Skip to content
paribhaasha

Skandha 10

Adhyaya 4

  1. Couplet 1

    କହନ୍ତି ଶୁକମୁନି ହସିକୃଷ୍ଣ ଚରିତ ପରଶଂସି

  2. Couplet 2

    ପରୀକ୍ଷ ମୁଖକୁ ଚାହିଁଲେଆନନ୍ଦେ ଲୋଚନ ବୁଜିଲେ

  3. Couplet 3

    ସମାଧି କରି ଯୋଗଧ୍ୟାୟିକୃଷ୍ଣ ପ୍ରସନ୍ନ ଲେଶ ପାଇ

  4. Couplet 4

    ପୁଣି କ୍ଷଣକେ ଚକ୍ଷୁ ଫେଇହସି କହନ୍ତି ରାଜା ଚାହିଁ

  5. Couplet 5

    ଶୁଣ ହୋ ଶ୍ରୀକୃଷ୍ଣର ଜନ୍ମଯେଣେ ଖଣ୍ତିବ ଭବଭ୍ରମ

  6. Couplet 6

    ଦେବକୀ ଦେବଗଣ ଦେଖିମନେ ବିଚାରେ ଶଶୀମୁଖୀ

  7. Couplet 7

    ମୁଁ ଅଟେ ମାନୁଷ ଯୁବତୀଦେବେ କରନ୍ତି ମୋତେ ସ୍ତୁତି

  8. Couplet 8

    କି ଅବା ଉଦରେ ମୋହରବିଜୟ କଲେ ଚକ୍ରଧର

  9. Couplet 9

    ଯାଦବକୁଳ ନିସ୍ତାରଣେପାପିଷ୍ଠ କଂସର ମରଣେ

  10. Couplet 10

    ଦେବଙ୍କ ଛଳେ ଅବତାରନାଶିବେ ଅବନୀର ଭାର

  11. Couplet 11

    ଏତେ ବିଚାରି ମହାମାୟାକ୍ଷଣକେ ପାସୋରିଲା ତାହା

  12. Couplet 12

    ଯୋଗମାୟାର ଯୋଗବଳେବିଷୟାରସ କାମଭୋଳେ

  13. Couplet 13

    ସୁତ ଲାଳସା ପରିବନ୍ଧେତ୍ରିଗୁଣ ଭେଦ କୂଟଛନ୍ଦେ

  14. Couplet 14

    ମନ ମୋହିଲା ରାଜସୁତାନ ଜାଣେ ଗର୍ଭର ବ୍ୟବସ୍ଥା

  15. Couplet 15

    ମନୁଷ୍ୟ ଜନ୍ମର ସ୍ୱଭାବଦେଖଇ ପତିବ୍ରତା ଗର୍ଭ

  16. Couplet 16

    ତଥ୍ୟ ନ କଲେ ରୂପ ହେଜିକ୍ଷଣ କ୍ଷଣକେ ଚକ୍ଷୁ ବୁଜି

  17. Couplet 17

    ଶୁଖିଲା ଅଧର ଦଶନଫିଟିଲା କଟୀ ପହରଣ

  18. Couplet 18

    ଶୁଖିଲା ପ୍ରାୟେ ବିମ୍ବାଧରକମ୍ପିତ ମୁଖ ଭୁଜ ଊର

  19. Couplet 19

    ନାଭି ଲେଉଟି ଦିଶେ ଝଳିଟାଙ୍କୋରେ ତନୁ ରୋମାବଳୀ

  20. Couplet 20

    କ୍ଷଣ କ୍ଷଣକେ ଯୋଗନିଦ୍ରାଛାଡ଼ିଲା ସୁଖ ଭୋଗ ସୁଧା

  21. Couplet 21

    ନିବିଡ଼େ ଅବନୀ ଶୟନକ୍ଷଣେ ମଳୟ ହୁତାଶନ

  22. Couplet 22

    ତପତ ନିଃଶ୍ୱାସ ସମୀରକର ଚରଣ ଥରହର

  23. Couplet 23

    କୋମଳପତ୍ର ଶଯ୍ୟା ଆଶେମଳୟ ଚନ୍ଦନ ପ୍ରକାଶେ

  24. Couplet 24

    ସକଳ ସୁଖଭୋଗ ମାନକରାନ୍ତି ପ୍ରଭୁ ଭଗବାନ

  25. Couplet 25

    ଯେ ହେବ ଗୋବିନ୍ଦର ଆଈତାହାର ପାପ-ବାଧା କାହିଁ

  26. Couplet 26

    ବିଚାର କରେ ଦେବୀ ମନେଏ ଗର୍ଭ ସହିବି କେସନେ

  27. Couplet 27

    ଛ ବେଳ ହେଲା ପରିହାରଏବେ ମୋ ପ୍ରକୃତି ଅନ୍ତର

  28. Couplet 28

