Skandha 10
Adhyaya 1
Couplet 1
ବନ୍ଦଇ ଦେବ ଲମ୍ବୋଦରପାଶ ଅଙ୍କୁଶ ବେନିକର
Couplet 2
ପୃଥୁଳ ଜଠର ସୁନ୍ଦରଗଜବଦନ ଗଣେଶ୍ୱର
Couplet 3
ଅନାଦି ନାଥର ନନ୍ଦନଅମୃତପାନେ ତୋଷମନ
Couplet 4
ଯଜ୍ଞ ଆରମ୍ଭେ ତୋର ପୂଜାଉତ୍ତରୀ କଣ୍ଠେ ନାଗରାଜ
Couplet 5
ଶ୍ୟାମସୁନ୍ଦର ତନୁବର୍ଣ୍ଣଅଶେଷ ବିଘ୍ନ-ବିନାଶନ
Couplet 6
ତୁମ୍ଭର ଜନକ ଜନନୀଜଗତ ଜନକ ଜନନୀ
Couplet 7
ତୋର ମହିମା ମୁଖେକହିକେ ପାରେ ନରଦେହ ବହି
Couplet 8
ହୁଅ ସଦୟ ଗଣନାଥକହିବି ଶ୍ରୀକୃଷ୍ଣ ଚରିତ
Couplet 9
ନମଇଁ ପ୍ରଭୁ ନରହରିହିରଣ୍ୟକଶିପୁ ବିଦାରି
Couplet 10
ଉଦିତ ରବି ଜିଣି ତେଜସୁନ୍ଦର ଶୋହେ ଚତୁର୍ଭୁଜ
Couplet 11
କୁଣ୍ତଳ ଶଶୀ ଦିନକରନକ୍ଷତ୍ର ମାଳା ହୃଦେହାର
Couplet 12
ବ୍ରହ୍ମାଣ୍ତ ମାଳମାଳ ହୋଇତୋ ଲୋମକୂପେ ଛନ୍ତି ରହି
Couplet 13
ଧର୍ମପାଳକ ତୁ ଜଗତେଶରୀର ବହୁ ପ୍ରାଣୀ ହିତେ
Couplet 14
ଦୁଷ୍ଟ ନିବାରି ସନ୍ଥ ପାଳୁତୁ ନାଥ ପରମ ଦୟାଳୁ
Couplet 15
କର ସୁଦୟା ନରହରିତୋ ଲୀଳା କହିବି ବିସ୍ତାରି
Couplet 16
ପରମ ମଙ୍ଗଳ ତୋ' ନାମଖଣ୍ତେ ସକଳ ବିଘ୍ନମାନ
Couplet 17
ଏଣୁ ମୋହର ନାହିଁ ଭୟେଯାହାର ନାମ ଯମଜୟେ
Couplet 18
ବ୍ୟାସକୁମର ପାଦ ଧରିବୋଲେ ପରୀକ୍ଷ-ଦଣ୍ତଧାରୀ
Couplet 19
ଭୋମୁନି ହୋଇବା ସଦୟେମୋ ଚିତ୍ତ ରହୁ କୃଷ୍ଣପାୟେ
Couplet 20
ପାଣ୍ତବ କୁଳେ ମୋର ଜନ୍ମମୋହାର ବନ୍ଧୁ ଜନାର୍ଦ୍ଦନ
Couplet 21
ଦ୍ରୋଣ କୁମର ବାଣ-ତ୍ରାସେମରିବି କହିଗଲେ ବ୍ୟାସେ
Couplet 22
ତା' ଶୁଣି ଜନନୀ ମୋହରଶରଣ ଗଲା ଚକ୍ରଧର
Couplet 23
ଗର୍ଭେ ପଡ଼ନ୍ତେ ଆସି ବାଣମୋତେ ରଖିଲେ ନାରାୟଣ
Couplet 24
ତେଣୁ କୃଷ୍ଣ ଏ ଶରୀରରକିଣିଲା ସେବକ ମୁଁ ତା'ର
Couplet 25
ତା'ର ଚରିତ କର୍ଣ୍ଣେ ଶୁଣିତରିବି ଭବ- ତରଙ୍ଗିଣୀ
Couplet 26
ଶ୍ରୀକୃଷ୍ଣ ଲୀଳାର ଚରିତମୁଖ-ପଙ୍କଜୁଁ ତୋ'ର ଜାତ
Couplet 27
ଶ୍ରୁତି ଯୁଗଳେ ପାନ କରିହେଳେ ତରିବି ଭବ-ବାରି
Couplet 28
ପାଣ୍ତବେ ଯାହାର ବିଶ୍ୱାସୁତରିଲେ କୁରୁବଳ-ତ୍ରାସୁ
Couplet 29
ବତ୍ସାଚରଣ-ଜଳ ତୁଲ୍ୟେହେଳେ ତରିଲେ କୁରୁବଳେ
