Skip to content
paribhaasha

Skandha 9

Adhyaya 11

  1. Couplet 1

    କହନ୍ତି ଶୁକ ମହାଯତିଶୁଣ ପରୀକ୍ଷ ଚକ୍ରବର୍ତ୍ତୀ

  2. Couplet 2

    ଶ୍ରୀରାମ ରାଜ୍ୟେ ହୋଇ ରାଜାଆନନ୍ଦେ ପାଳି ଜନପ୍ରଜା

  3. Couplet 3

    ଉତ୍ତମ କଳ୍ପେ ଯଜ୍ଞ କଲେବଶିଷ୍ଠ ଆଦି ମୁନି ତୁଲେ

  4. Couplet 4

    ବିପ୍ରଙ୍କୁ ଚାରିବେଦୁଁ ବରିଦକ୍ଷିଣା ଦେଲେ ଚିତ୍ତ ଭରି

  5. Couplet 5

    ଭୂମିକି କରି ଚାରିଭାଗେଦକ୍ଷିଣା ଦେଲେ ଅନୁରାଗେ

  6. Couplet 6

    ହୋତାଙ୍କୁ ପୂର୍ବଦିଗ ଦେଲେଅଧ୍ୱର୍ଯ୍ୟୁ ପଶ୍ଚିମେ କଳ୍ପିଲେ

  7. Couplet 7

    ଉତ୍ତର ଦିଗ ସାମଗାନେବ୍ରହ୍ମାଙ୍କୁ ଦକ୍ଷିଣ ବିଧାନେ

  8. Couplet 8

    ବ୍ରାହ୍ମଣେ ଦେଲେ ଚାରିଦିଶଆଚାର୍ଯ୍ୟେ ଦେଲେ ଅବଶେଷ

  9. Couplet 9

    ସୀତା ସଙ୍ଗତେ ରଘୁପତିଆଚରି ଗୃହସ୍ଥଙ୍କ ଗତି

  10. Couplet 10

    ଅନେକ ବସ୍ତ୍ର-ରତ୍ନ-ଧନେସନ୍ତୋଷ କରି ସର୍ବଜନେ

  11. Couplet 11

    ଆଚରି ଗୃହମେଧି-ଧର୍ମବେଦ ବିହିତ ଯେତେ କର୍ମ

  12. Couplet 12

    ବ୍ରାହ୍ମଣେ ଦେଖି ସାଧୁକଥାମନେ ନ କଳ୍ପି ଅନ୍ୟ ଚିନ୍ତା

  13. Couplet 13

    ରାମର ନିକଟେ ମିଳିଲେଅନେକ ସ୍ତୁତି ବାକ୍ୟ କଲେ

  14. Couplet 14

    କହିଲେ ପ୍ରିୟଭାବେ ବହିଭୋ ନାଥ ଏତେ କାର୍ଯ୍ୟ ନାହିଁ

  15. Couplet 15

    ଆମ୍ଭେ କହିଲୁ ବେଦଧର୍ମେତୋତେ ନ ଜାଣି ମତିଭ୍ରମେ

  16. Couplet 16

    ତୋହର ରାଜ୍ୟ ତୁହି ନିଅଆମ୍ଭର ହୃଦେ ସଦା ଥାଅ

  17. Couplet 17

    ଏମନ୍ତେ କିଛି ଦିନ ଗଲାଶୁଣ ହୋ ଗୋବିନ୍ଦର ଲୀଳା

  18. Couplet 18

    ଦିନେକ ରାମ ରାତ୍ରକାଳେବୁଲନ୍ତି ନିଜ ଭୃତ୍ୟ ତୁଲେ

  19. Couplet 19

    ଯଶ ଅଯଶ କେ କି ଚିନ୍ତେଏମନ୍ତେ ବିଚାରି ଗୁପତେ

  20. Couplet 20

    ଶୁଣିଲେ ଏକ ଗୃହାଶ୍ରମେପତ୍ନୀକି ବୋଲେ ଗରୁତମେ

  21. Couplet 21

    ତୁ ଦୁଷ୍ଟା ନାରୀ ଘରୁ ଯାଅମୁଁ ନ ଛୁଇଁବି ତୋ'ର ଦେହ

  22. Couplet 22