    କି ଅବା କାଳଆଶ୍ରେ ମୋତେଜୀବନ ହରିବ ଯୁଗତେ

  29. Couplet 29

    ଏମନ୍ତେ ଦିବାରାତ୍ର ବସିମନେ ଭାଳଇ ଶୁଭ୍ରକେଶୀ

  30. Couplet 30

    ଏମନ୍ତେ ଦୁଃଖ ସୁଖ ମନେଦିନ ହରଇ ମନଛନ୍ନେ

  31. Couplet 31

    ଶୁଭେ ହୋଇଲା ଅଷ୍ଟମାସପୃଥ୍ୱୀ ମଣ୍ତିବେ ଶ୍ରୀନିବାସ

  32. Couplet 32

    ଶରଦ ହେମନ୍ତ ଅନ୍ତରେବସନ୍ତ ଗ୍ରୀଷମ ବେଭାରେ

  33. Couplet 33

    ସୂର୍ଯ୍ୟଙ୍କ ତହୁଁ ଷଡ଼ଋତୁପ୍ରକାଶ ଜନସୁଖ ହେତୁ

  34. Couplet 34

    ଋତୁଙ୍କ ମଧ୍ୟେ ଶ୍ରେଷ୍ଠବଳସଂପୂର୍ଣ୍ଣ ବରଷାର କାଳ

  35. Couplet 35

    ଭାଦ୍ରବ ମାସ କୃଷ୍ଣପକ୍ଷେସକଳ ଗ୍ରହେ ଛନ୍ତି ଉଚ୍ଚେ

  36. Couplet 36

    ଅଷ୍ଟମୀ ନିଶା ଅର୍ଦ୍ଧଭାଗେରୋହିଣୀ ନକ୍ଷତ୍ର ସଂଯୋଗେ

  37. Couplet 37

    ବୃଷ ରାଶିରେ ନିଶାକରନକ୍ଷତ୍ର ଗ୍ରହେ ବଳୀୟାର

  38. Couplet 38

    ଗଭୀର ଘୋର ମେଘ ଘୋଷବର୍ଗ ଉତ୍ତମ ନବଅଂଶ

  39. Couplet 39

    ଏହି ସମୟେ ସୁରରାୟେଆକାଶେ ଉତ୍ସ›ବ କରାଏ

  40. Couplet 40

    ଦୁନ୍ଦୁଭି-ବାଦ୍ୟ-ନାଦ ହେରିରଙ୍ଗେ ନାଚନ୍ତି ଅପସରୀ

  41. Couplet 41

    ଦେବେ କରନ୍ତି ପୁଷ୍ପବୃଷ୍ଟିଖଣ୍ତିବେ ଗୋବିନ୍ଦ ଅରିଷ୍ଟି

  42. Couplet 42

    ଇନ୍ଦ୍ର ପବନକୁ ହକାରିବୋଲଇ ଯାଅ ମଧୁପୁରୀ

  43. Couplet 43

    ତୋହର ଗନ୍ଧ ଗୁଣ ଘେନିଆନନ୍ଦେ ବହିବୁ ମେଦିନୀ

  44. Couplet 44

    କଂସର ବନ୍ଦୀଘରେ ଯାଇବହିବୁ ମଳୟ ପୁରାଇ

  45. Couplet 45

    ଦିଗେ ଦିଶନ୍ତୁ ପରିମଳବହିବୁ ସୁଗନ୍ଧ ଶୀତଳ

  46. Couplet 46

    ଇନ୍ଦ୍ରର ଆଜ୍ଞା ପାଇ ବେଗେସମୀର ଚଳିଗଲା ଆଗେ

  47. Couplet 47

    ପବନ ଗଲା ମଧୁ ପୁରେବହେ ସୁଗନ୍ଧ ରସଭରେ

  48. Couplet 48

    ନିର୍ମଳ ଦିଶିଲା ଗଗନମହୀ ମଙ୍ଗଳ ବିଦ୍ୟମାନ

  49. Couplet 49

    ଗ୍ରାମ ପାଟଣା ପୁର ଘୋଷମଙ୍ଗଳ ବାଦ୍ୟେ ଗୀତ ରସ

  50. Couplet 50

    ନଦୀଏ ଉଛୁଳିଲେ ଜଳେପକ୍ଷୀଙ୍କ ନାଦ ବୃକ୍ଷଡ଼ାଳେ

  51. Couplet 51

    ସ୍ତବକ ପୁଷ୍ପ ବନେ ଫୁଟିବାସ ପ୍ରସରଇ ପ୍ରକଟି

  52. Couplet 52

    ବିପ୍ରେ ମଙ୍ଗଳ ବେଦନାଦେଅନଳେ କ୍ଷେପନ୍ତି ସମିଧେ

  53. Couplet 53

    ଆନନ୍ଦ ହେଉଅଛି ମହୀକୃଷ୍ଣ ଜନ୍ମିବେ ଦେହ ବହି

  54. Couplet 54

    ବଥାଏ ଦେବକୀ ଉଦରସ୍ୱାମୀଙ୍କି ବୋଲନ୍ତି ଉତ୍ତର

  55. Couplet 55

    ଭୋ ନାଥ ଚିନ୍ତ ନାରାୟଣକେ ସହୁ ଗର୍ଭର କଷଣ

