Skandha 10
Adhyaya 6
Couplet 1
ବ୍ୟାସକୁମର ମୁଖୁଁ ଶୁଣିଅମୃତ ଭାଗବତ ବାଣୀ
Couplet 2
ଆନନ୍ଦେ ପୁଲକିତ ହୋଇମୁନିଚରଣେ ଶିର ଦେଇ
Couplet 3
ଉଠି ଯୋଡ଼ିଣ ବେନିକରରାଜନ ବୋଇଲ ଉତ୍ତର
Couplet 4
ଭୋ ମୁନି ହୋଇଲି ପବିତ୍ରଶୁଣି ଚରିତ ଭାଗବତ
Couplet 5
କୃଷ୍ଣଙ୍କୁ ବସୁଦେବ ନେଇଅଇଲା ନନ୍ଦଘରେ ଥୋଇ
Couplet 6
ତହିଁକି କଲେ ବନମାଳୀଶୁଣିବି କୃଷ୍ଣ ବାଳକେଳି
Couplet 7
କହି ପବିତ୍ର ମୋତେ କରସେବଇଁ ଚରଣେ ତୁମ୍ଭର
Couplet 8
ଶୁଣି ସାନନ୍ଦ ମୁନିବରବୋଲନ୍ତି ଶୁଣ ଦଣ୍ତଧର
Couplet 9
ନିଦ୍ରା ଜଗତ ମୋହିଥିଲାପାଲଟି ବସୁଦେବ ନେଲା
Couplet 10
ଦେବକୀ କୋଳରେ ରଖିଲାକଂସର ହସ୍ତୁ ଶୂନ୍ୟେ ଗଲା
Couplet 11
ଏମନ୍ତେ ପାହିଲା ରଜନୀଶୁଣ ତୁ ବୀର ଚୂଡ଼ାମଣି
Couplet 12
ଚେତି ଚାହିଁଲା ନନ୍ଦରାଣୀଚିଆଇଁ ଉଠି ସୁଲକ୍ଷଣୀ
Couplet 13
ଦେଖିଲା ହୋଇଛି ତନୟେନନ୍ଦକୁ କହିଲେ ଥୋକାଏ
Couplet 14
ଶୁଣି ମିଳିଲା ବେଗେ ନନ୍ଦପୁତ୍ରକୁ ଦେଖିଣ ଆନନ୍ଦ
Couplet 15
ଯେତେ ଯଶୋଦା ପରିବାରୀରାଇ ଆଣିଲେ ଗୋପନାରୀ
Couplet 16
ବ୍ରାହ୍ମଣେ ମିଳିଲେ ଗହଳଶୁଣିଲେ ପୁତ୍ର ଜନ୍ମ ଗୋଳ
Couplet 17
ନନ୍ଦ ଦେଖିଣ ଦ୍ୱିଜଗଣତକ୍ଷଣେ ପୂଜିଲା ଚରଣ
Couplet 18
ବେଗେ ସେ ହୋଇ ଶୁଚିବନ୍ତକାଞ୍ଚନ ଆଣିଲା ବହୁତ
Couplet 19
ବ୍ରାହ୍ମଣେ କଲେ ବେଦଧ୍ୱନିମଙ୍ଗଳ ଶୁଭଲଗ୍ନ ଘେନି
Couplet 20
କରାଇ ଜାତକର୍ମ ବିଧିଦେବତା ପିତୃଙ୍କୁ ଆରାଧି
Couplet 21
ବିପ୍ରଙ୍କୁ ଅନେକ ପୂଜିଲାବେନିନିୟୁତ ଧେନୁ ଦେଲା
Couplet 22
ମଣ୍ତିଣ ବସ୍ତ୍ର ଅଳଙ୍କାରଚନ୍ଦନ କୁସୁମ ଚାମର
Couplet 23
ତିଳପର୍ବତ ମାନ କରିଦେଲା କାଞ୍ଚନ ବସ୍ତ୍ର ଭରି
Couplet 24
ବିପ୍ରେ ପଢ଼ିଲେ ବେଦ ଚାରିରଙ୍ଗେ ନାଚନ୍ତି ଗୋପନାରୀ
Couplet 25
ସୂତ ମାଗଧ ବନ୍ଦୀ ମିଳିଗାବନ୍ତି ମଙ୍ଗଳ ଉଚ୍ଚାରି
Couplet 26
ବାଜଇ ବୀରତୂରୀ ଭେରୀଆନନ୍ଦେ ମଙ୍ଗଳମହୁରୀ
Couplet 27
