Skandha 10
Adhyaya 3
Couplet 1
ଶୁକ ବୋଲନ୍ତି ଶୁଣ ରାୟକଂସ ପାଇଲା ମହାଭୟ
Couplet 2
ଦୂତ ପେଷିଲା ଚାରିଦିଗେବିଶ୍ୱାସୀ ଦାନବଙ୍କ ସଙ୍ଗେ
Couplet 3
କଂସର ଯେତେ ମିତ୍ରଗଣଆସି ମିଳିଲେ ଜଣେ ଜଣ
Couplet 4
ଚାଣୁର ତୃଣାବର୍ତ୍ତ ବୀରମୁଷ୍ଟିକ ଅଘା ଷଣ୍ଢାସୁର
Couplet 5
ଦ୍ୱିବିନ୍ଦ ନାମେଣ ବାନରପ୍ରଳମ୍ବା ବକା ବତ୍ସାସୁର
Couplet 6
ପୂତନା ନାମେଣ ରାକ୍ଷସୀଆଗେ ମିଳିଲା ବୀରକେଶୀ
Couplet 7
ବାଣା ନାରକା ଜରାସନ୍ଧସ୍ୱଭାବେ ଅଟନ୍ତି ଏ ମନ୍ଦ
Couplet 8
ଏମନ୍ତେ କହିବଇଁ କେତେକଂସର ମିତ୍ର ଛନ୍ତି ଯେତେ
Couplet 9
ଏହାଙ୍କୁ ବସାଇ ଆସନେକଂସ କହଇ ଖେଦ ମନେ
Couplet 10
ଶୁଣ ସକଳ ବୀରମଣିମୋହର କର୍ମଫଳ ବାଣୀ
Couplet 11
ନାରଦ କହିଗଲେ ମୋତେଯଦୁଙ୍କୁ ନ ଯିବୁ ପରତେ
Couplet 12
ଯଦୁଙ୍କ ହାତେ ମୋ' ମରଣଏ କଥା ଅଟଇ ପ୍ରମାଣ
Couplet 13
ଏମନ୍ତ କହିଗଲେ ମୁନିବ୍ରହ୍ମାକୁମର ମହାଜ୍ଞାନୀ
Couplet 14
ତୁମ୍ଭେ ଯେ ମୋହର ବିଶ୍ୱାସଯଦୁଙ୍କୁ ବେଗେ କର ନାଶ
Couplet 15
ଶୁଣି ଅସୁରେ ପରଜ୍ୱଳିଯେସନେ ସମୁଦ୍ର ଉଚ୍ଛୁଳି
Couplet 16
ଯଦୁଙ୍କୁ ଦେଲେ କଷ୍ଟମାନଯହୁଁ ରଖିବେ ଭଗବାନ
Couplet 17
ଯାଦବେ ଅସୁରଙ୍କ ଡରେପଳାଇଗଲେ ଦେଶାନ୍ତରେ
Couplet 18
କେ କୁରୁ ନଗରେ ପଶିଲେପାଞ୍ଚାଳ ଦେଶେ କେ ଲୁଚିଲେ
Couplet 19
ବିଦେହ ନିଷଧ କୋଶଳେପଶିଲେ ଜୀବନ ବିକଳେ
Couplet 20
ଯେ ଅବା ଯାଇ ନ ପାରିଲେକଂସର ଶରଣ ପଶିଲେ
Couplet 21
କେହୁ ସେବକ ପଣେ ଦାସକାହାକୁ ଦେଲା ଲୌହପାଶ
Couplet 22
ଏମନ୍ତେ ବରଷେ ପୂରିଲାପୁଣି ଦେବକୀ ପ୍ରସବିଲା
Couplet 23
ପ୍ରହରୀ ଜଣାଇଲା ଯାଇଶୁଣି ଧାଇଁଲା ରୋଷ ବହି
Couplet 24
ଦେବକୀ ନିକଟେ ମିଳିଲାକୋଳୁ ବାଳକ ଉଛୁଡ଼ିଲା
Couplet 25
ବେନିଚରଣ ଧରି କରେବୁଲାଇ ପିଟିଲା ଶିଳାରେ
Couplet 26
