Skip to content
paribhaasha

Skandha 10

Adhyaya 5

  1. Couplet 1

    ଶୁଣି ସାନନ୍ଦମନେ ରାଜାମୁନିଚରଣେ କଲେ ପୂଜା

  2. Couplet 2

    ଆନନ୍ଦେ ଲୋଟଇ ଧରଣୀକୁତାର୍ଥ କୃଷ୍ଣଜନ୍ମ ଶୁଣି

  3. Couplet 3

    ଭକତି ଦେଖିଣ ତାହାରକହନ୍ତି ବ୍ୟାସଙ୍କ କୁମର

  4. Couplet 4

    ଶୁଣ ପରୀକ୍ଷ ଦଣ୍ତଧାରୀଶିଶୁକୁମାରୀ ରାବ କରି

  5. Couplet 5

    ଶୁଣି ପ୍ରହରୀ ବେଗେ ଗଲେକଂସ ଛାମୁରେ ଜଣାଇଲେ

  6. Couplet 6

    ଶୁଣି ଅସୁର ମହାବଳବୋଲଇ ପୂରିଲା ମୋ' କାଳ

  7. Couplet 7

    ଶଯ୍ୟା ଉପେକ୍ଷି ବେଗେ ଉଠିଖଡ଼ଗ୍ କଲା ଦୃଢ଼ମୁଷ୍ଟି

  8. Couplet 8

    ଧାଇଁଲା ପବନହୁଁ ଖରେବେଗେ ମିଳିଲା ବନ୍ଦୀଘରେ

  9. Couplet 9

    ପିନ୍ଧିଲା ବସ୍ତ୍ର ଅସମ୍ଭାଳଫିଟିଲା ଦୃଢ଼ବନ୍ଧ ବାଳ

  10. Couplet 10

    କବାଟ ଫେଡ଼ାଇ ପଶିଲାଦେଖି ଦେବକୀ ଭୟ କଲା

  11. Couplet 11

    କଂସ କମ୍ପଇ କୋପଭରେରତ୍ନମୁକୁଟ ଅଛି ଶିରେ

  12. Couplet 12

    ଦେଖିଣ କମ୍ପଇ ଦେବକୀକାନ୍ଦଇ ଅତି ଦୁଃଖେ ଦୁଃଖୀ

  13. Couplet 13

    ବୋଲଇ ଶୁଣ ନରନାଥହୋଇଲା ଦୁହିତା ଏ ଜାତ

  14. Couplet 14

    ଏହାକୁ ସଂହାର ନ କରବଇରୀ ନୁହଁଇ ଏ ତୋ'ର

  15. Couplet 15

    ଯେବେ ତୁ କରିବୁ ସଂହାରପ୍ରାଣ ତେଜିବି ତୋ' ଉପର

  16. Couplet 16

    ଦୁହିତା ଦାନ ଦେଇ ରଖନୋହିଲେ ହୋଇବି ନିରେଖ

  17. Couplet 17

    ସଙ୍ଖାଳି ହେଉ ବୃଦ୍ଧକାଳେପଡୁଛି ତୋ'ର ପାଦତଳେ

  18. Couplet 18

    ତୋର ପୁତ୍ରକୁ ଏହା ଦେବିଆନନ୍ଦେ ବିଭା କରାଇବି

  19. Couplet 19

    ବହୁତ ଦେଲୁ ଗର୍ଭକଷ୍ଟପୋଡ଼ୁ ନିର୍ଲ୍ଲଜ ମୋର ପେଟ

  20. Couplet 20

    ଆଉ ବୟସ ମୋର କାହିଁପାରିବି ପୁତ୍ର ଉପୁଜାଇ

  21. Couplet 21

    ଶୁଣି ଦାନବ ମହାବଳୀକୋପେ କମ୍ପଇ ପରଜ୍ଜ୍ୱଳି

  22. Couplet 22

    ଦେଖିଣ ଚକିତ ଦେବକୀଭୟେ ବୁଜିଲା ବେନି ଆଖି

  23. Couplet 23

    କୋଳରେ ଲୁଚାଇ ଦୁହିତାଶରଣ ଗଲି ରଖ ଭ୍ରାତା

  24. Couplet 24

    କଂସ ବୋଲଇ ଶିର ଝୁଣିତୁ ଛାର ମୋହର ବହେଣୀ

  25. Couplet 25

