Skandha 9
Adhyaya 15
Couplet 1
ଏବେ ହୋ ଶୁଣ ନରନାଥସୋମର ବଂଶାନୁଚରିତ
Couplet 2
ଉର୍ବଶୀ ଗର୍ଭେ ବିଷ୍ଣୁ ତେଜେଜନ୍ମିଲେ ପୁରୁରବା ବୀର୍ଯ୍ୟେ
Couplet 3
ସୁନ୍ଦର ପଣେ ନାହିଁ ସମଶୁଣ ସେ ଷଡ଼ପୁତ୍ର ନାମ
Couplet 4
ଆୟୁ ଶ୍ରୁତାୟୁ ପୁଣି ରୟସତ୍ୟାୟୁ ବିଜୟ ଯେ ଜୟ
Couplet 5
ଶ୍ରୁତାୟୁ ସୁତ ବସୁମାନଏକନାମ ରୟ ନନ୍ଦନ
Couplet 6
ଶ୍ରୁତଞ୍ଜୟ ସତ୍ୟାୟୁ ସୁତଜୟର ତନୟ ଅମିତ
Couplet 7
ବିଜୟ ତନୟ ଯେ ଭୀମଭୀମର ପୁତ୍ର ଯେ କାଞ୍ଚନ
Couplet 8
ତା' ସୁତ ହେତ୍ରୁ ଜହ୍ନୁ ହୋଏଗଣ୍ତୂଷେ ଗଙ୍ଗା ଜଳ ପିଏ
Couplet 9
ଜହ୍ନୁର ସୁତ ପୁରୁ ନାମବଳାକ ତାହାଙ୍କ ନନ୍ଦନ
Couplet 10
ଅଜକ ବଳାକର ସୁତକୁଶ ତା'ଠାରୁ ହେଲା ଜାତ
Couplet 11
ବଳାକସୁତ କୁଶ ହୋଇସେ ଚାରି ପୁତ୍ରକୁ ଜନ୍ମାଇ
Couplet 12
କୁଶାମ୍ବୁ ପୁତ୍ର ଯେ ପ୍ରଥମତନୟ ଦ୍ୱିତୀୟ ସନ୍ତାନ
Couplet 13
ତୃତୀୟ ବସୁ ନାମେ ଖ୍ୟାତକୁଶନାଭ ଅଟେ ଚତୁର୍ଥ
Couplet 14
କୁଶ୍ୱାମ୍ବୁ ସୁତ ଗାଧି ନାମଅତି ସୁନ୍ଦର ଗୁଣଧାମ
Couplet 15
ତାହାର କନ୍ୟା ସତ୍ୟବତୀତା' କଥା ଶୁଣ ହୋ ନୃପତି
Couplet 16
ଋଚୀକ ନାମେ ବ୍ରହ୍ମଋଷିକନ୍ୟା ମାଗିଲେ ତା'କୁ ଆସି
Couplet 17
ଦେଖିଣ ବୃଦ୍ଧ ତା' ଶରୀରସେ ଗାଧି ନ ବରିଲା ବର
Couplet 18
ବୋଲେ ଋଚୀକ ମୁଖ ଚାହିଁକନ୍ୟା ଲଭିବୁ ଯେବେ ତୁହି
Couplet 19
ହୋଇବୁ ମୋ'ର କନ୍ୟାବରତୁ ଏବେ ମୋ'ର ବୋଲ କର
Couplet 20
ସହସ୍ରଅଶ୍ୱ ମୋତେ ଦିଅଚନ୍ଦ୍ରର ପ୍ରାୟ ଯା'ର ଦେହ
Couplet 21
କର୍ଣ୍ଣ ହୋଇବ ଶ୍ୟାମବର୍ଣ୍ଣତେବେ ମୁଁ ଦେବି କନ୍ୟାଦାନ
Couplet 22
ଏମନ୍ତେ ରାଜାର ବଚନେଋଚୀକ ବରୁଣ ଭୁବନେ
Couplet 23
ମିଳି ବରୁଣକୁ ମାଗିଲେବରୁଣ ସସ୍ରେଅଶ୍ୱ ଦେଲେ
Couplet 24
