Skip to content
paribhaasha

Skandha 9

Adhyaya 14

  1. Couplet 1

    ଏବେ ହୋ ସୋମବଂଶ ଶୁଣଯେବେ ତରିବ ତିନିଗୁଣ

  2. Couplet 2

    ସେ ବଂଶେ ପୁରୁରବା ଆଦିଯେ ଭାବେ ଯେ ଅବା ସମ୍ପାଦି

  3. Couplet 3

    ଯଶ ରହିଲା ମହୀତଳେସର୍ବେ ଚଳିଲେ କାଳବଳେ

  4. Couplet 4

    ସହସ୍ରଶିର ଯେ ଅନନ୍ତତା' ନାଭିପଦୁଁ ବ୍ରହ୍ମାଜାତ

  5. Couplet 5

    ସୃଷ୍ଟିର ଅର୍ଥେ ସପ୍ତପୁତ୍ରେଜନ୍ମ ହୋଇଲେ ବ୍ରହ୍ମାଗାତ୍ରେ

  6. Couplet 6

    ମରୀଚି ଆଦି ସପ୍ତଋଷିଧ୍ରୁବମଣ୍ତଳ ରଥେ ବସି

  7. Couplet 7

    ଭ୍ରମନ୍ତି ଧ୍ରୁବଚକ୍ର-ବଳେଉତ୍ତର-ଆକାଶ-ମଣ୍ତଳେ

  8. Couplet 8

    ତାହାଙ୍କ ମଧ୍ୟେ ଅତ୍ରିମୁନିତପ କରନ୍ତି ଯୋଗ ଘେନି

  9. Couplet 9

    ଧ୍ୟାନ କରନ୍ତେ ଯୋଗବଳେତା'ଙ୍କ ଲୋଚନ ଅଶ୍ରୁଜଳେ

  10. Couplet 10

    ପୁରୁଷେ ହୋଇଲା ପ୍ରକାଶତେଜେ ଗଞ୍ଜିଲା ଦଶଦିଶ

  11. Couplet 11

    ଅମୃତମୟ ମନୋରମତାହାର ନାମ ଦେଲେ ସୋମ

  12. Couplet 12

    ବିପ୍ର-ଔଷଧି-ଉଡ଼ୁଗଣେବ୍ରହ୍ମା ସ୍ଥାପିଲେ ରାଜାପଣେ

  13. Couplet 13

    ସେ ସୋମ ରାଜସୂୟ କରିତିନି ଭୁବନେ ଅଧିକାରୀ

  14. Couplet 14

    ବଳେ ଜିଣିଲା ତିନିପୁରଏବେ ହୋ ଶୁଣ ନୃପବର

  15. Couplet 15

    ସୁନ୍ଦର ରୂପେ ମତ୍ତଗର୍ବେନିରତେ ଭ୍ରମେ ସେ ସ୍ୱଭାବେ

  16. Couplet 16

    ଏମନ୍ତେ ବୃହସ୍ପତି ନାରୀଗଙ୍ଗାର ଜଳେ ସ୍ନାନ କରି

  17. Couplet 17

    ରୂପେ ସୁନ୍ଦରୀ ମନୋହରାସ୍ୱବଭାବେ ନାମ ତା'ର ତାରା

  18. Couplet 18

    ତାହାର ରୂପଗୁଣ ଚାହିଁଅନଙ୍ଗବାଣେ ମୋହ ଯାଇ

  19. Couplet 19

    ସ୍ୱଭାବେ ଋତୁସ୍ନାନ କାଳେସୋମ ହରିଲା ତା'କୁ ବଳେ

  20. Couplet 20

    ସେ କଥା ଶୁଣି ବୃହଷ୍ପତିପତ୍ନୀ ହରଣେ ଦୁଃଖମତି

  21. Couplet 21

    ସୋମର ଦ୍ୱାରେ ରାତ୍ରେ ଗଲେଅନେକ ପ୍ରକାରେ ମାଗିଲେ

  22. Couplet 22

    କେବେ ହେଁ ତାରାକୁ ନ ଦେଲାଅନେକ ଅପମାନ କଲା

  23. Couplet 23