ନନ୍ଦର ଘରେ ପୁତ୍ରଜାତଚହଳ ଶୁଭେ ଅପ୍ରମିତ
Couplet 28
ଗୋପନଗରେ ଯେତେ ଲୋକେଚିଆଇଁ ଧାଇଁଛନ୍ତି ଥୋକେ
Couplet 29
ସୁଖେଣ ପାହିଲା ରଜନୀବାହାର ହୋଇଲେ କାମିନୀ
Couplet 30
ଅଗଣା ଖରକି ପହଁରାଚନ୍ଦନ ଗୋଳି ଦ୍ୟନ୍ତି ଛେରା
Couplet 31
ଦୁଆରେ ସୁବର୍ଣ୍ଣ କଳସେତୋରଣା ଲମ୍ବାନ୍ତି ହରଷେ
Couplet 32
ଗୋରୁଙ୍କୁ ମଣ୍ତନ୍ତି ଗୋପାଳେବସ୍ତ୍ର ଭୂଷଣ ଫୁଲମାନେ
Couplet 33
ବୃଷଭ ସୁରଭି ବାଛୁରୀହଳଦୀ ତେଲ ତାଙ୍କୁ ବୋଳି
Couplet 34
ଗଉଡ଼େ ଶୁଚିବନ୍ତ ହୋଇଯେ ଯାହା ଅଳଙ୍କାର ନେଇ
Couplet 35
ହାର କଙ୍କଣ କର୍ଣ୍ଣଫୁଲବାଜେଣୀ ନୂପୁର ଅମୂଲ୍ୟ
Couplet 36
ଏମନ୍ତେ ପିନ୍ଧି ଅଳଙ୍କାରହସ୍ତେ ଘେନିଲେ ଦୁର୍ବାଙ୍କୁର
Couplet 37
ଏକ ଆରକେ ଆଗ ହୋଇମିଳିଲେ ନନ୍ଦଘରେ ଯାଇ
Couplet 38
ଗୋପୀଏ ନିତ୍ୟକର୍ମ ସାରିଦେହରେ ଅଳଙ୍କାର ଭରି
Couplet 39
ପିନ୍ଧିଲେ ନାନା ବସ୍ତ୍ରମାନଆନନ୍ଦେ ମନ ଛନ୍ନ ଛନ୍ନ
Couplet 40
ହସ୍ତରେ ଘେନି ଅର୍ଘ୍ୟଥାଳୀରଙ୍ଗେ ଚଳିଲେ ଗୋପବାଳୀ
Couplet 41
ଏକ ଆରକେ ଯା'ନ୍ତି ଜିଣିଚରଣେ ନୂପୁର ବାଜେଣୀ
Couplet 42
କେହି ଲେଉଟି ନ ଚାହାଁନ୍ତିଆକାଶେ ଯେହ୍ନେ ହଂସପନ୍ତି
Couplet 43
ଚଳନ୍ତି ଶ୍ରବଣେ କୁଣ୍ତଳନିତମ୍ବ କୁଚ ହେମମାଳ
Couplet 44
ଆକାଶେ ଦେବେ ଛନ୍ତି ଚାହିଁଗୋପୀ ଚଳନ୍ତି ଗୀତଗାଇ
Couplet 45
ଯା'ନ୍ତେ ବିରାଜେ ମହୀସ୍ଥଳୀକ୍ଷଣ କ୍ଷଣକେ ହୁଳହୁଳି
Couplet 46
କବରୀ ଫିଟି ଫୁଲମାଳଯା'ନ୍ତେ ପଡ଼ଇ ମହୀତଳ
Couplet 47
କୃଷ୍ଣଙ୍କୁ ଯାଉଛନ୍ତି ଦେଖିଆନନ୍ଦ କେ ପାରିବ ଲେଖି
Couplet 48
ଦିଶଇ ନନ୍ଦ ନିଜ ବାସକି ଜିଣି ତପନ ତରାସ
Couplet 49
ଆକାଶ ମଣ୍ତଣି ପରାୟେତେଜେ ସକଳ ଶୋଭାପାଏ
Couplet 50
କି ଜିଣି ନବଗ୍ରହ ଜ୍ୟୋତିତ୍ରିବିଧ ରତ୍ନ ଝଟକନ୍ତି
Couplet 51
ଶ୍ୱେତ ସୁରଙ୍ଗ ପୀତବାସବିବିଧ ଚାରୁବର୍ଣ୍ଣେ ବସ୍ତ୍ର
Couplet 52
ଯହିଁ ଗୋବିନ୍ଦ ଦେହ ଧରିକେ ତାହା ବର୍ଣ୍ଣିବ ବିଚାରି