ଏମନ୍ତେ ବରଷେ ବରଷଛ'ପୁତ୍ର କଲା କଂସ ନାଶ
Couplet 27
ଦେଖିଣ ଦେବକୀ ବିକଳଦୟାସାଗର ଆଦିମୂଳ
Couplet 28
ଅନନ୍ତ ରୂପ ଧରି ହରିଦେବକୀ ଗର୍ଭେ ବିଜେ କରି
Couplet 29
ଏ ରୂପେ ଅନନ୍ତ ପ୍ରକାଶଗର୍ଭେ ହୋଇଲେ ଅଷ୍ଟମାସ
Couplet 30
ଦେବକୀ ନିଜ ଦେହ ଚାହିଁବିକଳେ ନିଶ୍ୱାସ ଛାଡ଼ଇ
Couplet 31
କେତେ ପାତକ କଲି ପୂର୍ବେପୁଣି ହୋଇଲା ଆସି ଗର୍ଭେ
Couplet 32
କେତେ ସହିବି ଗର୍ଭକଷ୍ଟବିଧାତା କଲା ମୋତେ ହଟ
Couplet 33
ଗର୍ଭେ ଧରଇ ଦଶମାସକୋଳ ଧରିତେ ନାହିଁ ଆଶ
Couplet 34
ଏମନ୍ତ ବିଚାରି ବିକଳନୟନୁ ବହେ ଅଶ୍ରୁଜଳ
Couplet 35
ଦାସବତ୍ସଳ ଭଗବାନଜାଣିଲେ ଦେବକୀର ମନ
Couplet 36
ଦୁର୍ଗାଙ୍କୁ ନିକଟେ ବସାଇବୋଲନ୍ତି ପ୍ରଭୁ ଭାବଗ୍ରାହୀ
Couplet 37
ଅମ୍ବିକା ଶୁଣ ମୋ' ଉତ୍ତରବହନ ଯାଅ ମଞ୍ଚପୁର
Couplet 38
ମଥୁରା-କଂସ-ବନ୍ଦୀ-ଘରେମିଳିବୁ ପ୍ରଥମ ପ୍ରହରେ
Couplet 39
ବନ୍ଦୀ କରିଛି କଂସରାୟେଏକ ଶାଙ୍କୋଳି ବେନିପାୟେ
Couplet 40
ବସୁଦେବଙ୍କୁ ଯେତେବେଳେଧରି ଆଣିଲା କଂସ ବଳେ
Couplet 41
ତାହାର ପତ୍ନୀ ନନ୍ଦଘରେଯାଇ ଲୁଚିଲା କଂସଡ଼ରେ
Couplet 42
ରୋହିଣୀ ନାମ ବିଦ୍ୟମାନତାହାର ଗର୍ଭ ଅଛି ଶୂନ୍ୟ
Couplet 43
ଦେବକୀ ଦେବୀ ନିଦ୍ରାକାଳେଗର୍ଭ ହରିବୁ ଯୋଗବଳେ
Couplet 44
ମିଳିବୁ ନନ୍ଦ ଘରେ ଯାଇରୋହିଣୀ-ଗର୍ଭେ ତାହା ଥୋଇ
Couplet 45
ଜନ୍ମିବୁ ଯଶୋଦା ଉଦରେମୁଁ ପୁଣି ଯିବି ମଞ୍ଚପୁରେ
Couplet 46
ଦେବକୀ ଗର୍ଭେ ହେବି ଜାତମୋତେ ଘେନିଣ ଯିବେ ତାତ
Couplet 47
ତୋତେ ଆଣିବେ ମୋତେ ଥୋଇଏ କଥା ନ ଜାଣିବେ କେହି
Couplet 48
ଏମନ୍ତ କଂସର ମରଣହସି କହନ୍ତି ନାରାୟଣ
Couplet 49
ମଞ୍ଚେ ହୋଇବୁ ତୁ ଯେ ଜାତଜଗତେ ହୋଇବୁ ବିଖ୍ୟାତ
Couplet 50
ଲୋକେ କରିବେ ତୋତେପୂଜାଅନେକ ଦେବେ ବଳିଭୋଜା
Couplet 51
