Skandha 9
Adhyaya 10
Couplet 1
ଏବେ ହୋ ଶୁଣ ମହୀପତିଯେ ବଂଶେ ଯାହାର ସନ୍ତତି
Couplet 2
ଯେ କୁଳେ ଯେବା ଅଧିପତିଶୁଣନ୍ତେ ପାପ ବିନାଶନ୍ତି
Couplet 3
ଖଟ୍ୱାଙ୍ଗୁ ଦୀର୍ଘବାହୀ ନାମପୁତ୍ର ହୋଇଲା ଗୁଣଧାମ
Couplet 4
ରଘୁ ତାହାର ତହୁଁ ଜାତସକଳ ଗୁଣେ ସୁବିଖ୍ୟାତ
Couplet 5
ଅଜ ତାହାର ବୀର୍ଯ୍ୟେ ଜାତତା'ର କୁମର ଦଶରଥ
Couplet 6
ସେ ଦଶରଥ ଘରେ ହରିଜନ୍ମିଲେ ନରଦେହ ଧରି
Couplet 7
ଚତୁର୍ଦ୍ଧା ରୂପେ ଦେବକାର୍ଯ୍ୟେଜନ୍ମିଲେ ଦଶରଥ ବୀର୍ଯ୍ୟେ
Couplet 8
ରାମ ଲକ୍ଷ୍ମଣ ଶତ୍ରୁଘନଭରତ ତୁଲେ ଚାରିଜଣ
Couplet 9
ସେ ରାମ ଚରିତ ତୁ ସୁଖେଶୁଣିଛୁ ଋଷିଙ୍କର ମୁଖେ
Couplet 10
ପିତା ବଚନେ ରାଜ୍ୟ ଛାଡ଼ିପଦ୍ମ ଚରଣେ ଭୂମି ମାଡ଼ି
Couplet 11
ଲକ୍ଷ୍ମଣ ସୀତାର ସମେତେଯେ ଦୁଃଖେ ବଞ୍ଚିଲେ ବନସ୍ତେ
Couplet 12
ସୁଗ୍ରୀବ ତୁଲେ ମିତ୍ର କରିବିରୂପ କଲେ ସେ ଅସୁରୀ
Couplet 13
ତା' ଶୁଣି ରାବଣ ଅଇଲାବନରୁ ସୀତା ହରି ନେଲା
Couplet 14
ପ୍ରିୟା ବିଚ୍ଛେଦେ ହୋଇ ଅନ୍ଧସମୁଦ୍ରେ କଲେ ସେତୁବନ୍ଧ
Couplet 15
ପ୍ରଥମେ ବିଶ୍ୱାମିତ୍ର ସଙ୍ଗେଯଜ୍ଞ ରଖିଲେ ଅନୁରାଗେ
Couplet 16
ମାରୀଚ ଆଦି ନିଶାଚରେରାତ୍ରେ ମିଳିଲେ ଯଜ୍ଞଘରେ
Couplet 17
ଲକ୍ଷ୍ମଣ ତୁଲେ ତା ସଂହାରିମୁନିଙ୍କ ଯଜ୍ଞ ରକ୍ଷା କରି
Couplet 18
ସେ ପୁଣି ସୀତା ସ୍ୱୟମ୍ବରେମିଳିଲେ ବିଦେହ ନଗରେ
Couplet 19
ଭାଙ୍ଗିଲେ ଈଶ୍ୱର-କୋଦଣ୍ତବାଳକେ ଯେହ୍ନେ ଇକ୍ଷୁଦଣ୍ତ
Couplet 20
ଅଶେଷ ରାଜାଗଣ ଜିଣିସୀତାଙ୍କୁ ସ୍ୱୟମ୍ବରୁ ଆଣି
Couplet 21
ଅଯୋଧ୍ୟା ନଗରେ ଆସନ୍ତେପରଶୁରାମ ବନପଥେ
Couplet 22
ବୋଲଇ ଶ୍ରୀରାମଙ୍କୁ ଚାହିଁଧନୁ ଭାଙ୍ଗିଲୁ ବଳେ ତୁହି
Couplet 23
ମୋ' ଧନୁ ବେନିକରେ ବାହନୋହିଲେ ସୀତା ମୋତେ ଦିଅ
Couplet 24