    ସେ ଗୁରୁ ଦେବ ମଧ୍ୟେ ଆସିଇନ୍ଦ୍ରଙ୍କୁ କହିଲେ ବିଶେଷି

  24. Couplet 24

    ଇନ୍ଦ୍ରର ତୁଲେ ଦେବବଳଚଳନ୍ତେ ଶୁଭେ ମୁଖଗୋଳ

  25. Couplet 25

    ଏ କଥା ଶୁଣି ଶୁକ୍ରବାଦେମିଳିଲା ଅସୁରଙ୍କ ମଧ୍ୟେ

  26. Couplet 26

    ଅସୁରବଳ ସଙ୍ଗ କରିଧାଇଁଲେ ସୋମପକ୍ଷ ଧରି

  27. Couplet 27

    ଇନ୍ଦ୍ରର ତୁଲେ ଦେବଗଣଏମନ୍ତେ ଦେବାସୁର ରଣ

  28. Couplet 28

    ପ୍ରକୋପେ ବଢ଼ିଲା ସଂଗ୍ରାମତାରକାମୟ ଯୁଦ୍ଧନାମ

  29. Couplet 29

    ତାରାର ଅର୍ଥେ ଯୁଦ୍ଧ ଯେଣୁତାରକାମୟ ନାମ ତେଣୁ

  30. Couplet 30

    ଏମନ୍ତେ ଘୋର ଯୁଦ୍ଧ କଲେଅନେକ ଦେବାସୁର ମଲେ

  31. Couplet 31

    ଦେବ ଅସୁର ଘୋରରଣେବ୍ରହ୍ମା ମିଳିଲେ ତତ୍‌କ୍ଷଣେ

  32. Couplet 32

    ରଣ ନିବାରି ଚତୁର୍ମାଥମିଳିଲେ ସୋମର ଅଗ୍ରତ

  33. Couplet 33

    ଅନେକ ଭ›ର୍ତ୍ସନା ସେ କଲେବୃହସ୍ପତିଙ୍କି ତାରା ଦେଲେ

  34. Couplet 34

    ସେ ଗୁରୁ ତାରାମୁଖ ଚାହିଁବୋଲନ୍ତି ବ୍ରହ୍ମାଙ୍କୁ ଅନାଇଁ

  35. Couplet 35

    ଭୋ ତାତ ଦେଖ ତୋ' ଅଗ୍ରତେଗର୍ଭ ଏ ଧରିଛି ଗୁପତେ

  36. Couplet 36

    କେମନ୍ତେ ଛୁଇଁବି ଶରୀରଏହାରେ କାର୍ଯ୍ୟ ନାହିଁ ମୋ'ର

  37. Couplet 37

    କାହାର ବୀର୍ଯ୍ୟ ଗର୍ଭେ ଅଛିକେମନ୍ତେ ଜାଣିବା ତା' ଲକ୍ଷି

  38. Couplet 38

    ତାରାର ଗର୍ଭ ଚାହିଁ କୋପେଗୁରୁ ବୋଲନ୍ତି ମନସ୍ତାପେ

  39. Couplet 39

    ତୁ ମୋତେ ଛୁଇଁବୁ କେମନ୍ତେଭସ୍ମ କରିବି ଆଜ ତୋତେ

  40. Couplet 40

    ଏମନ୍ତେ ଶୁଣି ସେ ଉତ୍ତରକମ୍ପଇ ତାରାର ଶରୀର

  41. Couplet 41

    ତକ୍ଷଣେ ଗର୍ଭ ପ୍ରସବିଲାସୁନ୍ଦରେ ଜଗତ ମୋହିଲା

  42. Couplet 42

    କାନ୍ଦଇ ପଡ଼ି ଭୂମିଗତେଆଶ୍ଚର୍ଯ୍ୟେ ଦେଖନ୍ତି ସମସ୍ତେ

  43. Couplet 43

    ସୁନ୍ଦର ଦେଖି ତା' ବଦନକଳ୍ପିଲା ବୃହସ୍ପତି ମନ

  44. Couplet 44

    ବୋଲଇ ମୋର ପୁତ୍ର ଏହିସୋମ ବୋଲଇ ତାହା ଚାହିଁ

  45. Couplet 45

    ଦେଖ ଏ ମୋହର କୁମରମୋହର ପ୍ରାୟେକ ସୁନ୍ଦର

