Skandha 9
Adhyaya 18
Couplet 1
କହନ୍ତି ଶୁକ ବ୍ରହ୍ମବେତ୍ତାନବମେ ବଂଶାନୁବ୍ୟବସ୍ଥା
Couplet 2
ନହୁଷ ବୀର୍ଯ୍ୟେ ଷଟସୁତେତାହାଙ୍କ ନାମ କହୁଁ ତୋତେ
Couplet 3
ଯତି ଯଯାତି ଯେ ସଂଯାତିଆୟତି ବିୟତି ଯେ କୃତି
Couplet 4
ଦେହୀର ଇନ୍ଦ୍ରିୟ ଯେସନେଜନ୍ମିଲେ ନହୁଷ ନନ୍ଦନେ
Couplet 5
ଯତିକି ରାଜପଣ ଦେଲାସେ ରାଜଭୋଗ ନ ଇଚ୍ଛିଲା
Couplet 6
ବୋଲଇ ଦୁଃଖମୟ ଏହିଏଣେ ମୋହର କାର୍ଯ୍ୟ ନାହିଁ
Couplet 7
ଆତ୍ମା ନ ମଜ୍ଜେ ରାଜସୁଖେନିରତେ ରହେ ମନଦୁଃଖେ
Couplet 8
ଜାଣଇ ପିତାର ଆଚାରଋଷିଙ୍କି ବୁହାଇଲା ଭାର
Couplet 9
ଇନ୍ଦ୍ରାଣୀ ଅର୍ଥେ ପଥେ ଯା'ନ୍ତେକୋପ ବସିଲା ଋଷିଚିତ୍ତେ
Couplet 10
ବହି ନ ପାରି ମହାଭାରବୋଇଲେ ହୁଅ ଅଜଗର
Couplet 11
ଏମନ୍ତେ ଅଜଗର ହୋନ୍ତେନିର୍ଜନ ଗହନ ବନସ୍ତେ
Couplet 12
ପଡ଼ି ଡାକିଲା କରି ଶୋକଭୋ ଋଷିଗଣେ ମୋତେ ରଖ
Couplet 13
ତା'ର ବିକଳେ ମୁନିଗଣବୋଇଲେ ଶୁଣ ଭୋ ରାଜନ
Couplet 14
ଦ୍ୱାପର ଯୁଗ ଅବଶେଷେଧର୍ମନନ୍ଦନ କୁରୁବଂଶେ
Couplet 15
ଭୀମକୁ ବନେ ଖୋଜି ଯା'ନ୍ତେଭେଟ ହୋଇବ ତୋ' ସଙ୍ଗତେ
Couplet 16
ଭୀମକୁ ବାନ୍ଧିଥିବୁ ତୁହିସେ ପୁଣି ତୋ'ର ପାସେ ଯାଇ
Couplet 17
ଧର୍ମ କହିବେ ତୋତେ ଯେବେନିସ୍ତାର ତୋ'ର ହେବ ତେବେ
Couplet 18
ଏମନ୍ତ ନହୁଷଙ୍କୁ କହିସେ ମୁନି ଗଲେ ଦୟାବହି
Couplet 19
ସେ ପୁଣି ଯୁଧିଷ୍ଠିର ତୁଲେଧର୍ମ ବିଚାର କରି ଭଲେ
Couplet 20
ସର୍ପ ଯୋନିରୁ ମୋକ୍ଷ ହୋଇନିଜ ମନ୍ଦିରେ ମିଳେ ଯାଇ
Couplet 21
ସେ କଥା ଯତି ସ୍ମରି ମନେନବସେ ନୃପତି ଆସନେ
Couplet 22
ଯଯାତି ଭ୍ରାତୃଗଣ ତୁଲେରାଜା ହୋଇଲା ପିତୃ ବୋଲେ
Couplet 23
ସକଳ ରାଜ୍ୟେ ହୋଇ ରାଜାଧର୍ମେ ପାଳିଲା ଜନପ୍ରଜା
Couplet 24
ଶୁକ୍ର ଦୁହିତା ଦେବଯାନୀଶର୍ମିଷ୍ଠା ବୃଷର ଦୁଲଣୀ
Couplet 25