ସେ ଅଶ୍ୱ ଆଣି ମୁନି ଦେଲାସତ୍ୟବତୀକି ବିଭା ହେଲା
Couplet 25
ଋଚୀକ ପତ୍ନୀ ପୁତ୍ର ଅର୍ଥେବିଚାରି ମାତାର ସହିତେ
Couplet 26
ପୁତ୍ର କାମନା କରି ବେନିକାମନା କଲେ ଚରୁ ଘେନି
Couplet 27
ଯଜ୍ଞ ଆରମ୍ଭେ ପୁତ୍ର ଅର୍ଥେଚରୁ ସଞ୍ଚିଲା ବେଦମନ୍ତ୍ରେ
Couplet 28
ମାତା ଦୁହିତା ଅର୍ଥେ ବେନିଚରୁ ସାଧିଲା ମହାମୁନି
Couplet 29
ସେ ଚରୁ ଦେଇ ପତ୍ନୀ ହସ୍ତେୠଚୀକ ଗଲେ ସ୍ନାନ ଅର୍ଥେ
Couplet 30
ଯେ ଚରୁ କଲା ମହାତମାଶୁଣ ସେ ଚରୁର ମହିମା
Couplet 31
ଏକ କ୍ଷତ୍ରିୟ ବିପ୍ର ଏକସେ ଚରୁ ବିପରୀତ ଦେଖ
Couplet 32
ସତ୍ୟବତୀର ମୁଖ ଚାହିଁମାତା ବୋଲଇ ଭ୍ରାନ୍ତି ବହି
Couplet 33
ତୋ' ଚରୁ ମୋର ହସ୍ତେ ଦିଅମୋଠାରେ ଯେବେ ଅଛି ସ୍ନେହ
Couplet 34
ଏମନ୍ତ ମାତା ମୁଖୁଁ ଶୁଣିତକ୍ଷଣେ ରାଜାର ଦୁଲଣୀ
Couplet 35
ଆପଣା ଚରୁ ମାତା ହସ୍ତେଦେଲା ସେ ପ୍ରିୟଭାବ ମତେ
Couplet 36
ଚରୁ ଭୁଞ୍ଜିଲେ ବେନି ନାରୀଏବେ ହୋ ଶୁଣ ଦଣ୍ତଧାରୀ
Couplet 37
ଋଚୀକ ସ୍ନାନ ସାରି ଜଳେଗୃହେ ମିଳିଲେ ରାତ୍ରକାଳେ
Couplet 38
ମିଳିଲେ ସତ୍ୟବତୀ ସଙ୍ଗେପ୍ରଚଣ୍ତ ତେଜ ତା'ର ଅଙ୍ଗେ
Couplet 39
ନିକଟେ ବସି ନ ପାରଇବୋଲଇ ପତ୍ନୀମୁଖ ଚାହିଁ
Couplet 40
ତୁ ଘୋରକର୍ମ କିପାଁ କଲୁତୋ' ଚରୁମାତା ହସ୍ତେ ଦେଲୁ
Couplet 41
ପ୍ରଚଣ୍ତ ହୋଇବ ତୋ' ସୁତତା' ତେଜେ କମ୍ପିବ ଜଗତ
Couplet 42
ଭ୍ରାତା ହୋଇବ ବ୍ରହ୍ମମୁନିସନ୍ତୋଷ-ଶମ-ଦମ ଘେନି
Couplet 43
ତା' ଶୁଣି ସତ୍ୟବତୀ ଭାଳେପଡ଼ିଲା ସ୍ୱାମୀ ପାଦତଳେ
Couplet 44
କହେ କପୋଳେ ଦେଇ ହସ୍ତପ୍ରଚଣ୍ତ ନୋହୁ ମୋର ସୁତ
Couplet 45
ରଚୀକ ପତ୍ନୀର ବଚନେଭବିଷ୍ୟ ସୁମରିଲେ ମନେ
Couplet 46
ବୋଇଲେ ସୁତ ତୋ' ସୁତରହେଉ କ୍ଷତ୍ରିୟ ମହାବୀର
Couplet 47
