Skip to content
paribhaasha

Skandha 10

Adhyaya 2

  1. Couplet 1

    ବନ୍ଦଇ ନୃସିଂହ ଚରଣକହିବି ବିଷ୍ଣୁର ପୁରାଣ

  2. Couplet 2

    ଶୁକ ବୋଲନ୍ତି ଶୁଣ ରାୟେମଞ୍ଚେ ଜନ୍ମିଲେ ଦେବତାୟେ

  3. Couplet 3

    ଭୋଜବଂଶରେ ଉତ୍‌ପନ୍ନପ୍ରତାପୀ ରାଜା ଶୁରସେନ

  4. Couplet 4

    ପୂର୍ବେ ମଥୁରା ପୁରେ ଥିଲାଅନେକ ନୃପତି ଜିଣିଲା

  5. Couplet 5

    ତେଣୁ କଟକ ମଧୁ ପୁରୀଯହିଁ ବିଜୟ ନରହରି

  6. Couplet 6

    ସେ ରାଜା ଗୋବିନ୍ଦ ଭକତତାହାର ଉଗ୍ରସେନ୍ ସୁତ

  7. Couplet 7

    ଦେବକ ନାମେ ତା'ର ଭ୍ରାତଦେବକୀ ତାହାର ଦୁହିତ

  8. Couplet 8

    ରୂପେ କମଳା ନୋହେ ସରିସେ କନ୍ୟା ବସୁଦେବ ବରି

  9. Couplet 9

    ମାୟା ଭିଆଣ ପଦ୍ମନାଭକରନ୍ତି ବିବାହ ଉ›ବ

  10. Couplet 10

    ବିଭା କରାଇ କନ୍ୟାବରଯାବତ ମଙ୍ଗଳ ବେଭାର

  11. Couplet 11

    ଜନବେଭାରେ ସେ ଦେବକଅନେକ ଦେଲା ଯଉତୁକ

  12. Couplet 12

    ଚତୁରଶତ ହସ୍ତୀ ଦେଲାକଣ୍ଠେ ଲମ୍ବାଇ ରତ୍ନମାଳା

  13. Couplet 13

    ଅଠରଶତ ରଥ ଯୁତେଅଶ୍ୱ ସେ ଦେଲା ସେହି ମତେ

  14. Couplet 14

    ବେନି ଶତେକ ପରିବାରୀଦେଲା ସେ ଅଳଙ୍କାର ଭରି

  15. Couplet 15

    ବାଜଇ ଭେରୀ ତୁରୀ ବାଦ୍ୟକେ କହୁ ବିଭାର ଆନନ୍ଦ

  16. Couplet 16

    ରଥେ ବସାଇ କନ୍ୟାବରନବରୁ ହୋଇଲେ ବାହାର

  17. Couplet 17

    କୁସୁମ ବରଷନ୍ତି ଘେନିମଙ୍ଗଳ କଲେ ଦେବ ଧ୍ୱନୀ

  18. Couplet 18

    ଉଗ୍ରସେନର କଂସ ସୂତଦେଖିଣ ହୋଇଲା ଉଷତ

  19. Couplet 19

    ଯାହାର ନାମେ ଦେବେ ଡ଼ରିଚାଲନ୍ତି କମ୍ପେ ବସୁନ୍ଧରୀ

  20. Couplet 20

    ଶୁଦ୍ଧସୁବର୍ଣ୍ଣ ରଥେ ବସିରାଜାଏ କଂସକୁ ପ୍ରଶଂସି

  21. Couplet 21

    ଭଗିନୀ ପ୍ରିୟ ବନ୍ଧୁପଣେରଥରେ ବସିଲା ଆପଣେ

  22. Couplet 22

    ଅଶ୍ୱ ଦଉଡ଼ି ଧରିକରେରଥ ବାହିଲା ଧୀରେ ଧୀରେ

  23. Couplet 23

