Skandha 10
Adhyaya 7
Couplet 1
ଶୁକ କହନ୍ତି ରାଜା ଆଗେନନ୍ଦ ଚଳିଲେ ବେଗେ ବେଗେ
Couplet 2
ବସୁଦେବର ବୋଲ ଶୁଣିମନେ ଚିନ୍ତଇ ଚକ୍ରପାଣି
Couplet 3
କଂସର ଆଦେଶେ ଅସୁରୀପୂତନା ଚଉଦିଗେ ଫେରି
Couplet 4
ଗ୍ରାମ ପାଟଣା ପୁର ଦେଶଅନେକ ଶିଶୁ କଲା ନାଶ
Couplet 5
ସ୍ତନଯୁଗଳେ ବିଷ ଭରିପିଆଇ ବାଳକ ସଂହାରି
Couplet 6
ଯହିଁ ବିଜୟ ଆଦିମୂଳଆନନ୍ଦ ପରମ ମଙ୍ଗଳ
Couplet 7
କି କରି ପାରିବ ଅସୁରୀଯାହାର ନାମେ ଯମ ଡ଼ରି
Couplet 8
ପୂତନା ବୁଲି ଚଉଦିଗେମିଳିଲା ବୃନ୍ଦାବନ ଲାଗେ
Couplet 9
ରଜନୀ ହୋଇଲା ପ୍ରଭାତଜାଣିଲେ ପ୍ରଭୁ ଜଗନ୍ନାଥ
Couplet 10
ଅନନ୍ତ ବିଚାରିଲେ ଚିତ୍ତେପୂତନା ଅଇଲା ଗୁପତେ
Couplet 11
ଅନେକ ଶିଶୁ ଏ ମାଇଲାମୋହର ନୁହଁଇ ସହିଲା
Couplet 12
ଦୁଷ୍ଟ ମାରଣେ ମୋର ଜନ୍ମଅସୁରୀ କଲା ଏଡ଼େ କର୍ମ
Couplet 13
ଏମନ୍ତ କୃଷ୍ଣ ବିଚାରିଲେପୂତନା ମନ ଆକର୍ଷିଲେ
Couplet 14
ରାକ୍ଷସୀ ବିଚାରଇ ବସିଏହି ନଗରେ ଯିବି ପଶି
Couplet 15
ଆକାଶେ ଉଦେ ଦିନକରଅସୁରୀ ମାୟାର ଭଣ୍ତାର
Couplet 16
ମାୟାମୋହିନୀ ରୂପ ଧରିତିନିଭୁବନେ ନାହିଁ ସରି
Couplet 17
କି ତାକୁ ପଟାନ୍ତର ଦେବାଦେଖି ଢଳିବେ ସୁରଦେବା
Couplet 18
କବରୀଭାରେ ଫୁଲମାଳସୁନ୍ଦର ଅଳକା କପୋଳ
Couplet 19
ପୃଥୁ ନିତମ୍ବ କୁଚ ଭାରସିଂହକଟୀକୁ ପଟାନ୍ତର
Couplet 20
ଝୀନ ପତନୀ ରଙ୍ଗବାସକଟୀମେଖଳା ରବିତ୍ରାସ
Couplet 21
କର୍ଣ୍ଣେ ଶୋଭିତ ରତ୍ନକାପଶିରେ ସୀମନ୍ତ ଦିବ୍ୟରୂପ
Couplet 22
ଅଳପ କହଇ ବଚନଅଣ୍ତିର କୋକିଳ ଯେସନ
Couplet 23
ହରିଲା ଗୋପୀଙ୍କର ମନବାଳ ତରୁଣ ବୃଦ୍ଧଜନ
Couplet 24
ପଦ୍ମ ଗୋଟିଏ ଘେନି କରେଅସୁରୀ ଚାଲଇ ସଧୀରେ