ଯଯାତି ବରି ବରପଣେବିବାହ କଲେ ଶୁଭକ୍ଷଣେ
Couplet 26
ଏମନ୍ତେ ଶୁକବାକ୍ୟ ଶୁଣିବୋଲେ ପରୀକ୍ଷ ନୃପମଣି
Couplet 27
ଭୋ ମୁନି ଅସମ୍ଭବ ବାଣୀସଂଶୟ ଲାଗିଲା ତ ଶୁଣି
Couplet 28
ଶୁକ୍ର ସ୍ୱଭାବେ ବ୍ରହ୍ମଋଷିପୁଣି ଅଟନ୍ତି ଭୃଗୁବଂଶୀ
Couplet 29
ବ୍ରାହ୍ମଣ କ୍ଷତ୍ରିୟ କେମନ୍ତେବିବାହ କଲେ ବେଦମତେ
Couplet 30
ଏ ପ୍ରତିଲୋମ ପ୍ରାୟେ ମଣିଶୁକ ବୋଲନ୍ତି ତାହା ଶୁଣି
Couplet 31
ଦିନେକ ବୃଷପର୍ବା ଘରେଶର୍ମିଷ୍ଠା କନ୍ୟା ଅନ୍ତଃପୁରେ
Couplet 32
ସଖୀ ସହସ୍ରେ ଘେନି ସଙ୍ଗେଜଳେ କ୍ରୀଡ଼ନ୍ତି ନାନା ରଙ୍ଗେ
Couplet 33
ସ୍ୱଭାବେ ନିଦାଘର କାଳେଶୁକ୍ରଦୁହିତା ସଖୀମେଳେ
Couplet 34
କୁସୁମବନ ମଧ୍ୟେ ମିଳେପୁଷ୍ପିତ ଦ୍ରୁମ ଶୀତ ଜଳେ
Couplet 35
ପୁଷ୍ପଭୂଷିତ ଭୂମି ଜଳେକ୍ରୀଡ଼ନ୍ତି ପକ୍ଷୀ କୁତୂହଳେ
Couplet 36
କହ୍ଲାର-ପଦ୍ମ-ପୁଷ୍ପ ଗନ୍ଧେଭ୍ରମରଗଣ ମକରନ୍ଦେ
Couplet 37
ପୁଷ୍ପଜ ଗନ୍ଧେ ବାୟୁ ସ୍ଫୁରେଶୀତଳ ଲାଗଇ ଶରୀରେ
Couplet 38
ସେ ଜଳେ ପଶି ସର୍ବକନ୍ୟାସ୍ୱଭାବେ କମଳଲୋଚନା
Couplet 39
ବସ୍ତ୍ର ପାଲଟି ହ୍ରଦ କୂଳେଝାସି ପଶିଲେ ଶୀତଜଳେ
Couplet 40
କ୍ରୀଡ଼ନ୍ତି ଜଳେ ନାନାରଙ୍ଗେଜଳ ସିଞ୍ଚନ୍ତି ଅଙ୍ଗୁ ଅଙ୍ଗେ
Couplet 41
ଏମନ୍ତେ ଉମା ମହେଶ୍ୱରଆରୋହି ବୃଷଭ ଉପର
Couplet 42
ବନେ ଚଳନ୍ତେ ତା'ଙ୍କୁ ଦେଖିବେଗେ ଉଠିଲେ ଶଶୀମୁଖୀ
Couplet 43
ସକଳେ ଉଠି ତା'ର ତୁଲେସଂଭ୍ରମେ ବସନ ପିନ୍ଧିଲେ
Couplet 44
ଶର୍ମିଷ୍ଠା ସଂଭ୍ରମେ ନ ଜାଣିଦେବଯାନୀର ବସ୍ତ୍ର ଆଣି
Couplet 45
ସତ୍ୱରେ କଲା ପରିଧାନତା' ଦେଖି ଦେବଯାନୀ ମନ
Couplet 46
କୋପେ କମ୍ପଇ ଥରହରକଠୋର ବୋଲଇ ଉତ୍ତର
Couplet 47
ଦେଖ ଏ ଦାସୀମାତ୍ର ହୋଇବସ୍ତ୍ର ପିନ୍ଧିଲା ମୋ'ର ନେଇ
Couplet 48
ଅବଜ୍ଞା କରି ମୋ' ବସନଯଜ୍ଞର ହବି ଯେହ୍ନେ ଶ୍ୱାନ