    ବସୁଦେବର ଦୋଷ ନାହିଁତୁ ମୋତେ ଅଛୁ ବାଟ ଚାହିଁ

  26. Couplet 26

    ମୋର ମରଣ ତୋ'ର ସୁଖତେଣୁ ପାଉଛୁ ତୁହି ଦୁଃଖ

  27. Couplet 27

    ତୁ କାହିଁ ଜାଣୁ ହରିମାୟାଅସୁରେ ବଡ଼ ସେ ନିŸର୍ଦ୍ଦୟା

  28. Couplet 28

    ନାନା ରୂପରେ ହୋଇ ଜାତଅସୁର କରଇ ନିପାତ

  29. Couplet 29

    ବଇଲୋଚନ ବୀର ଥିଲାଭାରିଯା ରୂପେଣ ମାଇଲା

  30. Couplet 30

    ସ୍ତିରୀ ମୂରତି ଧରି ଚଣ୍ତୀଅନେକ ଦୈତ୍ୟ ଶିର ଖଣ୍ତି

  31. Couplet 31

    ମହିଷ ମାରି ଦୁର୍ଗା ହୋଇତା'ମାୟା ନ ଜାଣୁ ଲୋ ତୁହି

  32. Couplet 32

    ରକତବୀର୍ଯ୍ୟ ଚଣ୍ତମୁଣ୍ତଘୋଟନ୍ତି ମହୀ ନବଖଣ୍ତ

  33. Couplet 33

    ଦୁର୍ଗାର ହସ୍ତେ ପ୍ରାଣ ଦେଲେଆବର ଯେତେ ଦୈତ୍ୟ ଥିଲେ

  34. Couplet 34

    ଛ ପୁତ୍ର ଦେଇ ମୁରୁଛିଲୁଏବେ ତୁ ଦୁହିତା ଇଚ୍ଛିଲୁ

  35. Couplet 35

    ଦୁହିତା ଆଶ ଛାଡ଼ ଆଈଏ ମୋର ବଇରୀ ଅଟଇ

  36. Couplet 36

    ଯାହା କହିଲେ ବିଶ୍ୱକେତୁଅଷ୍ଟମ ଗର୍ଭ ମୋର ଶତ୍ରୁ

  37. Couplet 37

    ନାରଦ କହିଛନ୍ତି ମୋତେମରିବି ତୋ'ର ପୁତ୍ର ହସ୍ତେ

  38. Couplet 38

    ଅଷ୍ଟମଗର୍ଭ ମୋ' ବଇରୀଏହାକୁ ପକାଇବି ମାରି

  39. Couplet 39

    ଦେବକୀ ଦୁହିତା ସେନେହକଂସେ କରଇ ଗରୁ କୋହ

  40. Couplet 40

    ଚାହିଁଲା ଅଧର କାମୋଡ଼ିକୋଳରୁ ଆଣିଲା ଉଛୁଡ଼ି

  41. Couplet 41

    ବେନିଚରଣ ଧରି କରେବୁଲାଇ ପିଟିଲା ଶିଳାରେ

  42. Couplet 42

    ଯେ ଦେବୀ ଜଗତସଂହାରେକାହାର ବଳ ତା'କୁ ମାରେ

  43. Couplet 43

    କଂସର ହସ୍ତରୁ ଉଛୁଳିଆକାଶେ ଯେସନେ ବିଜୁଳି

  44. Couplet 44

    ତେଜେ ଦଶଦିଗ ବିରାଜେବେନିଚରଣ ଅଷ୍ଟଭୁଜେ

  45. Couplet 45

    କେ କହୁ ଦେବୀ ଆଭରଣଅଙ୍ଗଦ ନୂପୁର କଙ୍କଣ

  46. Couplet 46

    ଗନ୍ଧଚନ୍ଦନ-ପୁଷ୍ପମାଳୀତେତିଶ କୋଟି ଦେବେ ମିଳି

  47. Couplet 47

    ସ୍ତୁତି କରନ୍ତି ସୁର ମୁନିକଂସକୁ ବୋଲନ୍ତି ଭବାନୀ

  48. Couplet 48

    ରେ କଂସ ଶୁଣ ମୋ' ଉତ୍ତରତୋର ବଇରୀ ଚକ୍ରଧର

  49. Couplet 49

    ସେ ତୋତେ କରିବେ ସଂହାରଆବର ଯେତେକ ଅସୁର

