Skandha 8
Adhyaya 4
Couplet 1
ଶୁଣ ରାଜନ ହେତୁ ହୋଇହରି-ଚରଣେ ମନ ଦେଇ
Couplet 2
ବରୁଣ ହ୍ରଦେ ଚକ୍ରପାଣିଗଜେନ୍ଦ୍ର ମୋକ୍ଷ କଲେ ଶୁଣି
Couplet 3
ଦେଖିବା ଅର୍ଥେ ଦେବଗଣେମଙ୍ଗଳ-ସ୍ତୁତି ଉଚ୍ଚାରଣେ
Couplet 4
ବ୍ରହ୍ମା ଶଙ୍କର ଦେବଋଷିଗନ୍ଧର୍ବେ କୁସୁମ ବରଷି
Couplet 5
ହରିର କର୍ମ ପ୍ରଶଂସନେମିଳିଲେ ଗଜ-ସନ୍ନିଧ୍ୟାନେ
Couplet 6
ଦେବଦୁନ୍ଦୁଭି ନାଦ କରିନୃତ୍ୟ କରନ୍ତି ଅପସରୀ
Couplet 7
ଗନ୍ଧର୍ବେ ଗୀତ ଗାନ୍ତି ସ୍ୱରେମଙ୍ଗଳ-ସ୍ତୁତି ଉପଚାରେ
Couplet 8
ଋଷି-ଚାରଣ-ସିଦ୍ଧଗଣେଆଗମ-ନିଗମ ପ୍ରମାଣେ
Couplet 9
ପୁରୁଷୋତ୍ତମ ରୂପ ଚାହିଁସ୍ତୁତି କରନ୍ତି ଭାବବହି
Couplet 10
ଭୂମି ଅନ୍ତରୀକ୍ଷ ଗଗନେମଙ୍ଗଳ ସ୍ତୁତି ତୋଷମନେ
Couplet 11
କରନ୍ତି ଜୟ ଜୟ ବାଣୀକୁମ୍ଭୀର-ଦେହ ଜଳୁ ପୁଣି
Couplet 12
ତକ୍ଷଣେ ହୋଇଲା ବାହାରକି ଅବା ଦେବା ପଟାନ୍ତର
Couplet 13
ରବି-ଶଶାଙ୍କ-ଅଗ୍ନି ଗଞ୍ଜେଅଦ୍ଭୁତ ରୂପ ତେଜପୁଞ୍ଜେ
Couplet 14
ଦେବଳ ଶାପୁଁ ପାର ଗଲାଯେ ବିଷ୍ଣୁଚକ୍ରେ ପ୍ରାଣ ଦେଲା
Couplet 15
ହୁହୁ ଗନ୍ଧର୍ବ ତାର ନାମସ୍ୱଭାବେ ରୂପ ତେଜଧାମ
Couplet 16
ଦେଖନ୍ତି ସର୍ବ ଦେବଗଣେବିଷ୍ଣୁ ଚରଣେ ତୋଷମନେ
Couplet 17
ଶତପ୍ରଣାମ ଦଣ୍ଡବତେନମିଲା ହରି ପାଦାଗ୍ରତେ
Couplet 18
ଉଠି ଅଞ୍ଜଳି ଶିରେ ଦେଇଗାନ୍ଧାର-ରାଗେ ଗୀତ ଗାଇ
Couplet 19
ଆନନ୍ଦେ ନମିଲା ଚରଣେହରିର ଆଜ୍ଞା ପରମାଣେ
Couplet 20
ଦେଖନ୍ତି ସର୍ବ ଦେବତାଏଗମିଲା ଗନ୍ଧର୍ବର ଦେହେ
Couplet 21
ଗଜ ଯେ ଥିଲା କୃଷ୍ଣପାଶେଗୋବିନ୍ଦ ଚରଣ-ସ୍ପରଶେ
Couplet 22
ତକ୍ଷଣେ ହୋଇ କୃତକୃତ୍ୟଅଜ୍ଞାନ-ବନ୍ଧନୁ ବିମୁକ୍ତ
Couplet 23
ବିଷ୍ଣୁର ରୂପ ପରକାଶେରତ୍ନକୁଣ୍ଡଳ ରବି ତ୍ରାସେ
Couplet 24
କଟୀରେ ପୀତବସ୍ତ୍ର ଶୋହେହାର କେୟୂର ଜନ ମୋହେ
Couplet 25
ସୁନ୍ଦର ଶୋହେ ଚାରିଭୁଜବିଷ୍ଣୁ-ଆୟୁଧ ଦିବ୍ୟତେଜ
Couplet 26
ତକ୍ଷଣେ ଦିବ୍ୟରୂପ ହୋଇଗରୁଡ଼ ପୃଷ୍ଠରେ ଆରୋହି
Couplet 27
ଗରୁଡ଼ ଉଡ଼ି ମହାଶୂନ୍ୟେପଶିଲା ବିଷ୍ଣୁର ଭୁବନେ