Couplet 49
ଦେବେ ଯେ ଅତି ତପୋବଳେବିଷ୍ଣୁବଦନୁ ଭୂମି ତଳେ
Couplet 50
ବ୍ରାହ୍ମଣ ହୋଇ ଜାତ ହେଲେସର୍ବେ ତରନ୍ତି ତା'ଙ୍କ ବୋଲେ
Couplet 51
ଗୋବିନ୍ଦ ଯାହାର ବଚନେନିତ୍ୟେ ସେବନ୍ତି ସନ୍ନିଧାନେ
Couplet 52
ତହିଁ ମୁଁ ଭୃଗୁବଂଶେ ଜାତଆମ୍ଭର ଶିଷ୍ୟ ଏହା ତାତ
Couplet 53
ମୋ' ବସ୍ତ୍ର ପିନ୍ଧି ଗର୍ବ ମନେଶୂଦ୍ରକୁ ବେଦବାକ୍ୟ ଯେହ୍ନେ
Couplet 54
ଏମନ୍ତେ ଦେବଯାନୀ କଥାଶୁଣି ଶର୍ମିଷ୍ଠା ମନେ ବ୍ୟଥା
Couplet 55
ବୋଲଇ ପୁରୁଷ ବଚନସିଂହକୁ ଶୃଗାଳ ଯେସନ
Couplet 56
ଆପଣା ବୃତ୍ତାନ୍ତ ନ ଜାଣିମୋ' ଆଗେ କହୁ କଟୁବାଣୀ
Couplet 57
ସ୍ୱଭାବେ ଭିକ୍ଷୁକ ବୋଲାଉଲଜ୍ଜା କି ମୁଖେ ତୁ ନପାଉ
Couplet 58
କାକମାନଙ୍କ ପ୍ରାୟ ହୋଇଥାଅ ତୁ ଆମ୍ଭ ଘରେ ଚାହିଁ
Couplet 59
ରାଜାର ଦୁହିତାଟି ମୁହିଁତୁ ମୋତେ କହୁ ଗର୍ବ ବହି
Couplet 60
ଏମନ୍ତେ ବହୁ କୋପକଲାସଖୀଙ୍କି ଚାହିଁ ଆଜ୍ଞା ଦେଲା
Couplet 61
ମାର ବୋଇଲା କୋପମନେଶର୍ମିଷ୍ଠା ଧରି ତା' ବସନେ
Couplet 62
ଓଷ୍ଠ କାମୋଡ଼ି ଅତି କୋପେତା' ବସ୍ତ୍ର ପକାଇଲା କୂପେ
Couplet 63
ପୁଣି ତାହାରି ହସ୍ତ ଧରିକୂପେ କ୍ଷେପିଲା କୋପ କରି
Couplet 64
ଗଲା ସେ ଆପଣା ମନ୍ଦିରଏବେ ହୋ ଶୁଣ ନୃ ବର
Couplet 65
ଯଯାତି ମୃଗୟାର ଅର୍ଥେଥିଲା ସେ ଗହନ ବନସ୍ତେ
Couplet 66
ତୃଷିତେ ଜଳ ଅନ୍ୱେଷଣେକୂପ ଦେଖିଲା ତତ୍କ୍ଷଣେ
Couplet 67
କୂପକୁ ଚାହିଁ ନୃପମଣିଦେଖିଲା ଶୁକ୍ରର ଦୁଲଣୀ
Couplet 68
ଉଲଗ୍ନେ ବସ୍ତ୍ର ଖୋଜେ ଜଳେତା' ଦେଖି ରାଜା ଅବହେଳେ
Couplet 69
ଉତ୍ତରୀବସ୍ତ୍ର ତା'କୁ ଦେଲାକନ୍ୟାକୁ ଜଳୁ ଉଦ୍ଧରିଲା
Couplet 70
ଆନନ୍ଦେ ହସ୍ତେ ହସ୍ତ ଦେଇକୂଳେ ସ୍ଥାପିଲା ଦୟାବହି
Couplet 71
ସେ କନ୍ୟା ରାଜା ମୁଖ ଚାହିଁଗଦ୍ଗଦେ ପ୍ରେମଭର ହୋଇ
Couplet 72
