Skandha 8
Adhyaya 5
Couplet 1
ଶୁକ କହନ୍ତି ଗଙ୍ଗାକୂଳେସକଳ ମହାରଷି ମେଳେ
Couplet 2
ହରି ଚରିତ ସୁଧାସାରଗଜ କୁମ୍ଭୀରର ନିସ୍ତାର
Couplet 3
ପ୍ରସନ୍ନେ କହି ରାଜା ଆଗେପୁଣ କହନ୍ତି ଅନୁରାଗେ
Couplet 4
ଶୁଣ ହେ ଅଭିମନ୍ୟୁସୁତଅଦ୍ଭୁତ ଗୋବିନ୍ଦ ଚରିତ
Couplet 5
ତୋତେ କହିଲୁ ହରିଗୁଣମନୁ-ଚରିତ ଏବେ ଶୁଣ
Couplet 6
ପଞ୍ଚମେ ତାମସ-ସୋଦରରୈବତ ନାମେ ମନୁବର
Couplet 7
ଅର୍ଜ୍ଜୁନ ବଳିବିନ୍ଧ୍ୟ ନାମତାର ତନୟ ଅନୁପମ
Couplet 8
ଇନ୍ଦ୍ର ବସଇ ବିଭୁ ନାମଘେନି ଦେବତା ଋଷିଗଣ
Couplet 9
ଦେବତା ଭୂତରୟ ଆଦିଏ ଭାବେ ଅମର ପ୍ରସିଦ୍ଧି
Couplet 10
ହିରଣ୍ୟରୋମା ବେଦଶିରଊର୍ଦ୍ଧ୍ୱବାହୁ ଯେ ମୁନିବର
Couplet 11
ବିକୁଣ୍ଠା ନାମେ ଶୁଭ୍ର ନାରୀରୂପେ କମଳା ନୋହେ ସରି
Couplet 12
ବୈକୁଣ୍ଠପୁର ଲୋକ ସଙ୍ଗେବିଷ୍ଣୁ ତାହାର ନିଜ ଅଙ୍ଗେ
Couplet 13
ଜନ୍ମ ହୋଇଲେ ନିଜଧାମଏଣୁ ବୈକୁଣ୍ଠ ତାର ନାମ
Couplet 14
ବୈକୁଣ୍ଠପୁର ମନେ କଳ୍ପିଯହିଁ ବିଜୟେ ବିଶ୍ୱରୂପୀ
Couplet 15
ସେ ସର୍ବଲୋକ ନମସ୍ତୁତଶୁଣ ନୃପତି ପରୀକ୍ଷିତ
Couplet 16
ଲକ୍ଷ୍ମୀର ପ୍ରାର୍ଥନେ ମୁରାରିକମଳା ତୁଲେ ପ୍ରୀତିକରି
Couplet 17
ନିବାସ କଲେ ପ୍ରିୟଭାବେବିଷ୍ଣୁଭକତଙ୍କର ଲାଭେ
Couplet 18
ବୈକୁଣ୍ଠ ଗୁଣ ଭାବ ଯେତେଭାବେ କହିଛି ତୋ ଅଗ୍ରତେ
Couplet 19
ଏ ବିଷ୍ଣୁଗୁଣ ପରିମାଣୁକେ ଗଣିପାରେ ଭୂମିରେଣୁ
Couplet 20
ଶୁଣ ରାଜନ ମନତୋଷେଏବେ କହିବା ମନୁବଂଶେ
Couplet 21
ଷଷ୍ଠରେ ଚକ୍ଷୁଷଙ୍କ ସୁତଚାକ୍ଷୁଷ ନାମେ ସେ ବିଦିତ
Couplet 22
ପୁରୁ ପୁରୁଷ ସୁଦ୍ୟୁମ୍ନ ଯେପ୍ରମୁଖ ଚାକ୍ଷୁଷ ତନୁଜେ
Couplet 23
ଇନ୍ଦ୍ରର ନାମ ମନ୍ତ୍ରଦ୍ରୁମଆପ୍ୟାଦି ଦେବଗଣ ନାମ
Couplet 24
ହବିଷ୍ମ ବୀରକାଦି ମୁନିଉଦୟେ ନିଜଗୁଣ ଘେନି
