Skip to content
paribhaasha

Skandha 10

Adhyaya 8

  1. Couplet 1

    ନମଇଁ କୃଷ୍ଣ-ପଦ୍ମ‌ପାଦଏ ମୋର ଜୀବନ-ସମ୍ପଦ

  2. Couplet 2

    ପରୀକ୍ଷ ଶୁକମୁଖ ଚାହିଁବୋଲନ୍ତି କୃତକୃତ୍ୟ ହୋଇ

  3. Couplet 3

    ଗୋପ ନବରେ ନରହରିମାଇଲେ ପୂତନା ଅସୁରୀ

  4. Couplet 4

    ଦେବଙ୍କ ଭୟ ନିବାରିଲେନିଜ ଶରୀରେ ଠାବ ଦେଲେ

  5. Couplet 5

    ଯାହାର ନାହିଁ ମିତ୍ର-ଅରିଚାଣ୍ତାଳୁଁ ବ୍ରହ୍ମ ଆଦି କରି

  6. Couplet 6

    ସାଧୁଙ୍କୁ ପାଳି ଦୁଷ୍ଟ ନାଶିଦୟାସାଗର ବ୍ରହ୍ମରାଶି

  7. Couplet 7

    ତାହାଙ୍କ ଯେତେ କର୍ମମାନବାଳକ-ଚରିତ ବିଧାନ

  8. Couplet 8

    ଶୁଣି ଭଜନ୍ତି ଯେତେ ପ୍ରାଣୀତରନ୍ତି ଭବ-ତରଙ୍ଗିଣୀ

  9. Couplet 9

    ମାୟା-ମନୁଷ୍ୟ ଅବତାରଖଣ୍ତିବେ ଅବନୀର ଭାର

  10. Couplet 10

    ଆବର କଲେ ଗୋପେ ଯାହାକହିବା ଯେବେ ମୋତେଦୟା

  11. Couplet 11

    ରାଜା ପ୍ରଶନ ବାକ୍ୟ ଶୁଣିକହନ୍ତି ଶୁକ ମହାମୁନି

  12. Couplet 12

    କହିବା ଶୁଣ କୃଷ୍ଣକଥାଯେଣେ ତୁଟିବ ଭବବ୍ୟଥା

  13. Couplet 13

    ଅନ୍ତୁଡ଼ି ଉଠିଆରୀ ଦିନେଆସି ମିଳିଲେ ଗୋପୀଜନେ

  14. Couplet 14

    ମଙ୍ଗଳ ଗୀତନାଦ କରିସ୍ନାନ କରାଇଲେ ମୁରାରି

  15. Couplet 15

    ବ୍ରହ୍ମଣ ମିଳିଲେ ଥୋକାଏଆଶିଷ ଦେଲେ ମାଏପୋଏ

  16. Couplet 16

    ଆନନ୍ଦମନେ ନନ୍ଦରାୟେଧନବସନ ଦାନ ଦିଏ

  17. Couplet 17

    ଗୋପୀ ଆନନ୍ଦ ଗୀତରସନିଦ୍ରାମୋହିତ ପୀତବାସ

  18. Couplet 18

    ଶକଟତଳେ ବସ୍ତ୍ର ପାଡ଼ିଯଶୋଦା ଶୁଆଇ ମୁରାରି

  19. Couplet 19

    ନିଦ୍ରା କରଇ ଗୀତ ଗାଇଗୋପୀଙ୍କିଦେଲେ ସେ ବଧାଇ

  20. Couplet 20

    ଅକ୍ଷତ ଦେଲେ ଜଣେ ଜଣପୁତ୍ରକୁ କରନ୍ତି କଲ୍ୟାଣ

  21. Couplet 21

    ଏମନ୍ତେ କଂସର ଅସୁରନାମ ଶକଟାସୁର ବୀର

  22. Couplet 22

