Skip to content
paribhaasha

Skandha 9

Adhyaya 17

  1. Couplet 1

    ଆୟୁ ଯେ ପୁରୁରବା ସୁତଶୁଣ ହୋ ତାହାର ଚରିତ

  2. Couplet 2

    ନହୁଷ ତାହାର ତନୟେଆବର କ୍ଷତ୍ରବୃଦ୍ଧ ହୋଏ

  3. Couplet 3

    ରଜୀ ରମ୍ଭ ଯେ ବୀର୍ଯ୍ୟବନ୍ତଅନେନା ଆଦି ପଞ୍ଚସୁତ

  4. Couplet 4

    କ୍ଷତ୍ରବୃଦ୍ଧର ବଂଶ ଶୁଣସୁହୋତ୍ର ତାହାର ନନ୍ଦନ

  5. Couplet 5

    ତାହାର ହେଲେ ତିନିସୁତକାଶ୍ୟ ଯେ କୁଶ ଗୁ›ତ୍ସମଦ

  6. Couplet 6

    ଗୁତ୍ସ›ମଦର ଯେ ସନ୍ତାନଶୁନକ ବୋଲି ତା'ର ନାମ

  7. Couplet 7

    ଶୁନକ ମହାତେଜବନ୍ତଶୌନକ ମୁନି ତହୁଁ ଜାତ

  8. Couplet 8

    ଜନ୍ମିଲେ ପିତୃତେଜ ଘେନିବେଦପାରଗ ମହାମୁନି

  9. Couplet 9

    କାଶ୍ୟର କାଶୀ ନାମେ ସୁତରାଷ୍ଟ୍ର ତା' ତହୁଁ ହେଲା ଜାତ

  10. Couplet 10

    ଦୀର୍ଘତମା ତା'ର ନନ୍ଦନତା' ପୁତ୍ର ଧନ୍ୱନ୍ତରୀ ନାମ

  11. Couplet 11

    ସେ ଆୟୁର୍ବେଦ ଭିଆଇଲାପ୍ରାଣୀଙ୍କ ବ୍ୟାଧି ନାଶ କଲା

  12. Couplet 12

    ସେ ଯଜ୍ଞଭୋଜୀ ବିଷ୍ଣୁ ଅଂଶସ୍ମରଣେ ସର୍ବରୋଗ ନାଶ

  13. Couplet 13

    ତା'ର ସନ୍ତତି କେତୁମାନଭୀମରଥ ତା'ର ନନ୍ଦନ

  14. Couplet 14

    ତାହାର ବୀର୍ଯ୍ୟେ ଦିବୋଦାସଦ୍ୟୁମାନ ତାହାର ଯେ ଶିଷ

  15. Couplet 15

    ତା' ନାମ ପ୍ରତŸର୍ଦ୍ଦନ ଖ୍ୟାତକେ ଅବା ବୋଲେ ଶତ୍ରୁଜିତ

  16. Couplet 16

    ଋତଧ୍ୱଜ କୁବଳୟାଶ୍ୱବୋଲନ୍ତି ପୁଣି ତା'କୁ ବତ୍ସ›

  17. Couplet 17

    ଅଳର୍କ ଆଦି ତହୁଁ ଜନ୍ମଶୁଣ ହୋ ତା'ର ଗୃହକର୍ମ

  18. Couplet 18

    ଷାଠିଏ ସହସ୍ର ବରଷଅଧିକେ ଷଷ୍ଟିଶତ ଶେଷ

  19. Couplet 19

    ଅବନୀ ତଳେ ହୋଇ ରାଜାଧର୍ମେ ପାଳିଲେ ଜନପ୍ରଜା

  20. Couplet 20

    ସନ୍ତତି ଅଳର୍କର ପୁତ୍ରସୁନୀଥ ତା' ତହୁଁ ସମ୍ଭୂତ

  21. Couplet 21

    ପୁତ୍ର ତାହାର ସୁକେତନଧର୍ମକେତୁ ତା'ର ନନ୍ଦନ