ଏମନ୍ତେ ଋଚୀକ ବଚନେପୁତ୍ର ଜନ୍ମିଲା ବିପ୍ରବର୍ଣ୍ଣେ
Couplet 48
ଅତି ସୁନ୍ଦର ସୁକୁମାରରୂପେ ମୋହିଲା ତିନିପୁର
Couplet 49
ତାହାର ଜମଦଗ୍ନି ନାମତେଜେ ବିରାଜେ ଅଗ୍ନିସମ
Couplet 50
ପୁତ୍ର ପ୍ରସବି ସତ୍ୟବତୀଭଜିଲା ନଦୀଙ୍କର ଗତି
Couplet 51
ସେ ନଦୀରୂପେ ବହିଗଲାକୌଶିକୀ ନାମ ପୁଣ୍ୟଜଳା
Couplet 52
ରେଣୁକା ରେଣୁର ଦୁହିତାପୁଣ୍ୟ ପବିତ୍ର ଶୁଦ୍ଧଚିତ୍ତା
Couplet 53
ଅତି ସୁନ୍ଦରୀ ସୁକୁମାରୀସେ କନ୍ୟା ଜମଦଗ୍ନି ବରି
Couplet 54
ତା' ଗର୍ଭେ ଜମଦଗ୍ନି ବୀର୍ଯ୍ୟେପୁତ୍ରେ ଜନ୍ମିଲେ ବିଷ୍ଣୁତେଜେ
Couplet 55
ବସୁମଦାଦି ପୁତ୍ର ତୁଲେପରଶୁରାମ ଉପୁଜିଲେ
Couplet 56
ସେ ବାସୁଦେବ ଅଂଶେ ଏକହୈହୟ ରାଜା କୁଳାନ୍ତକ
Couplet 57
ପରଶୁ ଦକ୍ଷକରେ ଧରିକୋପେ ଭ୍ରମିଲା ବସୁନ୍ଧରୀ
Couplet 58
ଯେ ଦୁଷ୍ଟ କ୍ଷତ୍ରିୟ ରାଜନବ୍ରାହ୍ମଣେ ନ କରନ୍ତି ମାନ୍ୟ
Couplet 59
କ୍ଷତ୍ରିୟ ଗର୍ବେ ମତ୍ତ ଭ୍ରମେଆବୃତ ହୋଇ ରଜ ତମେ
Couplet 60
ଏକବିଂଶ ବାର ଭ୍ରମିଲାଧରଣୀ କ୍ଷତ୍ରିହୀନ କଲା
Couplet 61
ଭୋ ମୁନି କହ ମୋ' ଅଗ୍ରତେଦୁଷ୍ଟ କ୍ଷତ୍ରିୟ ଏ ଜଗତେ
Couplet 62
କ୍ଷତ୍ରିୟ ହଇହୟବଂଶକିବା ବିଷ୍ଣୁରେ କଲେ ଦୋଷ
Couplet 63
ଯେ ଦୋଷେ କରେ ଶସ୍ତ୍ର ଧରିନିକ୍ଷତ୍ର କଲେ ବସୁନ୍ଧରୀ
Couplet 64
କହନ୍ତି ଶୁକ ମୁନିବରଶୁଣ ହେ ଉତ୍ତରାକୁମର
Couplet 65
ଅର୍ଜୁନ ନାମେ ବୀର ଅଂଶେଜନ୍ମିଲେ ହଇହୟ ବଂଶେ
Couplet 66
ଦତ୍ତ ଯେ ନାରାୟଣ ଅଂଶତା'ପାଦେ ହୋଇଲେ ବିଶ୍ୱାସ
Couplet 67
ଅନେକ ଆରାଧନା କଲେସେ ତା'ଙ୍କୁ ତୋଷେ ବର ଦେଲେ
Couplet 68
ତପେ ସହସ୍ରଭୁଜ ଧରିତେଜ ସାମର୍ଥ୍ୟ ଯଶ ଶିରୀ
Couplet 69
ଅଣିମା ଆଦି ଅଷ୍ଟସିଦ୍ଧିଲଭିଲା ଅନେକ ସମୃଦ୍ଧି
Couplet 70
ଭ୍ରମଇ ଏ ତିନିଭୁବନେପ୍ରଚଣ୍ତ ଯେସନେ ପବନେ