ଭକତେ ହୋଇବୁ ପ୍ରସନ୍ନଅନେକ ହେବ ତୋର ନାମ
Couplet 52
ଜୟା ବିଜୟା ଭଦ୍ରକାଳୀମଙ୍ଗଳା ଚଣ୍ତିକା କଙ୍କାଳୀ
Couplet 53
କନ୍ୟକା କୃଷ୍ଣା ଯେ ମାଧବୀଈଶାନୀ ଶାରଦା ବୈଷ୍ଣବୀ
Couplet 54
ଦୁର୍ଗା ଅମ୍ବିକା ନାରାୟଣୀଏକୁ ଅନେକ ନମ ଭଣି
Couplet 55
ଗ୍ରାମ ଗ୍ରାମକେ କରି ସ୍ଥାନପୂଜନ୍ତେ ହୋଇବୁ ପ୍ରସନ୍ନ
Couplet 56
ଅନେକ ନାମ ତୋ' ଜଗତେଅନ୍ତ ମୁଁ କରିବଇଁ କେତେ
Couplet 57
ପୂଜା କରିବେ ସର୍ବସ୍ଥାନେରାଜା ପରଜା ଭକ୍ତମାନେ
Couplet 58
ସ୍ତୁତି ପଠନ ମନ୍ତ୍ର ଧ୍ୟାନଷୋଡ଼ଶ ଉପଚାର ମାନ
Couplet 59
ଶୁଣ ବଚନ ଆଦିମାତାଫେଡ଼ ଦେବକୀ ମନଚିନ୍ତା
Couplet 60
ଦେବକୀ ଗର୍ଭୁ ତା' ଆଣିବୁରୋହିଣୀ ଗର୍ଭରେ ଥୋଇବୁ
Couplet 61
ତାହାଙ୍କ ନାମ ସଙ୍କର୍ଷଣଲୋକରେ ହୋଇବେ ପ୍ରମାଣ
Couplet 62
ନାମ ହୋଇବ ବଳରାମବଳେ ନୋହିବେ କେହି ସମ
Couplet 63
ଶୁଣି ଆନନ୍ଦମନା ହୋଇମଞ୍ଚେ ଚଳିଲେ ମହାମାୟୀ
Couplet 64
ହରି ଆଦେଶ ଘେନି ଶିରେମିଳିଲେ ମଥୁରା ନଗରେ
Couplet 65
କଂସରାଜାର ବନ୍ଦୀଘରେମିଳିଲେ ପ୍ରଥମ ପ୍ରହରେ
Couplet 66
ରାତ୍ରେ ଦେବକୀ ନିଦ୍ରାକାଳେଗର୍ଭ ହରିଲେ ଯୋଗବଳେ
Couplet 67
ଅନନ୍ତ ଘେନି ମାୟାଦମ୍ଭେଥୋଇଲେ ରୋହିଣୀର ଗର୍ଭେ
Couplet 68
ଗର୍ଭ ସଂଯୋଗ ଦେବୀ କରିଦିନକୁ ଦିନ ଗର୍ଭ ଭାରି
Couplet 69
ସିଂହ ପୌର୍ଣ୍ଣମୀ ଦିନ ସାରରୋହିଣୀ ପ୍ରସବେ କୁମର
Couplet 70
ଧବଳ ଜ୍ୟୋତି ରୂପ ପୁଣିଶିରେ ଶୋହଇ ସପ୍ତଫଣୀ
Couplet 71
ଅପୁଆ ଘରେ ପୁଅ ଜାତଆନନ୍ଦ ହୋଏ ନନ୍ଦ ଚିତ୍ତ
Couplet 72
ମୋହର ଘରେ ପୁତ୍ର ନାହିଁଏ ମୋତେ କାରଣ ଅଟଇ
Couplet 73
ଯାହା ସେ ଦଇବ ନିର୍ମିତଦୁର୍ଗା ହୋଇଲେ ଗର୍ଭଗତ
Couplet 74
ମିଳିଲେ ନନ୍ଦଘରେ ଯାଇକୃଷ୍ଣ ଜନ୍ମିବା ବାଟ ଚାହିଁ
Couplet 75
ଦେବକୀ ଗର୍ଭ ଯହୁଁ ଗଲାଲୋକେ ବୋଇଲେ ଭଲହେଲା
Couplet 76