    କୃଷ୍ଣଙ୍କୁ ମାରିବାର ଆଶେଶକଟ ଶରୀର ପ୍ରକାଶେ

  23. Couplet 23

    ତାହା ଜାଣିଲେ ଭାବଗ୍ରାହୀବାଳୁତ ରୂପେ ଛନ୍ତି ଶୋଇ

  24. Couplet 24

    ନିଦ୍ରା ଭାଜନ୍ତେ ନାରାୟଣକାନ୍ଦି ଲୋଡ଼ନ୍ତି ମାତାସ୍ତନ

  25. Couplet 25

    ଗୋଳେ ନ ଶୁଣଇ ଗୁଆଳୀକୃଷ୍ଣ କାନ୍ଦନ୍ତି ପାଦ ଚାଳି

  26. Couplet 26

    ଶକଟେ ବାଜିଲା ପୟରଶବଦ କଲା ମହାଘୋର

  27. Couplet 27

    ଶକଟ ପଡ଼ିଲାକ ଝଡ଼ିଦେଖି ଚକିତ ଗୋପବାଳୀ

  28. Couplet 28

    ଦଧି ତଇଳ ଘୃତଭାଣ୍ତଭାଜି ହୋଇଲା ଖଣ୍ତ ଖଣ୍ତ

  29. Couplet 29

    ଶବଦ ଶୁଣି ଗୋପୀ ଧାଇଁମିଳିଲେ ନନ୍ଦ ଆଦି ଯାଇ

  30. Couplet 30

    ଦେଖିଲେ ଯଶୋଦା କୁମରପଡ଼ିଛି ଶକଟ ତଳର

  31. Couplet 31

    କୃଷ୍ଣଙ୍କୁ ଆଣି କୋଳ କଲେଏକକୁ ଆରେକ କହିଲେ

  32. Couplet 32

    ଏ କି ଆପଦ କାହିଁ ହୋଇଏମନ୍ତ ଦେଖିଲା ତ ନାହିଁ

  33. Couplet 33

    ଶକଟ ଭାଜିଲା କେମନ୍ତବୁଝ ହୋ ଏହାର ତଦନ୍ତ

  34. Couplet 34

    ଯଶୋଦା ଦେବୀ ଭାଗ୍ୟବନ୍ତଆପଦୁଁ ତରିଲା ବାଳୁତ

  35. Couplet 35

    ଶକଟ ଭାଜିଲା କେମନ୍ତେଜାଣିଲେ ଯିବା ନା ପରତେ

  36. Couplet 36

    ବାଳକୁମରେ ତାହା ଶୁଣିବୋଲନ୍ତି ଆମ୍ଭେ ଅଛୁ ଜାଣି

  37. Couplet 37

    ଯଶୋଦାସୁତ ପାଦଘାତେଶକଟ ଭାଜିଲା ଯୁକତେ

  38. Couplet 38

    ତହୁଁ ପୁରୁଷେ ଜାତ ହୋଇଯୋଡ଼ି ବୋଇଲା କର ଦୁଇ

  39. Couplet 39

    ଅନେକ ବିନୋଇ କହିଲାବିମାନେ ବସି ସ୍ୱର୍ଗେ ଗଲା

  40. Couplet 40

    ଶୁଣି ହସିଲେ ବାଳ ବୋଲକୃଷ୍ଣର ନ ଜାଣନ୍ତି ବଳ

  41. Couplet 41

    ରୋଦନ କରନ୍ତେ ମୁରାରିଯଶୋଦାକୋଳେଦେଲେ ନାରୀ

  42. Couplet 42

    କୁଗ୍ରହ ହେବା ମନେ ଚିନ୍ତିବିପ୍ରଙ୍କୁ ଆଣି ଗ୍ରହଶାନ୍ତି

  43. Couplet 43

    କରାଇ ପିଆଇଲେ ସ୍ତନ୍ୟଆନନ୍ଦ ଯଶୋଦାର ମନ