Couplet 25
କୁଟୀଳ ଅଳକା କପୋଳେବାମ ଅଙ୍ଗୁଳି ଅଗ୍ରେ ତୋଳେ
Couplet 26
ପୂତନା ରୂପ ଗୋପୀ ଦେଖିପିଛାଡ଼ି ନ ପାରନ୍ତି ଆଖି
Couplet 27
ଗୋଡ଼ାଇ ବୋଲନ୍ତି ଯୁବତୀକିଏ ତେଜିଲା ବାରସ୍ୱତୀ
Couplet 28
ଏମନ୍ତ ଦେଖିଲା ତ ନାହିଁକେ ବୋଲେ ଅମ୍ବିକାଟି ଏହି
Couplet 29
କେବୋଲେ ଶୁଣ ମୋ ଉତ୍ତରକୃଷ୍ଣ ଜନ୍ମିଲେ ନନ୍ଦଘର
Couplet 30
କମଳା ଆସିଛନ୍ତି ଦେଖିଜଳଧି ଶୟନ ଉପେକ୍ଷି
Couplet 31
କେ ବୋଲେ ଅଟଇ ଏମନ୍ତପୁରାଣେ ଶୁଣିଛୁ ତଦନ୍ତ
Couplet 32
ଏମନ୍ତେ ଜାଣି ନ ପାରିଲେସକଳେ ପଛେ ଗୋଡ଼ାଇଲେ
Couplet 33
ବୋଲନ୍ତି ପୂତନାକୁ ଚାହିଁକାହୁଁ ଅଇଲୁ ମହାମାୟି
Couplet 34
ପୂତନା ବୋଲଇ ମଧୁରେବାଳକ ଅଛି କାହାଘରେ
Couplet 35
ମୋର ତନୟ ଏବେ ମଲାସ୍ତନ ମୋ ନୋହଇ ସହିଲା
Couplet 36
କାହାର ପୁତ୍ର ଅଛି ମାଏସ୍ତନ୍ୟ ପିଆଇବି ଥୋକାଏ
Couplet 37
ଏମନ୍ତେ କହିଣ ଉତ୍ତରଅସୁରୀ ଚାଲେ ଧୀର ଧୀର
Couplet 38
ମିଳିଲା ଯାଇ ନନ୍ଦ ଦ୍ୱାରଦ୍ୱାରୀକି ବୋଲଇ ଉତ୍ତର
Couplet 39
ଗୋପୀଏ ଗଲେ ଆଗସରିଭିତରେ ପଶିଲା ଅସୁରୀ
Couplet 40
ଯଶୋଦା ଦେଖିଣ ଚକିତକାହୁଁ ଅଇଲା ଅଦଭୁତ
Couplet 41
କି ଅବା ତ୍ରିପୁର ସୁନ୍ଦରୀରୂପେ ତ ନାହିଁ ସମସରି
Couplet 42
ପୂତନା ପାଶେଣ ମିଳିଲାମଧୁର ବଚନ କହିଲା
Couplet 43
କାହୁଁ ଅଇଲୁ ମହାତ୍ମାଣୀକି ଅବା ହରିର ଘରଣୀ
Couplet 44
କିମ୍ବା ମୋ ପୁରକୁ ଅଇଲୁଏ ମୋର ମନକୁ ମୋହିଲୁ
Couplet 45
କିସ କରିବୁଁ ମୋତେ କହଦେଖି ମୋ ରହୁନାହିଁ ଦେହ
Couplet 46
ପୂତନା ବୋଲଇ ଉତ୍ତରଶୁଣ କାମିନୀ ଭାଷା ମୋର
Couplet 47
ମୁଁ ହାଦେ ଦଇବଙ୍କ ନାରୀଜାଣଇ ଭେଦ ମନ୍ତ୍ର କରି
Couplet 48