  56. Couplet 56

    ଶୁଣି ବସୁଦେବ ଉଠିଲାଦେବକୀ କଙ୍କାଳ ଧଇଲା

  57. Couplet 57

    ଆବୋରି ଗୋବିନ୍ଦ ସୁମରିଭୟେ ଚିନ୍ତଇ ନରହରି

  58. Couplet 58

    ଆକାଶେ ଉଦେ ନିଶାକରଦେବକୀ ଉଦରୁ ବାହାର

  59. Couplet 59

    ନୀଳ-ଜୀମୂତ ଦେହ କାନ୍ତିବଳୟ ମଣି ଝଟକନ୍ତି

  60. Couplet 60

    ପୀତବସନ କଟୀ ଶୋହେରୂପେ କୋଟିଏ କାମ ମୋହେ

  61. Couplet 61

    କଟୀ-ମେଖଳା ସୁନା-ସୂତାଉତ୍ତରୀ ସୁବର୍ଣ୍ଣ ପଇତା

  62. Couplet 62

    କିରୀଟ କୁଣ୍ତଳ କଙ୍କଣପାଦେ ନୂପୁର ରୁଣଝୁଣ

  63. Couplet 63

    ଦିଶଇ ଶଙ୍ଖ ଚକ୍ର ତେଜମର୍କତ ସ୍ତମ୍ଭ ଚାରିଭୁଜ

  64. Couplet 64

    ଗଦା କମଳ ଶଙ୍ଖଚକ୍ରଅଧର ଓଷ୍ଠ ରଙ୍ଗ ରେଖ

  65. Couplet 65

    ଶ୍ରୀବତ୍ସ› ଚିହ୍ନ ହୃଦେ ଶୋହେରତ୍ନପାଦୁକା ବେନି ପାୟେ

  66. Couplet 66

    ଅପୂର୍ବ ରୂପେ ଯୋଗେଶ୍ୱରଦେବ ମାନବେ ଅଗୋଚର

  67. Couplet 67

    ଦେବକୀ ପ୍ରସବିଣ ସୁତଶ୍ରମେ ହୋଇଲା ମୋହଗତ

  68. Couplet 68

    ପଛେ ଯେ ବସୁଦେବ ଥିଲାକୃଷ୍ଣ ରୂପକୁ ଅନାଇଲା

  69. Couplet 69

    ସ୍ଥିରେ ଚାହିଁଲା ବସୁଦେବଦେଖିଲା ଅନାଦି ମାଧବ

  70. Couplet 70

    କ୍ଷଣେ ରହିଲା ସ୍ଥିର ହୋଇକୃଷ୍ଣଙ୍କୁ ଚାହିଁ ବିଚାରଇ

  71. Couplet 71

    କୃଷ୍ଣ ହରିଲେ ପିତା ଜ୍ଞାନଚକିତେ ବିଚାରଇ ମନ

  72. Couplet 72

    ମନରେ ଗଙ୍ଗାସ୍ନାନ କଲାଅୟୁତେ ଧେନୁ ଉ›ତ୍ସର୍ଗିଲା

  73. Couplet 73

    ଏ ପୁତ୍ରେ କଂସ ନ ମାଇଲେଦେବଇଁ ଅଳଙ୍କାର ତୁଲେ

  74. Couplet 74

    ଏ ପୁତ୍ର ନମଲେ ମୋହରପୁଜିବି ବିପ୍ରଙ୍କ ପୟର

  75. Couplet 75

    ଚାହିଁଲା ଗୋବିନ୍ଦ ବଦନପୁଣି ପାଇଲା ଦିବ୍ୟଜ୍ଞାନ

  76. Couplet 76

    ଭୟେ କମ୍ପଇ ତା'ଶରୀରଏ ତ ଅନାଦି ଚକ୍ରଧର

  77. Couplet 77

    ମୁ ଛାର ମନୁଷ୍ୟ ଅଧମକିପାଁ ଏ ହୋଇଲା ପ୍ରସନ୍ନ

  78. Couplet 78

    କି ବୁଦ୍ଧି କରିବଇଁ ମୁହିଁକଂସକୁ ଡରେ ମୋର ଦେହୀ

  79. Couplet 79

    ବୋଲଇ ବସୁଦେବ ଶୋକେଏ କିମ୍ବା ଜାତ ମଞ୍ଚଲୋକେ

  80. Couplet 80

    ତେଜେ ଉଜ୍ଜ୍ୱଳ ବନ୍ଦୀଘରତିଳେ ହେଁ ନଦିଶେ ଅନ୍ଧାର

  81. Couplet 81

    କର ଅଞ୍ଜଳି ଶିରେ ଦେଇସ୍ତୁତି କରଇ କୃଷ୍ଣ ଚାହିଁ

  82. Couplet 82

    ତୋହର ଆଦି ଅନ୍ତ ନାହିଁପ୍ରକୃତି ତୋତେ ନଲାଗଇ

  83. Couplet 83

    କେବଳ ସୂକ୍ଷ୍ମ ରୂପେ ଶୂନ୍ୟମୁନିଙ୍କ ଚିତ୍ତେ ଜ୍ଞାନଗମ୍ୟ