  44. Couplet 44

    ଆନ ଶକଟ ଭିଆଇଲେଦ୍ରବ୍ୟମାନଙ୍କୁ ସଜାଡ଼ିଲେ

  45. Couplet 45

    ବ୍ରାହ୍ମଣେ କଲେ ପଞ୍ଚାମୃତଦେଖିଣ ନନ୍ଦ କୃତକୃତ୍ୟ

  46. Couplet 46

    ହରଷ ହୋଇ ଦେଲା ଦାନଧେନୁ କାଞ୍ଚନ ବସ୍ତ୍ର ଅନ୍ନ

  47. Couplet 47

    ସନ୍ତୋଷ ହୋଇ ବିପ୍ରଗଣେକଲ୍ୟାଣ କଲେ ତୋଷମନେ

  48. Couplet 48

    ଆଚାର ବିଦ୍ୟାରେ ଭରସାପରେ ସେ ନ କରନ୍ତି ହିଂସା

  49. Couplet 49

    ଯାହା ବୋଲନ୍ତି ସିଦ୍ଧଜନେଅନ୍ୟଥା ନୁହଇ ବଚନେ

  50. Couplet 50

    କହନ୍ତି ବ୍ୟାସଙ୍କ ନନ୍ଦନଏମନ୍ତେ ଗଲା କେତେଦିନ

  51. Couplet 51

    କଂସର ଆଜ୍ଞାରେ ଦଇତ୍ୟଗୋପେ ମିଳିଲା ତୃଣାବର୍ତ୍ତ

  52. Couplet 52

    ତାହା ଜାଣିଲେ ଦଇତ୍ୟାରିଯଶୋଦା କୋଳେ ଛନ୍ତି ଧରି

  53. Couplet 53

    ବିଚାର କଲେ ଚକ୍ରଧରଆଜ ସଂହାରିବି ଅସୁର

  54. Couplet 54

    ଜନନୀ କୋଳେ ହେଲେ ଗରୁଯେହ୍ନେ ଅଚଳ ମହାମେରୁ

  55. Couplet 55

    ତକ୍ଷଣେ ଥୋଇଲା ଅବନୀବିଚାର କଲା ଭୟ ଘେନି

  56. Couplet 56

    ବାଳୁତ ଏଡ଼େ ଗରୁପଣନ ପୁଣ ପଡ଼ଇ କଷଣ

  57. Couplet 57

    ଶେଯେ ଶୁଆଇ ଗଲାଘରକରଇ ବ୍ୟାପାର ବେଭାର

  58. Couplet 58

    କଂସର ଆଜ୍ଞା ପରମାଣେଅସୁର ମିଳିଲା ତକ୍ଷଣେ

  59. Couplet 59

    ଗଗନେ ଘୋରନାଦ କରିଚକ୍ରପବନ ରୂପ ଧରି

  60. Couplet 60

    ଦିବସେ କଲା ଅନ୍ଧକାରଭୂମି କମ୍ପିଲା ଥରହର

  61. Couplet 61

    ବୃକ୍ଷେ ପଡ଼ିଲେ ମହୀତଳେରେଣୁ ଉଡ଼ିଲେ ଅନ୍ତରାଳେ

  62. Couplet 62

    ଚାହିଁ ନ ପାରି ବେନିଘଡ଼ିଚକ୍ଷୁ ବୁଜିଲେ ନରନାରୀ

  63. Couplet 63

    ଚକ୍ରପବନ ଗଲା ଉଡ଼ିକୃଷ୍ଣଙ୍କୁ ଦୈତ୍ୟ ନେଲା ହରି

  64. Couplet 64

    ପ୍ରକାଶେ ରବିର କିରଣନିର୍ମଳ ଦିଶିଲା ଗଗନ

  65. Couplet 65

    ଘରୁ ବାହାରି ନନ୍ଦରାଣୀପୁତ୍ରକୁ ଖୋଜଇ ଧରଣୀ