    ଥୋକାଏ ଦୂର ରଥଗଲାଆକାଶୁ ଶବଦ ଶୁଭିଲା

  24. Couplet 24

    ତା' ଶୁଣି ଚାହିଁଲା ଗଗନେଶବଦ ଶୁଭୁଅଛି ଶୂନ୍ୟେ

  25. Couplet 25

    ରେରେ ଅସୁର କଂସ ଶୁଣନଜାଣୁ ଆପଣା ମରଣ

  26. Couplet 26

    ଯାହାର ବାହୁ ଅଛୁ ରଥତୋତେ ମାରିବେ ତା'ର ସୁତ

  27. Couplet 27

    ଅଷ୍ଟମ ଗର୍ଭେ ଅବତରିମହୀ ରଖିବେ ତୋତେ ମାରି

  28. Couplet 28

    ଶୁଣି ଅନ୍ତରୀକ୍ଷ ବଚନରଥରୁ ଓହ୍ଲାଇ ବହନ

  29. Couplet 29

    କରେ ଉଞ୍ଚାଇ କରବାଳଧଇଲା ଦେବକୀର ଚୂଳ

  30. Couplet 30

    ବୋଲଇ ଭଲ ଏ ବିଚାରକୁମାରୀ କାଳୁ ୟାକୁ ମାର

  31. Couplet 31

    ମୂଳୁଁ ମାରିଲେ ଯିବ ସରିଦେବଙ୍କ ସଙ୍ଗେ କିମ୍ପା କଳି

  32. Couplet 32

    ଅଧର ଚାପି ରୋଷେ ଚାହେଁକମ୍ପଇ ଦେବକୀର କାୟେ

  33. Couplet 33

    କଂସକୁ ବସୁଦେବ ଚାହିଁଭୟେ ଚିନ୍ତଇ ଭାବଗ୍ରାହୀ

  34. Couplet 34

    କଂସର ଭୁଜ କରେ ଧରିବୋଲଇ ଶୁଣ ଦଣ୍ତଧାରୀ

  35. Couplet 35

    ତୁ ଅଟୁ ମହତ ପୁରୁଷସଂସାରେ ଅଛି ତୋ'ର ଯଶ

  36. Couplet 36

    ଧାର୍ମିକ ବୋଲନ୍ତି ସକଳେଦେବକୀ ମାରୁ କିମ୍ପା ବଳେ

  37. Couplet 37

    ବିଭାର କାଳେ ଏଡ଼େ କର୍ମକେମନ୍ତେ ସହିବଟି ଧର୍ମ

  38. Couplet 38

    ଦେହର ସଙ୍ଗେ ମୃତ୍ୟୁ ଜାତନାହିଁ ଏହାର ଆଦିଅନ୍ତ

  39. Couplet 39

    ବାଳକ ସ୍ଥବିର ତରୁଣଅବଶ୍ୟ ଲଭିବେ ମରଣ

  40. Couplet 40

    ଦେହ ବହିଲେ ନିଶ୍ଚେ ମରିମରଣ ଛାରେ କିମ୍ପା ଡରି

  41. Couplet 41

    ଏ ଜୀବ ମରଣ ନିକଟେବେଗେ ଚିନ୍ତଇ ଅନ୍ୟଘଟେ

  42. Couplet 42

    ଏହାର କଲା କର୍ମମାନତେଣୁ ହୁଅନ୍ତି ସାବଧାନ

  43. Couplet 43

    କର୍ମର ବଶ ହୋଏ ଜନ୍ତୁଜନ୍ମ ମରଣ କର୍ମ ହେତୁ

  44. Couplet 44

    ଜୋକ ଯେ ଏକଇ ଚରଣେଯେସନେ ସଞ୍ଚରଇ ତୃଣେ

  45. Couplet 45

    ଜୀବ ଯେ କର୍ମେ ସଞ୍ଚରଇଜନ୍ମ ମରଣ ନାମ ବହି

  46. Couplet 46