Couplet 25
ସେ ମନୁ କାଳେ ଚକ୍ରଧରଦେବ ସମ୍ଭୂତିର ଉଦର
Couplet 26
ଅଜିତ ନାମେ ଭଗବାନବୈରାଜ ଋଷିର ନନ୍ଦନ
Couplet 27
ଯେ ରୂପେ ସମୁଦ୍ର ମନ୍ଥିଲେସୁରଗଣଙ୍କୁ ସୁଧା ଦେଲେ
Couplet 28
ଜଳେ ବୁଡ଼ନ୍ତେ ଗିରିବରକୂର୍ମ ରୂପେ ଧରି ମନ୍ଦର
Couplet 29
ଅମୃତ ଦେଲେ ଦେବଗଣେଅସୁର ମୋହି ସ୍ତିରୀପଣେ
Couplet 30
ଶୁକ-ଚରଣ-ତଳେ ବସିବୋଲେ ପରୀକ୍ଷ କୁରୁବଂଶୀ
Couplet 31
ଭୋ ମୁନି ଅସମ୍ଭବ କଥାସମୁଦ୍ର-ମନ୍ଥନ ବ୍ୟବସ୍ଥା
Couplet 32
କିମର୍ଥେ ପ୍ରଭୁ ଜନାର୍ଦ୍ଦନକଳ୍ପିଲେ କ୍ଷୀରବ୍ଧି-ମନ୍ଥନ
Couplet 33
କେମନ୍ତେ କୂର୍ମରୂପ ଧରିପୃଷ୍ଠେ ବହିଲେ ମହାଗିରି
Couplet 34
କେମନ୍ତେ ସର୍ବ ଦେବଗଣସନ୍ତୋଷେ କଲେ ସୁଧାପାନ
Couplet 35
ଅନ୍ୟ ବା କି କି ଉପୁଜିଲାକେତେ ବା ସମ୍ଭୂତ ହୋଇଲା
Couplet 36
ବିଷ୍ଣୁ-ଚରିତ ଅଗୋଚରଭ୍ରମନ୍ତି ବ୍ରହ୍ମା ଶିବ ସୁର
Couplet 37
ହରି-ମହିମା ତୁମ୍ଭ ମୁଖେଶ୍ରବଣେ ପାନକରି ସୁଖେ
Couplet 38
ତୃପତ ନୋହିଲା ମୋ ପ୍ରାଣଭୋ ମୁନି କର ପରିତ୍ରାଣ
Couplet 39
ଶୁକ କହନ୍ତି ବ୍ରହ୍ମମତେସକଳ ଋଷିଙ୍କ ଅଗ୍ରତେ
Couplet 40
ଏମନ୍ତେ ପରୀକ୍ଷିତ ବାଣୀଶୁକ ଆନନ୍ଦ ମନେ ଗୁଣି
Couplet 41
ହରି-ମହିମା ସୁଖେ ମଜ୍ଜିଦଣ୍ଡେ ରହିଲେ ଚକ୍ଷୁ ବୁଜି
Couplet 42
ଅନ୍ତସ୍କରଣେ ହରି ଧ୍ୟାୟୀକହନ୍ତି ରାଜାମୁଖ ଚାହିଁ
Couplet 43
ପୂର୍ବେ ଯେ ଦେବାସୁର-ରଣେଯୁଦ୍ଧେ ହାରିଲେ ଦେବଗଣେ
Couplet 44
ପଡ଼ିଲେ ଗତପ୍ରାଣ ପ୍ରାୟେଜ୍ଞାନ ନ ଲଭନ୍ତି କେବେହେଁ
Couplet 45
ଦୁର୍ବାସା ମୁନିଙ୍କର କ୍ରୋଧଧ୍ୱଂସିଲା ଇନ୍ଦ୍ରର ସମ୍ପଦ
Couplet 46
ଯଜ୍ଞାଦିକ୍ରିୟା ନାଶ ଗଲାଏ ତିନିଭୁବନ କମ୍ପିଲା
Couplet 47
ଇନ୍ଦ୍ର ନ ପାରେ ସ୍ୱର୍ଗେ ରହିବନେ ପଶିଲା ବେଗେ ଯାଇ
Couplet 48
