Skandha 10
Adhyaya 9
Couplet 1
ଶୁଣ ଅଭିମନ୍ୟୁ-କୁମରକହନ୍ତି ଶୁକ-ମୁନିବର
Couplet 2
ଗର୍ଗବଂଶରେ ମୁନି ଜାତଯାଦବବଂଶ ପୁରୋହିତ
Couplet 3
ଧାର୍ମିକପଣେ ସମ ନାହିଁଆଣିଲା ବସୁଦେବ ରାଇ
Couplet 4
ବସାଇ ପୂଜିଲା ପୟରଏକାନ୍ତେ ବୋଲଇ ଉତ୍ତର
Couplet 5
ଭୋ ମୁନି ନନ୍ଦଘରେ ମୋରଅଛନ୍ତି ବେନି ଯେ କୁମର
Couplet 6
କଂସର ଡ଼ରେ ମୁହିଁ ନେଇଗୋପରେ ଅଛଇଁ ଲୁଚାଇ
Couplet 7
ଏବେ ଗୋପକୁ ତୁମ୍ଭେ ଯାଅମୋର ପୁତ୍ରଙ୍କୁ ନାମ ଦିଅ
Couplet 8
ଏହା ଜାଣିବ ଏକା ନନ୍ଦଆନ ଜାଣିଲେ ହେବ ମନ୍ଦ
Couplet 9
ବସୁଦେବର ବୋଲ ଶୁଣିଗୋପେ ଚଳିଲେ ଗର୍ଗମୁନି
Couplet 10
ସାମଗାୟନ କରି ଧୀରେମିଳିଲେ ନନ୍ଦର ମନ୍ଦିରେ
Couplet 11
ଦେଖି ଆସନୁ ନନ୍ଦ ଉଠିଥୋକାଏ ଅଇଲେ ପାଛୋଟି
Couplet 12
ପବିତ୍ର ଜଳେ ପାଦ ଧୋଇଆସନେ ବସାଇଲା ନେଇ
Couplet 13
ଚରଣ ପୂଜି ଷଡ଼ଅର୍ଘ୍ୟେବିନୟ ହୋଇ ସାଧୁ ଗାର୍ଗ୍ୟେ
Couplet 14
ଆନନ୍ଦ କରାଇଣ ମନବୋଲଇ ମଧୁର ବଚନ
Couplet 15
ଭୋ ମୁନି ହୋଇଲି ନିର୍ମଳଘେନି ତୁମ୍ଭର ପାଦଜଳ
Couplet 16
ଭୂତ ଭବିଷ୍ୟତ ବର୍ତ୍ତମାନଏଣେ ତୁମ୍ଭର ଦିବ୍ୟଜ୍ଞାନ
Couplet 17
ଅନେକ ପୁଣ୍ୟ ଥିଲା ମୋରତେଣୁ ପୂଜିଲି ତୋ' ପୟର
Couplet 18
ଭିତରପୁରେ ମୁନି ନେଇକହଇ ଏକାନ୍ତେ ବସାଇ
Couplet 19
ଶୁଣ ପଣ୍ତିତ ଚୂଡ଼ାମଣିମୋ ଘରେ ଅଛଇ ରୋହିଣୀ
Couplet 20
ବସୁଦେବର ଏ ତନୟପୁଣି ହୋଇଛି ମୋର ପୁଅ
Couplet 21
ନାମକରଣ ଆଜ କରପ୍ରସନ୍ନ ହୋଇ ମୁନିବର
Couplet 22
କ୍ଷତ୍ରିୟ ସ୍ୱଭାବେ ଯୁକତେସଂସ୍କାର କର ବେନିସୁତେ
Couplet 23
ତୋ ତହୁଁ ନ ଜାଣିବେ କେହିଏମନ୍ତ ମନ୍ଦିରେ ବସାଇ
Couplet 24
ମୁନି ବୋଲନ୍ତି ନନ୍ଦ ଚାହିଁଏ କଥା ମୋତେ ନ ଯୋଗାଇ
Couplet 25
ମୁଁ ଯଦୁବଂଶେ ପୁରୋହିତଏ କଥା ସଂସାରେ ବିଦିତ
Couplet 26
ତୋହର ଘରେ କାର୍ଯ୍ୟ କଲେକଂସ ଜାଣିବ ତାହା ଭଲେ
Couplet 27
ବସୁଦେବର ପୁତ୍ର ଏହିପୂର୍ବେ ଅମ୍ବିକା ଗଲେ କହି
Couplet 28
ଦେବକୀ ଅଷ୍ଟମ ଗର୍ଭରନିଶ୍ଚୟେ ହୋଇଲା କୁମର
Couplet 29
କେ ଅବା ଆସିଅଛି ଥୋଇପୁରୋହିତ ଯେ ଗଲେ ତହିଁ
Couplet 30
ଏମନ୍ତ ବିଚାରି ଅସୁରଘେନାଇ ଯିବ ମଧୁପୁର
Couplet 31
ନେଇ ମାରିବ ବେନିବାଳଏ କଥା ଅନର୍ଥର ମୂଳ
Couplet 32
ଶୁଣି ବୋଲନ୍ତି ନନ୍ଦରାୟଭୋ ମୁନି ନ କର ତୁ ଭୟ
Couplet 33
ତୋ ତହୁଁ ନଜାଣିବେ ଆନଏମନ୍ତ ଅଛି ମୋର ସ୍ଥାନ
Couplet 34
କହି କରାଇ ସାବଧାନଆଣିଲା ହୋମର ବିଧାନ
Couplet 35
ଦ୍ୱିଜ ବେଭାରେ ଶୁଚିମନ୍ତସଂସ୍କାର କଲେ ବେନିସୁତ
Couplet 36
ଗର୍ଗ୍ୟ ଅଇଲେ ଯହିଁ ପାଇଁଦେଖିଲେ ନନ୍ଦପୁତ୍ର ଦୁଇ
