Skandha 8
Adhyaya 6
Couplet 1
ଏମନ୍ତେ ଦେବସ୍ତୁତି ଶୁଣିଶୂନ୍ୟେ ପ୍ରକାଶ ଚକ୍ରପାଣି
Couplet 2
ସହସ୍ର-ସୂର୍ଯ୍ୟତେଜ ଦେଖିଦେବେ ବୁଜିଲେ ଭୟେ ଆଖି
Couplet 3
ଦିଗ ନ ପାରନ୍ତି ବିଚାରିକେମନ୍ତେ ଦେଖିବେ ଶ୍ରୀହରି
Couplet 4
ରହିଲେ ଅନ୍ଧକାରାଚ୍ଛନ୍ନେଚାହିଁ ନ ପାରନ୍ତି ଗଗନେ
Couplet 5
ମଧ୍ୟେ ଯେ ବ୍ରହ୍ମା-ରୁଦ୍ର ଥିଲେଟେକି ଅନ୍ତରୀକ୍ଷେ ଚାହିଁଲେ
Couplet 6
ଦେଖିଲେ ବିଷ୍ଣୁର ପ୍ରକାଶଶରୀରେ ପୂରିଛି ଆକାଶ
Couplet 7
ନୀଳ-ମହୀନ୍ଦ୍ର ପ୍ରାୟେ ଦିଶେଅରୁଣ-ଲୋଚନ ପ୍ରକାଶେ
Couplet 8
ବିକଚ-ପୁଣ୍ଡରୀକ ପ୍ରାୟେକର୍ଣ୍ଣେ କୁଣ୍ଡଳ ବେନି ଶୋହେ
Couplet 9
ତପ୍ତକାଞ୍ଚନ ପ୍ରାୟେ ବର୍ଣ୍ଣପୀତବସନ ପରିଧାନ
Couplet 10
ପ୍ରସନ୍ନ ଚାରୁ ସର୍ବଅଙ୍ଗେଶ୍ରୀମୁଖ ସୁନ୍ଦର ଭ୍ରୂଭଙ୍ଗେ
Couplet 11
ଅମୂଲ୍ୟ-ମୁକୁଟ ଲଲାଟେକାଞ୍ଚନ ଭୂଷଣ ପ୍ରକଟେ
Couplet 12
ଆଜାନୁଲମ୍ବେ ଚାରିଭୂଜେକେୟୂର କଙ୍କଣ ବିରାଜେ
Couplet 13
କାଞ୍ଚିକଳାପ ବଳୟରେଶୋଭିତ ହାର-ନୂପୁରରେ
Couplet 14
କୌସ୍ତୁଭମଣି କଣ୍ଠେ ଶୋହେତେଜ ପ୍ରକାଶେ ଜନମୋହେ
Couplet 15
କମଳା ବନମାଳ ରଙ୍ଗେହୃଦେ ଶୋହଇ ଅନୁରାଗେ
Couplet 16
ଏମନ୍ତ ରୂପ ଶୂନ୍ୟେ ଚିନ୍ତିଶିବ ସହିତେ ବେଦପତି
Couplet 17
ଧ୍ୟାନେ ଗୋବିନ୍ଦ-ପାଦେ ପଡ଼ିସ୍ତୁତି କରନ୍ତି କରଯୋଡ଼ି
Couplet 18
ଅଜ-ନିର୍ମଳ ଯେ ସ୍ୱଭାବେସୃଷ୍ଟିପାଳନ-ସ୍ଥିତି ଲାଭେ
Couplet 19
ଅଗୁଣେ ବିଶ୍ରାମ ତୁମ୍ଭରମହିମା-ଅମୃତ-ସାଗର
Couplet 20
ଅଣୁ ହୁଁ ଅଣୁଭାବ ହୋଇସ୍ୱମାୟା ସୁଖେ ଯେ ଭଜଇ
Couplet 21
ମହାନୁଭବ ଏ ଜଗତେମହାପୁରୁଷ ନମସ୍ତୁତେ
Couplet 22
ତୁ ନାଥ ସଂସାର-ଧାରଣଏଣୁ ଅଶେଷ ମୁନିଗଣ
Couplet 23
ଆଗମ-ନିଗମେ ସମ୍ପାଦିବିଚାରି ସାଂଖ୍ୟଯୋଗ ବିଧି
Couplet 24
ବେଦ-ବିହିତେ ରବିତଳେମନ-ପବନ ସୁନିଶ୍ଚଳେ
Couplet 25
ତୋହର ରୂପ ଧ୍ୟାନକରିମାୟା-ଗହନୁ ଯାନ୍ତି ତରି
Couplet 26