ଭୟେ ନ ରହି ସ୍ୱର୍ଗଲୋକେବନେ ବୁଲନ୍ତି ଏକେ ଏକେ
Couplet 49
ତ୍ରୈଲୋକ୍ୟ ଦିଶେ ଅନ୍ଧକାରଭୂମି କମ୍ପଇ ଥରହର
Couplet 50
ଲକ୍ଷ୍ମୀ ବିହୁନେ ତିନିଲୋକେଦୁଃଖେ ମଜ୍ଜିଲେ ଅତିରେକେ
Couplet 51
ଏମନ୍ତେ ଦେବଲୋକେ ଚାହିଁବାସବ ସଙ୍ଗେ ସଙ୍ଗ ହୋଇ
Couplet 52
ଦିଗପାଳଙ୍କୁ ସଙ୍ଗ କରିଅନେକ ପ୍ରକାରେ ବିଚାରି
Couplet 53
ନିସ୍ତାର ନ ପାରିଲେ ଚିନ୍ତିମନେ ପାଇଲେ ମହାଭୀତି
Couplet 54
ଏମନ୍ତେ କେତେ ଦିନ ରହିପୁଣି ସକଳେ ରୁଣ୍ଡ ହୋଇ
Couplet 55
ବିଚାର କଲେ ଏକମତେକହିବା ବ୍ରହ୍ମାଙ୍କ ଅଗ୍ରତେ
Couplet 56
ଇନ୍ଦ୍ର ନଥିଲେ ସୃଷ୍ଟି କାହିଁଆମ୍ଭେ ନ ପାରୁ ସ୍ୱର୍ଗେ ରହି
Couplet 57
ଲକ୍ଷ୍ମୀ-ବିହୀନେ ସୃଷ୍ଟି ନଶେସଂସାରେ ଘୋରତମ ଗ୍ରାସେ
Couplet 58
ଏମନ୍ତେ ବିଚାରି ସକଳେଶକ୍ରର ସଙ୍ଗେ ଦେବବଳେ
Couplet 59
ସୁମେରୁ-ଊର୍ଦ୍ଧ୍ୱେ ବ୍ରହ୍ମସଭାଯହିଁ ସକଳ ଋଷିଦେବା
Couplet 60
ସେ ସଭାମଧ୍ୟେ ଦେବଗଣେନମିଲେ ଧାତାର ଚରଣେ
Couplet 61
ଇନ୍ଦ୍ରଙ୍କୁ କରି ଆଗୁସାରବୋଇଲେ ଶୁଣ ବେଦବର
Couplet 62
ଦୁର୍ବାସା-କୋପେ ଇନ୍ଦ୍ର ଦୁଃଖୀଆମ୍ଭେ ସକଳ ତାହା ଦେଖି
Couplet 63
ତ୍ରୈଲୋକ୍ୟଲକ୍ଷ୍ମୀ କେଣେ ଗଲାଦୁଃଖ-ତିମିର ପ୍ରକାଶିଲା
Couplet 64
ରବି-ଶଶାଙ୍କ-ହୁତାଶନେତେଜ ନ ଦିଶେ ଲକ୍ଷ୍ମୀହୀନେ
Couplet 65
ତ୍ରୈଲୋକ୍ୟଲକ୍ଷ୍ମୀ ଇନ୍ଦ୍ର ମୂଳେସ୍ୱର୍ଗରେ ନ ରହେ ନିଶ୍ଚଳେ
Couplet 66
ଇନ୍ଦ୍ରର ତେଜ ଅସ୍ତ ଗଲାତେଣୁ ସମ୍ପଦ ନାଶ ହେଲା
Couplet 67
ଆମ୍ଭେ ତ ହୋଇଲୁ ଅନାଥଋଷି ସକଳ ବେଦନାଥ
Couplet 68
ଏମନ୍ତେ ଦେବଙ୍କ ବଚନଶୁଣି ପଦ୍ମଯୋନି ମଉନ
Couplet 69
ଦଣ୍ଡେ ରହିଲେ ଛନ୍ନ ହୋଇଦେବଙ୍କୁ ଚାହିଁ ବିଚାରଇ
Couplet 70
ଏ ଇନ୍ଦ୍ରଆଦି ଦିଗପାଳେଗଗନ-ଧରଣୀ-ପାତାଳେ
Couplet 71