Couplet 37
ନୟନେ ଦେଖି ନିସ୍ତରିଲେବେଦବଚନେ ସ୍ତୁତି କଲେ
Couplet 38
ବିଚାରି ହୃଦେ ପରିମାଣିଜ୍ଞାନଦର୍ଶନେ ମୁନିମଣି
Couplet 39
ସଭୟ କରି ହୃଦଗତେଗୋବିନ୍ଦ ଭାବ ଅନୁମତେ
Couplet 40
ଭୋ ବ୍ରହ୍ମ ପୁରୁଷ ଶରୀରମର୍ତ୍ତ୍ୟେ ହୋଇଲ ଅବତାର
Couplet 41
ଅବନୀଭାରା ନାଶ ଅର୍ଥେଅଂଶେଣ ହୋଇଲ ସମ୍ଭୂତେ
Couplet 42
ନାଶିବ ଦୁଷ୍ଟ ମହାମଲ୍ଲେଯେତେ ଏ ଅଛନ୍ତି ଶୟଳେ
Couplet 43
ଏମୋର ନୟନ ଆନନ୍ଦକେବଣ ତପ କଲା ନନ୍ଦ
Couplet 44
ଗୋରୁ ଗୋପାଳ ଗୋପସୁତନଦୀ କାନନ ପରବତ
Couplet 45
ଗିରିକୁସୁମ ବନେ ଯେତେଦ୍ୱାଦଶ-ବିପିନ ସହିତେ
Couplet 46
ଏହାଙ୍କ ଭାଗ୍ୟ କେହୁ କହୁମାୟା-ମନୁଷ୍ୟ ମହାବାହୁ
Couplet 47
ଭୋ ନାଥ କମଳନୟନଅଜନ୍ମା ହେଲ ତୁମ୍ଭେ ଜନ୍ମ
Couplet 48
ମୁଁ କୀଟ କୋଟିକେ ଅନ୍ତରକିସ ବା ନାମ ଦେବି ତୋର
Couplet 49
ଅନନ୍ତ ଅବତାର ନାମଅଂଶେ ହୋଇଲ ଗୁଣଧାମ
Couplet 50
ଏମନ୍ତ ଯେତେ ଗୁଣ କର୍ମେସମସ୍ତ କହିଲେ ବଚନେ
Couplet 51
ମନେ ବିଚାରି ହୃଦେ ସ୍ତୁତିକଲେ ସେ ଗାର୍ଗ୍ୟ ମହାଯତି
Couplet 52
ଆତ୍ମାର ଗୁଣ କର୍ମ ଅର୍ଥେକହନ୍ତି ନନ୍ଦର ଅଗ୍ରତେ
Couplet 53
ଶୁଣ ହେ ବ୍ରଜ ମହୀପତିଯେ ତୋର ପୁତ୍ର ନାମ ଗତି
Couplet 54
ରୋହିଣୀ ସୁତ ଏ ସୁନ୍ଦରଗୁଣେ ରଞ୍ଜିବ ସୁରନର
Couplet 55
ଏହାର ନାମ ରାମ ହେଉଦେଖ ଆଜାନୁ ବେନି ବାହୁ
Couplet 56
ବଳ ଅଧିକୁ ବଳ ନାମବେନି ସଂଯୋଗେ ବଳରାମ
Couplet 57
ଗୋବିନ୍ଦ ଆଜ୍ଞା ଘେନି ପୂର୍ବେଦୁର୍ଗା ଆକର୍ଷି ଥିଲେ ଗର୍ଭେ
Couplet 58
ତେଣୁ ଯେ ନାମ ସଙ୍କର୍ଷଣଦେଖ ସ୍ୱରୂପ ବିଚକ୍ଷଣ
Couplet 59
ଏ ଯେ ତୋହର ନିଜ ସୁତଏହାର ଗୁଣ ଅପ୍ରମିତ
Couplet 60
ଏଯେତେ ଜନ୍ମ ମହୀତଳେମୁହିଁ ଜାଣଇ ଯୋଗବଳେ
Couplet 61
ଯୁଗ ଯୁଗକେ ଆନ ବର୍ଣ୍ଣଆବର ଯେତେ ଗୁଣ କର୍ମ
Couplet 62
ଏହାକୁ ନ ଜାଣନ୍ତି କେହିମୁଁ ଏହା ଅଳପ ଜାଣଇ
Couplet 63
ନାମ ଏହାର ଅଛି ଯେତେକହିବି ଏକେ ଏକେ କେତେ
Couplet 64
ଶ୍ୱେତ ଶୋଣିତ ପୀତ ଶ୍ୟାମଯୁଗକୁ ଯୁଗ ଅନୁଆନ
Couplet 65
ଏବେ ଏହାର କୃଷ୍ଣ ନାମଦୁଷ୍ଟ କରିବ ବିନାଶନ
Couplet 66
ପୂର୍ବେ ଏ ବସୁଦେବ ଘରେଜନ୍ମିଲେ ଦେବକୀ ଉଦରେ
Couplet 67
ପିତା ଏହାର ବସୁଦେବତେଣୁ ତା'ନାମ ବାସୁଦେବ
Couplet 68
ଯେତେକ ନାମଟି ଏହାରଅଳପ ଜାଣେ ଦେବବର
Couplet 69
ଏହାର ନାମ ଆଶ୍ରେ କରିହେଳେ ତରିବେ ଭବବାରି
Couplet 70
ପ୍ରଥମ ଯୁଗେ ଏହା ଗୁଣହେ ନନ୍ଦ ସାବଧାନେ ଶୁଣ
Couplet 71
ବେଣରାଜାର ଅନ୍ତଃକାଳେଭୂମି କମ୍ପିଲା ଟଳମଳେ
Couplet 72