ବୋଲଇ ଶୁଣ ନୃପମଣିତୁ ଯେ ଧଇଲୁ ମୋର ପାଣି
Couplet 73
ତୁ ଅଟୁ ପର-ପୁରଞ୍ଜୟଶୁଣ ତୁ ନିଗମ-ନିର୍ଣ୍ଣୟ
Couplet 74
ଯେ କନ୍ୟା ହସ୍ତ ହସ୍ତେ ଧରିସେ ନିଶ୍ଚେ ହୁଏ ତା'ର ନାରୀ
Couplet 75
ହସ୍ତ ତୁ ଦେଲୁ ମୋ'ର ହସ୍ତେମୋ' ସ୍ୱାମୀ ଅନ୍ୟକେ ଜଗତେ
Couplet 76
ଦେଖିଲୁ ଶରୀର ମୋହରକାହିଁ ଧରିବି ଆନ କର
Couplet 77
ଏ ଯେ ସମ୍ବନ୍ଧ କନ୍ୟାବରନିଶ୍ଚୟେ ସଞ୍ଚିଲେ ଈଶ୍ୱର
Couplet 78
ମୁଁ କନ୍ୟା ଥିଲି କୂପଜଳେତୁ ମୋ'ର ହସ୍ତ ଧରି ବଳେ
Couplet 79
କୂଳେ ସ୍ଥାପିଲୁ ଦୟାବହିତୋ' ତହୁଁ ଅନ୍ୟ ବର ନାହିଁ
Couplet 80
ଏ ଶାସ୍ତ୍ରମତେ ବିଚାରନ୍ତେବ୍ରାହ୍ମଣେ ନ ବରିବେ ମୋତେ
Couplet 81
କଚ ଯେ ବୃହସ୍ପତି-ବଳାପୂର୍ବେ ସେ ମୋତେ ଶାପ ଦେଲା
Couplet 82
ସେ ଶାପ ନୋହିଲା ଅନ୍ତରଏଣୁ କ୍ଷତ୍ରିୟ ବର ମୋ'ର
Couplet 83
ଶର୍ମିଷ୍ଠା ମୋ'ର ଭୁଜ ଧରିକୂପେ କ୍ଷେପିଲା କୋପକରି
Couplet 84
ଗଲା ସେ ଆପଣା ମନ୍ଦିରଏବେ ହୋ ଶୁଣ ନୃପବର
Couplet 85
ଦଇବ ସଞ୍ଚିତ ଏ କଥାକେ କରି ପାରିବ ଅନ୍ୟଥା
Couplet 86
ତା'ର ବଚନ ରାଜା ଘେନିସମ୍ମତ କରି ହୋଇ ତୁନି
Couplet 87
ଯଯାତି ନିଜପୁରେ ଗଲାସେ କନ୍ୟା ମନେ ବିଚାରିଲା
Couplet 88
କହିବି ପିତା ଆଗେ ମୁହିଁଯେମନ୍ତେ ବର ଲଭିବଇଁ
Couplet 89
ରୋଦନ କରି ମନଦୁଃଖେକହିଲା ପିତାର ସମ୍ମୁଖେ
Couplet 90
ଶର୍ମିଷ୍ଠା ଯେତେ କର୍ମ କଲାଯେମନ୍ତେ କୂପେ ପକାଇଲା
Couplet 91
ରାଜା ଉଦ୍ଧରିଲା ଯେମନ୍ତେକୂପୁଁ ତୋଳିଲା ଦକ୍ଷହସ୍ତେ
Couplet 92
ଏ କଥା ଯେମନ୍ତ ବିଧାନେକହିଲା ପିତା ସନ୍ନିଧାନେ
Couplet 93
ଶୁକ୍ର ଯେ ତା'ର ବୋଲ ଶୁଣିଭବିଷ୍ୟ କଥା ମନେ ଗୁଣି
Couplet 94
ବୋଲଇ ମୁଣ୍ତେ ଦେଇ ହସ୍ତଧିକ ମୋହର ପୌରୋହିତ୍ୟ
Couplet 95
ଏମନ୍ତେ ମନେ କୋପ କରିଦୁହିତା କର କରେ ଧରି
Couplet 96
