Skandha 9
Adhyaya 19
Couplet 1
ଯଯାତି ବସି ଏକଦିନେଜ୍ଞାନ ପ୍ରକାଶିଲା ତା' ମନେ
Couplet 2
ଦେବଯାନୀର ମେଳେ ଥାଇବୋଲଇ ତା'ର ମୁଖ ଚାହିଁ
Couplet 3
ଶୁଣ ସୁନ୍ଦରି ତୋ' ଅଧୀନବିଷୟରସେ ମୋ'ର ମନ
Couplet 4
ପଶିଲା କାମ-ଅନ୍ଧକାରେଭାସ୍କର ଯେହ୍ନେ ତମଘୋରେ
Couplet 5
ଶୁଣ ଭାର୍ଗବି ମୋ'ର କଥାପୂର୍ବେ ଯେ ଇତିହାସ ଗାଥା
Couplet 6
କହନ୍ତି ତତ୍ତ୍ୱଜ୍ଞାନୀ ଜନେଗ୍ରାମ୍ୟଭୋଗକୁ ନିନ୍ଦି ମନେ
Couplet 7
ସେ କଥା କହୁ ତୋ'ର ଆଗେଯେବା ବିଷୟ ଅନୁରାଗେ
Couplet 8
ଛାଗ ଛାଗୀଏ ଏକଦିନେଚରିବା ଅର୍ଥେ ଗଲେ ବନେ
Couplet 9
ଛାଗୀ ଯେ ଜଳପାନ ଅର୍ଥେକୂପେ ପଡ଼ିଲା ଅନାୟତ୍ତେ
Couplet 10
ସ୍ୱଭାବେ କାମୀ ଛାଗ ଜାତିତା'ର ଉଦ୍ଧାରେ କଲା ମତି
Couplet 11
କେବେହେଁ ଉଦ୍ଧାରି ନପାରେନିରାଶେ ଗଲା ନିଜପୁରେ
Couplet 12
ସେ ବନେ ବୃଦ୍ଧଛାଗେ ଥିଲାକୂପେ ସେ ଛାଗୀକି ଦେଖିଲା
Couplet 13
ବିଷାଣ ଅଗ୍ରେ ତା' ଉଦ୍ଧରିକୂଳେ ସ୍ଥାପିଲା ଯତ୍ନକରି
Couplet 14
ସେ ଛାଗୀ କୂପରୁ ଅଇଲାଛାଗରେ ଅଭିଳାଷ କଲା
Couplet 15
ସେ ଛାଗ ତା'ର ସଙ୍ଗମେଳେରମଣ କରେ ଅତିଭୋଳେ
Couplet 16
ଦିବା ରଜନୀ ନ ଜାଣଇନିରତେ ତା'ର ସଙ୍ଗେ ଥାଇ
Couplet 17
ତଥାପି ନ ଲଭିଲା ତୃପ୍ତିଅଗ୍ନିରେ ଯେହ୍ନେ ଘୃତାହୁତି
Couplet 18
ଅନ୍ୟାନ୍ୟ ଛାଗୀ କାମବଶେମିଳିଲେ ସେହି ଛାଗ ପାଶେ
Couplet 19
ସ୍ଥୂଳଶରୀର ଶ୍ମଶ୍ରୁମୁଖରେତ ସେଚନେ ଅତି ଦକ୍ଷ
Couplet 20
ବଳିଷ୍ଠ ଦେଖି ସର୍ବଛାଗୀତାହାର ପ୍ରତି ଅନୁରାଗୀ
Couplet 21
ସେ ଏକ ପୁରୁଷ ଯେ ଛାଗକଲାଛାଗୀଙ୍କି ଅନୁରାଗ
Couplet 22
ହୋଇଣ କାମ-ଗ୍ରହ-ଗ୍ରସ୍ତଛାଗୀଙ୍କ ସଙ୍ଗେ ହେଲା ମତ୍ତ
Couplet 23