ଏମନ୍ତ ତା'ର ବାକ୍ୟଘୋରେତା' ଧନୁ ଧରି ବାମକରେ
Couplet 25
ତକ୍ଷଣେ ଭୃଗୁପତି ବୋଲେଜଂଘେ ବସାଇ ଗୁଣ ଦେଲେ
Couplet 26
ରାମର ଦେଖି ଘୋରତମପାଦେ ନମିଲେ ପର୍ଶୁରାମ
Couplet 27
ସୀତାକୁ ଆଣି ନିଜପୁରେପ୍ରବେଶ ହୋଇଲେ ସତ୍ୟରେ
Couplet 28
ପିତା ଯେ ପତ୍ନୀବଶ ହୋଇଯାହା ବୋଇଲା କଇକେୟୀ
Couplet 29
ମୋର ତନୟ ରାଜା ହେଉତୋ' ସୁତ ରାମ ବନେ ଯାଉ
Couplet 30
ସେ ରାମ ପିତାର ବଚନେତକ୍ଷଣେ ଚଳିଲେ ବିପିନେ
Couplet 31
ବନେ ବୁଲନ୍ତି ବେନିଭାଇଜନକ ସୁତା ସଙ୍ଗେ ଲଇ
Couplet 32
ରାବଣ ଭଗ୍ନୀ ସୂର୍ପଣଖାମାୟାରେ ବଳେ ଦେଲା ଦେଖା
Couplet 33
ଲକ୍ଷ୍ମଣ ରଘୁନାଥ ବୋଲେତା ନାସା ଶ୍ରବଣ ଛେଦିଲେ
Couplet 34
ତା' ଛଳେ ରାତ୍ରିଚରଗଣଉଭାରି କଲେ ଘୋରରଣ
Couplet 35
ଖର ଦୂଷଣ ଯେ ତ୍ରିଶିରଯୁଦ୍ଧେ ମିଳିଲେ ମହାବୀର
Couplet 36
ସୂର୍ପଣଖାର ବନ୍ଧୁଗଣେଯେତେ ମିଳିଲେ ଘୋରରଣେ
Couplet 37
ତା'ଙ୍କୁ ଛେଦିଲେ ତୀକ୍ଷ୍ଣ ଶରେଅଶେଷଜନ ଉପକାରେ
Couplet 38
ଚଉଦ ସହସ୍ର ଯେ ବଳଛେଦିଲେ ଦଶରଥ-ବାଳ
Couplet 39
ବରଷାଋତୁ ଆଗମନେପଶିଲେ ରାମ ଘୋରବନେ
Couplet 40
ତିନ୍ତୁଳି ବୃକ୍ଷ ତଳେ ରହିପଲ୍ଲବେ କୁଟୀର ଭିଆଇ
Couplet 41
ସୀତାର ରୂପଗୁଣ କଥାଶୁଣି ରାବଣ ମନେ ବ୍ୟଥା
Couplet 42
ଚିତ୍ତ ପୀଡ଼ିତ କାମଶରେରାକ୍ଷସ ପଶେ ଅନ୍ତଃପୁରେ
Couplet 43
ମାରୀଚ ରାବଣ ଆଦେଶେମିଳିଲା ରଘୁନାଥ ପାଶେ
Couplet 44
ଅଦ୍ଭୁତ ବିଧାତାର ଯୋଗବନେ ମିଳିଲା ମାୟାମୃଗ
Couplet 45
ବନେ ସୁବର୍ଣ୍ଣମୃଗ ଦେଖିରାମଙ୍କୁ ବୋଲେ ଚନ୍ଦ୍ରମୁଖୀ
Couplet 46
ଭୋ ନାଥ ମୋର କ୍ରୀଡ଼ା ଅର୍ଥେସୁବର୍ଣ୍ଣ ମୃଗ ଦିଅ ମୋତେ
Couplet 47
ସେ ରାମ ନାରୀବଶ ହୋଇଧନୁ-ନାରାଚ କରେ ନେଇ
Couplet 48
ଧାଇଁଲେ ମୃଗବଧ ଅର୍ଥେସେ ପଶେ ଗହନ ବନସ୍ତେ