Couplet 28
ଶୁଣ ପରୀକ୍ଷ ନରନାଥସେ ଗଜଇନ୍ଦ୍ରର ଚରିତ
Couplet 29
ଦ୍ରାବିଡ଼ି-ଦେଶେ ପାଣ୍ଡ୍ୟନାମଶୁଭସୁନ୍ଦର ଗୁଣଧାମ
Couplet 30
ରାଜା ଯେ ଇନ୍ଦ୍ରଦ୍ୟୁମ୍ନ ନାମବିଷ୍ଣୁର ବ୍ରତ ପରାୟଣ
Couplet 31
ସେ ରାଜା ବସି ଏକଦିନେବିଷ୍ଣୁପୂଜନେ ଦୃଢ଼ମନେ
Couplet 32
ନିଶ୍ଚଳେ ବସି କୁଳାଚଳେମନ ନିବେଶି ପାଦମୂଳେ
Couplet 33
ମଉନବ୍ରତେ ଜପକରିଧ୍ୟାନେ ଚିନ୍ତଇ ନରହରି
Couplet 34
ଜଟା-କଳାପ ଶିରେ ସାଜେପ୍ରକାଶେ ବନଭୂମି ତେଜେ
Couplet 35
ଅନେକ ଶିଷ୍ୟଗଣ ତୁଲେଅଗସ୍ତି ମୁନି ବିଜେ କଲେ
Couplet 36
ତାହାଙ୍କୁ ଦେଖି ନ ଉଠିଲାସୁଖେ ସମ୍ଭାଷଣ ନ କଲା
Couplet 37
ଏମନ୍ତ ଦେଖି ମୁନିଗଣେବେଗେ ଉଠିଲେ କୋପମନେ
Couplet 38
ବୋଲନ୍ତି ଏକ ଆରେ ଚାହିଁଦେଖ ଏହାର ଜ୍ଞାନ ନାହିଁ
Couplet 39
ଅବଜ୍ଞା କଲା ବିପ୍ରଗଣେଗଜର ପ୍ରାୟେ ମୂଢ଼ପଣେ
Couplet 40
ରାଜସମ୍ପଦ ଗର୍ବଭରେବିପ୍ରଙ୍କୁ ଅମାନନା କରେ
Couplet 41
ଅନ୍ତେ ପଡ଼ିବ ତମଘୋରେକେବେହେଁ ଦୁଃଖୁଁ ନ ନିସ୍ତରେ
Couplet 42
ଏ ଧର୍ମଦୂଷଣ ପ୍ରସ୍ତାବେଗଜ ଏ ହେବ ଏହି ଭାବେ
Couplet 43
ଗହନ-ବନେ ଚିରକାଳେଗ୍ରାହ ଗ୍ରାସିବ ହ୍ରଦଜଳେ
Couplet 44
ଏମନ୍ତ ଶାପ ତାକୁ ଦେଇମୁନିଏ ଗଲେ ପଥ ବାହି
Couplet 45
ସେ ରାଜା ପ୍ରାଣତ୍ୟାଗ କାଳେଗଜ ଦେଖିଲା ବେନିଡ଼ୋଳେ
Couplet 46
ଯେ ଗଜଯୋନି ଜ୍ଞାନ ହରେନିବାସ ଘନ-ବନ-ଘୋରେ
Couplet 47
ଯେଣୁ ଗୋବିନ୍ଦ ଭଜିଥିଲାସେ ଭାବେ ହରି ସୁମରିଲା
Couplet 48
ଏମନ୍ତେ ଗଜ ମୋକ୍ଷ କରିନିଜ ଭୁବନେ ଗଲେ ହରି
Couplet 49
ଏବେ ହୋ ପରୀକ୍ଷିତ ଶୁଣକହିଲି ଗଜେନ୍ଦ୍ରମୋକ୍ଷଣ
Couplet 50
ଏକଥା ଫଳ ଶୁଣ ଏବେଯେ ନର ଶୁଣେ ଭକ୍ତିଭାବେ
Couplet 51
ଯେ ଅବା ଉଚ୍ଚାରେ ବଦନେଯେବା ପୁଚ୍ଛନ୍ତି ଅନ୍ୟ ଅନ୍ୟେ
Couplet 52
ସର୍ବସମ୍ପଦ ଯଶସ୍କରକଳି-କଳୁଷ ଦୁଃଖ ହର
Couplet 53
ଦୁଷ୍ଟ ସ୍ୱପନ ଗ୍ରହପୀଡ଼ାସ୍ମରଣେ ନାଶେ ସର୍ବପୀଡ଼ା
Couplet 54
ବ୍ରାହ୍ମଣ ଆଦି ଚାରିବର୍ଣ୍ଣେଯେବା ଚିନ୍ତନ୍ତି ଏହା ମନେ
Couplet 55