ମୋହର କ୍ଷୀର କଲେ ପାନପୁତ୍ର ହୋଇବେ ବଳବାନ
Couplet 49
ଯଶୋଦା ହୋଇଲେ ଉଷତପୁତ୍ରେ ମୋ'ହେବେ ବଳବନ୍ତ
Couplet 50
ଏ ଯେବେ ମୋର ଘରେ ଥାଇନିରତେ ପୁତ୍ରେ କ୍ଷୀର ଦେଇ
Couplet 51
ବେନିକୁଚକୁ ବେନି ସୁତପିଇଣ ହେବେ ବଳବନ୍ତ
Couplet 52
ସ୍ୱାମୀର ଛାମୁରେ କହିବିବହୁତ ଧନବସ୍ତ୍ର ଦେବି
Couplet 53
ଯଶୋଧା ଏମନ୍ତ ବିଚାରଘରକୁ ଆଣିଲା ଅସୁରୀ
Couplet 54
ଏମନ୍ତେ ଶୁଣ କଥା ରସପୁତନା ଚାହେଁ ପୀତବାସ
Couplet 55
ବାଳକ ସ୍ୱଭାବେ ଅନନ୍ତନିଦ୍ରାରେ ଦିଶନ୍ତି ଅଚେତ
Couplet 56
ଯଶୋଦା ମନେ ବିଚାରଇନିଦ୍ରାର ବେଳେ ଦେବି ମୁହିଁ
Couplet 57
ଏମନ୍ତ ବୋଲିଣ ବୋଇଲେକୃଷ୍ଣକୁ ତୋଳିଣ ଧଇଲେ
Couplet 58
ଯଶୋଦା ଘେନି ବନମାଳୀପୂତନା କୋଳେ ଦେଲେତୋଳି
Couplet 59
ତା' ଦେଖି ପୂତନା ହରଷେକ୍ଷୀର ସେ ଦେଲା ପୀତବାସେ
Couplet 60
କୃଷ୍ଣର ନଜାଣଇ ବଳଆକର୍ଷି ନେଇ କଲା କୋଳ
Couplet 61
କୃଷ୍ଣର ମୁଖେ ଦେଲା ସ୍ତନଗାଢ଼େ ଶୋଷିଲେ ଭଗବାନ
Couplet 62
ପଞ୍ଚ-ପରାଣ କ୍ଷୀର ସଙ୍ଗେପଶିଲା ଗୋବିନ୍ଦର ଅଙ୍ଗେ
Couplet 63
ଜୀବ ଛାଡ଼ିଲା ଗଣ୍ଠିଛନ୍ଦଅସୁରୀ କଲା ଘୋରନାଦ
Couplet 64
ନିଜ ଶରୀର ପ୍ରକାଶିଲାଛାଡ଼ ଛାଡ଼ ବୋଲି ଡ଼ାକିଲା
Couplet 65
ଶବଦେ କମ୍ପିଲା ବ୍ରହ୍ମାଣ୍ତମାଡ଼ି ପଡ଼ିଲା ଭୂମିଖଣ୍ତ
Couplet 66
କର-ଚରଣ ପ୍ରସାରିଲାଦେଢ଼ ଯୋଜନ ଆବୋରିଲା
Couplet 67
ବୃକ୍ଷ ମନ୍ଦିର ଗୋରୁ ଘରଭାଜି ହୋଇଲେ ଶତେଚୂର
Couplet 68
ଶୁକ କହନ୍ତି ଶୁଣ ରାୟେକେ କହୁ ଅସୁରୀର କାୟେ
Couplet 69
ଲଙ୍ଗଳ ଈଶ ପ୍ରାୟ ଦନ୍ତନାସିକା ପର୍ବତର ଅନ୍ତ
Couplet 70
ଖଣ୍ତପର୍ବତ ସ୍ତନ ବେନିଖାଙ୍କର କେଶ ତା' ମୂର୍ଦ୍ଧନି
Couplet 71
