Skandha 9
Adhyaya 16
Couplet 1
ଏବେ ହୋ ଶୁଣ ନରନାଥପରଶୁରାମର ଚରିତ
Couplet 2
ପିତା ବଚନେ ବନେ ଗଲେଅନେକ ତୀର୍ଥେ ସ୍ନାନ କଲେ
Couplet 3
ପୁଣି ସେ ବରଷକ ଅନ୍ତେଗୃହେ ମିଳିଲେ ଶୁଦ୍ଧଚିତ୍ତେ
Couplet 4
ପିତା ଚରଣେ ନମସ୍କାରକରି ରହିଲେ ନିଜପୁର
Couplet 5
ଏବେ ହୋ ଶୁଣ ନୃପମଣିରେଣୁକା ଗଲେ ଜଳ ଆଣି
Couplet 6
ଗଙ୍ଗାର ନିକଟେ ମିଳିଲେସେ ଜଳେ ଗନ୍ଧର୍ବ ଦେଖିଲେ
Couplet 7
ଇନ୍ଦ୍ରକୁମର ଚିତ୍ରରଥସଙ୍ଗତେ ଘେନି ନାରୀଯୂଥ
Couplet 8
ଅପ୍ସରାଗଣ ଘେନି ଜଳେକ୍ରୀଡ଼ା ସେ କରେ କୁତୂହଳେ
Couplet 9
ଦଣ୍ତେ ରହିଲେ ତାହା ଦେଖିଜଳ ଆନୟନ ଉପେକ୍ଷି
Couplet 10
ହୋମର ବେଳ ନ ସୁମରିଗନ୍ଧର୍ବ କ୍ରୀଡ଼ା ଅନୁସରି
Couplet 11
ପୁଣି କ୍ଷଣକେ ଜ୍ଞାନ ପାଇତକ୍ଷଣେ ଜଳକୁମ୍ଭ ନେଇ
Couplet 12
ସ୍ୱାମୀଙ୍କି ଶଙ୍କା ମନେ କଲେତକ୍ଷଣେ ମନ୍ଦିରେ ମିଳିଲେ
Couplet 13
ଜଳ-କଳସ ଯଜ୍ଞ ଘରେଥୋଇଲେ ସ୍ୱାମୀଙ୍କ ଗୋଚରେ
Couplet 14
ଅଞ୍ଜଳି କରି ବେନିକରେରେଣୁକା ରହେ ଯଜ୍ଞଘରେ
Couplet 15
ରେଣୁକା ମୁଖ ଚାହିଁ ମୁନିପ୍ରଚଣ୍ତ-କୋପେ ଜମଦଗ୍ନି
Couplet 16
ଜାଣିଲେ ଗନ୍ଧର୍ବର ମେଳେମନ କଳ୍ପିଲା ଗଙ୍ଗାଜଳେ
Couplet 17
ପୁତ୍ରଙ୍କୁ କୋପମୁଖେ ଚାହିଁବୋଇଲେ ଶିର ଛେଦ ନେଇ
Couplet 18
ଗନ୍ଧର୍ବ ଦେଖି ଏହା ମନକଳ୍ପିଲା ତାହାର ସଙ୍ଗମ
Couplet 19
ସ୍ୱଭାବେ ଦୁଷ୍ଟାନାରୀ ଏହିଏହାର ବଦନ ନ ଚାହିଁ
Couplet 20
ସେ ପୁତ୍ରେ ମାତୃସ୍ନେହ କଲେମାତାର ଶିର ନ ଛେଦିଲେ
Couplet 21
ଅଧିକ କୋପଭର ହୋଇବୋଲେ ପରଶୁରାମେ ଚାହିଁ
Couplet 22
ମାତା ସହିତେ ତିନିଭାଇକୁଠାରେ ଶିର ଛେଦ ନେଇ
Couplet 23
ସେ ରାମ ପିତା ଗୁଣ ଜାଣେତପ ସମାଧି ପରମାଣେ
Couplet 24
ତକ୍ଷଣେ ପ୍ରହାରି କୁଠାରଛେଦିଲେ ମାତା ଭ୍ରାତା ଶିର
Couplet 25