Couplet 49
ତାହାକୁ ମାରିବାର କାଳେଶବଦ କଲା ସେ ବିକଳେ
Couplet 50
ରଖ ହେ ଲକ୍ଷ୍ମଣ ଶୁଭିଲାଜାନକୀ ଲକ୍ଷ୍ମଣେ କହିଲା
Couplet 51
ଲକ୍ଷ୍ମଣେ ଯାଅ ବେଗ ହୋଇସ୍ୱାମୀଙ୍କି ବିପତ୍ତି ପଡଇ
Couplet 52
ତକ୍ଷଣେ ଧନୁ ଧରି ହସ୍ତେଗଲେ ଶ୍ରୀରାମଚନ୍ଦ୍ର ପଥେ
Couplet 53
ରାବଣ ମିଳି ବୃକ୍ଷତଳେସୀତାଙ୍କୁ ନେଲା ଅନ୍ତରାଳେ
Couplet 54
ସୀତା ବିଚ୍ଛେଦେ ଦୁଃଖମନେତହୁଁ ଚଳିଲ ଅନ୍ୟବନେ
Couplet 55
ସ୍ତିରୀ ସଙ୍ଗତ ଦୋଷବାଦେଅବଶ୍ୟ ପଡ଼ଇ ପ୍ରମାଦେ
Couplet 56
ତକ୍ଷଣେ ଏମନ୍ତ କହିଲେଜଟାୟୁଶକୁ ଦଗ୍ଧ କଲେ
Couplet 57
କବନ୍ଧ ନାମେ ମହାସୁରବେଗେ ନାଶିଲେ ପ୍ରାଣ ତା'ର
Couplet 58
ତହୁଁ ଚଳିଲେ ଦୁଃଖମନେମିଳିଲେ ଋଷ୍ୟମୂକ ବନେ
Couplet 59
ସୁଗ୍ରୀବ ତୁଲେ ମିତ୍ର କରିସେ ବନେ ବାଳିକି ସଂହାରି
Couplet 60
ଅଙ୍ଗଦ ହନୁମାନ ତୁଲେସମୁଦ୍ର ନିକଟେ ମିଳିଲେ
Couplet 61
ପ୍ରିୟା ବିଚ୍ଛେଦେ ଦୁଃଖମନଜାଣିଲେ ବରୁଣ ରାଜନ
Couplet 62
ସ୍ୱଭାବେ ଦୁର୍ଗମ ଗଭୀରଭ୍ରମନ୍ତି ମଗର କୁମ୍ଭୀର
Couplet 63
ତକ୍ଷଣେ ନିଜ ରୂପ ଧରିରାମର ପାଦେ ନମସ୍କାରି
Couplet 64
ଅନେକ ସ୍ତୁତିବାକ୍ୟ କଲାସେତୁବନ୍ଧନେ ମାର୍ଗ ଦେଲା
Couplet 65
ବୋଲଇ ଭାବଭକ୍ତି ବହିରାବଣ ବଧ କରି ତୁହି
Couplet 66
ସକଳ ଅସୁର ସଂହାରିବେଗେ ତୁ ଲଭ ନିଜ ନାରୀ
Couplet 67
ତୋ ଯଶ ରହୁ ଦଶଦିଶେମୁନିଏ ଗାଇବେ ହରଷେ
Couplet 68
ସୁଗ୍ରୀବ ନୀଳ ହନୁମନ୍ତଅଙ୍ଗଦ ତୁଲେ କପିଯୂଥ
Couplet 69
ଚଳନ୍ତୁ ରକ୍ଷବଳ ସଙ୍ଗେଲଙ୍କା ଗମନ କର ବେଗେ
Couplet 70
ନିକୁମ୍ଭ କୁମ୍ଭ ଇନ୍ଦ୍ରଜିତଧୂମ୍ରାକ୍ଷ ଆଦି ଯେତେ ଯୂଥ
Couplet 71
ଏ ଆଦି ଯେତେ ଘୋରସୈନ୍ୟକୁମ୍ଭକର୍ଣ୍ଣାଦି ବୀରମାନ
Couplet 72
ଶୂଳ ଖଡ଼ଗ ଗଦା ରିଷ୍ଟିଭୂଷଣ୍ତି ତୀକ୍ଷ୍ଣ ଶରବୃଷ୍ଟି