Couplet 71
ଦିନେକ ସ୍ତିରୀଗଣ ସଙ୍ଗେଦିଗବିଜୟ କଲା ରଙ୍ଗେ
Couplet 72
କାମିନୀ ସଙ୍ଗେ ରସ ଭୋଳେପଶିଲା ରେବାନଦୀ ଜଳେ
Couplet 73
ବଇଜୟନ୍ତୀ ମାଳା ଗଳେନାରୀଙ୍କ ସଙ୍ଗେ ଜଳେ ଖେଳେ
Couplet 74
ଜଳ ନିଷେଧି କ୍ରୀଡ଼ା କାଳେନଦୀ ବାନ୍ଧିଲା ଭୁଜ ବଳେ
Couplet 75
ଭୁଜ ଉପରେ ଭୁଜ ଦେଲାନଦୀ ଜଳକୁ ବନ୍ଦୀ କଲା
Couplet 76
ନଦୀ ବହିଲା ପ୍ରତିସ୍ରୋତେବାମ ଦକ୍ଷିଣେ ଗ୍ରାମ ଯେତେ
Couplet 77
ପର୍ବତ ଆଦି ଘୋରବନସ୍ଥଳ-ଗଭୀର-ଦେବସ୍ଥାନ
Couplet 78
ପ୍ରଳୟ ପ୍ରାୟ ଜଳ ପୁରେକାମିନୀଗଣେ କ୍ରୀଡ଼ା କରେ
Couplet 79
ଏହି ସମୟେ ଦଶାନନଦିଗବିଜୟେ କରି ମନ
Couplet 80
ମହିଷ୍ମତୀପୁର ସମୀପେଶିବିର ନେଇ ତହିଁ ସ୍ଥାପେ
Couplet 81
ଜଳରେ ପ୍ଲାବିତ ଶିବିରଦେଖି କୁପିତ ଦଶଶିର
Couplet 82
ଅର୍ଜୁନ ପାଶେ ସେ ମିଳିଲାନିନ୍ଦିତ ବାକ୍ୟେ ଗାଳି ଦେଲା
Couplet 83
ତା' ଶୁଣି ସହସ୍ର ଅର୍ଜୁନହେଳେ ବାନ୍ଧିଲା ଦଶାନନ
Couplet 84
ମର୍କଟ ପ୍ରାୟ ବାନ୍ଧି କରିବନ୍ଧନାଗାରେ ନେଇ ଭରି
Couplet 85
ଅନେକ ଦିନ ସେ ରଖିଲାଅବଜ୍ଞା କରି ଛାଡ଼ିଦେଲା
Couplet 86
ପୁଣି ଅର୍ଜୁନ ଏକ ଦିନେମୃଗୟା ଅର୍ଥେ ଗଲା ବନେ
Couplet 87
ତାହାର ଅଶ୍ୱବଳ ଯେତେରବିର କିରଣେ ତୃଷିତେ
Couplet 88
ବୁଲନ୍ତେ ଗିରି-ଘୋରବନେମିଳିଲେ ଜମଦଗ୍ନି ସ୍ଥାନେ
Couplet 89
ରାଜାଙ୍କୁ ଦେଖି ମୁନିଜନେବସାଇ ସୁବର୍ଣ୍ଣ ଆସନେ
Couplet 90
ପୂଜିଲେ ନାନା ଉପହାରେକଳ୍ପିତ-ଯଜ୍ଞ-ଧେନୁ କ୍ଷୀରେ
Couplet 91
ସର୍ବ ସୁବର୍ଣ୍ଣମୟ ଚାହିଁଯେ କାମେ କାମଧେନୁ ଦୁହିଁ
Couplet 92
ଅଦ୍ଭୁତ ଦେଖି ନୃପମଣିସଙ୍କୋଚେ ମନେ ମନେ ଗୁଣି
Couplet 93
ଭୃତ୍ୟକୁ ରାଇ ଆଜ୍ଞା ଦେଲାଏ ଧେନୁ ଘେନରେ ବୋଇଲା
Couplet 94
