମଯାଗ କଲା
Couplet 104
ମରୁତଗଣ ତୁଷ୍ଟ ହେଲେରାଜାଙ୍କୁ ପୁତ୍ରଦାନ ଦେଲେ
Couplet 105
ସେ ପୁତ୍ର ନାମ ଭରଦ୍ୱାଜପୂର୍ବେ ସେ ଉତଥ୍ୟକ୍ଷେତ୍ରଜ
Couplet 106
ଏବେ ହୋ ଶୁଣ ନରନାଥସେ ଭରଦ୍ୱାଜଙ୍କ ଚରିତ
Couplet 107
ଭ୍ରାତୃବଧୂ ଯେ ଗର୍ଭବତୀପୂର୍ବେ ରମିଲେ ବୃହସ୍ପତି
Couplet 108
ମୈଥୁନେ ହୁଅନ୍ତେ ପ୍ରବୃତ୍ତଅଜ୍ଞାନ କାମେ ହୋଇ ମତ୍ତ
Couplet 109
ଗର୍ଭେ ଯେ ଶିଶୁ ତା'ର ଥିଲାବୃହସ୍ପତିଙ୍କି ନିଷେଧିଲା
Couplet 110
ବଳାତ୍କାରେଣ ବୃହସ୍ପତିବୀର୍ଯ୍ୟଆଧାନ କଲେ ତଥି
Couplet 111
ଗର୍ଭ-ବାଳକ ପଦାଘାତେବୀର୍ଯ୍ୟ ପଡ଼ିଲା ଭୂମିଗତେ
Couplet 112
ତେଣୁ ସେ ଲଜ୍ଜିତ ହୋଇଲେଗର୍ଭ-ଶିଶୁକୁ ଶାପ ଦେଲେ
Couplet 113
ମୋ' ବୀର୍ଯ୍ୟ ଯେଣୁ କଲୁ ରୋଧତେଣୁ ତୁ ହୁଅ ଜନ୍ମ ଅନ୍ଧ
Couplet 114
ତକ୍ଷଣେ ପୁତ୍ର ହେଲା ଜାତତା' ଦେଖି ତା' ମାତା ଚକିତ
Couplet 115
ତହୁଁ ଯେ ଭରଦ୍ୱାଜ ଜାତତାହାଙ୍କୁ ପାଳିଲେ ମରୁତ
Couplet 116
ଭରତ-ଯଜ୍ଞେ ତୋଷ ହେଲେସେ ପୁତ୍ର ଏବେ ତା'କୁ ଦେଲେ
Couplet 117
ଭରତ କର୍ମ ଶୁଣି ପ୍ରାଣୀତରିବେ ଭବ-ତରଙ୍ଗିଣୀ
Couplet 118
କହିଲା ବିପ୍ର ଜଗନ୍ନାଥନବମେ ବଂଶାନୁଚରିତ