  46. Couplet 46

    ଗୁରୁ ବୋଲନ୍ତି ମୋ'ର ସୁତଏମନ୍ତେ ହୋଇଲା ଅନର୍ଥ

  47. Couplet 47

    ସକଳ ମୁନିଗଣ ତୁଲେତାରାକୁ ବିଶ୍ୱାସେ ପୁଚ୍ଛିଲେ

  48. Couplet 48

    ତା' ଶୁଣି ଅଧୋମୁଖୀ ହୋଇତାରା ରହିଲା ଲଜ୍ଜା ପାଇ

  49. Couplet 49

    କୁମର ଭୂମିଗତେ ଥାଇବୋଲେ ଜନନୀ ମୁଖ ଚାହିଁ

  50. Couplet 50

    ଦୁର୍ବୃତ୍ତପଣ ଏ ତୋହରକହ ମୁଁ କାହାର କୁମର

  51. Couplet 51

    ନୋହିଲେ ଶାପ ଦେବି ତୋତେଲଜ୍ଜା ହୋଇଲା ବଡ଼ ମୋତେ

  52. Couplet 52

    ଏମନ୍ତ ପୁତ୍ରବାକ୍ୟ ଶୁଣିତାରାକୁ ରାଇ କୁଶପାଣି

  53. Couplet 53

    ବୋଲନ୍ତି କୋମଳ ବଚନନିର୍ଭୟ କରି ତାରା ମନ

  54. Couplet 54

    ଭୋ ମାତ ଲଜ୍ଜା ତୁ ନ କରକହ ଏ କାହାର କୁମର

  55. Couplet 55

    ତା' ଶୁଣି ଅଧୋମୁଖୀ ହୋଇବୋଲେ ସୋମର ପୁତ୍ର ଏହି

  56. Couplet 56

    ତକ୍ଷଣେ ସୋମ କୋଳ କଲାବ୍ରହ୍ମା ତାହାକୁ ନାମ ଦେଲା

  57. Couplet 57

    ବୋଧିଲା ରୂପଗୁଣେ ଯେଣୁନାମ ହୋଇଲା ବୁଧ ତେଣୁ

  58. Couplet 58

    ସେ ବୁଧ ଇଳାକନ୍ୟା ଗର୍ଭେମୁଁ ତୋତେ କହିଅଛି ପୂର୍ବେ

  59. Couplet 59

    ପୁରୁରବାକୁ ଜନ୍ମ କଲାଯେ କାଳେ ତପୋବନେ ଥିଲା

  60. Couplet 60

    ଏବେ ହୋ ଶୁଣ ନରନାଥସୋମର ବଂଶାନୁଚରିତ

  61. Couplet 61

    ସୁରଭୁବନେ ଏକ ଦିନେଉର୍ବଶୀ ଗନ୍ଧର୍ବ-ଗାୟନେ

  62. Couplet 62

    ମିତ୍ରାବରୁଣଙ୍କୁ ଲଙ୍ଘିଲାସେ ତା'କୁ କୋପେ ଶାପ ଦେଲା

  63. Couplet 63

    ବୋଇଲା ନରଲୋକେ ଯାଅସ୍ୱର୍ଗ-ଭୁବନେ ତୁ ନ ଥାଅ

  64. Couplet 64

    ତକ୍ଷଣେ ଅଧୋମୁଖ ହୋଇମିଳିଲା ନରଲୋକେ ଯାଇ

  65. Couplet 65

    ଗିରି-କନ୍ଦର-ବନେ ବୁଲେସ୍ୱାମୀ ନ ଲଭେ ଆତ୍ମ ତୁଲେ

  66. Couplet 66

    ଏମନ୍ତେ ଭ୍ରମନ୍ତେ ତରୁଣୀପୁରୁରବାକୁ ଦେଖେ ପୁଣି

  67. Couplet 67

    କନ୍ଦର୍ପ ପ୍ରାୟ ରୂପରାଶିତେଜେ ଗଞ୍ଜଇ ରବିଶଶୀ

  68. Couplet 68

    ଏମନ୍ତେ ତାହାର ସଙ୍ଗତେଉର୍ବଶୀ ମିଳିଲା ଏକାନ୍ତେ