ବୃଷପର୍ବାର ପୁରେ ଗଲେସକୋପେ ରାଜାଙ୍କୁ ଭେଟିଲେ
Couplet 97
ଗୁରୁ ବଦନେ କୋପ ଦେଖିସଂଭ୍ରମେ ଆସନ ଉପେକ୍ଷି
Couplet 98
ଅନେକ ସ୍ତୁତିବାକ୍ୟ କହିଚରଣେ ଗଡ଼ଘାଲି ଶୋଇ
Couplet 99
ଶୁକ୍ରଙ୍କ କ୍ରୋଧ କ୍ଷଣମାତ୍ରରହଇ ସଂସାରେ ବିଦିତ୍
Couplet 100
ବୋଲଇ ତା'ର ମୁଖ ଚାହିଁଆମ୍ଭର ଦୁହିତା ଯେ ଏହି
Couplet 101
ଏ କନ୍ୟା ବାକ୍ୟ ତୁମେ ଘେନଏହାର ଇଚ୍ଛା କର ପୂର୍ଣ୍ଣ
Couplet 102
ଯଯାତି କୂପୁଁ ଉଦ୍ଧରିଲାଏ କନ୍ୟା ହସ୍ତେ ହସ୍ତ ଦେଲା
Couplet 103
ମୁଁ ଏବେ ବେଦବାକ୍ୟ ମତେବ୍ରାହ୍ମଣେ ବରିବି କେମନ୍ତେ
Couplet 104
ଯେପରି କନ୍ୟା ହୁଏ ଶାନ୍ତିତା' ବେଗେ କର ତୁ ନୃପତି
Couplet 105
ଭୃଗୁଙ୍କ ବାକ୍ୟ ମନେ ଗୁଣିସେ ବୃଷପର୍ବା ନୃପମଣି
Couplet 106
ଦେବଯାନୀର ପାଶେ ଗଲାବିନୟ ହୋଇଣ କହିଲା
Couplet 107
ନିଜ କନ୍ୟାର ଦୋଷମାନସମସ୍ତ କଲା ନିବେଦନ
Couplet 108
ତାହାର ସ୍ତୁତିବାକ୍ୟ ଶୁଣିସନ୍ତୁଷ୍ଟ ହୋଇ ଦେବଯାନୀ
Couplet 109
ନିଜର ଯାହା ଅଭିଳାଷତା' ଆଗେ କଲାକ ପ୍ରକାଶ
Couplet 110
ବୋଲଇ ଶୁକ୍ରର ଦୁହିତାଶୁଣ ତୁ ଆମ୍ଭର ବାରତା
Couplet 111
ମୋ' ପିତା ଯହିଁ ମୋତେ ଦେବଶର୍ମିଷ୍ଠା ମୋ'ର ସଙ୍ଗେ ଥିବ
Couplet 112
ମୁଁ ତା'ର ହେବି ଶ୍ରେଷ୍ଠ ନାରୀତୋ' କନ୍ୟା ହେବ ପରିବାରୀ
Couplet 113
କନ୍ୟାରଠାରୁ ବାଣୀ ଶୁଣିଅସୁରରାଜ ହେଲା ତୁନି
Couplet 114
ଭାଳନ୍ତି ବୃଷପର୍ବା ରାୟେବିପଦ ପଡ଼ିଲା ଥୋକାଏ
Couplet 115
ସଖୀ ସମେତ କନ୍ୟା ଆଣିବୋଲଇ ନିଅ ଦେବଯାନୀ
Couplet 116
ଏମନ୍ତେ ଶର୍ମିଷ୍ଠା ଅଇଲାଦେବଯାନୀର ଦାସୀ ହେଲା
Couplet 117
ଶର୍ମିଷ୍ଠା ଦେବଯାନୀ ତୁଲେଯଯାତି ବରି ବିଭା କଲେ
Couplet 118
ଶୁକ୍ର ଯଯାତି ମୁଖ ଚାହିଁକହନ୍ତି ଶୁଣ ନୃପସାଇଁ
Couplet 119
ଶର୍ମିଷ୍ଠା ସଙ୍ଗେ ସହବାସକଲେ ଲଭିବୁ ଅତିକ୍ଳେଶ