ତୁ ନାଥ ଆଦି-ମଧ୍ୟ-ଅୟେଯେବା କରାଉ ଆତ୍ମତନ୍ତ୍ରେ
Couplet 27
ଜଗତେ ଆଦି ମଧ୍ୟ ତୁହିମୃତ୍ତିକାଘଟ ପ୍ରାୟେ ହୋଇ
Couplet 28
ତୋ ରୂପ ବିଶ୍ୱେ ପ୍ରକାଶଇସେ ରୂପ କେ ପାରିବ କହି
Couplet 29
ଆତ୍ମା-ଆଶ୍ରୟେ ମାୟାକରିତୁ ଏ ସଂସାର-ରୂପ ଧରି
Couplet 30
ସଂସାରେ ପଶୁ ଆତ୍ମାରୂପେସୁଖେ ବିହରୁ କଳ୍ପେ କଳ୍ପେ
Couplet 31
ନିର୍ମଳଚେତା ମୁନିଗଣେତୋତେ ଦେଖନ୍ତି ଶୁଦ୍ଧମନେ
Couplet 32
ଯଥା ଅନଳ କାଷ୍ଠେ ଥାଏଯେହ୍ନେ ଅମୃତ ଗୋରୁ ଦେହେ
Couplet 33
ଧରଣୀ ଦେହେ ଅନ୍ନ ଯେହ୍ନେସଂଯୋଗେ କୃଷି-କରଷଣେ
Couplet 34
ମନୁଷ୍ୟ ନାନା ଯୋଗବଳେଭଜନ୍ତି ତୋ ପାଦକମଳେ
Couplet 35
ନମିଣ ତୋ ଚରଣତଳେଭବସାଗରୁ ତରିଗଲେ
Couplet 36
ସର୍ବେ ନମନ୍ତି ତୋ ଚରଣେତୁ ଥାଉ ସଂସାର ଧାରଣେ
Couplet 37
ବାଞ୍ଚିତ ଅର୍ଥ ଫଳ ପାନ୍ତିନାନା ପ୍ରକାରେ ତୋତେ ଚିନ୍ତି
Couplet 38
ତୋ ରୂପ ଆତ୍ମାଗତେ ଦେଖିସଂସାର ତେଜି ହୋନ୍ତି ସୁଖୀ
Couplet 39
ଯେସନେ ଗଜ ଦାବାନଳେପ୍ରବେଶ କରେ ଗଙ୍ଗାଜଳେ
Couplet 40
ଆମ୍ଭେ ସକଳ ଲୋକପାଳେଶରଣ ତୋ ପାଦକମଳେ
Couplet 41
ଏ ଦେହ ଅନ୍ତର-ବାହାରେତୋ ତହୁଁ କେବା ଅଛି ପରେ
Couplet 42
ଏ ଦେବଗଣେ ମୋର ତୁଲେଦକ୍ଷାଦି ପ୍ରଜାପତି ମେଳେ
Couplet 43
ତୋ ଅନୁଗ୍ରହେ ବହୁଁ ଅଙ୍ଗଅନଳୁ ଯେସନେ ସ୍ଫୁଲିଙ୍ଗ
Couplet 44
କିବା କହିବୁଁ ତୋ ଅଗ୍ରତେଆମ୍ଭଙ୍କୁ ରଖ ଏ ଜଗତେ
Couplet 45
ଏମନ୍ତେ ବ୍ରହ୍ମା-ବାକ୍ୟ ଶୁଣିସଂସାର ହିତ ମନେ ଗୁଣି
Couplet 46
ପରମସୁଖେ ତନୁ ପୂରିଧାତାଙ୍କୁ ଅନୁଗ୍ରହ କରି
Couplet 47
ଜଳଧି-ମନ୍ଥନ-ପ୍ରସଙ୍ଗେଆତ୍ମା ପ୍ରକାଶ ଅନୁରାଗେ
Couplet 48
ପ୍ରସନ୍ନ ଚିତ୍ତେ ଭାବଗ୍ରାହୀକହନ୍ତି ବ୍ରହ୍ମା ମୁଖ ଚାହିଁ
Couplet 49
ଶୁଣ ହୋ ବ୍ରହ୍ମା-ଶିବ-ଦେବେଯେବା କରିବି ତୁମ୍ଭ ଲାଭେ
Couplet 50
ତୁମ୍ଭର ଶ୍ରେୟ ଯେଉଁମତେକହିବା ଶୁଣ ଏକଚିତ୍ତେ
Couplet 51
ଅସୁରଙ୍କର ସଙ୍ଗେ ଯାଇବସ ବିଶ୍ୱାସଭାବ ହୋଇ