  84. Couplet 84

    ତୋହର ମାୟାରେ ଜଗତମହତ ଆଦି ପଞ୍ଚଭୂତ

  85. Couplet 85

    ତହିଁରେ ନୋହୁ ତୁ ପ୍ରବେଶପ୍ରବେଶ ପ୍ରାୟ ତୋ' ପ୍ରକାଶ

  86. Couplet 86

    ବାହାର ଭିତରେ ଅନନ୍ତସୃଷ୍ଟି କରୁ ତୁ ଆତଯାତ

  87. Couplet 87

    ବୁଦ୍ଧି ଲକ୍ଷଣ ଗୁଣ ଘେନିତୋତେ ଚିନ୍ତନ୍ତି ଆତ୍ମଜ୍ଞାନୀ

  88. Couplet 88

    କାହୁଁ ଦେଖିବେ ଦେହବନ୍ତତୁ ଦେବ ଅନାଦି ଅଚ୍ୟୁତ

  89. Couplet 89

    ଜଗତ ତୋ'ର ତହୁଁ ଜାତପାଳିଣ ପୁଣି କରୁ ଅନ୍ତ

  90. Couplet 90

    ଜଗତ ଉପୁଜିବା କାଳେଅରୁଣ ବର୍ଣ୍ଣ ହେଉ ବେଳେ

  91. Couplet 91

    ପାଳିବା କାଳେ ଶୁକ୍ଳବର୍ଣ୍ଣଜଗତେ ବୋଲାଉ ତୁ ଧର୍ମ

  92. Couplet 92

    ସଂହାର କାଳେ କୃଷ୍ଣରୂପତୋର ବିହାର ମୋହକଳ୍ପ

  93. Couplet 93

    ତୁ ଏବେ ମୋରଘରେ ନାଥଅଂଶେ ହୋଇଲୁ ଦେହବନ୍ତ

  94. Couplet 94

    ଜାଣିଲି ଯେତେକ ଅସୁରମାରି କରିବୁ ମହୀ ସ୍ଥିର

  95. Couplet 95

    ତୋ'ର ଜନମ ମୋ'ର ଘରେଶୁଣିଣ କଂସ କୋପଭରେ

  96. Couplet 96

    ଛ ପୁତ୍ର ମାଇଲା ମୋହରତୁ କି ନ ଜାଣୁ ଚକ୍ରଧର

  97. Couplet 97

    ପ୍ରହରୀମାନେ ଜଗିଛନ୍ତିଶୁଣିବେ ବୋଲି ମନେ ଭୀତି

  98. Couplet 98

    କଂସକୁ କହିବେ ତୁରିତେସେ ଆସି ମାରିବଟି ତୋତେ

  99. Couplet 99

    ତୋତେ ହୋ ତୁହି ରକ୍ଷାକରମୁଁ ଛାର ମନୁଷ୍ୟ ମାତର

  100. Couplet 100

    ଏମନ୍ତେ ଗଡ଼ଘାଲି ଶୋଇକମ୍ପଇ କୃଷ୍ଣ ମୁଖ ଚାହିଁ

  101. Couplet 101

    ଶୀତଳ ବହଇ ପବନଦେବକୀ ପାଇଲା ଚେତନ

  102. Couplet 102

    ଚକ୍ଷୁ ଫେଇଣ ଚାହେଁ ଧୀରେଯେହ୍ନେ ଉଦୟ ଦିନକରେ

  103. Couplet 103

    ଚାହିଁଲା ପୁତ୍ରର ବଦନଚକିତେ ହୋଇ ଛନ୍ନଛନ୍ନ

  104. Couplet 104

    ଅପୂର୍ବ କାହୁଁ ଏ ଅଇଲାଜଗତେ ନାହିଁ ନା ଦେଖିଲା

  105. Couplet 105

    ଏ ତ ପୁରୁଷଙ୍କ ଉତ୍ତମକି ଅବା ପ୍ରଭୁ ଭଗବାନ

  106. Couplet 106

    ପୂର୍ଣ୍ଣ ଆନନ୍ଦ ଜ୍ଞାନମୟଦେଖି ପାଇଲା ଦେବୀ ଭୟ

  107. Couplet 107

    ବିକଳେ ବେନିକର ଯୋଡ଼ିହା କୃଷ୍ଣ ବୋଲି ପାୟେ ପଡ଼ି

  108. Couplet 108

    ଚଞ୍ଚଳ ମନ କରି ସ୍ଥିରଦେବକୀ ବୋଲଇ ଉତ୍ତର

  109. Couplet 109

    ଭୋ ନାଥ ନିସ୍ତରିଲି ମୁହିଁତୋହର ଆଦି ଅନ୍ତ ନାହିଁ

  110. Couplet 110

    ମନ ବଚନେ ହେଁ ନ ପାଇପ୍ରସନ୍ନ ହୁଅ ମୋତେ ତୁହି