  66. Couplet 66

    କୃଷ୍ଣେ ନ ଦେଖି ହିଆକୋଡ଼ିଧାମଇଁ ପୁଣ ପୁଣ ପଡ଼ି

  67. Couplet 67

    ଘରବାହାରେ ପୁର ଲାଗେବିକଳେ ଲୋଡ଼େ ଚଉଦିଗେ

  68. Couplet 68

    ଖୋଜି ନ ପାଇ ବନମାଳୀତା' ଶୁଣି ମିଳିଲେ ଗୁଆଳୀ

  69. Couplet 69

    ଖୋଜନ୍ତି ଘରେ ଘରେ ପଶିକାହିଁ ପାଇବେ ବ୍ରହ୍ମରାଶି

  70. Couplet 70

    ନ ଦେଖି ପ୍ରଭୁ ଚକ୍ରପାଣିମୋହେ ପଡ଼ିଲା ନନ୍ଦରାଣୀ

  71. Couplet 71

    ଗୋପୀ ଧଇଲେ ବେଗେ ଯାଇବିଞ୍ଚନ୍ତି ମୁଖେ ନୀର ଦେଇ

  72. Couplet 72

    ଘଡ଼ିକେ ହୋଇଲା ସଚେତଉଠି ଲୋଡ଼ଇ ନିଜ ସୁତ

  73. Couplet 73

    କେଶ ବସନ ଅସମ୍ଭାଳେପଡ଼େ ଗୋପୀଙ୍କ ପାଦତଳେ

  74. Couplet 74

    କେ କହୁ ଯଶୋଦାର ଶୋକଗୋପୀଙ୍କି ଚାହିଁଣ ନିରେଖ

  75. Couplet 75

    ବିକଳେ ଲୋଟଇ ଧରଣୀଗୋପୀ କାନ୍ଦନ୍ତି ତାହା ଶୁଣି

  76. Couplet 76

    କେ କହୁ ଶୋକର ତଦନ୍ତଗୋପୀ ହୋଇଲେ ମୋହଗତ

  77. Couplet 77

    ତାହା ଜାଣିଲେ ଜଗନ୍ନାଥଆକାଶେ ଉଡୁଛି ଦଇତ୍ୟ

  78. Couplet 78

    ଶ୍ରୀକୃଷ୍ଣ ବିଚାରନ୍ତି ମନେଅସୁର ମାରିବି କେସନେ

  79. Couplet 79

    ଏ ତ ନେଉଛି ଶୂନ୍ୟପଥେଏତେ ବିଚାରି ଗୋପୀନାଥେ

  80. Couplet 80

    ଦାସବ›ତ୍ସଳ ନନ୍ଦବଳାରୁନ୍ଧିଲେ ଅସୁରର ଗଳା

  81. Couplet 81

    କଣ୍ଠେ ଲମ୍ବିଲେ ବନମାଳୀଅସୁର ନ ପାରିଲା ଚଳି

  82. Couplet 82

    ବ୍ରହ୍ମାଣ୍ତ କୋଟି କୋଟି ମାଳେବସନ୍ତି ଯା'ର ରୋମମୂଳେ

  83. Couplet 83

    ଅସୁର ଚାଳିବ ତା କାହିଁଭାଳଇ ଚଉଦିଗ ଚାହିଁ

  84. Couplet 84

    ବାଳୁତ ପୁଅ ଏଡ଼େ ଗରୁପକାଇ ଦେବି ପଡ଼ି ମରୁ

  85. Couplet 85

    ଧରିଣ କୃଷ୍ଣ ବାମହସ୍ତେତା' କଣ୍ଠ ଚାପିଲେ ତୁରିତେ

  86. Couplet 86

    ବେନି ଲୋଚନ ଗଲା ଫୁଟିପ୍ରାଣ ଛାଡ଼ିଲା ତାଳୁ ଫାଟି