Couplet 53
ନନ୍ଦର ମନ୍ଦିରେ ମିଳିଲେମଙ୍ଗଳ-ଗୀତ-ନାଦ କଲେ
Couplet 54
ଅନ୍ତୁଡ଼ିଶାଳେ ଯାଇ ମିଳିହାସ୍ୟେ କେ କରନ୍ତି ଢ଼ମାଳି
Couplet 55
ଯଶୋଦା କୋଳେ କୃଷ୍ଣ ଦେଖିନିର୍ମଳ କଲେ ଚର୍ମ ଆଖି
Couplet 56
ଅକ୍ଷତ କୃଷ୍ଣ ଶିରେ ଦ୍ୟନ୍ତିଆନନ୍ଦେ କଲ୍ୟାଣ କରନ୍ତି
Couplet 57
ବୋଲନ୍ତି ଯଶୋଦାଙ୍କୁ ଚାହିଁଧନ୍ୟ ଜୀବନ ତୋର ଆଈ
Couplet 58
ଆମ୍ଭ ଆୟୁଷ ଘେନି କରିତୋ ପୁତ୍ର ବର୍ତ୍ତୁ ଯୁଗ ଚାରି
Couplet 59
ଏ ଆମ୍ଭ ଗୋକୁଳ ରଖିବଏହାକୁ ରଖୁ ସଦାଶିବ
Couplet 60
ହଳଦୀ ତେଲ ଘେନି ଥୋକେବୋଲନ୍ତି ଏକକୁ ଆରକେ
Couplet 61
ଖେମଟା ନାଦେ କରତାଳିଆନନ୍ଦେ ନାଚନ୍ତି ଗୁଆଳୀ
Couplet 62
କରେ ବଜାନ୍ତି କରତାଳିଢଗଢ଼ମାଳି ରଙ୍ଗକେଳି
Couplet 63
ବିଜୟ ପରମ ମଙ୍ଗଳଆନନ୍ଦମାନଙ୍କର ମୂଳ
Couplet 64
ଗୋପାଳେ ଏକକୁ ଆରକେସିଞ୍ଚନ୍ତି ଦୁଧଦଧି ଥୋକେ
Couplet 65
ଲବଣି ଘେନି ମରାମରିନାଚନ୍ତି ଏକୁ ଆରେ ଧରି
Couplet 66
ଆନନ୍ଦ ହୋଇ ନନ୍ଦରାୟେଭଣ୍ତାରେ ଫେଇଲେ ଥୋକାଏ
Couplet 67
ଅନେକ ଗୋରୁ ବସ୍ତ୍ର ଧନତୋଷିଲେ ଜଣେ ଜଣେ ମନ
Couplet 68
ରୋହିଣୀ ନିକଟେ ମିଳିଲେଅନେକ ଧନରତ୍ନ ଦେଲେ
Couplet 69
ଗୋପୀଙ୍କି କରାଇ ହରଷଭୋଜନ ଦେଲେ ଷଡ଼ରସ
Couplet 70
ଶ୍ରୀକୃଷ୍ଣ ଜନ୍ମ ମନେ ଗୁଣିଗୋପେ ବିଜୟ କମଳିନୀ
Couplet 71
କେ କହୁ ଗୋପର ସମ୍ପଦଯହିଁ ବିଜୟ ଆଦିକନ୍ଦ
Couplet 72
ଶୁଣ ହେ କୁରୁ ନୃପମଣିଜନ୍ମ ଉତ୍ସବ ଅନ୍ତେ ପୁଣି
Couplet 73
କଂସର ଆଡ଼ତିଆ ଥିଲାନନ୍ଦକୁ କ୍ଷଣେ ନଛାଡ଼ିଲା
Couplet 74
ଦଇବେ ଆକଟ ଅପାରନେବ ସେ ବରଷକ କର
Couplet 75
ଗୋପାଳମାନଙ୍କୁ ବସାଇନନ୍ଦ ବୋଲଇ ଶୋକ ବହି
Couplet 76
କଂସ ଆକଟ ମୋତେ କରିମୁଁ ଆଜି ଯିବି ମଧୁପୁରୀ
Couplet 77
ପୁତ୍ରର ଚିନ୍ତା ତୁମ୍ଭେ କରକହି ଚଳିଲା ଗୋପବୀର
Couplet 78
କଂସର ଛାମୁରେ ମିଳିଲାସୁନିଆଁ ଧନ ଗଣିଦେଲା
Couplet 79
ଆନନ୍ଦ ହୋଇ ଦଣ୍ତଧାରୀଦେଲା ସେ ଅଳଙ୍କାର ଭରି