ପିଙ୍ଗଳ ଚକ୍ଷୁର ସ୍ୱରୂପଯେହ୍ନେ ଖୋଦିତ ଅନ୍ଧକୂପ
Couplet 72
ନଦୀର ତଟ ପ୍ରାୟ ଜଙ୍ଘଭୁଜ ଦିଶଇ ସେତୁବନ୍ଧ
Couplet 73
ଶୁଖିଲା ହ୍ରଦ ତା' ଉଦରଦେଖି କମ୍ପିଲେ ସୁରନର
Couplet 74
ଗୋପରେ ପଡ଼ିଲାକି ହୁରିଭୟେ ପଳାନ୍ତି ନରନାରୀ
Couplet 75
ପଡ଼ି ଭାଜିଲା କାହା ମୁଣ୍ତକାହାର ଦେହ ଖଣ୍ତ ଖଣ୍ତ
Couplet 76
ଦେଖି ଚକିତ ନନ୍ଦରାଣୀଭୟେ ଚିନ୍ତଇ ଚକ୍ରପାଣି
Couplet 77
କ୍ଷଣକେ ହୋଇଲା ସଚେତଉଠି ଲୋଡ଼ଇ ନିଜ ସୁତ
Couplet 78
ଗୋପୀଙ୍କି ବୋଲଇ ଉତ୍ତରକେ ଘେନିଅଛ ମୋ' କୁମର
Couplet 79
ଆଣ ମୋହର କୋଳେ ଦିଅପୁତ୍ର ନ ଦେଖି କମ୍ପେ ଦେହ
Couplet 80
ବହନ ଆଣ ପୁତ୍ର ଯାଇମରିବି ତା ମୁଖ ନ ଚାହିଁ
Couplet 81
ଦେଖିଣ ଯଶୋଦା ବିକଳଗୋପୀ ଧାମନ୍ତି ଅନ୍ତରାଳ
Couplet 82
ଭୟେ ଖୋଜନ୍ତି ଘରଦ୍ୱାରଦେଖିଲେ ପୂତନା ଉପର
Couplet 83
ବେନି ପର୍ବତ ମଧ୍ୟେ ରହିଯେସନେ ଶଶାଙ୍କ ଦିଶଇ
Couplet 84
ପୂତନା ସ୍ତନ ମଧ୍ୟେ ହରିଗୋପୀଏ ଯାଇ କୋଳକରି
Couplet 85
ପୁତ୍ରକୁ ଦେଖିଣ ବିସ୍ମୟେଆନନ୍ଦ ହୋଇଲେ ଥୋକାଏ
Couplet 86
ନୟନେ ପୁତ୍ରକୁ ଦେଖିଣଆନନ୍ଦ ଯଶୋଦାର ମନ
Couplet 87
କୋଳେ ଧରିଣ ଚୁମ୍ବ ଦେଇନିଜ ମନ୍ଦିରେ ମିଳେ ଯାଇ
Couplet 88
ରୋହିଣୀ ଦେଖିଣ ଉଷତଲୋକେ ହୋଇଲେ କୃତକୃତ୍ୟ
Couplet 89
ଗୋପି ମିଳିଲେ ବେଗେ ଯାଇବୋଲନ୍ତି ଯଶୋଦାକୁ ଚାହିଁ
Couplet 90
ଆପଦୁଁ ତରିଲା କୁମରତୁ ଏବେ ରିଷ୍ଟ ଶାନ୍ତି କର
Couplet 91
ଶୁଣି ସାନନ୍ଦ ନନ୍ଦରାଣୀପୁତ୍ରକୁ ଘେନିଲା ରୋହିଣୀ
Couplet 92
ବେଢ଼ି ବସିଲେ ଗୋପନାରୀଯେତେ ଯଶୋଦା ପରିବାରୀ
Couplet 93
ବତ୍ସା ଗୋଟିଏ ଆଣିକରିତା' ଲାଞ୍ଜେ ପୁତ୍ର ଦେହ ଝାଡ଼ି