Couplet 73
ପ୍ରହାର ଅସୁର ସମୂହେସମୂଳେ ହୋନ୍ତି ଯେଣେ କ୍ଷୟେ
Couplet 74
ସୁଗ୍ରୀବ ଲକ୍ଷ୍ମଣ ସହିତେଗନ୍ଧମାଦନ ହନୁମନ୍ତେ
Couplet 75
ଏ ଆଦି ଋକ୍ଷବଳ ତୁଲେରାବଣ ସଂହାର ତୁ ବଳେ
Couplet 76
ଏମନ୍ତ ବରୁଣର ବାଣୀଶୁଣି ଚଳିଲେ ରଘୁମଣି
Couplet 77
ସଙ୍ଗତେ ଘେନି କପିବଳଲଙ୍କାରେ ସଂଯୋଜି ଅନଳ
Couplet 78
ରାକ୍ଷସ ତୁଲେ ଯୁଦ୍ଧ କରିଅନେକ ବଳ ତା ସଂହାରି
Couplet 79
ସୀତାହରଣ ଦୋଷଫଳେସଂଗ୍ରାମେ ନ ଶିଲେ ସକଳେ
Couplet 80
ଦେଖିଣ ବୀରଙ୍କ ମରଣରଥ ଆରୋହିଲା ରାବଣ
Couplet 81
ମାତଳି ଘେନି ଦିବ୍ୟଯାନେମିଳିଲା ରାମ ସନ୍ନିଧାନେ
Couplet 82
ରାମ ରାବଣ ମୁଖ ଚାହିଁକହନ୍ତି କୋପଭର ହୋଇ
Couplet 83
ମୋ' ନାରୀ ଆଣିଲୁ ଚୋରାଇତପ ପ୍ରଭାବେ ଗର୍ବ ବହି
Couplet 84
ଆଜ ସରିଲା ତପ ଫଳହେଳେ ଗଞ୍ଜିବି ତୋର ବଳ
Couplet 85
ଏମନ୍ତ କହି ରଘୁନାଥକୋପେ କୋଦଣ୍ତ ଧରି ହସ୍ତ
Couplet 86
ବଜ୍ର ସମାନ ରାମଶରଭେଦିଲା ରାବଣ ହୃଦର
Couplet 87
ରଥୁଁ ପଡ଼ିଲା ଭୂମିତଳେଦଶବଦନୁ ଶୋଣି ଗଳେ
Couplet 88
ଭୂମି କମ୍ପିଲା ଥରହରଶବଦ ଶୁଭେ ହାହାକାର
Couplet 89
ରାବଣ ହତ ଶୁଣି କର୍ଣ୍ଣେସଂଭ୍ରମେ ଅନ୍ତଃପୁର ଜନେ
Couplet 90
ତକ୍ଷଣେ ମନ୍ଦୋଦରୀ ତୁଲେରାକ୍ଷସୀଗଣ ଉଭାରିଲେ
Couplet 91
ରୋଦନ କରନ୍ତି ବିକଳେଶବଦେ ଭୁବନ ଉଚ୍ଛୁଳେ
Couplet 92
ମିଳିଲେ ରଣଭୂମି ମଧ୍ୟେସ୍ୱାମୀ ସମୀପେ ଶୋକନାଦେ
Couplet 93
ହୃଦରେ ବେନିକର ତାଡ଼ିହା ନାଥ ବୋଲି ପାଦେ ପଡ଼ି
Couplet 94
ରାକ୍ଷସ ନାରୀଙ୍କ ରୋଦନପୁରିଲା ଧରଣୀ ଗଗନ
Couplet 95
କାନ୍ଦନ୍ତି ସ୍ୱାମୀ କୋଳେ ଧରିନାରୀଙ୍କ ତୁଲେ ମନ୍ଦୋଦରୀ
Couplet 96
ବଜ୍ର ସମାନ ରାମ ଶରଭେଦିଲା ତୋ'ର ହୃଦୟର
Couplet 97
ଭୋ ନାଥ ତୋହର ମରଣେପଶିବୁ କାହାର ଶରଣେ
Couplet 98