    ଅସତୀ ପରଗୃହାଶ୍ରମୀମୁଁ ନୋହେ ରାମ ପ୍ରାୟେ କାମୀ

  23. Couplet 23

    ସେ ଯେହ୍ନେ ସୀତା ଘେନି ଘରେଆନନ୍ଦେ ଗୃହାଶ୍ରମ କରେ

  24. Couplet 24

    ଏମନ୍ତ ଶୁଣି ତା'ର ମୁଖେଗୃହେ ମିଳିଲେ ମନଦୁଃଖେ

  25. Couplet 25

    ଶୁଣିଣ ଲୋକ ଅପବାଦଚିନ୍ତା ବସିଲା ରାମ ହୃଦ

  26. Couplet 26

    ଲୋକାପବାଦ ନ ସହିଲେସୀତାରେ ରାମ କୋପ କଲେ

  27. Couplet 27

    ପ୍ରିୟାର ଗର୍ଭବାସ ଦେଖିତା'ର ବିଚ୍ଛେଦେ ହୋଇ ଦୁଃଖୀ

  28. Couplet 28

    ଏ ଲୋକ ଅପବାଦ ଭୟକରିବି କେବଣ ଉପାୟ

  29. Couplet 29

    ଲକ୍ଷ୍ମଣେ ରାଇ ରଘୁନାଥତା' ସଙ୍ଗେ ଭାଳିଲେ ଏକାନ୍ତ

  30. Couplet 30

    ବୋଇଲେ ସୀତାଙ୍କୁ ବିପିନେନିବେଶି ଆସ ତୁ ବହନେ

  31. Couplet 31

    ତକ୍ଷଣେ ରାଜା ଆଜ୍ଞା ପାଇସୀତାଙ୍କୁ ବନେ ନିବେଶଇ

  32. Couplet 32

    ସେ ମିଳେ ବାଲମୀକ ସ୍ଥାନେବେନିକୁମର ଜାତ ବନେ

  33. Couplet 33

    ବାଲ୍ମୀକି ଭ୍ରାନ୍ତି ଛାଡ଼ି ମନନିଜ କୁଟୀରେ ଦେଲେ ସ୍ଥାନ

  34. Couplet 34

    ବାଲ୍ମୀକି ଜାତକର୍ମ କଲେପୁତ୍ର ଦୁହିଙ୍କ ନାମ ଦେଲେ

  35. Couplet 35

    ପ୍ରଥମ କୁଶ ନାମେ ଖ୍ୟାତଅନ୍ୟ ଲବ ନାମେ ବିଦିତ

  36. Couplet 36

    ଏମନ୍ତେ କିଛିଦିନ ଅନ୍ତେରାମ ଚଳିଲେ ସୀତା ପଥେ

  37. Couplet 37

    ରାମ ଆଗମ ଶୁଣି କର୍ଣ୍ଣେତକ୍ଷଣେ ବରୁଣ-ଭୁବନେ

  38. Couplet 38

    ଜାନକୀ ହୋଇଲେ ପ୍ରବେଶମନେ ଅନେକ କରି ରୋଷ

  39. Couplet 39

    ସୀତାର ନ ପାଇଁ ସନ୍ଦେଶରାମ ଚଳିଲେ ନିଜ ଦେଶ

  40. Couplet 40

    ଲବ କୁଶକୁ ସଙ୍ଗେ ନେଲେକୁଶକୁ ଅଧିକାର ଦେଲେ

  41. Couplet 41

    ଅଙ୍ଗଦ ଚିତ୍ରକେତୁ ଦୁଇଲକ୍ଷ୍ମଣ ବୀର୍ଯ୍ୟେ ଜାତ ହୋଇ

  42. Couplet 42

    ତକ୍ଷ ପୁଷ୍କଳ ବେନି ଭାଇଭରତ ପତ୍ନୀ ଗର୍ଭେ ହୋଇ

  43. Couplet 43

    ସୁବାହୁ ଶ୍ରୁତସେନ ବୀରହୋଇଲେ ଶତ୍ରୁଘ୍ନ କୁମର

  44. Couplet 44

    ଭରତ ଦିଗବିଜେ କରିକୋଟି ଗନ୍ଧର୍ବବଳ ମାରି

  45. Couplet 45