Couplet 30
ସେ ହରିଚରିତ ଗହନଧ୍ୟାନେ ଭାବନ୍ତି ମୁନିଜନ
Couplet 31
ଭବସାଗର ପରମାଦବିଷୟା ବିଷକୁ ଏ ଗଦ
Couplet 32
ଚଣ୍ତାଳୁ ବ୍ରହ୍ମଯାଏ ଲୋକକେ ଶୁଣି ହୋଇବ ବିମୁଖ
Couplet 33
ଅଶେଷ ଜନ୍ତୁ ଦେହ ବହିଯେ କାଳରୂପେ ଅଛି ରହି
Couplet 34
ମାୟା ମନୁଷ୍ୟ ରୂପେ ଜାତସଂହାରି ପାଳଇ ଜଗତ
Couplet 35
ମୃତ୍ୟୁ ଅମୃତ୍ୟୁ ବେନି ଦେଇନିତ୍ୟେ ନିର୍ମଳ ଯା'ର ଦେହୀ
Couplet 36
ନବମସ୍କନ୍ଧେ ମୁହିଁ ଶୁଣିସେ କଥା ମନେ ମନେ ଗୁଣି
Couplet 37
ବିଚାର କଲି ଭ୍ରମଚିତ୍ତଭୋ ମୁନି କହିବା ତଦନ୍ତ
Couplet 38
ଶ୍ରୀଭାଗବତର ସିଦ୍ଧାନ୍ତଅମୃତ ରସମୟ ଗୀତ
Couplet 39
ଧାର୍ମିକ କୁଳେ ଯଦୁବଂଶେଜନ୍ମ ହୋଇଲେ ନିଜ ଅଂଶେ
Couplet 40
ନୀଳ ଧବଳ ରୂପ ଦୁଇଦେବକୀ ଗର୍ଭେ ଜାତ ହୋଇ
Couplet 41
କେମନ୍ତେ ରୋହିଣୀର ସୁତରାମକୁ ବୋଲନ୍ତି ଜଗତ
Couplet 42
ବେନି ଉଦରୁ ଏକ ଦେହଭୋ ମୁନି ଫେଡ଼ିବା ସନ୍ଦେହ
Couplet 43
କେବଣ ହେତୁ ଭଗବାନଗୁପତେ ଗଲେ ବୃନ୍ଦାବନ
Couplet 44
ଭକତ ତାରିବାର ଆଶେରମିଲେ ବାଳକ ବିଶ୍ୱାସେ
Couplet 45
ପୁଣି କେତେହେଁ ଦିନେ ହରିମିଳିଲେ ମଥୁରା ନଗରୀ
Couplet 46
ଜଗତଜନଙ୍କର ଗୁରୁଯା'ର ମହିମା ମହାମେରୁ
Couplet 47
କିମ୍ପା ଅନୀତି ଆଚରିଲେସୋଦର ମଉଳା ମାଇଲେ
Couplet 48
ଏ କି ତାହାଙ୍କ ପରମାଣଯାହାଙ୍କ ନାମ ନାରାୟଣ
Couplet 49
ମନୁଷ୍ୟ ରୂପେ ହୋଇ ଜନ୍ମକେତେ ବରଷ ଭୋଗକର୍ମ
Couplet 50
ଯାଦବ ସଙ୍ଗତେ ବିହରିକେତେ କଳତ୍ର ଭୋଗକରି
Couplet 51
ଏ ଆଦି ଯେତେକ ଚରିତଭୋ ମୁନି କହି ତୋଷ ଚିତ୍ତ
Couplet 52
ଦେଖ ମରଣକାଳ ମୋରଭୋ ମୁନି ତେଜିଲି ଆହାର
Couplet 53
ହରିଚରିତ ସୁଧା-ବାରିତୋର ବଦନୁଁ ପାନ କରି
Couplet 54
ଜଗତ ସଂହାରିଣୀ କ୍ଷୁଧାସେ ମୋତେ ନ କରଇ ବାଧା
Couplet 55
ଶୁଣି ରାଜାର ସାଧୁ କଥାମୁନି-ପଣ୍ତିତ ଶୁଦ୍ଧଚେତା
Couplet 56
କୃଷ୍ଣ ଚରଣେ ଦେଇ ଚିତ୍ତବୋଲନ୍ତି ଶୁଣ ଭାଗବତ
Couplet 57
ସାଧୁ ଚରିତ ତୋ'ର ବୁଦ୍ଧିକୃଷ୍ଣଚରଣେ ଚିତ୍ତ ଖେଦି
Couplet 58
ଗୋବିନ୍ଦେ ତୋ'ର ମନ ଯେତେମୁଁ କହି ପାରିବିକି ତୋତେ