    ନିଦ୍ରାରେ ଯେସନେ ସ୍ୱପନଦେଖିଣ ପାସୋରଇ ମନ

  47. Couplet 47

    ଦେହରେ ଥାଇ ଯେତେ କରିଜୀବ ଛାଡ଼ିଲେ ତା' ପାଶୋରି

  48. Couplet 48

    କରଇ ପରଲୋକ ଭୋଗପୁଣ ହିଁ ରଜ ବୀର୍ଯ୍ୟ ଯୋଗ

  49. Couplet 49

    ଜନ୍ମିଣ ପାଶୋରଇ ତାହାଏମନ୍ତ ଅନାଦିର ମାୟା

  50. Couplet 50

    ଏକଇ ପୁରୁଷ ମୁରାରିସକଳଘଟେ ଛନ୍ତି ପୂରି

  51. Couplet 51

    ଶତେକ ଜଳଘଟ ଥୋଇଚାହିଁଲେ ଆକାଶ ଦିଶଇ

  52. Couplet 52

    ପୁଣି ହିଁ କଲେ ଏକଗୋଟିତହିଁ ଆକାଶ ଥାଏ ଘୋଟି

  53. Couplet 53

    ଆକାଶ ନୁହଁଇଟି ଭିନ୍ନନାଶ ହୁଅନ୍ତି ଘଟମାନ

  54. Couplet 54

    ଏମନ୍ତ ଆତ୍ମାର ବିବେକଏହା ଜାଣନ୍ତି ଜ୍ଞାନୀ ଲୋକ

  55. Couplet 55

    ତୁ ଅଟୁ ମହତ ପୁରୁଷକିମ୍ପା ବହେଣୀ କରୁ ନାଶ

  56. Couplet 56

    ଜୀବ ମାରନ୍ତି ଆତ୍ମା ସୁଖେଅନ୍ତେ ହେଁ ପଡ଼ନ୍ତି ନରକେ

  57. Couplet 57

    ଏ ସାନ ବହେଣୀ ତୋହରଏହାକୁ ରକ୍ଷାକର ବୀର

  58. Couplet 58

    ଶୁକ ବୋଲନ୍ତି ଶୁଣ ରାୟେଅସୁର ସ୍ୱଭାବେ ନିŸର୍ଦ୍ଦୟେ

  59. Couplet 59

    ଧର୍ମବଚନ ନ ଶୁଣଇବିଶେଷେ ତା'ର ଜ୍ଞାନ ନାହିଁ

  60. Couplet 60

    ଭିଣୋଇ ବୋଲ ନ ଶୁଣିଲାପୁଣି ହିଁ ହାଣିବି ବୋଇଲା

  61. Couplet 61

    ଦେଖି ବସୁଦେବ ବିଚାରିକାନ୍ଦିଣ ସୁମରେ ମୁରାରି

  62. Couplet 62

    ପୁଣି ବିଚାରୁଅଛି ମନେଦେବକୀ ରଖିବି କେସନେ

  63. Couplet 63

    କେ ସହୁ ଏହାର ବିକଳରଖିବି ଲାଭ ଦେଇ ମୂଳ

  64. Couplet 64

    କିବା ନୋହୁଣୁ ମୋର ସୁତକଂସ ହୋଇବ ପ୍ରାଣେ ହତ

  65. Couplet 65

    କିବା ନୋହିବ ମୋର ପୁଅଜାଣନ୍ତି ପ୍ରଭୁ ଦେବରାୟ

  66. Couplet 66

    ଏମନ୍ତେ ମନେ ବିଚାରିଲାକଂସର ମୁଖକୁ ଚାହିଁଲା

  67. Couplet 67

    ବୋଲନ୍ତି ଶୁଣ ବୀର କଂସଛାଡ଼ ତୁ ବହେଣୀର କେଶ

  68. Couplet 68

    ଏହାର ସୁତ ତୋତେ ମାରିଏ ତୋ'ର ନୁହଁଇ ବଇରୀ