    ଯୁଦ୍ଧେ ପାଇଲା ଯେତେ ଧନଦେଲା ସେ ରାମ ସନ୍ନିଧାନ

  46. Couplet 46

    ଶତ୍ରୁଘ୍ନ ଦିଗବିଜେ କରିଲବଣ ମଧୁପୁତ୍ର ମାରି

  47. Couplet 47

    ମଥୁରାପୁର ମଧୁବନେପୁରୀ ସ୍ଥାପିଲେ ପ୍ରଜାଜନେ

  48. Couplet 48

    ଧନ ଶ୍ରୀରାମ ଆଗେ ଦେଲାପୁତ୍ରକୁ ତହିଁ ରାଜା କଲା

  49. Couplet 49

    ଲକ୍ଷ୍ମଣ ଚନ୍ଦ୍ରଜ୍ୟୋତି ପୁରୀପୁତ୍ରକୁ ତହିଁ ରାଜା କରି

  50. Couplet 50

    ରାମ ଯେ ଜାନକୀ ବିଚ୍ଛେଦେମନ ନ କଳ୍ପେ ରାଜପଦେ

  51. Couplet 51

    ସୀତାର ଗୁଣ ଚିନ୍ତି ମନେନିଦ୍ରା ନ ମାଡ଼ଇ ନୟନେ

  52. Couplet 52

    କଣ୍ଠ-କୁଣ୍ଠିତ ଶୋକେ ପୂରିଚିତ୍ତକୁ ନ ପାରନ୍ତି ଧରି

  53. Couplet 53

    ସ୍ତିରୀ ପୁରୁଷ ସଙ୍ଗ ଏହିକେ ସହେ ନରଦେହ ବହି

  54. Couplet 54

    ସେ ଦିନୁ ବ୍ରହ୍ମଚର୍ଯ୍ୟ କରିରାମ ହୋଇଲେ ବ୍ରହ୍ମଚାରୀ

  55. Couplet 55

    ବର୍ଷସହସ୍ର ତ୍ରୟୋଦଶନିରତେ ବ୍ରହ୍ମଚାରୀ ବେଶ

  56. Couplet 56

    ଅଖଣ୍ତ ଅଗ୍ନିହୋତ୍ର କଲେବଶିଷ୍ଠ ଆଦି ମୁନି ତୁଲେ

  57. Couplet 57

    ଦକ୍ଷିଣା ଦେଲେ ତୋଷ ଚିତ୍ତେସନ୍ଧ୍ୟା-ମଧ୍ୟାହ୍ନେ ଅବିରତେ

  58. Couplet 58

    ସଂସାରେ ସ୍ଥାପି ନିଜ ଯଶସ୍ୱଧାମେ ହୋଇଲେ ପ୍ରବେଶ

  59. Couplet 59

    ଲବକୁଶଙ୍କୁ ରାଜ୍ୟ ଦେଇସକଳ ଜନପ୍ରଜା ରାଇ

  60. Couplet 60

    ଚତୁର୍ଦ୍ଧାରୂପେ ରଘୁନାଥଚଳିଲେ ଉତ୍ତରର ପଥ

  61. Couplet 61

    ସ୍ଥାବର ଜଙ୍ଗମାଦି କୀଟଘେନି ଚଳିଲେ ବଇକୁଣ୍ଠ

  62. Couplet 62

    ବୋଲନ୍ତି ଶୁକ ବ୍ରହ୍ମଋଷିଶୁଣ ହୋ ରାଜା କୁରୁବଂଶୀ

  63. Couplet 63

    ରାମ ଚରିତ ତୋ' ଅଗ୍ରତେସଂକ୍ଷେପେ କହିଲି ମୁଁ ଯେତେ

  64. Couplet 64

    ଏହା ଯେ ଶ୍ରବଣେ ଶୁଣନ୍ତିଦୁର୍ଗମ ସଙ୍କଟୁ ତରନ୍ତି

  65. Couplet 65

    ରାମ ଚରିତ ପୁଣ୍ୟକଥାଯେଣେ ଖଣ୍ତଇ ଭବବ୍ୟଥା

  66. Couplet 66

    ବୋଲଇ ଦାସ ଜଗନ୍ନାଥନବମସ୍କନ୍ଧେ ଭାଗବତ

Odia Bhagabata skandha 9 adhyaya 11 | Parbani by ParibhaAsha App