  22. Couplet 22

    ସତ୍ୟକେତୁ ତାହାର ସୁତଧୃଷ୍ଟକେତୁ ତା'ର ଅପତ୍ୟ

  23. Couplet 23

    ସୁକୁମାର ତା'ର ତନୁଜଅନେକ ଦିନ କଲା ରାଜ୍ୟ

  24. Couplet 24

    ତହୁଁ ଜନ୍ମିଲା ବୀତିହୋତ୍ରଭର୍ଗ ଯେ ତା'ର ତହୁଁ ଜାତ

  25. Couplet 25

    ତାହାର ପୁତ୍ର ଭାର୍ଗଭୂମିଏବେହୋ ଶୁଣ ନୃପମଣି

  26. Couplet 26

    ଏମାନେ କାଶୀବଂଶେ ରାଜାଧର୍ମେ ପାଳିଲେ ଜନପ୍ରଜା

  27. Couplet 27

    ତାହାଙ୍କ ନାମେ କମ୍ପେ ଭୂମିଯମ ନ ପାରେ ଯହିଁ ଭ୍ରମି

  28. Couplet 28

    ରମ୍ଭର ପୁତ୍ର ଯେ ରଭସଗମ୍ଭୀର ହୁଏ ତା'ର ବଂଶ

  29. Couplet 29

    ଅକ୍ରିୟ ଗମ୍ଭୀରର ସୁତତା'କ୍ଷେତ୍ରେ ବିପ୍ର ହେଲେ ଜାତ

  30. Couplet 30

    ଅନେନା ଆୟୁର କୁମରଶୁଣ କହିବା ବଂଶ ତା'ର

  31. Couplet 31

    ଶୁଦ୍ଧ ଯେ ଅନେନାର ସୁତତା' ତହୁଁ ଶୁଚି ହେଲା ଜାତ

  32. Couplet 32

    କହିବା ତାହାର ସନ୍ତତିତ୍ରିକକୁଦ ଧର୍ମ ସାରଥି

  33. Couplet 33

    ତା'ଠାରୁ ଶାନ୍ତରୟ ଜାତସେ କୃତକୃତ୍ୟ ଆତ୍ମବନ୍ତ

  34. Couplet 34

    ଏ ଗୋତ୍ରେ ବ୍ରହ୍ମଜ୍ଞାନୀ ସୁତେଜନ୍ମ ଲଭିଲେ ଏ ଜଗତେ

  35. Couplet 35

    ଏବେ ରଜୀର ପୁତ୍ର ଯେତେଭାବେ କହିବା ତୋ' ଅଗ୍ରତେ

  36. Couplet 36

    ତା'ର କୁମର ପଞ୍ଚଶତତେଜ ପ୍ରତାପ ଅପ୍ରମିତ

  37. Couplet 37

    ଅସୁରେ ଆସି ଅନ୍ତରାଳେଇନ୍ଦ୍ରକୁ ଉଭାରିଲେ ବଳେ

  38. Couplet 38

    ଇନ୍ଦ୍ର ଦେବଙ୍କ ତୁଲେ ଆସିରଜୀକୁ କହିଲେ ବିଶ୍ୱାସି

  39. Couplet 39

    ଭୋ ରାଜା ତୋ'ର ପୁତ୍ରଗଣେଜିଣିବେ ଅସୁରଙ୍କୁ ରଣେ

  40. Couplet 40

    ମୋତେ କହିଲେ ବୃହସ୍ପତିଅନ୍ୟଥା ନାହିଁ ଜୟେ ଗତି

  41. Couplet 41

    ଏମନ୍ତ କହି ଦେବଯୂଥଘେନାଇ ପଞ୍ଚଶତ ସୁତ

  42. Couplet 42

    ସ୍ୱର୍ଗ ଆବୋରି ଯୁଦ୍ଧ କରିଅନେକ ଅସୁର ସଂହାରି

  43. Couplet 43

