Skandha 9
Adhyaya 13
Couplet 1
ନିମି ଯେ ଈକ୍ଷ୍ୱାକୁର ସୁତତା'ବଂଶେ ଯେତେ ରାଜା ଜାତ
Couplet 2
ଯେ କର୍ମ କଲେ ଅନୁଭବେଶୁଣ କହିବା ତୋତେ ଏବେ
Couplet 3
ସେ ନିମି ବଶିଷ୍ଠ ସଙ୍ଗତେବସି ଭାଳିଲା ଯଜ୍ଞ ଅର୍ଥେ
Couplet 4
ବଶିଷ୍ଠ ମୋ'ର ଯଜ୍ଞ କରଋତ୍ୱିଜେ ଚାରିବେଦୁଁ ବର
Couplet 5
ବଶିଷ୍ଠ ତା'ର ମୁଖ ଚାହିଁକହିଲେ ପ୍ରିୟଭାବ ବହି
Couplet 6
ଇନ୍ଦ୍ର ବରଣ କଲା ମୋତେତୋ' ଯଜ୍ଞ କରିବି କେମନ୍ତେ
Couplet 7
ମୁଁ ଆଗେ ଇନ୍ଦ୍ରଯଜ୍ଞ ସାରିଋତ୍ୱିଜେ ଚାରିବେଦୁଁ ବରି
Couplet 8
ପଛେ କରିବି ଯଜ୍ଞ ତୋ'ରସେ ନିମି ନ ଦେଲା ଉତ୍ତର
Couplet 9
ବଶିଷ୍ଠ ଇନ୍ଦ୍ରଯଜ୍ଞେ ଗଲେଅନ୍ୟ ବ୍ରାହ୍ମଣେ ନିମି ବୋଲେ
Couplet 10
ଯଜ୍ଞ ଆରମ୍ଭିଲେ ହରଷେସଙ୍କଳ୍ପି ସହସ୍ର ବରଷେ
Couplet 11
ଏମନ୍ତେ ଇନ୍ଦ୍ରଯଜ୍ଞ ସାରିନିମିର ବାକ୍ୟ ସେ ସୁମରି
Couplet 12
ସେ ଯଜ୍ଞ କରିବାର ଆଶେବେଗେ ମିଳିଲେ ନିମି ପାଶେ
Couplet 13
ଯଜ୍ଞ ଆରମ୍ଭ ଦେଖି ତା'ରକୋପିଲେ ବ୍ରହ୍ମାଙ୍କ କୁମର
Couplet 14
ବୋଇଲେ କୋପଭର ହୋଇମୋତେ ଅବଜ୍ଞା କଲୁ ତୁହି
Couplet 15
ତୋର ଜୀବନେ ନାହିଁ କାର୍ଯ୍ୟମରଣ ହେଉ ତୋତେ ଆଜ
Couplet 16
ତା' ଶୁଣି ନିମି କୋପ ବହିବୋଇଲେ ଜୀବ ଛାଡ଼ ତୁହି
Couplet 17
ତକ୍ଷଣେ ନିମି ଶାପ ଫଳେବଶିଷ୍ଠ ବସିଲେ ନିଶ୍ଚଳେ
Couplet 18
ଜୀବନ ଗଲା ଦେହୁ ଛାଡ଼ିତକ୍ଷଣେ ଶୂନ୍ୟମାର୍ଗେ ଉଡ଼ି
Couplet 19
ଉର୍ବଶୀ ଗର୍ଭେ ହେଲେ ଜନ୍ମମିତ୍ରାବରୁଣଙ୍କ ନନ୍ଦନ
Couplet 20
ନିମି ଯେ ଯଜ୍ଞଶାଳେ ଥିଲେତକ୍ଷଣେ ଜୀବନ ଛାଡ଼ିଲେ
Couplet 21
ଜୀବନ ଯଜ୍ଞଶାଳେ ପଶିରହିଲା ଯଜ୍ଞସ୍ତମ୍ଭେ ଗ୍ରାସି
Couplet 22
ନିମି ଶରୀରେ ବିପ୍ରଜନେବିଚାର କଲେ ଅନୁମାନେ