ତିନିଭୁବନେ ବୀରପଣଅନାଥ କଲୁ ନାରୀଗଣ
Couplet 99
ତୋ'ର ମରଣେ ଲଙ୍କାପୁରୀଢାଳେ ହୋଇଲା ହତଶିରୀ
Couplet 100
ତୁ ନାଥ କାମେ ଭୋଳ ହୋଇଛଳେ ହରିଲୁ ବଇଦେହୀ
Couplet 101
ସେ ଦୋଷ ତୋତେ ନାଶ କଲାମରଣଦଶା ଭିଆଇଲା
Couplet 102
ଅନାଥ କଲୁ ସର୍ବନାରୀଆମ୍ଭ ସଙ୍ଗତେ ଲଙ୍କାପୁରୀ
Couplet 103
ଦେହକୁ କଲୁ ଗୁଧ୍ରଗ୍ରାସନରକେ ହୋଇବୁ ପ୍ରବେଶ
Couplet 104
ଏମନ୍ତ କହି ନାରୀଗଣେପ୍ରାଣ ଛାଡ଼ିଲେ ହୁତାଶନେ
Couplet 105
ରହିଲା ମନ୍ଦୋଦରୀ ଶେଷଏବେ ହୋ ଶୁଣ କୁରୁଶିଷ
Couplet 106
ରାବଣ ଭାଇ ବିଭୀଷଣଥିଲା ଯେ ଶ୍ରୀରାମେ ଶରଣ
Couplet 107
ତାହାକୁ ଦେଲେ ମନ୍ଦୋଦରୀଲଙ୍କାରେ ଅଭିଷେକ କରି
Couplet 108
ବୋଇଲେ ପ୍ରଭୁ ରଘୁବୀରଏବେ ତୁ ପ୍ରେତକାର୍ଯ୍ୟ କର
Couplet 109
ଏମନ୍ତ ଆଜ୍ଞା ତା'କୁ ଦେଲେଅଶୋକ ବିପିନେ ମିଳିଲେ
Couplet 110
ସୀତା ଦେଖିଲେ ବେନି ଡୋଳେଅଧୋବଦନେ ବୃକ୍ଷ ମୂଳେ
Couplet 111
ରାମ-ବିଚ୍ଛେଦ ଦୁଃଖଭରଶୁଖିଛି ସୁରଙ୍ଗ ଅଧର
Couplet 112
ନୟନେ ଅଶ୍ରୁଜଳ ପୂରିହା ସୀତା ବୋଲି କରେ ଧରି
Couplet 113
ଜାନକୀ ପ୍ରଭୁ ମୁଖ ଚାହିଁବେଗେ ଉଠିଲେ ଜ୍ଞାନ ପାଇ
Couplet 114
ଆଦିତ୍ୟ ଦେଖି ପଦ୍ମ ଯେହ୍ନେଅନାଇଁ ଉନ୍ମୀଳ ଲୋଚନେ
Couplet 115
ଅଗ୍ନିରେ ପ୍ରବେଶ ହୋଇଲେସ୍ୱାମୀର ସନ୍ତୋଷ ବିହିଲେ
Couplet 116
ଶ୍ରୀରାମହସ୍ତେ ହସ୍ତ ଦେଇକାଞ୍ଚନ ବିମାନ ଆରୋହି
Couplet 117
ଲକ୍ଷ୍ମଣ ହନୁମନ୍ତ ତୁଲେରାମ ବିମାନେ ବିଜେ କଲେ
Couplet 118
ବିଭୀଷଣକୁ ଦାଶରଥିଲଙ୍କାରେ କରି ଅଧିପତି
Couplet 119
ବୋଇଲେ ହୁଅ ତୁ ଅମରଏ ଲଙ୍କା କଳ୍ପେ ଭୋଗ କର
Couplet 120
ବିଭୀଷଣକୁ ରାଜା କରିରାମ ବିଜୟେ ନିଜପୁରୀ
Couplet 121
ପିତା ଆଦେଶେ ବନବାସପୂରିଲା ଚଉଦ ବରଷ
Couplet 122