  69. Couplet 69

    ଉତ୍‌ଫୁଲ୍ଲ ହରଷ ଲୋଚନେପୁରୁରବାର ସନ୍ନିଧାନେ

  70. Couplet 70

    ସେ ରାଜା ତା'ର ମୁଖ ଚାହିଁତକ୍ଷଣେ କାମବଶ ହୋଇ

  71. Couplet 71

    ଗଭୀର-ବାକ୍ୟେ ତା'କୁ କହେରୋମ-ହରଷ ସର୍ବଦେହେ

  72. Couplet 72

    ଆସ ସୁନ୍ଦରି ବସ ଏଥେଭଲେ ଅଇଲୁଟିକି ପଥେ

  73. Couplet 73

    ମିଳିଲୁ ମୋହର ସଙ୍ଗତେକହ ମୁଁ କି କରିବି ତୋତେ

  74. Couplet 74

    ମୋ' ସଙ୍ଗେ ରମ ତୁ ଏକାନ୍ତେସୁନ୍ଦରି ରହି ଦିନାକେତେ

  75. Couplet 75

    ଉର୍ବଶୀ ବୋଲଇ ତୁରିତେମୋହର ସଧ ଅଛି ତୋତେ

  76. Couplet 76

    ତୋ' ରୂପ ଦେଖି ହେ ରାଜନଅନଙ୍ଗ ବାଧିଲା ମୋ 'ମନ

  77. Couplet 77

    ତୁ ମୋ'ର ତୁଲେ ସତ୍ୟକରନିଶ୍ଚେଁ ବରିବି ତୋତେ ବର

  78. Couplet 78

    ଦେଖ ଏ ମେଷପୁତ୍ର ଦୁଇତୁଲେ ଅଛନ୍ତି ବେନିଭାଇ

  79. Couplet 79

    ଅତ୍ୟନ୍ତ ପ୍ରିୟ ଏ ମୋହରଏହାଙ୍କୁ ଯତ୍ନେ ରକ୍ଷାକର

  80. Couplet 80

    ଉଲଗ୍ନ ନ ଦେଖିବି ତୋତେଘୃତ ଆହାର ମୋ'ର ନିତ୍ୟେ

  81. Couplet 81

    ଏ ସତ୍ୟ ପ୍ରତିପାଳୁ ଯେବେତୋ' ସଙ୍ଗେ ରମିବଇଁ ତେବେ

  82. Couplet 82

    ଏମନ୍ତ ତା'ର ମୁଖୁଁ ଶୁଣିସତ୍ୟ ଯେ କଲା ନୃପମଣି

  83. Couplet 83

    ଉର୍ବଶୀରୂପେ ହୋଇ ବଶକଲା ସେ ଅନେକ ବିଶ୍ୱାସ

  84. Couplet 84

    ବିମାନେ ବସି ତା'ର ପାଶେଗିରି-କାନନ-ନାନା ଦେଶେ

  85. Couplet 85

    ରମିଲା ହରଷିତ ମନେଚଇତ୍ରରଥ ଆଦି ବନେ

  86. Couplet 86

    ଜଳ ବିହାର ନାନା ଦେଶେପଦ୍ମ କୁମୁଦ ଗନ୍ଧ ବାସେ

  87. Couplet 87

    ଉର୍ବଶୀ ସଙ୍ଗେ ସଙ୍ଗ କଲାରାତ୍ର-ଦିବସ ନ ଜାଣିଲା

  88. Couplet 88

    ଏବେ ହୋ ଶୁଣ କୁରୁବଂଶୀଇନ୍ଦ୍ର ଯେ ନ ଦେଖି ଉର୍ବଶୀ

  89. Couplet 89

    ବୋଲେ ଗନ୍ଧର୍ବଗଣ ଚାହିଁଉର୍ବଶୀ ମୋର ଗଲା କାହିଁ

  90. Couplet 90

    ଗନ୍ଧର୍ବେ ବେନିକର ଯୋଡ଼ିକହିଲେ ଇନ୍ଦ୍ରପାଦେ ପଡ଼ି

  91. Couplet 91

    ମିତ୍ରାବରୁଣ ଶାପ ଫଳେଉର୍ବଶୀ ଅଛି ମର୍ତ୍ତ୍ୟପୁରେ