Couplet 23
ତୈଳ ସୁଗନ୍ଧଦ୍ରବ୍ୟ ଦେଇନିମି ଶରୀର ତହିଁ ଥୋଇ
Couplet 24
ବୋଇଲେ ପୂର୍ଣ୍ଣାହୁତି ଗଲେଶରୀର ଦହିବା ଅନଳେ
Couplet 25
ଏମନ୍ତ ବୋଲି ଯଜ୍ଞ କଲେସମ୍ପୂେର୍ଣ୍ଣ ପୂର୍ଣ୍ଣାହୁତି ଦେଲେ
Couplet 26
ଇନ୍ଦ୍ରାଦି ଦେବେ ଯେତେ ଥିଲେସନ୍ତୋଷେ ସୋମପାନ କଲେ
Couplet 27
ବିପ୍ରେ ଯେ ଦକ୍ଷିଣା ପାଇଲେଅନଳେ ଦହିବା ବୋଇଲେ
Couplet 28
ଦେବତା ଋଷି ତୋଷମନେବର ଯାଚିଲେ ଯଜମାନେ
Couplet 29
ନିମିର ଦେହେ ପଶୁ ପ୍ରାଣଆମ୍ଭେ କରିବା ପରିତ୍ରାଣ
Couplet 30
ନିମି ଜୀବନ ସ୍ତମ୍ଭେ ଥିଲାଦେବଙ୍କୁ ପ୍ରତିବାକ୍ୟ କଲା
Couplet 31
ମୋ'ର ଶରୀରେ କାର୍ଯ୍ୟ ନାହିଁଅସାର ଅନିତ୍ୟ ଏ ଦେହୀ
Couplet 32
ସକଳ ଦୁଃଖ ଏ ଶରୀରେମରଣ ଭୟ ନିରନ୍ତରେ
Couplet 33
ଜନ୍ମ-ମରଣ ରାତ୍ରଦିନେଅଶେଷ ବ୍ୟାଧି ଅନୁକ୍ଷଣେ
Couplet 34
ମୂତ୍ର ପୂରୀଷ କୃମିସ୍ଥାନମାୟାରେ ହୋଏ ହତଜ୍ଞାନ
Couplet 35
କାମାଦିଶତ୍ରୁ ମଧ୍ୟେ ରହେନିରତେ ଅହଙ୍କାର ବହେ
Couplet 36
ମାୟା-ସମୁଦ୍ରେ ନିତ୍ୟେ ବୁଡ଼େଅନ୍ତେ ନରକ ପଥେ ପଡ଼େ
Couplet 37
ପୂରୀଷ ଭସ୍ମକୀଟ ଅନ୍ତେଦୁର୍ଗନ୍ଧ କରଇ ନିରତେ
Couplet 38
ରୋଗଙ୍କ ମନ୍ଦିର ମାତରସ୍ୱଭାବେ ଦୁଃଖ ଏ ଶରୀର
Couplet 39
ଏମନ୍ତେ ନିମିର ବଚନେସର୍ବଦେବତା ତୋଷମନେ
Couplet 40
ବୋଇଲେ ପ୍ରମାଣ ଏ ବାଣୀପୁଣି କ୍ଷଣକେ ମନେ ଗୁଣି
Couplet 41
ବୋଇଲେ ଶୁଣ ନରନାଥଆମ୍ଭର ବର ନୋହେ ବ୍ୟର୍ଥ
Couplet 42
ସକଳ ଜନ୍ତୁଙ୍କ ଲୋଚନେବସ ତୁ ନିମିଷ ବିଧାନେ
Couplet 43
ନିମିଷମତେ ସଂଖ୍ୟାକରକାଳର ଗଣନା ବେଭାର
Couplet 44
ଏମନ୍ତ ଦେବଙ୍କ ବଚନେବସିଲା ଜନ୍ତୁଙ୍କ ନୟନେ
Couplet 45
ଅଧ୍ୟାତ୍ମଗତି ନିତ୍ୟେ ତା'ରଏବେ ହୋ ଶୁଣ କୁରୁବୀର