  50. Couplet 50

    ତୋହର ପାଇଁ ଦେହ ବହିଜାତ ହୋଇଲେ ଯହିଁ ତହିଁ

  51. Couplet 51

    ତୁ ମୋତେ ନ ଜାଣି କଚାଡୁନିୟତ ପଥ କି କେ ହୁଡ଼ୁ

  52. Couplet 52

    ଦେବେ ଯେ ତୋହର ବଇରୀତାହାଙ୍କ ବୋଲକୁ ତୁ ଡରି

  53. Couplet 53

    ଛ ପୁତ୍ର ମାଇଲୁ ଏହାରଧର୍ମକୁ ଛାଡ଼ିଲୁ ଅସୁର

  54. Couplet 54

    ଏବେ ମୁଁ କହୁଅଛି ତୋତେହରିଙ୍କି ଭାବ ହୃଦଗତେ

  55. Couplet 55

    ସେ ବିଶ୍ୱମ୍ଭର ବିଶ୍ୱମୂର୍ତ୍ତିଭାବିଲେ ପାଇବୁ ମୁକତି

  56. Couplet 56

    ସେ ହରି ତୋହର ବଇରୀତୋ'ର ମରଣେ ଅବତରି

  57. Couplet 57

    ସେ ଶୂନ୍ୟପୁରୁଷ ଗୋସାଇଁତାହା ଭେଟିବୁ ଅବା କାହିଁ

  58. Couplet 58

    ଏବେ ତୁ ଶୁଣ କଂସ ବୀରଏ ତୋର ବହେଣୀ ସୋଦର

  59. Couplet 59

    ଏହାଙ୍କୁ ବନ୍ଦୀଘରୁ ଫେଡ଼ିବେନି ଚରଣତଳେ ପଡ଼ି

  60. Couplet 60

    ତୋଷିଣ ନିଅ ନିଜପୁରତୋ'ର ବଇରୀ ପିତାମ୍ବର

  61. Couplet 61

    କହି ଚଳିଲେ ନିଜସ୍ଥାନଉଚ୍ଚାଟ କରି କଂସ ମନ

  62. Couplet 62

    ଯାହା କହିଲେ ଜଗନ୍ମାଥଜଗତେ ହୋଇଲା ବିଖ୍ୟାତ

  63. Couplet 63

    ଦେବୀ ବଚନ କଂସ ଶୁଣିବିଚାର କଲା ମନେ ଗୁଣି

  64. Couplet 64

    ନ ଜାଣି ବିଧାତାର ଗତିସୋଦରେ କଲଇଁ ଅନୀତି

  65. Couplet 65

    ଅନେକ କଲଇଁ ମୁଁ ଦୋଷକେମନ୍ତେ ହୋଇବ ବିଶ୍ୱାସ

  66. Couplet 66

    କିସ କରିବି ବୋଲି ଭାଳିଚରଣୁଁ ଫେଡ଼ିଲା ଶାଙ୍କୋଳି

  67. Couplet 67

    ଚାହିଁଲା ଦେବକୀ ବଦନବୋଲଇ ମଧୁର ବଚନ

  68. Couplet 68

    ଦେବକୀ ବସୁଦେବ ଶୁଣତୁମ୍ଭରେ କଲି ଦ୍ରୋହପଣ

  69. Couplet 69

    ମୁହିଁ ତ ସ୍ୱଭାବେ ଅସୁରଭଣଜା ମାଇଲି ମୋହର

  70. Couplet 70

    ତୁମ୍ଭଙ୍କୁ ଦେଲି ପୁତ୍ରକଷ୍ଟମୋହର ଧର୍ମ କଲି ନଷ୍ଟ

  71. Couplet 71

    ସଂସାରେ କଲି ଅପଯଶନରକେ ହୋଇବି ପ୍ରବେଶ

  72. Couplet 72

    ଦେହ ବହିଲେ ନିଶ୍ଚେ ମରିସଂସାର ନୁହଁଇ କାହାରି

  73. Couplet 73

    ବୃକ୍ଷର ତଳେ ଯେହ୍ନେ ଆସିପଥୁକୀ ବିଶ୍ରାମନ୍ତି ବସି

  74. Couplet 74