ଏହାର ବଳ ଆଶ୍ରେ କରିସୁଖେ ବଞ୍ଚିଲେ ନରନାରୀ
Couplet 73
ଏହାର ନାମେ ଯା'ର ଭାବସେ ପ୍ରାଣୀ ସଂସାରୁ ତରିବ
Couplet 74
ଦେଖ ଏହାର ବର୍ଣ୍ଣ ଚିହ୍ନପ୍ରତ୍ୟକ୍ଷେ ବିଷ୍ଣୁର ସମାନ
Couplet 75
ଏଣେ ବିଶ୍ୱାସ ନନ୍ଦ କରତରିବୁ ଭବ ମହାଘୋର
Couplet 76
ଏମନ୍ତ କହି ନନ୍ଦ ଆଗେମଥୁରା ଗଲେ ମୁନି ବେଗେ
Couplet 77
ନନ୍ଦ ସନ୍ତୋଷ ମନେ ଗୁଣିକୃଷ୍ଣୁଙ୍କୁ ଘେନିଲା ରୋହିଣୀ
Couplet 78
ଯଶୋଦା ରାମ ଘେନି କୋଳେସ୍ତନ୍ୟ ପିଆନ୍ତି ସୁଖଭୋଳେ
Couplet 79
କେତେହେଁ ଦିନ ତହିଁ ଗଲାଶୁଣ ହୋ ଶ୍ରୀକୃଷ୍ଣର ଲୀଳା
Couplet 80
ଦିନେକ ରାମ ଶିରୀଧରମନ୍ଦିରୁ ହୋଇଲେ ବାହାର
Couplet 81
ଚାଲନ୍ତି ଆଗେ ଗୁଳଗୁଞ୍ଚାକ୍ଷଣ କ୍ଷଣକେ ପଛଘୁଞ୍ଚା
Couplet 82
ଚରଣେ ନୂପୁର ବାଜେଣୀକରେ କଙ୍କଣ କଣ୍ଠେ ମଣି
Couplet 83
ଚାଲନ୍ତେ ଗୋପୀଙ୍କ ଅଗଣାକର୍ଦ୍ଦମେ ପଡ଼ି ହୋନ୍ତି ବଣା
Couplet 84
ପୁଣି ଚାଲନ୍ତେ ପୁଣି ବାଜେପଛକୁ ଚାହିଁ ଦେବରାଜେ
Couplet 85
ଚରଣେ ରୁଣୁଝୁଣୁ ନାଦେଗୋବିନ୍ଦ ନାଚନ୍ତି ଆନନ୍ଦେ
Couplet 86
ଦେଖି ଧାମନ୍ତି ବେନିମାଏରାମକୃଷ୍ଣଙ୍କ ପଙ୍କ କାୟେ
Couplet 87
କାଖେ ବସାଇ ଘରେ ଆଣିଧୁଅନ୍ତି ଘେନି ବାସପାଣି
Couplet 88
ଝୀନବସନେ ପୋଛି ଦେହକ୍ଷଣକ୍ଷଣକେ ମାୟାମୋହ
Couplet 89
ବେନି ମାତାଏ କୋଳେ ଧରିସ୍ତନ୍ୟ ପିଆନ୍ତି ପେଟଭରି
Couplet 90
ପାଟିକେ ଦୁଇ ଦୁଇ ଦନ୍ତଦେଖିଣ ଯଶୋଦା ଉଷତ
Couplet 91
ରୋହିଣୀ ଦେଖିଣ ସାନନ୍ଦପୁତ୍ରଙ୍କୁ କୋଳ କଲା ନନ୍ଦ
Couplet 92
ଦିନକୁ ଦିନ ବଳୀୟାରବଢ଼ନ୍ତି ରାମ ଦାମୋଦର
Couplet 93
ଗୋପାଳ ବାଳକଙ୍କ ମେଳେଗୋପୀଏ ଧରୁଥା'ନ୍ତି କୋଳେ
Couplet 94
ଖେଳନ୍ତି ଗୃହ ଦାଣ୍ତ ଭାଗେବାଛୁରୀମାନଙ୍କର ସଙ୍ଗେ
Couplet 95
ଉଠନ୍ତି ବତ୍ସାଙ୍କ ଉପରଧୂଳି ଧୂସର କଳେବର
Couplet 96
ବତ୍ସାଏ ଉଠି ଯେ ପଳାନ୍ତିଲାଙ୍ଗୁଡ଼ ଧରି ଓଟାରନ୍ତି
Couplet 97
ପୁଣି ପଳାନ୍ତେ କର ଛାଡ଼ିତଳେ ପଡ଼ନ୍ତି ମୁହଁମାଡ଼ି
Couplet 98
ତୁଣ୍ତରୁ ଗଳଇ ରୁଧିରକାନ୍ଦନ୍ତି ବ୍ରହ୍ମାଣ୍ତ ଠାକୁର
Couplet 99
ଘରୁ ବାହାର ହୋଇ ଗୋପୀକୃଷ୍ଣଙ୍କୁ ଚାହାନ୍ତି ନିରୋପି
Couplet 100
ଧୂଳି ଝାଡ଼ନ୍ତି ବାସ୍ତ୍ର ଘେନିକୋଳ କରନ୍ତି ପୁତ୍ର ବେନି
Couplet 101
ଘରେ ଶୁଆଉଁ ବସ୍ତ୍ର ପାଡ଼ିଲୋଟି ହୁଅନ୍ତି ଗଡ଼ାଗଡ଼ି
Couplet 102
କ୍ଷଣକେ ହୁଅନ୍ତି ବାହାରକ୍ଷଣ କ୍ଷଣକେ ଆଗୁସାର
Couplet 103
ଗୋପୀ ଧରନ୍ତି ଯାଇ କୋଳେଚୁମ୍ବନ ଦ୍ୟନ୍ତି କୁତୂହଳେ
Couplet 104
ନନ୍ଦର ଘରେ ଦ୍ୟନ୍ତି ନେଇକହନ୍ତି ଯଶୋଦାକୁ ଚାହିଁ
Couplet 105
ଏ ତୋର କେବଣ ବିଚାରପୁତ୍ର ନ ଥୋଉ କିମ୍ପପାଁ ଘର