Couplet 46
ଅରାଜ୍ୟଭୟେ ମହାଜନେସକଳେ ବିଚାରିଲେ ମନେ
Couplet 47
ଆମ୍ଭେ ଯେ ବେଦ-ମନ୍ତ୍ରସ୍ୱରେକୁଶେ ମନ୍ଥିବା ଏ ଶରୀରେ
Couplet 48
ଯେମନ୍ତେ ପୁତ୍ର ଜନ୍ମ ହେବନିର୍ଭୟେ ପ୍ରଜାଙ୍କୁ ପାଳିବ
Couplet 49
ଏମନ୍ତ ବିଚାରି ମନରେତକ୍ଷଣେ ଜନ୍ମିଲା କୁମରେ
Couplet 50
କୁଶେ ମନ୍ଥିଲେ ବେଦସ୍ୱରେତକ୍ଷଣେ ଜନ୍ମିଲା କୁମରେ
Couplet 51
ଜନ୍ମନ୍ତେ ଜନକ ହୋଇଲାବୈଦେହ ନାମ ବୋଲାଇଲା
Couplet 52
ମନ୍ଥନେ ମିଥିଳ ତା' ନାମବହେ ଅଶେଷ ଗୁଣଗ୍ରାମ
Couplet 53
ଏମନ୍ତେ ନିମିରାଜବଳାମିଥିଳାପୁର ବସାଇଲା
Couplet 54
ତା' ସୁତ ଉଦାବସୁ ନାମନନ୍ଦିବର୍ଦ୍ଧନ ତା' ନନ୍ଦନ
Couplet 55
ସୁକେତୁ ନାମେ ତା'ର ସୁତତା'ର ସନ୍ତତି ଦେବରାତ
Couplet 56
ଦେବରାତରୁ ବୃହଦ୍ରଥତା' ତହୁଁ ମହାବୀର୍ଯ୍ୟ ଜାତ
Couplet 57
ସୁଧୃତି ତାହାର କୁମରତା' ପୁତ୍ର ଧୃଷ୍ଟକେତୁ ବୀର
Couplet 58
ହର୍ଯ୍ୟଶ୍ୱ ତାହାର କୁମରମରୁ ତାହାଙ୍କ ବଂଶଧର
Couplet 59
ମରୁରୁ ପ୍ରତୀପକ ଜନ୍ମତା' ସୁତ କୃତରଥ ନାମ
Couplet 60
ତା'ର କୁମର ଦେବମୀଢ଼ଯା' ଚିତ୍ତ ଯୋଗାଭ୍ୟାସେ ଦୃଢ଼
Couplet 61
ବିଶ୍ରୁତ ତାହାର ସନ୍ତତିତା'ର କୁମର ମହାଧୃତି
Couplet 62
ତା' ସୁତ କୃତିରାତ ନାମଜୀବେ ଅଶେଷ ଗୁଣଗ୍ରାମ
Couplet 63
ତା'ର ସନ୍ତତି ମହାରୋମରୂପେ ଶଶାଙ୍କ ନୋହେ ସମ
Couplet 64
ସୁବର୍ଣ୍ଣରୋମା ତା' ତନୟେତା' ତହୁଁ ହ୍ରସ୍ୱରୋମା ହୋଏ
Couplet 65
ତା'ର କୁମର ସୀରଧ୍ୱଜତା'ର ମହିମା ମହାତେଜ
Couplet 66
ବିପ୍ରେ ଯେ ତା'ର ଯଜ୍ଞକାଳେଭୂମିକି ଚଷିଲେ ଲଙ୍ଗଳେ
Couplet 67
ଲଙ୍ଗଳ ଅଗ୍ରେ ସୀତା ଜାତଏଣୁ ସେ ସୀରଧ୍ୱଜ ଖ୍ୟାତ
Couplet 68