ଯେତେ ଅଛନ୍ତି ରାଜାଗଣେତେଜ ନ ଦେଖି ଲକ୍ଷ୍ମୀହୀନେ
Couplet 72
ଅଶୁଭ ପ୍ରାୟେ ତ ଦିଶଇଏମନ୍ତେ ଦୁଃଖ ମନେ ବହି
Couplet 73
ପୁରୁଷୋତ୍ତମ ପାଦମୂଳେଚିନ୍ତିଲେ ସମାଧି ନିଶ୍ଚଳେ
Couplet 74
ହରିପ୍ରସନ୍ନ ଲେଶ ପାଇବୋଲନ୍ତି ଦେବଙ୍କୁ ଅନାଇଁ
Couplet 75
ଆନନ୍ଦମନେ ବେଦବରଦେବଙ୍କୁ ବୋଲନ୍ତି ଉତ୍ତର
Couplet 76
ଶୁଣ ସକଳ ଦେବଗଣକହିବା ଏଥିର କାରଣ
Couplet 77
ବ୍ରହ୍ମା ଶଙ୍କର ଦେବଗଣମନୁଷ୍ୟ ପଶୁ ଗୁଳ୍ମବନ
Couplet 78
ଯାହାର ଅଂଶ କଳା ବହିଆମ୍ଭେ ସକଳେ ବହୁ ଦେହୀ
Couplet 79
ସେ ହରି ଅବ୍ୟୟ ଈଶ୍ୱରଆମ୍ଭେ ଯେ ଶରଣ ତାହାର
Couplet 80
ଯାହାର ରିପୁ-ମିତ୍ର ନାହିଁରକ୍ଷ-ଅରକ୍ଷ ତାର କାହିଁ
Couplet 81
ତଥାପି ସୃଷ୍ଟି ସେ ସଞ୍ଚଇସ୍ୱଭାବେ ତିନିଗୁଣ ବହି
Couplet 82
ସୃଷ୍ଟି କରଇ ରଜଗୁଣେସତ୍ତ୍ୱେ ପାଳଇ ବିଷ୍ଣୁପଣେ
Couplet 83
ତାମସଗୁଣେ ସଂହରାଇଅନ୍ତରେ ସର୍ବଗୁଣ ବହି
Couplet 84
ଏଣୁ ଜଗତଗୁରୁ ପାଦେଶରଣ ପଶ ଅପ୍ରମାଦେ
Couplet 85
ତାର ମହିମା ସୁରପ୍ରିୟସୁର-ରକ୍ଷଣେ ବହେ ଦେହ
Couplet 86
ଆମ୍ଭ କୁଶଳ ସେ କରିବଅନାଦି ପ୍ରଭୁ ପଦ୍ମନାଭ
Couplet 87
ଏମନ୍ତ ବୋଲି ପଦ୍ମଯୋନିସଙ୍ଗେ ସକଳ ଦେବ ଘେନି
Couplet 88
ଆନନ୍ଦେ ଜୟ ଜୟ ନାଦେସର୍ବେ ମିଳିଲେ ବିଷ୍ଣୁପାଦେ
Couplet 89
ଯେ ବଇକୁଣ୍ଠ ଯୋଗଗମ୍ୟପରମଆତ୍ମା-ପରଧାମ
Couplet 90
ପ୍ରକୃତି ନ ଜାଣଇ ଯାହାଯହିଁ ନ ପଶେ ବିଷ୍ଣୁମାୟା
Couplet 91
ଅଦୃଷ୍ଟ-ଅଶ୍ରୁତ-ଭୁବନେଦେବେ ମିଳିଲେ ମହାଶୂନ୍ୟେ
Couplet 92
ଯହିଁ କି ଜୀବ ଆତ୍ମା ଗଲେପୁଣି ନ ସଞ୍ଚରେ ଶୟଳେ
Couplet 93
ଧାତା କପୋଳେ କର ଦେଇବୋଲେ ବୈକୁଣ୍ଠନାଥ ଧ୍ୟାୟୀ
Couplet 94
ସତ୍ୟ ଅନନ୍ତ ଅବିକାରଯେ ନିରଞ୍ଜନ ନିରାକାର
Couplet 95
ନିଜ ବିଭୂତି ଅଗୋଚରଜନ୍ତୁଙ୍କ ହୃଦେ ଯାର ଘର