Couplet 106
ଏକ ବାଳକେ ନ ସମ୍ଭାଳୁବିପଦ ପଡ଼ିଲେ ଯେ ଭାଳୁ
Couplet 107
ଶୁଣି ଯଶୋଦା କୃଷ୍ଣ ଘେନିରାମଙ୍କୁ ସମ୍ଭାଳେ ରୋହିଣୀ
Couplet 108
ଦିନକୁ ଦିନ ଅପ୍ରମିତେଘରେ ନ ରହନ୍ତି ବାଳୁତେ
Couplet 109
ଗୋ ଶୃଙ୍ଗ ଧରିଣ ନାଚନ୍ତିଅଗ୍ନିର ନିକଟେ ବୁଲନ୍ତି
Couplet 110
ଡେରିଲା ଖଣ୍ତାକୁ ଚାଳନ୍ତିଶ୍ୱାନର ତୁଣ୍ତେ ହସ୍ତ ଦ୍ୟନ୍ତି
Couplet 111
ପଡ଼ି ଲୋଟନ୍ତି ଜଳକୁଣ୍ତେହସ୍ତ ଭରନ୍ତି ସର୍ପତୁଣ୍ତେ
Couplet 112
କଣ୍ଟା ଉପରେ ଗଡ଼ିଯା'ନ୍ତିମାର୍ଜାରୀ ପୁଅକୁ ଧରନ୍ତି
Couplet 113
ଖେଳନ୍ତି ଅତି ବଳୀୟାରଗୋକୁଳେ ରାମ ଦାମୋଦର
Couplet 114
ନିତ୍ୟେ ପୁତ୍ରଙ୍କୁ ଧରିଆଣିପିଟନ୍ତି ଯଶୋଦା ରୋହିଣୀ
Couplet 115
ବେପାର ନ ପାରନ୍ତି କରିପୁଣି ଆଣନ୍ତି କୋଳେ ଧରି
Couplet 116
ଦଣ୍ତେ ହେଁ ନରହନ୍ତି ଘରେବୁଲନ୍ତି ଗୋପୀଙ୍କ ମନ୍ଦିରେ
Couplet 117
ତୁଲ୍ୟବୟସ ଗୋପବାଳେଖେଳନ୍ତି ରାମକୃଷ୍ଣ ତୁଲେ
Couplet 118
ଭାଙ୍ଗନ୍ତି କାହା ଦଧିଭାଣ୍ତବସ୍ତ୍ର ଚିରନ୍ତି ଖଣ୍ତ ଖଣ୍ତ
Couplet 119
କାହାର ପିଆନ୍ତି ବାଛୁରୀଲବଣି ଖା'ନ୍ତି ଚୋରିକରି
Couplet 120
କନ୍ଦାନ୍ତି ଦୋଳିର କୁମରପାଣି ଢାଳନ୍ତି କା' ଉପର
Couplet 121
ସହି ନପାରି ଗୋପବାଳୀନନ୍ଦର ଘରେ ଥୋକେ ମିଳି
Couplet 122
ଗୋପୀ କହନ୍ତି ଆଗବଢ଼ିଯଶୋଦା ପାଦତଳେ ପଡ଼ି
Couplet 123
ସମ୍ଭାଳ ତୋର ଘରଦ୍ୱାରଆମ୍ଭେ ନ ଥିବୁ ଗୋପପୁର
Couplet 124
କହିବୁ ଆଉ ଗୁଣକେତେଶୁଣ ଗୋ କର୍ମ କଲା ଯେତେ
Couplet 125
ଜୀବିକା ବୁଡ଼ିଲା ଆମ୍ଭରବତ୍ସା ମେଲାନ୍ତି ତୋ' କୁମର
Couplet 126
ଘରେ ନ ଥାଉଁ ଯେତେବେଳେଚୋରି କରଇ ଅବହେଳେ
Couplet 127
ଶିକା ଦଉଡ଼ି କାଟିଦେଇଲବଣି କାନ୍ଥେ ଲେପୁଥାଇ
Couplet 128
ବସ୍ତ୍ର ଚିରଇ ଘରେ ପଶିବୋଇଲେ ବେଗେ ଯାଏ ଋଷି
Couplet 129
ଭାଣ୍ତ ଭାଙ୍ଗଇ ଲୁଚି ଲୁଚିକଥାକେ ଯାଉଥାଏ ଘୁଞ୍ଚି
Couplet 130
ଖୋଜିଣ ଦୁଧ ସର ଖାଇକାହାର ଭାଣ୍ତରେ ମୂତଇ
Couplet 131
ସର ନପାଏ ଯା'ର ଘରେହାଣ୍ତି ଭାଙ୍ଗଇ କୋପଭରେ
Couplet 132
କିଛି ନପାଏ ଯା'ର ଘରଉଠଇ ଦୋଳିର ଉପର
Couplet 133
ଶୋଇଲା ପୁଅକୁ କନ୍ଦାଏଗୋଡ଼ାଇ ଗଲେ ଗାଳିଦିଏ
Couplet 134
ଏକଇ ଗୋପୀ ରୋଷଭରେକହଇ ଯଶୋଦା ଆଗରେ
Couplet 135
ଯମୁନା ଯିବାବେଳେ ମୋରଘରେ ପଶିଲା ତୋ' କୁମର
Couplet 136
କବାଟ ଫେଡ଼ିଣ ମୋହରଘରେ ପଶଇ ଯେହ୍ନେ ଚୋର
Couplet 137
ତା' ଦେଖି ବାହୁଡ଼ିଲି ମୁହିଁଜଳାକବାଟି ବାଟେ ଚାହିଁ
Couplet 138
ଶିକାରେ ଅଛି ମୋର ସରଗମ୍ଭିରୀ ବଡ଼ଇ ଅନ୍ଧାର
Couplet 139