    ପୁଣି ଚଳନ୍ତି ଶ୍ରମ ସାରିସେ ବୃକ୍ଷ ନୁହଁଇ କାହାରି

  75. Couplet 75

    ତେମନ୍ତ ମାୟା ଏ ସଂସାରକେ ମାତା କେ ପିତା କୁମର

  76. Couplet 76

    ଅର୍ଜିଲା କର୍ମେ ଆତଯାତମାୟାଭିଆଣ ତାତମାତ

  77. Couplet 77

    ବିଧି ବିଚାରେ ଯାହା କରିଭୁଞ୍ଜଇ ସେ ଫଳ ଆବୋରି

  78. Couplet 78

    ଦୋଷ କରିବା ମୋର କ୍ଷମାସ୍ୱଭାବେ ମୁହିଁ ଦୁରାତମା

  79. Couplet 79

    ଏମନ୍ତ ବୋଲି ଶୋକ କରିପାଦେ ପଡ଼ିଲା କରଯୋଡ଼ି

  80. Couplet 80

    ସହୃଦପଣ ଦେଖାଇଲାଅନେକ ଧନରତ୍ନ ଦେଲା

  81. Couplet 81

    ନିଜ ମନ୍ଦିରେ ଦେଲା ବାସଅନେକ କରାଇ ବିଶ୍ୱାସ

  82. Couplet 82

    କଂସ ଭକତିଭାବ ଦେଖିସନ୍ତାପ ଛାଡ଼ିଲା ଦେବକୀ

  83. Couplet 83

    ସନ୍ତୋଷ ହୋଇ ବସୁଦେବଦିନକୁ ଦିନ ବଡ଼ ଭାବ

  84. Couplet 84

    ଏମନ୍ତେ ରଜନୀ ପାହିଲାକଂସ ସଭାରେ ବିଜେକଲା

  85. Couplet 85

    ଅସୁରଗଣଙ୍କୁ ବସାଇକହଇ ବିଶ୍ୱାସ କରାଇ

  86. Couplet 86

    ଶୂନ୍ୟେ ଚଣ୍ତିକା ଯାହା ଭଣିସବୁ କହିଲା ପରିମାଣି

  87. Couplet 87

    କଂସର ଦେଖିଣ କାତରଅସୁରେ ବୋଲନ୍ତି ଉତ୍ତର

  88. Couplet 88

    ଶୁଣ ହୋ ଭୋଜନୃପମଣିଯାହା କହିଲେ ନାରାୟଣୀ

  89. Couplet 89

    ତୋହର ଆଜ୍ଞା ଘେନି ଶିରେବୁଲିବୁ ସକଳ ଦେଶରେ

  90. Couplet 90

    ଦିନକଠାରୁ ଯେତେ ବାଳସବୁରି ପୂରାଇବୁ କାଳ

  91. Couplet 91

    ଯେତେ ବାଳକ ବସୁନ୍ଧରୀସକଳ ପକାଇବୁ ମାରି

  92. Couplet 92

    ତୁ କିମ୍ବା ଡରୁ ଦେବଗଣେସେବନ୍ତି ତୋହର ଚରଣେ

  93. Couplet 93

    ତୋ ତୁଲେ କେ କରୁ ସଂଗ୍ରାମଦେବେ ନୁହଁନ୍ତି ସରିସମ

  94. Couplet 94

    ତୋହର ଶୁଣି ଧନୁଘୋଷେପଳାନ୍ତି ସଂଗ୍ରାମୁଁ ତରାସେ

  95. Couplet 95

    ଜୀବନ ପାଇଁ ଛାଡ଼ି ରଣବେଗେ ପଳାନ୍ତି ଦେବଗଣ

  96. Couplet 96

    କେ ପିନ୍ଧି ନ ପାରନ୍ତି ବାସକାହାର ଭୟେ ଫିଟେ କେଶ

  97. Couplet 97

    ନିସତେ ନ ପଳାନ୍ତି ଯେହୁନ ମାରି ତାଙ୍କୁ ଦୟା ବହୁ

  98. Couplet 98

    ଜୀବନ ପାଇଁ ଯା'ର ଆଶସେ ତୋ'ର କରିବେଟି କିସ