ଭଲଟି ଗଲେ ନାରାୟଣଦେବକୀ ନ ପାଉ କଷଣ
Couplet 77
ଥୋକେ ବୋଇଲେ ଭଲ ହେଲାକଂସର ଡରେ ପଳାଇଲା
Couplet 78
ପୋଡୁ ଏ ଦେବକୀ ଭିଆଣକେ ବୋଲେ କର୍ଣ୍ଣେ ତା'ନ ଶୁଣ
Couplet 79
ଏଡ଼େ ମଡ଼ିଛୀ ଅଛି କାହିଁକେ ବୋଲେ ମୁଖ ତା'ନ ଚାହିଁ
Couplet 80
କାନ୍ଦି କେ ହୁଅନ୍ତି ବିକଳକେ ବୋଲେ ରଖ ଆଦିମୂଳ
Couplet 81
ଦେବକୀ ମନର କଷଣଜାଣିଲେ ପ୍ରଭୁ ନାରାୟଣ
Couplet 82
ତେଜିଲେ ଜଳଧି ଶୟନମଥୁରା ମିଳିଲେ ବହନ
Couplet 83
ବସୁଦେବର ଦେହେ ଯାଇପଶିଲେ ଜ୍ୟୋତିରୂପ ହୋଇ
Couplet 84
ବିଷ୍ଣୁର ତେଜ ପରଚଣ୍ତଯେହ୍ନେ ଉଦିତ ମାରତଣ୍ତ
Couplet 85
ଅମରଗୁରୁ ଲଗ୍ନ ବେଳେକାନ୍ତ କାମିନୀ ଏକମେଳେ
Couplet 86
ଜଗତ ମଙ୍ଗଳ ପୁରୁଷଦେବକୀ ଉଦରେ ପ୍ରବେଶ
Couplet 87
ଉଦୟ କାଳେ ଯେହ୍ନେ ଶଶୀପୂର୍ବ ଦିଗରୁ ପରକାଶି
Couplet 88
କୃଷ୍ଣଙ୍କୁ ଧରିଣ ଉଦରଦେବକୀ ଦିଶିଲା ସୁନ୍ଦର
Couplet 89
ଅନ୍ଧାର ବନ୍ଦୀଘରେ ତେଜଯେହ୍ନେ ଉଦିତ ଗ୍ରହରାଜ
Couplet 90
ଦେବକୀ ଗର୍ଭବାସ କଥାଶୁଣି ପାଇଲା କଂସ ବ୍ୟଥା
Couplet 91
ଭୟେ ଚକିତ ମନେ ଛନ୍ନମିଳିଲା ଦେବକୀ ଭୁବନ
Couplet 92
ସାତ କବାଟ ଫେଡ଼ାଇଲାଅନ୍ଧାର ଘରକୁ ଚାହିଁଲା
Couplet 93
ଉଦୟ ହୋଇ ଦିନକରଯେହ୍ନେ ନାଶଇ ତମ ଘୋର
Couplet 94
ଦେଖି ଚକିତ କଂସ ମନେଭାଳି ବୋଲଇ ଭୟଛନ୍ନେ
Couplet 95
ନିଶ୍ଚୟେ ହୋଇଲା ମରଣଏ ତ ଅନାଦି ନାରାୟଣ
Couplet 96
ଗର୍ଭେ ବିଜୟେ ବ୍ରହ୍ମରାଶିଏ ମୋର କାଳ ଦଣ୍ତଫାଶି
Couplet 97
ଜୀବନ ନାଶିବ ମୋହରଦେବକୀ ବଡ଼ଇ ସୁନ୍ଦର
Couplet 98
ଏ ଯେତେ ଗର୍ଭ ପ୍ରସବିଲାଏମନ୍ତ ବେଳେ ନ ଦିଶିଲା
Couplet 99
କି ବୁଦ୍ଧି କରିବଇଁ ଆଜମାରିଣ ଲଭିବଇଁ କାର୍ଯ୍ୟ
Couplet 100
ଏସନ ମନେ ବିଚାରଇମୁନି ତ ଯାଇଛନ୍ତି କହି
Couplet 101
ଯାହା କହିଲେ ବ୍ରହ୍ମସୁତସେ କଥା ନୋହଇ ବିଅର୍ଥ