କିଛି ନ ପାଇ ମୋର ଘରେପଶିଲା ଗମ୍ଭୀରି ଭିତରେ
Couplet 140
କି ମନ୍ତ୍ର ଜାଣେ ତୋର ପୁଅକୋଟିଏ ସୂର୍ଯ୍ୟ ଜିଣି ଦେହ
Couplet 141
ଘୋର ଅନ୍ଧାର ଗଲା କେଣେପୁଣି ଚାହିଁଲା ଏଣେତେଣେ
Couplet 142
ଦେଖିଲା ଶିକା ଅଛି ଉଚ୍ଚେହସ୍ତ ନ ପାଇଲା ସୁସଞ୍ଚେ
Couplet 143
ରୋଳ ଆଣିଲା ଧାତିକାରେଉଠିଲା ତଥିର ଉପରେ
Couplet 144
ସବୁ ଖାଇଲା ଦୁଧସରତୁଣ୍ତୁ ମୋ' ନଇଲା ଉତ୍ତର
Couplet 145
ପୁଣି ଗୋପୀଏ ହୋଇ ଆଗେକୋପେକହଇ ବେଗେ ବେଗେ
Couplet 146
ଭୋ ମାତ ଗଲି ନୀର ଆଣିତୋ' ସୁତ ଖାଇଲା ଲବଣି
Couplet 147
ଆସି ହୋଇଲି ବେଗେ ଘରବସିଛି ପିଣ୍ତାର ଉପର
Couplet 148
ବୋଇଲା ଗଲୁ ଏତେବେଳତୋ' ଘରେ ପଶିଥିଲା ଚୋର
Couplet 149
ମୁଁ ଏବେ ବସିଅଛି ଜଗିଖାଇବି ଆନଘରେ ମାଗି
Couplet 150
ଖରେ ପଶିଲି ଘରେ ମୁହିଁଦେଖିଲି ଗଲାଣି ପଳାଇ
Couplet 151
ପୁଣି ଗୋପୀଏ ଆଗସରିବୋଲଇ ଶୁଣ ନନ୍ଦନାରୀ
Couplet 152
ଦିନେକ ମୋର ଘରେ ଗଲାକରଅଞ୍ଜଳି ପ୍ରସାରିଲା
Couplet 153
ବୋଇଲା ଫୁଟିଲି ମୁଁ ପଥେଲବଣି ଦିଅ ମୋର ହସ୍ତେ
Couplet 154
ହସ୍ତ ପୂରାଇ ଦିଅ ସରତୋ ଘରେ ନପଶିବ ଚୋର
Couplet 155
ଶୁଣି ସାନନ୍ଦ ମନେ ମୁହିଁସର ଲୁଚାଏ ଦେଲି ନେଇ
Couplet 156
ହସ୍ତ ନ ପୂରଇ ତାହାରବୋଲଇ ଆଣ ଧାତିକାର
Couplet 157
ପୁଣି ଥୋକାଏ ଦେଲି ନେଇଦେଖିଲି ହସ୍ତ ନ ପୂରଇ
Couplet 158
ଯେତେକ ଥିଲା ଘରେ ମୋରଦୁଧ ଲବଣି ଘୃତ ସର
Couplet 159
ସବୁ ଢାଳିଲି ବେଗେ ନେଇଦେଖିଲି ହସ୍ତ ନ ପୂରଇ
Couplet 160
ପାଖ ପଡ଼ିଶା ଯେତେ ଘରସବୁ ଆଣିଲି ଘୃତ ସର
Couplet 161
କେବେହେଁ କର ନ ପୂରିଲାପୁଣି ହିଁ ଆଣ ଲୋ ବୋଇଲା
Couplet 162
ଦେଖି ମୁଁ ହୋଇଲି ଚକିତଏକା ଗ୍ରାସକେ ଗର୍ଭଗତ
Couplet 163
ହସ୍ତ ବୋଳିଲା ମୋର ମୁେପଳାଇଗଲା ଦାଣ୍ତେ ଦାଣ୍ତେ
Couplet 164
ଗୋପୀଙ୍କ ଭାଷା ଶୁଣି ଶୁଣିକୋପେ ବୋଲଇ ନନ୍ଦରାଣୀ
Couplet 165
କୃଷ୍ଣର ଧରିଛନ୍ତି କରଭୟେ କମ୍ପନ୍ତି ଚକ୍ରଧର
Couplet 166
ଯଶୋଦା ବୋଲଇ ଲୋ ଶୁଣଜାଣିଲି ପୁତ୍ର ଦୁଷ୍ଟପଣ
Couplet 167
ତୁମ୍ଭର ଜାଣିଲି ସଦୟେଦେଲଟି ଲବଣି ଟିକାଏ
Couplet 168
ଏତେକେ ବୁଡ଼ିଲା ତୋ' ଘରଭଣ୍ତ ଲୋ ମୋହର ଆଗର
Couplet 169
ବାଳୁତ ପୁଅ ହସ୍ତ କାହିଁଶତେ ନଉତି ନପୂରଇ
Couplet 170
ଏତେ ଅନୀତି କଥା କହଜାଣତ ଦୁଷ୍ଟ ମୋର ପୁଅ
Couplet 171
ଏ ଛାର ତୁମ୍ଭର ପ୍ରମାଣଏଥକୁ ସାକ୍ଷୀ ନାରାୟଣ
Couplet 172
ଦାସବତ୍ସଳ ଭଗବାନଚାହିଁଲେ ଗୋପୀଙ୍କ ବଦନ
Couplet 173
ଗୋପୀ କରିବେ ତା'ଙ୍କୁ କିସଏମନ୍ତ ପ୍ରଭୁ ହୃଷୀକେଶ
Couplet 174