    ଇନ୍ଦ୍ରଙ୍କୁ ସ୍ୱର୍ଗରାଜ୍ୟ ଦେଲେତା' ଦେଖି ଇନ୍ଦ୍ର ତୁଷ୍ଟ ହେଲେ

  44. Couplet 44

    ପୁଣି ସେ ରାଜ୍ୟ ରଜୀ ହସ୍ତେନ୍ୟାସ କରିଲେ ସେ ବିଶ୍ୱସ୍ତେ

  45. Couplet 45

    ଇନ୍ଦ୍ରର ତୁଲେ ତା'ର ସୁତେସ୍ୱର୍ଗେ ରହିଲେ ଦିନା କେତେ

  46. Couplet 46

    ଏମନ୍ତେ କେତେଦିନ ଅନ୍ତେରଜୀ ଯେ ଗଲେ ସ୍ୱର୍ଗପଥେ

  47. Couplet 47

    ପିତାର ମରଣ ଅନ୍ତରଇନ୍ଦ୍ର ମାଗିଲେ ସ୍ୱର୍ଗପୁର

  48. Couplet 48

    ତଦନ୍ତେ ତାହାର ତନୁଜଇନ୍ଦ୍ରଙ୍କୁ ନ ଦେଲେ ସେ ରାଜ୍ୟ

  49. Couplet 49

    ସ୍ୱର୍ଗ ସେ କଲେ ଅଧିକାରଇନ୍ଦ୍ରଙ୍କୁ କରି ଅନାଦର

  50. Couplet 50

    ରଜୀର ପୁତ୍ରେ ତା ନ ଦେଲେଯାଗାର ଭାଗମାନ ନେଲେ

  51. Couplet 51

    ରଜୀ ତନୟଙ୍କର ମତିନାଶ କରିଲେ ବୃହସ୍ପତି

  52. Couplet 52

    ସ୍ଥାପିଲେ ଇନ୍ଦ୍ର ଅଧିକାରେସୁଧର୍ମା ସଭାରେ ବେଭାରେ

  53. Couplet 53

    ଇନ୍ଦ୍ର ପାଇଲେ ସ୍ୱର୍ଗେ ସ୍ଥାନଏବେ ତୁ ଶୁଣ ନୃପରାଣ

  54. Couplet 54

    କୁଶ ଯେ କ୍ଷତ୍ରବୃଦ୍ଧ ନାତିତାହାର ସୁତ ନାମ ପ୍ରତି

  55. Couplet 55

    ତାହାର ସନ୍ତାନ ସଞ୍ଜୟତା'ର ତନୟ ହୋଏ ଜୟ

  56. Couplet 56

    ହର୍ଯ୍ୟବଳ ତାହାର ସୁତତହୁଁ ସହଦେବ ସମ୍ଭୂତ

  57. Couplet 57

    ସହଦେବର ପୁତ୍ର ହୀନତାହାର ସୁତ ଜୟସେନ

  58. Couplet 58

    ସଂକୃତି ତାହାର ତନୟତାହାର ପୁତ୍ର ଅଟେ ଜୟ

  59. Couplet 59

    ସେ କ୍ଷାତ୍ରଧର୍ମେ ନିତ୍ୟେ ରତମହାରଥୀ ନାମରେ ଖ୍ୟାତ

  60. Couplet 60

    ଏ ସର୍ବ କ୍ଷତ୍ରବୃଦ୍ଧ ବଂଶକହିଲୁ ଶୁଣିଲ ନରେଶ

  61. Couplet 61

    ଏବେ ନହୁଷ ବଂଶମାନକହିବୁ ଭବିଷ୍ୟ ପୁରାଣ

  62. Couplet 62

    ବଂଶାନୁଚରିତ ଏ ବାଣୀଶୁଣି ସଂସାରୁ ତରପ୍ରାଣୀ

  63. Couplet 63

    ବୋଲଇ ବିପ୍ର ଜଗନ୍ନାଥନବମସ୍କନ୍ଧେ ଭାଗବତ

Odia Bhagabata skandha 9 adhyaya 17 | Parbani by ParibhaAsha App