  111. Couplet 111

    ଜ୍ୟୋତିସ୍ୱରୂପ ନିରଞ୍ଜନନିର୍ମଳ ପୁଣ୍ୟ ଦିବ୍ୟଜ୍ଞାନ

  112. Couplet 112

    ଦେବେ ଗୋଚର ନୋହେ ଯେହୁଅଧ୍ୟାତ୍ମଦୀପ ମହାବାହୁ

  113. Couplet 113

    ବ୍ରହ୍ମାର ଅନ୍ତେ ମହୀ ନାଶେବ୍ରହ୍ମାଣ୍ତ ଲୁଚନ୍ତି ଆକାଶେ

  114. Couplet 114

    ମନର ମୂଳେ ପଞ୍ଚଭୂତେତୋହର ଦେହେ ଲୀନହୋନ୍ତେ

  115. Couplet 115

    ରବି ଶଶାଙ୍କ ନାହିଁ କେହିତୁ ମାତ୍ର ରହୁ ଶେଷ ହୋଇ

  116. Couplet 116

    ନିମିଷ ଆଦି ଯେଉଁ କାଳତୋହର ଚେଷ୍ଟା ଅନ୍ତରାଳ

  117. Couplet 117

    ଏ ମର୍ତ୍ତ୍ୟେ ମୃତ୍ୟୁସର୍ପ ରୂପେଦଂଶିବ ବୋଲି ମହାକୋପେ

  118. Couplet 118

    ଦେଖଇଁ ପ୍ରାଣୀଙ୍କି ନିରତକରଇ କ୍ଷଣେ କ୍ଷଣେ ଗ୍ରସ୍ତ

  119. Couplet 119

    ଶରଣ ତୋ'ର ପାଦେ ଯେହୁସେ ମୃତ୍ୟୁ ପାଇବଟି କାହୁଁ

  120. Couplet 120

    ବାହୁଡ଼ି ହୋଏ ଯେ ନିରାଶସେ ପ୍ରାଣୀ ରହେ ତୋ'ର ପାଶ

  121. Couplet 121

    ତୁ ଏବେ ହରି ରଖ ତୋତେକଂସକୁ ନ ଯାଇ ପରତେ

  122. Couplet 122

    ମୋର ଉଦରୁ ତୋ'ର ଜାତଲୋକେ କରିବେ କାହୁଁ ସତ

  123. Couplet 123

    ତୋ' ରୂପ ନ ଜାଣନ୍ତି କେହିକଂସକୁ ଡରେ ମୋର ଦେହୀ

  124. Couplet 124

    ଶୁଣି ବୋଲନ୍ତି ନାରାୟଣଭୋ ତାତ ଶୁଣ ମୋ' ବଚନ

  125. Couplet 125

    ବ୍ରହ୍ମା ଯେ ସୃଷ୍ଟି ଭିଆଇଲାତୁମ୍ଭ ଦୁହିଁଙ୍କି ଜାତ କଲା

  126. Couplet 126

    ପୃଶ୍ନି ସୁତପା ନାମ ବହିଜନ୍ମ ହୋଇଲ ତୁମ୍ଭେ ଦୁଇ

  127. Couplet 127

    ତା'ର ଆଦେଶ ଘେନି ଶିରେମିଳିଲ ଗହନ ବନରେ

  128. Couplet 128

    ଅନେକ ଦୁଃଖେ ତପ କରିଜଳ ପବନ ପତ୍ର ଚରି

  129. Couplet 129

    ବରଷା ଗ୍ରୀଷ୍ମ ଶୀତ ହିମେଶ୍ୱାସ ନିରୋଧି ମହାଶ୍ରମେ

  130. Couplet 130

    ଶତେ ବରଷ ଦେବମତେତପ ସାଧିଲ ଦୃଢ଼ଚିତ୍ତେ

  131. Couplet 131

    ନିରତେ କଲ ମୋତେ ଧ୍ୟାନମୁଁ ପୁଣି ହୋଇଲି ପ୍ରସନ୍ନ

  132. Couplet 132

    ଆନନ୍ଦେ ଯାଚିଲି ମୁଁ ବରଜାଣିଲି ତୁମ୍ଭର ବିଚାର

  133. Couplet 133

    ମୋର ପ୍ରସନ୍ନ ଭାବ ଘେନିଭାବେ ବୋଇଲ ତୁମ୍ଭେ ବେନି

  134. Couplet 134

    ବୋଇଲ ଶୁଣ ଚକ୍ରଧରଆମ୍ଭର ହୋଇବ କୁମର

  135. Couplet 135

    ପ୍ରଥମେ ହୋଇଲି ମୁଁ ଜାତନାମ ମୋ' ପୃଶ୍ନିଗର୍ଭ ଖ୍ୟାତ

  136. Couplet 136

    ଦ୍ୱିତୀୟେ କଶ୍ୟପ ଅଦିତିରୂପରେ ତୁମ୍ଭ ଉତପତ୍ତି