ମୋହନ କରି ହସ ହସଗୋପୀ ହୋଇଲେ ସର୍ବେବଶ
Couplet 175
ତକ୍ଷଣେ ସ୍ନେହଭର ହୋଇଗୋପୀଏ ଏକୁ ଆରେ ଚାହିଁ
Couplet 176
କୃଷ୍ଣର ମୁଖେ ଚୁମ୍ବ ଦେଇଯେ ଯାହା ଘରକୁ ସେ ଯାଇ
Couplet 177
ଶୁଣ ପରୀକ୍ଷ ମହୀପାଳବାଳକଲୀଳା ନନ୍ଦବାଳ
Couplet 178
ଦିନେକ ରାମ ବନମାଳୀବାଳକ ମେଳେ ଗଲେ ଖେଳି
Couplet 179
ଆନନ୍ଦେ କ୍ରୀଡ଼ାରଙ୍ଗେ ଫୁଟିତୁଣ୍ତେ ଭରିଲେ କୃଷ୍ଣ ମାଟି
Couplet 180
ରାମ ଦେଖିଣ ଗଲେ ଖରେକହିଲେ ଯଶୋଦା ଛାମୁରେ
Couplet 181
ଶୁଣ ଜନନୀ ମୋ' ଉତ୍ତରମାଟି ଭକ୍ଷିଲା ତୋ' କୁମର
Couplet 182
ଯାଇ ମୁଁ ଧଇଲି ତା' ହସ୍ତମାରଇ ବୋଲି ଭୟଚିତ୍ତ
Couplet 183
ବେଗେ ସେ ଛଡ଼ାଇଲା ହସ୍ତମୋ ଅଙ୍ଗେ ମାଇଲା ବହୁତ
Couplet 184
ଶୁଣି ଯଶୋଦା ବେଗେ ଯାଇଧଇଲେ କୃଷ୍ଣ କର ଦୁଇ
Couplet 185
କୋପ ନୟନେ ଗୋପୀ ଚାହେଁଭୟେ କମ୍ପନ୍ତି ଦେବରାୟେ
Couplet 186
ଯଶୋଦା କୋପେ ପରଜ୍ୱଳିଛାଟ ଉଞ୍ଚାଇ ଦେଲେ ଗାଳି
Couplet 187
ସର-ଲବଣି ତୁ ପକାଉକାହାର ବୋଲେ ମାଟି ଖାଉ
Couplet 188
ଆଜ ମାରିବି ତୋତେ ଘରେକହିବି ପିତାଙ୍କ ଛାମୁରେ
Couplet 189
ପୋଏ କହିଲେ ଶୁଣ ମାଏଭକ୍ଷିଲେ ମୃତ୍ତିକା ମୁଠାଏ
Couplet 190
ଶୁଣି ଯଶୋଦା କୋପ କରିଛାଟ ଉଞ୍ଚାଇ ଦେଲେ ଗାଳି
Couplet 191
ଅଞ୍ଚଳେ ବାନ୍ଧି ବେନି ହସ୍ତଭୟେ କମ୍ପନ୍ତି ଗୋପୀନାଥ
Couplet 192
ଛାଟ ଉଞ୍ଚାନ୍ତେ ନନ୍ଦନାରୀକାନ୍ଦି କହନ୍ତି ନରହରି
Couplet 193
ଏହାଙ୍କ ଘରେ ମୁହିଁ ଯାଇଲବଣି ଭୁଞ୍ଜଇ ଚୋରାଇ
Couplet 194
ସେ ଘେନି କହୁଛନ୍ତି ଖଚତୁଣ୍ତ ମୋ' ଦେଖ ତୁ ପ୍ରତ୍ୟକ୍ଷ
Couplet 195
ବଳଦେବ ହିଁ ମୋତେ ହିଂସିତୋଆଗେ କହିଲେ ସେ ଆସି
Couplet 196
ମୋ ତୁଣ୍ତେ ଥିଲେ ସିନା ମାଟିତେବେହେଁ ମୋତେ ଛାଟେପିଟି
Couplet 197
ହସ୍ତରୁ ବେଗେ ଛାଟ ପକାମାଏ ବୋଇଲେ ତୁଣ୍ତ ଦେଖା
Couplet 198
ଶୁଣି ସାନନ୍ଦ ଚକ୍ରଧରବିସ୍ତାରି ଦେଖାନ୍ତି ଅଧର
Couplet 199
ତକ୍ଷଣେ ବେନିପାଟି ଧରିତୁଣ୍ତେ ଚାହିଁଲେ ନନ୍ଦନାରୀ
Couplet 200
ଦେଖଇ ଅଶେଷ ବ୍ରହ୍ମାଣ୍ତସପତ-ମହୀ ନବଖଣ୍ତ
Couplet 201
ସ୍ଥଳ ସାଗର ମହୀଧରଶଶୀ ନକ୍ଷତ୍ର ଦିବାକର
Couplet 202
ଦିଶ ଆକାଶ ଅନ୍ତରାଳଗ୍ରହ ପବନ ମେଘମାଳ
Couplet 203
ସ୍ଥାବର ଆଦି ସର୍ବଜନ୍ତୁବିଶ୍ୱସଂସାରେ ଯେତେ ହେତୁ
Couplet 204
ନଗ୍ର ପାଟଣା ପୁର ଗ୍ରାମନଦୀ ପର୍ବତ ଘୋରବନ
Couplet 205
ମଥୁରାପୁର ଆଦି କରିଗୋପନଗର ନରନାରୀ
Couplet 206
ବାଳକ ମେଳେ ନନ୍ଦଦ୍ୱାରେକୃଷ୍ଣଙ୍କୁ ଘେନିଛନ୍ତି କରେ
Couplet 207
ରୋହିଣୀ ଛନ୍ତି ରାମ ଘେନିସ୍ତୁତି କରନ୍ତି ସୁର ମୁନି