  69. Couplet 69

    ଏ ଯେତେ ଶିଶୁ ପ୍ରସବିବତୋ'ର ନିକଟେ ଦେବି ସର୍ବ

  70. Couplet 70

    ତୁ ଅଟୁ ପୁରୁଷ ମହତଏ ମୋ'ର ତିନିବାର ସତ୍ୟ

  71. Couplet 71

    ଶୁଣନ୍ତୁ ଦଶଦିଗ ଲୋକେଏଠାରେ ଅଛନ୍ତି ଯେ ଥୋକେ

  72. Couplet 72

    ଏକଥା ମୋହର ପ୍ରମାଣଏଥକୁ ସାକ୍ଷୀ ନାରାୟଣ

  73. Couplet 73

    ବସୁଦେବର ବୋଲ ଶୁଣିକଂସ ହିଁ ମନେମନେ ଗୁଣି

  74. Couplet 74

    ବିଚାରି ମଣିଲା ବିଶ୍ୱାସଛାଡ଼ିଲା ଦେବକୀର କେଶ

  75. Couplet 75

    ଆନନ୍ଦ ହୋଇ ସର୍ବଜନେଗଲେ ସେ ଯେ ଯାହା ଭୁବନେ

  76. Couplet 76

    କେତେହେଁ ଦିନ ତହିଁ ଗଲାଦେବକୀ ଗର୍ଭ ଉପୁଜିଲା

  77. Couplet 77

    ବରଷ ବରଷକେ ସୁତହୋଇଲା ଏକଇ ଦୁହିତ

  78. Couplet 78

    ପ୍ରଥମେ ହୋଇଲା ତନୟେରୂପେ ମୋହିଲା କାମ ପ୍ରାୟେ

  79. Couplet 79

    ସୁତକୁ ଦେଖି ବସୁଦେବବିକଳେ ଚିନ୍ତଇ ମାଧବ

  80. Couplet 80

    ଏ ସୁତ ଦେବଇଁ କେମନ୍ତେସତ୍ୟ ଯେ କରିଛି ଯୁକତେ

  81. Couplet 81

    ଦେବକୀ ମୁଖକୁ ଚାହିଁଲାହା କୃଷ୍ଣ ବୋଲି ଡାକ ଦେଲା

  82. Couplet 82

    କୋଳରେ ଘେନିଲା ତନୟହୋଇଲା ହରଷ ବିସ୍ମୟ

  83. Couplet 83

    କଂସର ସଭାରେ ମିଳିଲାବାଳକ ତଳେ ଶୁଆଇଲା

  84. Couplet 84

    ଦେଖି ଚକିତ ସଭାଜନେକଂସ ବିଚାରୁଅଛି ମନେ

  85. Couplet 85

    ଏତ ନୋହଇ ମୋ' ବଇରୀଅଷ୍ଟମଗର୍ଭ ମୋତେ ମାରି

  86. Couplet 86

    ଏହାର ମଣିଲି ମୁଁ ସତ୍ୟନେଉ ଏହାର ନିଜ ସୁତ

  87. Couplet 87

    ହସିଣ ବସୁଦେବ ଚାହିଁକହଇ ବିଶ୍ୱାସ କରାଇ

  88. Couplet 88

    ତୋହରେ ମଣିଲି ମୁଁ ସତ୍ୟନିଅ ତୋହର ନିଜ ସୁତ

  89. Couplet 89

    ଶୁଣି ବସୁଦେବ ଚକିତେକଂସକୁ ନ ଯାଇ ପରତେ

  90. Couplet 90

    କ୍ଷଣକେ ରହିଣ ବିଚାରିପୁଣି କୁମର କୋଳେ ଧରି

  91. Couplet 91

    ବାଟରେ କରଇ ବିଚାରଦୁଷ୍ଟ ଦାନବ ଦୁରାଚାର