Couplet 102
ଯାଦବେ ମୋହର ବଇରୀମୋର ମରଣ ହେତୁ କରି
Couplet 103
ଦେବକୀ ବସୁଦେବ ଆଦିଏ ମୋର ଅଟନ୍ତି ବିବାଦୀ
Couplet 104
ଭିଣୋଇ ଗୁଣ କର୍ମମାନଯୁବତୀ କଲା ଭିନ୍ନ ଭିନ୍ନ
Couplet 105
ଆତ୍ମବହେଣୀ ମୋର ଶଲମୋହରେ ନ ଇଚ୍ଛଇ ଭଲ
Couplet 106
ସପ୍ତମଗର୍ଭ କେଣେ ନେଲାବୋଇଲା ଗର୍ଭ ଉଭେଇଲା
Couplet 107
ଏ ଯେ ମୋହର ଅପରାଧୀକିସ କରିବି ଏବେ ବୁଦ୍ଧି
Couplet 108
ହସ୍ତରେ ଅଛି ମୋ' ଉପାୟଛାଡ଼ିଲେ ନ ପାଇବି କାୟ
Couplet 109
ଦେବକୀ ପକାଇବି ମାରିଗର୍ଭ ନାଶିବି ପେଟ ଚିରି
Couplet 110
ପୁଣି ବିଚାରୁଅଛି ମନେଏ କର୍ମ କରିବି କେସନେ
Couplet 111
ଜୀବନ ପାଇଁ ଏଡ଼େ ପାପକରି ପାଇବି ମନେ ତାପ
Couplet 112
ଉଭୟ ଲୋକେ ସୁଖ ନାହିଁନରକେ ପଡ଼ିବି ମୁଁ ଯାଇ
Couplet 113
ପାପର ମଧ୍ୟେ ପରମାଦସ୍ତିରୀ ଗର୍ଭିଣୀ ଶିଶୁବଧ
Couplet 114
ଏ ତିନି କର୍ମ ଯେ କରନ୍ତିଜୀବନ ଥାଉଁ ସେ ମରନ୍ତି
Couplet 115
ତାହାର ମରିବାର କାଳେନିନ୍ଦିତ ବୋଲନ୍ତି ସକଳେ
Couplet 116
ଇହଲୋକରେ ଅପଯଶମରଣେ ନରକେ ପ୍ରବେଶ
Couplet 117
ଏମନ୍ତ ମନେ ବିଚାରିଲାଖଡ଼ଗ ଘେନି ବାହୁଡ଼ିଲା
Couplet 118
ମିଳିଲା ନିଜପୁରେ ଯାଇଭାଳଇ ଚଉଦିଗ ଚାହିଁ
Couplet 119
ହରିଙ୍କି କଲା ମହାଭୟକ୍ଷଣ କ୍ଷଣକେ କମ୍ପେ କାୟ
Couplet 120
ଆସନ ଶୟନ ଭୋଜନେସ୍ନାନ ବିହାର ଜଳପାନେ
Couplet 121
ଗୋଡ଼ାଇଛନ୍ତି ଯେହ୍ନେ ହରିକମ୍ପଇ ମହାଭୟ କରି
Couplet 122
ବୃକ୍ଷ କାନନ ନଦୀ ଗିରିସକଳ ମଣେ ନରହରି
Couplet 123
ଏମନ୍ତେ ରଜନୀ ହୋଇଲାଘୋର ତିମିର ପ୍ରକାଶିଲା
Couplet 124
ବ୍ରହ୍ମାଶଙ୍କର ଇନ୍ଦ୍ର ତୁଲେତେତିଶ କୋଟି ଦେବବଳେ
Couplet 125
ମିଳିଲେ ମଥୁରା ନବରେଦେବକୀ ଦେବୀ ବନ୍ଦୀଘରେ
Couplet 126
ପ୍ରଣାମ କଲେ ଜଣେ ଜଣେଶ୍ରୀକୃଷ୍ଣ ଜନନୀ ଚରଣେ
Couplet 127