Couplet 96
ମନରୁ ବେଗବନ୍ତ ଯେହିମନ-ବଚନେ ଭେଦ କାହିଁ
Couplet 97
ବରେଣ୍ୟ-ଦେବବର ପାଦେଆମ୍ଭେ ମିଳିଲୁ ଅପ୍ରମାଦେ
Couplet 98
ସ୍ୱଭାବେ ମନ ପ୍ରାଣ ବୁଦ୍ଧିଏ ଯହିଁ ନ ପାରନ୍ତି ଭେଦି
Couplet 99
ଇନ୍ଦ୍ରିୟଗଣେ ଯେ ଅଦୃଶ୍ୟଉନିଦ୍ର-ଭାବେ ଅବିନାଶ
Couplet 100
ଛାୟା-ଆତପେ ଯେନ ମିଶେଅକ୍ଷୟ-ଶୂନ୍ୟେ ପରକାଶେ
Couplet 101
ତ୍ରିଗୁଣ-ରୂପ ଯେ ବୋଲାଇଆମ୍ଭେ ଶରଣ ଗଲୁ ତହିଁ
Couplet 102
ଏ ଜୀବ ଚକ୍ରରୂପ ଧରେମାୟାରେ ମଣ୍ଡଳେ ସଞ୍ଚରେ
Couplet 103
ତ୍ରିଗୁଣେ ତ୍ରିନାଭି ତାହାରଯେ ଚକ୍ରେ ପଞ୍ଚଦଶ ଅର
Couplet 104
ଦଶଇନ୍ଦ୍ରିୟ ପଞ୍ଚପ୍ରାଣଅଷ୍ଟପ୍ରକୃତି ନେମି ଜାଣ
Couplet 105
ସେ ଚକ୍ର ଅକ୍ଷ ଆତ୍ମାରୂପୀଯେ ଆଦି-ଅନ୍ତ-ମଧ୍ୟେ ବ୍ୟାପୀ
Couplet 106
ସେ ସତ୍ୟସ୍ୱରୂପ ଚରଣେଆମ୍ଭେ ଯେ ପଶିଲୁ ଶରଣେ
Couplet 107
ଯାହାର ଜ୍ୟୋତି ପରକାଶନିର୍ମଳ କରେ ଦଶଦିଶ
Couplet 108
ଯୋଗୀଏ ଯୋଗମାର୍ଗେ ଥାଇକାଳ ହରନ୍ତି ଯାରେ ଧ୍ୟାୟୀ
Couplet 109
କେହି ଯାହାର ମାୟାଭ୍ରମତରଣେ ନ ହୁଅନ୍ତି କ୍ଷମ
Couplet 110
ଯା ମାୟା ଜଗତେ ସଞ୍ଚରେଅନନ୍ତ ନାନାରୂପ ଧରେ
Couplet 111
ନିର୍ଜିତମାୟା ମାୟାଗୁଣପରମ ପୁରୁଷ ପୁରାଣ
Couplet 112
ଜନ୍ତୁଙ୍କ ଦେହେ ସମରୂପୀତେଜେ ସଞ୍ଚରେ ସର୍ବବ୍ୟାପୀ
Couplet 113
ତାର ଚରଣେ ନମସ୍କାରଯେ ପ୍ରଭୁ ପରମଈଶ୍ୱର
Couplet 114
ଏ ଦେବଗଣ ବ୍ରହ୍ମା ଆଦିସେ କ୍ରୀଡ଼ା-ଅର୍ଥରେ ସମ୍ପାଦି
Couplet 115
ସତ୍ତ୍ୱ-ସଂଯୋଗ ସୃଷ୍ଟି କରିତହିଁ ଯେ ସୂକ୍ଷ୍ମରୂପ ଧରି
Couplet 116
ଦିଶଇ ଅନ୍ତର-ବାହିଯ୍ୟେପ୍ରଦୀପ ଯେହ୍ନେ ଗୃହମାଝେ
Couplet 117
ଯାହାର ସୂକ୍ଷ୍ମଗତି ଆମ୍ଭେଜାଣି ନ ପାରୁ ଜ୍ଞାନଦମ୍ଭେ
Couplet 118
ସଂସାର ମଧ୍ୟେ ଛନ୍ତି ଯେତେସେ ଅବା ଜାଣିବେ କେମନ୍ତେ