Couplet 120
ଶର୍ମିଷ୍ଠା ତୁଲେ ଦିବ୍ୟନାରୀଘେନି ଶତେକ ପରିବାରୀ
Couplet 121
ଖଟଇ ଦେବଯାନୀ ତୁଲେଯଯାତି ସଙ୍ଗେ ଭାବଭୋଳେ
Couplet 122
ଶର୍ମିଷ୍ଠା ରୂପ-ଗୁଣ ଦେହେଯଯାତି ଦେଖି କାମେ ମୋହେ
Couplet 123
ଦେବଯାନୀର ପୁତ୍ର ଦେଖିଶର୍ମିଷ୍ଠା ନିତ୍ୟେ ମନେ ଦୁଃଖୀ
Couplet 124
ମିଳିଲା ରାଜାରେ ଏକାନ୍ତେପ୍ରର୍ଥନା କଲା ପୁତ୍ର ଅର୍ଥେ
Couplet 125
ତେଣୁ ସେ ହୋଇଲେ ମୋହିତଦଇବ ବଶେ ବୁଦ୍ଧି ହତ
Couplet 126
ଦେବଯାନୀକି ନ ସୁମରିଶର୍ମିଷ୍ଠା ବାକ୍ୟ ମନେ ଧରି
Couplet 127
ଶର୍ମିଷ୍ଠା ସଙ୍ଗେ ଏକମେଳେରାଜା ଶୟନ ଋତୁକାଳେ
Couplet 128
ଶୁକ୍ରଙ୍କ ବାକ୍ୟ ହେଳା କଲାଶର୍ମିଷ୍ଠା ସଙ୍ଗେ ସଙ୍ଗ କଲା
Couplet 129
ଯଦୁ ତୁର୍ବସୁ ବେନିଭାଇଦେବଯାନୀର ଗର୍ଭୁ ହୋଇ
Couplet 130
ଆବର ଶର୍ମିଷ୍ଠା ଗର୍ଭରୁଜନ୍ମିଲେ ଦ୍ରୁହ୍ୟୁ ଅନୁ ପୁରୁ
Couplet 131
ସେ ଦେବଯାନୀ କୋପଭରେକହିଲା ପିତାର ଆଗରେ
Couplet 132
ପିତା ଚରଣତଳେ ପଡ଼ିକାନ୍ଦଇ ବେନିକର ଯୋଡ଼ି
Couplet 133
ଶର୍ମିଷ୍ଠା ତୁଲେ ରାଜା ନିତ୍ୟେରାତ୍ରଦିବସ ତା' ସଙ୍ଗତେ
Couplet 134
ତାହାର ବଶ ପ୍ରାୟେ ରହେକୋପନୟନେ ମୋତେ ଚାହେଁ
Couplet 135
ଶର୍ମିଷ୍ଠା ପ୍ରେମବନ୍ଧ ଆଶେକେବେହେଁ ନମିଳେ ମୋ' ପାଶେ
Couplet 136
ଏମନ୍ତେ ଦୁହିତା ବଚନେକୋପ ବସିଲା ଶୁକ୍ରମନେ
Couplet 137
ମିଳିଲା ରାଜାର ସମୀପେଗରୁଡ଼ ମିଳେ ଯେହ୍ନେ ସର୍ପେ
Couplet 138
ବୋଇଲେ କୋପଭର ହୋଇଅଧର୍ମ ଆଚରିଲୁ ତୁହି
Couplet 139
ମୋ'ର ଦୁହିତା କଲୁ ଦୂରଶର୍ମିଷ୍ଠା ମନୋହାରୀ ତୋ'ର
Couplet 140
ତୁ ଏବେ ଜରାରୂପ ହୋଇମନ୍ଦିରେ ଥାଅ ନିତ୍ୟେ ଶୋଇ
Couplet 141
ଏମନ୍ତ ଶାପ ଦେଲେ ମୁନିତକ୍ଷଣେ ବୃଦ୍ଧଦେହ ଘେନି
Couplet 142
ଯଯାତି ରହିଲା ଶୟନେଉଠି ନ ପାରେ ରାତ୍ରଦିନେ