ଗର୍ଭକୁ ଚାହିଁ ଗଙ୍ଗାଧରସ୍ତୁତି କରନ୍ତି ବେଦବର
Couplet 128
ବାସବ ଆଦି ଦିଗପତିଯେ ଯାହା ମତେକଲେ ସ୍ତୁତି
Couplet 129
ଜୟ ଗୋବିନ୍ଦ ଦାମୋଦରସତ୍ୟ ବଚନ ସ୍ୱାମୀ ତୋ'ର
Couplet 130
ଆବୋରି ଅଛୁ ତିନି ସତ୍ୟସୃଷ୍ଟିର ଆଦି ମଧ୍ୟ ଅନ୍ତ
Couplet 131
ସତ୍ୟେ ବ୍ରହ୍ମାଙ୍କୁ କଲୁ ଜାତସତ୍ୟ ସ୍ୱରୂପ ତୁ ଅଚ୍ୟୁତ
Couplet 132
ସତ୍ୟେ ତୁ ପାଳୁ ବସୁନ୍ଧରୀତୋ'ର ଭିଆଣ ନରହରି
Couplet 133
ସତ୍ୟର ହେଉ ତୁହି ସତ୍ୟସତ୍ୟ ବଚନ ସତ୍ୟନେତ୍ର
Couplet 134
ସତ୍ୟେ ତୋହର ଆତଯାତଆମ୍ଭେ ଜାଣିଲୁ ତୋ'ର ସତ୍ୟ
Couplet 135
ତୋ'ର ଏ ସଞ୍ଚିଲା ଶୟଳଦୁଷ୍ଟ ନିବାରି ସନ୍ଥ ପାଳ
Couplet 136
ଅସାଧୁ ମାରି ସତ୍ୟପାଳତୋହର ଶରଣ ସକଳ
Couplet 137
ସଂସାର ମଧ୍ୟେ ଦେହବୃକ୍ଷେଏଥେ ତୁ ମିଳିଲୁ ପ୍ରତ୍ୟକ୍ଷେ
Couplet 138
ବୃକ୍ଷର ଯେତେ ଗୁଣମାନଶରୀରେ ତୋହର ଭିଆଣ
Couplet 139
ଏକଇ ବୃକ୍ଷ ବେନିଫଳଚତୁର ରସ ତିନିମୂଳ
Couplet 140
ପଞ୍ଚ ଶିକଡ଼ ତଳେ ଗଣ୍ଠିଆତ୍ମା ଏହାର ଷଡ଼ଗୋଟି
Couplet 141
ସାତ ବକଳ ଦେହେ ଜଡ଼ିଅଷ୍ଟମ ଡାଳେ ଛନ୍ତି ବେଢ଼ି
Couplet 142
ଗଣ୍ଠି ସ୍ୱଭାବେ ନବନେତ୍ରବିସ୍ତାର ହୋଇ ଦଶପତ୍ର
Couplet 143
ଉପରେ ଛନ୍ତି ବେନି ପକ୍ଷୀଏମନ୍ତ ବୃକ୍ଷ ଦେହେ ଲକ୍ଷି
Couplet 144
ମୁନି ବୋଲନ୍ତି ରାୟେ ଶୁଣଦେହେ କହିବା ବୃକ୍ଷଗୁଣ
Couplet 145
ବୃକ୍ଷର ପ୍ରାୟେ ଦେହ ଏକଫଳ ଯୋଡ଼ିଏ ଦୁଃଖସୁଖ
Couplet 146
ତାମସ ରଜ ସତ୍ତ୍ୱ ଗୁଣଏହାର ମୂଳଟି ପ୍ରମାଣ
Couplet 147
ଧର୍ମ ସମ୍ପଦ କାମ ମୋକ୍ଷଏ ଚାରି ରସଟି ପ୍ରତ୍ୟକ୍ଷ
Couplet 148
ଶବଦ ରୂପ ରସ ଗନ୍ଧସ୍ପରଶ ପଞ୍ଚମୂଳ ଛନ୍ଦ
Couplet 149
ଜନ୍ମ ହୋଇଣ ଦେହ ବହିବାଳୁତ ରୂପେଣ ବଢ଼ଇ
Couplet 150
ତରୁଣ ବୃଦ୍ଧ କ୍ଷୟ ମୃତ୍ୟୁଆତ୍ମବିକାର ଷଡ଼ ହେତୁ
Couplet 151