ରାମ ବିଜୟେ ଇନ୍ଦ୍ର ଚାହିଁସ୍ୱର୍ଗୁ କୁସୁମ ବରଷଇ
Couplet 123
ଗଗନେ ଦେବେ ପନ୍ତିପନ୍ତିରାମ-ବିଜୟ ଉଚ୍ଚାରନ୍ତି
Couplet 124
ରାମ-ବିଚ୍ଛେଦେ ଦୁଃଖମନେଭରତ ଥିଲା ତପୋବନେ
Couplet 125
ତା'ର ଚରିତ ଶୁଣି କର୍ଣ୍ଣେଯେବା କହିଲେ ମୁନିଜନେ
Couplet 126
କଠୋର ତପ ବନେ କରିସେ ବ୍ରହ୍ମଚାରୀ ରୂପ ଧରି
Couplet 127
ଯାବକ ଭକ୍ଷେ ଗୋରୁମୂତ୍ରେବଳ୍କଳ ପିନ୍ଧି କଟିସୂତ୍ରେ
Couplet 128
ପିଙ୍ଗଳ ଜଟା ଶିରେ ବହେରାତ୍ରେ ଭୂମିରେ ବୀର ଶୋଏ
Couplet 129
ରାମପାଦୁକା ଅଗ୍ରେ ଥୋଇନିଶ୍ଚଳ ଚିତ୍ତେ ନିତ୍ୟେ ଧ୍ୟାୟି
Couplet 130
ସେ ରାମ ମୁନିଗଣ ତୁଲେଭରତ ଆଶ୍ରମେ ମିଳିଲେ
Couplet 131
ତାହାର ହସ୍ତ ରାମ ଧରିସଦୟଚିତ୍ତେ କୋଳ କରି
Couplet 132
ରାମ ଲକ୍ଷ୍ମଣ ହନୁମନ୍ତସଙ୍ଗତେ ଚଳିଲେ ଭରତ
Couplet 133
ରାମପାଦୁକା ଶିରେ ଶୋହେତପସ୍ୱୀରୂପେ ଜନ ମୋହେ
Couplet 134
ମିଳିଲେ ଅଯୋଧ୍ୟା ନିକଟେସରଯୂନଦୀ ପୂର୍ବତଟେ
Couplet 135
ରାମର ଆଗମନ-ପଥେମିଳିଲେ ପାତ୍ର-ପୁରୋହିତେ
Couplet 136
ବେଦ-ଶବଦେ ବିପ୍ରଜନେଶଙ୍ଖ ଦୁନ୍ଦୁଭି ବାଦ୍ୟ ସ୍ୱନେ
Couplet 137
ଦିବ୍ୟବିମାନ ଶ୍ରେଣୀ ସାଥେବୀରେଧାମନ୍ତି ବେଗେ ପଥେ
Couplet 138
ଧ୍ୱଜ ପତାକା ଶୋଭେ ସ୍ୱର୍ଣ୍ଣେଉତ୍ତମ ବାଜି ଗଜ ଯାନେ
Couplet 139
ଗଣିକାଯୂଥ ଅଗ୍ରେ ଶୋହେମାର୍ଗେ ଚଳନ୍ତେ ଜନମୋହେ
Couplet 140
ବିବିଧ ଉପାୟନ ହସ୍ତେଜୟ ଶବଦ କରି ପଥେ
Couplet 141
ଯୁବତୀ ଘେନି ଦୀପାବଳୀପଥେ ଦିଅନ୍ତ ହୁଳହୁଳି
Couplet 142
ବିପ୍ରଙ୍କୁ ଦେଖି ରଘୁନାଥଶିରେ ନିବେଶି ବେନି ହସ୍ତ
Couplet 143
ତାହାଙ୍କୁ ନମସ୍କାର କଲେସୀତା ଲକ୍ଷ୍ମଣ ଘେନି ତୁଲେ
Couplet 144
ଅଯୋଧ୍ୟାପୁର ଜନ ଯେତେରାମ ଆଗମ ଦେଖି ପଥେ
Couplet 145
ରାମ ଲକ୍ଷ୍ମଣ ସୀତା ଚାହିଁରଙ୍ଗେ ନାଚନ୍ତି ଗୀତ ଗାଇ