  92. Couplet 92

    ଏବେ ମୁଁ ନେବି ବାହୁଡ଼ାଇପୁଣି ମାରିବ କଂସ ନେଇ

  93. Couplet 93

    ଦେବକୀ କଷ୍ଟ ହେବ ବଡ଼କିସ କରିବି ମୁହିଁ ରାଢ଼

  94. Couplet 94

    ହରି ଭିଆଣ କଲେ ଯାହାଅବଶ୍ୟ ଭୁଞ୍ଜିବିନା ତାହା

  95. Couplet 95

    ଏମନ୍ତେ ଦୁଃଖେ ସୁଖେ ଯାଇଦେବକୀ ନିକଟେ ମିଳଇ

  96. Couplet 96

    ସୁତକୁ ଦେଲା ତା'ର କୋଳେକାନ୍ଦଇ ମାୟାମୋହ ଭୋଳେ

  97. Couplet 97

    ବିଚ୍ଛେଦ-ଦୁଃଖ-ମାତା-ଚିତ୍ତପୁତ୍ରକୁ ପାଇଣ ଉଷତ

  98. Couplet 98

    ନିବିଡ଼ ସ୍ନେହେ କୋଳେ ଯାକିଆନନ୍ଦ କେ ପାରିବ ଲକ୍ଷ୍ୟି

  99. Couplet 99

    ରଜନୀ ହୋଇଲା ପ୍ରବେଶମିଳିଲା ଅନ୍ତଃପୁରେ କଂସ

  100. Couplet 100

    ଶୀତଳ ମଣୋହି ସାରିଲାସୁଖେ ପଲ୍ୟଙ୍କେ ବିଜେକଲା

  101. Couplet 101

    ତକ୍ଷଣେ ମିଳିଲେ ନାରଦଆନନ୍ଦେ କଲେ ବୀଣାନାଦ

  102. Couplet 102

    ଦେଖିଣ ତେଜିଲା ଶୟନପ୍ରଣାମ କଲାକ ବହନ

  103. Couplet 103

    ନିଜ ଆସନେ ବସାଇଲାବିଶ୍ୱାସେ ଚରଣ ଚାପିଲା

  104. Couplet 104

    ଭକତି ଦେଖିଣ ନାରଦକହନ୍ତି ଶୋକ ଗଦଗଦ

  105. Couplet 105

    ଶୁଣ ଅସୁର ଚୂଡ଼ାମଣିତୋ'ର ମରଣ ମୁହିଁ ଶୁଣି

  106. Couplet 106

    ତୋ' ଦୁଃଖ ଦେଖି ମୁଁ ବିକଳଦେଖ ନୟନେ ଅଶ୍ରୁଜଳ

  107. Couplet 107

    ଶୁଣ ଦାନବ ଶିରୋମଣିତୋ'ର ମରଣ ତଥ୍ୟବାଣୀ

  108. Couplet 108

    ଭୂମିର ଦେଖିଣ ବିକଳଗୁହାରି କଲେ ଦେବବଳ

  109. Couplet 109

    ବ୍ରହ୍ମାର ତୁଲେ ଶୂଳପାଣିକ୍ଷୀର ସମୁଦ୍ରେ ସ୍ତୁତିଭଣି

  110. Couplet 110

    ବ୍ରାହ୍ମାଙ୍କୁ କହିଲେ ଅନନ୍ତମନୁଷ୍ୟେ ହୋଇବି ମୁଁ ଜାତ

  111. Couplet 111

    ମାରିବି ସକଳ ଅସୁରନାଶିବି ଅବନୀର ଭାରତ

  112. Couplet 112

    ଏମନ୍ତ କୂଟକଥା ମାନଭିଆଣ କଲେ ଦେବଗଣ

  113. Couplet 113

    ଦେବକୀ ଅଷ୍ଟମ ଗର୍ଭରନିଶ୍ଚୟେ ମରଣ ତୋହର

  114. Couplet 114