Couplet 143
ଏମନ୍ତେ ତା'ର ପାଞ୍ଚସୁତବେନିକନ୍ୟାର ଗର୍ଭୁ ଜାତ
Couplet 144
ହୋଇ ବଢ଼ିଲେ ଦିନେଦିନେତେଜ ପ୍ରଚଣ୍ତସୂର୍ଯ୍ୟ ଯେହ୍ନେ
Couplet 145
ଏମନ୍ତେ କିଛିଦିନ ଅନ୍ତେଯଯାତି ଭୋଗ ମନେ ଚିନ୍ତେ
Couplet 146
ଭୋମୁନି ମୋତେ ଦୟାକରଏ କଷ୍ଟ ଯେଣେ ହୋଏ ପାର
Couplet 147
କାନ୍ଦିଣ ଜୀବନ ବିକଳେପଡ଼ି ଭୃଗୁର ପାଦତଳେ
Couplet 148
ସ୍ୱଭାବେ ଦୁହିତାର ପତିବୋଲଇ ମୋତେ କର ଗତି
Couplet 149
ତା'ର ବିକଳ ଦେଖି ମୁନିବୋଇଲେ ଚିତ୍ତେ ଦୟା ଘେନି
Couplet 150
ବୋଲନ୍ତି ଶୁଣ ନୃପବରମୋର ବଚନ ଏବେ କର
Couplet 151
ସୁତକୁ ଜରାରୂପ ଦେଇସଂସାର ଭୋଗକର ତୁହି
Couplet 152
ସେ ରାଜା ପୁତ୍ରଙ୍କୁ ଅଣାଇବୋଲଇ ସମୀପେ ବସାଇ
Couplet 153
ହେ ପୁତ୍ରେ ଦେଖ ମୋ'ର ରୂପଗୁରୁ ଯେ ମୋତେ ଦେଲେଶାପ
Couplet 154
ବୃଦ୍ଧ ହୋଇଲି ଯୁବାକାଳେସୂର୍ଯ୍ୟ ଯେସନେ ସାୟଂକାଳେ
Couplet 155
ଦେଖ ଏ ମନୁଷ୍ୟ ଶରୀରବିଷ୍ଣୁର ଭୋଗର ମନ୍ଦିର
Couplet 156
ଇନ୍ଦ୍ରିୟଭୋଗେ ଜୀବ ରହେଯଜ୍ଞପୁରୁଷ ବସେ ଦେହେ
Couplet 157
ଦେବେ ଇଚ୍ଛନ୍ତି ଯେ ଶରୀରନିସ୍ଫଳ ହୋଇଲା ମୋହର
Couplet 158
ଯଦୁକୁ ବୋଲେ ନୃପବରତୁ ପୁତ୍ର ମୋ'ର ବୋଲକର
Couplet 159
ମୋ' ଜରା ଶରୀର ତୁ ନିଅତୋ'ର ବୟସ ମୋତେ ଦିଅ
Couplet 160
ଭୋଗ ମୁଁ କରି ଦିନା କେତେତୋ'ର ବୟସ ଦେବି ତୋତେ
Couplet 161
ଏମନ୍ତ ରାଜାର ବଚନେଯଦୁ ବୋଲଇ କୋପମନେ
Couplet 162
ଦୁର୍ଲ୍ଲଭ ମନୁଷ୍ୟ ଶରୀରବିଷ୍ଣୁର ପୂଜାର ମନ୍ଦିର
Couplet 163
ଯଜ୍ଞପୁରୁଷ ଏହା ମଧ୍ୟେବିଷୟ ଭୁଞ୍ଜଇ ଆନନ୍ଦେ
Couplet 164
ଦେବେ ନ ପାନ୍ତି ଯାହା ଭାବିମୁଁ ତାହା କେମନ୍ତେ ଛାଡ଼ିବି
Couplet 165
ଏମନ୍ତ ଯଦୁମୁଖୁଁ ଶୁଣିକୋପେ ବୋଲଇ ନୃପମଣି
Couplet 166
ମୋ'ର ବଚନ ତୁ ନ କଲୁରାଜଭୋଗକୁ ଇଚ୍ଛା କଲୁ
Couplet 167