Couplet 146
ରାମ ପାଦୁକା ଘେନି ଶିରେଭରତ ଚଳଇ ସଧୀରେ
Couplet 147
ଭରତ ଚଳେ ରାମ ପାଶେବିବୁଧେ ଦେଖନ୍ତି ଆକାଶେ
Couplet 148
ଉତ୍ତମ ବ୍ୟଜନ-ରାମରେସୁଗ୍ରୀବ ବିଭୀଷଣ ଧରେ
Couplet 149
ଅଞ୍ଜନାସୁତ ବୀରମଣିଚଳନ୍ତି ଶ୍ୱେତଛତ୍ର ଘେନି
Couplet 150
ଶତ୍ରୁଘ୍ନ କରେ ଧନୁଶରପଥେ ଦେଖନ୍ତି ସୁରନର
Couplet 151
ଜାନକୀ କରେ କମଣ୍ତଳପୂରିତ ନାନା ତୀର୍ଥଜଳ
Couplet 152
ଅଙ୍ଗଦ ହସ୍ତେ ଖଡ୍ଗ ଶୋହିସୁବର୍ଣ୍ଣ ଶତଚନ୍ଦ୍ର ଯହିଁ
Couplet 153
ସ୍ତୁବନ୍ତି ବନ୍ଦୀ ନାରୀଯୂଥମଧ୍ୟେ ବିଜୟ ରଘୁନାଥ
Couplet 154
ନକ୍ଷତ୍ର ମଧ୍ୟେ ଯେହ୍ନେ ଶଶୀତ୍ରିଦଶେ କୁସୁମ ବରଷି
Couplet 155
ସଙ୍ଗତେ ଘେନି ତିନିଭାଇମିଳିଲେ ଅନ୍ତଃପୁରେ ଯାଇ
Couplet 156
ସେ ପୁର ମହିମା ବର୍ଣ୍ଣିତମଣ୍ତଣିହସ୍ତୀ ଦ୍ୱାରେସ୍ଥିତ
Couplet 157
ନାନା ସୁଗନ୍ଧେ ପରିମଳନାନା ସୁବାସିତ ଶୀତଳ
Couplet 158
ପ୍ରାସାଦ ଗୋପୁରାଦି ଶୋଭାଚିତ୍ରଦେବତା ଗୃହ କିବା
Couplet 159
ପତାକା ସୁବର୍ଣ୍ଣ କଳସଶୋଭିତ ଦିଶେ ଦଶଦିଶ
Couplet 160
ପୁନ୍ନାଗ ନାରିକେଳ ଆଦିବସ୍ତ୍ର-ଜାଳକେ ଦର୍ପଣାଦି
Couplet 161
ତୋରଣା ବିଚିତ୍ର ଦିଶନ୍ତିପ୍ରଜାଙ୍କୁ ହରଷ ଦିଅନ୍ତି
Couplet 162
ଘେନିଣ ନାନା ଦ୍ରବ୍ୟମାନଆନନ୍ଦେ କରନ୍ତି ଦର୍ଶନ
Couplet 163
ଆଶିଷ କରିଣ ବୋଲନ୍ତିପୂର୍ବେ ବରାହ ରୂପେ ପୃଥ୍ୱୀ
Couplet 164
ଉଦ୍ଧରି ରଖିଲ ଗୋସାଇଁଏବେ ଶ୍ରୀରାମ ରୂପେ ତୁହି
Couplet 165
ସ୍ତିରୀ ପୁରୁଷେ ଗୃହ ଛାଡ଼ିଆରୋହି ଅ ଟ୍ଟାଳୀ ପାଚେରୀ
Couplet 166
ଦେଖିବା ପାଇଁଣ ଉତ୍ସୁକବୀର ଦର୍ଶନେ ଯେଉଁ ସୁଖ
Couplet 167
ସର୍ବେ ସନ୍ତୋଷ ମନ ହୋଇକୁସୁମ ବରଷନ୍ତି ନେଇ
Couplet 168
ନମିଲେ ଗୁରୁପତ୍ନୀ ପାଦେକୌଶଲ୍ୟା ଚରଣେ ଆନନ୍ଦେ