Couplet 94
ଗୋ ମୂତ୍ରେ କରାଇ ସ୍ନାହାନଗୋରଜ କରନ୍ତି ଲେପନ
Couplet 95
ଗୋମୟେ ଦେଲେ ଠିଆ ଚିତାଯେ ପ୍ରଭୁ ଗୋ-ବ୍ରାହ୍ମଣ-ହିତା
Couplet 96
ହସ୍ତରେ ଦୂର୍ବାଙ୍କୁର ଘେନିକଲ୍ୟାଣ କରନ୍ତି କାମିନୀ
Couplet 97
ଦ୍ୱାଦଶ ଅଙ୍ଗନ୍ୟାସ କରିଗୋପୀ ବୋଲନ୍ତି ନାମ ଧରି
Couplet 98
ଯାହାର ନାହିଁ ଆଦିଅନ୍ତଚରଣ ରଖୁ ତୋ ଅନନ୍ତ
Couplet 99
ଯଜ୍ଞପୁରୁଷ ଶିରୀଅଙ୍ଗରକ୍ଷା କରନ୍ତୁ ବେନି ଜଂଘ
Couplet 100
ଅଚ୍ୟୁତ ରଖୁ କଟୀଭାଗଗର୍ଭ ରଖନ୍ତୁ ପଦ୍ମନାଭ
Couplet 101
ହୃଦୟ ରଖୁ ହୟଗ୍ରୀବକଣ୍ଠ ତୋ ରଖୁ ବାସୁଦେବ
Couplet 102
ବିଷ୍ଣୁ ତୋ ରଖୁ ବେନିଭୁଜବକ୍ଷ ତୋ ରଖୁ ଗ୍ରହରାଜ
Couplet 103
ଲଲାଟ ରଖୁ ସଦାଶିବମୁଖ ତୋ' ରଖନ୍ତୁ ମାଧବ
Couplet 104
ତୋର ଅଗ୍ରତେ ଚକ୍ରଧରପୃଷ୍ଠ ତୋ' ରଖୁ ଗଦାଧର
Couplet 105
ସାରଙ୍ଗଧର ଏକ ପାଖଖଡ଼ଗଧାରୀ ଆରପାଖ
Couplet 106
ଶଙ୍ଖ ତୋ' ରଖୁ ଚାରିକୋଣଉପରେ ରଖୁ ନାରାୟଣ
Couplet 107
ଗରୁଡ଼ପତି ରଖୁ ତଳେମଧୁସୂଦନ ଅନ୍ତରାଳେ
Couplet 108
ହୃଷିକେଶ ତୋ ଇନ୍ଦ୍ରିଗଣରଖୁ ଗୋବିନ୍ଦ ପଞ୍ଚପ୍ରାଣ
Couplet 109
ଚିତ୍ତ ତୋ ଶ୍ୱେତଦ୍ୱୀପ-ପତିମାଧବ ରଖୁ ତୋ'ର ମତି
Couplet 110
ଖେଳନ୍ତେ ରଖୁ ବନମାଳୀଶୟନେ କୃଷ୍ଣ ପ୍ରତିପାଳି
Couplet 111
ଚାଲନ୍ତେ ଭୋଜନେ ଶୟନେରଖନ୍ତୁ ଶ୍ରୀ ମଧୁସୁଦନେ
Couplet 112
ଭୂତ ବେତାଳ ପ୍ରେତଜ୍ୱରଗ୍ରହ ଡାକିନୀ ନିଶାଚର
Couplet 113
ଦୁଷ୍ଟ ସ୍ୱପନ ଗ୍ରହପୀଡ଼ାବିଷ୍ଣୁ ନାଶନ୍ତୁ ସର୍ବଅଡ଼ା
Couplet 114
ନିର୍ଭୟ କରୁ ନରସିଂହବଜ୍ର ତୋ ହେଉ ସର୍ବଦେହ
Couplet 115
ଆମ୍ଭ ଆୟୁଷ ତୋତେ ହେଉତୋ ଦେହ ଚିରକାଳ ରହୁ
Couplet 116