  137. Couplet 137

    ମୁଁ ପୁଣି ତୁମ୍ଭ ଗର୍ଭେ ଜାତଉପେନ୍ଦ୍ର ବାମନ ବିଖ୍ୟାତ

  138. Couplet 138

    ମୋହର ନାମ ଭାବଗ୍ରାହୀଜନ୍ମିଲି ପୁଣି ଦେହ ବହି

  139. Couplet 139

    ପୁତ୍ର ଲାଳସେ ପାଳି ମୋତେପଶିବ ମୋ'ର ଦେହେ ଅନ୍ତେ

  140. Couplet 140

    ଦେବଙ୍କ ବଚନେ ମୁଁ ଜାତଅସୁର କରିବି ନିପାତ

  141. Couplet 141

    ଆଉ କହିତେ ନାହିଁ ବେଳମୋତେ ଘେନିଣ ବେଗେ ଚଳ

  142. Couplet 142

    ନନ୍ଦର ଘରେ ମୋତେ ଥୋଇକନ୍ୟାକୁ ଆଣ ପାଲଟାଇ

  143. Couplet 143

    ଏମନ୍ତ କହି ନରହରିନରବାଳୁତ ରୂପ ଧରି

  144. Couplet 144

    ଗୋବିନ୍ଦ ଆଜ୍ଞା ଘେନି ଶିରେକୋଳେ ଧଇଲା ଚକ୍ରଧରେ

  145. Couplet 145

    ଘେନିଣ ଦେବ ଚକ୍ରଧରଭୟେଣ ହୋଏ ଥରହର

  146. Couplet 146

    ଶ୍ରୀକୃଷ୍ଣ ଆଜ୍ଞା ପରମାଣେକବାଟ ଫିଟିଲା ତକ୍ଷଣେ

  147. Couplet 147

    ଫିଟିଲା ପୟର ଶାଙ୍କୋଳିପଥ କଢ଼ାଇଲା ବିଜୁଳି

  148. Couplet 148

    କୋଳରେ ଘେନି ନାରାୟଣବାହାର ହୋଏ ତତ୍‌କ୍ଷଣ

  149. Couplet 149

    ନିଦ୍ରାରେ ମୋହିତ ସକଳବୃଷ୍ଟି କରନ୍ତି ମେଘମାଳ

  150. Couplet 150

    ତିନ୍ତିବା ଦେଖି ଜଗନ୍ନାଥଫଣା ଉହାଡ଼ିଲା ଅନନ୍ତ

  151. Couplet 151

    ଯାଆନ୍ତେ କୃଷ୍ଣଙ୍କୁ ଘେନିଣପଥେ ଓଗାଳେ ଉଗ୍ରସେନ

  152. Couplet 152

    ବୋଲଇ କାହିଁରରେ ଚୋରନିଶାରେ ହୋଇଛୁ ବାହାର

  153. Couplet 153

    କଂସର ଜାଣିନାହୁଁ ବାନାଦେବଙ୍କ ଗର୍ବ କଲା ଚୂନା

  154. Couplet 154

    ମୁହିଁ ତାହାର ରିପୁ ମିତ୍ରଦେଖି ବୁଲଇ ରାତ୍ରେ ପଥ

  155. Couplet 155

    ଆଜ ହାଣିବି ତୋର ଶିରବନ୍ଧନ କରି ନେବି ଚୋର

  156. Couplet 156

    ଶୁଣି କମ୍ପଇ ବସୁଦେବବିପତ୍ତି ଦେଲୁ ହା ଦଇବ

  157. Couplet 157

    ହା କୃଷ୍ଣ ବୋଲିଣ ବିକଳନୟନୁ ବହେ ଅଶ୍ରୁଜଳ

  158. Couplet 158

    ବୋଲଇ ଉଗ୍ରସେନେ ଚାହିଁପୁତ୍ରକୁ ନେଉଅଛି ମୁହିଁ

  159. Couplet 159

    ବୋଲଇ ଉଗ୍ରସେନ ବୀରକାଲି ମାରିବ କଂସାସୁର

  160. Couplet 160

    ଯେତେ ବାଳକ ତୋ'ର ଜାତସବୁଙ୍କୁ କରଇ ସେ ହତ

  161. Couplet 161

    ମୁଁ କେହ୍ନେ ଛାଡ଼ିଦେବି ପଥଶୁଣିଲେ କୋପିବ ଦଇତ୍ୟ

  162. Couplet 162

    ଶୁଣି ଆରତ ବସୁଦେବବିକଳେ ଚିନ୍ତଇ ମାଧବ

  163. Couplet 163

    କମ୍ପଇ ବସୁଦେବ କାୟେବଚନ ନ କହଇ ଭୟେ