Couplet 169
ରାମଙ୍କୁ ଦେଖି ମାତୃଗଣଆନନ୍ଦେ କରନ୍ତି କଲ୍ୟାଣ
Couplet 170
ପ୍ରାଣକୁ ପାଇ ତନୁ ଯେହ୍ନେଉଠଇ ହରଷ ବଦନେ
Couplet 171
ଆନନ୍ଦେ ଅଶ୍ରୁଜଳ ନେତ୍ରେସିଞ୍ଚନ୍ତି ଶ୍ରୀରାମର ଗାତ୍ରେ
Couplet 172
ଶ୍ରୀରାମ ଶିରେ ଜଟା ଦେଖିସର୍ବେହୋଇଲେ ମନେ ଦୁଃଖୀ
Couplet 173
ତକ୍ଷଣେ ମିଳିଲେ ବ୍ରାହ୍ମଣେବଶିଷ୍ଠ ଆଦି ମୁନିଗଣେ
Couplet 174
ମୁଣ୍ତନ କଲେ ଜଟାଭାରଘେନାଇଁ ନାନା ଉପହାର
Couplet 175
ସୁବର୍ଣ୍ଣକୁମ୍ଭ ତୀର୍ଥଜଳେରାମଙ୍କୁ ଅଭିଷେକ କଲେ
Couplet 176
ଉତ୍ତମ ବସ୍ତ୍ର ଅଳଙ୍କାରରତ୍ନମୁକୁଟ ବାନ୍ଧି ଶିର
Couplet 177
ଜାନକୀ ତୁଲେ ଅଭିଷେକମିଳି ସକଳ ପ୍ରଜାଲୋକ
Couplet 178
ରାମଙ୍କୁ ପାଇ ପ୍ରଜାଜନେସକଳେ ହରିଷତ ମନେ
Couplet 179
ଅପୁତ୍ର ପୁତ୍ର ପାଇ ଯେହ୍ନେଆନନ୍ଦେ ହରଷ ବଦନେ
Couplet 180
ତ୍ରେତୟା ବର୍ତ୍ତମାନ କାଳେଯେସନେ ସତ୍ୟଯୁଗ ମିଳେ
Couplet 181
ରାମ ହୋଇଲେ ରାଜ୍ୟେ ରାଜାସତ୍ୟଯୁଗର ପ୍ରାୟେ ପ୍ରଜା
Couplet 182
କରନ୍ତି ସ୍ୱଧର୍ମ ଆଚାରଏବେ ହୋ ଶୁଣ କୁରୁବୀର
Couplet 183
ବନ ପର୍ବତ ନଦ ନଦୀଦ୍ୱୀପ ବରଷ ସିନ୍ଧୁ ଭେଦି
Couplet 184
ପ୍ରଜାଙ୍କୁ କାମଧେନୁ ପ୍ରାୟଭୂମି ହୋଇଲା ରସଦାୟ
Couplet 185
ନାଶିଲେ ଆଧିବ୍ୟାଧି ବ୍ୟଥାବୃଦ୍ଧ ହୋଇଲେ ସାମରଥା
Couplet 186
ସେ ରାମ ଏକପତ୍ନୀ ବ୍ରତଆଚରେ ରାଜଋଷି ମତ
Couplet 187
ଆଚରି ଗୃହମେଧି ଧର୍ମଶୁଭେ ସକଳ କ୍ରିୟା କର୍ମ
Couplet 188
ଜାନକୀ ରାମର ଚରଣେସ୍ୱଧର୍ମେ ଖଟେ ଅନୁକ୍ଷଣେ
Couplet 189
ପବିତ୍ର କଲେ ନିଜ ଅଂଶେଜନମି ହରି ଯେଉଁ ବଂଶେ
Couplet 190
ସୁଜନେ ଚିନ୍ତ ଅବିରତଆଦିତ୍ୟ ବଂଶାନୁଚରିତ
Couplet 191
ତରିବ ଏ ଭବ-ଜଳଧିଶ୍ରବଣେ ଶୁଣି ନିରବଧି
Couplet 192
କହଇ ଦାସ ଜଗନ୍ନାଥନବମସ୍କନ୍ଧେ ଭାଗବତ