ଦେଖିଣ ମୁନି ତୋଷ ହୋଇପରଶୁରାମ ମୁଖ ଚାହିଁ
Couplet 26
ବୋଇଲେ ବର ଦେବି ତୋତେଯେ ବାଞ୍ଛା କଳ୍ପ ତୋ'ର ଚିତ୍ତେ
Couplet 27
ତକ୍ଷଣେ ପିତାପାଦେ ପଡ଼ିରାମ ବୋଲନ୍ତି କରଯୋଡ଼ି
Couplet 28
ଭୋ ତାତ ବର ଦେବ ଯେବେଏ ସର୍ବେ ଜୀବନ ପାଇବେ
Couplet 29
ଶିର ଲାଗିବ ଯେଝା କନ୍ଧମନେ ନ ଥିବ ତା'ଙ୍କ ବଧ
Couplet 30
ଅସ୍ତୁ ବୋଇଲେ ତପୋଧନସେ ସର୍ବେ ପାଇଲେ ଜୀବନ
Couplet 31
ନିଦ୍ରିତଜନ ନିଦ୍ରା ଅନ୍ତେଶରୀର ସମ୍ଭାଳେ ଯେମନ୍ତେ
Couplet 32
ପିତାର ତପୋବଳ ଜାଣିମାତା ଭ୍ରାତାଙ୍କ ଶିର ହାଣି
Couplet 33
ଏମନ୍ତେ କରି ଘୋର କର୍ମରାମ ରଖିଲେ ନିଜ ଧର୍ମ
Couplet 34
ରାମର ଅଙ୍ଗସଙ୍ଗ ତୁଲେମରଣୁଁ ସମସ୍ତେ ବଞ୍ଚିଲେ
Couplet 35
ଭାଇଙ୍କି ଘେନି ଏକଦିନେରାମ ଯେ ଗଲେ ତପୋବନେ
Couplet 36
ତପ ଆରାଧି ବିଷ୍ଣୁଧ୍ୟାନେନିଶ୍ଚଳେ ବସିଲେ ଆସନେ
Couplet 37
ତାହାଙ୍କ ଧ୍ୟାନ ଦେଖି ବନେପଶୁପତଙ୍ଗ କୀଟମାନେ
Couplet 38
ଭୟେ ଶବଦ ନ କରନ୍ତିଏବେ ହୋ ଶୁଣ ନରପତି
Couplet 39
ସହସ୍ରାର୍ଜୁନର କୁମରେପିତାର ମରଣର କାଳେ
Couplet 40
ଭାଜି ଯେ ଥିଲେ ଯେଝାମତେସେ ପୁଣି ମିଳିଲେ ଏକାନ୍ତେ
Couplet 41
ମନେ ସୁମରି ଜମଦଗ୍ନିସଙ୍ଗେ ଅନେକ ବଳ ଘେନି
Couplet 42
ଛିଦ୍ର ଉଣ୍ତିବା ସେ ବେଭାରେରାତ୍ରେ ମିଳିଲେ ଅନ୍ଧକାରେ
Couplet 43
ହୃଦେ ସୁମରି ଘୋରତମରୁନ୍ଧିଲେ ମୁନିଙ୍କ ଆଶ୍ରମ
Couplet 44
ମୁନି ଯେ ଥିଲେ ଯଜ୍ଞଶାଳେବିଷ୍ଣୁଚରଣ ପୂଜା କାଳେ
Couplet 45
ବଇରୀ ସାଧିବାର ରୋଷେବନ୍ଧନ କଲେ ଦୃଢ଼ପାଶେ
Couplet 46
ରେଣୁକା ରଖ ରଖ ବୋଲେପଡ଼ି ତାହାଙ୍କ ପାଦତଳେ
Couplet 47
ରେଣୁକା ବଚନ ନ ଶୁଣିତୀକ୍ଷ୍ଣ ଖଡ଼ଗେ ମୁଣ୍ତହାଣି
Couplet 48
ତକ୍ଷଣେ ଗଲେ ନିଜ ପୁରୀଧନ ସମ୍ପଦ ଜୂର କରି
Couplet 49
ରେଣୁକା ଦୁଃଖ ଶୋକଭରେରୋଦନ କଲେ ଉଚ୍ଚସ୍ୱରେ