  92. Couplet 92

    ରମଇ ପୁରୁରବା ତୁଲେତା' ଶୁଣି ପୁରନ୍ଦର ବୋଲେ

  93. Couplet 93

    ତୁମ୍ଭେ ହୋ ମର୍ତ୍ତ୍ୟପୁରେ ଯାଇଉର୍ବଶୀ ଆଣ ବେଗ ହୋଇ

  94. Couplet 94

    ସ୍ୱର୍ଗ ନ ଶୋହେ ତା' ବିହୀନେଚନ୍ଦ୍ର ନ ଥିଲେ ରାତ୍ର ଯେହ୍ନେ

  95. Couplet 95

    ତକ୍ଷଣେ ଇନ୍ଦ୍ରଆଜ୍ଞା ଶିରେଘେନି ଚଳିଲେ ମର୍ତ୍ତ୍ୟପୁରେ

  96. Couplet 96

    ରାତ୍ରେ ନିବିଡ଼ ଅନ୍ଧକାରେମିଳିଲେ ପୁରୁରବା ପୁରେ

  97. Couplet 97

    ତକ୍ଷଣେ ଦେବମାୟାବଳେଉର୍ବଶୀ ମେଷ ଚୋରାଇଲେ

  98. Couplet 98

    ସେ ବେନିମେଷ ଶୂନ୍ୟେ ଯା'ନ୍ତେଉଚ୍ଚେ ରୋଦନ କଲେ ପଥେ

  99. Couplet 99

    ତା' ଶୁଣି ନିଦ୍ରାଭଙ୍ଗ ହୋଇବିକଳେ ଉର୍ବଶୀ କାନ୍ଦଇ

  100. Couplet 100

    ବୋଲଇ ଶିରେ କର ଦେଇମୋ' ପୁତ୍ର କେନେଲା ଚୋରାଇ

  101. Couplet 101

    ମୁଁ ଏଡ଼େ ହୀନେ ଆଶ୍ରେ କଲିଏ ପୁରେ ଅନାଥା ହୋଇଲି

  102. Couplet 102

    ଭୁଲିଲି ନପୁଂସକ ବୋଲେପୁତ୍ରେମୋହର କେଣେ ଗଲେ

  103. Couplet 103

    ଏ ରାଜା ନାରୀଙ୍କର ପ୍ରାୟେଶୋଇଛି ନିଦ୍ରାସୁଖ ମୋହେ

  104. Couplet 104

    ଯେସନେ ନ ଫୁସକ ଶୋଇଏମନ୍ତ ଦେଖିଲା ତ ନାହିଁ

  105. Couplet 105

    ଏମନ୍ତେ ରୋଦନ କରନ୍ତେରାଜାର ଶୟନ ଏକାନ୍ତେ

  106. Couplet 106

    ଉର୍ବଶୀ କଟୁବାକ୍ୟ ଶୁଣିନିଦ୍ରା ତେଜିଲା ନୃପମଣି

  107. Couplet 107

    ବ୍ୟଥିତ ଉର୍ବଶୀ ବଚନେଅଙ୍କୁଶେ କୁଞ୍ଜର ଯେସନେ

  108. Couplet 108

    ତକ୍ଷଣେ ଶୟନରୁ ଉଠିଖଡ଼ଗ କଲା ଦୃଢ଼ମୁଷ୍ଠି

  109. Couplet 109

    ଉଲଗ୍ନେ ରାଜା ଥିଲା ଶୋଇଅନ୍ଧାରେ ଦେହ ନ ଦିଶଇ

  110. Couplet 110

    ପଥେ ସେ ରେରେକାର ରାବେମେଷକୁ ଛାଡ଼ିଲେ ଗନ୍ଧର୍ବେ

  111. Couplet 111

    ସେ ମେଷ ଘେନି ବାମହସ୍ତେମିଳିଲେ ଉର୍ବଶୀ ଅଗ୍ରତେ

  112. Couplet 112

    ଗନ୍ଧର୍ବେ ଶୂନ୍ୟମାର୍ଗେ ଥିଲେବିଜୁଳି ତେଜ ପ୍ରକାଶିଲେ

  113. Couplet 113