Couplet 208
ଦେଖି ଚକିତ ନନ୍ଦରାଣୀମୂର୍ଚ୍ଛିତେ ପଡ଼ିଲେ ଧରଣୀ
Couplet 209
ପୁଣି କ୍ଷଣକେ ପାଇ ଜ୍ଞାନଭାଳଇ ଦେଖିଲି ସ୍ୱପନ
Couplet 210
କେଉଁ ଦେବତା ମାୟା କଲାମୋହର ମନକୁ ମୋହିଲା
Couplet 211
କି ଅବା ହୋଇଲଇଁ ବାଇଜ୍ଞାନ ହାରିଲି ଗର୍ଭ ଚାହିଁ
Couplet 212
ଏ ବଡ଼ ପଡ଼ିଲା ସଂଶୟଏବେ କି ବୁଦ୍ଧି ମୋର ମୋହ
Couplet 213
ଜଗତ ଦେଖିଲି ତ ଗର୍ଭେଏହା ବୁଝିବି କେଉଁ ଭାବେ
Couplet 214
ପୁତ୍ରର କାହିଁ ଏଡ଼େ ଗର୍ଭଏ କି ଅନାଦି ପଦ୍ମନାଭ
Couplet 215
ସିଦ୍ଧ ପୁରୁଷ ଅବା ଜାତଏହାକୁ ବୋଲଇ ମୁଁ ସୁତ
Couplet 216
କିବା ଡାକିନୀ ମାୟା କଲାଗର୍ଭେ ତ ଏମନ୍ତ ଦିଶିଲା
Couplet 217
ନ ପୁଣ ପଡ଼ଇ ପ୍ରମାଦଶୋକେ ଯଶୋଦା ଗଦଗଦ
Couplet 218
ଏତ ନୁହଁଇ ଭଲ ଚିହ୍ନମୋହର ମନ ଛନ ଛନ
Couplet 219
ଏମନ୍ତ ଭାଳି ନନ୍ଦରାଣୀମନ ବଚନ ଚିତ୍ତେ ଗୁଣି
Couplet 220
ନ ଜାଣି ବାଇ ପ୍ରାୟ ହୋଇଭାଳଇ ଦଶଦିଗ ଚାହିଁ
Couplet 221
ପୁଣ କ୍ଷଣକେ ଅନୁମାନିଚିତ୍ତେ ଚିନ୍ତଇ ଭୟ ଘେନି
Couplet 222
ଯାହାର ମାୟାଘୋର ଭ୍ରମେଜୀବ ଭ୍ରମଇ ପଥଶ୍ରମେ
Couplet 223
ମୁହିଁ ମୋହର ଏ ସଂସାରପତି ତନୟ ବନ୍ଧୁ ମୋର
Couplet 224
ସ୍ୱାମୀର ପତ୍ନୀ ମୁହିଁ ସରିସର୍ବ ସମ୍ପଦ ମୁଁ ଆବୋରି
Couplet 225
ଏ ଗୋପୀ ଗୋପ ଗୋରୁ ଧନସର୍ବ ଆବୋରି ମୋର ମନ
Couplet 226
ଯା'ର ମାୟାରେ ଏହି ମତିସେ ହରି ମୋତେ କରୁ ଗତି
Couplet 227
ଏତେ ବିଚାରି କଲା ଭୟମାୟା ମୋହିଲେ ଦେବରାୟ
Couplet 228
ତକ୍ଷଣେ କୃଷ୍ଣେ କରି କୋଳନମଇଁ ଦଶଦିଗ ପାଳ
Couplet 229
ଜୟ ଚଣ୍ତିକା ଗୋ ମଙ୍ଗଳାରଖ ମୋ ଏକଇର ବଳା
Couplet 230
ଗଜବଦନ କ୍ଷେତ୍ରପାଳେପୁତ୍ର ମୋ ରଖ ସର୍ବକାଳେ
Couplet 231
ନମଇଁ ଗୋବିନ୍ଦର ପାୟେରିଷ୍ଟ ଖଣ୍ତିବେ ମୋ' ତନୟେ
Couplet 232
ଏମନ୍ତ ବୋଲି କୃଷ୍ଣେ ଘେନିଘରେ ମିଳିଲା ନନ୍ଦରାଣୀ
Couplet 233
ଗୋରଜ କୃଷ୍ଣଦେହେ ବୋଳିଅନେକ କଲା ନିଉଛାଳି
Couplet 234
ପୁତ୍ରକୁ କରାଇ ସ୍ନାହାନବ୍ରାହ୍ମଣେ ଦେଲା ମିଷ୍ଟଅନ୍ନ
Couplet 235
ସ୍ତନ୍ୟ ପିଆଇ କୋଳେ ଧରିନିଦ୍ରା କରାଇଲା ମୁରାରି
Couplet 236
ବୋଲେ ପରୀକ୍ଷ ଶୁକ ଚାହିଁତୁମ୍ଭରେ ନିସ୍ତରିଲି ମୁହିଁ
Couplet 237
ନନ୍ଦ ଯଶୋଦାଙ୍କର ତପଭୋ ମୁନି କହିବା ସ୍ୱରୂପ
Couplet 238
ଯାହାର ନାମ ହୃଦେ ଘେନିସଂସାରୁ ତରିଯା'ନ୍ତି ମୁନି
Couplet 239
ତପେ ବିଧାତା ଯାକୁ ଧାୟିଯା' ନାମ ଶଙ୍କର ଜପଇ
Couplet 240
ଦେବେ ନ ଜାଣନ୍ତି ଯାହାକୁସେ କେହ୍ନେ ପ୍ରାପତ ନନ୍ଦକୁ
Couplet 241
ଯଶୋଦା କଲା କେଡ଼େ ଭାଗ୍ୟତାହାର କୋଳେ ପଦ୍ମନାଭ