Couplet 50
ଶିର-ହୃଦୟେ କରତାଡ଼ିକାନ୍ଦଇ ଭୂମିଗତେ ପଡ଼ି
Couplet 51
ଉଚ୍ଚେ ଡାକଇ ରାମ ରାମଭୋ ପୁତ୍ର ଆସ ତୁ ଆଶ୍ରମ
Couplet 52
ସଙ୍ଗତେ ଘେନି ତିନିଭାଇଭୋ ପୁତ୍ର ବେଗେ ଆସ ଧାଇଁ
Couplet 53
ମାତା ରୋଦନ ବାୟୁବଳେଶୁଭିଲା ରାମ କର୍ଣ୍ଣମୂଳେ
Couplet 54
ହେ ରାମ ରାମ ବାଣୀ ଶୁଣିସମାଧି ତେଜି ବୀର ମଣି
Couplet 55
ଭ୍ରାତାଙ୍କ ଘେନି ବେଗେ ଧାଇଁମିଳିଲେ ନିଜାଶ୍ରମେ ଯାଇ
Couplet 56
ଯଜ୍ଞଭୁବନେ ଚାରିଭ୍ରାତଦେଖିଲେ ଜମଦଗ୍ନି ହତ
Couplet 57
ପିତାଙ୍କ ଶିରଚ୍ଛେଦ ଦେଖିଭାଇଙ୍କ ତୁଲେ ରାମ ଦୁଃଖୀ
Couplet 58
ବିମୋହ-ଶୋକ-ଗୁରୁତରେରୋଦନ କଲେ ଉଚ୍ଚସ୍ୱରେ
Couplet 59
ଭୋ ତାତ ସାଧୁ ତୁ ଧାର୍ମିକସୁଜ୍ଞାନୀ ପଣ୍ତିତ ବିବେକ
Couplet 60
ଆମ୍ଭଙ୍କୁ ଅରକ୍ଷିତ କରିନିଶ୍ଚିନ୍ତେ ଗଲ ସ୍ୱର୍ଗ ପୁରୀ
Couplet 61
ପିତାର ଶିର ନ ଦେଖିଲେଭାଇଙ୍କି ଚାହିଁ ଆଜ୍ଞା ଦେଲେ
Couplet 62
ତୁମ୍ଭେ ହୋ ପ୍ରେତକାର୍ଯ୍ୟ କରଏମନ୍ତ କହି ବୀରବର
Couplet 63
ପରଶୁ ଧରି ଦକ୍ଷକରେଦୁଃସହ-କୋପ ଗୁରୁତରେ
Couplet 64
ସଙ୍କଳ୍ପ କଲେ ଜଳ ଘେନିନିକ୍ଷତ୍ର କରିବି ମେଦିନୀ
Couplet 65
କ୍ଷତ୍ରିୟ ଅନ୍ତ କରିବାରେପଥେ ଧାଇଁଲେ କୋପଭରେ
Couplet 66
ମିଳିଲେ ମାହିଷ୍ମତୀ ପୁରେଦେଖନ୍ତି ଶୂନ୍ୟପଥେ ସୁରେ
Couplet 67
ଅର୍ଜୁନ ସ୍ୱବଂଶ ଛେଦିଲେସଂଗ୍ରାମେ ମୁଣ୍ତ ରୁଣ୍ତ କଲେ
Couplet 68
ପର୍ବତ ପ୍ରାୟେ ମୁଣ୍ତରାଶିଗ୍ରାମେ ସ୍ଥାପିଲେ ଭୃଗୁବଂଶୀ
Couplet 69
କ୍ଷତ୍ରିୟ-ମରଣ-ରୁଧିରେନଦୀ ବଢ଼ିଲା ଭୟଙ୍କରେ
Couplet 70
ପିତୃ ତର୍ପଣ କରି ବିଧିନଦୀରେ ସେହୁ ବନ୍ଧ ବାନ୍ଧି
Couplet 71
ସ୍ଥାପି ନିକ୍ଷତ୍ର କରି ରୋଷେପୁଣି ଧାଇଁଲେ ଅନ୍ୟଦେଶେ
Couplet 72
ତ୍ରିସପ୍ତବାର ମହୀଭ୍ରମିକୋପେ ନୋହିଲେ ପଥଶ୍ରମୀ
Couplet 73