    ରାଜା କଟୀରେ ବସ୍ତ୍ର ନାହିଁଉଲଗ୍ନ ଦେଖି କୋପବହି

  114. Couplet 114

    ମେଷକୁ ଦେଖି ରାଜା ହସ୍ତେଉର୍ବଶୀ ଗଲା ଶୂନ୍ୟପଥେ

  115. Couplet 115

    ସେ ରାଜା ମେଷ ଘେନିକରେଆସି ମିଳିଲା ଅନ୍ତଃପୁରେ

  116. Couplet 116

    ବୋଲଇ ନିଅ ତୋ' ନନ୍ଦନନ ଜାଣି କଲୁ ଯେ ରୋଦନ

  117. Couplet 117

    ଶୟନ ସ୍ଥାନେ ସେ ମିଳିଲାଖଟେ ଉର୍ବଶୀ ନ ଦେଖିଲା

  118. Couplet 118

    ଦୀପ ଆଣିଲା ତତ୍‌କ୍ଷଣେଦେଖେ ଉର୍ବଶୀ ଗଲା କେଣେ

  119. Couplet 119

    ନ ଦେଖି ମୋହଗତେ ପଡ଼ିକାନ୍ଦଇ ହୃଦେ କର ତାଡ଼ି

  120. Couplet 120

    ଉନ୍ମତ୍ତ ପ୍ରାୟେ ମହୀଭ୍ରମେଗିରି-କାନନ-ଦୁର୍ଗ-ଗ୍ରାମେ

  121. Couplet 121

    ଭ୍ରମନ୍ତେ ଅତ୍ୟନ୍ତ ବ୍ୟାକୁଳେଅଦ୍ଭୁତେ କରୁକ୍ଷେତ୍ରେ ମିଳେ

  122. Couplet 122

    ଉର୍ବଶୀ ସଖୀଜନ ମେଳେଦେଖିଲା ସରସ୍ୱତୀ କୂଳେ

  123. Couplet 123

    ରାଜାଙ୍କୁ ଚାହିଁ ଅଧୋମୁଖୀମନେ ହୋଇଲା ମହାଦୁଃଖୀ

  124. Couplet 124

    ରାଜା ଉର୍ବଶୀ ମୁଖ ଚାହିଁବୋଲଇ ସ୍ନେହଭର ହୋଇ

  125. Couplet 125

    ରାଜାଙ୍କୁ ଦେଖି କୋପଭରେଉର୍ବଶୀ ଗଲା କିଛି ଦୂରେ

  126. Couplet 126

    ପଛେ ଗୋଡ଼ାଇ କାମବଶେସେ ରାଜା ବୋଲଇ ବିଶ୍ୱାସେ

  127. Couplet 127

    ହେ ସଖି କ୍ଷଣେ ରହରହନ ଛାଡ଼ ମୋହର ସେନେହ

  128. Couplet 128

    ତୁ ଘୋର କର୍ମ କିପାଁ କରୁଭାବ ଅଭାବ ନବିଚାରୁ

  129. Couplet 129

    ମୋତେ ନ ଛାଡ଼ କୋପମନେମୁଁ ଅଛି ତୋହର ବଚନେ

  130. Couplet 130

    ତୁ ମୋତେ ଦୂର କରି ଗଲେଜୀବନ ଛାଡ଼ିବି ମୁଁ ଭଲେ

  131. Couplet 131

    ତୋ'ର ବିହୁନେ ମୋ' ଶରୀରଭକ୍ଷିବେ ଶୃଗାଳ କୁକୁର

  132. Couplet 132

    ଏମନ୍ତେ ରାଜାବାକ୍ୟ ଶୁଣିଉର୍ବଶୀ କହେ ମଧୁବାଣୀ

  133. Couplet 133

    ଭୋ ନାଥ ଶୁଣ ମୋ' ଉତ୍ତରସଂସାରେ ସ୍ତିରୀଙ୍କ ବେଭାର

  134. Couplet 134

    ସ୍ୱଭାବେ ଯେବା ଦୁଷ୍ଟା ନାରୀତା'ସଙ୍ଗେ ବିଶ୍ୱାସ ନ କରି

  135. Couplet 135