Couplet 52
ନାନା ପ୍ରକାରେ ସନ୍ଧି କରପ୍ରଲୋଭେ ତାଙ୍କ ଚିତ୍ତ ହର
Couplet 53
ଯାବତ ସିଦ୍ଧ ନୋହେ କାର୍ଯ୍ୟତାବତ ମିତ୍ର ଭାବେ ଭଜ
Couplet 54
ଆପଣା କାର୍ଯ୍ୟ ସିଦ୍ଧଅର୍ଥେଶତ୍ରୁକୁ ଭଜନ୍ତି ଜଗତେ
Couplet 55
କାର୍ଯ୍ୟ ସରିଲେ ନିଜ ଭାବେସର୍ବେ ରହିବ ଆତ୍ମାଲାଭେ
Couplet 56
ଅହି -ମୂଷିକ କରି ସନ୍ଧିଯେମନ୍ତେ ଆତ୍ମକାର୍ଯ୍ୟ ସାଧି
Couplet 57
ଅମୃତ ଅର୍ଥେ ଯତ୍ନ କରଯା ପାନେ ହୋଇବ ଅମର
Couplet 58
ଶୁଣ କହିବା ଉପଦେଶବେଗେ ଗହନ ବନେ ପଶ
Couplet 59
ଅମ୍ଳ-ଔଷଧି-ଗୁଳ୍ମ ଯେତେବନସ୍ତୁ ଆଣ ଅପ୍ରମିତେ
Couplet 60
ପାଷାଣେ ଛେଚି ବାହୁବଳେନିକ୍ଷେପ କ୍ଷୀରସିନ୍ଧୁ-ଜଳେ
Couplet 61
ସେ ଅମ୍ଳ-ଗୁଣେ ବସୁ ଦଧିଯେଣେ ଲଭିବ ସର୍ବସିଦ୍ଧି
Couplet 62
ଏ ଯେ ମନ୍ଦର ମହୀଧରମନ୍ଥନଦଣ୍ଡ ଏହା କର
Couplet 63
ବାସୁକି ନାଗ ରଜ୍ଜୁ କରିମନ୍ଥିବ ଦେବାସୁରେ ଧରି
Couplet 64
ମୋହର ବୋଲେ ମହାଜଳେମନ୍ଥନ କର ଯା ନିଶ୍ଚଳେ
Couplet 65
ତୁମ୍ଭେ ସେ ଅମୃତ ପିଇବନିରାଶ ହୋଇବେ ଦାନବ
Couplet 66
ଇନ୍ଦ୍ର ଲଭିବ ସର୍ବସିଦ୍ଧିସର୍ବ ସମ୍ପାଦିବ ଜଳଧି
Couplet 67
ଶାନ୍ତି-ବଚନେ କାର୍ଯ୍ୟ ପାଇଆଗମ ଶାସ୍ତ୍ରେ ଏହା କହି
Couplet 68
ପ୍ରଥମେ ବାସୁକି ବଦନେଗରଳ ଛାଡ଼ିବ ମନ୍ଥନେ
Couplet 69
ତହିଁକି ନ କରିବ ଭୟମୁଁ ପୁଣି କରିବି ଉପାୟ
Couplet 70
ମନ୍ଥନେ ଲଭି ବସ୍ତୁ ଯେତେଲୋଭ ନ କରିବ ଯୁକତେ
Couplet 71
ପ୍ରାଣୀ ଯେ ଲୋଭେ ନାନାମତେବସ୍ତୁ ଆବୋରନ୍ତି ଜଗତେ
Couplet 72
ଏମନ୍ତ ଦେବଗଣେ କହିତକ୍ଷଣେ ଗରୁଡ଼ ଆରୋହି
Couplet 73
ନିଜ ଭୁବନେ ହରି ଗଲେଭକତ-ପାରିଷଦ ତୁଲେ
Couplet 74
ରୁଦ୍ର-ବ୍ରହ୍ମାଦି ଦେବଗଣେନମିଲେ ବିଷ୍ଣୁର ଚରଣେ
Couplet 75
ସକଳେ ହୋଇ ଏକଚିତ୍ତବଳି-ଭୁବନେ ଉପଗତ
Couplet 76
ଦ୍ୱାରେ ଅସୁରେ ଯେତେ ଥିଲେଦେବଗଣଙ୍କୁ ନିରୋଧିଲେ
Couplet 77
ଦେବନିଷେଧ କଥା ଶୁଣିଅସୁର-କୁଳ-ଚୁଡ଼ାମଣି
Couplet 78