  99. Couplet 99

    ତହୁଁ ଅଧିକ ତିନି ଦେବବ୍ରହ୍ମା ଶଙ୍କର ପଦ୍ମନାଭ

  100. Couplet 100

    ଆତ୍ମାର ସୁଖେ ସେ ରମନ୍ତିସେ କିମ୍ବା ତୋତେ ବାଦ ଚିନ୍ତି

  101. Couplet 101

    ଅଗାଧ କ୍ଷୀରସିନ୍ଧୁ ଜଳେଶୟନ ଅନନ୍ତର କୋଳେ

  102. Couplet 102

    ପାଦେ ଖଟନ୍ତି ବେନି ନାରୀସୁଖେ ଶୟନ ଦେବ ହରି

  103. Couplet 103

    ସେ କାହିଁ ତୋ'ର ତୁଲେ ରଣମିଥ୍ୟା କହିଲେ ଦେବଗଣ

  104. Couplet 104

    ବ୍ରହ୍ମା ତ ଥାଇ ତା'ର ସୁଖେଚିନ୍ତା କରଇ ତିନିଲୋକେ

  105. Couplet 105

    ତପହୁଁ ନଜାଣଇ ଆନଚିନ୍ତଇ ପ୍ରଭୁ ଭଗବାନ

  106. Couplet 106

    କୃଷ୍ଣହୁଁ ନ ଜାଣଇ କିଛିସେ କିପାଁ ତୋତେ ବାଦ ଇଚ୍ଛି

  107. Couplet 107

    ଈଶ୍ୱର ରହେ ଭୂତମେଳେଅମ୍ବିକା ଥାଇ ତା'ର କୋଳେ

  108. Couplet 108

    ସେ କିପାଁ ସମର କରିବନିତ୍ୟେ ଉଦାସୀ ସଦାଶିବ

  109. Couplet 109

    ଇନ୍ଦ୍ର ତ ବଳେ ନୋହେ ସରିତୋତେ ତ ଦିଗପାଳେ ଡରି

  110. Couplet 110

    ତୋ'ର ବଇରୀ ଯେବେ ହରିସେ ଥାଇ ସର୍ବଘଟେ ପୂରି

  111. Couplet 111

    କେ ତା'କୁ ପାଇବ ତ୍ରିଲୋକେଶୁଣ କହିବା କଉତୁକେ

  112. Couplet 112

    ଦେବତାମାନେ ତା'ର ମୂଳଯେ ଧର୍ମ ଧରିଛି ଶୟଳ

  113. Couplet 113

    ଦେବେ ତାହାର ତହୁଁ ଜନ୍ମବେଦରୁ ଯେହ୍ନେ ନିତ୍ୟକର୍ମ

  114. Couplet 114

    ଗୋରୁ ବ୍ରାହ୍ମଣ ଯଜ୍ଞଦାନତୀର୍ଥ ଦକ୍ଷିଣା ତପ ଶ୍ରମ

  115. Couplet 115

    ତପ କରନ୍ତି ଯେତେ ଲୋକେବିଷ୍ଣୁଙ୍କୁ ଭଜନ୍ତି ଯେ ଥୋକେ

  116. Couplet 116

    ଶ୍ରଦ୍ଧା କରନ୍ତି ଯେହୁ ଧର୍ମେଦୟା କରନ୍ତି ଦୁଃଖୀଜନେ

  117. Couplet 117

    କରନ୍ତି ପର ଉପକାରଯମଲୋକକୁ ଯା'ର ଡ଼ର

  118. Couplet 118

    ଏହାଙ୍କ ଦେହେ ଥାଇ ହରିଏ ମଲେ ମରଇ ମୁରାରି

  119. Couplet 119

    ଏ ଆମ୍ଭ ଉଚିତ ବିଚାରଏମନ୍ତେ ଶତ୍ରୁଯିବ ମା'ର

  120. Couplet 120

    ଅଇରୀ ବାଳକାଳୁଁ ମାରିନ ମଲେ ଦିନୁ ଦିନ ବଢ଼ି

  121. Couplet 121

    ଦେହରେ ବ୍ୟାଧି ଜନ୍ମକାଳେହେଳା ଯେ କରେ ସୁଖଭୋଳେ

  122. Couplet 122

