Skandha 9
Adhyaya 12
Couplet 1
ଶୁଣ ପରୀକ୍ଷ ମହୀପତିଶ୍ରୀରଘୁନାଥଙ୍କ ସନ୍ତତି
Couplet 2
ଅତିଥି କୁଶର ନନ୍ଦନନିଷଧ ତା'ର ତହୁଁ ଜନ୍ମ
Couplet 3
ନଭ ତାହାର ହୁଏ ସୁତତା' ପୁତ୍ର ପୁଣ୍ତରୀକ ଖ୍ୟାତ
Couplet 4
ତା' ପୁତ୍ର କ୍ଷେମଧନ୍ୱା ନାମରୂପେ ସୁନ୍ଦର ଅନୁପମ
Couplet 5
ତା'ର କୁମର ଦେବାନୀକଅନୀହ ତା'ର ପୁତ୍ର ଏକ
Couplet 6
ତା'ର ତନୟ ପାରିପାତ୍ରବଳସ୍ଥଳ ନାମ ତା' ସୁତ
Couplet 7
ତା'ର ସନ୍ତତି ବଜ୍ରନାଭଅର୍କର ଅଂଶେ ସେ ସମ୍ଭବ
Couplet 8
ସଗଣ ତାହାର ତନୟେବିଧୃତି ତାର ବୀର୍ଯ୍ୟେ ହୋଏ
Couplet 9
ହିରଣ୍ୟନାଭ ତା' ସନ୍ତତିଯୋଗ ବିଦ୍ୟାରେ ତା'ର ଖ୍ୟାତି
Couplet 10
ତା' ଗୁରୁ ଅଟନ୍ତି ଜୈମିନିତା' ଶିଷ୍ୟ ଯାଜ୍ଞବଲ୍କ୍ୟ ମୁନି
Couplet 11
ଅଭ୍ୟାସ ଯା'ର ଚାରିବେଦେତେଜେ ହୃଦୟଗ୍ରନ୍ଥି ଭେଦେ
Couplet 12
ହିରଣ୍ୟନାଭର କୁମରପୁଷ୍ପ ଅଭ୍ୟାସ ଯଜ୍ଞେ ଯା'ର
Couplet 13
ତା'ର କୁମର ଧ୍ରୁବସନ୍ଧିଯା' ବଂଶେ ଧାନ୍ତି ଅଷ୍ଟନିଧି
Couplet 14
ତା'ର କୁମର ସୁଦର୍ଶନତାହାର ପୁତ୍ର ଅଗ୍ନିବର୍ଣ୍ଣ
Couplet 15
ଶୀଘ୍ର ଜନମ ତାହାଠାରୁତାହାର ସୁତ ଅଟେ ମରୁ
Couplet 16
ମରୁ ଯେ ଶୀଘ୍ରର ତନୟେଯେ ନିତ୍ୟେ ଯୋଗକର୍ମ ଧ୍ୟାୟେ
Couplet 17
କଳାପ ଗ୍ରାମେ ବସି ଧ୍ୟାନେଯନ୍ତ୍ରିତ ନିତ୍ୟେ ତତ୍ତ୍ୱଜ୍ଞାନେ
Couplet 18
ଯୋଗ ସାଧଇ ଯେବା ଅର୍ଥେଶୁଣ କହିବା ତୋ' ଅଗ୍ରତେ
Couplet 19
କଳିର ଅନ୍ତେ ସୂର୍ଯ୍ୟବଂଶସେ ପୁଣି କରିବ ପ୍ରକାଶ
Couplet 20
ପ୍ରସୁଶ୍ରୁତ ତା'ର ତନୟେତା' ସୁତ ସନ୍ଧିନାମ ବହେ
Couplet 21
ଅମର୍ଷଣ ଯେ ତା'ର ସୁତମହସ୍ୱାନ ଯେ ତହୁଁ ଜାତ
Couplet 22
ତା'ର କୁମର ବିଶ୍ୱବାହୁତା'ର ମହିମା କେବା କହୁ
Couplet 23