ଅଶ୍ୱତ୍ଥାମାଦି ସିଦ୍ଧ ସାତେତାହାଙ୍କ ଆୟୁର୍ବଳ ଯେତେ
Couplet 117
ଏ ସର୍ବ ତୋର ଦେହେ ହେଉତୋ ଯଶ ତିନିପୁରେ ଥାଉ
Couplet 118
ନ ଥାଉ ତୋତେ କେ ଜିଣନ୍ତାତିନି ଭୁବନେ ସାମରଥା
Couplet 119
ଏମନ୍ତେ ସ୍ନେହଭର ହୋଇଯଶୋଦାକୋଳେ ଦେଲେନେଇ
Couplet 120
ସ୍ତନ୍ୟ ପିଆଇ ନନ୍ଦରାଣୀଭୟେ ଚିନ୍ତଇ ଚକ୍ରପାଣି
Couplet 121
ନନ୍ଦ ଯେ ଥିଲା ମଧୁବନେଆସି ମିଳିଲା ରାତ୍ରମାନେ
Couplet 122
ଦେଖିଣ ପୂତନା ଶରୀରଭୟେ କମ୍ପଇ ଥରହର
Couplet 123
ମିତ୍ର ବଚନ ମନେ ଗୁଣିସୁମରି ଦୃଢ଼େ ପରିମାଣି
Couplet 124
ଗୋପାଳମାନଙ୍କୁ ରାଇଲାଦହନ କର ହୋ ବୋଇଲା
Couplet 125
ନନ୍ଦ ଆଜ୍ଞାରେ ଗୋପଜନବୋଲନ୍ତି କରିବୁ ଦହନ
Couplet 126
ତକ୍ଷଣେ କରି ଖଣ୍ତ ଖଣ୍ତଦହିଲେ ପୂତନାର ପିଣ୍ତ
Couplet 127
ଅନଳେ ଦହନ୍ତେ ଅସୁରୀଗନ୍ଧ ପ୍ରସରିଲା କସ୍ତୁରୀ
Couplet 128
ଆନନ୍ଦ ହୋଇଲେ ସକଳେଗନ୍ଧ ଆମୋଦ ଦିଗ ପୂରେ
Couplet 129
ହରି ଭକ୍ଷିଲେ ଯା'ର କ୍ଷୀରସୁଗନ୍ଧ କେତେକ ମାତର
Couplet 130
ଅଷ୍ଟାଙ୍ଗଯୋଗେ ମୁନିଗଣେଚିନ୍ତନ୍ତି ଯେ ହରିଚରଣେ
Couplet 131
କ୍ଷୀର ସଙ୍ଗତେ ପଞ୍ଚପ୍ରାଣଶ୍ରୀକୃଷ୍ଣ ଦେହେ ହେଲା ଲୀନ
Couplet 132
ପାମରୀ ସ୍ୱଭାବେ ଅସୁରୀଅନେକ ପାପ ଥିଲା କରି
Couplet 133
ହତ୍ୟା କହିବା ତା'ର କେତେଦେହରେ ଲୋମ ଅଛି ଯେତେ
Couplet 134
କୃଷ୍ଣଙ୍କୁ କୋଳେ ବସାଇଲାଶ୍ରୀମୁଖ ଚାହିଁ କ୍ଷୀର ଦେଲା
Couplet 135
ଦେବକୀ ନନ୍ଦ ଯଶୋବନ୍ତୀବସୁଦେବଙ୍କ ଯହିଁ ଗତି
Couplet 136
ତହିଁକି ପେଷିଲେ ମୁରାରିଅସୁରୀ ଗଲା ଆଗସରି
Couplet 137
ଗୋପୀ ଗୋପାଳ ଯେତେ ଗାଈଯାହାଙ୍କ କ୍ଷୀର କୃଷ୍ଣ ଖାଇ
Couplet 138
ବସିଲେ ଯେତେ ଜନ କୋଳେସବୁ ତରିବେ ଏକାବେଳେ