    ବ୍ରହ୍ମାର ବଚନେ ମୁରାରିମାୟା ମନୁଷ୍ୟ ରୂପ ଧରି

  115. Couplet 115

    ତୋତେ ମାରିବେ ସେ ଅନନ୍ତତୁ କିମ୍ପା ହୋଇଲୁ ନିଶ୍ଚିନ୍ତ

  116. Couplet 116

    ଦେବେ ଉପୁଜିଛନ୍ତି ଅଂଶେଗୋପାଳ-ଯଦୁ-ଭୋଜବଂଶେ

  117. Couplet 117

    ନନ୍ଦ ଯଶୋଦା ଆଦି ଯେତେକହିବି ଏକେ ଏକେ କେତେ

  118. Couplet 118

    ଦେବକୀ ଦେବୀ ବସୁଦେବଏ ଆଦି ଯେତେକ ଯାଦବ

  119. Couplet 119

    ତୋହାର ଯେତେକ ସେବକଦେବତାମାନେ ଏଟି ଦେଖ

  120. Couplet 120

    ତୁ ଯହୁଁ ଦୁଷ୍ଟପଣ କଲୁକି ବୋଲି ବାଳକ ଛାଡ଼ିଲୁ

  121. Couplet 121

    କଂସ ବୋଇଲା ବ୍ରହ୍ମଚାରୀଅଷ୍ଟମଗର୍ଭ ମୋ' ବଇରୀ

  122. Couplet 122

    ଆବର ଯେତେ ଗର୍ଭଶିଷତହିଁ ମୋ' ପ୍ରୟୋଜନ କିସ

  123. Couplet 123

    କଂସର ଶୁଣି ଏ ଉତ୍ତରମୁନି କାଟିଲେ ଅଷ୍ଟଗାର

  124. Couplet 124

    ପ୍ରଥମେ ଗଣିଲେକ ଆଠଛନ୍ଦେଣ ବୁଝାଇଲେ ପାଠ

  125. Couplet 125

    ବାମଭାଗକୁ ଲେଉଟାଇପୁଣି ଗଣିଲେ ପାଠ କହି

  126. Couplet 126

    ଯେଝାରଠାରୁ ଆଠ ହୋନ୍ତିଶୁଣ ହୋ ଅସୁର ନୃପତି

  127. Couplet 127

    ଏହା ଛାଡ଼ିଲେ କେଉଁ ଯଶଏଣେ ହୋ ପ୍ରୟୋଜନ କିସ

  128. Couplet 128

    ଏହା ତୁ ନ କଲେ ବିଚାରନିକଟେ ମରିବୁ ଅସୁର

  129. Couplet 129

    କଂସକୁ କରାଇ ଉଚ୍ଚାଟନାରଦ ଗଲେ ଶୂନ୍ୟବାଟ

  130. Couplet 130

    ଏମନ୍ତ ମୁନିବାକ୍ୟ ଶୁଣିକଂସ ହିଁ ମନେମନେ ଗୁଣି

  131. Couplet 131

    ଦୁଃଖେ ରଜନୀ ପୁହାଇଲାନିଜ ସଭାରେ ବିଜେକଲା

  132. Couplet 132

    ଅସୁର ବଳ ଘେନି ସଙ୍ଗେଧାଇଁଲା ପବନହୁଁ ବେଗେ

  133. Couplet 133

    ଦେବକୀ ମନ୍ଦିରେ ମିଳିଲାକୋପେ ଅଧର କାମୋଡ଼ିଲା

  134. Couplet 134

    ଦେବକୀ ମୁଖକୁ ଅନାଇବୋଲଇ କୋପଭର ହୋଇ

  135. Couplet 135

    ତୁ ଅଟୁ ବହେଣୀ ମୋହରମୋର ମରଣେ ତୋ' ବିଚାର

  136. Couplet 136