  164. Couplet 164

    ପିଅର ବିକଳ ଦେଖିଣବୋଲନ୍ତି ପ୍ରଭୁ ନାରାୟଣ

  165. Couplet 165

    ଶୁଣ ହୋ ବୀର ଉଗ୍ରସେନଆମ୍ଭେ ସେ ଦେବ ଭଗବାନ

  166. Couplet 166

    ଜନମ ହୋଇ ବନ୍ଦୀଘରେଦେବକୀ ଦେବୀଙ୍କ ଉଦରେ

  167. Couplet 167

    ଏବେ ଯାଉଛୁ ଗୋପପୁରଏ କଥା ପ୍ରଘଟ ନ କର

  168. Couplet 168

    ଭାରା ଯେ ନ ସହଇ ମହୀଉଶ୍ୱାସ କରିବଇଁ ମୁହିଁ

  169. Couplet 169

    ଶୁଣି ବୋଲଇ ଉଗ୍ରସେନତୁ ଯେବେ ଦେବ ଭଗବାନ

  170. Couplet 170

    ଦେଖାଅ ଶଙ୍ଖଚକ୍ର ଚିହ୍ନସଂପ୍ରତେ ଯିବ ମୋର ମନ

  171. Couplet 171

    ବେଦ ବଚନେ ଦେବମାନେକହନ୍ତି ଶାହାସ୍ର ପୁରାଣେ

  172. Couplet 172

    ତୋହର ଚତୁର୍ଭୁଜ କରଦେଖାଅ ନିଜରୂପ ତୋ'ର

  173. Couplet 173

    ଭୃତ୍ୟର ତୋଷେ ଭାବଗ୍ରାହୀଶଙ୍ଖଚକ୍ର ଚିହ୍ନ ଦେଖାଇ

  174. Couplet 174

    ଦେଖି ସାନନ୍ଦ ଉଗ୍ରସେନଖଡଗ ପକାଇ ବହନ

  175. Couplet 175

    ବୋଲଇ ନିସ୍ତରିଲି ମୁହିଁତୋ'ର ଶ୍ରୀମୁଖକୁ ଅନାଇଁ

  176. Couplet 176

    ଗୋପକୁ ଯିବ କିସ ଅର୍ଥେମଥୁରା ନରହିଲ ଏଥେ

  177. Couplet 177

    ବୋଲନ୍ତି ଭକତବ›ତ୍ସଳଗୋକୁଳେ ସେବକ ମୋହର

  178. Couplet 178

    ଗୋପୀ ଅଛନ୍ତି ଷୋଳସସ୍ରସେ ଆମ୍ଭ ନିଜ ପ୍ରାଣ ଗାତ୍ର

  179. Couplet 179

    ଅଷ୍ଟମ ବରଷ ସଂପୂର୍ଣ୍ଣକଂସକୁ କରିବୁ ନିଧନ

  180. Couplet 180

    ତୋତେ ଦେବଇଁ ଅଇଶ୍ୱର୍ଯ୍ୟଚିନ୍ତା ନ କର ଭୋଜରାଜ

  181. Couplet 181

    ଶୁଣି ସାନନ୍ଦ ଉଗ୍ରସେନଚରଣେ କଲାକ ପ୍ରଣାମ

  182. Couplet 182

    ମୁଁ ତୋ'ର ଦାସର ସେବକତେଣୁ ଦେଖିଲି ତୋ' ଶ୍ରୀମୁଖ

  183. Couplet 183

    ଅନେକମତେ ସ୍ତୁତି କରିପୁଣି ଚରଣ ତଳେ ପଡ଼ି

  184. Couplet 184

    ଶ୍ରୀମୁଖେ ତା'କୁ ଆଜ୍ଞା ଦେଲେନୃପତି ହୋଇବୁ ବୋଇଲେ

  185. Couplet 185

    ସନ୍ତୋଷ ହୋଇ ନରହରିଉଗ୍ରସେନକୁ ଦେଲେ ଶାଢ଼ୀ

  186. Couplet 186

    ଦେଇ ବୋଲନ୍ତି ଦେବରାଜଆଜହୁଁ ମଥୁରାରେ ରାଜ

  187. Couplet 187

    ଉଗ୍ରସେନକୁ ପୁଷ୍ଠମାଳୀହରଷେ କୃଷ୍ଣ ଦେଲେ ତୋଳି

  188. Couplet 188

    ପାଟେ ବାନ୍ଧିଲା ଉଗ୍ରସେନବୋଲଇ ଯାଅ ଭଗବାନ

  189. Couplet 189

    ଆନନ୍ଦେ ପଥ ଛାଡ଼ିଦେଇବୋଲଇ ନିସ୍ତରିଲି ମୁହିଁ

  190. Couplet 190

    ତହୁଁ ଚଳିଲେ ଚକ୍ରଧାରୀପାଛୋଟି ଯାଏ ଦଣ୍ତଧାରୀ