ଯେ ଛାଗୀ କୂପେ ପଡ଼ିଥିଲାଦେଖି ନିଜର ଅବହେଳା
Couplet 24
କାମୀଛାଗକୁ କଲା ତ୍ୟାଗତା' ପ୍ରତି ହୋଇଣ ବିରାଗ
Couplet 25
ସତ୍ତ୍ୱରେ ଛାଗୀ କଲା ଚଳିଛାଗ ଯେ ପକାଇ ବୋବାଳି
Couplet 26
ତାହାର ପଛେ ଗୋଡ଼ାଇଲାପଥେ ଛାଗୀକୁ ନ ଭେଟିଲା
Couplet 27
ଛାଗର ଅଧିସ୍ୱାମୀ ଘରେସେ ଦୁହେଁ ମିଳିଲେ ସତ୍ୱରେ
Couplet 28
ଛାଗର ଲମ୍ବିତ ବୃଷଣବ୍ରାହ୍ମଣେ କଲେକ ଛେଦନ
Couplet 29
ସେ କଥା ତତ୍ତ୍ୱଜ୍ଞାନୀ ଜନେକାମର ଭୋଗ ସ୍ମରି ମନେ
Couplet 30
ତାହାର ବୃଷଣକୁ ନେଲେପୁଣି ତା' ଦେହେ ଲଗାଇଲେ
Couplet 31
ସେ କଥା କହୁଁ ତୋ'ର ଆଗେଯେବା ବିଷୟେ ଅନୁରାଗେ
Couplet 32
ସେ ଛାଗୀ ଛାଗର ସହିତେବିଷୟଭୋଗେ ଦିନା କେତେ
Couplet 33
କାଟିଲା ଆପଣା ଇଚ୍ଛାରେତେବେ ସନ୍ତୋଷ ନୁହେଁ ଥରେ
Couplet 34
ସେ ଛାଗ ପ୍ରାୟେ ତୋ'ର ସଙ୍ଗେମୁହିଁ ବୁଡ଼ିଲି ପ୍ରେମ ରଙ୍ଗେ
Couplet 35
ତୋହର ମାୟାରେ ମୋହିତହୋଇ ନ ଜାଣେ ମୋର ହିତ
Couplet 36
ସପତ ଦ୍ୱୀପେ ରାଜା ହୋଇଅଜ୍ଞାନେ ବଞ୍ଚାଇଲି ଦେହୀ
Couplet 37
ଭୂମିରେ ଯେତେ ଶସ୍ୟ ଥା'ନ୍ତିସୁବର୍ଣ୍ଣେ ସ୍ତିରୀ ପଶୁଜାତି
Couplet 38
ଯେ ପ୍ରାଣୀ କାମବଶ ହୋଇଏ ସବୁ ତା'କୁ ନ ଅଣ୍ଟଇ
Couplet 39
କାମୀ ପୁରୁଷଙ୍କର ମନକେବେହେଁ ନୋହେ ସଞ୍ଜମନ
Couplet 40
ନିତ୍ୟେ ରମନ୍ତି କାମଭୋଗେଅଗ୍ନି ଯେସନେ ଘୃତ ଯୋଗେ
Couplet 41
ସକଳଭୂତ ସଙ୍ଗ ଛାଡ଼ିଯେ ଆତ୍ମାଭାବେ ସୁଖେ ବୁଡ଼ି
Couplet 42
ଆତ୍ମାକୁ ଦେଖେ ସର୍ବଦେହେତା' ସର୍ବଦିଗ ସୁଖମୟେ
Couplet 43
ଦୁର୍ଜନଜନଙ୍କର ମତିତୃଷ୍ଣାକୁ ଛାଡ଼ି ନ ପାରନ୍ତି
Couplet 44
ଯେ କରିପାରେ ସର୍ବଭକ୍ଷତୃଷ୍ଣା ମାରଣେ ନୋହେ ଦକ୍ଷ
Couplet 45
ମାତା ଭଗିନୀ କନ୍ୟା ମେଳେକେବେହେଁ ନ ଥିବ ନିରୋଳେ
Couplet 46