Couplet 59
ଗୋବିନ୍ଦ କଥା ପରଶନହେଳେ ତାରଇ ତିନିଜଣ
Couplet 60
ଶ୍ରୋତା ବକତା ଯେ ପଚାରିଏ ତିନିଜଣେ ଯା'ନ୍ତି ତରି
Couplet 61
ତା' ପାଦ ଗଙ୍ଗାଜଳ ଯେହ୍ନେତାରଇ ସ୍ନାନ-ପିଣ୍ତଦାନେ
Couplet 62
ନାମ ମାତ୍ରକେ ପାପ ନାଶେତାରଇ ସେ ତିନି ପୁରୁଷେ
Couplet 63
କହିବି କୃଷ୍ଣ ଲୀଳା ମାନରାଜନ ହୁଅ ସାବଧାନ
Couplet 64
ଅସୁର ବଳ ପାଦଭରେଭୂମି କମ୍ପିଲା ଥରହରେ
Couplet 65
ଭାରାରେ ଚଳି ନ ପାରଇଅଧରୁ ରୁଧିର ଗଳଇ
Couplet 66
ଦିନକେ ବିଚାରଇ ବସିକେ ମୋର ଶରୀର ଆଶ୍ୱାସି
Couplet 67
ଛାଡ଼ିବି ସଂସାର ଧାରଣପଶିବି ବ୍ରହ୍ମାରେ ଶରଣ
Couplet 68
ମାୟା ସୁରଭି ରୂପ ହୋଇକାନ୍ଦଇ ଚଉଦିଗ ଚାହିଁ
Couplet 69
ବିଧାତା ନିକଟେ ମିଳିଲାନିଜ ବେଦନା ଜଣାଇଲା
Couplet 70
ବିଧାତା ଶୁଣି ତା' ବିକଳସଙ୍ଗେ ଘେନିଲେ ଦେବଦଳ
Couplet 71
ଶଙ୍କର ଘେନି ସର୍ବେ ବେଗେମିଳିଲେ କ୍ଷୀରସିନ୍ଧୁ ଲାଗେ
Couplet 72
ଜଳଧି କୂଳେ ଦେବଗଣଡାକନ୍ତି ରଖ ନାରାୟଣ
Couplet 73
ଅନେକ ଧ୍ୟାନ ସ୍ତୁତି କଲେହରି ସନ୍ଦେଶ ନ ପାଇଲେ
Couplet 74
ଅନେକ ମତେ କରି ଧ୍ୟାନବ୍ରହ୍ମା ପାଇଲେ ମନେ ଛନ୍ନ
Couplet 75
ଅନନ୍ତ ନ ଦେଖି ବିଧାତାମନେ ପାଇଲେ ଗୁରୁ ଚିନ୍ତା
Couplet 76
ସମାଧି ବସିଲେ ତକ୍ଷଣଚିନ୍ତି ଅନାଦି-ନାରାୟଣ
Couplet 77
ବ୍ରହ୍ମାର ଦେଖିଣ ବିକଳକରୁଣା କଲେ ଆଦିମୂଳ
Couplet 78
ନିଦ୍ରାର ବଳେ ମନେ ହରିସ୍ୱପନେ କହିଲେ ମୁରାରି
Couplet 79
ବ୍ରହ୍ମାଙ୍କୁ ଦିଶିଲା ସ୍ୱପନକହନ୍ତି ପ୍ରଭୁ ନାରାୟଣ
Couplet 80
ଶୁଣ ବଚନ ମୋର ଧାତାମୁଁ ଯେ ଜଗତ ପିତାମାତା
Couplet 81
ସକଳ ମୋହର ଭିଆଣକେବଳ ଦେଲି ପରମାଣ
Couplet 82
ମୋର ବଚନ ଶିରେ ଧରିତୁ ଅଛୁ ଜଗତ ଆବୋରି
Couplet 83
ବେଦ ବିଚାରି ସୃଷ୍ଟି ପାଳୁଅବନୀ ଭାରେ କିମ୍ବା ଭାଳୁ
Couplet 84
ମୁଁ ତାହା ଜାଣଇଟି ସର୍ବନାଶିବି ଅସୁରଙ୍କ ଗର୍ବ
Couplet 85
ଏବେ ସକଳ ଦେବେ ଯାଅମର୍ତ୍ତ୍ୟମଣ୍ତଳେ ଜାତ ହୁଅ
Couplet 86
ଯାଦବ ଆଦି ସାତବଂଶକଂସକୁ ହୋଇବ ବିଶ୍ୱାସ
Couplet 87