  87. Couplet 87

    ଶବଦ କଲା ମହାଘୋରଶୁଣି କମ୍ପିଲେ ସୁରନର

  88. Couplet 88

    ଅସୁର ଘେନି କୃଷ୍ଣ କରେପଡ଼ିଲେ ଶିଳାର ଉପରେ

  89. Couplet 89

    ଅସୁର ଦେହ ହେଲା ଚୂରଗୋପୀ ଦେଖିଲେ ଦାମୋଦର

  90. Couplet 90

    ଯମର ଘରୁ ଯେହ୍ନେ ଆସିକୋଳ କରନ୍ତି ଗୋପୀ ହସି

  91. Couplet 91

    ଶିଳାରୁ ଘେନି ବନମାଳୀଯଶୋଦାକୋଳେ ଦେଲେତୋଳି

  92. Couplet 92

    ଗୋପୀ ଗୋପାଳ ଆଦି ନନ୍ଦକୃଷ୍ଣଙ୍କୁ ଦେଖିଣ ସାନନ୍ଦ

  93. Couplet 93

    ଗୋପାଳେ ନନ୍ଦଙ୍କୁ ଅନାଇବୋଲନ୍ତି ଭାଗ୍ୟବନ୍ତ ତୁହି

  94. Couplet 94

    କାଳର ମୁଖୁଁ ଉବୁରିଲାପୁତ୍ରକୁ ଗୋବିନ୍ଦ ରଖିଲା

  95. Couplet 95

    ଶୀତଳ ଯଶୋଦାର କୋଳଆପଦୁଁ ତରିଲା କୁମର

  96. Couplet 96

    ଅରିଷ୍ଟ ଦେଖି ନନ୍ଦ ମନେଭାଳଇ ମିତ୍ରର ବଚନେ

  97. Couplet 97

    ଦିନେକ ପୁତ୍ର କୋଳେ ଘେନିକ୍ଷୀର ପିଆନ୍ତେ ନନ୍ଦ ରାଣୀ

  98. Couplet 98

    କୃଷ୍ଣ ବଦନେ ଉଠେ ହାଇଯଶୋଦା ତୁଣ୍ତେ ଦେଲା ଚାହିଁ

  99. Couplet 99

    ଦେଖିଲା ଦର୍ପଣ ପରାୟେବ୍ରହ୍ମାଣ୍ତ ଦିଶେ କୃଷ୍ଣ ଦେହେ

  100. Couplet 100

    ଆକାଶ ଆଦି ଦିଗପାଳେଗ୍ରହ ନକ୍ଷତ୍ର ମେଘମାଳେ

  101. Couplet 101

    ସପତ ସିନ୍ଧୁ ବସୁନ୍ଧରୀନଦୀ କାନନ ଦିଗ ଗିରି

  102. Couplet 102

    ସ୍ଥାବର ଆଦି ସର୍ବଜନ୍ତୁବିଶ୍ୱ ସଂସାରେ ଯେତେ ହେତୁ

  103. Couplet 103

    ଦେଖି ଚକିତମନେ ଚାହିଁହୃଦେ ଚିନ୍ତଇ ଭାବଗ୍ରାହୀ

  104. Couplet 104

    ସଭୟେ ପୁତ୍ର କୋଳେ ଘେନିଘରେ ପଶିଲେ ନନ୍ଦରାଣୀ

  105. Couplet 105

    ଆନନ୍ଦ କେ ପାରିବ କହିଯାହାର ସୁତ ଭାବଗ୍ରାହୀ

  106. Couplet 106

    ନିଦ୍ରା ମୋହିତ ହୃଷିକେଶନମଇଁ ଜଗନ୍ନାଥ ଦାସ

Odia Bhagabata skandha 10 adhyaya 8 | Parbani by ParibhaAsha App