    ସେ ଯେହ୍ନେ ନିରତେ ବଢ଼ଇଶତ୍ରୁର ସ୍ୱଭାବଟି ଏହି

  123. Couplet 123

    ଆଜ୍ଞା ତୁ ଦିଅ ବେଗ କରିହରିଙ୍କି ପକାଇବୁ ମାରି

  124. Couplet 124

    ଭାଜିବୁ ପ୍ରସାଦ ଅଟ୍ଟାଳୀଗୋରୁ ବ୍ରାହ୍ମଣ ଆଦି ମାରି

  125. Couplet 125

    ଯଜ୍ଞ ଭାଙ୍ଗିବୁ ମୁନିଙ୍କରଯେ ଧର୍ମନୀତିର ବେଭାର

  126. Couplet 126

    ଦ୍ୱାଦଶ ଦିବସ ବାଳକଖୋଜି ମାରିବୁ ଲକ୍ଷ ଲକ୍ଷ

  127. Couplet 127

    ଧର୍ମ ବିଧ୍ୱଂସେ କର ଆଶଦେବେ କରିବେ ଆନ କିସ

  128. Couplet 128

    ଏବେ ତୁ କର ସ୍ନାନ କର୍ମକୁଳର ଯେ ବିଧିବିଧାନ

  129. Couplet 129

    ଅସୁରବଳ ବୋଲ ଶୁଣିକଂସ ଆନନ୍ଦମନେ ଗୁଣି

  130. Couplet 130

    ଅନେକ କଲା ପରଶଂସାହିତ ମଣିଲା ବିଷ୍ଣୁହିଂସା

  131. Couplet 131

    ଜଣ ଜଣକେ ଶାଢ଼ି ଦେଲାବଇରୀ ସଂହାର ବୋଇଲା

  132. Couplet 132

    ଅସୁରେ କଲାକ ବିଶ୍ୱାସଅମୃତ ମଣିଲାକ ବିଷ

  133. Couplet 133

    କଂସ ଆଦେଶ ଘେନି ବେଗେଅସୁରେ ଗଲେ ଦଶଦିଗେ

  134. Couplet 134

    ତକ୍ଷଣେ ହୋଇ କାମରୂପୀପଶିଲେ ବନ ଗିରିବ୍ୟାପୀ

  135. Couplet 135

    ଗ୍ରାମ ପାଟଣା ପୁର ଦେଶଅନେକ ଶିଶୁ କଲେ ନାଶ

  136. Couplet 136

    ଦାନବବୁଦ୍ଧି ମୂଢ଼ପଣସାଧୁଙ୍କୁ ଦିଅନ୍ତି କଷଣ

  137. Couplet 137

    କଂସ ବଇରୀ ଅଛି କାହିଁନିତ୍ୟେ ଖୋଜନ୍ତି ଭାବଗ୍ରାହୀ

  138. Couplet 138

    ତାମସ ଗୁଣ ଆଚରିଲେନିକଟେ ମରଣ ଲୋଡ଼ିଲେ

  139. Couplet 139

    ଆୟୁଷ ବଳ ଯଶ ଧର୍ମଲୋକ ଆଶିଷ ଶୁଭକର୍ମ

  140. Couplet 140

    ଏ ଆଦି ସର୍ବନାଶ କରେଯେ ହିଂସା କରିଥା'ନ୍ତି ପରେ

  141. Couplet 141

    ସୁଜନେ ଶୁଣ ହରିକଥାଫିଟିବ ଭବବନ୍ଧ ବ୍ୟଥା

  142. Couplet 142

    କୀଟରୁ ବ୍ରହ୍ମଲୋକ ଯାଏହିଂସ୍ରକ ହରିଙ୍କି ନ ପାଏ

  143. Couplet 143

    ସେ ହରି ଦୁଃଖୀଙ୍କ ସୋଦରହିଂସା ନାଶିବେ ପ୍ରଭୁ ମୋ'ର

  144. Couplet 144

    କୃଷ୍ଣର ପାଦେ ଦେଇ ଚିତ୍ତକହଇ ଦାସ ଜଗନ୍ନାଥ

Odia Bhagabata skandha 10 adhyaya 5 | Parbani by ParibhaAsha App