କ୍ଷତ୍ରିୟଗଣ ଧରି ଆଣିକୁଠାର ଧାରେ ଶିର ହାଣି
Couplet 74
ରୁଧିରେ ନବକୁଣ୍ତ କଲେପିତାଙ୍କୁ ତର୍ପଣେ ତୋଷିଲେ
Couplet 75
ସେ କୁରୁକ୍ଷେତ୍ରେ ଯଜ୍ଞ କରିବିପ୍ରଙ୍କୁ ଚାରିବେଦୁଁ ବରି
Couplet 76
ଦକ୍ଷିଣା ଦେଲେ ବିପ୍ରହସ୍ତେଶୁଣ ରାଜନ କହୁଁ ତୋତେ
Couplet 77
ଶ୍ରୀକରେ ଘେନି ଜଳ କୁଶହୋତାଙ୍କୁ ଦେଲେ ପୂର୍ବଦେଶ
Couplet 78
ଦକ୍ଷିଣ ବ୍ରହ୍ମା ହସ୍ତେ ଦେଲେପଶ୍ଚିମ ଅଧ୍ୱର୍ଯ୍ୟୁ ବରିଲେ
Couplet 79
ଉତ୍ତର ଉଦ୍ଗାତା ହସ୍ତେପ୍ରଦାନ କଲେ ସେ ପ୍ରଶସ୍ତେ
Couplet 80
ବେଦ ଉଚ୍ଚାରି ଚାରିକୋଣେଦକ୍ଷିଣା ଦେଲେ ସେ ବ୍ରାହ୍ମଣେ
Couplet 81
ମଧ୍ୟକୁ କୁରୁକ୍ଷେତ୍ର ତୁଲେକଶ୍ୟପ ହସ୍ତେ ରାମ ଦେଲେ
Couplet 82
ଏ ଆର୍ଯ୍ୟାବର୍ତ୍ତ ପୁଣ୍ୟଭୂମିଉପଦେଷ୍ଟାଙ୍କୁ ଦେଲେ ସ୍ୱାମୀ
Couplet 83
ସଭାପତିଙ୍କି କରି ତୋଷଆଦରେ ଦେଲେ ଅବଶେଷ
Couplet 84
ତା'ପରେ ସରସ୍ୱତୀ କୂଳେଯଜ୍ଞବଭୃଥ ସ୍ନାନ କଲେ
Couplet 85
ସେ ବ୍ରହ୍ମନଦୀ ଜଳେ ପଶିରବିର ତେଜ ପ୍ରାୟେ ଦିଶି
Couplet 86
ସେ ଯଜ୍ଞପୂର୍ଣ୍ଣେ ଜମଦଗ୍ନିଜ୍ଞାନ-ଲକ୍ଷଣ-ଦେହ ଘେନି
Couplet 87
ସପ୍ତଋଷିଙ୍କ ମଧ୍ୟେ ଧାମସ୍ଥାପିଲେ ତାଙ୍କୁ ପର୍ଶୁରାମ
Couplet 88
ସେ ରାମ କମଳଲୋଚନସ୍ୱଭାବେ ଭୃଗୁର ନନ୍ଦନ
Couplet 89
ଭବିଷ୍ୟ ମନ୍ୱନ୍ତର କାଳେବ୍ରହ୍ମ-ବିସ୍ତାରେ ଯୋଗବଳେ
Couplet 90
ସିଦ୍ଧ ଗନ୍ଧର୍ବେ ସ୍ତୁତି କଲେମହେନ୍ଦ୍ର ପର୍ବତେ ରହିଲେ
Couplet 91
ଏମନ୍ତେ ଭୃଗୁବଂଶେ ହରିନରଶରୀରେ ଅବତରି
Couplet 92
ଦୁଷ୍ଟ କ୍ଷତ୍ରିୟ ନାଶ କରିହେଳେ ଧରଣୀ ଭାରା ହରି
Couplet 93
ଗାଧିର ପୁତ୍ର ହୋଇ ଜନ୍ମସଂସାରେ କଲେ ଯେତେ କର୍ମ
Couplet 94
କ୍ଷତ୍ରିୟ କର୍ମ ଏ ଶୟଳେତେଜିଲେ ତପସ୍ୟାର ବଳେ
Couplet 95
ବ୍ରହ୍ମବର୍ଚ୍ଚସେ ଶ୍ରଦ୍ଧା କଲେବିଶ୍ୱାମିତ୍ର ସେ ବୋଲାଇଲେ
Couplet 96