ପ୍ରସେନଜିତ ତା'ର ପୁତ୍ରତକ୍ଷକ ନାମେ ତା'ର ସୁତ
Couplet 24
ବୃହଦବଳ ତା'ର ସୁତତୋ' ପିତା ଅର୍ଥେ ରଣେ ହତ
Couplet 25
ଇକ୍ଷ୍ୱାକୁ ବଂଶେ ଯେତେ ରାଜାଧର୍ମେ ପାଳିଲେ ଜନପ୍ରଜା
Couplet 26
ଶୁଣ ପରୀକ୍ଷ କହୁଁ ଏବେଭବିଷ୍ୟେ ଯେତେ ଉପୁଜିବେ
Couplet 27
ବୃହଦବଳ ପୁତ୍ର ଶୁଣନାମ ହୋଇବ ବୃହଦ୍ରଣ
Couplet 28
ତାହାର ପୁତ୍ର ଉରୁପ୍ରିୟବତ୍ସବୃଦ୍ଧ ତା'ର ତନୟ
Couplet 29
ତା'ର କୁମର ପ୍ରତିବ୍ୟୋମଭାନୁ ନାମେ ତା'ର ନନ୍ଦନ
Couplet 30
ଦିବାକ ତାହାର ସନ୍ତତିସେ ହେବ ଯୁଦ୍ଧେ ସେନାପତି
Couplet 31
ତା'ର ତନୟ ସହଦେବତହୁଁ ବୃହଦଶ୍ୱ ସମ୍ଭବ
Couplet 32
ତା'ର କୁମର ଭାନୁମାନପ୍ରତିକାଶ୍ୱ ତା'ର ନନ୍ଦନ
Couplet 33
ସୁପ୍ରତୀକ ତହୁଁ ସମ୍ଭବତା' ପୁତ୍ର ହେବ ମରୁଦେବ
Couplet 34
ତା'ର ନନ୍ଦନ ସୁନକ୍ଷତ୍ରପୁଷ୍କର ହେବ ତା'ର ପୁତ୍ର
Couplet 35
ଅନ୍ତରୀକ୍ଷ ତା'ର ସନ୍ତତିତହୁଁ ସୁତପା ଉତପତ୍ତି
Couplet 36
ଅମିତ୍ରଜିତ ତା' ନନ୍ଦନତା' ତହୁଁ ବୃହଦ୍ରାଜ ଜନ୍ମ
Couplet 37
ତା'ର ସନ୍ତାନ ରଣଞ୍ଜୟତା' ପୁତ୍ର ନାମଟି ସଞ୍ଜୟ
Couplet 38
ତା' ସୁତ ଶାକ୍ୟ ନାମେ ଖ୍ୟାତଶୁଦ୍ଧୋଦ ତାହାର ଅପତ୍ୟ
Couplet 39
ଲାଙ୍ଗଳ ତାହାର କୁମରପ୍ରସେନଜିତ ସୁତ ତା'ର
Couplet 40
ତାହାର ନନ୍ଦନ କ୍ଷୁଦ୍ରକତା' ତହୁଁ ହୋଇବ ରଣକ
Couplet 41
ତା' ପୁତ୍ର ସୁରଥ ହୋଇବସୁମିତ୍ର ପୁତ୍ରେ ଶେଷ ହେବ
Couplet 42
ଈକ୍ଷ୍ୱାକୁ ବଂଶେ ରାଜା ଯେତେତୋତେ କହିଲି ଭବିଷ୍ୟତେ
Couplet 43
ସୁମିତ୍ର ଯାଏ କଳିଯୁଗେଏତେ ନୃପତି ହେବେ ଭୋଗେ
Couplet 44
ଆଦିତ୍ୟବଂଶାନୁଚରିତଯେ ଅବା ଭୂତ-ଭବିଷ୍ୟତ
Couplet 45
ତାହାଙ୍କ ଜନ୍ମ ଏ ସଂସାରେଶୁଣନ୍ତେ ସର୍ବପାପ ହରେ
Couplet 46
ବୋଲଇ ବିପ୍ର ଜଗନ୍ନାଥନବମସ୍କନ୍ଧେ ଭାଗବତ