Couplet 139
ଅସୁରୀ ଦହନ କରାଇଘରେ ମିଳିଲେ ନନ୍ଦ ଯାଇ
Couplet 140
ପୂତନା ଆଗମନ ଲୋକେକହିଲେ ନନ୍ଦ ଆଗେ ଥୋକେ
Couplet 141
ନନ୍ଦ ଯେ ବିସ୍ମୟ ହୋଇଲେସକଳେ କୃଷ୍ଣ ସୁମରିଲେ
Couplet 142
ଗୋପାଳେ ବୋଲନ୍ତି ଏମନ୍ତଦେଖ ସଂସାର ଅଦଭୁତ
Couplet 143
ଜାଣିଲୁ ନନ୍ଦ ଭାଗ୍ୟବନ୍ତଆପଦୁଁ ତରିଲା ତା ସୁତ
Couplet 144
ଆମ୍ଭର ଅଛି ପୁଣ୍ୟବଳଗୋବିନ୍ଦ ରଖିବେ ଗୋକୁଳ
Couplet 145
ନିଜ ମନ୍ଦିରେ ନନ୍ଦ ମିଳିକୋଳେ ବସାଇ ବନମାଳୀ
Couplet 146
ଶ୍ରୀକୃଷ୍ଣ ଶିରେ ଦେଇ କରଚୁମ୍ବନ ଦେଲାକ ଅପାର
Couplet 147
ବିପ୍ରଙ୍କୁ ରାଇ ଗ୍ରହ ଶାନ୍ତିକରାଇ ଚିନ୍ତଇ ଶ୍ରୀପତି
Couplet 148
ନନ୍ଦର ଆଜ୍ଞାରେ ବ୍ରାହ୍ମଣେକରନ୍ତି ଶାନ୍ତି ଗ୍ରହଗଣେ
Couplet 149
ଯଜ୍ଞ ଉଚିତ ପ୍ରାୟଶ୍ଚିତକରନ୍ତି ଧର୍ମଶାସ୍ତ୍ର ମତ
Couplet 150
ଷଡ଼ଅକ୍ଷର ମନ୍ତ୍ର ପଢ଼ିସିଞ୍ଚନ୍ତି କୁଶ ଘେନି ବାରି
Couplet 151
ସହସ୍ରେ ଧେନୁ-ବତ୍ସା ଦେଲେସୁବର୍ଣ୍ଣ ଅଳଙ୍କାର ତୁଲେ
Couplet 152
ପ୍ରସନ୍ନ ହୋଇ ବିପ୍ରଗଣକୃଷ୍ଣଙ୍କୁ କରନ୍ତି କଲ୍ୟାଣ
Couplet 153
ସକଳ ରିଷ୍ଟରୁ ଅଚ୍ୟୁତତୋତେ ସେ କରନ୍ତୁ ମୁକତ
Couplet 154
ଜ୍ଞାତି-ଭୋଜନ ଦେଲେ ନନ୍ଦରିଷ୍ଟ ଖଣ୍ତିବେ ଆଦିକନ୍ଦ
Couplet 155
ଆନନ୍ଦେ ହୋଇ କୃତକୃତ୍ୟକହନ୍ତି ବ୍ୟାସଙ୍କର ସୁତ
Couplet 156
ଯେ ଶୁଣେ କୃଷ୍ଣ-ବାଳକେଳିଆନନ୍ଦ ହୋଇ ମନେ ଭାଳି
Couplet 157
ପୂତନା ମରଣର ବାଣୀକର୍ଣ୍ଣେ ଶୁଣନ୍ତି ଯେତେ ପ୍ରାଣୀ
Couplet 158
ଅସୁରୀ ତରିଲା ଯେମନ୍ତେସୁଜନେ ଯିବ ସେହି ପଥେ
Couplet 159
ଭକତି କର ଦୃଢ଼ଚିତ୍ତେହରି-ଭକତଙ୍କର ମତେ
Couplet 160
ଗୀତ-ବିନୋଦ ଭାଗବତକହିଲା ଦାସ ଜଗନ୍ନାଥ