ବିଶ୍ୱାମିତ୍ରର ଶତେପୁତ୍ରସେହୁ ଜନ୍ମିଲେ ସପ୍ତଗୋତ୍ର
Couplet 97
ସେ ଗୋତ୍ରେ ମଧୁଛନ୍ଦ ଆଦିସର୍ବେ ଜନ୍ମିଲେ ବେଦବାଦୀ
Couplet 98
ଶୁନଃଶେଫକୁ ପୁତ୍ର କରିଭାର୍ଗବବଂଶେ ତା'କୁ ବରି
Couplet 99
ନିଜ ସୁତଙ୍କୁ ରାଇ ଧୀରେକହିଲେ ନିଗମ ବେଭାରେ
Couplet 100
ଏହାକୁ ଜ୍ୟେଷ୍ଠ ବୋଲି ମଣଏ ତୁମ୍ଭ ଗୋତ୍ରର ବର୍ଦ୍ଧନ
Couplet 101
ଏ ହରିଶ୍ଚନ୍ଦ୍ର ଯଜ୍ଞ କାଳେପିତା ବିକ୍ରୟ କଲା ବଳେ
Couplet 102
ରୋହିତ ପଶୁ ଅର୍ଥେ ନେଲାଏହାର ମାଂସେ ଯଜ୍ଞ କଲା
Couplet 103
ଏହାକୁ ଦେବେ ତୋଷ ହୋଇତକ୍ଷଣେ ମରଣୁଁ ଜିଆଇ
Couplet 104
ଥୋଇଲେ ମୋ' ପୁତ୍ରଙ୍କ ମେଳେଦେବରାତ ତା' ନାମ ଦେଲେ
Couplet 105
ବିଶ୍ୱାମିତ୍ରଙ୍କ ଶତସୁତେଜ୍ୟେଷ୍ଠ ଯେ ଥିଲେ ପଞ୍ଚାଶତେ
Couplet 106
ବୋଇଲେ ଏ ନୋହେ ଉଚିତଏ ଜ୍ୟେଷ୍ଠ ହୋଇବ କେମନ୍ତ
Couplet 107
ପିତା ତାହାଙ୍କୁ ଦେଲେ ଶାପମ୍ଳେଚ୍ଛ ହୁଅରେ ତୁମ୍ଭେ ପାପ
Couplet 108
ଆର ପଞ୍ଚାଶପୁତ୍ର ସାନତାହାକୁ କଲେ ଜ୍ୟେଷ୍ଠେମାନ୍ୟ
Couplet 109
ସନ୍ତୋଷେ ବୋଲେ ବିଶ୍ୱାମିତ୍ରସକଳେ ହୁଅ ପୁତ୍ରବନ୍ତ
Couplet 110
ଏ ଶୁନଃଶେଫ ଅଟେ ବୀରଏହାକୁ ସର୍ବେ ଅନୁସର
Couplet 111
ଶୁଣ ହୋ ରାଜା ପରୀକ୍ଷିତଆବର ବିଶ୍ୱାମିତ୍ର ପୁତ୍ର
Couplet 112
ଅଷ୍ଟକ ଜୟ ହେ ହାରୀତକ୍ରତୁମତାଦି ଥିଲେ ସୁତ
Couplet 113
ଏ ରୂପେ କଉଶିକ ଗୋତ୍ରଦୁଇଭାଗରେ ହେଲା ଖ୍ୟାତ
Couplet 114
କୌଶିକ ଗୋତ୍ରର ପ୍ରବରଏଣୁ ଯେ ସପତ ପ୍ରକାର
Couplet 115
ସେ ପୁଣି ମନ୍ୱନ୍ତର କାଳେଗୋତ୍ର ସ୍ଥାପିଲେ ରବିତଳେ
Couplet 116
ସୁଜନେ ଶୁଣ ତୋଷ ଚିତ୍ତେଭାଷା ପ୍ରବନ୍ଧେ ଭାଗବତେ
Couplet 117
ଭୃଗୁର ବଂଶେ ହୋଇ ଜନ୍ମସେ ହରି କଲେ ଯେତେ କର୍ମ
Couplet 118
ଶୁଣନ୍ତେ ସର୍ବ ପାପ ହରେଅଶେଷ କର୍ମବନ୍ଧୁଁ ତରେ
Couplet 119
ବୋଲଇ ଦାସ ଜଗନ୍ନାଥନବମେ ବଂଶାନୁଚରିତ