    ବ୍ୟାଘ୍ର ଭଲ୍ଲୁକ ସଙ୍ଗେ ନରଯେସନେ ବିଶ୍ୱାସ-ବେଭାର

  136. Couplet 136

    ସ୍ତିରୀଙ୍କ ଦେହେ ଯେତେ ଗୁଣରାଜନ ସାବଧାନେ ଶୁଣ

  137. Couplet 137

    ନିŸର୍ଦ୍ଦୟ କପଟ କଠିନସାହସ ଆଦି ଚାରିଗୁଣ

  138. Couplet 138

    ଅଳପ କ୍ରୋଧେ ପ୍ରାଣ ନ୍ୟନ୍ତିପତି-ଭ୍ରାତାଙ୍କୁ ନଗଣନ୍ତି

  139. Couplet 139

    ଅଜ୍ଞାନ ଭାବେ ଥା'ନ୍ତି ନିତ୍ୟେବା‚ଞ୍ଛନ୍ତି କାମଭୋଗ ଚିତ୍ତେ

  140. Couplet 140

    ସ୍ୱଭାବେ ନିତ୍ୟେ ହୋନ୍ତି କାମୀଇଚ୍ଛନ୍ତି ନବନବ ସ୍ୱାମୀ

  141. Couplet 141

    ନାରୀଙ୍କ ସ୍ୱଭାବ ଏମନ୍ତକିପାଁ ତୁ କରୁ ଦୁଃଖଚିତ୍ତ

  142. Couplet 142

    ଏବେ ତୁ ନିଜ ପୁରେ ଯାଅଅବଶ୍ୟ ଲଭିବି ତୋ' ସ୍ନେହ

  143. Couplet 143

    ଆସିବି ସମ୍ବ›ତ୍ସର ଅନ୍ତେରମିବି ତୋହର ସଙ୍ଗତେ

  144. Couplet 144

    ଋତୁସ୍ନାନାନ୍ତେ ଏକଦିନେରମିବି ତୋ'ର ସନ୍ନିଧାନେ

  145. Couplet 145

    ଅବଶ୍ୟ ହୋଇବ ସନ୍ତତିଏବେ ଉପାୟ କର ଚିନ୍ତି

  146. Couplet 146

    ଗନ୍ଧର୍ବଗଣ ପୂଜା କରସେ ତୋତେ ତୋଷେ ଦେବେବର

  147. Couplet 147

    ଏହାଙ୍କ ପ୍ରସନ୍ନେ ତୁ ମୋତେପାଇବୁ ବରଷକ ଅନ୍ତେ

  148. Couplet 148

    ଏମନ୍ତେ ତା'ର ବାକ୍ୟ ଶୁଣିଆନନ୍ଦମନେ ନୃପମଣି

  149. Couplet 149

    ଗନ୍ଧର୍ବଗଣେ ପୂଜା କଲାଅନେକ ବଳିଭୋଜା ଦେଲା

  150. Couplet 150

    ସ୍ତୁତି କରଇ କରଯୋଡ଼ିଚରଣେ ଦଣ୍ତବତେ ପଡ଼ି

  151. Couplet 151

    ତା'ର ଭକତି ଦେଖି ମନେଗନ୍ଧର୍ବେ ପ୍ରସନ୍ନ ବଦନେ

  152. Couplet 152

    ମୃତ୍ତିକାଭାଣ୍ତେ ଅଗ୍ନି ଥୋଇରାଜା ସମୀପେ ଦେଲେ ନେଇ

  153. Couplet 153

    ବୋଇଲେ ଏଥେ ଯଜ୍ଞ କରଉର୍ବଶୀ ଆସିବ ତୋହର

  154. Couplet 154

    ଏମନ୍ତେ ଅଗ୍ନିଭାଣ୍ତ ଦେଲେରାଜାର ମନ ତୋଷ କଲେ

  155. Couplet 155

    ଗନ୍ଧର୍ବେ ଉର୍ବଶୀର ତୁଲେତକ୍ଷଣେ ଶୂନ୍ୟମାର୍ଗେ ଗଲେ

  156. Couplet 156

    ସେ ରାଜା ଅଗ୍ନିଭାଣ୍ତ ଘେନିଗନ୍ଧର୍ବଗଣ ବାକ୍ୟ ମାନି