    ମୁଁ ଏହା ଜାଣିବି କେମନ୍ତେଭିଣୋଇ ବୋଲେ ଗଲି ପ୍ରତେ

  137. Couplet 137

    ଏମନ୍ତେ ଅନେକ ବୋଇଲାକୋଳୁଁ ବାଳକ ଘେନିଗଲା

  138. Couplet 138

    ବେନିଚରଣ କରେ ଧରିବୁଲାଇ ଅନ୍ତରାଳ କରି

  139. Couplet 139

    କୋପେ ଅନେକ ଗାଳିଦେଲାଶିଳା ଉପରେ କଚାଡ଼ିଲା

  140. Couplet 140

    ଦେବକୀ ବସୁଦେବ ଆଣିବନ୍ଧନକଲା ପାଦପାଣି

  141. Couplet 141

    ମାଡ଼ ମରାଇ ମହାରୋଷେପାଦେ ଭରିଲା ଲୌହପାଶେ

  142. Couplet 142

    ଧନ-ସମ୍ପଦ କଲା ଜୂରଆଣି ଭରିଲା ବନ୍ଦୀଘର

  143. Couplet 143

    ସାତକବାଟ ମହାବଳଲୌହକିଳିଣୀ ଅନର୍ଗଳ

  144. Couplet 144

    ପ୍ରହରୀ ଶତେକ ଜଗାଇକହଇ ରୋଷଭର ହୋଇ

  145. Couplet 145

    ଦେବକୀ ଯେତେ ପ୍ରସବିବମୋର ଛାମୁରେ ଜଣାଇବ

  146. Couplet 146

    ଯେ ମୋର ବୋଲ ନ କରିବସେହି ମୋହର ଶତ୍ରୁ ହେବ

  147. Couplet 147

    ନିଜ ପିଅର ଅଣାଇଲାଅନେକ ମାଡ଼ ମରାଇଲା

  148. Couplet 148

    ଶାଙ୍କୋଳି ଦେଲା ବନ୍ଦୀଘରେଅନେକ ଯାଦବ ସଙ୍ଗରେ

  149. Couplet 149

    ଅସୁର ସ୍ୱଭାବେଣ କଂସମାଇଲା ଆପଣାର ବଂଶ

  150. Couplet 150

    କୋପ ସଂହରି ନିଜପୁରେଅସୁର ପଶିଲା ଭିତରେ

  151. Couplet 151

    କଂସ ଜାଣଇ ଯୋଗବଳେମୁଁ ଜାତ ଦାନବର କୁଳେ

  152. Couplet 152

    ଅନେକବାର ମୋତେ ମାରିମୋକ୍ଷ ନ ଦେଲେ ନରହରି

  153. Couplet 153

    ଏବେ ମାରିବ ହରି ମୋତେଭାଗ୍ୟ ମୋ କେ କରିବ ଅନ୍ତେ

  154. Couplet 154

    ଏମନ୍ତ ମେନ ବିଚାରିଲାଯଦୁଙ୍କ ସଙ୍ଗେ ବାଦ କଲା

  155. Couplet 155

    ଶୁଣ ସୁଜନେ ଭାଗବତକୃଷ୍ଣଚରଣେ ଦେଇ ଚିତ୍ତ

  156. Couplet 156

    ପଣ୍ତିତେ ନ ଘେନିବା ଦୋଷକୃଷ୍ଣଚରିତ ସୁଧାରସ

  157. Couplet 157

    କହଇ ବିପ୍ର ଜଗନ୍ନାଥହରିଚରଣେ ଦେଇ ଚିତ୍ତ

Odia Bhagabata skandha 10 adhyaya 2 | Parbani by ParibhaAsha App