ତା'ର କୁମର କୁଶଧ୍ୱଜଧର୍ମଧ୍ୱଜ ତା'ର ତନୁଜ
Couplet 69
ତା' ତହୁଁ ବେନିପୁତ୍ର ଜାତଶୁଣ ହୋ ତାହାଙ୍କ ଚରିତ
Couplet 70
ସେ କୃତଧ୍ୱଜ ମିତଧ୍ୱଜଶୁଣ ତାହାଙ୍କର ତନୁଜ
Couplet 71
କୃତଧ୍ୱଜର କେଶିଧ୍ୱଜଖାଣ୍ତିକ୍ୟ ଆନର ତନୁଜ
Couplet 72
ଖାଣ୍ତିକ୍ୟ କେଶିଧ୍ୱଜ ବେନିସାଧିଲେ ଯୋଗବିଦ୍ୟା ଘେନି
Couplet 73
କେଶିଧ୍ୱଜରଠାରୁ ଭୟେପଳାଇ ଗଲା ଆନଠାଏ
Couplet 74
କେଶି ଧ୍ୱଜରୁ ଭାନୁମାନତା'ର ତନୁଜ ଶତଦ୍ୟୁମ୍ନ
Couplet 75
ଶୁଚି ନାମରେ ତା' ତନୁଜତା'ର ତନୁଜ ସନଦ୍ୱାଜ
Couplet 76
ଉର୍ଜ୍ଜକେତୁ ଯେ ତହୁଁ ଜାତତାହାର ପୁତ୍ର ପୁରୁଜିତ
Couplet 77
ଅରିଷ୍ଟ ନେମି ସୁତ ତା'ରଶ୍ରୁତାୟୁ ତାହାର କୁମର
Couplet 78
ତା'ର ତନୟ ସୁପାର୍ଶ୍ୱକତା' ସୁତ ଚିତ୍ରରଥ ଲେଖ
Couplet 79
କ୍ଷେମାଧି ନାମେ ତା'ର ସୁତତା'ର ତନୟ ସମରଥ
Couplet 80
ତାହାର ପୁତ୍ର ସତ୍ୟରଥଉପଗୁରୁ ଯେ ତା'ର ସୁତ
Couplet 81
ତାହାର ପୁତ୍ର ଉପଗୁପ୍ତବସ୍ୱନନ୍ତ ଯେ ତା'ର ସୁତ
Couplet 82
ଯୁଯୁଧ ତା'ର ପୁତ୍ର ନାମତା' ତହୁଁ ହେଲା ସୁଭାଷଣ
Couplet 83
ତା' ସୁତ ଶ୍ରୁତ ତହୁଁ ଜୟତାହାର ତନୟ ବିଜୟ
Couplet 84
ତା' ତହୁଁ ଋତ ହେଲା ଜାତଶୁନକ ତାହାର ଯେ ସୁତ
Couplet 85
ବୀତହବ୍ୟ ଯେ ତା' ସନ୍ତତିତାହାର ତହୁଁ ଜାତ ଧୃତି
Couplet 86
ତାହାର ପୁତ୍ର ବହୁଳାଶ୍ୱତା' ସୁତ କୃତି ମହାଯଶ
Couplet 87
ଜନକବଂଶେ ରାଜା ଯେତେକହିଲୁ ଭୂତ ଭବିଷ୍ୟତେ
Couplet 88
ସେ ସର୍ବେ ଯୋଗବିଦ୍ୟା ସାଧିତରିଲେ ସଂସାର ଜଳଧି
Couplet 89
ରବିର ବଂଶେ ରାଜା ଯେତେସେ କଥା ବଂଶାନୁଚରିତେ
Couplet 90
ତୋତେ କହିଲି ପ୍ରିୟଭାବେସୋମର ବଂଶ ଶୁଣ ଏବେ
Couplet 91
ବୋଲଇ ଦାସ ଜଗନ୍ନାଥନବମସ୍କନ୍ଧେ ଭାଗବତ