Couplet 80
ମେଲାଣି ପାଇ ତତ୍କ୍ଷଣକିଣିଲା ନାନା ଦ୍ରବ୍ୟମାନ
Couplet 81
ଗୋପନବରେ ଯେତେ ଲୋଡ଼ାତାଳ ଜମ୍ବିଳ ଆମ୍ବସଢ଼ା
Couplet 82
ଶକଟେ ଭରି ମନ ତୋଷେଏମନ୍ତେ ଦିନ ଅବଶେଷେ
Couplet 83
ସାରିଲା ରନ୍ଧନ ଭୋଜନନିରତେ ପୁତ୍ର ତହିଁ ମନ
Couplet 84
ଏମନ୍ତେ ରଜନୀ ହୋଇଲାଘୋର ତିମିର ପ୍ରକାଶିଲା
Couplet 85
ନନ୍ଦର ଆଗମନ ଶୁଣିବସୁଦେବ ତା ମନେ ଗୁଣି
Couplet 86
ସ୍ୱଭାବେ ନନ୍ଦ ମିତ୍ର ମୋରତା'ଘରେ ବେନି ମୋ କୁମର
Couplet 87
ତା'ର କୁଶଳେ ମୋର ଇଷ୍ଟନ ପୁଣ ଜାଣେ କଂସ ଦୁଷ୍ଟ
Couplet 88
ଏମନ୍ତ ମନେ ବିଚାରିଲାନନ୍ଦର ନିକଟେ ମିଳିଲା
Couplet 89
ମିତ୍ର ଆଗମ ନନ୍ଦ ଦେଖିଉଠିଲା ଆସନ ଉପେକ୍ଷି
Couplet 90
ଆନନ୍ଦେ ହୋଇ କୋଳାକୋଳବସିଲେ ଯାଇ ଏକମେଳ
Couplet 91
ପୂର୍ବର କଥାମାନ କହିଏକ ଆରକେ ଭାବବହି
Couplet 92
ବୋଲନ୍ତି ବସୁଦେବ ହସିନନ୍ଦ କୁଶଳ ପରଶଂସି
Couplet 93
ବୃଦ୍ଧ ବୟସେ ତୋ'ର ସୁତଶୁଣି ହୋଇଲି କୃତକୃତ୍ୟ
Couplet 94
ମନୁଷ୍ୟ ଜନ୍ମର ଏ ସାରବୋଲନ୍ତି ସଂସାର ବେଭାର
Couplet 95
ଦାରା ତନୟ ବନ୍ଧୁଗଣଧନସମ୍ପଦ ଏ କାରଣ
Couplet 96
ଏତେ ନ ଥିଲେ ଦୁଃଖ ପାଇଉଭୟଲୋକେ ସୁଖ ନାହିଁ
Couplet 97
ଏ ପୁଣି ନୁହଁଇନା ସତ୍ୟଦର୍ପଣେ ପ୍ରତିମା ଯେମନ୍ତ
Couplet 98
ଚିତ୍ର ପ୍ରତିମା ପ୍ରାୟେ ଠୁଳଯେମନ୍ତେ ସମୁଦ୍ର ଉଲ୍ଲୋଳ
Couplet 99
ଭଲେ ଅଛନ୍ତି ନା ଗୋ-କୁଳତୃଣ ବୀରୁଧ କନ୍ଦମୂଳ
Couplet 100
ଗୋପୀଏ ଅଛନ୍ତି ନା ଭଲେରୋହିଣୀ ଯଶୋଦାର ତୁଲେ
Couplet 101
ମୋହର ରୋହିଣୀର ସୁତତୁମ୍ଭେ ତାହାର ତାତମାତ
Couplet 102
ପିତା ବିଚ୍ଛେଦେ ଅରକ୍ଷିତତୁମ୍ଭର ପାଳିବା ଉଚିତ
Couplet 103
ମୁଁ କି କରିବି ଉପକାରଏତେ ଅନ୍ତରେ ଗୃହ ମୋର
Couplet 104
ଜୀବନ୍ତେ ଏକୁ ଆର ସଖାମରଣେ ପରଲୋକେ ଦେଖା
Couplet 105
ଏମନ୍ତ ମିତ୍ରର ସ୍ୱଭାବଆନନ୍ଦେ କହେ ବସୁଦେବ
Couplet 106