ଗୋପୀ ଗୋପାଳ ରୂପ ହୋଇଗୋପେ ଜନ୍ମିବ ଦେହ ବହି
Couplet 88
ମୁଁ ଜାତ ବାସୁଦେବ ଘରେବଢ଼ିବି ଯାଇ ଗୋପପୁରେ
Couplet 89
ଷୋଳ ସହସ୍ର ଗୋପନାରୀରମିବି ବୃନ୍ଦାବନେ ହେରି
Couplet 90
ଅନେକ ନାଶିବି ଅସୁରଖଣ୍ତିବି ଅବନୀର ଭାର
Couplet 91
ଭକତ ଜନଙ୍କୁ ତାରିବିପୁଣି ସ୍ୱଧାମେ ବାହୁଡ଼ିବି
Couplet 92
ଏବେ ହେ ଯାଅ ତୁ ସତ୍ୱରକହିବୁ ଦେବଙ୍କ ଆଗର
Couplet 93
ବେଗେ ହୁଅନ୍ତୁ ମଞ୍ଚେ ଜନ୍ମକହି ହୋଇଲେ ଅନ୍ତର୍ଦ୍ଧାନ
Couplet 94
ସ୍ୱପନ ଚେତି ବେଦବରକହିଲେ ଦେବଙ୍କ ଆଗର
Couplet 95
ଶୁଣି ସାନନ୍ଦ ଦେବଗଣେନମିଲେ ଧାତାର ଚରଣେ
Couplet 96
ବୋଲନ୍ତି ଶୁଣ ବେଦବରଯାହା କହିଲେ ଚକ୍ରଧର
Couplet 97
ଅବନୀ ମଧ୍ୟେ ଦେହ ଧରିଗୋପେ ଯାଦବେ ଅବତରି
Couplet 98
ହୋଇବୁଁ ଏ ଆମ୍ଭର ସତ୍ୟକି କି କହିଲେ ଜଗନ୍ନାଥ
Couplet 99
ସେ କଥା କହ ପ୍ରଜାପତିଶୁଣି ନିର୍ମଳ ହେଉ ମତି
Couplet 100
ବହ୍ମାବୋଇଲେ ଦେବେ ଶୁଣଯାହା କହିଲେ ନାରାୟଣ
Couplet 101
ଯାଦବ ବସୁଦେବ ଘରେଜନ୍ମିବେ ଦେବକୀ ଉଦରେ
Couplet 102
ହରିର କଳାରେ ଅନନ୍ତଆଗେ ହୋଇବେ ଗର୍ଭଗତ
Couplet 103
ମାୟାର ଯୋଗ ବଳେ କରିଦେବକୀ ଗର୍ଭୁ ତାହା ହରି
Couplet 104
ରୋହିଣୀ ଗର୍ଭେ ତାହା ଥୋଇଦାସ ବତ୍ସଳ ଭାବଗ୍ରାହୀ
Couplet 105
ଆପଣେ ପ୍ରଭୁ ଜଗନ୍ନାଥଦେବକୀ ଗର୍ଭେ ହେବେ ଜାତ
Couplet 106
ଦୁର୍ଗାଙ୍କୁ ଯଶୋଦାର କୋଳେଜାତ କରିବେ ଯୋଗ ବଳେ
Couplet 107
କୃଷ୍ଣଙ୍କୁ ବସୁଦେବ ନେଇଆସିବ ନନ୍ଦ ଘରେ ଥୋଇ
Couplet 108
ଏମନ୍ତେ ତାରିବେ ସଂସାରଦାସ ବତ୍ସଳ ଦାମୋଦର
Couplet 109
ଶୁଣିଣ ବିଧାତା ବଚନଦେବେ ଆନନ୍ଦ କଲେ ମନ
Couplet 110
ଚାହିଁଣ ଧରଣୀ ବଦନବୋଇଲେ ଧନ୍ୟ ତୋ' ଜୀବନ
Couplet 111
ତୋ'ର ଉପରେ ଚକ୍ରଧାରୀମନୁଷ୍ୟ ଦେହେ ଅବତରି
Couplet 112
ନାଶିବେ ତୋ'ର ଦୁଃଖରାଶିଆମ୍ଭେ ଦେଖିବୁ ବ୍ରହ୍ମରାଶି
Couplet 113
ଭୂମି ଆଶ୍ୱାସୀ ଦେବଗଣଗଲେ ସେ ଯେ ଯାହା ଭୁବନ
Couplet 114
ଏବେ ହୋ ଶୁଣ ମହୀପତିଯେମନ୍ତ କଲେ ଶିରୀପତି
Couplet 115
ହରିଚରଣେ ଦେଇ ଚିତ୍ତକହଇ ଦାସ ଜଗନ୍ନାଥ