ମନ ଯେ ଇନ୍ଦ୍ରିୟଙ୍କ ଗ୍ରାମବଳେ ତାହାକୁ ନାହିଁ ସମ
Couplet 47
ପଣ୍ତିତଜନ ମନ ହରେଏଣୁ କେ ନାରୀ ସଙ୍ଗୁ ତରେ
Couplet 48
ଦେଖ ମୁଁ ସହସ୍ର ବରଷେନିତ୍ୟେ ରମିଲି କାମବଶେ
Couplet 49
ନିରତେ ବିଷୟ ବ୍ୟସନେମନ ରହିଲା ରାତ୍ରଦିନେ
Couplet 50
ମୁଁ ଏବେ ତୃଷ୍ଣା ଦୂର କରିକୃଷ୍ଣ ଚରଣେ ମନ ଧରି
Couplet 51
ନିର୍ମୋହ ହୋଇ ବନସ୍ଥଳେରହିବି ପଶୁଗଣ ମେଳେ
Couplet 52
ଦୃଷ୍ଟ ଶ୍ରୁତକୁ ମିଥ୍ୟା କରିଧ୍ୟାନେ ସମ୍ଭାଷି ନରହରି
Couplet 53
ଯେ ନୋହେ ଆତ୍ମାର ବିନାଶୀତାହାକୁ କହି ଆତ୍ମଦର୍ଶୀ
Couplet 54
ଏମନ୍ତ ପ୍ରିୟା ଆଗେ କହିପୁରୁକୁ ସମୀପେ ବସାଇ
Couplet 55
ତା'ର ବୟସ ତା'କୁ ଦେଲାବୃଦ୍ଧ ଶରୀର ଆବୋରିଲା
Couplet 56
ପୁରୁକୁ ରାଜ୍ୟେ କଲା ରାଜାଭଲେ ପାଳିବ ଜନପ୍ରଜା
Couplet 57
ଦ୍ରୁହ୍ୟୁକୁ ପୂର୍ବଦିଗ ଦେଲାଅନୁକୁ ଉତ୍ତରେ ସ୍ଥାପିଲା
Couplet 58
ଯଦୁକୁ ଦକ୍ଷିଣେ ବସାଇପଶ୍ଚିମ ତୁର୍ବସୁକୁ ଦେଇ
Couplet 59
ଏମନ୍ତେ ରାଜ୍ୟ ବାଣ୍ଟିଦେଇପୁତ୍ରଙ୍କୁ ପ୍ରିୟବାକ୍ୟ କହି
Couplet 60
ଆନନ୍ଦ ଦେଇ ସର୍ବମନେତକ୍ଷଣେ ପଶିଲା ଅରଣ୍ୟେ
Couplet 61
ଆତ୍ମାରେ ଆତ୍ମା ଧ୍ୟାନ କରିଯୋଗ ଅଭ୍ୟାସେ ମନ ଧରି
Couplet 62
ପରମବ୍ରହ୍ମେ ସେ ପଶିଲାଶୁଣ ହେ ଅଭିମନ୍ୟୁବଳା
Couplet 63
ସେ କଥା ଦେବଯାନୀ ଶୁଣିସ୍ୱାମୀର ପଥ ମନେ ଗୁଣି
Couplet 64
ସଂସାର ସ୍ୱପ୍ନ ପ୍ରାୟ ମଣିଏମନ୍ତ ଭାଳି ସେ ତରୁଣୀ
Couplet 65
କୃଷ୍ଣଚରଣେ ମନ ଦେଲାବିଷ୍ଣୁମାୟାରୁ ତରିଗଲା
Couplet 66
ନବମସ୍କନ୍ଧେ ଭାଗବତଯେ ଧର୍ମ ବଂଶାନୁଚରିତ
Couplet 67
ଭାଷା ପ୍ରବନ୍ଧେ ହରିକଥାଶୁଣନ୍ତେ ତୁଟେ ଭବବ୍ୟଥା
Couplet 68
ବ୍ରାହ୍ମଣ ଜଗନ୍ନାଥ କହେସୁଜନେ ଏଣେ କର ଲୟେ