ମୁନିଙ୍କି ଅନାଦର କରିତକ୍ଷଣେ ଗଲା ଦଣ୍ତଧାରୀ
Couplet 95
ସେ ଧେନୁ ବତ୍ସା ସଙ୍ଗେ ବାନ୍ଧେପଥେ ଚଳନ୍ତେ ଧେନୁ କାନ୍ଦେ
Couplet 96
ରାଜା ଚଳିଲା ନିଜ ଗ୍ରାମବନେ ଯେ ଥିଲେ ପର୍ଶୁରାମ
Couplet 97
ଯଜ୍ଞ ଆହୁତି ଭଙ୍ଗ ଶୁଣିଗୃହେ ମିଳିଲେ ଭୃଗୁମଣି
Couplet 98
ବତ୍ସା ସହିତେ ଧେନୁ ନେଲାପିତାଙ୍କୁ ଅନାଦର କଲା
Couplet 99
ଏ କଥା ଶୁଣି କୋପଭରେତୀକ୍ଷ୍ଣ ପରଶୁ ଧରି କରେ
Couplet 100
କବଚେ ଆବୋରି ଶରୀରକାନ୍ଧେ କାର୍ମୁକ ତୀକ୍ଷ୍ଣ ଶର
Couplet 101
ପଛେ ଧାଇଁଲେ କୋପମନେକୁଞ୍ଜର ଦେଖି ସିଂହ ଯେହ୍ନେ
Couplet 102
ପଛେ ଗୋଡ଼ାନ୍ତେ ପର୍ଶୁରାମରାଜା ଦେଖିଲେ ଘୋରତମ
Couplet 103
ପରଶୁ ଦକ୍ଷକରେ ଧରିହରିଣଚର୍ମ ଦେହେ ଭରି
Couplet 104
ସୂର୍ଯ୍ୟର ପ୍ରାୟେ ତେଜ ଦେହେକପିଳ ଜଟା ଶିରେ ଶୋହେ
Couplet 105
ଦେଖି ପରଶୁରାମ ତେଜପଥେ ରହିଲା ମହାରାଜ
Couplet 106
ସୈନ୍ୟଙ୍କୁ ଚାହିଁ ଆଜ୍ଞା ଦେଲାଅନେକ ଶସ୍ତ୍ର ପ୍ରହାରିଲା
Couplet 107
ଅଶ୍ୱ କୁଞ୍ଜର ସେନା ଯେତେଶସ୍ତ୍ର ପେଷିଲେ ଅପ୍ରମିତେ
Couplet 108
ଗଦା ଖଡ଼ଗ ଶକ୍ତି ଯଷ୍ଟିକୋପେ କରନ୍ତି ଶର ବୃଷ୍ଟି
Couplet 109
ଯୁଝନ୍ତି ଅତି କୋପମନେସମୁଦ୍ରେ ମନ୍ଦର ଯେସନେ
Couplet 110
ପରଶୁ କୋପରେ ପ୍ରହାରିଅର୍ଦ୍ଧନିମିଷେ ସର୍ବ ମାରି
Couplet 111
ଭୁଜ କନ୍ଧର ଉର ଛିଡ଼ିସର୍ବେ ପଡ଼ିଲେ ଭୂମି ମାଡ଼ି
Couplet 112
ରୁଧିର ନଦୀ ଉଚ୍ଚେ ବହେମାଂସ ଶୋଣିତ ମେଦମୟେ
Couplet 113
ମଲେ କ୍ଷଉଣୀ ସପ୍ତଦଶରହିଲା ସସ୍ରବାହୁ ଶେଷ
Couplet 114
ସୈନ୍ୟ ମରଣେ ବହି ମନ୍ୟୁଧଇଲା ପଞ୍ଚଶତ ଧନୁ
Couplet 115
ନାରାଚ ଯୋଚି ପଞ୍ଚଶତେରହିଲା ରାମର ଅଗ୍ରତେ
Couplet 116
ବୃକ୍ଷରୁ ପତ୍ର ଯେହ୍ନେ ଝଡ଼େରାମ ଉପରେ ଶସ୍ତ୍ର ପଡ଼େ
Couplet 117