ରଜନୀ ଅନ୍ତେ ଉଷାକାଳେକର-ବଦନ ଧୋଇ ଜଳେ
Couplet 56
ଗଜେନ୍ଦ୍ରମୋକ୍ଷ ଯେ ଶୁଣନ୍ତିକି ଅବା ବଦନେ ଗୁଣନ୍ତି
Couplet 57
ଦୁଃସ୍ୱପ୍ନ ଗ୍ରହପୀଡ଼ା ନାଶେନିର୍ମଳଜ୍ଞାନ ପରକାଶେ
Couplet 58
ସକଳ ଦେବଋଷି ମଧ୍ୟେଗୋବିନ୍ଦ କହିଲେ ଆନନ୍ଦେ
Couplet 59
ଗଜେନ୍ଦ୍ର ମୁଖ ଚାହିଁ ହରିକହନ୍ତି ଜନେ ଦୟାକରି
Couplet 60
ଗଜେନ୍ଦ୍ର ଶୁଣ ମୋ ବଚନଅଶେଷ ଦୁରିତ ଦହନ
Couplet 61
ଯେ ନର ଅହୋରାତ୍ର ଅନ୍ତେଶୁଚି ନିର୍ମଳ ଶୁଦ୍ଧଚିତ୍ତେ
Couplet 62
ମୋତେ ସ୍ମରିବ ସଙ୍ଗେ ତୋରଆବର ଏହି ସରୋବର
Couplet 63
ପର୍ବତ-କନ୍ଦର-କାନନବେତ କୀଚକ ବେଣୁବନ
Couplet 64
ସୁରପାଦପ ଗୁଳ୍ମ ଆଦିପର୍ବତ-ତ୍ରିଶୃଙ୍ଗ ସମ୍ପାଦି
Couplet 65
ବ୍ରହ୍ମା-ଭୁବନ ମୋ ନିବାସଶଙ୍କର ସ୍ଥାନ କପିଳାସ
Couplet 66
କ୍ଷୀରଜଳଧି ପ୍ରିୟ ମୋରଯେ ଶ୍ୱେତଦୀପ ମନୋହର
Couplet 67
ଶ୍ରୀବତ୍ସ କଉସ୍ତୁଭ ମଣିଚତୁରଭୁଜ ପରିମାଣି
Couplet 68
ଶଙ୍ଖ କମଳ ଚକ୍ର ଗଦାଚତୁରଭୁଜେ ଶୋହେ ସଦା
Couplet 69
ବିନତାନନ୍ଦନ ଅନନ୍ତକମଳା ମୋର ହୃଦେସ୍ଥିତ
Couplet 70
ବ୍ରହ୍ମା ଶଙ୍କର ଯେ ନାରଦଭକତ ମଧ୍ୟେ ପ୍ରହଲ୍ଲାଦ
Couplet 71
ମତ୍ସ୍ୟକଚ୍ଛପ କୋଳ ଆଦିଯେ ରୂପ ଅଛି ମୁଁ ସମ୍ପାଦି
Couplet 72
ଅଶେଷ ଗୁଣ କର୍ମ ଯେତେମୋହର ଯଶ ଏ ଜଗତେ
Couplet 73
ରବି ଶଶାଙ୍କ ହୁତାଶନପ୍ରଣବ ସତ୍ୟ ଯେ ବଚନ
Couplet 74
ଗୋ ବିପ୍ର ଆଦି ଧର୍ମ ଯେତେଋଷି ଦେବତା ଯଜ୍ଞମତେ
Couplet 75
ଦକ୍ଷଦୁହିତା ମନୁ ଯେତେପୂର୍ବେ ମୁଁ କହିଅଛି ତୋତେ
Couplet 76
ସୋମ କଶ୍ୟପବଂଶ ଆଦିସୃଷ୍ଟି-ସର୍ଜନେ ଯେ ପ୍ରସିଦ୍ଧି
Couplet 77
ଗଙ୍ଗା କାଳିନ୍ଦୀ ସରସ୍ୱତୀଅଇରାବତ ନନ୍ଦାବତୀ
Couplet 78
ଧ୍ରୁବାଦି ସପ୍ତଋଷି ଯେତେଯେ ପୁଣ୍ୟଶ୍ଳୋକ ଏ ଜଗତେ
Couplet 79
ସ୍ମରଣେ ସର୍ବପାପ ହରେଏ ଘୋର-ସଙ୍କଟୁ ନିସ୍ତରେ
Couplet 80
ଏମନ୍ତ କହି ଦେବବୃନ୍ଦେସେ ହରି ପରମଆନନ୍ଦେ
Couplet 81
ଆରୋହି ଗରୁଡ଼ ଉପରେତକ୍ଷଣେ ଗଲେ ନିଜପୁରେ
Couplet 82
ସୁଜନ ହିତେ ଭାଗବତକହଇ ଦାସ ଜଗନ୍ନାଥ