ସନ୍ଧି-ବିଗ୍ରହ ସେ ଜାଣଇବୋଲଇ ନିଜଗଣ ରାଇ
Couplet 79
ଦେବଙ୍କୁ ଛାଡ଼ ତୁମ୍ଭେ ଦ୍ୱାରକି ଅବା କରିବେ ବିଚାର
Couplet 80
ଏମନ୍ତେ ବଳି ଆଜ୍ଞା ପାଇଦ୍ୱାର ଛାଡ଼ିଲେ ଭାବ ବହି
Couplet 81
ବଳି-ନିକଟେ ଦେବେ ଯାଇଜୟଶବଦ ଉଚ୍ଚେ ଗାଇ
Couplet 82
ବଳିକି ଦେଖିଲେ ଆସନେବେଷ୍ଟିତ ଅସୁର-ଗହଣେ
Couplet 83
ସର୍ବ-ସମ୍ପଦ ଯାର ପୁରେକିବା ଉପମା ଦେବା ତାରେ
Couplet 84
ନିଜ ସମ୍ପଦ ଜଗୁ ରଞ୍ଜେଦିଗପାଳଙ୍କ ତେଜ ଗଞ୍ଜେ
Couplet 85
ଇନ୍ଦ୍ର ଯେ ବଳି ମୁଖ ଚାହିଁବିଶ୍ୱାସେ ବଚନ ବୋଲଇ
Couplet 86
ଶୁଣ ରାଜନ ଏକଚିତ୍ତେଏ ତିନିଲୋକ ସୁଖ ଅର୍ଥେ
Couplet 87
ଦୁର୍ବାସା-ଶାପ ମହାଘୋରନାଶିଲା ସମ୍ପଦ ମୋହର
Couplet 88
ସୋମ-ସବିତା-ତେଜ ଗଲାନିବିଡ଼ ତମ ପ୍ରକାଶିଲା
Couplet 89
କମ୍ପଇ ଏ ତିନିଭୁବନସର୍ବେ ହୋଇଲେ ଦୁଃଖେ ଛନ୍ନ
Couplet 90
ଏଣୁ ବିଷ୍ଣୁଭୁବନେ ଯାଇକହିଲୁଁ ବ୍ରହ୍ମା ରୁଦ୍ର ଲଇଁ
Couplet 91
ସେ ପୁରୁଷୋତ୍ତମ-ବଚନରାଜନ ତୋଷମନେ ଶୁଣ
Couplet 92
ବୋଇଲେ ଏ କ୍ଷୀରଜଳଧିଅମ୍ଳ-ସଂଯୋଗେ କର ଦଧି
Couplet 93
ମନ୍ଦର ଗିରିକି ଆଣିବସମୁଦ୍ର ମଧ୍ୟରେ ସ୍ଥାପିବ
Couplet 94
ବାସୁକି ନାଗ ରଜ୍ଜୁ କରିଦେବ-ଦାନବେ ତାହା ଧରି
Couplet 95
ଯତନେ କରିବ ମନ୍ଥନସୁଧା କରିବ ସୁଖେ ପାନ
Couplet 96
ଯେତେ ଉପୁଜିବ ମନ୍ଥନେସକଳେ ମିଳି ତୋଷମନେ
Couplet 97
ସମାନ ଭାଗେ ଭୋଗକରସନ୍ତୋଷ ମନେ ଦେବାସୁର
Couplet 98
ସଂସାର ହେଉ ଏଣେ ରକ୍ଷାଏମନ୍ତ ବିଷ୍ଣୁ ଦେଲେ ଦୀକ୍ଷା
Couplet 99
ଏଣୁ ତୁମ୍ଭର ସଙ୍ଗେ ଆମ୍ଭେମିଳିଲୁ ମନ୍ଥନ-ଆରମ୍ଭେ
Couplet 100
ତୁମ୍ଭ ଆମ୍ଭର ଏକଗତିଯାହା ବୋଇଲେ ଶିରୀପତି
Couplet 101
ଏମନ୍ତ ଇନ୍ଦ୍ରମୁଖୁଁ ଶୁଣିଅସୁର ମନେମନେ ଗୁଣି
Couplet 102
ବୋଇଲେ ଶୁଭକର୍ମ ଏହିବିଷ୍ଣୁମାୟାରେ ମନ ମୋହି
Couplet 103
ବଳି ସଙ୍ଗତେ ଉଠି ସର୍ବେସମ୍ମତି କଲେ ପ୍ରିୟଭାବେ
Couplet 104
ଶମ୍ବରାରିଷ୍ଟ ନେମି ତୁଲେଯେତେ ଦାନବବୀର ଥିଲେ