ଚର୍ମ ଶୋଣିତ ମାଂସ ମେଦଅସ୍ଥି ମଜ୍ଜା ଯେ ଶୁକ୍ର ଛନ୍ଦ
Couplet 152
ସପତ ବକଳ ଏହାରମୁନି କହନ୍ତି ଜ୍ଞାନସାର
Couplet 153
ଭୂଜଳ ଅନଳ ସମୀରଖ ମନ ବୁଦ୍ଧି ଅହଙ୍କାର
Couplet 154
ଏ ଅଷ୍ଟଡାଳଟି ଏହାରନବମ ଛିଦ୍ର ନବଦ୍ୱାର
Couplet 155
ଦଶ ଇନ୍ଦ୍ରିୟ ପତ୍ର ଲେଖିଜୀବ ପରମ ବେନି ପକ୍ଷୀ
Couplet 156
ଏମନ୍ତ ବୃକ୍ଷ ରୂପ ବହିଭାରା ଉଶ୍ୱାସି ରଖ ମହୀ
Couplet 157
ଜଗତ ତୋର ତହୁଁ ଜାତଲୟ ପାଳନ ଜଗନ୍ନାଥ
Couplet 158
ତୋର ମାୟାରେ ମୂର୍ଖ ଜନଆତ୍ମାକୁ ଦେଖନ୍ତି ସେ ଭିନ୍ନ
Couplet 159
ଜ୍ଞାନୀଏ ଦେଖନ୍ତି ସେ ଏକମାୟାରେ ଦିଶୁ ତୁ ଅନେକ
Couplet 160
ତୁ ଏ ସଂସାର ଦୁଃଖନାଶେଶରୀର ବହୁ ନାନା ଅଂଶେ
Couplet 161
ସାଧୁଙ୍କୁ ଦିଶୁ ତୁ ନିର୍ମଳଖଳଲୋଚନେ ଯେହ୍ନେ କାଳ
Couplet 162
ଯେ ତୋ'ର ପାଦେ ପଦ୍ମନାଭକରନ୍ତି ଆତ୍ମଜ୍ଞାନେ ଭାବ
Couplet 163
ତୋହର ନାମ ନାବ କରିହେଳେ ତରନ୍ତି ଭବବାରି
Couplet 164
ଭୋ ନାଥ କମଳଲୋଚନମାୟାରେ ମୋହୁ ପ୍ରାଣୀ ମନ
Couplet 165
ଯେ ତୋ'ର ନାମ ନ ଭଜନ୍ତିମାୟାପଟଳେ ବଣା ହୋନ୍ତି
Couplet 166
ତୀର୍ଥସେବନ-ଦାନ-ତପେତରିଲୁ ବୋଲୁଥା'ନ୍ତି ଆପେ
Couplet 167
କରନ୍ତି ସିଦ୍ଧଙ୍କ ଉପାୟେଭେଦନ୍ତି ବ୍ରହ୍ମଲୋକ ଯାଏ
Couplet 168
ତୋ'ପାଦେ ନ କରି ଆଦରହୃଦେ ବହନ୍ତି ଅହଙ୍କାର
Couplet 169
ତହୁଁ ପଡ଼ନ୍ତି ଦେହ ଘେନିଜନ୍ମ ହୁଅନ୍ତି ନାନା ଯୋନି
Couplet 170
ଯେ ତୋ'ର ତହିଁ ମିତ୍ରପଣେଚିତ୍ତ ଖଟାନ୍ତି ଅନୁକ୍ଷଣେ
Couplet 171
ନିର୍ଭୟେ ଭ୍ରମନ୍ତି ସଂସାରେନୃତ୍ୟ କରନ୍ତି ଜମ ଶିରେ
Couplet 172
ସତ-ନିର୍ମଳ-ଗୁଣ ଧରୁଭକ୍ତଙ୍କ ପାଇଁ ଅବତରୁ
Couplet 173
ତପ-ସମାଧି-ଯୋଗ-କ୍ରିୟାବେଦେ କହନ୍ତି ମୁନି ଯାହା
Couplet 174
ତୋ ଆରାଧନୁଁ ନାହିଁ ଆନତୁ ପୂରିଅଛୁ ସ୍ଥଳ ଶୂନ୍ୟ
Couplet 175