  157. Couplet 157

    ରାତ୍ରେ ବୁଲନ୍ତେ ବୃକ୍ଷମୂଳେଥୋଇଲେ ନିଶା ଅନ୍ତଃକାଳେ

  158. Couplet 158

    ଅଗ୍ନିକି ବୃକ୍ଷମୂଳେ ଥୋଇମିଳିଲା ନିଜପୁରେ ଯାଇ

  159. Couplet 159

    ରହିଲା ପ୍ରଜାଜନ ହିତେଏମନ୍ତେ ଗଲା ଦିନା କେତେ

  160. Couplet 160

    ଉର୍ବଶୀ ବାକ୍ୟେ ମନଦେଇନିଶ୍ଚଳେ ମନ ନ ରହଇ

  161. Couplet 161

    ଏମନ୍ତେ ସତ୍ୟଯୁଗ ଗଲାଶୁଣ ହୋ ଗୋବିନ୍ଦର ଲୀଳା

  162. Couplet 162

    ତ୍ରେତୟା ଯୁଗ ପ୍ରବେଶନେରାଜା ଉର୍ବଶୀ ସ୍ମରି ମନେ

  163. Couplet 163

    ଅଗ୍ନି ଉେŸଶ୍ୟ ଦିନେ ଗଲାବନେ ଅନଳ ନ ଦେଖିଲା

  164. Couplet 164

    ଯେ ବୃକ୍ଷ ମୂଳେ ଥୋଇଗଲାସେ ବୃକ୍ଷ ଅଶ୍ୱତ୍ଥ ହୋଇଲା

  165. Couplet 165

    ଅଶ୍ୱତ୍ଥ ବୃକ୍ଷ ଶମୀ ବୃକ୍ଷେରାଜନ ଦେଖିଲା ପ୍ରତ୍ୟକ୍ଷେ

  166. Couplet 166

    ସେ ବୃକ୍ଷ କାଷ୍ଠ ଗୃହେ ଆଣିସଞ୍ଚିଲା ଯଜ୍ଞର ଅରଣି

  167. Couplet 167

    ଅରଣି ମନ୍ଥନ ସେ କରିନିଗମ-ମନ୍ତ୍ରକୁ ଉଚ୍ଚାରି

  168. Couplet 168

    ଉର୍ବଶୀ ଧ୍ୟାନ କରି ମନେଆହୁତି ଦେଲା ହୁତାଶନେ

  169. Couplet 169

    ଉର୍ବଶୀ ଯଜ୍ଞବଳେ ଆସିରାଜା ସଦନେ ମିଳେ ନିଶି

  170. Couplet 170

    ଯଜ୍ଞପୁରୁଷ ପରସନେଉର୍ବଶୀ ମିଳେ ତା' ଭୁବନେ

  171. Couplet 171

    ଉର୍ବଶୀ ପୁରୁରବା ସଙ୍ଗେପୁତ୍ରେ ଜନ୍ମିଲେ ରତିରଙ୍ଗେ

  172. Couplet 172

    ଅଗ୍ନିର ବର୍ଣ୍ଣପ୍ରାୟ ହୋଇଜନ୍ମ ଲଭିଲେ ଷଡ଼ଭାଇ

  173. Couplet 173

    ରାଜା ବଞ୍ଚିଲେ ମନସୁଖେନିଶ୍ଚିନ୍ତେ ତ୍ରେତାଯୁଗ ମୁଖେ

  174. Couplet 174

    ଆୟୁଷ ଅନ୍ତେ ପୁରୁରବାଅନଳ ପ୍ରାୟ ହୋଇ ପ୍ରଭା

  175. Couplet 175

    ଉର୍ବଶୀ ଧ୍ୟାନେ ମନ ଥିଲାଗନ୍ଧର୍ବ ଲୋକେ ସେ ମିଳିଲା

  176. Couplet 176

    ସୁଜନ ଜନଙ୍କର ହିତେଭାଷା ପ୍ରବନ୍ଧେ ଭାଗବତେ

  177. Couplet 177

    ବୋଲଇ ବିପ୍ର ଜଗନ୍ନାଥନବମେ ବଂଶାନୁଚରିତ

Odia Bhagabata skandha 9 adhyaya 14 | Parbani by ParibhaAsha App