Couplet 105
ବିଷ୍ଣୁ-ମୋହନ-ମାୟା ମତେହରଷ ଅସୁରଙ୍କ ଚିତ୍ତେ
Couplet 106
ଏମନ୍ତେ ଦେବାସୁରଗଣେବେଗେ ମିଳିଲେ ଘୋରବନେ
Couplet 107
ତୀକ୍ଷ୍ଣ-କୁଠାରେ ବେଗେ ହାଣିଅମ୍ଳ-ଔଷଧି-ଗୁଳ୍ମ ଆଣି
Couplet 108
ପର୍ବତେ ଛେଚି ପ୍ରତି ଶିଳେକ୍ଷୀର ସମୁଦ୍ରେ ପକାଇଲେ
Couplet 109
ବାସୁଦେବର କଥାବାଗେଦଧି ହୋଇଲା ଅମ୍ଳ ଯୋଗେ
Couplet 110
ଦେବଦାନବେ ଏକମନେମିଳିଲେ ମେରୁ ସନ୍ନିଧାନେ
Couplet 111
ନାନା ତୀକ୍ଷଣ ଶସ୍ତ୍ର ଧରିଉପାଡ଼ି ଘୋରନାଦ କରି
Couplet 112
ଇନ୍ଦ୍ରର ତୁଲେ ଦେବେ ଯେତେଅସୁରେ ବଳିର ସମେତେ
Couplet 113
ସମସ୍ତେ ମୁଣ୍ଡେ ଗିରି କଲେବଳେ କେତେହେଁ ଦୂର ନେଲେ
Couplet 114
କାହୁଁ ବହିବେ ଗିରିବରଯେ ଗିରିବରଙ୍କ ଶେଖର
Couplet 115
ପଥେ ଆଣନ୍ତେ ଗିରିବରେପଡ଼ିଲା ତାହାଙ୍କ ଉପରେ
Couplet 116
ଚୂର୍ଣ୍ଣ ହୋଇଲେ ମହାଭାରେସକଳେ ପଡ଼ିଲେ ଭୂମିରେ
Couplet 117
ଶିର ଚରଣ ବାହୁ ଚୂରିପଥେ ପଡ଼ିଲା ମହାଗିରି
Couplet 118
ଦେବଙ୍କ ଦୁଃଖେ ଭଗବାନତକ୍ଷଣେ ଗରୁଡ଼ ଆସନ
Couplet 119
ପଥେ ମିଳିଲେ ତାଙ୍କ ପାଶେଦେବଙ୍କ ଭକତି ବିଶ୍ୱାସେ
Couplet 120
କରେ ମନ୍ଦରଗିରି କଲେଦେବ-ଅସୁରଙ୍କୁ ଚାହିଁଲେ
Couplet 121
ଅମୃତ-ନୟନେ ଅନାଇଁଜୀବନ ଦେଲେ ଭାବଗ୍ରାହୀ
Couplet 122
ଲାଗନ୍ତେ ଗୋବିନ୍ଦର କରତକ୍ଷଣେ ପାଇଲେ ଶରୀର
Couplet 123
ଗୋବିନ୍ଦ ଏକହସ୍ତେ ଗିରିନିଶ୍ଚଳେ ନିଜ କୋଳେ ଧରି
Couplet 124
ଗରୁଡ଼ ଉଡ଼େ ଶୂନ୍ୟପଥେଦେବ-ଦାନବବଳେ ସାଥେ
Couplet 125
କ୍ଷୀର ଜଳଧିତଟେ ମିଳିଦେବଅସୁର ବନମାଳ
Couplet 126
ଗରୁଡ଼-କନ୍ଧୁ ଗିରିବରକୂଳେ ନିବେଶି ଚକ୍ରଧର
Couplet 127
ଗରୁଡ଼ ଗଲା ନିଜପୁରଶୁଣ ପରୀକ୍ଷ ନୃପବର
Couplet 128
ଦେବ-ଅସୁରଙ୍କର ଭାବଯହୁଁ ଅମୃତ ଉଦଭବ
Couplet 129
ସୁଜନେ ଏଣେ ଚିତ୍ତ କରମାୟା-ସଙ୍କଟରୁ ନିସ୍ତର
Couplet 130
ବୋଲଇ ଦାସ ଜଗନ୍ନାଥଅଷ୍ଟମ ସ୍ମନ୍ଧେ ଭାଗବତ