Couplet 119
ଏ ମହୀ ଯାର ବେନିପାଦସ୍ୱକୃତ-ପ୍ରାଣୀ ଚତୁର୍ବିଧ
Couplet 120
ଯେ କର୍ମ-ଗହଳେ ସଞ୍ଚରିଶରୀର ବହେ ନରହରି
Couplet 121
ମହାପୁରୁଷ ଆତ୍ମତନ୍ତ୍ରମହାବିଭୂତି ବ୍ରହ୍ମତତ୍ତ୍ୱ
Couplet 122
ପ୍ରସନ୍ନ ହେଉ ସେ ଆମ୍ଭଙ୍କୁଶରଣ ପଶିଲୁ ତାହାଙ୍କୁ
Couplet 123
ଜଳ ଯାହାର ବୀର୍ଯ୍ୟ ହୋଇସ୍ୱଭାବେ ତାର ତେଜ ବହି
Couplet 124
ଅଖିଳଲୋକ-ଲୋକପାଳେତିନିଭୁବନ ଯାର ବଳେ
Couplet 125
ଭୂତ ସଞ୍ଚଇ ଜୀବ ରୂପେସେ ହ୍ରାସ-ବୃଦ୍ଧି ଅନୁରୂପେ
Couplet 126
ମହାବିଭୂତି ବ୍ରହ୍ମ ଯେହୁଆମ୍ଭ ବିଷୟେ ଦୟାବହୁ
Couplet 127
ସୋମ ଯାହାର ମନ ହୋଏଦେବଙ୍କ ଅନ୍ନ-ଆୟୁ ବହେ
Couplet 128
ସ୍ଥାବରଙ୍କର ଯେ ଈଶ୍ୱରପ୍ରଜାଙ୍କ ରକ୍ଷା ବୃଦ୍ଧିକର
Couplet 129
ମହାବିଭୂତି ବ୍ରହ୍ମରୂପସେ ହରି ହରୁ ଆମ୍ଭ ତାପ
Couplet 130
ଯାହାର ମୁଖୁଁ ଅଗ୍ନିଜାତତେଜେ ପ୍ରତାପଇ ଜଗତ
Couplet 131
କ୍ରିୟାକାଣ୍ଡ ନିମିତ୍ତେ ଜନ୍ମସେ ସର୍ବସାଧ୍ୟେ ସିଦ୍ଧକର୍ମ
Couplet 132
ଅନ୍ତଃ-ସମୁଦ୍ରେ ଅଗ୍ନି ବହିଆହାର ରୂପେ ଯେ ଭୁଞ୍ଜଇ
Couplet 133
ଯାହାର ଚକ୍ଷୁ ମାରତଣ୍ଡତେଜେ ପ୍ରକାଶଇ ବ୍ରହ୍ମାଣ୍ଡ
Couplet 134
ସେ ଦେବପାଳ ତ୍ରୟୀମୟବ୍ରହ୍ମର ସ୍ଥାନ ଶୁଦ୍ଧଦେହ
Couplet 135
ମୁକ୍ତିର ଦ୍ୱାର ସେ ବୋଲାଇଅମୃତ ମୃତ୍ୟୁରୂପ ହୋଇ
Couplet 136
ଚରାଚରଙ୍କ ଦେହ-ପ୍ରାଣଯେ କରେ ପ୍ରାଣୀ ପରିତ୍ରାଣ
Couplet 137
ପ୍ରକାଶେ ସହ-ଓଜ-ବଳେଯାର ବିହାର ଏ ଶୟଳେ
Couplet 138
ଯାର ଶ୍ରବଣ ଦଶଦିଶହୃଦୟ ପ୍ରକାଶେ ଆକାଶ
Couplet 139
ଯାହାର ନାଭି ଅନ୍ତରୀକ୍ଷମସ୍ତକ ସ୍ୱର୍ଗ ଯା ପ୍ରତ୍ୟକ୍ଷ
Couplet 140
ପ୍ରାଣ ଇନ୍ଦ୍ରିୟ ଆତ୍ମାହେତୁଯାର ପ୍ରସନ୍ନେ ଜ୍ଞାନତତ୍ତୁ
Couplet 141
ତ୍ରିଦଶଦେବଙ୍କର ନାଥଇନ୍ଦ୍ର ଯାହାର ବଳୁଁ ଜାତ