ନନ୍ଦ ଯେ ବସୁଦେବ ଚାହିଁବୋଲଇ ଶୋକଭର ହୋଇ
Couplet 107
ଭୋ ମିତ୍ର ବଡ଼ାଇ ବିକଳନୟନୁ ବହେ ଅଶ୍ରୁଜଳ
Couplet 108
ଦେବକୀ କଲା କେତେ ପାପଅଳପ ଦିନେ ବହୁତାପ
Couplet 109
ପ୍ରସବେ ବରଷେ ବରଷଛ ପୁତ୍ର କଂସ କଲା ନାଶ
Couplet 110
ଏବେ ଦୁହିତାଏ ହୋଇଲାତାହା ମାରିବ ବୋଲି ଗଲା
Couplet 111
ଦେବକୀ ତା'ର ଧରି କରବୋଲଇ ଏହାକୁ ନ ମାର
Couplet 112
ସଙ୍ଖାଳି ହେଉ ବୃଦ୍ଧକାଳେପଡୁଛି ତୋ'ର ପାଦତଳେ
Couplet 113
ଦେବକୀ ବୋଲ ସେ ନ କଲାକୋଳରୁ ଛଡ଼ାଇ ଆଣିଲା
Couplet 114
ଚରଣ ଧରି କଚାଡ଼ନ୍ତେହସ୍ତରୁ ଗଲା ସେ ତୁରିତେ
Couplet 115
କଂସର ମୃତ୍ୟୁ ସେ କହିଲାଶୂନ୍ୟମାର୍ଗରେ ଚଳିଗଲା
Couplet 116
ଏ କଥା କର୍ମର ଆୟତ୍ତଜଗତ କର୍ମେ ଆତଯାତ
Couplet 117
ଏହା ଜାଣନ୍ତି ଜ୍ଞାନୀଲୋକତେଣୁ ନ ଲାଗେ ଦୁଃଖସୁଖ
Couplet 118
ବୋଲଇ ବସୁଦେବ ଶୋକେଯାହା ଅର୍ଜିଲି ପୂର୍ବଲୋକେ
Couplet 119
ସେ କଥା କର୍ମଟି ମୋହରଭୋ ମିତ୍ର ବେଗେ ଯାଅ ଘର
Couplet 120
କଂସ ଆଦେଶ ଘେନି ଶିରେଜଗତେ ବୁଲନ୍ତି ଅସୁରେ
Couplet 121
ମାରିବେ ଯେତେ ବାଳପୁଅଭୋ ମିତ୍ର ଦଣ୍ତେ ହେଁ ନ ରହ
Couplet 122
କହି ଚଳିଲେ ବସୁଦେବନନ୍ଦର ମନ ଉଦ୍ବେଗ
Couplet 123
ଶୁଣିଣ ମିତ୍ରର ବଚନନନ୍ଦର ମନ ଛନ୍ନ ଛନ୍ନ
Couplet 124
ଶକଟେ ନାନା ଦ୍ରବ୍ୟ ଭରିଭୟେ ସୁମରେ ନରହରି
Couplet 125
ବଜାଇ ଶଙ୍ଖ ଭେରୀ ତୁରନଗରୁ ହୋଇଲା ବାହାର
Couplet 126
କୃଷ୍ଣ ଆଦେଶ ଶିରେ ଘେନିକହନ୍ତି ଶୁକ ମହାମୁନି
Couplet 127
ସୁଜନେ ଶୁଣ କୃଷ୍ଣଲୀଳାଏ ଭଗସାଗରକୁ ଭେଳା
Couplet 128
ଏ ନାବେ ବସ ଭ୍ରାନ୍ତି ଛାଡ଼ିନ ମର ଭବଜଳେ ବୁଡ଼ି
Couplet 129
ପତ୍ନୀ ତନୟ ଗୃହବାସଏଣେ ନ କରିବ ବିଶ୍ୱାସ
Couplet 130
ସମ୍ପଦ ସ୍ୱପ୍ନ ପ୍ରାୟ ଦୃଶ୍ୟତେଣେ ନ କର ତୁମ୍ଭେ ଆଶ
Couplet 131
ନିରତେ ଚିନ୍ତ ନରହରିନ ମର ଶୂନ୍ୟେ କୋଳକରି
Couplet 132
ଗୋବିନ୍ଦ ନାମେ ଜ୍ଞାନରସକହଇ ଜଗନ୍ନାଥ ଦାସ