Couplet 242
ଗର୍ଭରେ ଧରି ଦଶମାସଦେବକୀ ହୋଇଲା ନିରାଶ
Couplet 243
କୃଷ୍ଣର ଏତେ ବଡ଼ ମାୟାଏହାରେ କଲେ ଏଡ଼େ ଦୟା
Couplet 244
କହିବା ମୋତେ ମୁନିବରନିର୍ମଳ ହେଉ ମୋ ଶରୀର
Couplet 245
ମୁନି କହନ୍ତି ତାହା ଶୁଣିକୃଷ୍ଣଚରିତ ମନେ ଗୁଣି
Couplet 246
ଶୁଣ ରାଜନ କୃଷ୍ଣକଥାସୃଷ୍ଟିର ଆଦ୍ୟକାଳେ ଧାତା
Couplet 247
ଅଷ୍ଟବସୁଙ୍କୁ ଜାତ କଲାଜଣ ଜଣକେ ନାମ ଦେଲା
Couplet 248
ପୁତ୍ରଙ୍କ ମଧ୍ୟେ ସାଧୁ ଧୀରଦ୍ରୋଣବସୁ ନାମ ଯାହାର
Couplet 249
ପତ୍ନୀର ନାମ ତାର ଧରାସମ ନୁହଁଇ ଅପସରା
Couplet 250
ପୁତ୍ର-ବଧୂଙ୍କୁ ରାଇ ଧୀରଆଦେଶ ଦେଲେ ବେଦବର
Couplet 251
ବେଦପ୍ରମାଣେ ସୃଷ୍ଟି କରସଂସାର ହୋଇବ ତୁମ୍ଭର
Couplet 252
ଶୁଣି ଯୋଡ଼ିଲେ ବେନିକରମଧୁରେ କହନ୍ତି ଉତ୍ତର
Couplet 253
ବୋଲନ୍ତି ଶିରେ କର ଦେଇଭୋ ତାତ ଏଣେ କାର୍ଯ୍ୟ ନାହିଁ
Couplet 254
ଆମ୍ଭର ଚିତ୍ତ ଅପ୍ରମାଦେଭକତି ହେଉ କୃଷ୍ଣପାଦେ
Couplet 255
ତେବେ କରିବୁଁ ତୋ ବଚନଭୋ ତାତ ହୋଇବା ପ୍ରସନ୍ନ
Couplet 256
ସନ୍ତୋଷେ ବୋଲେ ପ୍ରଜାପତିଗୋବିନ୍ଦେ ହେଉ ତୁମ୍ଭ ମତି
Couplet 257
ହରିଙ୍କି ଧାୟି ତପକରିଶୀତ ବରଷା ଅପହରି
Couplet 258
ସୂର୍ଯ୍ୟତେଜକୁ ନାହିଁ ଭୟେତପ କରନ୍ତି କୃଷ୍ଣଲୟେ
Couplet 259
ତାହା ଜାଣିଲେ ନାରାୟଣବ୍ରାହ୍ମଣ ରୂପେ ପରସନ୍ନ
Couplet 260
କୃଷ୍ଣ ଆରାଧି ତପ କରିପୁତ୍ର ମୋ ହୋଇବେ ମୁରାରି
Couplet 261
ଏହାଉଁ ଆନ କାର୍ଯ୍ୟ ନାହିଁତୁମ୍ଭ ଚରଣେ କହିଲଇଁ
Couplet 262
ଶୁଣି ହସିଲେ ଭାବଗ୍ରାହୀକହନ୍ତି ଦୁହିଁଙ୍କି ଅନାଇ
Couplet 263
ଗୋପରେ ହୁଅ ଯାଇ ଜାତତୁମ୍ଭେ ଯେ ହୋଇବ ମହତ
Couplet 264
ଦ୍ୱାପର ଯୁଗେ ଭାରା ନାଶେଜନ୍ମ ହୋଇବେ ପୀତବାସେ
Couplet 265
ଦେବକୀ ଗର୍ଭେ ହୋଇ ଜାତକୃଷ୍ଣ ହୋଇବେ ତୁମ୍ଭ ସୁତ
Couplet 266
ପୁତ୍ର ବୋଲାଇବେ ତୁମ୍ଭରଅସୁର କରିବେ ସଂହାର
Couplet 267
ଏଗାର ବତ୍ସର ତୋ ଘରେବଞ୍ଚିବେ ପୁତ୍ରସ୍ନେହ ଭରେ
Couplet 268
ଗୋପରେ କରିଣ ବିହାରବିଜେ କରିବେ ମଧୁପୁର
Couplet 269
ନିଜ ସ୍ୱରୂପ ଧରି ହରିତାହାଙ୍କ ଆଶା ପୂର୍ଣ୍ଣକରି
Couplet 270
ଏତେକ କହି ନାରାୟଣତକ୍ଷଣେ ହେଲେ ଅନ୍ତର୍ଦ୍ଧାନ
Couplet 271
କୃଷ୍ଣ ଆଦେଶ ଘେନି ଶିରେଜନ୍ମ ହୋଇଲେ ଗୋପପୁରେ
Couplet 272
କୃଷ୍ଣଙ୍କୁ ତପବଳେ ପାଇଁପାଳନ୍ତି ପିତାମାତା ହୋଇ
Couplet 273
ଶୁଣ ସୁଜନେ କୃଷ୍ଣବାଣୀନିର୍ମଳ ହୁଅ ମନେ ଗୁଣି
Couplet 274
ପୁରାଣ ଗୀତବନ୍ଧେ କଲିରାମକୃଷ୍ଣଙ୍କ ବାଳକେଳି
Couplet 275
ଏଥକୁ ହୁଅ ଦୃଢ଼ଚିତ୍ତକହଇ ଦାସ ଜଗନ୍ନାଥ