ତୁ ଯେବେ ନୋହିବୁ ଜଗତେଅଜ୍ଞାନ ନାଶିବୁ କେମନ୍ତେ
Couplet 176
ଯେ ତୋତେ ଯେମନ୍ତ ଚିନ୍ତଇଗୁଣ ପ୍ରକାଶୁ ଦେହ ବହି
Couplet 177
ତୋହର ଗୁଣ-କର୍ମମାନସଂଖ୍ୟା କେ କରୁ ଭଗବାନ
Couplet 178
ମନ-ବଚନେ ହେଁ ନ ଜାଣିକେବଳ ବେଦେ ପରିମାଣି
Couplet 179
ଶ୍ରବଣେ ତୋ'ର ନାମ ଶୁଣିତୋ ରୂପ ହୃଦେ ପରିମାଣି
Couplet 180
ତୋ'ପାଦପୂଜାର ବିଧାନଏଣେ ଯେ ହୋନ୍ତି ସାବଧାନ
Couplet 181
ଜନ୍ମ ମରଣ ତା'ଙ୍କ ନାହିଁଏମନ୍ତ ପ୍ରଭୁ ଭାବଗ୍ରାହୀ
Couplet 182
ତୋହର ପାଦୁଁ ଜାତ ମହୀତା' ଦୁଃଖ ନ ପାରିଲୁ ସହି
Couplet 183
ତୋହର ପାଦରଜ ଦେଇଉଶ୍ୱାସ କର ନାଥ ମହୀ
Couplet 184
ସ୍ୱର୍ଗେ ପଶିବୁ ପଦ୍ମନାଭତହିଁ ଦେଖିବୁ ତୋ'ର ଭାବ
Couplet 185
ଏ ତୋ'ର ଦେହବନ୍ତ ପଣଏବେ ଜାଣିଲୁ ନାରାୟଣ
Couplet 186
ମନୁଷ୍ୟ ଲୀଳାର ଯେ ଭାବଯା'ରୂପ ନ ଜାଣନ୍ତି ଦେବ
Couplet 187
ମତ୍ସ୍ୟ କଚ୍ଛପ ନରସିଂହକୋଳ ବାମନ ହଂସ ହୟ
Couplet 188
ରାଜନ ଋଷିଦେବ ବଂଶେଜନ୍ମ ତୁ ହେଉ ଯୋଗଅଂଶେ
Couplet 189
ତିନି-ଭୁବନେ ଦୁଃଖ ନାଶିଆମ୍ଭଙ୍କୁ ପାଳୁ ବ୍ରହ୍ମରାଶି
Couplet 190
ଅବନୀ ଭାରା ଏବେ ହରଭୋ ନାଥ ଶରଣ ତୋହର
Couplet 191
ଏମନ୍ତେ ପାହିଲା ରଜନୀଦେବକୀ ମୁଖ ଚାହିଁ ଭଣି
Couplet 192
ତୋ'ର ଉଦରେ ଜଗନ୍ନାଥଜଗତ ରଖିବେ ତୋ'ସୁତ
Couplet 193
ଶୁଦ୍ଧ ଚୈତନ୍ୟ ରୂପ ଘେନିପ୍ରକାଶ ହୋଇବେ ମେଦିନୀ
Couplet 194
କଂସର ଭୟ ଛାଡ଼ ଆଈଯାହାର ନାମେ ଦୁଃଖ ନାହିଁ
Couplet 195
ଅରୁଣ ତେଜ ପ୍ରକାଶିଲାଦେବଙ୍କୁ ଉଚ୍ଚାଟ ଲାଗିଲା
Couplet 196
ବ୍ରହ୍ମାଶଙ୍କର ଆଗେ କରିଦେବେ ଚଳିଲେ ଯେଝାପୁରୀ
Couplet 197
ଶ୍ରୀହରି-ଚରଣେ ମୋ'ଚିତ୍ତସୁଜନ ହିତେ କଲି ଗୀତ
Couplet 198
ଦଶମସ୍କନ୍ଧେ ହରିବାଣୀଶୁଣି ନିର୍ମଳ ହୁଅ ପ୍ରାଣୀ
Couplet 199
ପୁରାଣ କଲି ଗୀତ ରସକହଇ ଜଗନ୍ନାଥ ଦାସ