ତୋ'ବଂଶେ ରାଜା ଯେ ହୋଇବମୂର୍ଦ୍ଧନା ଫାଟି ପ୍ରାଣ ଯିବ
Couplet 168
ଏମନ୍ତ ଶାପ ତାକୁ ଦେଇପୁତ୍ରଙ୍କୁ ଜଣେ ଜଣେ ରାଇ
Couplet 169
ତୁର୍ବସୁ ଦ୍ରୁହ୍ୟୁ ଅନୁ ତିନିରାଜା ବଚନେ ହେଲେ ତୁନି
Couplet 170
ପୁରୁ ଯେ ଥିଲା ରାଜା ପଛେତକ୍ଷଣେ ମିଳିଲା ପ୍ରତ୍ୟକ୍ଷେ
Couplet 171
କପୋଳେ ବେନିକର ଯୋଡ଼ିକହେ ନୃପତି ପାଦେ ପଡ଼ି
Couplet 172
ଭୋ ତାତ ମୋତେ ଆଜ୍ଞା ଦିଅମୋ'ର ବୟସ ତୁମ୍ଭେ ନିଅ
Couplet 173
ତୋ' ବୃଦ୍ଧରୂପ ଦିଅ ମୋତେମୋ' ରୂପେ ବଞ୍ଚ ଦିନାକେ
Couplet 174
ଏଦେହେ ଶୁଣ ନରରାଣକେ ବୁଝିପାରେ ପିତୃଋଣ
Couplet 175
ପିତାର ମନ ଜାଣି କରେଉତ୍ତମ ପୁତ୍ର ସେ ବେଭାରେ
Couplet 176
ଶ୍ରଦ୍ଧାରେ ଆଜ୍ଞା ଯେ ପାଳଇମଧ୍ୟମପୁତ୍ର ସେ ବୋଲାଇ
Couplet 177
ଶ୍ରଦ୍ଧା ବିହୀନେ ଯେହୁ ପାଳେଅଧମପୁତ୍ର ସେ ଶୟଳେ
Couplet 178
ପିତାକୁ ଲଂଘେ ଯେ ଅଜ୍ଞାନସେ ପିତା ମଳମୂତ୍ର ଜାଣ
Couplet 179
ଏମନ୍ତ କହି ନୃପ ବଳାପିତାଙ୍କୁ ନିଜରୂପ ଦେଲା
Couplet 180
ନିଶ୍ଚଳେ ରହିଲା ତା' ମନଏମନ୍ତେ ଗଲା କେତେ ଦିନ
Couplet 181
ପୁରୁକୁ ଜରାରୂପ ଦେଇରାଜା ହୋଇଲା ଦିବ୍ୟଦେହୀ
Couplet 182
ଭୋଗ ସେ କଲା ନାନାମତେଇନ୍ଦ୍ରିୟଲାଳସା ଆୟତ୍ତେ
Couplet 183
ହୋଇଲା ସାତଦ୍ୱୀପେ ରାଜାଧର୍ମେ ପାଳିଲା ଜନପ୍ରଜା
Couplet 184
ନିଶ୍ଚିନ୍ତେ ଦେବଯାନୀ ସଙ୍ଗେଭୋଗ ସେ କଲା ନାନାରଙ୍ଗେ
Couplet 185
ଅନେକ ଦାନଯଜ୍ଞ ମତେସେବିଲା ବିଷ୍ଣୁପାଦ ଗତେ
Couplet 186
ଯେ ହରି ଦେହ ଏ ଜଗତଆକାଶେ ଜଳଧର ମତ
Couplet 187
ସେ ହରିପାଦ ଦୃଢ଼େ ଚିନ୍ତିବିଷୟଭୋଗେ ନରପତି
Couplet 188
ଇନ୍ଦ୍ରୟ ନ ପାରିଲା ଜିଣିବିଷୟ ଭୋଗ ମନେ ଗୁଣି
Couplet 189
ସୁଜନଜନେ ଏହା ଶୁଣିତରିବ ଭବତରଙ୍ଗିଣୀ
Couplet 190
କହଇ ବିପ୍ର ଜଗନ୍ନାଥନବମେ ବଂଶାନୁଚରିତ