ଦେଖି ତାହାର ବୀରଗତିବେଗେ ଧାଇଁଲେ ଭୃଗୁପତି
Couplet 118
କୁଠାରେ ସହସ୍ରେକ ଭୁଜହେଳେ ଛେଦିଲେ ଭୃଗୁରାଜ
Couplet 119
ତୀକ୍ଷ୍ଣ କୁଠାରେ ମୁଣ୍ତ ହାଣିଭାରା ଉଶ୍ୱାସିଲେ ଧରଣୀ
Couplet 120
ପିତା ମରଣ ପୁତ୍ରେ ଦେଖିଭାଜିଲେ ସମର ଉପେକ୍ଷି
Couplet 121
ରାମ ସଂହରି ମହାମନ୍ୟୁସଙ୍ଗତେ ଘେନି ଯଜ୍ଞଧେନୁ
Couplet 122
ଆନନ୍ଦମନେ ଯଜ୍ଞବାଟେମିଳିଲେ ପିତାର ନିକଟେ
Couplet 123
ପିତା ସମୀପେ ଧେନୁ ଦେଇଚରଣେ ଗଡ଼ଘାଲି ଶୋଇ
Couplet 124
ସଙ୍ଗତେ ଘେନି ତିନି ଭ୍ରାତେଯୁଦ୍ଧକରଣ କଥା ଯେତେ
Couplet 125
କହିଲେ ପିତାର ଅଗ୍ରତେତା' ଶୁଣି ପିତା ତୋଷଚିତ୍ତେ
Couplet 126
ବୋଇଲେ ରାମର ଅଗ୍ରତେଭୋ ପୁତ୍ର ଶୁଣ ଏକଚିତ୍ତେ
Couplet 127
ହେ ରାମ ରାମ ମହାବାହୁଶୁଣ ସୁମନେ ତୋତେ କହୁଁ
Couplet 128
ଶୁଭ ଅଶୁଭ ତୁ ନଜାଣିପାତକ କଲୁ ରାଜା ହାଣି
Couplet 129
ସର୍ବଦେବତା ରାଜା ଦେହେବସନ୍ତି ସୂର୍ଯ୍ୟଜ୍ୟୋତି ପ୍ରାୟେ
Couplet 130
ଆମ୍ଭେ ଯେ ଜାତିରେ ବ୍ରାହ୍ମଣସ୍ୱଭାବେ କ୍ଷମା ଆଚରଣ
Couplet 131
ବ୍ରହ୍ମା ଯେ ସର୍ବଦେବଗୁରୁକ୍ଷମା ପୂରିତ ଯେହ୍ନେ ମେରୁ
Couplet 132
ତେଣୁ ବସିଲା ସତ୍ୟଲୋକେଅଶେଷ ଲକ୍ଷ୍ମୀ ଭୁଞ୍ଜେ ଏକେ
Couplet 133
କ୍ଷମା ଯାହାର ହୃଦେ ରହେବିଷ୍ଣୁ ବସନ୍ତି ତା'ର ଦେହେ
Couplet 134
ଏଣୁ ଯେ ନୃପ ବଧ କରେଦୁରିତୁଁ କେବେହେଁ ନ ତରେ
Couplet 135
ଏବେ ତୁ ତୀର୍ଥ ସେବା କରତୋ'ଠାରୁ ପାପ ହେବ ଦୂର
Couplet 136
ଚିତ୍ତେ ଚିନ୍ତିବୁ ନାରାୟଣଅନ୍ୟଥା ନାହିଁ ପରିତ୍ରାଣ
Couplet 137
ପରଶୁରାମର କାହାଣୀଯେ ନର ଶ୍ରୁତିପଥେ ଶୁଣି
Couplet 138
ନରକ ପଥେ ନାହିଁ ଭ୍ରାନ୍ତିହେଳେ ସେ ସଂସାରୁ ତରନ୍ତି
Couplet 139
ବୋଲଇ ବିପ୍ର ଜଗନ୍ନାଥନବମେ ବଂଶାନୁଚରିତ