  191. Couplet 191

    ଏମନ୍ତେ କିଛି ଦୂର ଗଲାଆଜ୍ଞା ପାଇଣ ବାହୁଡ଼ିଲା

  192. Couplet 192

    ହରଷ ଚିତ୍ତେ ବସୁଦେବହୃଦେ ଚିନ୍ତଇ ପଦ୍ମନାଭ

  193. Couplet 193

    ନଦୀର ତୀରେ ଯାଇ ମିଳିଦେଖିଲା ଯମୁନା ଉଚ୍ଛୁଳି

  194. Couplet 194

    ଯମର ବହେଣୀ ଯୁକତଗଭୀର କେ କରିବ ଅନ୍ତ

  195. Couplet 195

    ବହଇ ଅତି ଖରତରଫେନ-ସ୍ରୋତରେ ଭୟଙ୍କର

  196. Couplet 196

    ନଦୀରେ ପଶିଲା ବହନକାତରେ ଅତି ଭୟମନ

  197. Couplet 197

    ନାସାରେ ପଶନ୍ତେଣ ପାଣିଶିରେ ବସାଇ ଚକ୍ରପାଣି

  198. Couplet 198

    ବୁଡ଼ିଣ ଯା'ନ୍ତେ ବସୁଦେବହୃଦେ ଚିନ୍ତଇ ବାସୁଦେବ

  199. Couplet 199

    ହରି ସୁମରେ ଯହୁଁ ଖରେଯମୁନା ଜାଣିଲା ନିର୍ଭରେ

  200. Couplet 200

    ମୋହର ସୌଭାଗ୍ୟ ହୋଇଲାମାଧବ ଏଥେ ବିହରିଲା

  201. Couplet 201

    ପୂର୍ବେ ମୋ' ଯେତେ ପାପ ଥିଲାଶ୍ରୀକୃଷ୍ଣ ଦର୍ଶନେ ଛାଡ଼ିଲା

  202. Couplet 202

    ନାନା ସ୍ତୁତିରେ ପାଦବନ୍ଦିକୃତାର୍ଥ ହୋଇଲା କାଳିନ୍ଦୀ

  203. Couplet 203

    ତକ୍ଷଣେ ଜଳ ଛାଡ଼ିଗଲାଗୋଡ଼ ଝୁଣ୍ଟିଆଣି ହୋଇଲା

  204. Couplet 204

    ହରିଙ୍କି ଦେଖି ଭୟ କଲାବାଲିବନ୍ତରେ ବାଟ ଦେଲା

  205. Couplet 205

    ଚଳିଲେ ନଦୀ ପାର ହୋଇକୃଷ୍ଣଙ୍କୁ ହୃଦରେ ଲଗାଇ

  206. Couplet 206

    ମିଳିଲେ ଯାଇ ଗୋପପୁରେସଭୟେ ନନ୍ଦର ମନ୍ଦିରେ

  207. Couplet 207

    ନିଦ୍ରା ମୋହିତ ସର୍ବଜନଭୟେ ଚାହଁଇ ଛନଛନ

  208. Couplet 208

    ପ୍ରସବ କରି ନନ୍ଦରାଣୀଅଚେତେ ଶୟନ ଧରଣୀ

  209. Couplet 209

    ଅମ୍ବିକା ହୋଇଛନ୍ତି ଜାତଜଗତ ନିଦ୍ରାରେ ମୋହିତ

  210. Couplet 210

    ଯଶୋଦା କୋଳେ କୃଷ୍ଣ ଥୋଇକନ୍ୟା ଆଣିଲା ପାଲଟାଇ

  211. Couplet 211

    ମିଳିଲା ଦେବକୀ ନିକଟତକ୍ଷଣେ ପଡ଼ିଲା କବାଟ

  212. Couplet 212

    ଲାଗିଲା ଚରଣେ ଶାଙ୍କୋଳିଦୁହିତା ଛାଡ଼ିଲା ବୋବାଳି

  213. Couplet 213

    ହରି ଚରିତ ସୁଧାବାଣୀଶୁଣି ନିର୍ମଳ ହୁଅ ପ୍ରାଣୀ

  214. Couplet 214

    ଶ୍ରୀକୃଷ୍ଣ ଜନ୍ମ ରସଭରଶୁଣି ସଂସାରୁ ହୁଅ ପାର

  215. Couplet 215

    ପରୀକ୍ଷେ କହେ ଶୁକମୁନିପୁରାଣ ରସଗୀତ ବାଣୀ

  216. Couplet 216

    ହରିଚରିତ ଭାଗବତକହଇ ଦାସ ଜଗନ୍ନାଥ

Odia Bhagabata skandha 10 adhyaya 4 | Parbani by ParibhaAsha App