Couplet 142
ଯାହାର ପ୍ରାଣେ ଜନ୍ତୁପ୍ରାଣଏଣୁ ଏ ସର୍ବ ପରିତ୍ରାଣ
Couplet 143
ଯାହା ପ୍ରସାଦୁଁ ଦେବେ ହୋନ୍ତିକ୍ରୋଧରୁ ହୋଏ ପଶୁପତି
Couplet 144
ବୁଦ୍ଧିରୁ ବ୍ରହ୍ମା ଜାତ ହୋଏଲୋକେ ପ୍ରକାଶ ଯାର ଦେହେ
Couplet 145
ଇନ୍ଦ୍ରିୟ-ଛିଦ୍ରୁଁ ଜାତ ଛନ୍ଦେମେଢ଼ୁଁ ପ୍ରଜାପତି ଆନନ୍ଦେ
Couplet 146
କମଳା ତାର ବକ୍ଷସ୍ଥଳଛାୟା ସମ୍ଭବେ ପିତୃକୁଳ
Couplet 147
ଧର୍ମ-ଉଦିତ ସ୍ତନଯୁଗେଅର୍ଧମ ଯାର ପୃଷ୍ଠଭାଗେ
Couplet 148
ସ୍ୱର୍ଗ ଯା ଶିରୂଁ ଉତପନ୍ନବିହାରୁ ଅପସରାଗଣ
Couplet 149
ଯେ ମହାବିଭୂତି ଶରଣଆମ୍ଭଙ୍କୁ କରୁ ପରିତ୍ରାଣ
Couplet 150
ବିପ୍ର ଯାହାର ମୁଖୁଁ ଜାତବ୍ରହ୍ମା-ନିର୍ମାଣ-ଗୁହ୍ୟତତ୍ତ୍ୱ
Couplet 151
କ୍ଷତ୍ରିୟ ଭୁଜୁଁ ଜନ୍ମ ବଳଉରୁ ସମ୍ଭୂତ ବୈଶ୍ୟକୁଳ
Couplet 152
ଶୂଦ୍ର ଚରଣୁଁ ଉତପତ୍ତିଯେ ବ୍ରହ୍ମ ପରମ ବିଭୂତି
Couplet 153
ଉପର ଓଷ୍ଠୁ ପ୍ରୀତି ଜାତଅଧରୁ ଲୋଭ ଯେ ସମ୍ଭୂତ
Couplet 154
କାନ୍ତି ଯାହାର ନାସିକାରୁସମ୍ଭବ ହୁଅଇ ସ୍ପର୍ଶରୁ
Couplet 155
ପାଶବ୍ୟକାମର ସମ୍ଭବଯମ ଯାହାର ଜାତ ଭୁବ
Couplet 156
କାଳ ସମ୍ଭବ ପକ୍ଷ୍ମଦେଶେକରାଳ ଦିଶେ ବେନିପାଶେ
Couplet 157
ଦ୍ରବ୍ୟ ବୟସ କର୍ମ ଗୁଣଯା ମାୟା ପ୍ରକାଶେ ଲକ୍ଷଣ
Couplet 158
ଯେ ଉପଶାନ୍ତି ଶକ୍ତି ବହେଆମ୍ଭେ ଯେ ନମୁ ତାର ପାଏ
Couplet 159
ସତ୍ୟରେ ଯେ ପ୍ରତିପୂଜିତମାୟା ଚରିତ ଗୁଣେସ୍ଥିତ
Couplet 160
ସେ ହରି ଦେଖାଉ ଶରୀରଯେ ନୋହେ କରଣେ ଗୋଚର
Couplet 161
ଯା ସୁଖ ଦେଖିବାର ଅର୍ଥେଶରଣ ଗଲୁ ପାଦଗତେ
Couplet 162
ସୁଜନେ କର ଏଣେ ଭାବଯେ ନାବେ ସଂସାରୁ ତରିବ
Couplet 163
କଳି-କଳ୍ମଷ ନାଶ ପାଇଁଏ ବିନୁ ଆନଗତି ନାହିଁ
Couplet 164
ବୋଲଇ ଦାସ ଜଗନ୍ନାଥଭାଷା-ପ୍ରବନ୍ଧେ ଭାଗବତ